ਕ੍ਰਿਪਾ ਕ੍ਰਿਪਾ ਕ੍ਰਿਪਾ ਕਰਿ ਹਰਿ ਜੀਉ ਕਰਿ ਕਿਰਪਾ ਨਾਮਿ ਲਗਾਵੈਗੋ ॥
ହେ ଶ୍ରୀହରି! କୃପା କର, କୃପା କରି ନାମ ସ୍ମରଣରେ ଆମର ଲଗ୍ନ ଲଗାଇ ଦିଅ।                               
ਕਰਿ ਕਿਰਪਾ ਸਤਿਗੁਰੂ ਮਿਲਾਵਹੁ ਮਿਲਿ ਸਤਿਗੁਰ ਨਾਮੁ ਧਿਆਵੈਗੋ ॥੧॥
ନିଜ କୃପା କରି ସଚ୍ଚା ଗୁରୁଙ୍କ ସହିତ ମିଳନ କରାଇ ଦିଅ, ଗୁରୁଙ୍କ ସହିତ ମିଶି ହରିନାମର ଧ୍ୟାନ କରାଯାଇ ଥାଏ||1||                                        
ਜਨਮ ਜਨਮ ਕੀ ਹਉਮੈ ਮਲੁ ਲਾਗੀ ਮਿਲਿ ਸੰਗਤਿ ਮਲੁ ਲਹਿ ਜਾਵੈਗੋ ॥
ଜନ୍ମ-ଜନ୍ମାନ୍ତରର ଅହଙ୍କାରର ଯେଉଁ ମଇଳା ଲାଗି ରହିଥାଏ, ସତସଙ୍ଗରେ ମିଶି ସେହି ମଇଳା ବାହାରି ଯାଇଥାଏ।           
ਜਿਉ ਲੋਹਾ ਤਰਿਓ ਸੰਗਿ ਕਾਸਟ ਲਗਿ ਸਬਦਿ ਗੁਰੂ ਹਰਿ ਪਾਵੈਗੋ ॥੨॥
ଯେପରି ଲୁହା କାଠ ସହିତ ଲାଗି ପାର ହୋଇଯାଇ ଥାଏ, ସେପରି ହିଁ ଶବ୍ଦ ଗୁରୁ ଦ୍ଵାରା ପରମାତ୍ମା ପ୍ରାପ୍ତ ହୋଇଥାନ୍ତି||2||         
ਸੰਗਤਿ ਸੰਤ ਮਿਲਹੁ ਸਤਸੰਗਤਿ ਮਿਲਿ ਸੰਗਤਿ ਹਰਿ ਰਸੁ ਆਵੈਗੋ ॥
ସନ୍ଥଙ୍କ ସଙ୍ଗତରେ ମିଶି ରହିବା ଉଚିତ, କାରଣ ସନ୍ଥଙ୍କ ସଙ୍ଗତରେ ହରିନାମର ରସ ପ୍ରାପ୍ତ ହୋଇଥାଏ।          
ਬਿਨੁ ਸੰਗਤਿ ਕਰਮ ਕਰੈ ਅਭਿਮਾਨੀ ਕਢਿ ਪਾਣੀ ਚੀਕੜੁ ਪਾਵੈਗੋ ॥੩॥
କିଛି ଅଭିମାନୀ ଲୋକ ସନ୍ଥଙ୍କ ସଙ୍ଗତ ବୀନା କର୍ମ କରିଥାନ୍ତି, ଯେଉଁ କାରଣରୁ ଗୁଣ ରୂପୀ ପାଣିକୁ ତ୍ୟାଗ କରି କଚଡା ହିଁ ପାଇଥାଏ||3||                         
ਭਗਤ ਜਨਾ ਕੇ ਹਰਿ ਰਖਵਾਰੇ ਜਨ ਹਰਿ ਰਸੁ ਮੀਠ ਲਗਾਵੈਗੋ ॥
ପରମାତ୍ମା ଭକ୍ତର ରକ୍ଷା କରିବା ବାଲା ଅଟନ୍ତି ଏବଂ ଭକ୍ତଜନଙ୍କୁ ହରି ଭଜନ ହିଁ ମିଠା ଲାଗିଥାଏ।
ਖਿਨੁ ਖਿਨੁ ਨਾਮੁ ਦੇਇ ਵਡਿਆਈ ਸਤਿਗੁਰ ਉਪਦੇਸਿ ਸਮਾਵੈਗੋ ॥੪॥
ସେ ପ୍ରତି କ୍ଷଣରେ ନାମର କୀର୍ତ୍ତି ପ୍ରଦାନ କରିଥାନ୍ତି ଏବଂ ସଚ୍ଚା ଗୁରୁଙ୍କ ଉପଦେଶ ଦ୍ଵାରା ଜୀବ ସେଥିରେ ଲୀନ ରହିଥାଏ||4||
ਭਗਤ ਜਨਾ ਕਉ ਸਦਾ ਨਿਵਿ ਰਹੀਐ ਜਨ ਨਿਵਹਿ ਤਾ ਫਲ ਗੁਨ ਪਾਵੈਗੋ ॥
ଭକ୍ତଙ୍କ ସମ୍ମୁଖରେ ସଦା ବିନମ୍ର ରହିବା ଉଚିତ, ବିନମ୍ର ରହିବା ଦ୍ଵାରା ସର୍ବ ଗୁଣ ଏବଂ ଫଳ ପ୍ରାପ୍ତ ହୋଇଥାଏ।                                                         
ਜੋ ਨਿੰਦਾ ਦੁਸਟ ਕਰਹਿ ਭਗਤਾ ਕੀ ਹਰਨਾਖਸ ਜਿਉ ਪਚਿ ਜਾਵੈਗੋ ॥੫॥
ଯେଉଁ ଦୁଷ୍ଟ ଲୋକ ଭକ୍ତର ନିନ୍ଦା କରିଥାଏ, ହିରଣ୍ୟକଶୀପୁ ଭଳି ସମାପ୍ତ ହୋଇଯାଏ||5||     
ਬ੍ਰਹਮ ਕਮਲ ਪੁਤੁ ਮੀਨ ਬਿਆਸਾ ਤਪੁ ਤਾਪਨ ਪੂਜ ਕਰਾਵੈਗੋ ॥
ନାଭିକମଳରେ ବିରାଜମାନ କମଳ-ପୁତ୍ର ବ୍ରହ୍ମା ତଥା ମତ୍ସ୍ୟ କୂଳରେ ଉତ୍ପନ୍ନ ଋଷି ବ୍ୟାସ ତପସ୍ୟା କରି ନିଜ ପୂଜା-ଅର୍ଚ୍ଚନା କରାଇଛନ୍ତି।      
ਜੋ ਜੋ ਭਗਤੁ ਹੋਇ ਸੋ ਪੂਜਹੁ ਭਰਮਨ ਭਰਮੁ ਚੁਕਾਵੈਗੋ ॥੬॥
ଯିଏ ଭକ୍ତି କରିଥାଏ, ସିଏ ହିଁ ପୂଜ୍ୟ ହୋଇଥାଏ ଏବଂ ବଡରୁ ବଡ ଭ୍ରମ ଦୂର ହୋଇଯାଏ||6||  
ਜਾਤ ਨਜਾਤਿ ਦੇਖਿ ਮਤ ਭਰਮਹੁ ਸੁਕ ਜਨਕ ਪਗੀਂ ਲਗਿ ਧਿਆਵੈਗੋ ॥
ଉଚ୍ଚ ଅଥବା ନିମ୍ନ ଜାତି ଦେଖି ଭ୍ରମରେ ରୁହ ନାହିଁ, ଶୁକଦେବ ରାଜା ଜନକଙ୍କ ଚରଣରେ ଲାଗି ହିଁ ଧ୍ୟାନ କରିଛନ୍ତି।
ਜੂਠਨ ਜੂਠਿ ਪਈ ਸਿਰ ਊਪਰਿ ਖਿਨੁ ਮਨੂਆ ਤਿਲੁ ਨ ਡੁਲਾਵੈਗੋ ॥੭॥
ଯେତେବେଳେ ସେ ଦୀକ୍ଷା ପାଇଁ ଆସିଛନ୍ତି, ଯଜ୍ଞ ସମୟରେ ରାଜା ଜନକ ତାହାଙ୍କୁ ଅପେକ୍ଷା କରିବାକୁ କହିଛନ୍ତି, ତାହାଙ୍କ ମସ୍ତକ ଉପରେ ଉଚ୍ଛିଷ୍ଟ ମଧ୍ୟ ପଡିଛି, ପରନ୍ତୁ ମନ ଆଦୌ ବିଚଳିତ ହୋଇନାହିଁ||7||                                         
ਜਨਕ ਜਨਕ ਬੈਠੇ ਸਿੰਘਾਸਨਿ ਨਉ ਮੁਨੀ ਧੂਰਿ ਲੈ ਲਾਵੈਗੋ ॥
ରାଜସିଂହାସନରେ ବିରାଜମାନ ଥିବା ରାଜା ଜନକ ନଅ ମୁନୀଙ୍କ ଚରଣ ଧୂଳି ହିଁ ମୁଖମଣ୍ଡଳରେ ଲଗାଇଛନ୍ତି।                 
ਨਾਨਕ ਕ੍ਰਿਪਾ ਕ੍ਰਿਪਾ ਕਰਿ ਠਾਕੁਰ ਮੈ ਦਾਸਨਿ ਦਾਸ ਕਰਾਵੈਗੋ ॥੮॥੨॥
ନାନକ ବିନତି କରନ୍ତି ଯେ ହେ ଠାକୁର! କୃପା କରି  ମୋତେ ଦାସର ଦାସ ବନାଇ ଦିଅ||8||2||.                                                  
ਕਾਨੜਾ ਮਹਲਾ ੪ ॥
କାନଡା ମହଲା 4॥ 
ਮਨੁ ਗੁਰਮਤਿ ਰਸਿ ਗੁਨ ਗਾਵੈਗੋ ॥
ହେ ମନ! ଗୁରୁ ମତାନୁସାରେ ପରମପିତା ପରମେଶ୍ଵରଙ୍କ ଗୁଣଗାନ କର।  
ਜਿਹਵਾ ਏਕ ਹੋਇ ਲਖ ਕੋਟੀ ਲਖ ਕੋਟੀ ਕੋਟਿ ਧਿਆਵੈਗੋ ॥੧॥ ਰਹਾਉ ॥
ଯଦି ଏକ ଜିହ୍ଵା ଲକ୍ଷେ-କୋଟି ହୋଇଯାଏ, ତାହାହେଲେ ମଧ୍ୟ କୋଟିଏ ଥର ତାହାଙ୍କ ଭଜନ କର॥1॥ରୁହ॥                
ਸਹਸ ਫਨੀ ਜਪਿਓ ਸੇਖਨਾਗੈ ਹਰਿ ਜਪਤਿਆ ਅੰਤੁ ਨ ਪਾਵੈਗੋ ॥
ଶେଷନାଗ ସହସ୍ର ଫଣା ଦ୍ଵାରା ହରିଙ୍କ ଜପ କରିଛି, କିନ୍ତୁ ଜପ କରିବାର ରହସ୍ୟ ପାଇ ପାରି ନାହିଁ।                                         
ਤੂ ਅਥਾਹੁ ਅਤਿ ਅਗਮੁ ਅਗਮੁ ਹੈ ਮਤਿ ਗੁਰਮਤਿ ਮਨੁ ਠਹਰਾਵੈਗੋ ॥੧॥
ହେ ଈଶ୍ଵର! ତୁ ଅଥଳ ଅଟୁ, ଜ୍ଞାନେଦ୍ରିୟରୁ ଉର୍ଦ୍ଧ୍ଵରେ ଅଛୁ, ମନ ଗୁରୁଙ୍କ ଶିକ୍ଷା ଦ୍ଵାରା ସ୍ଥିର ରହିଥାଏ||1||                                          
ਜਿਨ ਤੂ ਜਪਿਓ ਤੇਈ ਜਨ ਨੀਕੇ ਹਰਿ ਜਪਤਿਅਹੁ ਕਉ ਸੁਖੁ ਪਾਵੈਗੋ ॥
ଯିଏ ତୋର ନାମ ଜପ କରିଛି, ସେହି ବ୍ୟକ୍ତି ଉତ୍ତମ ଅଟେ, ପରମାତ୍ମାଙ୍କ ଜପ କରିବା ଦ୍ଵାରା ହିଁ ସୁଖ ପ୍ରାପ୍ତ ହୋଇଥାଏ।
ਬਿਦਰ ਦਾਸੀ ਸੁਤੁ ਛੋਕ ਛੋਹਰਾ ਕ੍ਰਿਸਨੁ ਅੰਕਿ ਗਲਿ ਲਾਵੈਗੋ ॥੨॥
ଦାସୀ ପୁତ୍ର ବିଦୂରକୁ ଅସ୍ପୃଶ୍ୟ ମାନା ଯାଇଥାଏ, ପରନ୍ତୁ ଭାବ-ଭକ୍ତି କାରଣରୁ ଶ୍ରୀକୃଷ୍ଣ ତାହାକୁ ଗଳାରେ ଲଗାଇ ନେଇଥାନ୍ତି||2||          
ਜਲ ਤੇ ਓਪਤਿ ਭਈ ਹੈ ਕਾਸਟ ਕਾਸਟ ਅੰਗਿ ਤਰਾਵੈਗੋ ॥
କାଠ ଜଳରୁ ଉତ୍ପନ୍ନ ହୂଇଥାଏ ଏବଂ ଜଳରେ ହିଁ ଭାସି ପାର ହୋଇଥାଏ।                                          
ਰਾਮ ਜਨਾ ਹਰਿ ਆਪਿ ਸਵਾਰੇ ਅਪਨਾ ਬਿਰਦੁ ਰਖਾਵੈਗੋ ॥੩॥
ହରି ସ୍ଵୟଂ ନିଜ ଭକ୍ତକୁ ସଫଳ କରାଇ ଥାଆନ୍ତି ଏବଂ ନିଜ ପ୍ରକୃତିର ସମ୍ମାନ ସଦା ରକ୍ଷା କରିଥାନ୍ତି।||3||                      
ਹਮ ਪਾਥਰ ਲੋਹ ਲੋਹ ਬਡ ਪਾਥਰ ਗੁਰ ਸੰਗਤਿ ਨਾਵ ਤਰਾਵੈਗੋ ॥
ଆମେ ବହୁତ ବଡ ପଥର ଓ ଲୁହା ଭଳି ଅଟୁ, କେବଳ ଗୁରୁ-ସଙ୍ଗତର ନାବରେ ସଂସାର-ସାଗରରୁ ପାର କରୁଅଛୁ।                                    
ਜਿਉ ਸਤਸੰਗਤਿ ਤਰਿਓ ਜੁਲਾਹੋ ਸੰਤ ਜਨਾ ਮਨਿ ਭਾਵੈਗੋ ॥੪॥
ଯେପରି ସନ୍ଥଙ୍କ ସଚ୍ଚା ସଙ୍ଗତରେ ତନ୍ତୀ କବୀର ସଂସାର-ସାଗରରୁ ପାର ହୋଇଛନ୍ତି, ସେପରି ହିଁ ସତକର୍ମ ଦ୍ଵାରା ସନ୍ଥଙ୍କ ସଙ୍ଗତରେ ଆସି ପାରୁ। ||4||        
ਖਰੇ ਖਰੋਏ ਬੈਠਤ ਊਠਤ ਮਾਰਗਿ ਪੰਥਿ ਧਿਆਵੈਗੋ ॥
ବସିବା, ଉଠିବା ଅଥବା ରାସ୍ତାରେ ଚାଲିବା ସମୟରେ ଭଗବାନଙ୍କ ଧ୍ୟାନ କରାଯାଇ ପାରେ।     
ਸਤਿਗੁਰ ਬਚਨ ਬਚਨ ਹੈ ਸਤਿਗੁਰ ਪਾਧਰੁ ਮੁਕਤਿ ਜਨਾਵੈਗੋ ॥੫॥
ସଦଗୁରୁଙ୍କ ବଚନ ହିଁ ବାସ୍ତବରେ ସଦଗୁରୁ ଅଟେ ଅର୍ଥାତ ଗୁରୁ ଓ ବଚନ ମଧ୍ୟରେ କୌଣସି ଅନ୍ତର ନଥାଏ, ସେ ହିଁ ମୁକ୍ତିର ମାର୍ଗ ବତାଇ ଥାଆନ୍ତି||5||       
ਸਾਸਨਿ ਸਾਸਿ ਸਾਸਿ ਬਲੁ ਪਾਈ ਹੈ ਨਿਹਸਾਸਨਿ ਨਾਮੁ ਧਿਆਵੈਗੋ ॥
ପ୍ରତି ଶ୍ଵାସରେ ପ୍ରଭୁଙ୍କ ସ୍ମରଣ କରିବା ଦ୍ଵାରା ବଳ ପ୍ରାପ୍ତ ହୋଇଥାଏ, ଶ୍ଵାସ ବିନା ମଧ୍ୟ ନାମର ଧ୍ୟାନ ହୋଇଥାଏ।
ਗੁਰ ਪਰਸਾਦੀ ਹਉਮੈ ਬੂਝੈ ਤੌ ਗੁਰਮਤਿ ਨਾਮਿ ਸਮਾਵੈਗੋ ॥੬॥
ଗୁରୁଙ୍କ କୃପାରୁ ଅହଂ ଭାବ ଦୂର ହୋଇଯାଏ, ଗୁରୁ ଉପଦେଶ ଦ୍ଵାରା ଜୀବ ହରିନାମରେ ସମାହିତ ହୋଇଯାଏ||6||            
