ਭੈ ਭਾਇ ਭਗਤਿ ਨਿਹਾਲ ਨਾਨਕ ਸਦਾ ਸਦਾ ਕੁਰਬਾਨ ॥੨॥੪॥੪੯॥
ନାନକ କହନ୍ତି ଯେ ଆମେ ତାହାଙ୍କ ଭାବ-ଭକ୍ତିରେ ପ୍ରସନ୍ନ ଅଛୁ ଏବଂ ସର୍ବଦା ତାହାଙ୍କ ପ୍ରତି ସମର୍ପିତ ଅଟୁ||2||4||49||
ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥
ਕਰਤ ਕਰਤ ਚਰਚ ਚਰਚ ਚਰਚਰੀ ॥
ଲୋକମାନେ ପରମାତ୍ମାଙ୍କ ଚର୍ଚ୍ଚା କରିଥାନ୍ତି,
ਜੋਗ ਧਿਆਨ ਭੇਖ ਗਿਆਨ ਫਿਰਤ ਫਿਰਤ ਧਰਤ ਧਰਤ ਧਰਚਰੀ ॥੧॥ ਰਹਾਉ ॥
ଯୋଗାଭ୍ୟାସୀ, ଧ୍ୟାନଶୀଳ, ବେଶ ଆଡମ୍ବରୀ, ଜ୍ଞାନବାନ୍ମ ଭ୍ରମଣ କରିବା ବାଲା ତଥା ଧରିତ୍ରୀ ଉପରେ ରହିବା ବାଲା ସମସ୍ତେ॥1॥ରୁହ॥
ਅਹੰ ਅਹੰ ਅਹੈ ਅਵਰ ਮੂੜ ਮੂੜ ਮੂੜ ਬਵਰਈ ॥
କେହି ଅଭିମାନରେ ଲୀନ ରହିଥାଏ ଏବଂ କେହି ମୂର୍ଖ ବାଉଳା ହୋଇଥାଏ।
ਜਤਿ ਜਾਤ ਜਾਤ ਜਾਤ ਸਦਾ ਸਦਾ ਸਦਾ ਸਦਾ ਕਾਲ ਹਈ ॥੧॥
ସେ ଯେଉଁଠି ଯେଉଁଠି ଯାଇଥାଏ, ମୃତ୍ୟୁ ସର୍ବଦା ବନି ରହିଥାଏ||1||
ਮਾਨੁ ਮਾਨੁ ਮਾਨੁ ਤਿਆਗਿ ਮਿਰਤੁ ਮਿਰਤੁ ਨਿਕਟਿ ਨਿਕਟਿ ਸਦਾ ਹਈ ॥
ମାନ-ଅଭିମାନ ତ୍ୟାଗ କର, ମୃତ୍ୟୁ ସଦା ପାଖରେ ଅଛି।
ਹਰਿ ਹਰੇ ਹਰੇ ਭਾਜੁ ਕਹਤੁ ਨਾਨਕੁ ਸੁਨਹੁ ਰੇ ਮੂੜ ਬਿਨੁ ਭਜਨ ਭਜਨ ਭਜਨ ਅਹਿਲਾ ਜਨਮੁ ਗਈ ॥੨॥੫॥੫੦॥੧੨॥੬੨॥
ପରମାତ୍ମାଙ୍କ ଭଜନ କର, ନାନକ କହନ୍ତି ଯେ ଆରେ ମୂର୍ଖ! ମୋର କଥା ଶୁଣ, ଭଗବାନଙ୍କ ଭଜନ ବିନା ଜୀବନ ବ୍ୟର୍ଥ ହେଉଅଛି||2||5||50||12||62||
ਕਾਨੜਾ ਅਸਟਪਦੀਆ ਮਹਲਾ ੪ ਘਰੁ ੧
କାନଡା ଅଷ୍ଟପଦୀ ମହଲା 4 ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਜਪਿ ਮਨ ਰਾਮ ਨਾਮੁ ਸੁਖੁ ਪਾਵੈਗੋ ॥
ହେ ମନ! ରାମନାମ ଜପ କର, ଏହାଦ୍ୱାରା ସୁଖ ପ୍ରାପ୍ତ ହେବ।
ਜਿਉ ਜਿਉ ਜਪੈ ਤਿਵੈ ਸੁਖੁ ਪਾਵੈ ਸਤਿਗੁਰੁ ਸੇਵਿ ਸਮਾਵੈਗੋ ॥੧॥ ਰਹਾਉ ॥
ଯେପରି ଜପ କରିବ, ସେପରି ପରମ ସୁଖ ମିଳିବ ଏବଂ ସଦଗୁରୁଙ୍କ ସେବାରେ ଲୀନ ରହିବ॥1॥ରୁହ॥
ਭਗਤ ਜਨਾਂ ਕੀ ਖਿਨੁ ਖਿਨੁ ਲੋਚਾ ਨਾਮੁ ਜਪਤ ਸੁਖੁ ਪਾਵੈਗੋ ॥
ପ୍ରତି କ୍ଷଣରେ ହରିନାମ ଜପିବା ପାଇଁ ଭକ୍ତର କାମନା ରହିଥାଏ, ଏହାଦ୍ୱାରା ତାହାକୁ ସୁଖ ପ୍ରାପ୍ତ ହୋଇଥାଏ।
ਅਨ ਰਸ ਸਾਦ ਗਏ ਸਭ ਨੀਕਰਿ ਬਿਨੁ ਨਾਵੈ ਕਿਛੁ ਨ ਸੁਖਾਵੈਗੋ ॥੧॥
ସେ ଅନ୍ୟ ରସର ସ୍ଵାଦ ଭୁଲି ଯାଇଥାଏ ଏବଂ ହରିନାମ ବିନା କିଛି ମଧ୍ୟ ଭଲ ଲାଗେ ନାହିଁ||1||
ਗੁਰਮਤਿ ਹਰਿ ਹਰਿ ਮੀਠਾ ਲਾਗਾ ਗੁਰੁ ਮੀਠੇ ਬਚਨ ਕਢਾਵੈਗੋ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ହରିନାମ ହିଁ ମିଠା ଲାଗିଥାଏ ଏବଂ ଗୁରୁ ମିଠା ବଚନ ହିଁ ବୋଲିଥାନ୍ତି।
ਸਤਿਗੁਰ ਬਾਣੀ ਪੁਰਖੁ ਪੁਰਖੋਤਮ ਬਾਣੀ ਸਿਉ ਚਿਤੁ ਲਾਵੈਗੋ ॥੨॥
ସଦଗୁରୁଙ୍କ ବାଣୀ ଦ୍ଵାରା ପୁରୁଷୋତ୍ତମ ପରମେଶ୍ଵରଙ୍କ ଜ୍ଞାନ ମିଳିଥାଏ, ଏଣୁ ଗୁରୁଙ୍କ ବାଣୀରେ ମନ ଲଗାଇ ରଖ||2||
ਗੁਰਬਾਣੀ ਸੁਨਤ ਮੇਰਾ ਮਨੁ ਦ੍ਰਵਿਆ ਮਨੁ ਭੀਨਾ ਨਿਜ ਘਰਿ ਆਵੈਗੋ ॥
ଗୁରୁଙ୍କ ବାଣୀ ଶୁଣି ମୋର ମନ ଭିଜି ଯାଇଛି ଏବଂ ଭିଜା ମନ ଆତ୍ମସ୍ଵରୂପରେ ଆସି ଯାଇଛି।
ਤਹ ਅਨਹਤ ਧੁਨੀ ਬਾਜਹਿ ਨਿਤ ਬਾਜੇ ਨੀਝਰ ਧਾਰ ਚੁਆਵੈਗੋ ॥੩॥
ସେଠାରେ ଅନାହତ ଧ୍ୱନି ଗୁଞ୍ଜନ କରିଥାଏ, ଅମୃତଧାରା ବହିଥାଏ||3||
ਰਾਮ ਨਾਮੁ ਇਕੁ ਤਿਲ ਤਿਲ ਗਾਵੈ ਮਨੁ ਗੁਰਮਤਿ ਨਾਮਿ ਸਮਾਵੈਗੋ ॥
ଯିଏ ଏକ କ୍ଷଣ ପାଇଁ ରାମ ନାମ ଭଜନ ଗାନ କରିଥାଏ, ଗୁରୁଙ୍କ ଶିକ୍ଷା ଦ୍ଵାରା ତାହାର ମନ ନାମରେ ଲୀନ ହୋଇଯାଏ।
ਨਾਮੁ ਸੁਣੈ ਨਾਮੋ ਮਨਿ ਭਾਵੈ ਨਾਮੇ ਹੀ ਤ੍ਰਿਪਤਾਵੈਗੋ ॥੪॥
ଏପରି ଜିଜ୍ଞାସୁ ରାମନାମର ସଙ୍କୀର୍ତ୍ତନ ଶୁଣିଥାଏ, ନାମ ହିଁ ତାହାର ମନକୁ ଭଲ ଲାଗିଥାଏ ଏବଂ ନାମ ଦ୍ଵାରା ହିଁ ସେ ତୃପ୍ତ ରହିଥାଏ||4||
ਕਨਿਕ ਕਨਿਕ ਪਹਿਰੇ ਬਹੁ ਕੰਗਨਾ ਕਾਪਰੁ ਭਾਂਤਿ ਬਨਾਵੈਗੋ ॥
ଜଣେ ସ୍ଵର୍ଣ୍ଣ ଆଭୁଷଣ, ଚୁଡି ଏବଂ ସୁନ୍ଦର ବସ୍ତ୍ର ଧାରଣ କରିପାରେ,
ਨਾਮ ਬਿਨਾ ਸਭਿ ਫੀਕ ਫਿਕਾਨੇ ਜਨਮਿ ਮਰੈ ਫਿਰਿ ਆਵੈਗੋ ॥੫॥
ହରିନାମ ବିନା ସବୁ ବ୍ୟର୍ଥ ଅଟେ ଏବଂ ପୁନଃ ଜନ୍ମ-ମରଣର ଚକ୍ରରେ ଆସିଥାଏ||5||
ਮਾਇਆ ਪਟਲ ਪਟਲ ਹੈ ਭਾਰੀ ਘਰੁ ਘੂਮਨਿ ਘੇਰਿ ਘੁਲਾਵੈਗੋ ॥
ମାୟାର ପରଦା ବହୁତ ଭାଫ୍ରି ଅଟେ ଏବଂ ଏହା ମନୁଷ୍ୟକୁ ଭ୍ରମରେ ରଖି ଧ୍ଵଂସ କରିଥାଏ।
ਪਾਪ ਬਿਕਾਰ ਮਨੂਰ ਸਭਿ ਭਾਰੇ ਬਿਖੁ ਦੁਤਰੁ ਤਰਿਓ ਨ ਜਾਵੈਗੋ ॥੬॥
ପାପ-ବିକାର ଲୁହା ଭଳି ଭାରି କରି ଦେଇଛି, ଏହାଦ୍ୱାରା କଠିନ ସଂସାର-ସାଗରରୁ ପାର କରାଯାଇ ପାରେନାହିଁ||6||
ਭਉ ਬੈਰਾਗੁ ਭਇਆ ਹੈ ਬੋਹਿਥੁ ਗੁਰੁ ਖੇਵਟੁ ਸਬਦਿ ਤਰਾਵੈਗੋ ॥
ଈଶ୍ଵରଙ୍କ ପ୍ରେମ ଓ ବୈରାଗ୍ୟ ଭାବକୁ ଜାହାଜ ବନାଇ ଦିଅ, ଗୁରୁ ନାବିକ ହୋଇ ନିଜ ଶବ୍ଦ ଦ୍ଵାରା ସଂସାର-ସାଗର ପାର କରାଇ
ਰਾਮ ਨਾਮੁ ਹਰਿ ਭੇਟੀਐ ਹਰਿ ਰਾਮੈ ਨਾਮਿ ਸਮਾਵੈਗੋ ॥੭॥
ରାମନାମର ଚିନ୍ତନ ଦ୍ଵାରା ପ୍ରଭୁଙ୍କ ସହିତ ମିଳନ ହୋଇପାରେ ଏବଂ ରାମନାମରେ ଲୀନ ହୋଇପାରେ||7||
ਅਗਿਆਨਿ ਲਾਇ ਸਵਾਲਿਆ ਗੁਰ ਗਿਆਨੈ ਲਾਇ ਜਗਾਵੈਗੋ ॥
ପ୍ରଭୁ ମନୁଷ୍ୟକୁ ଅଜ୍ଞାନତାର ନିଦ୍ରାରେ ରଖିଛନ୍ତି, ଗୁରୁଙ୍କ ଜ୍ଞାନ ହିଁ ଏହାଠାରୁ ଜାଗ୍ରତ କରାଇ ଥାଏ।
ਨਾਨਕ ਭਾਣੈ ਆਪਣੈ ਜਿਉ ਭਾਵੈ ਤਿਵੈ ਚਲਾਵੈਗੋ ॥੮॥੧॥
ନାନକ କହନ୍ତି ଯେ ପରମେଶ୍ଵରଙ୍କ ଇଚ୍ଛା ଶିରୋଧାର୍ଯ୍ୟ ଅଟେ, ଯେପରି ତାହାଙ୍କୁ ଉଚିତ ଲାଗିଥାଏ, ସେପରି ହିଁ ସଂସାର ଚଲାଇ ଥାଆନ୍ତି||8||1||
ਕਾਨੜਾ ਮਹਲਾ ੪ ॥
କାନଡା ମହଲା 4॥
ਜਪਿ ਮਨ ਹਰਿ ਹਰਿ ਨਾਮੁ ਤਰਾਵੈਗੋ ॥
ହେ ମନ! ହରିନାମର ଜପ କର, ସଂସାର-ସାଗରରୁ ପାର ହୋଇଯିବ।
ਜੋ ਜੋ ਜਪੈ ਸੋਈ ਗਤਿ ਪਾਵੈ ਜਿਉ ਧ੍ਰੂ ਪ੍ਰਹਿਲਾਦੁ ਸਮਾਵੈਗੋ ॥੧॥ ਰਹਾਉ ॥
ଯିଏ ମଧ୍ୟ ଜପ କରିଥାଏ, ସେ ହିଁ ମୁକ୍ତି ପାଇଥାଏ, ଯେପରି ଭକ୍ତ ଧ୍ରୁବ ଏବଂ ଭକ୍ତ ପ୍ରହଲାଦ ହରିଙ୍କ ଠାରେ ଲୀନ ହୋଇଛନ୍ତି॥1॥ରୁହ॥