ਕਰਮੁ ਹੋਵੈ ਗੁਰੁ ਕਿਰਪਾ ਕਰੈ ॥
ଯଦି ଉତ୍ତମ ଭାଗ୍ୟ ହୋଇଥାଏ, ତାହାହେଲେ ଗୁରୁ କୃପା କରିଥାନ୍ତି,
ਇਹੁ ਮਨੁ ਜਾਗੈ ਇਸੁ ਮਨ ਕੀ ਦੁਬਿਧਾ ਮਰੈ ॥੪॥
ଏହି ମନ ଜାଗୃତ ହୋଇଯାଏ ଆଉ ଏହି ମନର ଦ୍ଵିଧା ସମାପ୍ତ ହୋଇଯାଏ||4||
ਮਨ ਕਾ ਸੁਭਾਉ ਸਦਾ ਬੈਰਾਗੀ ॥
ମନର ସ୍ଵଭାବ ସଦା ବୈରାଗ୍ୟପୂର୍ଣ୍ଣ ଅଟେ ଏବଂ
ਸਭ ਮਹਿ ਵਸੈ ਅਤੀਤੁ ਅਨਰਾਗੀ ॥੫॥
ସବୁଙ୍କ ଠାରେ ସେହି ପ୍ରିୟ ଈଶ୍ଵର ବାସ କରିଥାନ୍ତି||5||
ਕਹਤ ਨਾਨਕੁ ਜੋ ਜਾਣੈ ਭੇਉ ॥ ਆਦਿ ਪੁਰਖੁ ਨਿਰੰਜਨ ਦੇਉ ॥੬॥੫॥
ନାନା କହନ୍ତି ଯେ ଯିଏ ଏହି ରହସ୍ୟକୁ ଜାଣିଥାଏ, ସେ ଆଦି ପୁରୁଷ ନିରଞ୍ଜନଙ୍କ ରୂପ ଅଟେ॥6॥5॥
ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥
ਰਾਮ ਨਾਮੁ ਜਗਤ ਨਿਸਤਾਰਾ ॥ ਭਵਜਲੁ ਪਾਰਿ ਉਤਾਰਣਹਾਰਾ ॥੧॥
ରାମନାମ ଜଗତର ମୁକ୍ତିଦାତା ଅଟନ୍ତି ଆଉ ସେ ହିଁ ସଂସାର ସାଗରରୁ ପାର କରାଇବା ବାଲା ଅଟନ୍ତି||1||
ਗੁਰ ਪਰਸਾਦੀ ਹਰਿ ਨਾਮੁ ਸਮ੍ਹ੍ਹਾਲਿ ॥ ਸਦ ਹੀ ਨਿਬਹੈ ਤੇਰੈ ਨਾਲਿ ॥੧॥ ਰਹਾਉ ॥
ଗୁରୁଙ୍କ କୃପାରୁ ହରିନାମ ସ୍ମରଣ କର, ହେ ଭାଇ! ସେ ସଦା ତୋ’ ସାଥିରେ ରହିଥାନ୍ତି॥1॥ରୁହ॥
ਨਾਮੁ ਨ ਚੇਤਹਿ ਮਨਮੁਖ ਗਾਵਾਰਾ ॥
ମୂର୍ଖ ମନମୁଖୀ ଜୀବ ହରିନାମ ସ୍ମରଣ କରେନାହିଁ, ପୁଣି
ਬਿਨੁ ਨਾਵੈ ਕੈਸੇ ਪਾਵਹਿ ਪਾਰਾ ॥੨॥
ନାମ ବିନା ସେ କିପରି ପାର ହୋଇ ପାରିବ||2||
ਆਪੇ ਦਾਤਿ ਕਰੇ ਦਾਤਾਰੁ ॥
ବାସ୍ତବରେ ହରିନାମର ଦାତା ଈଶ୍ଵର ସ୍ଵୟଂ ଦାନ କରିଥାନ୍ତି,
ਦੇਵਣਹਾਰੇ ਕਉ ਜੈਕਾਰੁ ॥੩॥
ସେହି ଦାତାଙ୍କୁ ଆମର କୋଟି-କୋଟି ବନ୍ଦନା ଅଟେ||3||
ਨਦਰਿ ਕਰੇ ਸਤਿਗੁਰੂ ਮਿਲਾਏ ॥ ਨਾਨਕ ਹਿਰਦੈ ਨਾਮੁ ਵਸਾਏ ॥੪॥੬॥
ଯଦି ପ୍ରଭୁ କୃପା କରନ୍ତି, ସଦଗୁରୁଙ୍କ ସହିତ ମିଳାଇ ଦିଅନ୍ତି। ନାନକ କୁହନ୍ତି ଯେ ପୁଣି ଗୁରୁ ହୃଦୟରେ ହରିନାମ ବାସ କରାଇ ଦିଅନ୍ତି॥4॥6॥
ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥
ਨਾਮੇ ਉਧਰੇ ਸਭਿ ਜਿਤਨੇ ਲੋਅ ॥
ଯେତେ ସବୁ ଲୋକ ଅଛନ୍ତି, ହରିନାମ ଦ୍ଵାରା ତାହାଙ୍କ ଉଦ୍ଧାର ହୋଇଛି ଏବଂ
ਗੁਰਮੁਖਿ ਜਿਨਾ ਪਰਾਪਤਿ ਹੋਇ ॥੧॥
ଗୁରୁଙ୍କ ଠାରୁ ସବୁଙ୍କ ହରିନାମ ପ୍ରାପ୍ତ ହୋଇଥାଏ||1||
ਹਰਿ ਜੀਉ ਅਪਣੀ ਕ੍ਰਿਪਾ ਕਰੇਇ ॥
ଈଶ୍ଵର ନିଜ କୃପା କରିଥାନ୍ତି ଏବଂ
ਗੁਰਮੁਖਿ ਨਾਮੁ ਵਡਿਆਈ ਦੇਇ ॥੧॥ ਰਹਾਉ ॥
ଗୁରୁମୁଖୀକୁ ନାମ ଦେଇ ବଡିମା ପ୍ରଦାନ କରିଥାନ୍ତି॥1॥ରୁହ॥
ਰਾਮ ਨਾਮਿ ਜਿਨ ਪ੍ਰੀਤਿ ਪਿਆਰੁ ॥
ଯାହାର ରାମନାମ ସହିତ ପ୍ରେମ ଅଛି,
ਆਪਿ ਉਧਰੇ ਸਭਿ ਕੁਲ ਉਧਾਰਣਹਾਰੁ ॥੨॥
ତାହାର ଉଦ୍ଧାର ସ୍ଵୟଂ ହୋଇଯାଏ, ସେ ସଂପୂର୍ଣ୍ଣ କୁଳର ଉଦ୍ଧାର କରାଇ ଦେଇଥାନ୍ତି||2||
ਬਿਨੁ ਨਾਵੈ ਮਨਮੁਖ ਜਮ ਪੁਰਿ ਜਾਹਿ ॥
ପ୍ରଭୁ ନାମବିହୀନ ମନମୁଖୀ ଜୀବ ଯମପୁରୀ(ନର୍କ) ଯାଇଥାଏ ଏବଂ
ਅਉਖੇ ਹੋਵਹਿ ਚੋਟਾ ਖਾਹਿ ॥੩॥
ନିର୍ଯ୍ୟାତିତ ହୋଇ କଷ୍ଟ ଭୋଗ କରିଥାଏ||3||
ਆਪੇ ਕਰਤਾ ਦੇਵੈ ਸੋਇ ॥ ਨਾਨਕ ਨਾਮੁ ਪਰਾਪਤਿ ਹੋਇ ॥੪॥੭॥
ନାନକ! ଯେତେବେଳେ ଇଶ୍ଵର ସ୍ଵୟଂ ଦେଇଥାନ୍ତି, ନାମ ପ୍ରାପ୍ତ ହୋଇଥାଏ॥4॥7॥
ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥
ਗੋਵਿੰਦ ਪ੍ਰੀਤਿ ਸਨਕਾਦਿਕ ਉਧਾਰੇ ॥
ଗୋବିନ୍ଦଙ୍କ ସହିତ ପ୍ରେମର ଫଳ ସ୍ୱରୂପ ସନକ-ସନନ୍ଦନର ଉଦ୍ଧାର ହୋଇଛି,
ਰਾਮ ਨਾਮ ਸਬਦਿ ਬੀਚਾਰੇ ॥੧॥
ସେମାନେ ରାମନାମ ଶବ୍ଦର ଚିନ୍ତନ କରିଛନ୍ତି||1||
ਹਰਿ ਜੀਉ ਅਪਣੀ ਕਿਰਪਾ ਧਾਰੁ ॥
ଯଦି ଈଶ୍ଵର ନିଜ କୃପା କରିଥାନ୍ତି, ତାହାହେଲେ
ਗੁਰਮੁਖਿ ਨਾਮੇ ਲਗੈ ਪਿਆਰੁ ॥੧॥ ਰਹਾਉ ॥
ଗୁରୁ ଦ୍ଵାରା ନାମ ସହିତ ପ୍ରେମ ହୋଇଯାଏ॥1॥ରୁହ॥
ਅੰਤਰਿ ਪ੍ਰੀਤਿ ਭਗਤਿ ਸਾਚੀ ਹੋਇ ॥
ଅନ୍ତର୍ମନରେ ପ୍ରେମ ସହିତ ସଚ୍ଚା ଭକ୍ତି ହୋଇଥାଏ ଏବଂ
ਪੂਰੈ ਗੁਰਿ ਮੇਲਾਵਾ ਹੋਇ ॥੨॥
ପୂର୍ଣ୍ଣ ଗୁରୁଙ୍କ ସହିତ ମିଳନ ହୋଇଯାଏ||2||
ਨਿਜ ਘਰਿ ਵਸੈ ਸਹਜਿ ਸੁਭਾਇ ॥ ਗੁਰਮੁਖਿ ਨਾਮੁ ਵਸੈ ਮਨਿ ਆਇ ॥੩॥
ପୁଣି ଜୀବ ସ୍ଵାଭାବିକ ଭାବରେ ନିଜର ବାସ୍ତବିକ ଘରେ ବାସ କରିଥାଏ ଏବଂ ଗୁରୁ ଦ୍ଵାରା ମନରେ ହରିନାମ ବାସ କରିଥାଏ॥3॥
ਆਪੇ ਵੇਖੈ ਵੇਖਣਹਾਰੁ ॥
ସେହି ଦେଖିବା ବାଲା ପ୍ରଭୁ ସ୍ଵୟଂ ହିଁ ଦେଖିଥାନ୍ତି,
ਨਾਨਕ ਨਾਮੁ ਰਖਹੁ ਉਰ ਧਾਰਿ ॥੪॥੮॥
ହେ ନାନକ! ହରିନାମ ନିଜ ହୃଦୟରେ ସ୍ଥାପନ କର||4||8||
ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥
ਕਲਜੁਗ ਮਹਿ ਰਾਮ ਨਾਮੁ ਉਰ ਧਾਰੁ ॥
କଳିଯୁଗରେ ରାମନାମ ହୃଦୟରେ ଧାରଣ କର;
ਬਿਨੁ ਨਾਵੈ ਮਾਥੈ ਪਾਵੈ ਛਾਰੁ ॥੧॥
କାରଣ ନାମ ବିନା ଧ୍ଵଂସ ହୋଇଯିବ||1||
ਰਾਮ ਨਾਮੁ ਦੁਲਭੁ ਹੈ ਭਾਈ ॥
ହେ ଭାଇ! ରାମନାମ ଦୁର୍ଲଭ ଅଟେ,
ਗੁਰ ਪਰਸਾਦਿ ਵਸੈ ਮਨਿ ਆਈ ॥੧॥ ਰਹਾਉ ॥
ଏଣୁ ଗୁରୁଙ୍କ କୃପାରୁ ହିଁ ତାହା ମନରେ ବାସ କରିଥାଏ॥1॥ରୁହ॥
ਰਾਮ ਨਾਮੁ ਜਨ ਭਾਲਹਿ ਸੋਇ ॥
ମନୁଷ୍ୟ ରାମନାମ ହିଁ ଖୋଜିଥାଏ,
ਪੂਰੇ ਗੁਰ ਤੇ ਪ੍ਰਾਪਤਿ ਹੋਇ ॥੨॥
ଯଦି ପୂର୍ଣ୍ଣ ଗୁରୁଙ୍କ ଠାରୁ ଏହା ପ୍ରାପ୍ତ ହୋଇଥାଏ||2||
ਹਰਿ ਕਾ ਭਾਣਾ ਮੰਨਹਿ ਸੇ ਜਨ ਪਰਵਾਣੁ ॥
ଯିଏ ପରମାତ୍ମାଙ୍କ ଇଚ୍ଛାକୁ ମାନିଥାଏ, ସେହି ବ୍ୟକ୍ତି ଜୀବନରେ ସଫଳ ହୋଇଥାଏ ଏବଂ
ਗੁਰ ਕੈ ਸਬਦਿ ਨਾਮ ਨੀਸਾਣੁ ॥੩॥
ଗୁରୁଙ୍କ ଉପଦେଶ ଦ୍ଵାରା ଲବ୍ଧ ପ୍ରଭୁନାମରେ ହିଁ ଲୀନ ରହିଥାଏ||3||
ਸੋ ਸੇਵਹੁ ਜੋ ਕਲ ਰਹਿਆ ਧਾਰਿ ॥
ଯିଏ ସର୍ବଶକ୍ତିକୁ ଧାରଣ କରିଥାନ୍ତି, ସେହି ଈଶ୍ଵରଙ୍କ ଉପାସନା ହିଁ କର।
ਨਾਨਕ ਗੁਰਮੁਖਿ ਨਾਮੁ ਪਿਆਰਿ ॥੪॥੯॥
ହେ ନାନକ! ଗୁରୁଙ୍କ ସାନ୍ନିଧ୍ୟରେ ପ୍ରଭୁ-ନାମ ସହିତ ପ୍ରେମ ବନି ରହିଥାଏ||4||9||
ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥
ਕਲਜੁਗ ਮਹਿ ਬਹੁ ਕਰਮ ਕਮਾਹਿ ॥
କଳିଯୁଗରେ ମନୁଷ୍ୟ ଅନେକ କର୍ମକାଣ୍ଡ କରିଥାଏ,
ਨਾ ਰੁਤਿ ਨ ਕਰਮ ਥਾਇ ਪਾਹਿ ॥੧॥
ପରନ୍ତୁ ଏହା କର୍ମକାଣ୍ଡ କରିବାର ସମୟ ନୁହେଁ, ସେଥିପାଇଁ କୌଣସି କର୍ମ ସଫଳ ହୁଏନାହିଁ||1||
ਕਲਜੁਗ ਮਹਿ ਰਾਮ ਨਾਮੁ ਹੈ ਸਾਰੁ ॥
କଳିଯୁଗରେ ରାମନାମ ହିଁ ଉପଯୋଗୀ ଅଟେ ଏବଂ
ਗੁਰਮੁਖਿ ਸਾਚਾ ਲਗੈ ਪਿਆਰੁ ॥੧॥ ਰਹਾਉ ॥
ଗୁରୁଙ୍କ ସାନ୍ନିଧ୍ୟରେ ଜୀବର ପ୍ରେମ ପ୍ରଭୁଙ୍କ ସହିତ ହୋଇଯାଏ॥1॥ରୁହ॥
ਤਨੁ ਮਨੁ ਖੋਜਿ ਘਰੈ ਮਹਿ ਪਾਇਆ ॥ ਗੁਰਮੁਖਿ ਰਾਮ ਨਾਮਿ ਚਿਤੁ ਲਾਇਆ ॥੨॥
ତନ-ମନକୁ ସନ୍ଧାନ କରି ଏହି ହୃଦୟ-ଘରେ ହିଁ ପ୍ରାପ୍ତ କରାଯାଇ ପାରେ ଏବଂ ଗୁରୁଙ୍କ ସାନ୍ନିଧ୍ୟରେ ରାମନାମ ସହିତ ଚିତ୍ତ ଲାଗି ରହିଥାଏ||2||