Odia Page 1093

ਬੂਝਹੁ ਗਿਆਨੀ ਬੂਝਣਾ ਏਹ ਅਕਥ ਕਥਾ ਮਨ ਮਾਹਿ ॥
ହେ ଜ୍ଞାନବାନ ପୁରୁଷ! ଯଦି ବୁଝିବାକୁ ଅଛି, ଏହି ଅକଥନୀୟ କଥାକୁ ମନରେ ହିଁ ବୁଝିନିଅ।

ਬਿਨੁ ਗੁਰ ਤਤੁ ਨ ਪਾਈਐ ਅਲਖੁ ਵਸੈ ਸਭ ਮਾਹਿ ॥
ଗୁରୁଙ୍କ ବିନା ପରମ ତତ୍ତ୍ଵ ପ୍ରାପ୍ତ କରାଯାଇ ପାରିବ ନାହିଁ, ସେ ଅଦୃଷ୍ଟ ରୂପରେ ସବୁଙ୍କ ଠାରେ ବାସ କରିଥାନ୍ତି। 

ਸਤਿਗੁਰੁ ਮਿਲੈ ਤ ਜਾਣੀਐ ਜਾਂ ਸਬਦੁ ਵਸੈ ਮਨ ਮਾਹਿ ॥
ଯଦି ସଦଗୁରୁ ମିଳିଯାନ୍ତି, ଏହି ରହସ୍ୟର ଜ୍ଞାନ ହୋଇଥାଏ ଏବଂ ମନରେ ଶବ୍ଦ ଅବସ୍ଥିତ ହୋଇଯାଏ। 

ਆਪੁ ਗਇਆ ਭ੍ਰਮੁ ਭਉ ਗਇਆ ਜਨਮ ਮਰਨ ਦੁਖ ਜਾਹਿ ॥
ଯେତେବେଳେ ଅହଂ ଦୂର ହୋଇଯାଏ, ଭ୍ରମ-ଭୟ ଦୂର ହୋଇଯାଏ ଏବଂ ଜନ୍ମ-ମରଣର ଦୁଃଖ ମଧ୍ୟ ନାଶ ହୋଇଯାଏ।

ਗੁਰਮਤਿ ਅਲਖੁ ਲਖਾਈਐ ਊਤਮ ਮਤਿ ਤਰਾਹਿ ॥
ଗୁରୁ-ମତ ଦ୍ଵାରା ହିଁ ଅଦୃଷ୍ଟ ପ୍ରଭୁଙ୍କ ଦର୍ଶନ ହୋଇଥାଏ ଏବଂ ଉତ୍ତମ ଦ୍ଵାରା ହିଁ ଭବସାଗରରୁ ପାର କରାଯାଇ ପାରେ।

ਨਾਨਕ ਸੋਹੰ ਹੰਸਾ ਜਪੁ ਜਾਪਹੁ ਤ੍ਰਿਭਵਣ ਤਿਸੈ ਸਮਾਹਿ ॥੧॥
ହେ ନାନକ! ସେ ମୁଁ ହିଁ ଅଟେ ଅର୍ଥାତ ପରମାତ୍ମାଙ୍କ ଠାରେ ଲୀନ ହେବା ବାଲା ମନ୍ତ୍ରର ଜପ କର, ତିନି ଲୋକରେ ସେ ହିଁ ରହିଥାନ୍ତି||1||

ਮਃ ੩ ॥
ମହଲା 3॥ 

ਮਨੁ ਮਾਣਕੁ ਜਿਨਿ ਪਰਖਿਆ ਗੁਰ ਸਬਦੀ ਵੀਚਾਰਿ ॥
ଯିଏ ଶବ୍ଦ-ଗୁରୁଙ୍କ ବିଚାର କରି ମନ ରୂପୀ ମାଣିକ୍ୟ ପରଖି ନେଇଛି,

ਸੇ ਜਨ ਵਿਰਲੇ ਜਾਣੀਅਹਿ ਕਲਜੁਗ ਵਿਚਿ ਸੰਸਾਰਿ ॥
ଏପରି ବ୍ୟକ୍ତି କଳିଯୁଗୀୟ ସଂସାରରେ ବିରଳ ଭାବରେ ଜଣା ଯାଇଥାଏ।

ਆਪੈ ਨੋ ਆਪੁ ਮਿਲਿ ਰਹਿਆ ਹਉਮੈ ਦੁਬਿਧਾ ਮਾਰਿ ॥
ନିଜର ଅହଂ ଓ ଦ୍ଵିଧା ଦୂର କରି ସେ ଆତ୍ମସ୍ଵରୂପ ଠାରେ ମିଶି ରହିଥାଏ। 

ਨਾਨਕ ਨਾਮਿ ਰਤੇ ਦੁਤਰੁ ਤਰੇ ਭਉਜਲੁ ਬਿਖਮੁ ਸੰਸਾਰੁ ॥੨॥
ହେ ନାନକ! ଈଶ୍ଵରଙ୍କ ନାମରେ ଲୀନ ରହିବା ବାଲା ହିଁ ଏହି ସୁନ୍ଦର ଏବଂ ଭୟାନକ ସଂସାର-ସାଗରରେ ପାର ହୋଇଥାଏ||2||

ਪਉੜੀ ॥
ପଉଡୀ॥

ਮਨਮੁਖ ਅੰਦਰੁ ਨ ਭਾਲਨੀ ਮੁਠੇ ਅਹੰਮਤੇ ॥
ସ୍ଵେଚ୍ଛାଚାରୀ ନିଜ ଅନ୍ତର୍ମନରେ ସନ୍ଧାନ କରେନାହିଁ, ଏଣୁ ଅଭିମାନ କାରଣରୁ ଠକି ହୋଇ ଯାଇଛନ୍ତି।

ਚਾਰੇ ਕੁੰਡਾਂ ਭਵਿ ਥਕੇ ਅੰਦਰਿ ਤਿਖ ਤਤੇ ॥
ସେ ଚାରି ଦିଗରେ ବୁଲି ଥକି ଯାଇଛି ଏବଂ ତାହାଙ୍କ ଅନ୍ତର୍ମନରେ ତୃଷ୍ଣାଗ୍ନି ପ୍ରଜ୍ଜ୍ଵଳିତ ହୋଇଥାଏ।

ਸਿੰਮ੍ਰਿਤਿ ਸਾਸਤ ਨ ਸੋਧਨੀ ਮਨਮੁਖ ਵਿਗੁਤੇ ॥
ସେ ସ୍ମୃତି ଏବଂ ଶାସ୍ତ୍ରର ବିଶ୍ଳେଷଣ କରେନାହିଁ, ଏଣୁ ସ୍ଵେଚ୍ଛାଚାରୀ ଦୁଃଖୀ ହୋଇଥାଏ।

ਬਿਨੁ ਗੁਰ ਕਿਨੈ ਨ ਪਾਇਓ ਹਰਿ ਨਾਮੁ ਹਰਿ ਸਤੇ ॥
ଗୁରୁଙ୍କ ବିନା କାହାକୁ ମଧ୍ୟ ପରମ-ସତ୍ୟ ପ୍ରଭୁନାମ ମିଳେନାହିଁ। 

ਤਤੁ ਗਿਆਨੁ ਵੀਚਾਰਿਆ ਹਰਿ ਜਪਿ ਹਰਿ ਗਤੇ ॥੧੯॥
ଯିଏ ତତ୍ତ୍ଵ ଜ୍ଞାନର ଚିନ୍ତନ କରିନାହିଁ, ପରମାତ୍ମାଙ୍କ ଜପ କରି ତାହାର ଗତି ହୋଇଯାଏ||19||

ਸਲੋਕ ਮਃ ੨ ॥
ଶ୍ଳୋକ ମହଲା 2॥ 

ਆਪੇ ਜਾਣੈ ਕਰੇ ਆਪਿ ਆਪੇ ਆਣੈ ਰਾਸਿ ॥
ଈଶ୍ଵର ସ୍ଵୟଂ ହିଁ ଜାଣିଥାନ୍ତି, କର୍ତ୍ତା ମଧ୍ୟ ସ୍ଵୟଂ ହିଁ ଅଟନ୍ତି, ସ୍ଵୟଂ ହିଁ ବିଗାଡି କାର୍ଯ୍ୟ ଠିକ କରିଥାନ୍ତି।

ਤਿਸੈ ਅਗੈ ਨਾਨਕਾ ਖਲਿਇ ਕੀਚੈ ਅਰਦਾਸਿ ॥੧॥
ହେ ନାନକ! ସେହି ଦୀନଦୟାଳୁଙ୍କ ସମ୍ମୁଖରେ ହିଁ ପ୍ରାର୍ଥନା କର||1||

ਮਃ ੧ ॥
ମହଲା 1॥ 

ਜਿਨਿ ਕੀਆ ਤਿਨਿ ਦੇਖਿਆ ਆਪੇ ਜਾਣੈ ਸੋਇ ॥
ଯିଏ ଦୁନିଆକୁ ଉତ୍ପନ୍ନ କରିଛନ୍ତି, ସେ ହିଁ ଏହାର ପୋଷଣ କରିଥାନ୍ତି, ସେ ସର୍ବଜ୍ଞାତା ଅଟନ୍ତି। 

ਕਿਸ ਨੋ ਕਹੀਐ ਨਾਨਕਾ ਜਾ ਘਰਿ ਵਰਤੈ ਸਭੁ ਕੋਇ ॥੨॥
ହେ ନାନକ! ଯେତେବେଳେ ସବୁ ହୃଦୟ ଘରେ ବ୍ୟାପ୍ତ ଥାଆନ୍ତି, ପୁଣି କାହାକୁ କୁହାଯାଇ ପାରିବ?||2||

ਪਉੜੀ ॥
ପଉଡୀ॥ 

ਸਭੇ ਥੋਕ ਵਿਸਾਰਿ ਇਕੋ ਮਿਤੁ ਕਰਿ ॥
ହେ ଜୀବ! ସବୁ ପଦାର୍ଥକୁ ଭୁଲି ଈଶ୍ଵରଙ୍କୁ ନିଜର ମିତ୍ର ବନାଅ,

ਮਨੁ ਤਨੁ ਹੋਇ ਨਿਹਾਲੁ ਪਾਪਾ ਦਹੈ ਹਰਿ ॥
ଏହା ଦ୍ଵାରା ମନ-ତନ ଆନନ୍ଦିତ ହୋଇଯିବ ଆଉ ପ୍ରଭୁ ପାପ ଦୂର କରିଦେବେ।

ਆਵਣ ਜਾਣਾ ਚੁਕੈ ਜਨਮਿ ਨ ਜਾਹਿ ਮਰਿ ॥
ତୋର ଜନ୍ମ-ମରଣ ଦୂର ହୋଇଯିବ ଆଉ ଜନ୍ମ-ମରଣ ରହିତ ହୋଇଯିବ।

ਸਚੁ ਨਾਮੁ ਆਧਾਰੁ ਸੋਗਿ ਨ ਮੋਹਿ ਜਰਿ ॥
ସଚ୍ଚା ନାମ ହିଁ ଏପରି ସାହାରା ଅଟେ, ଯାହାଦ୍ୱାରା ଶାକ୍ତ ଏବଂ ମୋହ ରୂପୀ ଅଗ୍ନିରେ ଜଳିବାକୁ ପଡେ ନାହିଁ।

ਨਾਨਕ ਨਾਮੁ ਨਿਧਾਨੁ ਮਨ ਮਹਿ ਸੰਜਿ ਧਰਿ ॥੨੦॥
ହେ ନାନକ! ପରମାତ୍ମାଙ୍କ ନାମ ସୁଖର ଭଣ୍ଡାର ଅଟେ, ଏହାକୁ ନିଜ ମନରେ ସାଇତି ରଖ||20||

ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥ 

ਮਾਇਆ ਮਨਹੁ ਨ ਵੀਸਰੈ ਮਾਂਗੈ ਦੰਮਾ ਦੰਮ ॥
ମନୁଷ୍ୟ ମନରୁ ଧନ-ଦୌଲତ ଭୁଲେ ନାହିଁ, ଏଣୁ ଅଧିକ ଧନ ହିଁ ଲାଳସା କରିଥାଏ।

ਸੋ ਪ੍ਰਭੁ ਚਿਤਿ ਨ ਆਵਈ ਨਾਨਕ ਨਹੀ ਕਰੰਮ ॥੧॥
ହେ ନାନକ! ଯଦି ଭାଗ୍ୟ ସାଥି ଦିଏନାହିଁ, ତାହାକୁ ପ୍ରଭୁ ମଧ୍ୟ ସ୍ମରଣରେ ଆସନ୍ତି ନାହିଁ|1||

ਮਃ ੫ ॥
ମହଲା 5॥ 

ਮਾਇਆ ਸਾਥਿ ਨ ਚਲਈ ਕਿਆ ਲਪਟਾਵਹਿ ਅੰਧ ॥
ଆରେ ଅନ୍ଧ! ମାୟା କେଉଁ ଜୀବ ସାଥିରେ ମଧ୍ୟ ଚାଲେ ନାହିଁ, ପୁଣି ଏହା ସହିତ କାହିଁକି ଲିପ୍ତ ରହୁଛ?

ਗੁਰ ਕੇ ਚਰਣ ਧਿਆਇ ਤੂ ਤੂਟਹਿ ਮਾਇਆ ਬੰਧ ॥੨॥
ତୁ ଗୁରୁଙ୍କ ଚରଣର ଧ୍ୟାନ କର, ତୋର ମାୟାର ବନ୍ଧନ ଦୂର ହୋଇଯିବ||2||

ਪਉੜੀ ॥
ପଉଡୀ॥ 

ਭਾਣੈ ਹੁਕਮੁ ਮਨਾਇਓਨੁ ਭਾਣੈ ਸੁਖੁ ਪਾਇਆ ॥
ପରମାତ୍ମା ନିଜ ଇଚ୍ଛାରେ ହିଁ ନିଜ ହୁକୁମ କରାଇ ଥାଆନ୍ତି ଏବଂ ଈଶ୍ଵରଙ୍କ ଇଚ୍ଛାରେ ହିଁ ଜୀବ ସୁଖ ପାଇଥାଏ।

ਭਾਣੈ ਸਤਿਗੁਰੁ ਮੇਲਿਓਨੁ ਭਾਣੈ ਸਚੁ ਧਿਆਇਆ ॥
ସେ ନିଜ ଇଚ୍ଛାରେ ଯାହାକୁ ସଦଗୁରୁଙ୍କ ସହିତ ମିଳାଇ ଦେଇଥାନ୍ତି, ସେ ଇଚ୍ଛାରେ ହିଁ ପରମ-ସତ୍ୟର ମନନ କରିଥାଏ।

ਭਾਣੇ ਜੇਵਡ ਹੋਰ ਦਾਤਿ ਨਾਹੀ ਸਚੁ ਆਖਿ ਸੁਣਾਇਆ ॥
ସଦଗୁରୁ ଏହି ସତ୍ୟ ହିଁ କହି ଶୁଣାଇଛନ୍ତି ଯେ ଈଶ୍ଵର ଇଚ୍ଛା ଭଳି ଆଉ କିଛି ଦାନ ନାହିଁ। 

ਜਿਨ ਕਉ ਪੂਰਬਿ ਲਿਖਿਆ ਤਿਨ ਸਚੁ ਕਮਾਇਆ ॥
ଯାହାର ଭାଗ୍ୟରେ ପୂର୍ବରୁ ଏପରି ଲେଖା ହୋଇଛି, ସେ ସତ୍ୟର ଆଚରଣ କରିଥାଏ।

ਨਾਨਕ ਤਿਸੁ ਸਰਣਾਗਤੀ ਜਿਨਿ ਜਗਤੁ ਉਪਾਇਆ ॥੨੧॥
ହେ ନାନକ! ତାହାଙ୍କ ଶରଣରେ ପଡି ରୁହ, ଯିଏ ଏହି ଜଗତ ଉତ୍ପନ୍ନ କରିଛନ୍ତି||21||

ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3॥ 

ਜਿਨ ਕਉ ਅੰਦਰਿ ਗਿਆਨੁ ਨਹੀ ਭੈ ਕੀ ਨਾਹੀ ਬਿੰਦ ॥
ଯାହାର ଅନ୍ତଃକାରଣରେ ଜ୍ଞାନ ନଥାଏ ଏବଂ ପରମାତ୍ମାଙ୍କ ପ୍ରତି କିଛି ମଧ୍ୟ ଭୟ ନଥାଏ,

ਨਾਨਕ ਮੁਇਆ ਕਾ ਕਿਆ ਮਾਰਣਾ ਜਿ ਆਪਿ ਮਾਰੇ ਗੋਵਿੰਦ ॥੧॥
ହେ ନାନକ! ସେହି ମୃତକ ମନୁଷ୍ୟକୁ ଆଉ କଣ ମାରିବା, ଯାହାକୁ ପ୍ରଭୁ ନିଜେ ମାରି ଦେଇଛନ୍ତି||1||

ਮਃ ੩ ॥
ମହଲା 3॥ 

ਮਨ ਕੀ ਪਤ੍ਰੀ ਵਾਚਣੀ ਸੁਖੀ ਹੂ ਸੁਖੁ ਸਾਰੁ ॥
ନିଯ ମନକୁ ଅଧ୍ୟୟନ କରିବା ହିଁ ପରମ ସୁଖ ଅଟେ।

ਸੋ ਬ੍ਰਾਹਮਣੁ ਭਲਾ ਆਖੀਐ ਜਿ ਬੂਝੈ ਬ੍ਰਹਮੁ ਬੀਚਾਰੁ ॥
ସେହି ବ୍ରାହ୍ମଣକୁ ଉତ୍ତମ କହିବା ଉଚିତ ଯିଏ ବ୍ରହ୍ମ-ବିଚାରକୁ ବୁଝି ନେଇଥାଏ।

ਹਰਿ ਸਾਲਾਹੇ ਹਰਿ ਪੜੈ ਗੁਰ ਕੈ ਸਬਦਿ ਵੀਚਾਰਿ ॥
ସେ ଗୁରୁଙ୍କ ଶବ୍ଦର ଗହନ ଚିନ୍ତନ କରି ପରମାତ୍ମାଙ୍କ ସ୍ତୁତି ଏବଂ ତାହାଙ୍କ ଗୁଣର ଅଧ୍ୟୟନ କରିଥାଏ।

error: Content is protected !!