ਲਿਖਿਆ ਪਲੈ ਪਾਇ ਸੋ ਸਚੁ ਜਾਣੀਐ ॥
ବାସ୍ତବରେ ଏହି ସଚ୍ଛାକୁ ମାନିବା ଉଚିତ ଯେ ପୂର୍ବ କର୍ମ ଅନୁସାରେ ଫଳ ଭୋଗିବାକୁ ପଡିଥାଏ।
ਹੁਕਮੀ ਹੋਇ ਨਿਬੇੜੁ ਗਇਆ ਜਾਣੀਐ ॥
ତାହାଙ୍କ ହୁକୁମ ଅନ୍ତର୍ଗତ ହିଁ କର୍ମର ବିଚାର ହୋଇଥାଏ।
ਭਉਜਲ ਤਾਰਣਹਾਰੁ ਸਬਦਿ ਪਛਾਣੀਐ ॥
ଏହା ମଧ୍ୟ ଜାଣ ଯେ ଭୟାନକ ସଂସାର-ସାଗରରୁ ଶବ୍ଦ-ଗୁରୁ ହିଁ ପାର କରାଇବା ବାଲା ଅଟନ୍ତି।
ਚੋਰ ਜਾਰ ਜੂਆਰ ਪੀੜੇ ਘਾਣੀਐ ॥
ଚୋର, ଜୁଆଡି ଏବଂ ମନ୍ଦ ଲୋକକୁ କେଲୁଆରେ ପେଡା ଯାଇଥାଏ।
ਨਿੰਦਕ ਲਾਇਤਬਾਰ ਮਿਲੇ ਹੜ੍ਹ੍ਹਵਾਣੀਐ ॥
ନିନ୍ଦୁକ ଚୁଗୁଲି କରିବା ବାଳାକୁ କଠୋର ଦଣ୍ଡ ପ୍ରାପ୍ତ ହୋଇଥାଏ।
ਗੁਰਮੁਖਿ ਸਚਿ ਸਮਾਇ ਸੁ ਦਰਗਹ ਜਾਣੀਐ ॥੨੧॥
ଗୁରୁଙ୍କ ଦ୍ଵାରା ସତ୍ୟରେ ଲୀନ ରହିବା ବାଲା ହିଁ ପ୍ରଭୁଙ୍କ ଅଦାଲତରେ ଇଜ୍ଜତର ଅଧିକାରୀ ବନିଥାଏ||21||
ਸਲੋਕ ਮਃ ੨ ॥
ଶ୍ଳୋକ ମହଲା 2॥
ਨਾਉ ਫਕੀਰੈ ਪਾਤਿਸਾਹੁ ਮੂਰਖ ਪੰਡਿਤੁ ਨਾਉ ॥
(କଳିଯୁଗରେ ସବୁ ଓଲଟା ଚାଲୁଅଛି କାରଣ) ଦୌଲତର ପୂଜାରୀକୁ ବାଦଶାହ ମାନା ଯାଉଅଛି, ମୂର୍ଖ ବ୍ୟକ୍ତି ବିଦ୍ଵାନ ଭାବେ ପ୍ରସିଦ୍ଧ ହେଉଅଛି।
ਅੰਧੇ ਕਾ ਨਾਉ ਪਾਰਖੂ ਏਵੈ ਕਰੇ ਗੁਆਉ ॥
ଅଜଣାଣ ଅନ୍ଧକୁ ପରୀକ୍ଷକ ମାନା ଯାଇଥାଏ, ଏହିଭଳି କଥା ହେଉଅଛି।
ਇਲਤਿ ਕਾ ਨਾਉ ਚਉਧਰੀ ਕੂੜੀ ਪੂਰੇ ਥਾਉ ॥
ବଦମାସୀ କରିବା ବାଲାର ନାମ ଚୌଧୁରୀ ଅଟେ ଏବଂ ମିଥ୍ୟାବାଦୀ ବହୁତ କଥା କହିଥାଏ।
ਨਾਨਕ ਗੁਰਮੁਖਿ ਜਾਣੀਐ ਕਲਿ ਕਾ ਏਹੁ ਨਿਆਉ ॥੧॥
ହେ ନାନକ! ଗୁରୁଙ୍କ ଠାରୁ ଏହି ସତ୍ୟ ଜଣା ପଡିଥାଏ ଯେ କଳିଯୁଗର ଏହା ବିପରୀତ ବିଚାର ଅଟେ||1||
ਮਃ ੧ ॥
ମହଲା 1॥
ਹਰਣਾਂ ਬਾਜਾਂ ਤੈ ਸਿਕਦਾਰਾਂ ਏਨੑਾ ਪੜ੍ਹ੍ਹਿਆ ਨਾਉ ॥
ହରିଣ, ବାଜ ପକ୍ଷୀ ଭଳି କର୍ମଚାରୀ ଅନ୍ୟକୁ ନିର୍ଯ୍ୟାତନା ଦେଇଥାନ୍ତି।
ਫਾਂਧੀ ਲਗੀ ਜਾਤਿ ਫਹਾਇਨਿ ਅਗੈ ਨਾਹੀ ਥਾਉ ॥
ଯେଉଁ ଫନ୍ଦାରେ ଫସିଥାଏ, ନିଜ ସାଙ୍ଗ, ସାଥୀଙ୍କୁ ଫସାଇ ଦେଇଥାଏ ଏବଂ ପରେ ସ୍ଥାନ ମିଳେନାହିଁ।
ਸੋ ਪੜਿਆ ਸੋ ਪੰਡਿਤੁ ਬੀਨਾ ਜਿਨੑੀ ਕਮਾਣਾ ਨਾਉ ॥
ବାସ୍ତବରେ ସେ ହିଁ ଶିକ୍ଷିତ ଅଟେ, ପଣ୍ଡିତ ଓ ବିଦ୍ଵାନ ମାନା ଯାଇଥାଏ, ଯିଏ ପ୍ରଭୁଙ୍କ ଉପାସନାର କର୍ମ କରିଥାଏ।
ਪਹਿਲੋ ਦੇ ਜੜ ਅੰਦਰਿ ਜੰਮੈ ਤਾ ਉਪਰਿ ਹੋਵੈ ਛਾਂਉ ॥
ସର୍ବ ପ୍ରଥମେ ଭୁଇଁରେ ଗଛର ଚେର ଲାଗିଥାଏ, ତାହାପରେ ବୃକ୍ଷ ବନି ଛାୟା ପ୍ରଦାନ କରିଥାଏ।
ਰਾਜੇ ਸੀਹ ਮੁਕਦਮ ਕੁਤੇ ॥
ଆଜିକାଲି ସ୍ଥିତି ଏପରି ଯେ ଦୈନିକ ବାଘ ଭଳି ଅତ୍ୟାଚାର କରି ଜନତାର ଲହୁ ବୁହାଇ ଅଛ ଏବଂ
ਜਾਇ ਜਗਾਇਨੑਿ ਬੈਠੇ ਸੁਤੇ ॥
ସରକାରୀ କର୍ମଚାରୀ କୁକୁର ଭଳି ଯେ କୌଣସି ଜାଗାରେ ପହଞ୍ଚି ଭଲ ଲୋକଙ୍କୁ ନିର୍ଯ୍ୟାତନା ଦେଇଥାନ୍ତି।
ਚਾਕਰ ਨਹਦਾ ਪਾਇਨੑਿ ਘਾਉ ॥
ନଉକର ନଖ ଭଳି ଲୋକଙ୍କ ଜଖମ କରିଥାଏ ଏବଂ
ਰਤੁ ਪਿਤੁ ਕੁਤਿਹੋ ਚਟਿ ਜਾਹੁ ॥
କୁକୁର ଭଳି ଜନତା ଉପରେ ଜୁଲମ କରି ତାହାଙ୍କ ରକ୍ତ କାଢିଥାଏ।
ਜਿਥੈ ਜੀਆਂ ਹੋਸੀ ਸਾਰ ॥
ଯେଉଁଠି ପ୍ରଭୁଙ୍କ ଅଦାଲତରେ କରିଥିବା କର୍ମର ହିସାବ ହେବ,
ਨਕੀਂ ਵਢੀਂ ਲਾਇਤਬਾਰ ॥੨॥
ଏପରି ମନ୍ଦ ଲୋକଙ୍କ ନାକ କାଟି ଦିଆଯିବ||2||
ਪਉੜੀ ॥
ପଉଡୀ॥
ਆਪਿ ਉਪਾਏ ਮੇਦਨੀ ਆਪੇ ਕਰਦਾ ਸਾਰ ॥
ନିରଙ୍କାର ସ୍ଵୟଂ ଦୁନିଆକୁ ଉତ୍ପନ୍ନ କରିଥାନ୍ତି ଏବଂ ସ୍ଵୟଂ ହିଁ ପୋଷଣ କରିଥାନ୍ତି।
ਭੈ ਬਿਨੁ ਭਰਮੁ ਨ ਕਟੀਐ ਨਾਮਿ ਨ ਲਗੈ ਪਿਆਰੁ ॥
ପ୍ରଭୁ ଭୟ-ଭାବ ବିନା ଭ୍ରମ ଦୂର ହୁଏନାହିଁ ଏବଂ ନା ହିଁ ପ୍ରଭୁନାମ ସହିତ ପ୍ରେମ ଉତ୍ପନ୍ନ ହୋଇଥାଏ।
ਸਤਿਗੁਰ ਤੇ ਭਉ ਊਪਜੈ ਪਾਈਐ ਮੋਖ ਦੁਆਰ ॥
ସଦଗୁରୁଙ୍କ ଦ୍ଵାରା ହିଁ ପରମାତ୍ମାଙ୍କ ପ୍ରତି ଶ୍ରଦ୍ଧା ଭାବ ଉତ୍ପନ୍ନ ହୋଇଥାଏ ଏବଂ ମୋକ୍ଷର ଦ୍ଵାର ପ୍ରାପ୍ତ ହୋଇଯାଏ।
ਭੈ ਤੇ ਸਹਜੁ ਪਾਈਐ ਮਿਲਿ ਜੋਤੀ ਜੋਤਿ ਅਪਾਰ ॥
ପ୍ରଭୁ-ଭୟ ଦ୍ଵାରା ହିଁ ସୁଖ-ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ଆତ୍ମ-ଜ୍ୟୋତି ପରମ-ଜ୍ୟୋତିରେ ବିଲୀନ ହୋଇଯାଏ।
ਭੈ ਤੇ ਭੈਜਲੁ ਲੰਘੀਐ ਗੁਰਮਤੀ ਵੀਚਾਰੁ ॥
ଗୁରୁଙ୍କ ଶିକ୍ଷାର ମନନ କରି ପରମାତ୍ମାଙ୍କ ଭୟ-ଭାବ ଦ୍ଵାରା ହିଁ ଭୟାନକ ସଂସାର-ସାଗରରୁ ପାର କରାଯାଇ ପାରେ।
ਭੈ ਤੇ ਨਿਰਭਉ ਪਾਈਐ ਜਿਸ ਦਾ ਅੰਤੁ ਨ ਪਾਰਾਵਾਰੁ ॥
ଭୟ ଦ୍ଵାରା ନିର୍ଭୟ ପ୍ରଭୁ ପ୍ରାପ୍ତ ହୋଇଥାନ୍ତି, ଯାହାଙ୍କ କୌଣସି ଅନ୍ତ ନଥାଏ।
ਮਨਮੁਖ ਭੈ ਕੀ ਸਾਰ ਨ ਜਾਣਨੀ ਤ੍ਰਿਸਨਾ ਜਲਤੇ ਕਰਹਿ ਪੁਕਾਰ ॥
ସ୍ଵେଚ୍ଛାଚାରୀ ପ୍ରଭୁ ଭୟ-ଭାବର ମହତ୍ତ୍ଵ ଜାଣନ୍ତି ନାହିଁ ଏବଂ ତୃଷ୍ଣାରେ ଜଳି ଚିତ୍କାର କରିଥାଏ।
ਨਾਨਕ ਨਾਵੈ ਹੀ ਤੇ ਸੁਖੁ ਪਾਇਆ ਗੁਰਮਤੀ ਉਰਿ ਧਾਰ ॥੨੨॥
ହେ ନାନକ! ଗୁରୁଙ୍କ ଶିକ୍ଷା ଅନୁସାରେ ପ୍ରଭୁନାମକୁ ହୃଦୟରେ ସ୍ଥାପନ କରି ହିଁ ପରମ ସୁଖ ପ୍ରାପ୍ତ କରାଯାଇ ପାରେ||22||
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1॥
ਰੂਪੈ ਕਾਮੈ ਦੋਸਤੀ ਭੁਖੈ ਸਾਦੈ ਗੰਢੁ ॥
ରୂପ-ଯୌବନର କାମ ବାସନା ସହିତ ଦୋସ୍ତି ହୋଇଥାଏ ଏବଂ କ୍ଷୁଧାର ସ୍ଵାଦ ମିଳିଥାଏ।
ਲਬੈ ਮਾਲੈ ਘੁਲਿ ਮਿਲਿ ਮਿਚਲਿ ਊਂਘੈ ਸਉੜਿ ਪਲੰਘੁ ॥
ଲୋଭୀ ଧନ-ଦୌଲତ ସହିତ ପ୍ରେମ କରିଥାଏ ଏବଂ ନିଦରେ ଘୁମାଉ ଥିବା ଜୀବ ପାଇଁ ଛୋଟ ଜାଗା ମଧ୍ୟ ନଥାଏ।
ਭੰਉਕੈ ਕੋਪੁ ਖੁਆਰੁ ਹੋਇ ਫਕੜੁ ਪਿਟੇ ਅੰਧੁ ॥
କ୍ରୋଧ କୁକୁରଭଳି ଭୁକି ଥାଏ, ଅନ୍ଧ ହୋଇଥାଏ ଏବଂ ବ୍ୟର୍ଥରେ ଚିତ୍କାର କରିଥାଏ।
ਚੁਪੈ ਚੰਗਾ ਨਾਨਕਾ ਵਿਣੁ ਨਾਵੈ ਮੁਹਿ ਗੰਧੁ ॥੧॥
ହେ ନାନକ! ଚୁପ ରହିବା ହିଁ ଭଲ ଅଟେ, ଅନ୍ୟଥା ହରିନାମ ବିନା ମୁଖର ମଇଳା ହିଁ ବାହାରି ଥାଏ||1||
ਮਃ ੧ ॥
ମହଲା 1॥
ਰਾਜੁ ਮਾਲੁ ਰੂਪੁ ਜਾਤਿ ਜੋਬਨੁ ਪੰਜੇ ਠਗ ॥
ରାଜ୍ୟ, ସମ୍ପତ୍ତି, ରୂପ, ଜାତି ଏବଂ ଯୌବନ ପାଞ୍ଚ ଠକ ଅଟେ।
ਏਨੀ ਠਗੀਂ ਜਗੁ ਠਗਿਆ ਕਿਨੈ ਨ ਰਖੀ ਲਜ ॥
ଏହି ଠକ ସଂପୂର୍ଣ୍ଣ ଜଗତକୁ ଠକି ନେଇଛି ଏବଂ କୌଣସି ମାନ ରଖି ନଥାଏ।
ਏਨਾ ਠਗਨੑਿ ਠਗ ਸੇ ਜਿ ਗੁਰ ਕੀ ਪੈਰੀ ਪਾਹਿ ॥
ଯିଏ ଗୁରୁଙ୍କ ଚରଣରେ ଲୀନ ହୋଇଯାଏ, ସେହି ଠକକୁ ସେ ହିଁ ଠକିଥାଏ।
ਨਾਨਕ ਕਰਮਾ ਬਾਹਰੇ ਹੋਰਿ ਕੇਤੇ ਮੁਠੇ ਜਾਹਿ ॥੨॥
ହେ ନାନକ!ଅନେକ ଭାଗ୍ୟହୀନ ଲୋକ ଲୁଟି ଥାଆନ୍ତି||2||
ਪਉੜੀ ॥
ପଉଡୀ ॥
ਪੜਿਆ ਲੇਖੇਦਾਰੁ ਲੇਖਾ ਮੰਗੀਐ ॥
ଯଦି କେହି ପଢା-ଲେଖା ପୁରୁଷ ଠାରୁ ହିସାବ ମାଗା ଯାଇଥାଏ, ସେ ଦାୟୀ ରହିଥାଏ।
ਵਿਣੁ ਨਾਵੈ ਕੂੜਿਆਰੁ ਅਉਖਾ ਤੰਗੀਐ ॥
ଈଶ୍ଵରଙ୍କ ନାମ ବିହୀନ ବ୍ୟକ୍ତି ମିଥ୍ୟା ହିଁ ସିଦ୍ଧ ହୋଇଥାଏ ଏବଂ ସମସ୍ୟା ପାଇଥାଏ।
ਅਉਘਟ ਰੁਧੇ ਰਾਹ ਗਲੀਆਂ ਰੋਕੀਆਂ ॥
ତାହା ପାଇଁ ସବୁ ରାସ୍ତା କଠିନ ଅଟେ ଏବଂ ବାଧା ଉତ୍ପନ୍ନ ହୋଇଥାଏ।
ਸਚਾ ਵੇਪਰਵਾਹੁ ਸਬਦਿ ਸੰਤੋਖੀਆਂ ॥
ସଚ୍ଚା ନିଶ୍ଚିନ୍ତ ପ୍ରଭୁ ଶବ୍ଦର ଚିନ୍ତନ ଦ୍ଵାରା ସନ୍ତୋଷ ପ୍ରଦାନ କରିଥାନ୍ତି।
ਗਹਿਰ ਗਭੀਰ ਅਥਾਹੁ ਹਾਥ ਨ ਲਭਈ ॥
ସେ ଗହନ ଗମ୍ଭୀର ଏବଂ ଅଥଳ ଅଟେ, ତାହାଙ୍କ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ନୁହେଁ।
ਮੁਹੇ ਮੁਹਿ ਚੋਟਾ ਖਾਹੁ ਵਿਣੁ ਗੁਰ ਕੋਇ ਨ ਛੁਟਸੀ ॥
ଈଶ୍ଵରଙ୍କ ଠାରୁ ବିମୁଖ ରହିବା ବାଲା ଦୁଃଖ, କଷ୍ଟ ଏବଂ ଚିନ୍ତା ଆଣିଥାଏ ଏବଂ ଗୁରୁଙ୍କ ବିନା କେହି ମୁକ୍ତ ହୋଇ ନଥାନ୍ତି।
ਪਤਿ ਸੇਤੀ ਘਰਿ ਜਾਹੁ ਨਾਮੁ ਵਖਾਣੀਐ ॥
ପ୍ରଭୁନାମର ଚର୍ଚ୍ଚା କରି ନିଜ ସଚ୍ଚା ଘରକୁ ସମ୍ମାନପୂର୍ବକ ଯାଅ।
ਹੁਕਮੀ ਸਾਹ ਗਿਰਾਹ ਦੇਂਦਾ ਜਾਣੀਐ ॥੨੩॥
ଏହି ସତ୍ୟ ଜାଣି ନିଅ ଯେ ଈଶ୍ଵର ନିଜ ହୁକୁମ ଦ୍ଵାରା ଜୀବନ-ଶ୍ଵାସ ଏବଂ ପୋଷଣ ଦେଇଥାନ୍ତି||23||