ਰਾਗੁ ਬਸੰਤੁ ਮਹਲਾ ੧ ਘਰੁ ੧ ਚਉਪਦੇ ਦੁਤੁਕੇ
ରାଗ ବସନ୍ତ ମହଲା 1 ଘର 1 ଚଉପଦୀ ଦୁତୁକ
ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥
ପରମାତ୍ମା ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ। ସେ ସୃଷ୍ଟିର ରଚୟିତା ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଠାରେ କୌଣସି ଭୟ ବ୍ୟାପ୍ତ ହୁଏନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେ କାଳାତୀତ, ଅଜନ୍ମା ଏବଂ ସ୍ଵୟଂଭୂ ଅଟନ୍ତି ଆଉ ଗୁରୁ-କୃପା ଦ୍ଵାରା ତାହାଙ୍କୁ ପ୍ରାପ୍ତ କରାଯାଇ ପାରେ।
ਮਾਹਾ ਮਾਹ ਮੁਮਾਰਖੀ ਚੜਿਆ ਸਦਾ ਬਸੰਤੁ ॥
ମାସ ବା ଋତୁ ମଧ୍ୟରେ ରାଜା ବସନ୍ତ ଆସି ଯାଇଛି, ଏହା ସଦା ଖୁସି ରହିଥାଏ।
ਪਰਫੜੁ ਚਿਤ ਸਮਾਲਿ ਸੋਇ ਸਦਾ ਸਦਾ ਗੋਬਿੰਦੁ ॥੧॥
ହେ ମନ! ତୁ ଖୁସି ହୋଇ ସର୍ବଦା ପରମାତ୍ମାଙ୍କ ସ୍ମରଣ କର ॥1॥
ਭੋਲਿਆ ਹਉਮੈ ਸੁਰਤਿ ਵਿਸਾਰਿ ॥
ହେ ଭୋଳା! ଅହଂ ତ୍ୟାଗ କର,
ਹਉਮੈ ਮਾਰਿ ਬੀਚਾਰਿ ਮਨ ਗੁਣ ਵਿਚਿ ਗੁਣੁ ਲੈ ਸਾਰਿ ॥੧॥ ਰਹਾਉ ॥
ଅହଂ ତ୍ୟାଗ କରି ମନରେ ଚିନ୍ତନ କର ଆଉ ସର୍ବୋତ୍ତମ ଗୁଣ ଧାରଣ କର॥1॥ରୁହ॥
ਕਰਮ ਪੇਡੁ ਸਾਖਾ ਹਰੀ ਧਰਮੁ ਫੁਲੁ ਫਲੁ ਗਿਆਨੁ ॥
ସଂପୂର୍ଣ୍ଣ ବିଶ୍ଵ କର୍ମ ରୂପୀ ବୃକ୍ଷ ଅଟେ, ହରିନାମ ତାହାର ଶାଖା ଅଟେ, ଧର୍ମ କରିବା ତାହାର ଫୁଲ ଅଟେ ଆଉ ଜ୍ଞାନର ପ୍ରାପ୍ତି ଫଳ ଅଟେ।
ਪਤ ਪਰਾਪਤਿ ਛਾਵ ਘਣੀ ਚੂਕਾ ਮਨ ਅਭਿਮਾਨੁ ॥੨॥
ଯେତେବେଳେ ପତ୍ର ରୂପରେ ଘନ ଛାୟା ଆସିଥାଏ, ମନର ଅଭିମାନ ନିବୃତ୍ତ ହୋଇଯାଏ||2||
ਅਖੀ ਕੁਦਰਤਿ ਕੰਨੀ ਬਾਣੀ ਮੁਖਿ ਆਖਣੁ ਸਚੁ ਨਾਮੁ ॥
ତାହାଙ୍କ ସୁନ୍ଦର ପ୍ରକୃତି ଆଖିରେ ଦେଖାଯାଇଥାଏ, କାନରେ ମଧୁର ବାଣୀ ଶୁଣାଯାଇ ଥାଏ।
ਪਤਿ ਕਾ ਧਨੁ ਪੂਰਾ ਹੋਆ ਲਾਗਾ ਸਹਜਿ ਧਿਆਨੁ ॥੩॥
ଯଦି ସ୍ଵାଭାବିକ ଭାରେ ପରମାତ୍ମାଙ୍କ ଠାରେ ଧ୍ୟାନ ଲଗାଯାଏ, ଲୋକ-ପରଲୋକରେ ପ୍ରତିଷ୍ଠାର ପୁରା ଧନ ଉପଲବ୍ଧ ହୋଇଯାଏ||3||
ਮਾਹਾ ਰੁਤੀ ਆਵਣਾ ਵੇਖਹੁ ਕਰਮ ਕਮਾਇ ॥
ହେ ଭାଇ! ମାସ ଓ ଋତୁ ଆସିଥାଏ ଓ ଯାଇଥାଏ, ଏଣୁ ନାମ ସ୍ମରଣ ରୂପୀ ସଚ୍ଚା କର୍ମ ଅର୍ଜନ କରି ଦେଖ।
ਨਾਨਕ ਹਰੇ ਨ ਸੂਕਹੀ ਜਿ ਗੁਰਮੁਖਿ ਰਹੇ ਸਮਾਇ ॥੪॥੧॥
ଗୁରୁ ନାନକ ସାହିବର ସନ୍ଦେଶ ଯେ ଯିଏ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଭୁନାମ ସ୍ମରଣରେ ଲୀନ ରହିଥାଏ, ସେ କେବେ ଶୁଖିଯାଇ ନଥାଏ ଆଉ ସଦା ସବୁଜ ରହିଥାଏ||4||1||
ਮਹਲਾ ੧ ਬਸੰਤੁ ॥
ମହଲା 1 ବସନ୍ତ॥
ਰੁਤਿ ਆਈਲੇ ਸਰਸ ਬਸੰਤ ਮਾਹਿ ॥
ରମଣୀୟ ଋତୁ ବସନ୍ତ ଆସି ଯାଇଛି।
ਰੰਗਿ ਰਾਤੇ ਰਵਹਿ ਸਿ ਤੇਰੈ ਚਾਇ ॥
ହେ ପରମେଶ୍ଵର! ଯିଏ ତୋର ରଙ୍ଗରେ ଲୀନ ରହିଥାଏ, ସେ ତୋତେ ପ୍ରାପ୍ତ କରିବାର କାମନାରେ ମସ୍ତ ରହିଥାଏ।
ਕਿਸੁ ਪੂਜ ਚੜਾਵਉ ਲਗਉ ਪਾਇ ॥੧॥
ତୋ’ ବିନା କାହାକୁ ପୂଜା କରିବି, ତୋ’ ବିନା କାହାର ପାଦ ଛୁଇଁ ପାରିବି?||1||
ਤੇਰਾ ਦਾਸਨਿ ਦਾਸਾ ਕਹਉ ਰਾਇ ॥
ହେ ମାଲିକ! ତୋର ଦାସର ଦାସ ବୋଲି କହିଥାଏ,
ਜਗਜੀਵਨ ਜੁਗਤਿ ਨ ਮਿਲੈ ਕਾਇ ॥੧॥ ਰਹਾਉ ॥
ହେ ସଂସାରର ଜୀବନ! ଭକ୍ତି ବିନା କୌଣସି ଯୁକ୍ତି ଦ୍ଵାରା ତୋତେ ପ୍ରାପ୍ତ କରାଯାଇ ପାରିବ ନାହିଁ॥1॥ରୁହ॥
ਤੇਰੀ ਮੂਰਤਿ ਏਕਾ ਬਹੁਤੁ ਰੂਪ ॥
ତୋର ମୂର୍ତ୍ତି ଏକ ହିଁ ଅଟେ, କିନ୍ତୁ ତୋର ରୂପ ଅନେକ ଅଟେ।
ਕਿਸੁ ਪੂਜ ਚੜਾਵਉ ਦੇਉ ਧੂਪ ॥
ପୁଣି ତୋ’ ବିନା କାହାକୁ ପୂଜା-ଅର୍ଚ୍ଚନା କରିବି, ତୋ’ ଅତିରିକ୍ତ କାହାକୁ ଧୂପ ଇତ୍ୟାଦି ଭେଟ କରିବି।
ਤੇਰਾ ਅੰਤੁ ਨ ਪਾਇਆ ਕਹਾ ਪਾਇ ॥
ତୋର ରହସ୍ୟ କେଉଁଠି ମଧ୍ୟ ପ୍ରାପ୍ତ ହୋଇପାରେ ନାହିଁ।
ਤੇਰਾ ਦਾਸਨਿ ਦਾਸਾ ਕਹਉ ਰਾਇ ॥੨॥
ହେ ମାଲିକ! ତୋର ଦାସର ଦାସ ହେବାକୁ ଚାହେଁ||2||
ਤੇਰੇ ਸਠਿ ਸੰਬਤ ਸਭਿ ਤੀਰਥਾ ॥
ସବୁ ତୀର୍ଥ ତୋର ହିଁ ଅଟେ।
ਤੇਰਾ ਸਚੁ ਨਾਮੁ ਪਰਮੇਸਰਾ ॥
ହେ ପରମେଶ୍ଵର! ତୋର ନାମ ଶାଶ୍ଵତ ଅଟେ।
ਤੇਰੀ ਗਤਿ ਅਵਿਗਤਿ ਨਹੀ ਜਾਣੀਐ ॥
ତୋର ଗତି-ଜ୍ଞାନ ଜଣାଯାଇ ପାରେ ନାହିଁ ଏବଂ
ਅਣਜਾਣਤ ਨਾਮੁ ਵਖਾਣੀਐ ॥੩॥
ଜାଣିବା ବିନା ହିଁ ତୋର ନାମର ଉଚ୍ଚାରଣ କରିଥାଏ||3||
ਨਾਨਕੁ ਵੇਚਾਰਾ ਕਿਆ ਕਹੈ ॥
ବିଚରା ନାନକ ତୋର କଣ ସ୍ତୁତି କରି ପାରିବ,
ਸਭੁ ਲੋਕੁ ਸਲਾਹੇ ਏਕਸੈ ॥
ସବୁଲୋକ ତୋର ହିଁ ପ୍ରଶଂସା କରୁଛନ୍ତି।
ਸਿਰੁ ਨਾਨਕ ਲੋਕਾ ਪਾਵ ਹੈ ॥
ନାନକଙ୍କ ମସ୍ତକ ସେହି ମହାପୁରୁଷଙ୍କ ପାଦ ଉପରେ ପଡି ରହିଛି।
ਬਲਿਹਾਰੀ ਜਾਉ ਜੇਤੇ ਤੇਰੇ ਨਾਵ ਹੈ ॥੪॥੨॥
ହେ ସଂସାରର ପାଳକ! ତୋର ଯେତେ ନାମ ଅଛି, ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ||4||2||
ਬਸੰਤੁ ਮਹਲਾ ੧ ॥
ବସନ୍ତ ମହଲ॥1॥
ਸੁਇਨੇ ਕਾ ਚਉਕਾ ਕੰਚਨ ਕੁਆਰ ॥
ଯଦି ସୁନାର ରୋଷେଇ ଘର ତିଆରି କରି ସୁନାର ବାସନ ଉପଯୋଗ କରିଥାଏ,
ਰੁਪੇ ਕੀਆ ਕਾਰਾ ਬਹੁਤੁ ਬਿਸਥਾਰੁ ॥
ରୂପାର ସୂତା ବହୁ ଦୂର ପର୍ଯ୍ୟନ୍ତ ଲମ୍ବାଇ ରଖିଥାଏ,
ਗੰਗਾ ਕਾ ਉਦਕੁ ਕਰੰਤੇ ਕੀ ਆਗਿ ॥
ଖାଦ୍ୟ ବନାଇବା ପାଇଁ ପବିତ୍ର ଗଙ୍ଗାର ଜଳ ଏବଂ ପବିତ୍ର ଅଗ୍ନି ଉପଯୋଗ କରିଥାଏ,
ਗਰੁੜਾ ਖਾਣਾ ਦੁਧ ਸਿਉ ਗਾਡਿ ॥੧॥
ଦୁଧ ମିଶାଇ ଭୋଜନ ବନାଇ ଥାଏ||1||
ਰੇ ਮਨ ਲੇਖੈ ਕਬਹੂ ਨ ਪਾਇ ॥
ହେ ମନ! ଏପରି କୌଣସି କର୍ମକାଣ୍ଡ ପରମାତ୍ମାଙ୍କୁ ମଞ୍ଜୁର ହୋଇ ନଥାଏ,