ODIA PAGE 1178

ਕਾਲਿ ਦੈਤਿ ਸੰਘਾਰੇ ਜਮ ਪੁਰਿ ਗਏ ॥੨॥
ଯେତେବେଳେ କାଳ ରୂପୀ ଦୈତ୍ୟ ସଂହାର କରିଥାଏ, ସେ ଯମପୁରୀ ପହଞ୍ଚି ଯାଇଥାଏ||2||

ਗੁਰਮੁਖਿ ਹਰਿ ਹਰਿ ਹਰਿ ਲਿਵ ਲਾਗੇ ॥
ଗୁରୁମୁଖୀର ମନ ପରମାତ୍ମାଙ୍କ ଠାରେ ହିଁ ଲାଗି ରହିଥାଏ ଏବଂ 

ਜਨਮ ਮਰਣ ਦੋਊ ਦੁਖ ਭਾਗੇ ॥੩॥
ତାହାର ଜନ୍ମ-ମରଣର ଦୁଃଖ ଦୂର ହୋଇଯାଏ||3||

ਭਗਤ ਜਨਾ ਕਉ ਹਰਿ ਕਿਰਪਾ ਧਾਰੀ ॥
ନିଜ ଭକ୍ତ ଉପରେ ପରମାତ୍ମା କୃପା ଦୃଷ୍ଟି କରିଥାନ୍ତି, 

ਗੁਰੁ ਨਾਨਕੁ ਤੁਠਾ ਮਿਲਿਆ ਬਨਵਾਰੀ ॥੪॥੨॥
ଗୁରୁ ନାନକଙ୍କ ପ୍ରସନ୍ନତା ଦ୍ଵାରା ଭଗବାନ ମିଳି ଯାଇଥାନ୍ତି||4||2||

ਬਸੰਤੁ ਹਿੰਡੋਲ ਮਹਲਾ ੪ ਘਰੁ ੨
ବସନ୍ତ ହିଣ୍ଡୋଲ ମହଲା 4 ଘର 2 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ସଦଗୁରୁଙ୍କ କୃପାରୁ ଯାହାଙ୍କୁ ପ୍ରାପ୍ତ କରାଯାଇ ପାରେ।  

ਰਾਮ ਨਾਮੁ ਰਤਨ ਕੋਠੜੀ ਗੜ ਮੰਦਰਿ ਏਕ ਲੁਕਾਨੀ ॥
ରାମନାମ ରୂପୀ ଅମୂଲ୍ୟ ରତ୍ନ ଶରୀର ରୂପୀ ଦୁର୍ଗର ମନ୍ଦିରରେ ଗୁପ୍ତ ରୂପରେ ବିଦ୍ୟମାନ ଅଛନ୍ତି,                                              

ਸਤਿਗੁਰੁ ਮਿਲੈ ਤ ਖੋਜੀਐ ਮਿਲਿ ਜੋਤੀ ਜੋਤਿ ਸਮਾਨੀ ॥੧॥
ଯଦି ସଚ୍ଚା ଗୁରୁଙ୍କ ସହିତ ଭେଟ ହୋଇଯାଏ, ତାହାହେଲେ ହିଁ ତାହାଙ୍କ ସନ୍ଧାନ ହୋଇଥାଏ, ତାପରେ ଆତ୍ମଜ୍ୟୋତି ପରମାଜ୍ୟୋତିରେ ବିଲୀନ ହୋଇଯାଏ||1||

ਮਾਧੋ ਸਾਧੂ ਜਨ ਦੇਹੁ ਮਿਲਾਇ ॥
ହେ ପ୍ରଭୁ! ସାଧୁଜନ ସହିତ ମୋତେ ମିଳାଇ ଦିଅ,

ਦੇਖਤ ਦਰਸੁ ਪਾਪ ਸਭਿ ਨਾਸਹਿ ਪਵਿਤ੍ਰ ਪਰਮ ਪਦੁ ਪਾਇ ॥੧॥ ਰਹਾਉ ॥
କାରଣ ତାହାଙ୍କ ଦର୍ଶନ ଦ୍ଵାରା ସବୁ ପାପ ନାଶ ହୋଇଯାଏ ଏବଂ ପବିତ୍ର ପରମ ପଦ ପ୍ରାପ୍ତ ହୋଇଯାଏ॥1॥ରୁହ॥

ਪੰਚ ਚੋਰ ਮਿਲਿ ਲਾਗੇ ਨਗਰੀਆ ਰਾਮ ਨਾਮ ਧਨੁ ਹਿਰਿਆ ॥
ପାଞ୍ଚ ଚୋର ଶରୀର ରୂପୀ ନଗରୀରେ ରହିଥାନ୍ତି ଏବଂ ରାମନାମ ରୂପୀ ଧନ ଚୋରାଇ ଥାଆନ୍ତି। 

ਗੁਰਮਤਿ ਖੋਜ ਪਰੇ ਤਬ ਪਕਰੇ ਧਨੁ ਸਾਬਤੁ ਰਾਸਿ ਉਬਰਿਆ ॥੨॥
ଯେତେବେଳେ ଗୁରୁଙ୍କ ଶିକ୍ଷା ଦ୍ଵାରା ସନ୍ଧାନ ପାଇ ଯାଇଥାଏ, ରାମନାମ ରୂପୀ ଧନକୁ ରକ୍ଷା କରିଥାଏ||2||

ਪਾਖੰਡ ਭਰਮ ਉਪਾਵ ਕਰਿ ਥਾਕੇ ਰਿਦ ਅੰਤਰਿ ਮਾਇਆ ਮਾਇਆ ॥
ଜୀବ ଧର୍ମ-କର୍ମର ଆଡମ୍ବର ଏବଂ ଭ୍ରମ ଉପାୟ କରି ଥକି ଯାଇଥାଏ, ପରନ୍ତୁ ତାହାର ହୃଦୟରେ ମାୟାର ପ୍ରଭାବ ବନି ରହିଥାଏ।

ਸਾਧੂ ਪੁਰਖੁ ਪੁਰਖਪਤਿ ਪਾਇਆ ਅਗਿਆਨ ਅੰਧੇਰੁ ਗਵਾਇਆ ॥੩॥
ଯେତେବେଳେ ମହାପୁରୁଷ ସାଧୁଙ୍କ ସଙ୍ଗତ ପ୍ରାପ୍ତ ହୋଇଥାଏ, ଅଜ୍ଞାନତାର ଅନ୍ଧକାର ସମାପ୍ତ ହୋଇଯାଏ||3||

ਜਗੰਨਾਥ ਜਗਦੀਸ ਗੁਸਾਈ ਕਰਿ ਕਿਰਪਾ ਸਾਧੁ ਮਿਲਾਵੈ ॥
ଯେତେବେଳେ ଜଗନ୍ନାଥ ଜଗଦୀଶ୍ଵର କୃପା କରି ସାଧୁ ପୁରୁଷଙ୍କ ସହିତ ମିଳାଇ ଥାଆନ୍ତି,

ਨਾਨਕ ਸਾਂਤਿ ਹੋਵੈ ਮਨ ਅੰਤਰਿ ਨਿਤ ਹਿਰਦੈ ਹਰਿ ਗੁਣ ਗਾਵੈ ॥੪॥੧॥੩॥
ନାନକଙ୍କ ମତ ଯେ ମନକୁ ଶାନ୍ତି ପ୍ରାପ୍ତ ହୋଇଯାଏ ଏବଂ ସେ ନିତ୍ୟ ହୃଦୟରେ ପ୍ରଭୁଙ୍କ ଗୁଣଗାନ କରିଥାନ୍ତି||4||1||3||

ਬਸੰਤੁ ਮਹਲਾ ੪ ਹਿੰਡੋਲ ॥
ବସନ୍ତ ମହଲା 4 ହିଣ୍ଡୋଲ ॥ 

ਤੁਮ੍ਹ੍ਹ ਵਡ ਪੁਰਖ ਵਡ ਅਗਮ ਗੁਸਾਈ ਹਮ ਕੀਰੇ ਕਿਰਮ ਤੁਮਨਛੇ ॥
ହେ ସୃଷ୍ଟିର ସ୍ଵାମୀ! ତୁ ବହୁତ ବଡ ଅଟୁ, ସର୍ବଶକ୍ତିମାନ ଏବଂ ଅଗମ୍ୟ ଅଟୁ ଏବଂ ଆମେ ତୋର ତୁଚ୍ଛ କୀଟ ମାତ୍ର ଅଟୁ। 

ਹਰਿ ਦੀਨ ਦਇਆਲ ਕਰਹੁ ਪ੍ਰਭ ਕਿਰਪਾ ਗੁਰ ਸਤਿਗੁਰ ਚਰਣ ਹਮ ਬਨਛੇ ॥੧॥
ହେ ଦୀନଦୟାଳୁ! କୃପା କର, ଆମେ ଗୁରୁଙ୍କ ଚରଣ ହିଁ ଚାହୁଁ||1||

ਗੋਬਿੰਦ ਜੀਉ ਸਤਸੰਗਤਿ ਮੇਲਿ ਕਰਿ ਕ੍ਰਿਪਛੇ ॥
ହେ ଗୋବିନ୍ଦ! କୃପାଦୃଷ୍ଟି କରି ସତସଙ୍ଗତରେ ମିଳନ କରାଇ ଦିଅ;

ਜਨਮ ਜਨਮ ਕੇ ਕਿਲਵਿਖ ਮਲੁ ਭਰਿਆ ਮਿਲਿ ਸੰਗਤਿ ਕਰਿ ਪ੍ਰਭ ਹਨਛੇ ॥੧॥ ਰਹਾਉ ॥
ମନରେ ଜନ୍ମ-ଜନ୍ମାନ୍ତରର ପାପର ମଇଳା ଭରି ରହିଛି, ଏଣୁ ଉତ୍ତମ ସଙ୍ଗତରେ ମିଳନ କରାଇ ଦିଅ॥1॥ରୁହ॥

ਤੁਮ੍ਹ੍ਹਰਾ ਜਨੁ ਜਾਤਿ ਅਵਿਜਾਤਾ ਹਰਿ ਜਪਿਓ ਪਤਿਤ ਪਵੀਛੇ ॥
ହେ ପ୍ରଭୁ! ଉଚ୍ଚ ଜାତି ଅଥବା ଛୋଟ ଜାତି ସହିତ ସମ୍ବନ୍ଧିତ ଯେଉଁ ବ୍ୟକ୍ତି ତୁମର ଜପ କରିଥାଏ, ସେ ବିକାର ଠାରୁ ମୁକ୍ତ ହୋଇ ପବିତ୍ର ହୋଇଯାଏ।

ਹਰਿ ਕੀਓ ਸਗਲ ਭਵਨ ਤੇ ਊਪਰਿ ਹਰਿ ਸੋਭਾ ਹਰਿ ਪ੍ਰਭ ਦਿਨਛੇ ॥੨॥
ପ୍ରଭୁ ସଂପୂର୍ଣ୍ଣ ଲୋକରେ ତାହାକୁ ବିଖ୍ୟାତ କରିଥାନ୍ତି ଏବଂ ସେ ସର୍ବତ୍ର ଶୋଭା ପ୍ରଦାନ କରିଥାନ୍ତି||2||

ਜਾਤਿ ਅਜਾਤਿ ਕੋਈ ਪ੍ਰਭ ਧਿਆਵੈ ਸਭਿ ਪੂਰੇ ਮਾਨਸ ਤਿਨਛੇ ॥
ଉଚ୍ଚ ଅଥବା ନିମ୍ନ ଜାତି ବାଲା କୌଣସି ପୁରୁଷ ପ୍ରଭୁଙ୍କ ଧ୍ୟାନ କରିଲେ ତାହାଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯାଏ। 

ਸੇ ਧੰਨਿ ਵਡੇ ਵਡ ਪੂਰੇ ਹਰਿ ਜਨ ਜਿਨੑ ਹਰਿ ਧਾਰਿਓ ਹਰਿ ਉਰਛੇ ॥੩॥
ଯିଏ ପରମାତ୍ମାଙ୍କୁ ନିଜ ହୃଦୟରେ ଧାରଣ କରି ନେଇଥାଏ, ସେ ହିଁ ଭାଗ୍ୟବାନ, ଧନ୍ୟ ଏବଂ ମହାନ ଅଟେ, ||3||

ਹਮ ਢੀਂਢੇ ਢੀਮ ਬਹੁਤੁ ਅਤਿ ਭਾਰੀ ਹਰਿ ਧਾਰਿ ਕ੍ਰਿਪਾ ਪ੍ਰਭ ਮਿਲਛੇ ॥
ହେ ପ୍ରଭୁ! ଆମେ ବହୁତ ନୀଚ, ମୂର୍ଖ ଏବଂ କଠୋର ହୃଦୟ ବାଲା ଅଟୁ, କୃପା କରି ମିଳନ କରାଇ ଦିଅ।

ਜਨ ਨਾਨਕ ਗੁਰੁ ਪਾਇਆ ਹਰਿ ਤੂਠੇ ਹਮ ਕੀਏ ਪਤਿਤ ਪਵੀਛੇ ॥੪॥੨॥੪॥
ହେ ନାନକ! ଯେତେବେଳେ ଗୁରୁଙ୍କୁ ପ୍ରାପ୍ତ କରିଥାଏ, ପବିତ୍ର ହୋଇଯାଏ||4||2||4||

ਬਸੰਤੁ ਹਿੰਡੋਲ ਮਹਲਾ ੪ ॥
ବସନ୍ତ ମହଲା 4 ହିଣ୍ଡୋଲ ॥ 

ਮੇਰਾ ਇਕੁ ਖਿਨੁ ਮਨੂਆ ਰਹਿ ਨ ਸਕੈ ਨਿਤ ਹਰਿ ਹਰਿ ਨਾਮ ਰਸਿ ਗੀਧੇ ॥
ମୋର ମନ ଏକ କ୍ଷଣ ମଧ୍ୟ ରହିପାରେ ନାହିଁ ଏବଂ ଏହା ନିତ୍ୟ ହରିନାମର ଭଜନ ରସରେ ମସ୍ତ ରହିଥାଏ।

ਜਿਉ ਬਾਰਿਕੁ ਰਸਕਿ ਪਰਿਓ ਥਨਿ ਮਾਤਾ ਥਨਿ ਕਾਢੇ ਬਿਲਲ ਬਿਲੀਧੇ ॥੧॥
ଯେପରି ଛୋଟ ଶିଶୁ ମାତାର ସ୍ତନର ଦୁଗ୍ଧ ପାନ କରିବାରେ ଲୀନ ରହିଥାଏ ଏବଂ ସ୍ତନ ଛଡାଇ ଦେଲେ କ୍ରନ୍ଦନ କରିଥାଏ||1||

ਗੋਬਿੰਦ ਜੀਉ ਮੇਰੇ ਮਨ ਤਨ ਨਾਮ ਹਰਿ ਬੀਧੇ ॥
ହେ ଗୋବିନ୍ଦ! ମୋର ମନ ତନ ମଧ୍ୟ ଏପରି ନାମ ରସରେ ଲାଗି ଯାଇଥାଏ।

ਵਡੈ ਭਾਗਿ ਗੁਰੁ ਸਤਿਗੁਰੁ ਪਾਇਆ ਵਿਚਿ ਕਾਇਆ ਨਗਰ ਹਰਿ ਸੀਧੇ ॥੧॥ ਰਹਾਉ ॥
ଅହୋଭାଗ୍ୟରୁ ଗୁରୁଙ୍କୁ ପାଇଥାଏ, ଶରୀର ରୂପୀ ନଗରୀରେ ପ୍ରଭୁଙ୍କୁ ପ୍ରାପ୍ତ ହୋଇଥାଏ॥1॥ରୁହ॥ 

error: Content is protected !!