ODIA PAGE 432

ਜੋ ਤੁਧੁ ਭਾਵੈ ਸੋ ਭਲਾ ਪਿਆਰੇ ਤੇਰੀ ਅਮਰੁ ਰਜਾਇ ॥੭॥
ହେ ପ୍ରିୟ! ତୁମକୁ ଯାହା କିଛି ଭଲ ଲାଗିଥାଏ, ତାହା ଭଲ ଅଟେ, ତୁମ ହୁକୁମ ଅଟଳ ଅଟେ॥7॥

ਨਾਨਕ ਰੰਗਿ ਰਤੇ ਨਾਰਾਇਣੈ ਪਿਆਰੇ ਮਾਤੇ ਸਹਜਿ ਸੁਭਾਇ ॥੮॥੨॥੪॥
ହେ ନାନକ! ଯେଉଁ ବ୍ୟକ୍ତି ନାରାୟଣଙ୍କ ପ୍ରେମର ରଙ୍ଗରେ ଅନୁରକ୍ତ ରହିଥାଏ, ସେ ସ୍ଵାଭାବିକ ଭାବରେ ପ୍ରେମରେ ମସ୍ତ ରହିଥାଏ॥8॥2॥4॥

ਸਭ ਬਿਧਿ ਤੁਮ ਹੀ ਜਾਨਤੇ ਪਿਆਰੇ ਕਿਸੁ ਪਹਿ ਕਹਉ ਸੁਨਾਇ ॥੧॥
ହେ ପ୍ରିୟ ପ୍ରଭୁ! ସମସ୍ତ ବିଧି ତୁମେ ହିଁ ଜାଣି ଅଛ, ମୁଁ କାହାକୁ ଏହା ଶୁଣାଇବି?॥1॥

ਤੂੰ ਦਾਤਾ ਜੀਆ ਸਭਨਾ ਕਾ ਤੇਰਾ ਦਿਤਾ ਪਹਿਰਹਿ ਖਾਇ ॥੨॥
ହେ ପ୍ରିୟ ପ୍ରଭୁ! ତୁ ସବୁ ଜୀବଙ୍କ ଦାତା ଅଟୁ, ତୁ ଯାହା କିଛି ଦେଉ, ତାହା ହି ସେ ଖାଇଥାଏ, ପିନ୍ଧିଥାଏ॥2॥

ਸੁਖੁ ਦੁਖੁ ਤੇਰੀ ਆਗਿਆ ਪਿਆਰੇ ਦੂਜੀ ਨਾਹੀ ਜਾਇ ॥੩॥
ହେ ପ୍ରିୟ ପ୍ରଭୁ! ସୁଖ ଦୁଃଖ ତୋର ଆଜ୍ଞାକାରୀ ଅଟେ, ଅର୍ଥାତ ପ୍ରାଣୀକୁ ପ୍ରଭୁଙ୍କ ଆଜ୍ଞାରୁ ହିଁ କେବେ ସୁଖ ଏବଂ କେବେ ଦୁଃଖ ମିଳିଥାଏ, ତୋ’ ବିନା ଆଉ କିଛି ଠିକଣା ନାହିଁ॥3॥

ਜੋ ਤੂੰ ਕਰਾਵਹਿ ਸੋ ਕਰੀ ਪਿਆਰੇ ਅਵਰੁ ਕਿਛੁ ਕਰਣੁ ਨ ਜਾਇ ॥੪॥
ଯାହା କିଛି ତୁ କରାଉ ଥାଉ, ମୁଁ ତାହା କରିଥାଏ, ଆଉ କିଛି କରିପାରେ ନାହିଁ॥4॥

ਦਿਨੁ ਰੈਣਿ ਸਭ ਸੁਹਾਵਣੇ ਪਿਆਰੇ ਜਿਤੁ ਜਪੀਐ ਹਰਿ ਨਾਉ ॥੫॥
ସବୁ ଦିନ ରାତି ସୁନ୍ଦର ଅଟେ, ଯେବେ ହରିଙ୍କ ନାମ ସ୍ମରଣ କରାଯାଇଥାଏ॥5॥

ਸਾਈ ਕਾਰ ਕਮਾਵਣੀ ਪਿਆਰੇ ਧੁਰਿ ਮਸਤਕਿ ਲੇਖੁ ਲਿਖਾਇ ॥੬॥
ଜୀବ ସେହି କର୍ମ କରିଥାଏ, ଯାହା ତାହାର ଭାଗ୍ୟରେ ଲେଖା ଯାଇଥାଏ॥6॥

ਏਕੋ ਆਪਿ ਵਰਤਦਾ ਪਿਆਰੇ ਘਟਿ ਘਟਿ ਰਹਿਆ ਸਮਾਇ ॥੭॥
ଏକ ଇଶ୍ଵର ସ୍ଵୟଂ ହିଁ ସର୍ବବ୍ୟାପକ ଅଟନ୍ତି ଆଉ ସେ ସବୁ ଜୀବଙ୍କ ଠାରେ ରହିଛନ୍ତି॥7॥

ਸੰਸਾਰ ਕੂਪ ਤੇ ਉਧਰਿ ਲੈ ਪਿਆਰੇ ਨਾਨਕ ਹਰਿ ਸਰਣਾਇ ॥੮॥੩॥੨੨॥੧੫॥੨॥੪੨॥
ହେ ପ୍ରିୟ ପ୍ରଭୁ! ନାନକ ତୋର ଶରଣ ନେଇଛନ୍ତି, ଏଥିପାଇଁ ତାହାର ସଂସାରର କୂପରୁ ବାହାର କରି ଉଦ୍ଧାର କର॥3॥22॥15॥2॥42॥

ਰਾਗੁ ਆਸਾ ਮਹਲਾ ੧ ਪਟੀ ਲਿਖੀ
ରାଗ ଆଶା ମହଲା 1ପଟି ଲିଖୀ

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।

ਸਸੈ ਸੋਇ ਸ੍ਰਿਸਟਿ ਜਿਨਿ ਸਾਜੀ ਸਭਨਾ ਸਾਹਿਬੁ ਏਕੁ ਭਇਆ ॥
ସ-ଯିଏ ଏହି ସୃଷ୍ଟି ରଚନା କରିଛନ୍ତି, ସେ ସବୁଙ୍କ ମାଲିକ ଏକ ପରମାତ୍ମା ଅଟନ୍ତି।

ਸੇਵਤ ਰਹੇ ਚਿਤੁ ਜਿਨੑ ਕਾ ਲਾਗਾ ਆਇਆ ਤਿਨੑ ਕਾ ਸਫਲੁ ਭਇਆ ॥੧॥
ଯାହାର ଚିତ୍ତ ପ୍ରଭୁଙ୍କ ସେବା ଭକ୍ତିରେ ଲୀନ ରହିଥାଏ, ଏହି ଦୁନିଆରେ ତାହାର ଜନ୍ମ ସଫଳ ହୋଇଯାଇଛି॥1॥

ਮਨ ਕਾਹੇ ਭੂਲੇ ਮੂੜ ਮਨਾ ॥
ହେ ମୋର ମୂର୍ଖ ମନ! ତୁ ପରମାତ୍ମାଙ୍କୁ କାହିଁକି ଭୁଲି ଯାଉଛୁ?

ਜਬ ਲੇਖਾ ਦੇਵਹਿ ਬੀਰਾ ਤਉ ਪੜਿਆ ॥੧॥ ਰਹਾਉ ॥
ହେ ଭାଇ! ଯେବେ ତୁମେ ନିଜ କର୍ମର ଲେଖା ପ୍ରଦାନ କରିବ, ସେତେବେଳେ ତୁମେ ବିଦ୍ଵାନ ଜଣା ପଡିବ॥1॥ରୁହ॥

ਈਵੜੀ ਆਦਿ ਪੁਰਖੁ ਹੈ ਦਾਤਾ ਆਪੇ ਸਚਾ ਸੋਈ ॥
ଇ- ଆଦି ପୁରୁଷ ହିଁ ସମସ୍ତ ଜୀବର ଦାତା ଅଟନ୍ତି ଆଉ ତାହା ସତ୍ୟ ଅଟେ।

ਏਨਾ ਅਖਰਾ ਮਹਿ ਜੋ ਗੁਰਮੁਖਿ ਬੂਝੈ ਤਿਸੁ ਸਿਰਿ ਲੇਖੁ ਨ ਹੋਈ ॥੨॥
ଏହି ଅକ୍ଷର ମାଧ୍ୟମରୁ ଯିଏ ଗୁରୁମୁଖୀ ବନି ଭଗବାନଙ୍କୁ ବୁଝି ପାରିଛି, ତାହାର କପାଳରେ କୌଣସି କର୍ମର ଲେଖା ରହେ ନାହିଁ॥2॥

ਊੜੈ ਉਪਮਾ ਤਾ ਕੀ ਕੀਜੈ ਜਾ ਕਾ ਅੰਤੁ ਨ ਪਾਇਆ ॥
ଉ- ସେହି ପରମାତ୍ମାଙ୍କ ଉପମା କରିବା ଉଚିତ, ଯାହାଙ୍କ ଅନ୍ତ ପାଇ ପାରିବା ନାହିଁ।

ਸੇਵਾ ਕਰਹਿ ਸੇਈ ਫਲੁ ਪਾਵਹਿ ਜਿਨੑੀ ਸਚੁ ਕਮਾਇਆ ॥੩॥
ଯେଉଁ ମନୁଷ୍ୟ ସେବା କରିଥାଏ ଆଉ ସତ୍ୟର ସାଧନା କରିଥାଏ, ତାହାକୁ ଜୀବନର ଫଳ ମିଳିଯାଏ॥3॥

ਙੰਙੈ ਙਿਆਨੁ ਬੂਝੈ ਜੇ ਕੋਈ ਪੜਿਆ ਪੰਡਿਤੁ ਸੋਈ ॥
ଡ- ଯଦି କୌଣସି ବ୍ୟକ୍ତି ବାସ୍ତବରେ ଜ୍ଞାନକୁ ଜାଣି ନିଏ, ତାହାହେଲେ ସେ ପଢା ଲେଖା ବିଦ୍ଵାନ ପଣ୍ଡିତ ବନିଯାଏ।

ਸਰਬ ਜੀਆ ਮਹਿ ਏਕੋ ਜਾਣੈ ਤਾ ਹਉਮੈ ਕਹੈ ਨ ਕੋਈ ॥੪॥
ଯଦି କୌଣସି ବ୍ୟକ୍ତି ସମସ୍ତ ଜୀବଙ୍କ ଠାରେ ଏକ ଇଶ୍ଵର ବାସ କରିବା ବୁଝିଥାଏ, ତାହାହେଲେ ସେ ଅହଂ କଥା ବ୍ୟକ୍ତ କରେ ନାହିଁ॥4॥

ਕਕੈ ਕੇਸ ਪੁੰਡਰ ਜਬ ਹੂਏ ਵਿਣੁ ਸਾਬੂਣੈ ਉਜਲਿਆ ॥
କ- ଯେତେବେଳେ ମନୁଷ୍ୟର ମସ୍ତକ ବାଲ ଧବଳ ହୋଇଯାଏ, ସେତେବେଳେ ସେ ସାବୁନ ବିନା ହିଁ ଉଜ୍ଜଳ ଦେଖା ଯାଉଥାଏ।

ਜਮ ਰਾਜੇ ਕੇ ਹੇਰੂ ਆਏ ਮਾਇਆ ਕੈ ਸੰਗਲਿ ਬੰਧਿ ਲਇਆ ॥੫॥
ଯମରାଜଙ୍କ ଦ୍ଵାରା ପ୍ରେରିତ ଦୂତ ଯେତେବେଳେ ଆସିଥାଏ, ସେତେବେଳେ ତାହାକୁ ମାୟାର ଜଞ୍ଜିରରେ ବାନ୍ଧି ଥାଏ॥5॥

ਖਖੈ ਖੁੰਦਕਾਰੁ ਸਾਹ ਆਲਮੁ ਕਰਿ ਖਰੀਦਿ ਜਿਨਿ ਖਰਚੁ ਦੀਆ ॥
ଖ- ଖୁଦା ସାରା ଦୁନିଆର ବାଦଶାହ ଅଟନ୍ତି, ଯିଏ ସାରା ଆଲମକୁ ନିଜ ସେବକ ଭାବି ରୋଜି ପ୍ରଦାନ କରିଥାନ୍ତି।

ਬੰਧਨਿ ਜਾ ਕੈ ਸਭੁ ਜਗੁ ਬਾਧਿਆ ਅਵਰੀ ਕਾ ਨਹੀ ਹੁਕਮੁ ਪਇਆ ॥੬॥
ପ୍ରଭୁ ସଂପୂର୍ଣ୍ଣ ଜଗତକୁ ବନ୍ଧନରେ ବାନ୍ଧି ରଖିଛନ୍ତି, ସେହି ଖୁଦା ବିନା ଆଉ କାହାର ହୁକୁମ ଜୀବଙ୍କ ଉପରେ ଚାଲେ ନାହିଁ॥6॥

ਗਗੈ ਗੋਇ ਗਾਇ ਜਿਨਿ ਛੋਡੀ ਗਲੀ ਗੋਬਿਦੁ ਗਰਬਿ ਭਇਆ ॥
ଗ- ଯେଉଁ ମନୁଷ୍ୟ ଗୋବିନ୍ଦଙ୍କ ଗୁଣାନୁବାଦ ତ୍ୟାଗ କରିଥାଏ, ସେ ଗୋବିନ୍ଦଙ୍କ କଥା କହି ଗର୍ବୀ ହୋଇଯାଏ।

ਘੜਿ ਭਾਂਡੇ ਜਿਨਿ ਆਵੀ ਸਾਜੀ ਚਾੜਣ ਵਾਹੈ ਤਈ ਕੀਆ ॥੭॥
ଗୋବିନ୍ଦ ଜୀବ ରୂପୀ ପାତ୍ର ବନାଇଛନ୍ତି ଆଉ ସୃଷ୍ଟି ରୂପୀ ଭଟ୍ଟି ରଚନା କରିଛନ୍ତି, ତାହାକୁ ସେ ଭିତରେ ରଖିବା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି॥7॥

ਘਘੈ ਘਾਲ ਸੇਵਕੁ ਜੇ ਘਾਲੈ ਸਬਦਿ ਗੁਰੂ ਕੈ ਲਾਗਿ ਰਹੈ ॥
ଘ- ଯଦି ମନୁଷ୍ୟ ସେବକ ବନି ଗୁରୁଙ୍କ ସାଧନା କରିଥାଏ ଆଉ ଗୁରୁଙ୍କ ଶବ୍ଦ ସହିତ ଯୋଡି ରହିଥାଏ,

ਬੁਰਾ ਭਲਾ ਜੇ ਸਮ ਕਰਿ ਜਾਣੈ ਇਨ ਬਿਧਿ ਸਾਹਿਬੁ ਰਮਤੁ ਰਹੈ ॥੮॥
ଯଦି ସେ ଦୁଃଖ-ସୁଖକୁ ଏକ ଭାବେ ବିବେଚନା କରିଥାଏ, ତାହାହେଲେ ସେ ଏହି ବିଧି ଦ୍ଵାରା ପ୍ରଭୁଙ୍କ ଠାରେ ଲୀନ ହୋଇଯାଏ॥8

ਚਚੈ ਚਾਰਿ ਵੇਦ ਜਿਨਿ ਸਾਜੇ ਚਾਰੇ ਖਾਣੀ ਚਾਰਿ ਜੁਗਾ ॥
ଚ- ଯେଉଁ ପ୍ରଭୁ ଚାରି ବେଦ ରଚନା କରିଛନ୍ତି, ଯେଉଁଥିରେ ଚାରି ସ୍ରୋତ (ଅଣ୍ଡଜ, ଜେରଜ, ସ୍ବଦେଜ ଏବଂ ଉଦ୍ଭଜ) ଏବଂ ଚାରି ଯୁଗ- ସତ୍ୟ ଯୁଗ, ତ୍ରେତୟା, ଦ୍ଵାପର ଏବଂ କଳିଯୁଗ ରଚନା କରିଛନ୍ତି;

ਜੁਗੁ ਜੁਗੁ ਜੋਗੀ ਖਾਣੀ ਭੋਗੀ ਪੜਿਆ ਪੰਡਿਤੁ ਆਪਿ ਥੀਆ ॥੯॥
ସବୁ ଯୁଗରେ ସେ ସ୍ଵୟଂ ହିଁ ବ୍ୟାପକ ହୋଇ ଯୋଗୀ, ଜୀବନର ସ୍ରୋତର ଆନନ୍ଦ ପ୍ରାପ୍ତ କରୁଥିବା ଭୋଗୀ ଏବଂ ବିଦ୍ଵାନ ଆଉ ପଣ୍ଡିତ ହୋଇଛନ୍ତି॥6॥

error: Content is protected !!