ODIA PAGE 1200

ਸ੍ਰਵਣੀ ਕੀਰਤਨੁ ਸੁਨਉ ਦਿਨੁ ਰਾਤੀ ਹਿਰਦੈ ਹਰਿ ਹਰਿ ਭਾਨੀ ॥੩॥
କାନରେ ଦିନରାତି ପରମାତ୍ମାଙ୍କ ଭଜନ କୀର୍ତ୍ତନ ଶୁଣିଥାଏ ଏବଂ ହୃଦୟରେ ପ୍ରଭୁ ହିଁ ଭଲ ଲାଗିଥାନ୍ତି||3||

ਪੰਚ ਜਨਾ ਗੁਰਿ ਵਸਗਤਿ ਆਣੇ ਤਉ ਉਨਮਨਿ ਨਾਮਿ ਲਗਾਨੀ ॥
ଯେତେବେଳେ ଗୁରୁ ପାଞ୍ଚ ବିକାରକୁ ବଶୀଭୂତ କରି ଦେଇଛନ୍ତି, ନାମରେ ଲୀନ ହୋଇ ଯାଇଛି।

ਜਨ ਨਾਨਕ ਹਰਿ ਕਿਰਪਾ ਧਾਰੀ ਹਰਿ ਰਾਮੈ ਨਾਮਿ ਸਮਾਨੀ ॥੪॥੫॥
ହେ ନାନକ! ଈଶ୍ଵରଙ୍କ କୃପା ହୋଇ ଯାଇଛି, ରାମନାମ ସ୍ମରଣରେ ଲୀନ ହୋଇ ଯାଇଛି||4||5||

ਸਾਰਗ ਮਹਲਾ ੪ ॥
ସାରଗ ମହଲା 4॥

ਜਪਿ ਮਨ ਰਾਮ ਨਾਮੁ ਪੜ੍ਹੁ ਸਾਰੁ ॥
ହେ ମନ! ରାମନାମର ଜପ ଏବଂ ପଠନ କର, ଏହା ସାର ଅଟେ।

ਰਾਮ ਨਾਮ ਬਿਨੁ ਥਿਰੁ ਨਹੀ ਕੋਈ ਹੋਰੁ ਨਿਹਫਲ ਸਭੁ ਬਿਸਥਾਰੁ ॥੧॥ ਰਹਾਉ ॥
ରାମନାମ ବିନା କେହି ସ୍ଥିର ନାହାନ୍ତି, ଅନ୍ୟ ସବୁ ବିସ୍ତାର ନିଷ୍ଫଳ ଅଟେ॥1॥ରୁହ॥

ਕਿਆ ਲੀਜੈ ਕਿਆ ਤਜੀਐ ਬਉਰੇ ਜੋ ਦੀਸੈ ਸੋ ਛਾਰੁ ॥
ହେ ପାଗଳ! ସଂସାରରୁ କଣ ନିଆଯାଏ ଏବଂ କଣ ଛଡା ଯାଏ, ସବୁ ଧୂଳି ସମାନ ଅଟେ।

ਜਿਸੁ ਬਿਖਿਆ ਕਉ ਤੁਮ੍ਹ੍ਹ ਅਪੁਨੀ ਕਰਿ ਜਾਨਹੁ ਸਾ ਛਾਡਿ ਜਾਹੁ ਸਿਰਿ ਭਾਰੁ ॥੧॥
ଯେଉଁ ସମ୍ପତ୍ତି ରୂପୀ ବିଷକୁ ତୁମେ ନିଜର ଭାବୁ ଅଛ, ତାହାକୁ ତ୍ୟାଗ କର, କାରଣ ଏହା ପାପର ଭାର ଅଟେ||1||

ਤਿਲੁ ਤਿਲੁ ਪਲੁ ਪਲੁ ਅਉਧ ਫੁਨਿ ਘਾਟੈ ਬੂਝਿ ਨ ਸਕੈ ਗਵਾਰੁ ॥
ପ୍ରତି କ୍ଷଣରେ ଜୀବନ ଅବଧି ହ୍ରାସ ପାଉଛି, କିନ୍ତୁ ବୋକା ମନୁଷ୍ୟ ଏହି କଥା ବୁଝେ ନାହିଁ।

ਸੋ ਕਿਛੁ ਕਰੈ ਜਿ ਸਾਥਿ ਨ ਚਾਲੈ ਇਹੁ ਸਾਕਤ ਕਾ ਆਚਾਰੁ ॥੨॥
ମାୟାବୀ ମନୁଷ୍ୟର ଏହି ଆଚରଣ ଯେ ସେ ତାହା ହିଁ କରିଥାଏ, ଯାହା ସାଥିରେ ଯାଏ ନାହିଁ||2||

ਸੰਤ ਜਨਾ ਕੈ ਸੰਗਿ ਮਿਲੁ ਬਉਰੇ ਤਉ ਪਾਵਹਿ ਮੋਖ ਦੁਆਰੁ ॥
ହେ ବାଉଳା! ଯଦି ସନ୍ଥଙ୍କ ସଙ୍ଗତିରେ ମିଶି ରୁହ, ମୋକ୍ଷ ପ୍ରାପ୍ତ ହୋଇଯାଏ।

ਬਿਨੁ ਸਤਸੰਗ ਸੁਖੁ ਕਿਨੈ ਨ ਪਾਇਆ ਜਾਇ ਪੂਛਹੁ ਬੇਦ ਬੀਚਾਰੁ ॥੩॥
ବେଦର ଚିନ୍ତନ କର, ଏହା ବିନା ସୁଖ ପ୍ରାପ୍ତ ହୁଏନାହିଁ||3||

ਰਾਣਾ ਰਾਉ ਸਭੈ ਕੋਊ ਚਾਲੈ ਝੂਠੁ ਛੋਡਿ ਜਾਇ ਪਾਸਾਰੁ ॥
ରାଜା-ମହାରାଜା ସବୁ ଲୋକ ମିଥ୍ୟାର ପ୍ରସାର ତ୍ୟାଗ କରି ଚାଲିଥାନ୍ତି।

ਨਾਨਕ ਸੰਤ ਸਦਾ ਥਿਰੁ ਨਿਹਚਲੁ ਜਿਨ ਰਾਮ ਨਾਮੁ ਆਧਾਰੁ ॥੪॥੬॥
ନାନକ କହନ୍ତି ଯେ ସନ୍ଥ ପୁରୁଷ ସଦା ନିଶ୍ଚଳ ଅଟନ୍ତି, ଯାହାଙ୍କ ପାଖରେ ରାମନାମର ଆଶ୍ରା ଅଛି||4||6||

ਸਾਰਗ ਮਹਲਾ ੪ ਘਰੁ ੩ ਦੁਪਦਾ
ସାରଗ ମହଲା 4 ଘର 3 ଦୁପଦୀ

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ। 

ਕਾਹੇ ਪੂਤ ਝਗਰਤ ਹਉ ਸੰਗਿ ਬਾਪ ॥
ହେ ପୁତ୍ର! ନିଜ ପିତାଙ୍କ ସହିତ କାହିଁକି ଝଗଡା କରୁଅଛ?

ਜਿਨ ਕੇ ਜਣੇ ਬਡੀਰੇ ਤੁਮ ਹਉ ਤਿਨ ਸਿਉ ਝਗਰਤ ਪਾਪ ॥੧॥ ਰਹਾਉ ॥
ଯିଏ ଜନ୍ମ ଦେଇ ତୁମକୁ ବଡ କରିଛନ୍ତି, ତାହାଙ୍କ ସହିତ ଝଗଡା କରିବା ପାପ ଅଟେ॥1॥ରୁହ॥

ਜਿਸੁ ਧਨ ਕਾ ਤੁਮ ਗਰਬੁ ਕਰਤ ਹਉ ਸੋ ਧਨੁ ਕਿਸਹਿ ਨ ਆਪ ॥
ଯେଉଁ ଧନର ଅହଂକାର ତୁମେ କରୁଅଛ,ସେହି ଧନ କାହାର ମଧ୍ୟ ନିଜର ହୋଇନାହିଁ।

ਖਿਨ ਮਹਿ ਛੋਡਿ ਜਾਇ ਬਿਖਿਆ ਰਸੁ ਤਉ ਲਾਗੈ ਪਛੁਤਾਪ ॥੧॥
ଜହର ରୂପୀ ଏହି ଧନ ଏକ କ୍ଷଣରେ ଛାଡି ଚାଲି ଯାଇଥାଏ ଏବଂ ପରେ ପଶ୍ଚାତାପ ହୋଇଥାଏ||1||

ਜੋ ਤੁਮਰੇ ਪ੍ਰਭ ਹੋਤੇ ਸੁਆਮੀ ਹਰਿ ਤਿਨ ਕੇ ਜਾਪਹੁ ਜਾਪ ॥
ଯେଉଁ ପ୍ରଭୁ ତୁମର ସ୍ଵାମୀ ଅଟନ୍ତି, ତାହାଙ୍କ ଜପ ହିଁ କର।

ਉਪਦੇਸੁ ਕਰਤ ਨਾਨਕ ਜਨ ਤੁਮ ਕਉ ਜਉ ਸੁਨਹੁ ਤਉ ਜਾਇ ਸੰਤਾਪ ॥੨॥੧॥੭॥
ନାନକ କହନ୍ତି ଯେ ଯଦି ତାହାଙ୍କୁ ଧ୍ୟାନ ପୂର୍ବକ ଜପ କରିବ, ତୁମର ଦୁଃଖ ଦୂର ହୋଇଯିବ||2||1||7||

ਸਾਰਗ ਮਹਲਾ ੪ ਘਰੁ ੫ ਦੁਪਦੇ ਪੜਤਾਲ
ସାଗର ମହଲା 4 ଘର 5 ଦୁପଦୀ ପଡାଟାଲ

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।

ਜਪਿ ਮਨ ਜਗੰਨਾਥ ਜਗਦੀਸਰੋ ਜਗਜੀਵਨੋ ਮਨਮੋਹਨ ਸਿਉ ਪ੍ਰੀਤਿ ਲਾਗੀ ਮੈ ਹਰਿ ਹਰਿ ਹਰਿ ਟੇਕ ਸਭ ਦਿਨਸੁ ਸਭ ਰਾਤਿ ॥੧॥ ਰਹਾਉ ॥
ହେ ମନ! ଜଗତର ସ୍ଵାମୀ, ଜୀବନଦାତା, ଜଗଦୀଶ୍ଵରଙ୍କ ଜପ କର, ସେହି ପ୍ରିୟ ପ୍ରଭୁଙ୍କ ଠାରେ ପ୍ରେମ ଲାଗି ଯାଇଛି ଏବଂ ପ୍ରତି କ୍ଷଣରେ ସେ ମୋର ଆଶ୍ରା ଅଟନ୍ତି॥1॥ରୁହ॥

ਹਰਿ ਕੀ ਉਪਮਾ ਅਨਿਕ ਅਨਿਕ ਅਨਿਕ ਗੁਨ ਗਾਵਤ ਸੁਕ ਨਾਰਦ ਬ੍ਰਹਮਾਦਿਕ ਤਵ ਗੁਨ ਸੁਆਮੀ ਗਨਿਨ ਨ ਜਾਤਿ ॥
ଈଶ୍ଵରଙ୍କ ଅନେକ ଅନେକ ମହିମା ଅଛି। ଶୁକଦେବ, ନ ଆରଦ ଏବଂ ବ୍ରହ୍ମା ଇତ୍ୟାଦି ତାହାଙ୍କ ଗୁଣଗାନ ହିଁ କରିଥାନ୍ତି। ହେ ସ୍ଵାମୀ! ତୋର ଉପକାର କଳନା କରାଯାଇ ପାରିବ ନାହିଁ।

ਤੂ ਹਰਿ ਬੇਅੰਤੁ ਤੂ ਹਰਿ ਬੇਅੰਤੁ ਤੂ ਹਰਿ ਸੁਆਮੀ ਤੂ ਆਪੇ ਹੀ ਜਾਨਹਿ ਆਪਨੀ ਭਾਂਤਿ ॥੧॥
ହେ ହରି! ତୁ ଅନନ୍ତ ଅଟୁ, ହେ ସ୍ଵାମୀ! ତୁ ସ୍ଵୟଂ ହିଁ ନିଜ ବିଶେଷତାକୁ ଜାଣୁ||1||

ਹਰਿ ਕੈ ਨਿਕਟਿ ਨਿਕਟਿ ਹਰਿ ਨਿਕਟ ਹੀ ਬਸਤੇ ਤੇ ਹਰਿ ਕੇ ਜਨ ਸਾਧੂ ਹਰਿ ਭਗਾਤ ॥
ଯିଏ ଈଶ୍ଵରଙ୍କ ନିକଟରେ ବାସ କରିଥାଏ, ସେହି ସାଧୁ ପୁରୁଷ ଈଶ୍ଵରଙ୍କ ପରମ ଭକ୍ତ ଅଟେ। 

ਤੇ ਹਰਿ ਕੇ ਜਨ ਹਰਿ ਸਿਉ ਰਲਿ ਮਿਲੇ ਜੈਸੇ ਜਨ ਨਾਨਕ ਸਲਲੈ ਸਲਲ ਮਿਲਾਤਿ ॥੨॥੧॥੮॥
ନାନକ କହନ୍ତି ଯେ ଈଶ୍ଵରଙ୍କ ଭକ୍ତ ଈଶ୍ଵରଙ୍କ ସାଥିରେ ଏପରି ମିଳିଯାନ୍ତି, ଯେପରି ପାଣି ପାଣିରେ ମିଳି ଯାଇଥାଏ||2||1||8||

error: Content is protected !!