ODIA PAGE 1289

ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1॥ 

ਪਉਣੈ ਪਾਣੀ ਅਗਨੀ ਜੀਉ ਤਿਨ ਕਿਆ ਖੁਸੀਆ ਕਿਆ ਪੀੜ ॥
ବାୟୁ, ପାଣି, ଅଗ୍ନି ଇତ୍ୟାଦି ପାଞ୍ଚ ତତ୍ତ୍ଵ ତଥା ପ୍ରାଣର ସଂଚାର କରି ପ୍ରାଣୀକୁ ବନାଇ ଅଛନ୍ତି, ତାହାକୁ ଅନେକ ଖୁସି ଏବଂ ଦୁଃଖ-ଯନ୍ତ୍ରଣା ମଧ୍ୟ ମିଳିଥାଏ।           

ਧਰਤੀ ਪਾਤਾਲੀ ਆਕਾਸੀ ਇਕਿ ਦਰਿ ਰਹਨਿ ਵਜੀਰ ॥
କେହି ଧରିତ୍ରୀ, ଆକାଶ, ପାତାଳ ଉପରେ ରହିଥାଏ, କେହି କାହାର ଦ୍ଵାରରେ ୱଜିର ରହି ଖୁସି ରହିଥାଏ।                                                        

ਇਕਨਾ ਵਡੀ ਆਰਜਾ ਇਕਿ ਮਰਿ ਹੋਹਿ ਜਹੀਰ ॥
କାହାକୁ ଦୀର୍ଘ ଆୟୁଷ ମିଳିଥାଏ, ଆଉ କାହାକୁ ମୃତ୍ୟୁ ପ୍ରାପ୍ତ ହୋଇ ଦୁଃଖ ମିଳିଥାଏ।                                                          

ਇਕਿ ਦੇ ਖਾਹਿ ਨਿਖੁਟੈ ਨਾਹੀ ਇਕਿ ਸਦਾ ਫਿਰਹਿ ਫਕੀਰ ॥
କେହି ଧନବାନ ହୋଇଥାଏ, ଅନେକ ଉପଯୋଗ କରିଥାଏ, କେବେ ଅଭାବ ରହେ ନାହିଁ, କେହି ଫକୀର ବନି ଘର ଘର ବୁଲି ମାଗିଥାଏ।          

ਹੁਕਮੀ ਸਾਜੇ ਹੁਕਮੀ ਢਾਹੇ ਏਕ ਚਸੇ ਮਹਿ ਲਖ ॥
ଈଶ୍ଵର ନିଜର ହୁକୁମ ଅନୁସାରେ ଏକ କ୍ଷଣରେ ଲକ୍ଷେ ସୃଷ୍ଟି କରି ନାଶ ମଧ୍ୟ କରି ଦେଇଥାନ୍ତି।                                            

ਸਭੁ ਕੋ ਨਥੈ ਨਥਿਆ ਬਖਸੇ ਤੋੜੇ ਨਥ ॥
ସଂପୂର୍ଣ୍ଣ ଦୁନିଆକୁ ମାଲିକ ନିଜର ନିୟନ୍ତ୍ରଣରେ ରଖିଛନ୍ତି, ନିଜ ଇଚ୍ଛାରେ ସେ ହୁକୁମ କରି ଶିକୁଳୀ ଖୋଲି ଦେଇଥାନ୍ତି।                                      

ਵਰਨਾ ਚਿਹਨਾ ਬਾਹਰਾ ਲੇਖੇ ਬਾਝੁ ਅਲਖੁ ॥
ସେ ରୂପ-ରଙ୍ଗ, ବର୍ଣ୍ଣ ଜାତି ରହିତ ଅଟନ୍ତି, ସେ କର୍ମ ଦୋଷ ରହିତ ମଧ୍ୟ ଅଟନ୍ତି।                                                                                                

ਕਿਉ ਕਥੀਐ ਕਿਉ ਆਖੀਐ ਜਾਪੈ ਸਚੋ ਸਚੁ ॥
ତାହାଙ୍କ ମହିମା କଣ କଥନ କରାଯିବ, ତାହାଙ୍କ ଉପକାରର ବର୍ଣ୍ଣନା ମଧ୍ୟ କରାଯାଇ ପାରିବ ନାହିଁ, ଏକମାତ୍ର ସେ ସତ୍ୟସ୍ଵରୂପ ଓ ସବୁକିଛି ଅଟନ୍ତି।              

ਕਰਣਾ ਕਥਨਾ ਕਾਰ ਸਭ ਨਾਨਕ ਆਪਿ ਅਕਥੁ ॥
କରିବା ଏବଂ କହିବା ସବୁ ତାହାଙ୍କ କର୍ମ ଅଟେ, ହେ ନାନକ! ସେ ସ୍ଵୟଂ ଅକଥନୀୟ ଅଟନ୍ତି।

ਅਕਥ ਕੀ ਕਥਾ ਸੁਣੇਇ ॥
ଯିଏ ଅକଥନୀୟ କଥା ଶୁଣିଥାଏ,               

ਰਿਧਿ ਬੁਧਿ ਸਿਧਿ ਗਿਆਨੁ ਸਦਾ ਸੁਖੁ ਹੋਇ ॥੧॥
ତାହାକୁ ରିଦ୍ଧି, ସିଦ୍ଧି, ବୁଦ୍ଧି ଏବଂ ସୁଖର ଘର ପ୍ରାପ୍ତ ହୋଇଯାଏ||1||                                                                                  

ਮਃ ੧ ॥
ମହଲା 1॥ 

ਅਜਰੁ ਜਰੈ ਤ ਨਉ ਕੁਲ ਬੰਧੁ ॥
ଯିଏ ଅସହ୍ୟକୁ ସହନ କରିଥାଏ, ତାହାର ନବ ଦ୍ଵାର ବଶୀଭୂତ ହୋଇଯାଏ।    

ਪੂਜੈ ਪ੍ਰਾਣ ਹੋਵੈ ਥਿਰੁ ਕੰਧੁ ॥
ଯଦି ପ୍ରାଣ ରହିବା ପର୍ଯ୍ୟନ୍ତ ପରମାତ୍ମାଙ୍କ ପୂଜା-ଅର୍ଚ୍ଚନା କରାଯାଏ, ଶରୀର ସ୍ଥିର ହୋଇଯାଏ।                                                                          

ਕਹਾਂ ਤੇ ਆਇਆ ਕਹਾਂ ਏਹੁ ਜਾਣੁ ॥
କେଉଁଠାରୁ ଆସିଛୁ, କେଉଁଠିକୁ ଯିବାକୁ ହେବ,                                                                                           

ਜੀਵਤ ਮਰਤ ਰਹੈ ਪਰਵਾਣੁ ॥
ଜନ୍ମ-ମରଣରୁ ମୁକ୍ତ ହୋଇ ସେ ହିଁ ସ୍ଵୀକୃତ ହୋଇଥାଏ।        

ਹੁਕਮੈ ਬੂਝੈ ਤਤੁ ਪਛਾਣੈ ॥
ଯିଏ ତାହାଙ୍କ ହୁକୁମକୁ ମାନିଥାଏ, ସେ ସାର ତତ୍ତ୍ଵକୁ ଜାଣିନିଏ।                                 

ਇਹੁ ਪਰਸਾਦੁ ਗੁਰੂ ਤੇ ਜਾਣੈ ॥
ଏହି ପ୍ରସାଦ ଗୁରୁଙ୍କ ଠାରୁ ମିଳିଥାଏ।                               

ਹੋਂਦਾ ਫੜੀਅਗੁ ਨਾਨਕ ਜਾਣੁ ॥
ହେ ନାନକ! କେବଳ ଅଭିମାନୀକୁ ଧରା ଯାଇଥାଏ,                       

ਨਾ ਹਉ ਨਾ ਮੈ ਜੂਨੀ ਪਾਣੁ ॥੨॥
ଯଦି ଅହଂ ଭାବ ନଥାଏ, ଯୋନିରେ ଆସେ ନାହିଁ||2||                                                                                    

ਪਉੜੀ ॥
ପଉଡୀ॥ 

ਪੜ੍ਹ੍ਹੀਐ ਨਾਮੁ ਸਾਲਾਹ ਹੋਰਿ ਬੁਧੀਂ ਮਿਥਿਆ ॥
ହରିନାମ ପାଠ କର, ତାହାଙ୍କ ସ୍ତୁତିଗାନ କର, ଅନ୍ୟ କାର୍ଯ୍ୟର ବୁଦ୍ଧି ମିଥ୍ୟା ସିଦ୍ଧ ହୋଇଥାଏ।              

ਬਿਨੁ ਸਚੇ ਵਾਪਾਰ ਜਨਮੁ ਬਿਰਥਿਆ ॥
ହରିନାମ ହି ସଚ୍ଚା ବ୍ୟାପାର ଅଟେ, ଏହା ବିନା ଜୀବନ ବ୍ୟର୍ଥ ଅଟେ।                                               

ਅੰਤੁ ਨ ਪਾਰਾਵਾਰੁ ਨ ਕਿਨ ਹੀ ਪਾਇਆ ॥
ଈଶ୍ଵରଙ୍କ ରହସ୍ୟ ଏବଂ ଅନ୍ତ କେହି ପାଇ ପାରି ନାହାନ୍ତି।                                                                                                      

ਸਭੁ ਜਗੁ ਗਰਬਿ ਗੁਬਾਰੁ ਤਿਨ ਸਚੁ ਨ ਭਾਇਆ ॥
ସଂପୂର୍ଣ୍ଣ ଜଗତ ଅହଂକାରରେ ଲୀନ ରହିଥାଏ ଏବଂ ତାହାକୁ ସତ୍ୟ ଭଲ ଲାଗେ ନାହିଁ। 

ਚਲੇ ਨਾਮੁ ਵਿਸਾਰਿ ਤਾਵਣਿ ਤਤਿਆ ॥
ପରମାତ୍ମାଙ୍କ ନାମକୁ ଭୁଲିବା ବାଳାକୁ ଉତ୍ତପ୍ତ ତାୱାରେ ଭାଜି ଦିଆଯାଏ।                                                                       

ਬਲਦੀ ਅੰਦਰਿ ਤੇਲੁ ਦੁਬਿਧਾ ਘਤਿਆ ॥
ଏପରି ଲୋକ ଜଳୁଥିବା କଢେଇରେ ଦ୍ଵିଧାର ତେଲ ଢାଳିଥାନ୍ତି।                                                                                                                   

ਆਇਆ ਉਠੀ ਖੇਲੁ ਫਿਰੈ ਉਵਤਿਆ ॥
ବ୍ୟକ୍ତି ଜୀବନର ଖେଳ ଖେଳି ସଂସାରରୁ ଚାଲି ଯାଇଥାଏ।                                                                                                 

ਨਾਨਕ ਸਚੈ ਮੇਲੁ ਸਚੈ ਰਤਿਆ ॥੨੪॥
ଗୁରୁ ନାନକ କହନ୍ତି ଯେ ଯେଉଁ ଲୋକ ପରମ ସତ୍ୟ ପ୍ରଭୁଙ୍କ ଠାରେ ମିଶି ଯାଇଥାଏ, ସେ ସେଥିରେ ହିଁ ରତ ରହିଥାଏ||24||     

ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1॥ 

ਪਹਿਲਾਂ ਮਾਸਹੁ ਨਿੰਮਿਆ ਮਾਸੈ ਅੰਦਰਿ ਵਾਸੁ ॥
ସବୁଠାରୁ ପ୍ରଥମ ମାଂସ ପିତାଙ୍କ ବୀର୍ଯ୍ୟ ଦ୍ଵାରା ଗର୍ଭ ଧାରଣ ହୋଇଥାଏ ଏବଂ ନଅ ମାସ ପେଟ ରୂପୀ ମାଂସରେ ରହିଥାଏ।           

ਜੀਉ ਪਾਇ ਮਾਸੁ ਮੁਹਿ ਮਿਲਿਆ ਹਡੁ ਚੰਮੁ ਤਨੁ ਮਾਸੁ ॥
ପ୍ରାଣର ସଂଚାର ହୋଇ ସମୟ ଅନୁସାରେ ମୁହଁ, ଅସ୍ଥି, ତ୍ଵଚା, ଶରୀର ସବୁ ମିଳିଥାଏ।  

ਮਾਸਹੁ ਬਾਹਰਿ ਕਢਿਆ ਮੰਮਾ ਮਾਸੁ ਗਿਰਾਸੁ ॥
ଗର୍ଭାଶୟ ମାଂସରୁ ବାହାର ହୋଇ ଶିଶୁ ଜନ୍ମ ନେଇଥାଏ, ସ୍ତନ ପାନ ମାଂସରୁ ମିଳିଥାଏ।                                                                                

ਮੁਹੁ ਮਾਸੈ ਕਾ ਜੀਭ ਮਾਸੈ ਕੀ ਮਾਸੈ ਅੰਦਰਿ ਸਾਸੁ ॥
ଏହାର ମୁହଁ ଓ ଜିହ୍ଵା ମଧ୍ୟ ମାଂସର ହୋଇଥାଏ ଏବଂ ମାଂସ ହିଁ ଶ୍ଵାସ ନେଇଥାଏ।                  

ਵਡਾ ਹੋਆ ਵੀਆਹਿਆ ਘਰਿ ਲੈ ਆਇਆ ਮਾਸੁ ॥
ଯେତେବେଳେ ବଡ ହୋଇଥାଏ, ବିବାହ ରଚନା କରି ସ୍ତ୍ରୀର ରୂପରେ ମାଂସ ହିଁ ଘରକୁ ଆଣିଥାଏ। 

ਮਾਸਹੁ ਹੀ ਮਾਸੁ ਊਪਜੈ ਮਾਸਹੁ ਸਭੋ ਸਾਕੁ ॥
ମାଂସ ସହିତ ମାଂସ ସଂଭୋଗ କରି ଶିଶୁ ରୂପରେ ମାଂସ ଉତ୍ପନ୍ନ କରିଥାଏ ଏବଂ ମାଂସ ସହିତ ହିଁ ସବୁ ସମ୍ପର୍କ, ଭାଇ, ଭଉଣୀ, ମାତା-ପିତା ଇତ୍ୟାଦି ହୋଇଥାଏ।                                                

ਸਤਿਗੁਰਿ ਮਿਲਿਐ ਹੁਕਮੁ ਬੁਝੀਐ ਤਾਂ ਕੋ ਆਵੈ ਰਾਸਿ ॥
ଯଦି ସଦଗୁରୁ ମିଳିଯାନ୍ତି, ଈଶ୍ବରଙ୍କ ଇଛାକୁ ବୁଝା ଯାଇଥାଏ, ଜୀବନ ସଫଳ ହୋଇଥାଏ।   

ਆਪਿ ਛੁਟੇ ਨਹ ਛੂਟੀਐ ਨਾਨਕ ਬਚਨਿ ਬਿਣਾਸੁ ॥੧॥
ହେ ନାନକ! ନିଜେ ସ୍ଵୟଂ ମୁକ୍ତ ହୁଏ ନାହିଁ ଏବଂ ବ୍ୟର୍ଥ କଥାରେ କ୍ଷତି ହୋଇଥାଏ||1||                                                             

ਮਃ ੧ ॥
ମହଲା 1॥ 

ਮਾਸੁ ਮਾਸੁ ਕਰਿ ਮੂਰਖੁ ਝਗੜੇ ਗਿਆਨੁ ਧਿਆਨੁ ਨਹੀ ਜਾਣੈ ॥
କିଛି ମୂର୍ଖ ଲୋକ (ସ୍ଵୟଂ ମାଂସ ଖାଇବା ତ୍ୟାଗ କରି) ମାଂସ ଖାଇବାରେ ଝଗଡା କରିଥାନ୍ତି, ପରନ୍ତୁ ତାହାଙ୍କୁ ଜ୍ଞାନ-ଧ୍ୟାନର ଜ୍ଞାତ ହୋଇ ନଥାଏ।         

ਕਉਣੁ ਮਾਸੁ ਕਉਣੁ ਸਾਗੁ ਕਹਾਵੈ ਕਿਸੁ ਮਹਿ ਪਾਪ ਸਮਾਣੇ ॥
ମାଂସ କଣ ଅଟେ, ଶାଗ-ପାରିବା କଣ ଅଟେ, କାହା ପାଖରେ ପାପ ଅଛି, ଏହା ଜାଣନ୍ତି ନାହିଁ। 

ਗੈਂਡਾ ਮਾਰਿ ਹੋਮ ਜਗ ਕੀਏ ਦੇਵਤਿਆ ਕੀ ਬਾਣੇ ॥
 (ମାନା ଯାଇଥାଏ ଯେ) ଦେବତା ମାଂସ ପାଇ ସ୍ଵାଭାବିକ ଭାବରେ ପ୍ରସନ୍ନ ହୋଇଥାନ୍ତି, ଏଥିପାଇଁ ଦେବତାକୁ ଖୁସି କରିବା ପାଇଁ ହୋମ-ଯଜ୍ଞ କରି ବଳି ଦିଆ ଯାଇଥାଏ। 

ਮਾਸੁ ਛੋਡਿ ਬੈਸਿ ਨਕੁ ਪਕੜਹਿ ਰਾਤੀ ਮਾਣਸ ਖਾਣੇ ॥
କିଛି ମାଂସ ଖାଇବା ତ୍ୟାଗ କରି ମାଂସର ଦୁର୍ଗନ୍ଧ ଆସିଲେ ନାକ ବନ୍ଦ କରିଥାନ୍ତି, ପରନ୍ତୁ ରାତିରେ ବାସନାର ଶିକାର ବନାଇ ମାଂସ ହିଁ ଖାଇ ଯାଇଥାଏ।          

ਫੜੁ ਕਰਿ ਲੋਕਾਂ ਨੋ ਦਿਖਲਾਵਹਿ ਗਿਆਨੁ ਧਿਆਨੁ ਨਹੀ ਸੂਝੈ ॥
ସେ ନାକ ଧରି ଲୋକଙ୍କୁ ଦେଖାଇ ଥାଏ, ପରନ୍ତୁ ଜ୍ଞାନ-ଧ୍ୟାନର କୌଣସି ଜ୍ଞାନ ହୋଇ ନଥାଏ। 

ਨਾਨਕ ਅੰਧੇ ਸਿਉ ਕਿਆ ਕਹੀਐ ਕਹੈ ਨ ਕਹਿਆ ਬੂਝੈ ॥
ହେ ନାନକ! ଅନ୍ଧକୁ କଣ କୁହା ଯାଇ ପାରିବ, ସତ୍ୟ କହିଲେ ମଧ୍ୟ ସେ ବୁଝେ ନାହିଁ।                             

ਅੰਧਾ ਸੋਇ ਜਿ ਅੰਧੁ ਕਮਾਵੈ ਤਿਸੁ ਰਿਦੈ ਸਿ ਲੋਚਨ ਨਾਹੀ ॥
ଅନ୍ଧ ସେ ହିଁ ଅଟେ, ଯିଏ କୁଟିଳ କର୍ମ କରିଥାଏ, ତାହାର ହୃଦୟ ଥାଏ, କିନ୍ତୁ ଜ୍ଞାନର ଆଖି ନଥାଏ।                                                        

ਮਾਤ ਪਿਤਾ ਕੀ ਰਕਤੁ ਨਿਪੰਨੇ ਮਛੀ ਮਾਸੁ ਨ ਖਾਂਹੀ ॥
ଆମେ ପିତା-ମାତାଙ୍କ ରକ୍ତ-ବୀର୍ଯ୍ୟରୁ ଉତ୍ପନ୍ନ ହୋଇଛୁ, ପରନ୍ତୁ ମାଂସ ମାଛକୁ ଖାଉ ନାହୁଁ।                                  

error: Content is protected !!