ਸਾਚਿ ਰਤੇ ਸਚੁ ਅੰਮ੍ਰਿਤੁ ਜਿਹਵਾ ਮਿਥਿਆ ਮੈਲੁ ਨ ਰਾਈ ॥
ସତ୍ୟରେ ଲୀନ ସେବକର ଜିହ୍ଵାରେ ସତ୍ୟ ରୂପୀ ଅମୃତ ହିଁ ହୋଇଥାଏ ଆଉ ମିଥ୍ୟାର ମଇଳା ତାହାକୁ ଆଦୌ ଲାଗେ ନାହିଁ।
ਨਿਰਮਲ ਨਾਮੁ ਅੰਮ੍ਰਿਤ ਰਸੁ ਚਾਖਿਆ ਸਬਦਿ ਰਤੇ ਪਤਿ ਪਾਈ ॥੩॥
ସେ ନିର୍ମଳ ନାମାମୃତର ହରିରସ ଚାଖିଅଛି ଏବଂ ଶବ୍ଦରେ ରତ ରହି ଶୋଭା ପ୍ରାପ୍ତ କରିଥାଏ||3||
ਗੁਣੀ ਗੁਣੀ ਮਿਲਿ ਲਾਹਾ ਪਾਵਸਿ ਗੁਰਮੁਖਿ ਨਾਮਿ ਵਡਾਈ ॥
ଗୁଣବାନ ବ୍ୟକ୍ତି ପୂର୍ଣ୍ଣ ଗୁଣବାନ ସନ୍ଥ ଗୁରୁଙ୍କ ସହିତ ସାକ୍ଷାତ କରି ଲାଭ ପ୍ରାପ୍ତ କରିଥାଏ ଏବଂ ଗୁରୁମୁଖୀ ବନି ପ୍ରଭୁ-ନାମର ସଙ୍କୀର୍ତ୍ତନ କରି ଶୋଭା ପାଇଥାଏ।
ਸਗਲੇ ਦੂਖ ਮਿਟਹਿ ਗੁਰ ਸੇਵਾ ਨਾਨਕ ਨਾਮੁ ਸਖਾਈ ॥੪॥੫॥੬॥
ଗୁରୁ ନାନକଙ୍କ ସନ୍ଦେଶ ଯେ ଗୁରୁଙ୍କ ସେବା କରିବା ଦ୍ଵାରା ସବୁ ଦୁଃଖ ଦୂର ହୋଇଯାଏ ଏବଂ ହରିନାମ ତାହାର ସହାୟକ ହୋଇଥାଏ||4||5||6||
ਭੈਰਉ ਮਹਲਾ ੧ ॥
ଭୈରଉ ମହଲା 1॥
ਹਿਰਦੈ ਨਾਮੁ ਸਰਬ ਧਨੁ ਧਾਰਣੁ ਗੁਰ ਪਰਸਾਦੀ ਪਾਈਐ ॥
ଗୁରୁଙ୍କ କୃପାରୁ ହୃଦୟରେ ସର୍ବୋଚ୍ଚ ଧନ ପ୍ରଭୁ-ନାମ ପ୍ରାପ୍ତ ହୋଇଥାଏ।
ਅਮਰ ਪਦਾਰਥ ਤੇ ਕਿਰਤਾਰਥ ਸਹਜ ਧਿਆਨਿ ਲਿਵ ਲਾਈਐ ॥੧॥
ସ୍ଵାଭାବିକ ସ୍ୱଭାବରେ ଧ୍ୟାନ ଲଗାଇ ପ୍ରଭୁଙ୍କ ଠାରେ ଲଗ୍ନ ଲଗାଇବା ଦ୍ଵାରା ଅମର ପଦାର୍ଥ ଦ୍ଵାରା ଜୀବ କୃତାର୍ଥ ହୋଇଯାଏ||1||
ਮਨ ਰੇ ਰਾਮ ਭਗਤਿ ਚਿਤੁ ਲਾਈਐ ॥
ହେ ମନ! ଈଶ୍ଵରଙ୍କ ଭକ୍ତିରେ ଧ୍ୟାନ ଲଗାଅ।
ਗੁਰਮੁਖਿ ਰਾਮ ਨਾਮੁ ਜਪਿ ਹਿਰਦੈ ਸਹਜ ਸੇਤੀ ਘਰਿ ਜਾਈਐ ॥੧॥ ਰਹਾਉ ॥
ଗୁରୁମୁଖୀ ବନି ହୃଦୟରେ ରାମନାମ ଜପ କରିବା ଦ୍ଵାରା ସ୍ଵାଭାବିକ ଭାବରେ ବାସ୍ତବିକ ଘରକୁ ଗମନ କରାଯାଇ ପାରେ॥1॥ରୁହ॥
ਭਰਮੁ ਭੇਦੁ ਭਉ ਕਬਹੁ ਨ ਛੂਟਸਿ ਆਵਤ ਜਾਤ ਨ ਜਾਨੀ ॥
ଭ୍ରମ, ଭେଦଭାବ ଓ ଭୟ କେବେ ଦୂର ହୁଏନାହିଁ ଏବଂ ନା ସଂସାରକୁ ଆସିବା ଯିବା ରହସ୍ୟ ବୁଝିଥାଏ।
ਬਿਨੁ ਹਰਿ ਨਾਮ ਕੋ ਮੁਕਤਿ ਨ ਪਾਵਸਿ ਡੂਬਿ ਮੁਏ ਬਿਨੁ ਪਾਨੀ ॥੨॥
ବାସ୍ତବରେ ହରିନାମ ବିନା କେହି ମଧ୍ୟ ମୁକ୍ତି ପ୍ରାପ୍ତ କରିପାରେ ନାହିଁ ଏବଂ ନାମବିହୀନ ପାଣିରେ ବୁଡି ମରିଯାଇ ଥାଏ||2||
ਧੰਧਾ ਕਰਤ ਸਗਲੀ ਪਤਿ ਖੋਵਸਿ ਭਰਮੁ ਨ ਮਿਟਸਿ ਗਵਾਰਾ ॥
ସାଂସାରିକ କର୍ମ କରି ଜୀବ ନିଜ ଇଜ୍ଜତ ହରାଇ ଦେଇଥାଏ, ପୁଣି ମୂର୍ଖ ଜୀବର ଭ୍ରମ ଦୂର ହୁଏନାହିଁ।
ਬਿਨੁ ਗੁਰ ਸਬਦ ਮੁਕਤਿ ਨਹੀ ਕਬ ਹੀ ਅੰਧੁਲੇ ਧੰਧੁ ਪਸਾਰਾ ॥੩॥
ଶବ୍ଦ-ଗୁରୁଙ୍କ ବିନା କେବେ ମୁକ୍ତି ମିଳେନାହିଁ, ଅନ୍ଧ ଜୀବ କେବଳ ଧନ୍ଦାର ପ୍ରସାର କରିଥାଏ||3||
ਅਕੁਲ ਨਿਰੰਜਨ ਸਿਉ ਮਨੁ ਮਾਨਿਆ ਮਨ ਹੀ ਤੇ ਮਨੁ ਮੂਆ ॥
ଯେତେବେଳ ମାୟାତୀତ ପରମେଶ୍ଵରଙ୍କ ଠାରେ ମନ ମାନିଥାଏ, ମନର ବିକାର ସମାପ୍ତ ହୋଇଥାଏ।
ਅੰਤਰਿ ਬਾਹਰਿ ਏਕੋ ਜਾਨਿਆ ਨਾਨਕ ਅਵਰੁ ਨ ਦੂਆ ॥੪॥੬॥੭॥
ନାନକ କହନ୍ତି ଯେ ଭିତର-ବାହାର ସବୁଠାରେ ଈଶ୍ଵରଙ୍କୁ ହିଁ ମାନିଥାନ୍ତି, ତାହାଙ୍କ ବିନା ଅନ୍ୟର ପ୍ରୀତିରେ କୌଣସି ରୁଚି ନାହିଁ||4||6||7||
ਭੈਰਉ ਮਹਲਾ ੧ ॥
ଭୈରଉ ମହଲା 1॥
ਜਗਨ ਹੋਮ ਪੁੰਨ ਤਪ ਪੂਜਾ ਦੇਹ ਦੁਖੀ ਨਿਤ ਦੂਖ ਸਹੈ ॥
ଯଜ୍ଞ, ହୋମ, ଦାନ-ପୂଣ୍ୟ, ତପସ୍ୟା ଓ ପୂଜା ଇତ୍ୟାଦିରୁ ନିବୃତ୍ତ ହୋଇ ଶରୀର ଦୁଃଖୀ ହୋଇଥାଏ ଏବଂ ନିତ୍ୟ ଦୁଃଖ ସହ୍ୟ କରିଥାଏ।
ਰਾਮ ਨਾਮ ਬਿਨੁ ਮੁਕਤਿ ਨ ਪਾਵਸਿ ਮੁਕਤਿ ਨਾਮਿ ਗੁਰਮੁਖਿ ਲਹੈ ॥੧॥
ରାମନାମ ବିନା ଜୀବକୁ ମୁକ୍ତି ପ୍ରାପ୍ତ ହୁଏନାହି ଏବଂ ସଂସାରରୁ ମୁକ୍ତି ଦେବା ବାଲା ନାମ ଗୁରୁଙ୍କ ଠାରୁ ହିଁ ମିଳିଥାଏ||1||
ਰਾਮ ਨਾਮ ਬਿਨੁ ਬਿਰਥੇ ਜਗਿ ਜਨਮਾ ॥
ରାମନାମ ବିନା ଜଗତରେ ଜନ୍ମ ନେବା ବ୍ୟର୍ଥ ଅଟେ,
ਬਿਖੁ ਖਾਵੈ ਬਿਖੁ ਬੋਲੀ ਬੋਲੈ ਬਿਨੁ ਨਾਵੈ ਨਿਹਫਲੁ ਮਰਿ ਭ੍ਰਮਨਾ ॥੧॥ ਰਹਾਉ ॥
ଜୀବ ବିକାର ରୂପୀ ଯାହାର ଖାଇଥାଏ, ଜହର ଭରା କଥା କହିଥାଏ ଏବଂ ପ୍ରଭୁନାମ ବିନା ନିଷ୍ଫଳ ହୋଇ ପଥଭ୍ରଷ୍ଟ ରହିଥାଏ॥1॥ରୁହ॥
ਪੁਸਤਕ ਪਾਠ ਬਿਆਕਰਣ ਵਖਾਣੈ ਸੰਧਿਆ ਕਰਮ ਤਿਕਾਲ ਕਰੈ ॥
କେହି ପୁସ୍ତକ ପାଠ ଓ ବ୍ୟାକରଣର ବ୍ୟାଖ୍ୟା କରିଥାଏ, ପ୍ରାତଃ କାଳରେ, ମଧ୍ୟାହ୍ନ ଏବଂ ସନ୍ଧ୍ୟାରେ ବନ୍ଦନା କରିଥାଏ,
ਬਿਨੁ ਗੁਰ ਸਬਦ ਮੁਕਤਿ ਕਹਾ ਪ੍ਰਾਣੀ ਰਾਮ ਨਾਮ ਬਿਨੁ ਉਰਝਿ ਮਰੈ ॥੨॥
କିନ୍ତୁ ଶବ୍ଦ ଗୁରୁଙ୍କ ବିନା ଏପରି ପ୍ରାଣୀ କିପରି ମୁକ୍ତି ପାଇ ପାରିବ, ରାମନମ ବିନା ସେ ଅନେକ କାର୍ଯ୍ୟରେ ଲିପ୍ତ ରହି ମରିଥାଏ||2||
ਡੰਡ ਕਮੰਡਲ ਸਿਖਾ ਸੂਤੁ ਧੋਤੀ ਤੀਰਥਿ ਗਵਨੁ ਅਤਿ ਭ੍ਰਮਨੁ ਕਰੈ ॥
ଯଦି କେହି ଦଣ୍ଡ, କମଣ୍ଡଳୁ, ପଇତା, ଧୋତି ଧାରଣ କରି ଅନେକ ଥର ତୀର୍ଥରେ ଭ୍ରମଣ କରିଥାଏ,
ਰਾਮ ਨਾਮ ਬਿਨੁ ਸਾਂਤਿ ਨ ਆਵੈ ਜਪਿ ਹਰਿ ਹਰਿ ਨਾਮੁ ਸੁ ਪਾਰਿ ਪਰੈ ॥੩॥
କିନ୍ତୁ ରାମନାମ ବିନା ତାହାର ମନକୁ ଶାନ୍ତି ପ୍ରାପ୍ତ ହୁଏନାହିଁ। ଯିଏ ଈଶ୍ଵରଙ୍କ ନାମ ଜପିଥାଏ, ସେ ସଂସାର-ସାଗରରୁ ପାର ହୋଇଯାଏ ||3||
ਜਟਾ ਮੁਕਟੁ ਤਨਿ ਭਸਮ ਲਗਾਈ ਬਸਤ੍ਰ ਛੋਡਿ ਤਨਿ ਨਗਨੁ ਭਇਆ ॥
ଯଦି ଯୋଗୀ ବନି ଜଟର ମୁକୁଟ ବନାଇ ଥାଏ, ଶରୀରରେ ଭସ୍ମ ଲଗାଇ ବସ୍ତ୍ର ତ୍ୟାଗ କରି ନଗ୍ନ ହୋଇଥାଏ,
ਰਾਮ ਨਾਮ ਬਿਨੁ ਤ੍ਰਿਪਤਿ ਨ ਆਵੈ ਕਿਰਤ ਕੈ ਬਾਂਧੈ ਭੇਖੁ ਭਇਆ ॥੪॥
ତଥାପି ରାମନାମ ବିନା ତୃପ୍ତି ମିଳେନାହିଁ, ଏହା କର୍ମ ଫଳ ରୂପରେ ମିଳିଥାଏ||4||
ਜੇਤੇ ਜੀਅ ਜੰਤ ਜਲਿ ਥਲਿ ਮਹੀਅਲਿ ਜਤ੍ਰ ਕਤ੍ਰ ਤੂ ਸਰਬ ਜੀਆ ॥
ହେ ଈଶ୍ଵର! ତୁ ସବୁଙ୍କ ଠାରେ ବ୍ୟାପ୍ତ ଅଛୁ।
ਗੁਰ ਪਰਸਾਦਿ ਰਾਖਿ ਲੇ ਜਨ ਕਉ ਹਰਿ ਰਸੁ ਨਾਨਕ ਝੋਲਿ ਪੀਆ ॥੫॥੭॥੮॥
ନାନକ ବିନତି କରନ୍ତି ଯେ ଗୁରୁ କୃପାରୁ ଡାସକୁ ରକ୍ଷା କର, ସେ ହରିନାମ ରସ ହିଁ ପାନ କରିଛନ୍ତି||5||7||8||
ਰਾਗੁ ਭੈਰਉ ਮਹਲਾ ੩ ਚਉਪਦੇ ਘਰੁ ੧
ରାଗ ଭୈରଉ ମହଲା 3 ଚଉପଦୀ ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਜਾਤਿ ਕਾ ਗਰਬੁ ਨ ਕਰੀਅਹੁ ਕੋਈ ॥
ହେ ସଜ୍ଜନ, ଜାତିର କୌଣସି ଗର୍ବ କର ନାହିଁ,
ਬ੍ਰਹਮੁ ਬਿੰਦੇ ਸੋ ਬ੍ਰਾਹਮਣੁ ਹੋਈ ॥੧॥
ଯିଏ ବ୍ରହ୍ମକୁ ମାନିଥାଏ, ବାସ୍ତବରେ ସେ ହିଁ ବ୍ରାହ୍ମଣ ହୋଇଥାଏ||1||
ਜਾਤਿ ਕਾ ਗਰਬੁ ਨ ਕਰਿ ਮੂਰਖ ਗਵਾਰਾ ॥
ହେ ମୂର୍ଖ! ଜାତିର ଗର୍ବ କର ନାହିଁ,