ਬਾਬਾ ਜੁਗਤਾ ਜੀਉ ਜੁਗਹ ਜੁਗ ਜੋਗੀ ਪਰਮ ਤੰਤ ਮਹਿ ਜੋਗੰ ॥
ହେ ବାବା! ବାସ୍ତବରେ ସେ ଯୋଗୀ ଅଟେ, ଯିଏ ଯୁଗ ଯୁଗାନ୍ତର ପର୍ଯ୍ୟନ୍ତ ପରମ ତତ୍ତ୍ଵ ପରମାତ୍ମାଙ୍କ ଯୋଗରେ ଲୀନ ରହିଥାଏ।
ਅੰਮ੍ਰਿਤੁ ਨਾਮੁ ਨਿਰੰਜਨ ਪਾਇਆ ਗਿਆਨ ਕਾਇਆ ਰਸ ਭੋਗੰ ॥੧॥ ਰਹਾਉ ॥
ଯାହାକୁ ନିରଞ୍ଜନ ପ୍ରଭୁଙ୍କ ଅମୃତ ନାମ ପ୍ରାପ୍ତ ହୋଇଛି, ତାହାର ଶରୀର ବ୍ରହ୍ମଜ୍ଞାନର ରସ ଭୋଗ କରିଥାଏ ॥1॥ରୁହ॥
ਸਿਵ ਨਗਰੀ ਮਹਿ ਆਸਣਿ ਬੈਸਉ ਕਲਪ ਤਿਆਗੀ ਬਾਦੰ ॥
ସେ ତୃଷ୍ଣା ଓ ବିବାଦକୁ ତ୍ୟାଗ କରିଥାଏ ଆଉ ଶିବ ନଗରୀରେ ଧ୍ୟାନବସ୍ଥାରେ ଥାଏ।
ਸਿੰਙੀ ਸਬਦੁ ਸਦਾ ਧੁਨਿ ਸੋਹੈ ਅਹਿਨਿਸਿ ਪੂਰੈ ਨਾਦੰ ॥੨॥
ଗୁରୁଙ୍କ ଶବ୍ଦରେ ଏକ ଅନନ୍ତ ଏବଂ ସୁନ୍ଦର ଧ୍ୱନି ଉତ୍ପନ୍ନ ହୋଇଥାଏ, ଯାହା ରାତି ଦିନ ସେହି ଦିବ୍ୟ ଶବ୍ଦରେ ପରପୂର୍ଣ୍ଣ ରଖିଥାଏ ॥2
ਪਤੁ ਵੀਚਾਰੁ ਗਿਆਨ ਮਤਿ ਡੰਡਾ ਵਰਤਮਾਨ ਬਿਭੂਤੰ ॥
ଈଶ୍ବରଙ୍କ ଗୁଣର ଚିନ୍ତନ ମୋର ଭିକ୍ଷା ଥାଳ ଆଉ ବ୍ରହ୍ମବୋଧ ମୋର ଦଣ୍ଡା ଅଟେ, ପ୍ରଭୁଙ୍କୁ ସର୍ବବ୍ୟାପକ ଦେଖିବା ଶରୀର ଉପରେ ବୋଳୁଥିବା ବିଭୁତି ଅଟେ।
ਹਰਿ ਕੀਰਤਿ ਰਹਰਾਸਿ ਹਮਾਰੀ ਗੁਰਮੁਖਿ ਪੰਥੁ ਅਤੀਤੰ ॥੩॥
ପରମାତ୍ମାଙ୍କ ଗୁଣସ୍ତୁତି ମୋର ମର୍ଯ୍ୟାଦା ଅଟେ ଆଉ ଗୁରୁଙ୍କ ପାଖରେ ରହିବା ହିଁ ଧର୍ମ ମାର୍ଗ ଅଟେ ଯାହା ମାୟା ଠାରୁ ବିରତ ରଖିଥାଏ ॥3॥
ਸਗਲੀ ਜੋਤਿ ਹਮਾਰੀ ਸੰਮਿਆ ਨਾਨਾ ਵਰਨ ਅਨੇਕੰ ॥
ନାନକ କହନ୍ତି ଯେ- ହେ ଭର୍ତ୍ତୃହରି ଯୋଗୀ! ଶୁଣ, ସମସ୍ତ ଜୀବଙ୍କ ଠାରେ ବିଭିନ୍ନ ବର୍ଣ୍ଣ ରୂପରେ ଈଶ୍ଵରଙ୍କ ଜ୍ୟୋତିକୁ ଦେଖିବା ହିଁ ବୈରାଗ୍ୟ ବୃତ୍ତି ଅଟେ।
ਕਹੁ ਨਾਨਕ ਸੁਣਿ ਭਰਥਰਿ ਜੋਗੀ ਪਾਰਬ੍ਰਹਮ ਲਿਵ ਏਕੰ ॥੪॥੩॥੩੭॥
ଯାହା ଆମକୁ ପ୍ରଭୁଙ୍କ ଚରଣରେ ଲୀନ ରହିବା ପାଇଁ ବଳ ପ୍ରଦାନ କରିଥାଏ ॥4॥3॥37॥
ਆਸਾ ਮਹਲਾ ੧ ॥
ଆଶା ମହଲା 1॥
ਗੁੜੁ ਕਰਿ ਗਿਆਨੁ ਧਿਆਨੁ ਕਰਿ ਧਾਵੈ ਕਰਿ ਕਰਣੀ ਕਸੁ ਪਾਈਐ ॥
(ହେ ଯୋଗୀ!) ତୁ ଜ୍ଞାନକୁ ନିଜର ଗୁଡ ଓ ପ୍ରଭୁଙ୍କ ସ୍ମରଣକୁ ମହୁ ବନା, ଏଥିରେ ଶୁଭ କର୍ମର ଅର୍ଜ୍ଜନକୁ ଛାଲ ବନାଇ ମିଶାଇ ଦିଅ।
ਭਾਠੀ ਭਵਨੁ ਪ੍ਰੇਮ ਕਾ ਪੋਚਾ ਇਤੁ ਰਸਿ ਅਮਿਉ ਚੁਆਈਐ ॥੧॥
ସାଧୁତାକୁ ନିଜର ଭଟ୍ଟି ଏବଂ ପ୍ରେମକୁ ନିଜର ଲେପ ବନା, ଏହି ବିଧିରେ ମିଠା ଅମୃତ ବାହାରି ଯାଏ ॥1
ਬਾਬਾ ਮਨੁ ਮਤਵਾਰੋ ਨਾਮ ਰਸੁ ਪੀਵੈ ਸਹਜ ਰੰਗ ਰਚਿ ਰਹਿਆ ॥
ହେ ଯୋଗୀ! ନାମ-ଅମୃତକୁ ପାନ କରିବା ବାଲା ମନ ମତୁଆଲା ହୋଇଯାଏ ଆଉ ପ୍ରଭୁଙ୍କ ରଙ୍ଗରେ ସ୍ଵାଭାବିକ ଭାବରେ ଲୀନ ରହିଥାଏ।
ਅਹਿਨਿਸਿ ਬਨੀ ਪ੍ਰੇਮ ਲਿਵ ਲਾਗੀ ਸਬਦੁ ਅਨਾਹਦ ਗਹਿਆ ॥੧॥ ਰਹਾਉ ॥
ପ୍ରଭୁ-ପ୍ରେମରେ ବୃତ୍ତି ଲଗାଇବା ଏବଂ ଅନାହତ ଶବ୍ଦ ଶୁଣିବା ଦ୍ଵାରା ଦିନ ରାତି ସଫଳ ହୋଇଯାଏ ॥1॥ରୁହ॥
ਪੂਰਾ ਸਾਚੁ ਪਿਆਲਾ ਸਹਜੇ ਤਿਸਹਿ ਪੀਆਏ ਜਾ ਕਉ ਨਦਰਿ ਕਰੇ ॥
ଏହା ସତ୍ୟର ପିଆଲା,ଏହାକୁ ସ୍ଵାଭାବିକ ଭାବରେ ପିଇବା ପାଇଁ ପରମାତ୍ମା ଦେଇଥାନ୍ତି, ଯାହା ଉପରେ ନିଜ କୃପାଦୃଷ୍ଟି ଦେଇଥାନ୍ତି।
ਅੰਮ੍ਰਿਤ ਕਾ ਵਾਪਾਰੀ ਹੋਵੈ ਕਿਆ ਮਦਿ ਛੂਛੈ ਭਾਉ ਧਰੇ ॥੨॥
ଯିଏ ଅମୃତର ବ୍ୟାପାରୀ ଅଟେ, ସେ ତୁଚ୍ଛ ମଦିରା ସହିତ କିପରି ପ୍ରେମ କରି ପାରିବ? ॥2॥
ਗੁਰ ਕੀ ਸਾਖੀ ਅੰਮ੍ਰਿਤ ਬਾਣੀ ਪੀਵਤ ਹੀ ਪਰਵਾਣੁ ਭਇਆ ॥
ଗୁରୁଙ୍କ ଶିକ୍ଷା ଅମୃତ ବାଣୀ ଅଟେ, ଯାହାକୁ ପାନ କରିଲେ ହିଁ ମନୁଷ୍ୟ ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହୋଇଥାଏ।
ਦਰ ਦਰਸਨ ਕਾ ਪ੍ਰੀਤਮੁ ਹੋਵੈ ਮੁਕਤਿ ਬੈਕੁੰਠੈ ਕਰੈ ਕਿਆ ॥੩॥
ଯେଉଁ ମନୁଷ୍ୟ ପ୍ରଭୁଙ୍କ ଦରବାର ଏବଂ ଦର୍ଶନ ଆକାଙକ୍ଷୀ ହୋଇଥାଏ, ସେ ମୋକ୍ଷ ଏବଂ ସ୍ଵର୍ଗକୁ ଇଚ୍ଛା କରେ ନାହିଁ। ॥3॥
ਸਿਫਤੀ ਰਤਾ ਸਦ ਬੈਰਾਗੀ ਜੂਐ ਜਨਮੁ ਨ ਹਾਰੈ ॥
ଯିଏ ପ୍ରଭୁଙ୍କ ସ୍ତୁତିରେ ଅନୁରକ୍ତ ରହିଥାଏ, ସେ ସର୍ବଦା ହିଁ ବୈରାଗୀ ଅଟେ ଆଉ ନିଜ ଜୀବନ ଜୁଆରେ ହାରେ ନାହିଁ।
ਕਹੁ ਨਾਨਕ ਸੁਣਿ ਭਰਥਰਿ ਜੋਗੀ ਖੀਵਾ ਅੰਮ੍ਰਿਤ ਧਾਰੈ ॥੪॥੪॥੩੮॥
ନାନକ କହନ୍ତି ଯେ ହେ ଭର୍ତ୍ତୃହରି ଯୋଗୀ! ଶୁଣ, ମୁଁ ଅମୃତର ନଦୀରେ ମତୁଆଲା ହୋଇଯାଇଛି ॥4॥4॥38॥
ਆਸਾ ਮਹਲਾ ੧ ॥
ଆଶା ମହଲା 1॥
ਖੁਰਾਸਾਨ ਖਸਮਾਨਾ ਕੀਆ ਹਿੰਦੁਸਤਾਨੁ ਡਰਾਇਆ ॥
ଖୁରାଶାନ ଅନ୍ୟ କାହାକୁ ସମର୍ପଣ କରି ମୋଗଲ ବାଦଶାହ ବାବର ହିନ୍ଦୁସ୍ଥାନକୁ ଆକ୍ରମଣ କରି ଭୟଭୀତ କଲା।
ਆਪੈ ਦੋਸੁ ਨ ਦੇਈ ਕਰਤਾ ਜਮੁ ਕਰਿ ਮੁਗਲੁ ਚੜਾਇਆ ॥
ଜଗତର ରଚୟିତା ଦୋଷ ନିଜ ଉପରକୁ ନିଅନ୍ତି ନାହିଁ, ପରନ୍ତୁ, ମୋଗଲ ବାଦଶାହ ବାବରକୁ ଯମରାଜ ବନାଇ ହିନ୍ଦୁସ୍ଥାନ ପଠାଇଲେ।
ਏਤੀ ਮਾਰ ਪਈ ਕਰਲਾਣੇ ਤੈਂ ਕੀ ਦਰਦੁ ਨ ਆਇਆ ॥੧॥
ଲୋକଙ୍କ ଉପରେ ଏତେ ଅତ୍ୟାଚାର ହେଲା ଯେ ଚିତ୍କାର କଲେ, ପରନ୍ତୁ, ହେ ପ୍ରଭୁ! କଣ ତୁମକୁ ଲୋକଙ୍କ ପ୍ରତି ଦୟା ଆସିଲା ନହିଁ? ॥1॥
ਕਰਤਾ ਤੂੰ ਸਭਨਾ ਕਾ ਸੋਈ ॥
ହେ ସୃଷ୍ଟିର ରଚୟିତା! ଏକ ତୁ ହିଁ ସବୁ ଜୀବଙ୍କ ମାଲିକ ଅଟୁ।
ਜੇ ਸਕਤਾ ਸਕਤੇ ਕਉ ਮਾਰੇ ਤਾ ਮਨਿ ਰੋਸੁ ਨ ਹੋਈ ॥੧॥ ਰਹਾਉ ॥
ଯଦି ଏକ ଶକ୍ତିଶାଳୀ ଅନ୍ୟ ଶକ୍ତିଶାଳୀକୁ ମାରେ ତାହାହେଲେ ହୃଦୟରେ କ୍ରୋଧ ଆସେ ନାହିଁ ॥1॥ରୁହ॥
ਸਕਤਾ ਸੀਹੁ ਮਾਰੇ ਪੈ ਵਗੈ ਖਸਮੈ ਸਾ ਪੁਰਸਾਈ ॥
ଯଦି ବଳବାନ ସିଂହ ମେଣ୍ଢାକୁ ମରିଦିଏ, ତାହାହେଲେ ତାହାର ମାଲିକକୁ ପଚରା ଯାଏ, ତୁ କଣ କରୁଥିଲୁ?
ਰਤਨ ਵਿਗਾੜਿ ਵਿਗੋਏ ਕੁਤੀਂ ਮੁਇਆ ਸਾਰ ਨ ਕਾਈ ॥
ଏହି ମୋଗଲ ରୂପୀ କୁକୁର ରତ୍ନ ଭଳି ଏହି ଦେଶ ତଥା ଲୋକଙ୍କୁ ମାରି ମାରି ନଷ୍ଟ କରିଦେଇଛି ଆଉ ମୃତକର କଥା କିଏ ପଚାରେ ନାହିଁ।
ਆਪੇ ਜੋੜਿ ਵਿਛੋੜੇ ਆਪੇ ਵੇਖੁ ਤੇਰੀ ਵਡਿਆਈ ॥੨॥
ହେ ପରମେଶ୍ଵର! ତୁମେ ସ୍ଵୟଂ ହିଁ ମିଳନ କରାଅ ଆଉ ସ୍ଵୟଂ ହିଁ ବିଚ୍ଛେଦ କର, ଏହା ହିଁ ତୋର ବଡିମା ॥2॥
ਜੇ ਕੋ ਨਾਉ ਧਰਾਏ ਵਡਾ ਸਾਦ ਕਰੇ ਮਨਿ ਭਾਣੇ ॥
ଯଦି କେହି ମନୁଷ୍ୟ ନିଜକୁ ନିଜେ ବଡ କହିଥାଏ ଆଉ ନିଜ ଚିତ୍ତକୁ ଭଲ ଲାଗୁଥିବା ସ୍ଵାଦର ଆନନ୍ଦ ଭୋଗ କରୁଥାଏ, ତାହାହେଲେ
ਖਸਮੈ ਨਦਰੀ ਕੀੜਾ ਆਵੈ ਜੇਤੇ ਚੁਗੈ ਦਾਣੇ ॥
ପରମେଶ୍ଵରଙ୍କ ଦୃଷ୍ଟିରେ କେବଳ ଭୋଗ ବିଳାସରେ ଥିବା ମନୁଷ୍ୟ ଏକ କୀଡା ସମାନ ଦେଖାଯାଇଥାଏ।
ਮਰਿ ਮਰਿ ਜੀਵੈ ਤਾ ਕਿਛੁ ਪਾਏ ਨਾਨਕ ਨਾਮੁ ਵਖਾਣੇ ॥੩॥੫॥੩੯॥
ହେ ନାନକ! ଯେଉଁ ମନୁଷ୍ୟ ବିକାର ଠାରୁ ଅହଂ ଦୂର କରି ବଞ୍ଚିଥାଏ ଆଉ ପରମାତ୍ମାଙ୍କ ନାମ ସ୍ମରଣ କରିଥାଏ, ସେ ସବୁ କିଛି ହାସଲ କରିଥାଏ ॥3॥5॥39॥
ਰਾਗੁ ਆਸਾ ਘਰੁ ੨ ਮਹਲਾ ੩
ରାଗ ଆଶା ଘର 2 ମହଲା 3
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇହୁଏ।
ਹਰਿ ਦਰਸਨੁ ਪਾਵੈ ਵਡਭਾਗਿ ॥
ଶ୍ରୀହରିଙ୍କ ଦର୍ଶନ କେହି ଭାଗ୍ୟଶାଳୀ ହିଁ ପ୍ରାପ୍ତ କରିଥାଏ।
ਗੁਰ ਕੈ ਸਬਦਿ ਸਚੈ ਬੈਰਾਗਿ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ସଚ୍ଚା ବୈରାଗ୍ୟ ପ୍ରାପ୍ତ ହୋଇଥାଏ।
ਖਟੁ ਦਰਸਨੁ ਵਰਤੈ ਵਰਤਾਰਾ ॥
ସଂସାରରେ ହିନ୍ଦୁଙ୍କ ଷଡ ଦର୍ଶନ ପ୍ରଚଳିତ ଅଛି।