ODIA PAGE 1138

ਨਾਮ ਬਿਨਾ ਸਭ ਦੁਨੀਆ ਛਾਰੁ ॥੧॥
ପ୍ରଭୁ-ନାମ ବିନା ସାରା ଦୁନିଆ ଧୂଳି ସମାନ ଅଟେ||1||

ਅਚਰਜੁ ਤੇਰੀ ਕੁਦਰਤਿ ਤੇਰੇ ਕਦਮ ਸਲਾਹ ॥
ତୋ’ ଦ୍ଵାରା ବନା ହୋଇଥିବା ପ୍ରକୃତି ଅଦ୍ଭୁତ ଅଟେ ଆଉ ତୋର ଉପକାର ମଧ୍ୟ ପ୍ରଶଂସନୀୟ ଅଟେ। 

ਗਨੀਵ ਤੇਰੀ ਸਿਫਤਿ ਸਚੇ ਪਾਤਿਸਾਹ ॥੨॥
ହେ ସଚ୍ଚା ବାଦଶାହ! ତୋର ସ୍ତୁତିର କୌଣସି ମୂଲ୍ୟ ନାହିଁ||2||

ਨੀਧਰਿਆ ਧਰ ਪਨਹ ਖੁਦਾਇ ॥
ହେ ପ୍ରଭୁ! ନିରାଶ୍ରୟ ଲୋକଙ୍କ ଆଶ୍ରୟ ତୁ ହିଁ ଅଟୁ।

ਗਰੀਬ ਨਿਵਾਜੁ ਦਿਨੁ ਰੈਣਿ ਧਿਆਇ ॥੩॥
ହେ ଗରିବ-ନୱାଜ! ମୁଁ ଦିନ-ରାତି ଧ୍ୟାନରେ ଲୀନ ରହିଥାଏ||3||

ਨਾਨਕ ਕਉ ਖੁਦਿ ਖਸਮ ਮਿਹਰਵਾਨ ॥
ନାନକ କହନ୍ତି ଯେ ମାଲିକ ସ୍ଵୟଂ ତାହା ଉପରେ କୃପାଳୁ ହୋଇଥାନ୍ତି ଏବଂ 

ਅਲਹੁ ਨ ਵਿਸਰੈ ਦਿਲ ਜੀਅ ਪਰਾਨ ॥੪॥੧੦॥
ହୃଦୟ-ପ୍ରାଣ ଠାରୁ ସେ ପ୍ରଭୁଙ୍କୁ ଅଲଗା ଭାବେ ନାହିଁ ||4||10||.

ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 3॥ 

ਸਾਚ ਪਦਾਰਥੁ ਗੁਰਮੁਖਿ ਲਹਹੁ ॥
ପ୍ରଭୁ-ନାମ ରୂପୀ ସଚ୍ଚା ପଦାର୍ଥ ଗୁରୁଙ୍କ ଠାରୁ ପ୍ରାପ୍ତ କର ଆଉ

ਪ੍ਰਭ ਕਾ ਭਾਣਾ ਸਤਿ ਕਰਿ ਸਹਹੁ ॥੧॥
ପ୍ରଭୁଙ୍କ ଇଚ୍ଛାକୁ ସତ୍ୟ ଭାବ||1||

ਜੀਵਤ ਜੀਵਤ ਜੀਵਤ ਰਹਹੁ ॥
ଆଧ୍ୟାତ୍ମିକ ଭାବରେ ବଞ୍ଚି ରହିବାକୁ ହେଲେ 

ਰਾਮ ਰਸਾਇਣੁ ਨਿਤ ਉਠਿ ਪੀਵਹੁ ॥
ରାମନାମ ରୂପୀ ରସାୟନର ନିତ୍ୟ ପାନ କର।

ਹਰਿ ਹਰਿ ਹਰਿ ਹਰਿ ਰਸਨਾ ਕਹਹੁ ॥੧॥ ਰਹਾਉ ॥
ହେ ସଜ୍ଜନ! ପ୍ରତି କ୍ଷଣରେ ଈଶ୍ବରଣ ଗୁଣଗାନ କର॥1॥ରୁହ॥

ਕਲਿਜੁਗ ਮਹਿ ਇਕ ਨਾਮਿ ਉਧਾਰੁ ॥ ਨਾਨਕੁ ਬੋਲੈ ਬ੍ਰਹਮ ਬੀਚਾਰੁ ॥੨॥੧੧॥
କଳିଯୁଗରେ କେବଳ ପ୍ରଭ-ନାମ ଦ୍ଵାରା ହିଁ ସଂସାରର ବନ୍ଧନରୁ ଉଦ୍ଧାର ହୋଇପାରେ, ନାନକ ଏହି ବ୍ରହ୍ମ ବିଚାର ବୋଲିଥାନ୍ତି||2||11||

ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 3॥ 

ਸਤਿਗੁਰੁ ਸੇਵਿ ਸਰਬ ਫਲ ਪਾਏ ॥
ସଦଗୁରୁଙ୍କ ସେବା କରିବା ଦ୍ଵାରା ସବୁ ଫଳ ପ୍ରାପ୍ତ ହୋଇଯାଏ ଏବଂ

ਜਨਮ ਜਨਮ ਕੀ ਮੈਲੁ ਮਿਟਾਏ ॥੧॥
ଜନ୍ମ-ଜନ୍ମାନ୍ତରର ମଇଳା ନିବୃତ୍ତ ହୋଇଯାଏ||1||

ਪਤਿਤ ਪਾਵਨ ਪ੍ਰਭ ਤੇਰੋ ਨਾਉ ॥
ହେ ପ୍ରଭୁ! ତୋର ନାମ ପାପୀ ଜୀବକୁ ପବିତ୍ର କରିବା ବାଲା ଅଟେ ଆଉ

ਪੂਰਬਿ ਕਰਮ ਲਿਖੇ ਗੁਣ ਗਾਉ ॥੧॥ ਰਹਾਉ ॥
ପୂର୍ବ କର୍ମ ଅନୁସାରେ ପ୍ରାରବ୍ଧ ଦ୍ଵାରା ହିଁ ତୋର ଗୁଣଗାନର ସୁଅବସର ପ୍ରାପ୍ତ ହୋଇଥାଏ॥1॥ରୁହ॥

ਸਾਧੂ ਸੰਗਿ ਹੋਵੈ ਉਧਾਰੁ ॥
ସାଧୁ ପୁରୁଷଙ୍କ ସହିତ ରହିବା ଦ୍ଵାରା ଉଦ୍ଧାର ହୋଇଯାଏ ଏବଂ

ਸੋਭਾ ਪਾਵੈ ਪ੍ਰਭ ਕੈ ਦੁਆਰ ॥੨॥
ଏହିପରି ପ୍ରଭୁଙ୍କ ଦ୍ଵାରରେ ଶୋଭା ପ୍ରାପ୍ତ ହୋଇଥାଏ||2||

ਸਰਬ ਕਲਿਆਣ ਚਰਣ ਪ੍ਰਭ ਸੇਵਾ ॥
ପ୍ରଭୁ-ଚରଣର ସେବା ଦ୍ଵାରା ସର୍ବ କଲ୍ୟାଣ ହୋଇଥାଏ ଏବଂ 

ਧੂਰਿ ਬਾਛਹਿ ਸਭਿ ਸੁਰਿ ਨਰ ਦੇਵਾ ॥੩॥
ଦେବୀ-ଦେବତା ଏବଂ ମନୁଷ୍ୟ ମଧ୍ୟ ତାହାଙ୍କ ଚରଣ ଧୂଳିର ଆକାଂକ୍ଷା କରିଥାଏ||3||

ਨਾਨਕ ਪਾਇਆ ਨਾਮ ਨਿਧਾਨੁ ॥
ନାନକ କହନ୍ତି ଯେ ଆମେ ମଧ୍ୟ ହରିନାମ ରୂପୀ ସୁଖ ନିଧାନକୁ ପାଇଛୁ,

ਹਰਿ ਜਪਿ ਜਪਿ ਉਧਰਿਆ ਸਗਲ ਜਹਾਨੁ ॥੪॥੧੨॥
ଯାହାର ନିରନ୍ତର ଜପ କରି ସାରା ଜଗତର ଉଦ୍ଧାର ହୋଇ ଯାଇଛି||4||12||

ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 3॥ 

ਅਪਣੇ ਦਾਸ ਕਉ ਕੰਠਿ ਲਗਾਵੈ ॥
ଈଶ୍ଵର ନିଜ ଦାସକୁ ଗଳାରେ ଲଗାଇ ନେଇଛନ୍ତି,

ਨਿੰਦਕ ਕਉ ਅਗਨਿ ਮਹਿ ਪਾਵੈ ॥੧॥
କିନ୍ତୁ ନିନ୍ଦୁକକୁ ଦୁଃଖର ଅଗ୍ନିରେ ଢାଳି ଦେଇଛନ୍ତି||1||

ਪਾਪੀ ਤੇ ਰਾਖੇ ਨਾਰਾਇਣ ॥
ପରମେଶ୍ଵର ହି ପାପୀ ଠାରୁ ରକ୍ଷା କରିଥାନ୍ତି,

ਪਾਪੀ ਕੀ ਗਤਿ ਕਤਹੂ ਨਾਹੀ ਪਾਪੀ ਪਚਿਆ ਆਪ ਕਮਾਇਣ ॥੧॥ ਰਹਾਉ ॥
ପାପୀର ଗତି କେଉଁଠି ମଧ୍ୟ ନଥାଏ ଆଉ ସେ ନିଜେ କରିଥିବା କର୍ମର ଫଳ ଭୋଗ କରିଥାଏ॥1॥ରୁହ॥

ਦਾਸ ਰਾਮ ਜੀਉ ਲਾਗੀ ਪ੍ਰੀਤਿ ॥
ଦାସର ପ୍ରୀତି ପ୍ରଭୁଙ୍କ ଠାରେ ଲାଗିଥାଏ ଏବଂ

ਨਿੰਦਕ ਕੀ ਹੋਈ ਬਿਪਰੀਤਿ ॥੨॥
ନିନ୍ଦୁକର ବହୁତ ମନ୍ଦ ଅବସ୍ଥା ହୋଇଥାଏ||2||

ਪਾਰਬ੍ਰਹਮਿ ਅਪਣਾ ਬਿਰਦੁ ਪ੍ਰਗਟਾਇਆ ॥
ପରଂବ୍ରହ୍ମ ନିଜ ପ୍ରକୃତିର ପ୍ରକଟ କରିଥାନ୍ତି ଏବଂ 

ਦੋਖੀ ਅਪਣਾ ਕੀਤਾ ਪਾਇਆ ॥੩॥
ଦୋଷୀ ନିଜେ କରିଥିବା କର୍ମର ଦଣ୍ଡ ପାଇଥାଏ||3||.

ਆਇ ਨ ਜਾਈ ਰਹਿਆ ਸਮਾਈ ॥ ਨਾਨਕ ਦਾਸ ਹਰਿ ਕੀ ਸਰਣਾਈ ॥੪॥੧੩॥
ଈଶ୍ଵର ନା ଆସିଥାନ୍ତି, ନା ଯାଇଥାନ୍ତି, ସବୁଙ୍କ ଠାରେ ରହିଥାନ୍ତି, ଦାସ ନାନକ ପ୍ରଭୁଙ୍କ ଶରଣରେ ରହିଥାନ୍ତି||4||13||

ਰਾਗੁ ਭੈਰਉ ਮਹਲਾ ੫ ਚਉਪਦੇ ਘਰੁ ੨
ରାଗ ଭୈରଉ ମହଲା 5 ଚଉପଦୀ ଘର 2

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।

ਸ੍ਰੀਧਰ ਮੋਹਨ ਸਗਲ ਉਪਾਵਨ ਨਿਰੰਕਾਰ ਸੁਖਦਾਤਾ ॥
ସୁଖଦାତା ନିରଙ୍କାର ବ୍ରହ୍ମ ହିଁ ସବୁଙ୍କୁ ଉତ୍ପନ୍ନ କରିବା ବାଲା ଅଟନ୍ତି।

ਐਸਾ ਪ੍ਰਭੁ ਛੋਡਿ ਕਰਹਿ ਅਨ ਸੇਵਾ ਕਵਨ ਬਿਖਿਆ ਰਸ ਮਾਤਾ ॥੧॥
ଏପରି ପ୍ରଭୁଙ୍କୁ ତ୍ୟାଗ କରି ବିକାରରେ ମସ୍ତ ରହିଥିବା ଜୀବ ଅନ୍ୟର ସେବା କରିଥାଏ||1||

ਰੇ ਮਨ ਮੇਰੇ ਤੂ ਗੋਵਿਦ ਭਾਜੁ ॥
ହେ ମୋର ମନ! ଈଶ୍ଵରଙ୍କ ଭଜନ-କୀର୍ତ୍ତନ କର,

ਅਵਰ ਉਪਾਵ ਸਗਲ ਮੈ ਦੇਖੇ ਜੋ ਚਿਤਵੀਐ ਤਿਤੁ ਬਿਗਰਸਿ ਕਾਜੁ ॥੧॥ ਰਹਾਉ ॥
କାରଣ ମୁଁ ଅନ୍ୟ ସବୁ ଉପାୟ କରି ଦେଖି ନେଇଛି, ଯଦି ତାହା ବିଷୟରେ ବିଚାର କରାଯାଏ, ତାହାହେଲେ ସବୁ କାର୍ଯ୍ୟ ବିଗିଡି ଯାଏ॥1॥ରୁହ॥

ਠਾਕੁਰੁ ਛੋਡਿ ਦਾਸੀ ਕਉ ਸਿਮਰਹਿ ਮਨਮੁਖ ਅੰਧ ਅਗਿਆਨਾ ॥
ଅନ୍ଧ-ଅଜ୍ଞାନ ମନମୁଖୀ, ମାଲିକଙ୍କୁ ତ୍ୟାଗ କରି ତାହାଙ୍କ ଦାସୀ ମାୟାର ସ୍ମରଣ କରିଥାଏ,

ਹਰਿ ਕੀ ਭਗਤਿ ਕਰਹਿ ਤਿਨ ਨਿੰਦਹਿ ਨਿਗੁਰੇ ਪਸੂ ਸਮਾਨਾ ॥੨॥
ସେ ପ୍ରଭୁଙ୍କ ଭକ୍ତି କରିବା ବଳାର ନିନ୍ଦା କରିଥାଏ, ଏପରି ଗୁରୁହୀନ ବ୍ୟକ୍ତି ପଶୁ ସମାନ ଅଟେ||2||

ਜੀਉ ਪਿੰਡੁ ਤਨੁ ਧਨੁ ਸਭੁ ਪ੍ਰਭ ਕਾ ਸਾਕਤ ਕਹਤੇ ਮੇਰਾ ॥
ଏହି ପ୍ରାଣ, ଶରୀର, ଧନ ସବୁ ପ୍ରଭୁଙ୍କ ପ୍ରଦତ୍ତ ଅଟେ, କିନ୍ତୁ ମାୟାବୀ ପୁରୁଷ ଏହାକୁ ନିଜର ବତାଇ ଥାଏ।

error: Content is protected !!