ODIA PAGE 342

ਬੰਦਕ ਹੋਇ ਬੰਧ ਸੁਧਿ ਲਹੈ ॥੨੯॥
ସେ ପ୍ରଭୁଙ୍କ ଦ୍ଵାରର ସ୍ତୁତି କରିଥାଏ, ମାୟା ମୋହର ବନ୍ଧନର ରହସ୍ୟ ପାଇଥାଏ ॥29॥

ਭਭਾ ਭੇਦਹਿ ਭੇਦ ਮਿਲਾਵਾ ॥
ଭ- ଦ୍ଵିଧାକୁ ଭେଦ(ଦୂର) କରିଲେ ମନୁଷ୍ୟର ପ୍ରଭୁଙ୍କ ସହିତ ମିଳନ ହୋଇଯାଏ।

ਅਬ ਭਉ ਭਾਨਿ ਭਰੋਸਉ ਆਵਾ ॥
ଭୟକୁ ନାଶ କରି ଏବେ ମୋର ଈଶ୍ବରଙ୍କ ଠାରେ ଶ୍ରଦ୍ଧା ବନିଯାଇଛି।

ਜੋ ਬਾਹਰਿ ਸੋ ਭੀਤਰਿ ਜਾਨਿਆ ॥
ଯାହାକୁ ମୁଁ ବାହାର ଭାବୁଥିଲି , ତାହାଙ୍କୁ ଏବେ ମୁଁ ନିଜ ଭିତରେ ଭାବୁଅଛି।

ਭਇਆ ਭੇਦੁ ਭੂਪਤਿ ਪਹਿਚਾਨਿਆ ॥੩੦॥
ଯେତେବେଳେ ମୋତେ ଏହି ଭେଦର ଜ୍ଞାନ ହୋଇଛି, ସେତେବେଳେ ମୁଁ ଜଗତର ମାଲିକକୁ ଜାଣି ଦେଇଛି ॥30॥

ਮਮਾ ਮੂਲ ਗਹਿਆ ਮਨੁ ਮਾਨੈ ॥
ମ- ଯଦି ସୃଷ୍ଟିର ମୂଳ ପରମାତ୍ମାଙ୍କୁ ନିଜ ମନରେ ବସାଇ ନିଆଯାଏ, ତାହାହେଲେ

ਮਰਮੀ ਹੋਇ ਸੁ ਮਨ ਕਉ ਜਾਨੈ ॥
ମନ କୁମାର୍ଗଗାମୀ ହେବାରୁ ବଞ୍ଚିଯାଏ।

ਮਤ ਕੋਈ ਮਨ ਮਿਲਤਾ ਬਿਲਮਾਵੈ ॥
ଯେଉଁ ଜୀବ ଏହି ରହସ୍ୟ ପାଇ ନିଏ, ସେ ମନକୁ ବୁଝି ନେଇଥାଏ, (ଏଥିପାଇଁ) କେହି ମଧ୍ୟ ନିଜ ଆତ୍ମାକୁ ପ୍ରଭୁଙ୍କ ସାଥିରେ ସମ୍ମିଳିତ କରିବାରେ ବିଳମ୍ବ କର ନାହିଁ।

ਮਗਨ ਭਇਆ ਤੇ ਸੋ ਸਚੁ ਪਾਵੈ ॥੩੧॥
ଯେଉଁ ମନୁଷ୍ୟ ସତ୍ୟସ୍ଵରୂପ ପରମାତ୍ମାଙ୍କୁ ପାଇନିଏ, ସେ ପ୍ରସନ୍ନତାରେ ଭିଜି ଯାଇଥାଏ ॥31॥

ਮਮਾ ਮਨ ਸਿਉ ਕਾਜੁ ਹੈ ਮਨ ਸਾਧੇ ਸਿਧਿ ਹੋਇ ॥
ଜୀବାତ୍ମାଙ୍କ କାମ ନିଜ ମନ ସାଥିରେ ଥାଏ, ଯିଏ ମନକୁ ବଶ କରିଥାଏ , ସେ ମନୋରଥର ସଫଳତା ପାଇଥାଏ।

ਮਨ ਹੀ ਮਨ ਸਿਉ ਕਹੈ ਕਬੀਰਾ ਮਨ ਸਾ ਮਿਲਿਆ ਨ ਕੋਇ ॥੩੨॥
କବୀର ଜୀ କହନ୍ତି – ‘ ମୋର ଆଦାନ ପ୍ରଦାନ କେବଳ ନିଜ ମନ ସହିତ ଥାଏ, ମୋତେ ମନ ଭଳି ଆଉ କିଛି ମିଳିନାହିଁ ॥32॥

ਇਹੁ ਮਨੁ ਸਕਤੀ ਇਹੁ ਮਨੁ ਸੀਉ ॥
ଏହି ମନ ଶକ୍ତି ଅଟେ, ଏହି ମନ ଶିବ ଅଟେ।

ਇਹੁ ਮਨੁ ਪੰਚ ਤਤ ਕੋ ਜੀਉ ॥
ଏହି ମନ ଶରୀରର ପାଞ୍ଚ ତତ୍ତ୍ଵର ପ୍ରାଣ ଅଟେ।

ਇਹੁ ਮਨੁ ਲੇ ਜਉ ਉਨਮਨਿ ਰਹੈ ॥
ନିଜ ମନକୁ ବଶ କରି ଯେତେବେଳେ ମନୁଷ୍ୟ ପରମ ପ୍ରସନ୍ନତା ଅବସ୍ଥାରେ ବିଚରଣ କରିଥାଏ

ਤਉ ਤੀਨਿ ਲੋਕ ਕੀ ਬਾਤੈ ਕਹੈ ॥੩੩॥
ସେତେବେଳେ ସେ ତିନି ଲୋକର ରହସ୍ୟ କହି ପାରିଥାଏ ॥33॥

ਯਯਾ ਜਉ ਜਾਨਹਿ ਤਉ ਦੁਰਮਤਿ ਹਨਿ ਕਰਿ ਬਸਿ ਕਾਇਆ ਗਾਉ ॥
ଯ- (ହେ ଭାଇ!) ଯଦି ତୁମେ କିଛି ଜାଣି ଥାଅ , ତାହାହେଲେ ନିଜ ଦୁର୍ବୁଦ୍ଧିକୁ ନାଶ କରି ଦିଅ ଆଉ ନିଜ ଶରୀର ରୂପୀ ଗ୍ରାମକୁ ବଶ କର।

ਰਣਿ ਰੂਤਉ ਭਾਜੈ ਨਹੀ ਸੂਰਉ ਥਾਰਉ ਨਾਉ ॥੩੪॥
ଯଦି ତୁ ଏହି ଯୁଦ୍ଧରେ ପରାଜିତ ହୁଅ ନାହିଁ, ତାହାହେଲେ ହିଁ ତୋର ନାମ ସୁରବୀର ହୋଇପାରିବ ॥34॥

ਰਾਰਾ ਰਸੁ ਨਿਰਸ ਕਰਿ ਜਾਨਿਆ ॥
ର- ଯେଉଁ ପ୍ରାଣୀ ମାୟାର ସ୍ଵାଦ ଫିକା ଭାବିଥାଏ,

ਹੋਇ ਨਿਰਸ ਸੁ ਰਸੁ ਪਹਿਚਾਨਿਆ ॥
ସେ ଭୌତିକ ଆସ୍ବାଦାନରୁ ବଞ୍ଚି ରହି ସେହି ଆତ୍ମିକ ଆନନ୍ଦ ପ୍ରାପ୍ତ କରି ନେଇଛି।

ਇਹ ਰਸ ਛਾਡੇ ਉਹ ਰਸੁ ਆਵਾ ॥
ଯିଏ ଏହି ଲଉକିକ ଆସ୍ଵାଦନ ତ୍ୟାଗ କରିଦେଇଛି, ତାହାକୁ ଈଶ୍ଵରଙ୍କ ନାମର ଆନନ୍ଦ ପ୍ରାପ୍ତ ହୋଇଯାଇଛି,

ਉਹ ਰਸੁ ਪੀਆ ਇਹ ਰਸੁ ਨਹੀ ਭਾਵਾ ॥੩੫॥
ଯିଏ ସେହି ନାମ ପାନ କରିଛି, ତାହାକୁ ଏହି ମାୟା ବାଲା ଆସ୍ଵାଦାନ ଭଲ ଲାଗେ ନାହିଁ ॥35॥

ਲਲਾ ਐਸੇ ਲਿਵ ਮਨੁ ਲਾਵੈ ॥
ଲ- ନିଜ ମନରେ ମନୁଷ୍ୟକୁ ପ୍ରଭୁଙ୍କ ଏପରି ପ୍ରେମ ଲାଗିବା ଉଚିତ ଯେ

ਅਨਤ ਨ ਜਾਇ ਪਰਮ ਸਚੁ ਪਾਵੈ ॥
ତାହା ଅନ୍ୟ କେଉଁଠିକୁ ଜୀବ ନାହିଁ ଆଉ ସତ୍ୟକୁ ପ୍ରାପ୍ତ କରିବ ଆଉ

ਅਰੁ ਜਉ ਤਹਾ ਪ੍ਰੇਮ ਲਿਵ ਲਾਵੈ ॥
ଯଦି ସେଠାରେ, ସେ ତାହାଙ୍କ ପାଇଁ ପ୍ରେମ ଏବଂ ପ୍ରୀତି ଉତ୍ପନ୍ନ କରିଥାଏ,

ਤਉ ਅਲਹ ਲਹੈ ਲਹਿ ਚਰਨ ਸਮਾਵੈ ॥੩੬॥
ସେ ପ୍ରଭୁଙ୍କୁ ପ୍ରାପ୍ତ କରି ନିଏ ଆଉ ପ୍ରାପ୍ତ କରି ତାହାଙ୍କ ଚରଣରେ ଲୀନ ହୋଇଯାଏ ॥36॥

ਵਵਾ ਬਾਰ ਬਾਰ ਬਿਸਨ ਸਮ੍ਹਾਰਿ ॥
ଵ- ବାରମ୍ବାର ନିଜ ପ୍ରଭୁଙ୍କୁ ସ୍ମରଣ କର।

ਬਿਸਨ ਸੰਮ੍ਹਾਰਿ ਨ ਆਵੈ ਹਾਰਿ ॥
ପ୍ରଭୁଙ୍କୁ ସ୍ମରଣ କରିବା ଦ୍ଵାରା ଜୀବନ ରୂପୀ ବାଜିରେ ପରାଜିତ ହେବାକୁ ପଡେ ନାହିଁ।

ਬਲਿ ਬਲਿ ਜੇ ਬਿਸਨਤਨਾ ਜਸੁ ਗਾਵੈ ॥
ମୁଁ ସେହି ଭକ୍ତଙ୍କ ପାଖରେ ତନ ମନରେ ସମର୍ପିତ ଅଟେ ଯିଏ ପ୍ରଭୁଙ୍କ ଯଶ ଗାନ କରିଥାଏ

ਵਿਸਨ ਮਿਲੇ ਸਭ ਹੀ ਸਚੁ ਪਾਵੈ ॥੩੭॥
ପ୍ରଭୁଙ୍କୁ ମିଳନ କରିବା ଦ୍ଵାରା ସତ୍ୟ ପ୍ରାପ୍ତ ହୋଇଥାଏ ॥37॥

ਵਾਵਾ ਵਾਹੀ ਜਾਨੀਐ ਵਾ ਜਾਨੇ ਇਹੁ ਹੋਇ ॥
ୱ- (ହେ ଭାଇ!) ସେହି ପରମେଶ୍ଵରଙ୍କ ସହିତ ପରିଚିତ ହେବା ଉଚିତ ତାହାଙ୍କୁ ଅନୁଭବ କରିବା ଦ୍ଵାରା ଏହି ଜୀବ ତାହାଙ୍କ ଭଳି ହିଁ ହୋଇଯାଏ।

ਇਹੁ ਅਰੁ ਓਹੁ ਜਬ ਮਿਲੈ ਤਬ ਮਿਲਤ ਨ ਜਾਨੈ ਕੋਇ ॥੩੮॥
ଯେତେବେଳେ ଏହି ଜୀବ ଏବଂ ସେହି ପ୍ରଭୁ ଏକ ରୂପ ହୋଇଯାନ୍ତି, ସେତେବେଳ ଏହି ମିଳନକୁ କେହି ବୁଝି ପାରନ୍ତି ନାହିଁ ॥38॥

ਸਸਾ ਸੋ ਨੀਕਾ ਕਰਿ ਸੋਧਹੁ ॥
ସ- ସେହି ମନକୁ ଭଲ ଭାବରେ ଶୋଧନ କର।

ਘਟ ਪਰਚਾ ਕੀ ਬਾਤ ਨਿਰੋਧਹੁ ॥
ନିଜକୁ ନିଜେ ପ୍ରତି କଥାରେ ବାଧା ଦିଅ, ଯାହା ମନକୁ ପ୍ରଲୋଭିତ କରିଥାଏ।

ਘਟ ਪਰਚੈ ਜਉ ਉਪਜੈ ਭਾਉ ॥
ଯେତେବେଳେ ପ୍ରଭୁଙ୍କ ପ୍ରେମ ଉତ୍ପନ୍ନ ହୋଇଯାଏ, ସେତେବେଳେ ମନ ପ୍ରସନ୍ନ ହୋଇଯାଏ।

ਪੂਰਿ ਰਹਿਆ ਤਹ ਤ੍ਰਿਭਵਣ ਰਾਉ ॥੩੯॥
ସେହି ତିନି ଲୋକର ରାଜା ପ୍ରତି ଜାଗାରେ ମହଜୁଦ ଅଛନ୍ତି ॥39॥

ਖਖਾ ਖੋਜਿ ਪਰੈ ਜਉ ਕੋਈ ॥
ଖ- ଯଦି କୌଣସି ମନୁଷ୍ୟ ପ୍ରଭୁଙ୍କ ସନ୍ଧାନରେ ଲାଗି ଯାଏ

ਜੋ ਖੋਜੈ ਸੋ ਬਹੁਰਿ ਨ ਹੋਈ ॥
ଆଉ ତାହାଙ୍କୁ ସନ୍ଧାନ କରି ପାଇନିଏ, ତାହାହେଲେ ସେ ପୁଣି ଜନ୍ମ ହୋଇ ମରେ ନାହିଁ।

ਖੋਜ ਬੂਝਿ ਜਉ ਕਰੈ ਬੀਚਾਰਾ ॥
ଯେତେବେଳେ ମନୁଷ୍ୟ ପ୍ରଭୁଙ୍କୁ ଖୋଜିଥାଏ, ବୁଝିଥାଏ ଏବଂ ତାହାଙ୍କ କରିଥାଏ, ସେତେବେଳେ

ਤਉ ਭਵਜਲ ਤਰਤ ਨ ਲਾਵੈ ਬਾਰਾ ॥੪੦॥
ତାହାକୁ ଭୟାନକ ସଂସାର ସାଗରରୁ ପାର ହେବା ପାଇଁ ଡେରି ହୁଏନାହିଁ ॥40॥

ਸਸਾ ਸੋ ਸਹ ਸੇਜ ਸਵਾਰੈ ॥
ସ- ଯେଉଁ ଜୀବ-ସ୍ତ୍ରୀର ଶେଯକୁ ପ୍ରଭୁ ସୁଶୋଭିତ କରିଥାନ୍ତି,

ਸੋਈ ਸਹੀ ਸੰਦੇਹ ਨਿਵਾਰੈ ॥
ସେ ନିଜ ସନ୍ଦେହକୁ ଦୂର କରିଦେଇ ଥାଏ।

ਅਲਪ ਸੁਖ ਛਾਡਿ ਪਰਮ ਸੁਖ ਪਾਵਾ ॥
ତୁଚ୍ଛ ସୁଖ ତ୍ୟାଗ କରି ସେ ପରମ ସୁଖ ପାଇନିଏ।

ਤਬ ਇਹ ਤ੍ਰੀਅ ਓੁਹੁ ਕੰਤੁ ਕਹਾਵਾ ॥੪੧॥
ସେତେବେଳେ ଏହାକୁ ପତ୍ନୀ କୁହାଯାଏ ଆଉ ସେ ତାହାର ପତି ହୋଇଥାନ୍ତି ॥41॥

ਹਾਹਾ ਹੋਤ ਹੋਇ ਨਹੀ ਜਾਨਾ ॥
ହ- ଇଶ୍ଵର କୋଣ କୋଣରେ ବିଦ୍ୟମାନ ଅଛନ୍ତି, ପରନ୍ତୁ ମନୁଷ୍ୟ ତାହାଙ୍କ ଅସ୍ତିତ୍ଵକୁ ଜାଣେ ନାହିଁ।

ਜਬ ਹੀ ਹੋਇ ਤਬਹਿ ਮਨੁ ਮਾਨਾ ॥
ଯେତେବେଳେ ସେ ତାହାଙ୍କ ଅସ୍ତିତ୍ଵକୁ ଅନୁଭବ କରିଥାଏ, ସେତେବେଳେ ତାହାର ଆତ୍ମା ବିଶ୍ଵସ୍ତ ହୋଇଯାଏ

ਹੈ ਤਉ ਸਹੀ ਲਖੈ ਜਉ ਕੋਈ ॥
ଇଶ୍ଵର ଅବଶ୍ୟ ଅଛନ୍ତି କିନ୍ତୁ ଏହି ବିଶ୍ବାସର ଲାଭ ସେତେବେଳେ ହୋଇଥାଏ, ଯେତେବେଳେ କୌଣସି ପ୍ରାଣୀ ଏହି କଥାକୁ ବୁଝିଥାଏ।

ਤਬ ਓਹੀ ਉਹੁ ਏਹੁ ਨ ਹੋਈ ॥੪੨॥
ସେତେବେଳେ ଏହି ପ୍ରାଣୀ ସେହି ପ୍ରଭୁଙ୍କ ରୂପ ହୋଇଯାଏ, ସେ ଅଲଗା ଅସ୍ତିତ୍ଵ ବାଲା ରହେ ନାହିଁ ॥42॥

ਲਿੰਉ ਲਿੰਉ ਕਰਤ ਫਿਰੈ ਸਭੁ ਲੋਗੁ ॥
ସଂପୂର୍ଣ୍ଣ ସଂସାର ଏହା କହିଥାଏ ଯେ ମୁଁ ଏହା (ମାୟା) ଚାହେଁ, ମୁଁ ଏହା ଏକତ୍ର କରିବି।

ਤਾ ਕਾਰਣਿ ਬਿਆਪੈ ਬਹੁ ਸੋਗੁ ॥
ପୁଣି ଏହି ମାୟାର କାରଣରୁ ହିଁ ପ୍ରାଣୀ ବଡ ଚିନ୍ତାରେ ପଡିଥାଏ।

ਲਖਿਮੀ ਬਰ ਸਿਉ ਜਉ ਲਿਉ ਲਾਵੈ ॥
ପରନ୍ତୁ ଯେତେବେଳେ ପ୍ରାଣୀ ଲକ୍ଷ୍ମୀ ପତି ପ୍ରଭୁଙ୍କ ସାଥିରେ ପ୍ରୀତି ଲଗାଇଥାଏ, ସେତେବେଳେ

ਸੋਗੁ ਮਿਟੈ ਸਭ ਹੀ ਸੁਖ ਪਾਵੈ ॥੪੩॥
ତାହାର ଚିନ୍ତା ଦୂର ହୋଇଯାଏଆଉ ସମସ୍ତ ସୁଖ ପ୍ରାପ୍ତ କରିନିଏ ॥43॥

ਖਖਾ ਖਿਰਤ ਖਪਤ ਗਏ ਕੇਤੇ ॥
ଖ- ଅନେକ ମନୁଷ୍ୟ ଜୀବନ ନଷ୍ଟ କରି ନାଶ ହୋଇଯାନ୍ତି।

ਖਿਰਤ ਖਪਤ ਅਜਹੂੰ ਨਹ ਚੇਤੇ ॥
ଏହିପରି ଜନ୍ମ ମୃତ୍ୟୁ ଚକ୍ରରେ ପଡି ମନୁଷ୍ୟ ଏ ପର୍ଯ୍ୟନ୍ତ ପ୍ରଭୁଙ୍କ ସ୍ମରଣ କରୁ ନାହିଁ।

ਅਬ ਜਗੁ ਜਾਨਿ ਜਉ ਮਨਾ ਰਹੈ ॥
ଏବେ ଯଦି ସଂସାରର ଯଥାର୍ଥତାକୁ ବୁଝି ପ୍ରଭୁଙ୍କ ଠାରେ ମନ ଲଗାଏ, ତାହାହେଲେ

ਜਹ ਕਾ ਬਿਛੁਰਾ ਤਹ ਥਿਰੁ ਲਹੈ ॥੪੪॥
ଯେଉଁ ପ୍ରଭୁଙ୍କ ଠାରୁ ସେ ବିଚ୍ଛେଦ ହୋଇଛି, ତାଙ୍କରି ପାଖରେ ତାହାକୁ ନିବାସ ମିଳିପାରେ ॥44॥

error: Content is protected !!