ਨਿਧਿ ਸਿਧਿ ਚਰਣ ਗਹੇ ਤਾ ਕੇਹਾ ਕਾੜਾ ॥
ଯଦି ନିଧି, ସିଦ୍ଧିର ସ୍ଵାମୀ ପ୍ରଭୁଙ୍କ ଚରଣ ଧରିଛନ୍ତି, ତାହାହେଲେ ଏବେ କିଭଳି ଚିନ୍ତା ରହିପାରେ,
ਸਭੁ ਕਿਛੁ ਵਸਿ ਜਿਸੈ ਸੋ ਪ੍ਰਭੂ ਅਸਾੜਾ ॥
ଯାହାର ବଶରେ ସବୁ କିଛି ଅଛନ୍ତି ସେହି ମୋର ପ୍ରଭୁ ଅଟନ୍ତି।
ਗਹਿ ਭੁਜਾ ਲੀਨੇ ਨਾਮ ਦੀਨੇ ਕਰੁ ਧਾਰਿ ਮਸਤਕਿ ਰਾਖਿਆ ॥
ମୋତେ ବାହୁ ଧରି ସେ ନିଜର ନାମ ପ୍ରଦାନ କରିଛନ୍ତି ଆଉ ମୋର ମସ୍ତକ ଉପରେ ନିଜ ହାତ ରଖି ମୋର ରକ୍ଷା କରିଛନ୍ତି।
ਸੰਸਾਰ ਸਾਗਰੁ ਨਹ ਵਿਆਪੈ ਅਮਿਉ ਹਰਿ ਰਸੁ ਚਾਖਿਆ ॥
ଏହି ସଂସାର-ସାଗର ମୋତେ ପ୍ରଭାବିତ କରେ ନାହିଁ, କାରଣ ମୁଁ ଅମୃତ ସମାନ ହରିରସ ଆସ୍ଵାଦନ କରିଛି।
ਸਾਧਸੰਗੇ ਨਾਮ ਰੰਗੇ ਰਣੁ ਜੀਤਿ ਵਡਾ ਅਖਾੜਾ ॥
ସତସଙ୍ଗତି ଏବଂ ନାମର ପ୍ରେମ ଦ୍ଵାରା ମୁଁ ସଂସାରର ରଣଭୂମିର ବଡ ଯୁଦ୍ଧ ଜିତି ଯାଇଛି।
ਬਿਨਵੰਤਿ ਨਾਨਕ ਸਰਣਿ ਸੁਆਮੀ ਬਹੁੜਿ ਜਮਿ ਨ ਉਪਾੜਾ ॥੪॥੩॥੧੨॥
ନାନକ ପ୍ରାର୍ଥନା କଟନ୍ତି ଯେ ଜଗତର ସ୍ଵାମୀ ପ୍ରଭୁଙ୍କ ଶରଣ ନେଲେ ଯମଦୂତ ପୁନର୍ବାର ପୀଡିତ କରେ ନାହିଁ॥4॥3॥12॥
ਆਸਾ ਮਹਲਾ ੫ ॥
ଆଶା ମହଲା 5॥
ਦਿਨੁ ਰਾਤਿ ਕਮਾਇਅੜੋ ਸੋ ਆਇਓ ਮਾਥੈ ॥
ମନୁଷ୍ୟ ଦିନ ରାତି ଯେଉଁ ଶୁଭ କର୍ମ କରିଥାଏ, ତାହା ତାହାର କପାଳରେ ଲେଖା ହୋଇଯାଏ।
ਜਿਸੁ ਪਾਸਿ ਲੁਕਾਇਦੜੋ ਸੋ ਵੇਖੀ ਸਾਥੈ ॥
ଯେଉଁ ପରମାତ୍ମାଙ୍କ ଠାରୁ ସେ ପାପକୁ ଲୁଚାଇ ଥାଏ, ସେ ତାହାର ସାଥିରେ ହିଁ ରହିଥାନ୍ତି ଓ କର୍ମକୁ ଦେଖିଥାନ୍ତି।
ਸੰਗਿ ਦੇਖੈ ਕਰਣਹਾਰਾ ਕਾਇ ਪਾਪੁ ਕਮਾਈਐ ॥
ବିଶ୍ଵର ରଚୟିତା ପ୍ରଭୁ ତାହାର ସାଥିରେ ଥାଆନ୍ତି ଆଉ ତାହାର କର୍ମକୁ ଦେଖିଥାନ୍ତି, ସେ କାହିଁକି ପାପ କର୍ମ କରିଥାଏ?
ਸੁਕ੍ਰਿਤੁ ਕੀਜੈ ਨਾਮੁ ਲੀਜੈ ਨਰਕਿ ਮੂਲਿ ਨ ਜਾਈਐ ॥
ଯଦି ଆମେ ଶୁଭ କର୍ମ କରୁ, ପ୍ରଭୁଙ୍କ ନାମ ସ୍ମରଣ କରୁ, ତାହାହେଲେ କଦାପି ନର୍କକୁ ଯିବା ନାହିଁ।
ਆਠ ਪਹਰ ਹਰਿ ਨਾਮੁ ਸਿਮਰਹੁ ਚਲੈ ਤੇਰੈ ਸਾਥੇ ॥
ହେ ମାନବ! ଆଠ ପ୍ରହର ହରିଙ୍କ ନାମ ଭଜନ କର, କାରଣ ଏହା ତୋର ସାଥିରେ ଯିବ।
ਭਜੁ ਸਾਧਸੰਗਤਿ ਸਦਾ ਨਾਨਕ ਮਿਟਹਿ ਦੋਖ ਕਮਾਤੇ ॥੧॥
ହେ ନାନକ! ସତସଙ୍ଗତିରେ ସଦା ପ୍ରଭୁଙ୍କ ଭଜନ କର, ତୋର ପାପ ଦୂର ହୋଇଯିବ॥1॥
ਵਲਵੰਚ ਕਰਿ ਉਦਰੁ ਭਰਹਿ ਮੂਰਖ ਗਾਵਾਰਾ ॥
ହେ ମୂର୍ଖ! ତୁ ଛଳ-କପଟ କରି ନିଜ ପେଟ ଭରୁଛୁ,
ਸਭੁ ਕਿਛੁ ਦੇ ਰਹਿਆ ਹਰਿ ਦੇਵਣਹਾਰਾ ॥
ଦାତା ପ୍ରଭୁ ତୋତେ ସବୁ କିଛି ଦେଇଛନ୍ତି।
ਦਾਤਾਰੁ ਸਦਾ ਦਇਆਲੁ ਸੁਆਮੀ ਕਾਇ ਮਨਹੁ ਵਿਸਾਰੀਐ ॥
ସବୁଙ୍କ ଦାତା ସ୍ଵାମୀ ସଦା ଦୟାଳୁ ଅଟନ୍ତି, ପୁଣି ଆମେ ତାହାଙ୍କୁ ନିଜ ମନରୁ କାହିଁକି ବିସ୍ମୃତ କରିବା?
ਮਿਲੁ ਸਾਧਸੰਗੇ ਭਜੁ ਨਿਸੰਗੇ ਕੁਲ ਸਮੂਹਾ ਤਾਰੀਐ ॥
ସାଧୁଙ୍କ ସଙ୍ଗତିରେ ମିଶି ନିର୍ଭୟ ହୋଇ ପ୍ରଭୁଙ୍କ ଭଜନ କର, ଏହିପରି ତୋର ସଂପୂର୍ଣ୍ଣ କୁଳର ଉଦ୍ଧାର ହୋଇଯିବ।
ਸਿਧ ਸਾਧਿਕ ਦੇਵ ਮੁਨਿ ਜਨ ਭਗਤ ਨਾਮੁ ਅਧਾਰਾ ॥
ପ୍ରଭୁ-ନାମ ହିଁ ସିଦ୍ଧ, ସାଧକ, ଦେବତା, ମୁନିଜନ ଏବଂ ଭକ୍ତଙ୍କ ଆଧାର ଅଟେ।
ਬਿਨਵੰਤਿ ਨਾਨਕ ਸਦਾ ਭਜੀਐ ਪ੍ਰਭੁ ਏਕੁ ਕਰਣੈਹਾਰਾ ॥੨॥
ନାନକ ପ୍ରାର୍ଥନା କଟନ୍ତି ଯେ ଏକ ପ୍ରଭୁ ହିଁ ସୃଷ୍ଟିର ରଚୟିତା ଅଟନ୍ତି, ଏଥିପାଇଁ ସଦା ତାହାଙ୍କ ଭଜନ କରିବା ଉଚିତ॥2॥
ਖੋਟੁ ਨ ਕੀਚਈ ਪ੍ਰਭੁ ਪਰਖਣਹਾਰਾ ॥
ହେ ଜୀବ! କାହାକୁ ଛଳ-କପଟ କର ନାହିଁ, କାରଣ ପ୍ରଭୁ ପରୀକ୍ଷା କରିଥାନ୍ତି,
ਕੂੜੁ ਕਪਟੁ ਕਮਾਵਦੜੇ ਜਨਮਹਿ ਸੰਸਾਰਾ ॥
ଯିଏ ମିଥ୍ୟା ଏବଂ କପଟ କର୍ମ କରିଥାଏ, ସେ ଏହି ସଂସାରରେ ପୁନଃ ଜନ୍ମ ନେଇଥାଏ।
ਸੰਸਾਰੁ ਸਾਗਰੁ ਤਿਨੑੀ ਤਰਿਆ ਜਿਨੑੀ ਏਕੁ ਧਿਆਇਆ ॥
ଯିଏ ଏକ ଈଶ୍ଵରଙ୍କ ସ୍ମରଣ କରିଛି, ସେ ଏହି ସଂସାର ସାଗରରୁ ପାର ହୋଇଯାଇଛି।
ਤਜਿ ਕਾਮੁ ਕ੍ਰੋਧੁ ਅਨਿੰਦ ਨਿੰਦਾ ਪ੍ਰਭ ਸਰਣਾਈ ਆਇਆ ॥
ସେ କାମ, କ୍ରୋଧ ଏବଂ ଲୋକଙ୍କ ନିନ୍ଦା କରିବା ତ୍ୟାଗ କରି ପ୍ରଭୁଙ୍କ ଶରଣରେ ଆସିଯାଇଛି।
ਜਲਿ ਥਲਿ ਮਹੀਅਲਿ ਰਵਿਆ ਸੁਆਮੀ ਊਚ ਅਗਮ ਅਪਾਰਾ ॥
ସର୍ବୋଚ୍ଚ, ଅଗମ୍ୟ ଏବଂ ଅପାର ଦୁନିଆର ମାଲିକ ଜଳ, ଧରିତ୍ରୀ ଏବଂ ଗଗନରେ ସର୍ବ ବ୍ୟାପକ ଅଛନ୍ତି।
ਬਿਨਵੰਤਿ ਨਾਨਕ ਟੇਕ ਜਨ ਕੀ ਚਰਣ ਕਮਲ ਅਧਾਰਾ ॥੩॥
ନାନକ ପ୍ରାର୍ଥନା କଟନ୍ତି ଯେ ଇଶ୍ଵର ନିଜ ଭକ୍ତର ମର୍ଯ୍ୟାଦା ଅଟନ୍ତି ଆଉ ତାହାଙ୍କ ଚରଣ କମଳ ହିଁ ତାହାର ଆଧାର ଅଟେ॥3॥
ਪੇਖੁ ਹਰਿਚੰਦਉਰੜੀ ਅਸਥਿਰੁ ਕਿਛੁ ਨਾਹੀ ॥
ହେ ପ୍ରାଣୀ! ଦେଖ, ଏହି ଜଗତ ଏକ ରାଜା ହରିଚନ୍ଦଙ୍କ ନଗରି ସମାନ ଅଟେ ଆଉ କୌଣସି ବସ୍ତୁ ସ୍ଥିର ନୁହେଁ।
ਮਾਇਆ ਰੰਗ ਜੇਤੇ ਸੇ ਸੰਗਿ ਨ ਜਾਹੀ ॥
ମାୟାର ଯେତେ ରଙ୍ଗ ଅଛି, ତାହା ପ୍ରାଣୀଙ୍କ ସାଥିରେ ଯାଏ ନାହିଁ।
ਹਰਿ ਸੰਗਿ ਸਾਥੀ ਸਦਾ ਤੇਰੈ ਦਿਨਸੁ ਰੈਣਿ ਸਮਾਲੀਐ ॥
କେବଳ ହରି ହିଁ ତୋର ସାଥିରେ ସଦା ଅଛନ୍ତି, ଏଥିପାଇଁ ଦିନ ରାତି ତାହାଙ୍କ ଭଜନ କର।
ਹਰਿ ਏਕ ਬਿਨੁ ਕਛੁ ਅਵਰੁ ਨਾਹੀ ਭਾਉ ਦੁਤੀਆ ਜਾਲੀਐ ॥
ହରିଙ୍କ ବିନା ଆଉ କେହି ତୋର ନୁହନ୍ତି, ଏଥିପାଇଁ ତୁ ଦୈତ୍ୟଭାବକୁ ଜଳାଇ ଦେବା ଉଚିତ।
ਮੀਤੁ ਜੋਬਨੁ ਮਾਲੁ ਸਰਬਸੁ ਪ੍ਰਭੁ ਏਕੁ ਕਰਿ ਮਨ ਮਾਹੀ ॥
ନିଜ ମନରେ ଭାବ ଯେ ଏକ ପ୍ରଭୁ ହିଁ ତୋର ମିତ୍ର, ତୋର ଯୌବନ, ତୋର ଧନ ଏବଂ ସର୍ବସ୍ଵ ଅଟନ୍ତି।
ਬਿਨਵੰਤਿ ਨਾਨਕੁ ਵਡਭਾਗਿ ਪਾਈਐ ਸੂਖਿ ਸਹਜਿ ਸਮਾਹੀ ॥੪॥੪॥੧੩॥
ନାନକ ପ୍ରାର୍ଥନା କଟନ୍ତି ଯେ ଭାଗ୍ୟରୁ ଯେଉଁ ମନୁଷ୍ୟ ପ୍ରଭୁଙ୍କୁ ପାଇଥାଏ, ସ୍ଵାଭାବିକ ସୁଖରେ ରହିଥାଏ ||4||4||13||
ਆਸਾ ਮਹਲਾ ੫ ਛੰਤ ਘਰੁ ੮
ଆଶା ମହଲା 5 ଛନ୍ତ ଘର 8
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਕਮਲਾ ਭ੍ਰਮ ਭੀਤਿ ਕਮਲਾ ਭ੍ਰਮ ਭੀਤਿ ਹੇ ਤੀਖਣ ਮਦ ਬਿਪਰੀਤਿ ਹੇ ਅਵਧ ਅਕਾਰਥ ਜਾਤ ॥
ମାୟା ଭ୍ରମର ପ୍ରାଚୀର ଅଟେ, ଏହି ଭ୍ରମର ପ୍ରାଚୀର ବଡ ତୀକ୍ଷଣ ଆଉ ତାହାର ନିଶା ବିପରିକ କାମ କରିଥାଏ, ଏଥିରେ ଯୋଡି ହେଲେ ମାନବ ଜୀବନ ବ୍ୟର୍ଥରେ ଚାଲିଯାଏ।
ਗਹਬਰ ਬਨ ਘੋਰ ਗਹਬਰ ਬਨ ਘੋਰ ਹੇ ਗ੍ਰਿਹ ਮੂਸਤ ਮਨ ਚੋਰ ਹੇ ਦਿਨਕਰੋ ਅਨਦਿਨੁ ਖਾਤ ॥
ଏହି ମାୟା ଘନ ଓ ଭୟଙ୍କର ଜଙ୍ଗଲ ଅଟେ, ମନ ରୂପୀ ଚୋର ଘରକୁ ଲୁଟୁ ଅଛି ଆଉ ସୂର୍ଯ୍ୟ ଆମର ଆୟୁ ପ୍ରତିଦିନ ନେଉଛନ୍ତି।
ਦਿਨ ਖਾਤ ਜਾਤ ਬਿਹਾਤ ਪ੍ਰਭ ਬਿਨੁ ਮਿਲਹੁ ਪ੍ਰਭ ਕਰੁਣਾ ਪਤੇ ॥
ଜୀବନର ଦିନ ବିତୁ ଅଛି ଆଉ ଏହିପରି ପ୍ରଭୁଙ୍କ ବିନା ଜୀବନ ଯାଉ ଅଛି, ହେ କରୁଣାପତି ପ୍ରଭୁ ମୋତେ ଗ୍ରହଣ କର।