Odia Page 1066

ਮਾਰੂ ਮਹਲਾ ੩ ॥
ମାରୁ ମହଲା 3॥ 

ਨਿਰੰਕਾਰਿ ਆਕਾਰੁ ਉਪਾਇਆ ॥
ନିରଙ୍କାର ସଂପୂର୍ଣ୍ଣ ସୃଷ୍ଟିକୁ ଉତ୍ପନ୍ନ କରିଛନ୍ତି ଏବଂ                                   

ਮਾਇਆ ਮੋਹੁ ਹੁਕਮਿ ਬਣਾਇਆ ॥
ନିଜ ହୁକୁମ ଦ୍ଵାରା ହିଁ ସେ ମାୟା-ମୋହକୁ ଜାତ କରିଛନ୍ତି।         

ਆਪੇ ਖੇਲ ਕਰੇ ਸਭਿ ਕਰਤਾ ਸੁਣਿ ਸਾਚਾ ਮੰਨਿ ਵਸਾਇਦਾ ॥੧॥
ସୃଷ୍ଟିକର୍ତ୍ତା ସ୍ଵୟଂ ହିଁ ସାରା ଲୀଳା କରିଥାନ୍ତି ଏବଂ ତାହାଙ୍କ ମହିମା ଶୁଣି ସେହି ପରମ-ସତ୍ୟକୁ ମନରେ ସ୍ଥାପିତ କରାଯାଇ ଥାଏ||1||      

ਮਾਇਆ ਮਾਈ ਤ੍ਰੈ ਗੁਣ ਪਰਸੂਤਿ ਜਮਾਇਆ ॥
ମାୟା ରୂପୀ ମାତାକୁ ଗର୍ଭ ଧାରଣ କରାଇ ବିଧାତା (ରାଜ, ତମ ଓ ସତ୍ତ୍ଵର) ତିନି ଗୁଣ ବାଲା ଜଗତକୁ ଜାତ କରିଛନ୍ତି।                                      

ਚਾਰੇ ਬੇਦ ਬ੍ਰਹਮੇ ਨੋ ਫੁਰਮਾਇਆ ॥
ସେ ବ୍ରହ୍ମାଙ୍କୁ ଚାରି ବେଦ ରଚନା କରିବା ପାଇଁ ସ୍ଵୀକୃତି ଦେଇଛନ୍ତି ଏବଂ

ਵਰ੍ਹੇ ਮਾਹ ਵਾਰ ਥਿਤੀ ਕਰਿ ਇਸੁ ਜਗ ਮਹਿ ਸੋਝੀ ਪਾਇਦਾ ॥੨॥
ବର୍ଷ, ମାସ, ବାର, ତିଥି ବନାଇ ଜଗତକୁ ସମୟର ଜ୍ଞାନ ପ୍ରଦାନ କରିଛନ୍ତି||2||                                                                                            

ਗੁਰ ਸੇਵਾ ਤੇ ਕਰਣੀ ਸਾਰ ॥
ଗୁରୁଙ୍କ ସେବା ଏବଂ ନାମ-ସ୍ମରଣର ଶ୍ରେଷ୍ଠ କର୍ମ କର ଏବଂ      

ਰਾਮ ਨਾਮੁ ਰਾਖਹੁ ਉਰਿ ਧਾਰ ॥
ରାମ-ନାମକୁ ନିଜ ହୃଦୟରେ ଧାରଣ କର।                                                                                   

ਗੁਰਬਾਣੀ ਵਰਤੀ ਜਗ ਅੰਤਰਿ ਇਸੁ ਬਾਣੀ ਤੇ ਹਰਿ ਨਾਮੁ ਪਾਇਦਾ ॥੩॥
ଜଗତରେ ଗୁରବାଣୀ ପଢା ହେଉଛି, ଶୁଣା ଯାଉଛି ଏବଂ ଗାନ କରାଯାଉଛି ଏବଂ ଏହି ବାଣୀ ଦ୍ଵାରା ହିଁ ହରିଙ୍କ ନାମ ପ୍ରାପ୍ତ ହୋଇଥାଏ||3||             

ਵੇਦੁ ਪੜੈ ਅਨਦਿਨੁ ਵਾਦ ਸਮਾਲੇ ॥
ପଣ୍ଡିତ ବେଦ ମନ୍ତ୍ରର ଅଧ୍ୟୟନ କରିଥାଏ, କିନ୍ତୁ ସେ ପ୍ରତିଦିନ ତର୍କ ବିତର୍କରେ ଲୀନ ରହିଥାଏ। 

ਨਾਮੁ ਨ ਚੇਤੈ ਬਧਾ ਜਮਕਾਲੇ ॥
ସେ ନାମ ସ୍ମରଣ କରେ ନାହିଁ, ଏଣୁ ଯମକାଳ ତାହାକୁ ବାନ୍ଧି ନେଇଛି।                                                                                                         

ਦੂਜੈ ਭਾਇ ਸਦਾ ਦੁਖੁ ਪਾਏ ਤ੍ਰੈ ਗੁਣ ਭਰਮਿ ਭੁਲਾਇਦਾ ॥੪॥
ସେ ଦୈତ୍ୟଭାବରେ ସଦା ଦୁଃଖ ହାସଲ କରିଥାଏ ଏବଂ ତ୍ରିଗୁଣ କାରଣରୁ ଭ୍ରମରେ ପଥଭ୍ରଷ୍ଟ ରହିଥାଏ||4||   

ਗੁਰਮੁਖਿ ਏਕਸੁ ਸਿਉ ਲਿਵ ਲਾਏ ॥
ଗୁରୁମୁଖୀ ଏକ ଈଶ୍ଵରଙ୍କ ଠାରେ ହିଁ ଲଗ୍ନ ଲଗାଇ ଥାଏ ଏବଂ                                  

ਤ੍ਰਿਬਿਧਿ ਮਨਸਾ ਮਨਹਿ ਸਮਾਏ ॥
ତାହାର ରାଜ, ତମ ଏବଂ ସତ୍ତ୍ଵ ଆଦି ତିନି ପ୍ରକାରର ଲାଳସା ମନରୁ ଦୂର ହୋଇଯାଏ।       

ਸਾਚੈ ਸਬਦਿ ਸਦਾ ਹੈ ਮੁਕਤਾ ਮਾਇਆ ਮੋਹੁ ਚੁਕਾਇਦਾ ॥੫॥
ସେ ସଚ୍ଚା ଶବ୍ଦ ଦ୍ଵାରା ସଦା ବନ୍ଧନରୁ ମୁକ୍ତ ରହିଥାଏ ଏବଂ ମାୟା-ମୋହକୁ ନିଜ ମନରୁ ଦୂର କରି ଦେଇଥାଏ||5||                                              

ਜੋ ਧੁਰਿ ਰਾਤੇ ਸੇ ਹੁਣਿ ਰਾਤੇ ॥
ଯିଏ ପ୍ରାରମ୍ଭରୁ ହିଁ ଈଶ୍ଵରଙ୍କ ଠାରେ ଲୀନ ଥାଏ, ସେ ବର୍ତ୍ତମାନ ମଧ୍ୟ ତାହାଙ୍କ ରଙ୍ଗରେ ଲୀନ ଥାଏ।         

ਗੁਰ ਪਰਸਾਦੀ ਸਹਜੇ ਮਾਤੇ ॥
ଗୁରୁଙ୍କ କୃପାରୁ ସେ ସ୍ଵାଭାବିକ ଅବସ୍ଥାରେ ହିଁ ରହିଥାଏ।                              

ਸਤਿਗੁਰੁ ਸੇਵਿ ਸਦਾ ਪ੍ਰਭੁ ਪਾਇਆ ਆਪੈ ਆਪੁ ਮਿਲਾਇਦਾ ॥੬॥
ଯିଏ ସଦଗୁରୁଙ୍କ ସେବା କରି ପ୍ରଭୁଙ୍କୁ ପାଇଥାଏ, ପ୍ରଭୁ ସ୍ଵୟଂ ହିଁ ତାହାକୁ ମିଳାଇ ଥାଆନ୍ତି||6||                                                            

ਮਾਇਆ ਮੋਹਿ ਭਰਮਿ ਨ ਪਾਏ ॥
ମାୟା ମୋହ ଏବଂ ଭ୍ରମରେ ଫସି ମନୁଷ୍ୟ ପରମାତ୍ମାଙ୍କୁ ପାଇ ପାରେ ନାହିଁ ଏବଂ   

ਦੂਜੈ ਭਾਇ ਲਗਾ ਦੁਖੁ ਪਾਏ ॥
ଦୈତ୍ୟଭାବରେ ଲୀନ ହୋଇ ଦୁଃଖ ପ୍ରାପ୍ତ କରିଥାଏ।                                               

ਸੂਹਾ ਰੰਗੁ ਦਿਨ ਥੋੜੇ ਹੋਵੈ ਇਸੁ ਜਾਦੇ ਬਿਲਮ ਨ ਲਾਇਦਾ ॥੭॥
ଲାଲ ରଙ୍ଗ (ଖୁସି ଓ ଉଲ୍ଲାସ) କିଛି ଦିନ ପାଇଁ ରହିଥାଏ ଏବଂ ଏହା ସମାପ୍ତ ହେବାରେ ବିଳମ୍ବ ହୁଏନାହିଁ||7||                                                     

ਏਹੁ ਮਨੁ ਭੈ ਭਾਇ ਰੰਗਾਏ ॥
ଯେଉଁ ବ୍ୟକ୍ତି ମନକୁ ପ୍ରଭୁ-ଭୟ ଏବଂ ପ୍ରେମରେ ରଙ୍ଗୀନ କରିଥାଏ,                                                 

ਇਤੁ ਰੰਗਿ ਸਾਚੇ ਮਾਹਿ ਸਮਾਏ ॥
ସେ ଏହି ରଙ୍ଗ ଦ୍ଵାରା ସେହି ପରମ-ସତ୍ୟରେ ହିଁ ବିଲୀନ ହୋଇଯାଏ।                                                                       

ਪੂਰੈ ਭਾਗਿ ਕੋ ਇਹੁ ਰੰਗੁ ਪਾਏ ਗੁਰਮਤੀ ਰੰਗੁ ਚੜਾਇਦਾ ॥੮॥
କେହି ଭାଗ୍ୟଶାଳୀ ହିଁ ଏହି ରଙ୍ଗ ପ୍ରାପ୍ତ କରିଥାଏ ଏବଂ ଗୁରୁ ମତ ଦ୍ଵାରା ହିଁ ପ୍ରେମ ରଙ୍ଗ ଚଢାଇଥାଏ||8||                                              

ਮਨਮੁਖੁ ਬਹੁਤੁ ਕਰੇ ਅਭਿਮਾਨੁ ॥
ସ୍ଵେଚ୍ଛାଚାରୀ ଜୀବ ବହୁତ ଅଭିମାନ କରିଥାଏ,                                                    

ਦਰਗਹ ਕਬ ਹੀ ਨ ਪਾਵੈ ਮਾਨੁ ॥
କିନ୍ତୁ ପ୍ରଭୁ ଦରବାରରେ ସେ କେବେ ମଧ୍ୟ ସମ୍ମାନ ପ୍ରାପ୍ତ କରେନାହିଁ।                                                                                     

ਦੂਜੈ ਲਾਗੇ ਜਨਮੁ ਗਵਾਇਆ ਬਿਨੁ ਬੂਝੇ ਦੁਖੁ ਪਾਇਦਾ ॥੯॥
ଦୈତ୍ୟଭାବରେ ଲୀନ ହୋଇ ସେ ନିଜ ଜନ୍ମ ବ୍ୟର୍ଥରେ ହରାଇ ଥାଏ ଏବଂ ତଥ୍ୟ ବୁଝିବା ବିନା ସେ ଦୁଃଖ ହିଁ ପ୍ରାପ୍ତ କରିଥାଏ||9||                    

ਮੇਰੈ ਪ੍ਰਭਿ ਅੰਦਰਿ ਆਪੁ ਲੁਕਾਇਆ ॥
ମୋର ପ୍ରଭୁ ନିଜକୁ ନିଜେ ହୃଦୟରେ ଲୁଚାଇ ରଖିଛନ୍ତି ଏବଂ                                                               

ਗੁਰ ਪਰਸਾਦੀ ਹਰਿ ਮਿਲੈ ਮਿਲਾਇਆ ॥
ଗୁରୁଙ୍କ କୃପାରୁ ସେ ଜୀବକୁ ମିଳାଇ ଥାଆନ୍ତି।                                          

ਸਚਾ ਪ੍ਰਭੁ ਸਚਾ ਵਾਪਾਰਾ ਨਾਮੁ ਅਮੋਲਕੁ ਪਾਇਦਾ ॥੧੦॥
ପ୍ରଭୁ ସତ୍ୟସ୍ଵରୂପ ଅଟନ୍ତି, ତାହାଙ୍କ ନାମ-ବ୍ୟାପାର ମଧ୍ୟ ସତ୍ୟ ଅଟେ ଆଉ ଜୀବ ଏହି ବ୍ୟାପାର ଦ୍ଵାରା ଅମୂଲ୍ୟ ନାମ ପ୍ରାପ୍ତ କରିଥାଏ||10||                                                                                            

ਇਸੁ ਕਾਇਆ ਕੀ ਕੀਮਤਿ ਕਿਨੈ ਨ ਪਾਈ ॥
ଏହି ମାନବ-ଶରୀରର ଉଚିତ ମୂଲ୍ୟ କେହି ମଧ୍ୟ ପାଇ ପାରି ନାହାନ୍ତି।                                                      

ਮੇਰੈ ਠਾਕੁਰਿ ਇਹ ਬਣਤ ਬਣਾਈ ॥
ମୋର ଠାକୁର ଏହି ଲୀଳା ବନାଇଛନ୍ତି।                                                                              

ਗੁਰਮੁਖਿ ਹੋਵੈ ਸੁ ਕਾਇਆ ਸੋਧੈ ਆਪਹਿ ਆਪੁ ਮਿਲਾਇਦਾ ॥੧੧॥
ଯିଏ ଗୁରୁମୁଖୀ ହୋଇଥାଏ, ସେ ଶରୀରକୁ ବିକାର ଠାରୁ ଶୁଦ୍ଧ କରି ନେଇଥାଏ ଏବଂ ଏଭଳି ଭାବରେ ଇଶ୍ଵର ସ୍ଵୟଂ ହି ତାହାକୁ ମିଳାଇ ନେଇଥାନ୍ତି||11||                                                                

ਕਾਇਆ ਵਿਚਿ ਤੋਟਾ ਕਾਇਆ ਵਿਚਿ ਲਾਹਾ ॥
ମାନବ-ଶରୀରରେ ହିଁ ହାନି ଏବଂ ଲାଭ ଅଛି,                          

ਗੁਰਮੁਖਿ ਖੋਜੇ ਵੇਪਰਵਾਹਾ ॥
ଗୁରୁମୁଖୀ ହୃଦୟରେ ନିଶ୍ଚିନ୍ତ ପରମାତ୍ମାଙ୍କ ସନ୍ଧାନ କରିଥାଏ।                                                              

ਗੁਰਮੁਖਿ ਵਣਜਿ ਸਦਾ ਸੁਖੁ ਪਾਏ ਸਹਜੇ ਸਹਜਿ ਮਿਲਾਇਦਾ ॥੧੨॥
ଗୁରୁମୁଖୀ ସତ୍ୟର ବ୍ୟାପାର କରି ସଦା ସୁଖ ପ୍ରାପ୍ତ କରିଥାଏ ଏବଂ ସ୍ଵାଭାବିକ ଅବସ୍ଥାରେ ପ୍ରଭୁଙ୍କ ଠାରେ ଲୀନ ହୋଇଯାଏ||12||                       

ਸਚਾ ਮਹਲੁ ਸਚੇ ਭੰਡਾਰਾ ॥
ଈଶ୍ଵରଙ୍କ ନିବାସ ସ୍ଥାନ ଏବଂ ଭଣ୍ଡାର ହିଁ ସଚ୍ଚା ଅଟେ ଏବଂ                                                        

ਆਪੇ ਦੇਵੈ ਦੇਵਣਹਾਰਾ ॥
ସେହି ଦାତା ସ୍ଵୟଂ ହିଁ ଜୀବକୁ ଦେଇ ଚାଲିଥାନ୍ତି।                                                              

ਗੁਰਮੁਖਿ ਸਾਲਾਹੇ ਸੁਖਦਾਤੇ ਮਨਿ ਮੇਲੇ ਕੀਮਤਿ ਪਾਇਦਾ ॥੧੩॥
ଗୁରୁମୁଖୀ ସୁଖ ଦେବା ବାଲା ଈଶ୍ଵରଙ୍କ ସ୍ତୁତିଗାନ କରିଥାଏ ଏବଂ ମନକୁ ତାହାଙ୍କ ସହିତ ମିଳାଇ ଉଚିତ ମୂଲ୍ୟାଙ୍କନ ଆଙ୍କି ନେଇଥାଏ||13||        

ਕਾਇਆ ਵਿਚਿ ਵਸਤੁ ਕੀਮਤਿ ਨਹੀ ਪਾਈ ॥
ନାମ ରୂପୀ ବସ୍ତୁ ମାନବ-ଶରୀରରେ ହିଁ ମହଜୁଦ ଅଛି, କିନ୍ତୁ ମନୁଷ୍ୟ ଏହାର ମହତ୍ତ୍ଵ ଜାଣି ପାରିନାହିଁ।      

ਗੁਰਮੁਖਿ ਆਪੇ ਦੇ ਵਡਿਆਈ ॥
ଈଶ୍ଵର ସ୍ଵୟଂ ହିଁ ଗୁରୁମୁଖୀକୁ ବଡିମା ପ୍ରଦାନ କରିଥାନ୍ତି।                                         

ਜਿਸ ਦਾ ਹਟੁ ਸੋਈ ਵਥੁ ਜਾਣੈ ਗੁਰਮੁਖਿ ਦੇਇ ਨ ਪਛੋਤਾਇਦਾ ॥੧੪॥
ଏହି ନାମ ବସ୍ତୁକୁ ସେ ହିଁ ଜାଣିଥାଏ, ଯାହାର ଏହି ଦୋକାନ ଅଛି ଏବଂ ଯେଉଁ ଗୁରୁମୁଖୀକୁ ସେ ଦେଇଥାନ୍ତି, ସେ ପଶ୍ଚାତାପ କରେନାହିଁ ||14||

ਹਰਿ ਜੀਉ ਸਭ ਮਹਿ ਰਹਿਆ ਸਮਾਈ ॥
ଈଶ୍ଵର ସବୁଙ୍କ ଠାରେ ରହିଛନ୍ତି ଏବଂ         

ਗੁਰ ਪਰਸਾਦੀ ਪਾਇਆ ਜਾਈ ॥
ତାହାଙ୍କୁ ଗୁରୁଙ୍କ କୃପାରୁ ହିଁ ପ୍ରାପ୍ତ କରାଯାଇ ପାରେ।                                                                                  

ਆਪੇ ਮੇਲਿ ਮਿਲਾਏ ਆਪੇ ਸਬਦੇ ਸਹਜਿ ਸਮਾਇਦਾ ॥੧੫॥
ସେ ସ୍ଵୟଂ ହିଁ ଗୁରୁଙ୍କ ସହିତ ମିଳାଇ ନିଜ ସାଥିରେ ମଇଳା ଥାଆନ୍ତି ଏବଂ ଜୀବ ଶବ୍ଦ ଦ୍ଵାରା ସ୍ଵାଭାବିକ ଅବସ୍ଥାରେ ଲୀନ ହୋଇଯାଏ||15||              

error: Content is protected !!