ਬਸੰਤੁ ਮਹਲਾ ੫ ॥
ବସନ୍ତ ମହଲା 5॥
ਜੀਅ ਪ੍ਰਾਣ ਤੁਮ੍ਹ੍ਹ ਪਿੰਡ ਦੀਨੑ ॥
ହେ ପରମପିତା! ଏହି ଆତ୍ମା, ପ୍ରାଣ, ଶରୀର ତୁମର ଦାନ ଅଟେ,
ਮੁਗਧ ਸੁੰਦਰ ਧਾਰਿ ਜੋਤਿ ਕੀਨੑ ॥
ନିଜ ଜ୍ୟୋତି ସ୍ଥାପନ କରି ତୁ ମୋ’ ଭଳି ମୂର୍ଖକୁ ସୁନ୍ଦର ବନାଇଛୁ।
ਸਭਿ ਜਾਚਿਕ ਪ੍ਰਭ ਤੁਮ੍ਹ੍ਹ ਦਇਆਲ ॥
ହେ ପ୍ରଭୁ! ତୁ ଦୟାର ଭଣ୍ଡାର ଅଟୁ ଆଉ ଆମେ ସବୁ ଯାଚକ ଅଟୁ,
ਨਾਮੁ ਜਪਤ ਹੋਵਤ ਨਿਹਾਲ ॥੧॥
ତୋର ନାମ ଜପିବା ଦ୍ଵାରା ଆମେ ଆନନ୍ଦ ବିଭୋର ହେଉ||1||
ਮੇਰੇ ਪ੍ਰੀਤਮ ਕਾਰਣ ਕਰਣ ਜੋਗ ॥
ହେ ମୋର ପ୍ରିୟତମ! ତୁ କରିବା-କରାଇବାରେ ସମର୍ଥ ଅଟୁ,
ਹਉ ਪਾਵਉ ਤੁਮ ਤੇ ਸਗਲ ਥੋਕ ॥੧॥ ਰਹਾਉ ॥
ଆମେ ତୁମ ଠାରୁ ହିଁ ସବୁ ବସ୍ତୁ ପ୍ରାପ୍ତ କରିଥାଏ॥1॥ରୁହ॥
ਨਾਮੁ ਜਪਤ ਹੋਵਤ ਉਧਾਰ ॥
ହରିନାମର ଜପ କରିବା ଦ୍ଵାରା ସଂସାରରୁ ଉଦ୍ଧାର ହୋଇଯାଏ,
ਨਾਮੁ ਜਪਤ ਸੁਖ ਸਹਜ ਸਾਰ ॥
ହରିନାମର ଜପ କରିବା ଦ୍ଵାରା ସ୍ଵାଭାବିକ ଭାବରେ ସୁଖ ପ୍ରାପ୍ତ ହୋଇଥାଏ।
ਨਾਮੁ ਜਪਤ ਪਤਿ ਸੋਭਾ ਹੋਇ ॥
ହରିନାମର ଜପ କରିବା ଦ୍ଵାରା ସଂସାରରେ ଶୋଭା ଏବଂ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ।
ਨਾਮੁ ਜਪਤ ਬਿਘਨੁ ਨਾਹੀ ਕੋਇ ॥੨॥
ହରିନାମର ଜପ କରିବା ଦ୍ଵାରା କୌଣସି ବିଘ୍ନ ଆସେ ନାହିଁ||2||
ਜਾ ਕਾਰਣਿ ਇਹ ਦੁਲਭ ਦੇਹ ॥
ଯେଉଁ ପ୍ରଭୁ ଭଜନ ପାଇଁ ଏହି ଦୁର୍ଲଭ ଶରୀର ପ୍ରାପ୍ତ ହୋଇଥାଏ,
ਸੋ ਬੋਲੁ ਮੇਰੇ ਪ੍ਰਭੂ ਦੇਹਿ ॥
ହେ ମୋର ପ୍ରଭୁ! ସେହି ଭଜନ ପ୍ରଦାନ କର।
ਸਾਧਸੰਗਤਿ ਮਹਿ ਇਹੁ ਬਿਸ੍ਰਾਮੁ ॥
ହେ ପ୍ରଭୁ! ସାଧୁ ସଙ୍ଗତରେ ଏହି ସୁଖର ସ୍ଥାନ ପ୍ରାପ୍ତ ହେଉ ଯେ
ਸਦਾ ਰਿਦੈ ਜਪੀ ਪ੍ਰਭ ਤੇਰੋ ਨਾਮੁ ॥੩॥
ସେଠାରେ ହୃଦୟରେ ସଦା ତୋର ନାମର ଜପ ହୋଇଥାଏ||3||
ਤੁਝ ਬਿਨੁ ਦੂਜਾ ਕੋਇ ਨਾਹਿ ॥
ତୋ’ ବିନା ଆଉ କେହି ନାହାନ୍ତି,
ਸਭੁ ਤੇਰੋ ਖੇਲੁ ਤੁਝ ਮਹਿ ਸਮਾਹਿ ॥
ଦୁନିଆରେ ସବୁ ତୋର ଲୀଳା ଚାଲୁଅଛି ଏବଂ ସୃଷ୍ଟିର ଜୀବ ତୋ’ ଠାରେ ବିଲୀନ ହୋଇଯାଏ।
ਜਿਉ ਭਾਵੈ ਤਿਉ ਰਾਖਿ ਲੇ ॥
ଯେପରି ତୁ ଚାହୁଁ, ସେପରି ହିଁ ରକ୍ଷା କରୁ।
ਸੁਖੁ ਨਾਨਕ ਪੂਰਾ ਗੁਰੁ ਮਿਲੇ ॥੪॥੪॥
ନାନକଙ୍କ ମତ ଯେ ସଚ୍ଚା ସୁଖ ପୂର୍ଣ୍ଣ ଗୁରୁଙ୍କ ଠାରୁ ହିଁ ମିଳିଥାଏ||4||4||
ਬਸੰਤੁ ਮਹਲਾ ੫ ॥
ବସନ୍ତ ମହଲା 5॥
ਪ੍ਰਭ ਪ੍ਰੀਤਮ ਮੇਰੈ ਸੰਗਿ ਰਾਇ ॥
ହେ ମା’ ପ୍ରିୟତମ ପ୍ରଭୁ ମୋର ସଙ୍ଗରେ ବାସ କରିଥାନ୍ତି,
ਜਿਸਹਿ ਦੇਖਿ ਹਉ ਜੀਵਾ ਮਾਇ ॥
ଯାହାଙ୍କୁ ଦେଖି ମୁଁ ଜୀବିତ ରହିଥାଏ,
ਜਾ ਕੈ ਸਿਮਰਨਿ ਦੁਖੁ ਨ ਹੋਇ ॥
ଯାହାଙ୍କ ସ୍ମରଣ କରିବା ଦ୍ଵାରା ଦୁଃଖ ପ୍ରଭାବିତ କରେନାହିଁ,
ਕਰਿ ਦਇਆ ਮਿਲਾਵਹੁ ਤਿਸਹਿ ਮੋਹਿ ॥੧॥
ଦୟା କରି ମୋତେ ତାହାଙ୍କ ସହିତ ମିଳାଇ ଦିଅ||1||
ਮੇਰੇ ਪ੍ਰੀਤਮ ਪ੍ਰਾਨ ਅਧਾਰ ਮਨ ॥
ହେ ମୋର ପ୍ରିୟତମ! ତୁ ହିଁ ମୋର ମନ ଏବଂ ପ୍ରାଣର ଆଧାର ଅଟେ,
ਜੀਉ ਪ੍ਰਾਨ ਸਭੁ ਤੇਰੋ ਧਨ ॥੧॥ ਰਹਾਉ ॥
ଏହି ଆତ୍ମା ଏବଂ ପ୍ରାଣ ସବୁ ତୋର ଧନ ଅଟେ॥1॥ରୁହ॥
ਜਾ ਕਉ ਖੋਜਹਿ ਸੁਰਿ ਨਰ ਦੇਵ ॥
ଯାହାଙ୍କୁ ମନୁଷ୍ୟ ଏବଂ ଦେବତା ଖୋଜିଥାନ୍ତି,
ਮੁਨਿ ਜਨ ਸੇਖ ਨ ਲਹਹਿ ਭੇਵ ॥
ମୁନିଜନ ଓ ଶେଷନାଗ ଯାହାର ରହସ୍ୟ ପାଇ ପାରନ୍ତି ନାହିଁ,
ਜਾ ਕੀ ਗਤਿ ਮਿਤਿ ਕਹੀ ਨ ਜਾਇ ॥
ଯାହାଙ୍କ ମହିମା ଓ ଶକ୍ତିର ବର୍ଣ୍ଣନା କରାଯାଇ ପାରିବ ନାହିଁ,
ਘਟਿ ਘਟਿ ਘਟਿ ਘਟਿ ਰਹਿਆ ਸਮਾਇ ॥੨॥
ସେହି ସର୍ବଶକ୍ତିମାନ ପ୍ରତି ଘଟରେ ବ୍ୟାପ୍ତ ଅଛନ୍ତି||2||
ਜਾ ਕੇ ਭਗਤ ਆਨੰਦ ਮੈ ॥
ଯାହାଙ୍କ ଭକ୍ତ ସଦା ଆନନ୍ଦମୟ ରହିଥାନ୍ତି,
ਜਾ ਕੇ ਭਗਤ ਕਉ ਨਾਹੀ ਖੈ ॥
ଯାହାଙ୍କ ଭକ୍ତର କୌଣସି କ୍ଷତି ହୁଏନାହିଁ,
ਜਾ ਕੇ ਭਗਤ ਕਉ ਨਾਹੀ ਭੈ ॥
ଯାହାଙ୍କ ଭକ୍ତର କୌଣସି ଭୟ ନଥାଏ,
ਜਾ ਕੇ ਭਗਤ ਕਉ ਸਦਾ ਜੈ ॥੩॥
ଯାହାଙ୍କ ଭକ୍ତର ସଦା ଜୟ-ଜୟକାର ହୋଇଥାଏ||3||
ਕਉਨ ਉਪਮਾ ਤੇਰੀ ਕਹੀ ਜਾਇ ॥
ହେ ପ୍ରଭୁ! ତୋର ଉପମା ଅବର୍ଣ୍ଣନୀୟ ଅଟେ,
ਸੁਖਦਾਤਾ ਪ੍ਰਭੁ ਰਹਿਓ ਸਮਾਇ ॥
ତୁ ପୁରା ସଂସାରକୁ ସୁଖ ପ୍ରଦାନ କରିବା ବାଲା ଅଟୁ, ସର୍ବବ୍ୟାପକ ଅଟୁ।
ਨਾਨਕੁ ਜਾਚੈ ਏਕੁ ਦਾਨੁ ॥
ନାନକ କେବଳ ଏହି ଦାନ ଚାହିଁ ଥାଆନ୍ତି ଯେ
ਕਰਿ ਕਿਰਪਾ ਮੋਹਿ ਦੇਹੁ ਨਾਮੁ ॥੪॥੫॥
କୃପା କରି ମୋତେ ନାମ ପ୍ରଦାନ କର||4||5||
ਬਸੰਤੁ ਮਹਲਾ ੫ ॥
ବସନ୍ତ ମହଲା 5॥
ਮਿਲਿ ਪਾਣੀ ਜਿਉ ਹਰੇ ਬੂਟ ॥
ଯେପରି ପାଣି ମିଳିବା ଦ୍ଵାରା ଗଛ ସବୁଜ ହୋଇଥାଏ,
ਸਾਧਸੰਗਤਿ ਤਿਉ ਹਉਮੈ ਛੂਟ ॥
ସେପରି ହିଁ ସାଧୁ-ପୁରୁଷଙ୍କ ସଂଗତି କରିବା ଦ୍ଵାରା ଅହଂ ଦୂର ହୋଇଯାଏ।
ਜੈਸੀ ਦਾਸੇ ਧੀਰ ਮੀਰ ॥
ଯେପରି ନଉକରର ସାହାରା ମାଲିକ ହୋଇଥାଏ,
ਤੈਸੇ ਉਧਾਰਨ ਗੁਰਹ ਪੀਰ ॥੧॥
ସେପରି ହିଁ ଗୁରୁ ନିଜ ସଂସାରର ଦୁଃଖ ଠାରୁ ଉଧାର କରିଥାନ୍ତି||1||
ਤੁਮ ਦਾਤੇ ਪ੍ਰਭ ਦੇਨਹਾਰ ॥
ହେ ପ୍ରଭୁ! ଏକମାତ୍ର ତୁ ହିଁ ଦାତା ଅଟୁ, ସଂପୂର୍ଣ୍ଣ ଜଗତକୁ ଦେବା ବାଲା ଅଟୁ,
ਨਿਮਖ ਨਿਮਖ ਤਿਸੁ ਨਮਸਕਾਰ ॥੧॥ ਰਹਾਉ ॥
ରତି କ୍ଷଣରେ ତୋତେ ପ୍ରଣାମ ଅଟେ॥1॥ରୁହ॥
ਜਿਸਹਿ ਪਰਾਪਤਿ ਸਾਧਸੰਗੁ ॥
ଯାହାକୁ ସାଧୁ-ପୁରୁଷଙ୍କ ସଙ୍ଗତ ପ୍ରାପ୍ତ ହୋଇଥାଏ,
ਤਿਸੁ ਜਨ ਲਾਗਾ ਪਾਰਬ੍ਰਹਮ ਰੰਗੁ ॥
ସେହି ବ୍ୟକ୍ତିକୁ ପରଂବ୍ରହ୍ମଙ୍କ ସହିତ ପ୍ରେମ ହୋଇଥାଏ।
ਤੇ ਬੰਧਨ ਤੇ ਭਏ ਮੁਕਤਿ ॥ ਭਗਤ ਅਰਾਧਹਿ ਜੋਗ ਜੁਗਤਿ ॥੨॥
ସେ ସଂସାରର ବନ୍ଧନରୁ ମୁକ୍ତି ପାଇ ନେଇଥାଏ, ଏପରି ଭକ୍ତ ଈଶ୍ଵରଙ୍କ ଆରାଧନାର ଯୋଗଯୁକ୍ତି ଆପଣାଇ ଥାଏ||2||
ਨੇਤ੍ਰ ਸੰਤੋਖੇ ਦਰਸੁ ਪੇਖਿ ॥
ଈଶ୍ଵରଙ୍କ ଦର୍ଶନ କରି କରି ନେତ୍ର ସନ୍ତୁଷ୍ଟ ହୋଇଯାଏ ଏବଂ
ਰਸਨਾ ਗਾਏ ਗੁਣ ਅਨੇਕ ॥
ଜିହ୍ଵା ତାହାଙ୍କ ଅନନ୍ତ ଗୁଣଗାନ କରିଥାଏ।
ਤ੍ਰਿਸਨਾ ਬੂਝੀ ਗੁਰ ਪ੍ਰਸਾਦਿ ॥
ଗୁରୁଙ୍କ କୃପାରୁ ତୃଷ୍ଣା ମେଣ୍ଟି ଯାଇଥାଏ ଏବଂ
ਮਨੁ ਆਘਾਨਾ ਹਰਿ ਰਸਹਿ ਸੁਆਦਿ ॥੩॥
ପ୍ରଭୁ ଭଜନର ଆନନ୍ଦ ଦ୍ଵାରା ମନ ତୃପ୍ତ ହୋଇଯାଏ||3||
ਸੇਵਕੁ ਲਾਗੋ ਚਰਣ ਸੇਵ ॥ ਆਦਿ ਪੁਰਖ ਅਪਰੰਪਰ ਦੇਵ ॥
ସେବକ ତାହାଙ୍କ ଚରଣ ସେବାରେ ଲୀନ ରହିଥାଏ, ଯେଉଁ ଈଶ୍ଵର ଅପରାମ୍ପର, ଆଦି ପୁରୁଷ ଅଟନ୍ତି।
ਸਗਲ ਉਧਾਰਣ ਤੇਰੋ ਨਾਮੁ ॥
ହେ ଦେବାଧିଦେବ! ତୋର ନାମ ସଂସାରର ଉଦ୍ଧାର କରିବା ବାଲା ଅଟେ ଏବଂ
ਨਾਨਕ ਪਾਇਓ ਇਹੁ ਨਿਧਾਨੁ ॥੪॥੬॥
ନାନକ ଏହି ସୁଖର ଭଣ୍ଡାର ପ୍ରାପ୍ତ କରିଛନ୍ତି||4||6||
ਬਸੰਤੁ ਮਹਲਾ ੫ ॥
ବସନ୍ତ ମହଲା 5॥
ਤੁਮ ਬਡ ਦਾਤੇ ਦੇ ਰਹੇ ॥
ହେ ପରମେଶ୍ଵର! ତୁ ହିଁ ସବୁଠାରୁ ବଡ ଦାତା ଅଟୁ,
ਜੀਅ ਪ੍ਰਾਣ ਮਹਿ ਰਵਿ ਰਹੇ ॥
ଆତ୍ମା ଓ ପ୍ରାଣରେ ତୁ ହିଁ ଅବସ୍ଥିତ ଅଟୁ,
ਦੀਨੇ ਸਗਲੇ ਭੋਜਨ ਖਾਨ ॥
ଖାଇବା ପାଇଁ ଭୋଜନ ଦେଉଛୁ,
ਮੋਹਿ ਨਿਰਗੁਨ ਇਕੁ ਗੁਨੁ ਨ ਜਾਨ ॥੧॥
କିନ୍ତୁ ମୋ’ ଭଳି ଗୁଣବିହୀନ ତୋର କୌଣସି କୃପା ଜାଣି ପାରୁନାହିଁ||1||
ਹਉ ਕਛੂ ਨ ਜਾਨਉ ਤੇਰੀ ਸਾਰ ॥
ମୁଁ ତୋର ମହାନତାକୁ ଆଦୌ ଜାଣେ ନାହିଁ,