ਸਤਿਗੁਰੁ ਦਾਤਾ ਜੀਅ ਜੀਅਨ ਕੋ ਭਾਗਹੀਨ ਨਹੀ ਭਾਵੈਗੋ ॥
ସଦଗୁରୁ ସବୁ ଜୀବଙ୍କ ଦାତା ଅଟନ୍ତି, ପରନ୍ତୁ ଦୁର୍ଭାଗ୍ୟଶାଳୀ ଲୋକଙ୍କୁ ଭଲ ଲାଗେ ନାହିଁ।
ਫਿਰਿ ਏਹ ਵੇਲਾ ਹਾਥਿ ਨ ਆਵੈ ਪਰਤਾਪੈ ਪਛੁਤਾਵੈਗੋ ॥੭॥
ମନୁଷ୍ୟ ଜୀବନର ଏପରି ସୁନେଲି ଅବସର ପୁନଃ ଆସେ ନାହିଁ ଏବଂ ମନୁଷ୍ୟ ଦୁଃଖୀ ହୋଇ ପଶ୍ଚାତାପ କରିଥାଏ||7||
ਜੇ ਕੋ ਭਲਾ ਲੋੜੈ ਭਲ ਅਪਨਾ ਗੁਰ ਆਗੈ ਢਹਿ ਢਹਿ ਪਾਵੈਗੋ ॥
ଯଦି ନିଜର ଭଲ ଚାହଁ, ଗୁରୁଙ୍କ ସମ୍ମୁଖରେ ନତମସ୍ତକ ହୁଅ।
ਨਾਨਕ ਦਇਆ ਦਇਆ ਕਰਿ ਠਾਕੁਰ ਮੈ ਸਤਿਗੁਰ ਭਸਮ ਲਗਾਵੈਗੋ ॥੮॥੩॥
ନାନକ ବିନତି କରନ୍ତି ଯେ ହେ ଈଶ୍ଵର! ମୋ’ ଉପରେ ଦୟା କର, ଗୁରୁଙ୍କ ଚରଣ ଧୂଳି କପାଳରେ ଲଗାଇବା ପାଇଁ ଚାହୁଁଛି||8||3||
ਕਾਨੜਾ ਮਹਲਾ ੪ ॥
କାନଡା ମହଲା 4॥
ਮਨੁ ਹਰਿ ਰੰਗਿ ਰਾਤਾ ਗਾਵੈਗੋ ॥
ହେ ମନ! ଈଶ୍ଵରଙ୍କ ରଙ୍ଗରେ ଲୀନ ହୋଇ ତାହାଙ୍କ ଗୁଣଗାନ କର।
ਭੈ ਭੈ ਤ੍ਰਾਸ ਭਏ ਹੈ ਨਿਰਮਲ ਗੁਰਮਤਿ ਲਾਗਿ ਲਗਾਵੈਗੋ ॥੧॥ ਰਹਾਉ ॥
ଏହାଦ୍ବାରା ସବୁ ଭୟ ଏବଂ ଚିନ୍ତା ଦୂର ହୋଇଯାଏ, ଗୁରୁଙ୍କ ଉପଦେଶ ଦ୍ଵାରା ନିର୍ମଳ ମନ ପ୍ରଭୁଙ୍କ ଲଗ୍ନରେ ଲୀନ ରହିଥାଏ॥1॥ରୁହ॥
ਹਰਿ ਰੰਗਿ ਰਾਤਾ ਸਦ ਬੈਰਾਗੀ ਹਰਿ ਨਿਕਟਿ ਤਿਨਾ ਘਰਿ ਆਵੈਗੋ ॥
ଈଶ୍ଵରଙ୍କ ରଙ୍ଗରେ ଲୀନ ଥିବା ଜୀବ ସଦା ବୈରାଗୀ ରହିଥାଏ ଏବଂ ପରମାତ୍ମା ତାହାର ହୃଦୟ ଘରେ ରହିଥାନ୍ତି।
ਤਿਨ ਕੀ ਪੰਕ ਮਿਲੈ ਤਾਂ ਜੀਵਾ ਕਰਿ ਕਿਰਪਾ ਆਪਿ ਦਿਵਾਵੈਗੋ ॥੧॥
ଯଦି ଏପରି ଭକ୍ତଙ୍କ ଚରଣ ଧୂଳି ହିଁ ମିଳିଯାଏ, ତାହାହେଲେ ଜୀବନ ବନି ରହିଥାଏ ଏବଂ ପ୍ରଭୁ କୃପା କରି ସ୍ଵୟଂ ହିଁ ପ୍ରଦାନ କରିଥାନ୍ତି||1||
ਦੁਬਿਧਾ ਲੋਭਿ ਲਗੇ ਹੈ ਪ੍ਰਾਣੀ ਮਨਿ ਕੋਰੈ ਰੰਗੁ ਨ ਆਵੈਗੋ ॥
ଦ୍ଵିଧା ଏବଂ ଲୋଭରେ ଲୀନ ଥିବା ପ୍ରାଣୀର ମନ ଶୂନ୍ୟ ରହିଥାଏ ଏବଂ ତାହା ଉପରେ ପ୍ରଭୁଙ୍କ ରଙ୍ଗ ଲାଗେ ନାହିଁ।
ਫਿਰਿ ਉਲਟਿਓ ਜਨਮੁ ਹੋਵੈ ਗੁਰ ਬਚਨੀ ਗੁਰੁ ਪੁਰਖੁ ਮਿਲੈ ਰੰਗੁ ਲਾਵੈਗੋ ॥੨॥
ଯେତେବେଳେ ଗୁରୁ ମିଳିଯାନ୍ତି, ମନ ପରିବର୍ତ୍ତନ ହୋଇଥାଏ, ଗୁରୁଙ୍କ ବଚନ ଦ୍ଵାରା ଜୀବର ନବଜନ୍ମ ହୋଇଥାଏ, ପୁଣି ତାହାକୁ ପ୍ରଭୁ-ଭକ୍ତିର ରଙ୍ଗ ଲାଗି ରହିଥାଏ||2||
ਇੰਦ੍ਰੀ ਦਸੇ ਦਸੇ ਫੁਨਿ ਧਾਵਤ ਤ੍ਰੈ ਗੁਣੀਆ ਖਿਨੁ ਨ ਟਿਕਾਵੈਗੋ ॥
ଦଶ ଇନ୍ଦ୍ରିୟ ଦଶ ଦିଗରେ ଦୌଡି ଥାଏ ଏବଂ ତିନି ଗୁଣ କାରଣରୁ ଏକ କ୍ଷଣ ମଧ୍ୟ ତିଷ୍ଠିପାରେ ନାହିଁ।
ਸਤਿਗੁਰ ਪਰਚੈ ਵਸਗਤਿ ਆਵੈ ਮੋਖ ਮੁਕਤਿ ਸੋ ਪਾਵੈਗੋ ॥੩॥
ଯେତେବେଳେ ସଦଗୁରୁଙ୍କ ସହିତ ସାକ୍ଷାତ ହୋଇଥାଏ, ସେ ବଶରେ ଆସିଥାଏ ଏବଂ ମୁକ୍ତି ପ୍ରାପ୍ତ ହୋଇଯାଏ||3||
ਓਅੰਕਾਰਿ ਏਕੋ ਰਵਿ ਰਹਿਆ ਸਭੁ ਏਕਸ ਮਾਹਿ ਸਮਾਵੈਗੋ ॥
କେବଳ ଓମକାର ସଂପୂର୍ଣ୍ଣ ଶ୍ରୂଷଷ୍ଟିରେ ବ୍ୟାପ୍ତ ଅଛନ୍ତି ଏବଂ ସମସ୍ତେ ତାହାଙ୍କ ଠାରେ ଲୀନ ହେବାକୁ ପଡିଥାଏ।
ਏਕੋ ਰੂਪੁ ਏਕੋ ਬਹੁ ਰੰਗੀ ਸਭੁ ਏਕਤੁ ਬਚਨਿ ਚਲਾਵੈਗੋ ॥੪॥
ସେ ଏକ ହିଁ ରୂପ ବାଲା ଅଟନ୍ତି, ଅନେକ ରଙ୍ଗରେ ବିଦ୍ୟମାନ ଅଛନ୍ତି, ସଂପୂର୍ଣ୍ଣ ସଂସାର ସେହି ଏକଙ୍କ ବଚନ ଦ୍ଵାରା ଚାଲିଥାଏ||4||
ਗੁਰਮੁਖਿ ਏਕੋ ਏਕੁ ਪਛਾਤਾ ਗੁਰਮੁਖਿ ਹੋਇ ਲਖਾਵੈਗੋ ॥
ଗୁରୁ ସେହି ଏକ ଅନନ୍ତ ଶକ୍ତିକୁ ହିଁ ମାନିଥାନ୍ତି ଏବଂ ସେ ହିଁ ରହସ୍ୟକୁ ଜାଣିଥାନ୍ତି।
ਗੁਰਮੁਖਿ ਜਾਇ ਮਿਲੈ ਨਿਜ ਮਹਲੀ ਅਨਹਦ ਸਬਦੁ ਬਜਾਵੈਗੋ ॥੫॥
ଗୁରୁଙ୍କ ଦ୍ଵାରା ଜୀବ ନିଜ ସଚ୍ଚା ଘଟରେ ମିସିଥାଏ ଏବଂ ତାହାଙ୍କ ଅନ୍ତର୍ମନରେ ଅନାହତ ଶବ୍ଦ ଗୁଞ୍ଜନ କରିଥାଏ||5|||
ਜੀਅ ਜੰਤ ਸਭ ਸਿਸਟਿ ਉਪਾਈ ਗੁਰਮੁਖਿ ਸੋਭਾ ਪਾਵੈਗੋ ॥
ଜୀବଜନ୍ତୁ, ସଂପୂର୍ଣ୍ଣ ସୃଷ୍ଟିକୁ ଉତ୍ପନ୍ନ କରି ପରମାତ୍ମା ଗୁରୁଙ୍କୁ ହିଁ ଶୋଭା ପ୍ରଦାନ କରିଥାନ୍ତି।
ਬਿਨੁ ਗੁਰ ਭੇਟੇ ਕੋ ਮਹਲੁ ਨ ਪਾਵੈ ਆਇ ਜਾਇ ਦੁਖੁ ਪਾਵੈਗੋ ॥੬॥
ଗୁରୁଙ୍କ ସାକ୍ଷାତ ବିନା ଈଶ୍ଵର ପ୍ରାପ୍ତ ହୁଏନାହିଁ, ଅନ୍ୟଥା ଜୀବ ଜନ୍ମ-ମରଣର ଚକ୍ରରେ ଦୁଃଖ ପ୍ରାପ୍ତ କରିଥାଏ||6||
ਅਨੇਕ ਜਨਮ ਵਿਛੁੜੇ ਮੇਰੇ ਪ੍ਰੀਤਮ ਕਰਿ ਕਿਰਪਾ ਗੁਰੂ ਮਿਲਾਵੈਗੋ ॥
ହେ ମୋର ପ୍ରିୟତମ! ଆମେ ଅନେକ ଜନ୍ମରୁ ବିଚ୍ଛେଦ ହୋଇଛୁ, କୃପା କରି ଗୁରୁଙ୍କ ସହିତ ମିଳନ କରାଇ ଦିଅ।
ਸਤਿਗੁਰ ਮਿਲਤ ਮਹਾ ਸੁਖੁ ਪਾਇਆ ਮਤਿ ਮਲੀਨ ਬਿਗਸਾਵੈਗੋ ॥੭॥
ସଚ୍ଚା ଗୁରୁଙ୍କ ସହିତ ମିଶି ସୁଖ ପ୍ରାପ୍ତ ହୋଇଥାଏ ଏବଂ ମଳିନ ବୁଦ୍ଧି ମଧ୍ୟ ପ୍ରସନ୍ନ ହୋଇ ଉଠିଥାଏ||7||
ਹਰਿ ਹਰਿ ਕ੍ਰਿਪਾ ਕਰਹੁ ਜਗਜੀਵਨ ਮੈ ਸਰਧਾ ਨਾਮਿ ਲਗਾਵੈਗੋ ॥
ହେ ପରମେଶ୍ଵର! କୃପା କର ଆଉ ମୋତେ ଶ୍ରଦ୍ଧାପୁର୍ବକ ନାମ-କୀର୍ତ୍ତନରେ ଲଗାଇ ଦିଅ।
ਨਾਨਕ ਗੁਰੂ ਗੁਰੂ ਹੈ ਸਤਿਗੁਰੁ ਮੈ ਸਤਿਗੁਰੁ ਸਰਨਿ ਮਿਲਾਵੈਗੋ ॥੮॥੪॥
ନାନକ କହନ୍ତି ଯେ ଗୁରୁ ହିଁ ପରମେଶ୍ଵର ଅଟନ୍ତି, ଗୁରୁ-ପରମେଶ୍ଵର ଏକ ରୂପ ଅଟନ୍ତି ଏବଂ ମୋତେ ସଚ୍ଚା ଗୁରୁଙ୍କ ଶରଣ ମିଳି ଯାଇଛି||8||4||
ਕਾਨੜਾ ਮਹਲਾ ੪ ॥
କାନଡା ମହଲା 4॥
ਮਨ ਗੁਰਮਤਿ ਚਾਲ ਚਲਾਵੈਗੋ ॥
ହେ ମନ! ଗୁରୁ-ଉପଦେଶ ଅନୁସାରେ ଜୀବନ-ଆଚରଣ ଆପଣାଇବା ଉଚିତ।
ਜਿਉ ਮੈਗਲੁ ਮਸਤੁ ਦੀਜੈ ਤਲਿ ਕੁੰਡੇ ਗੁਰ ਅੰਕਸੁ ਸਬਦੁ ਦ੍ਰਿੜਾਵੈਗੋ ॥੧॥ ਰਹਾਉ ॥
ଯେପରି ମତ୍ତ ହାତୀକୁ ଅଙ୍କୁଶ ମଧ୍ୟରେ ରଖାଯାଇ ଥାଏ, ସେପରି ହିଁ ଗୁରୁ ନିଜର ଶବ୍ଦର ଅଙ୍କୁଶ ଚଲାଇ ଥାଆନ୍ତି॥1॥ରୁହ॥
ਚਲਤੌ ਚਲੈ ਚਲੈ ਦਹ ਦਹ ਦਿਸਿ ਗੁਰੁ ਰਾਖੈ ਹਰਿ ਲਿਵ ਲਾਵੈਗੋ ॥
ମନ ଦଶ ଦିଗରେ ବିଚଳିତ ହୋଇଥାଏ, କିନ୍ତୁ ଏହାକୁ ବାଧା ଦେଇ ପରମାତ୍ମାଙ୍କ ଧ୍ୟାନରେ ଲଗାଇ ରଖିଥାନ୍ତି।
ਸਤਿਗੁਰੁ ਸਬਦੁ ਦੇਇ ਰਿਦ ਅੰਤਰਿ ਮੁਖਿ ਅੰਮ੍ਰਿਤੁ ਨਾਮੁ ਚੁਆਵੈਗੋ ॥੧॥
ସଦଗୁରୁ ହୃଦୟରେ ଶବ୍ଦ ହିଁ ଦେଇଥାନ୍ତି ଏବଂ ମୁଖରେ ହରିନାମ ଅମୃତ ଦେଇଥାନ୍ତି||1||
ਬਿਸੀਅਰ ਬਿਸੂ ਭਰੇ ਹੈ ਪੂਰਨ ਗੁਰੁ ਗਰੁੜ ਸਬਦੁ ਮੁਖਿ ਪਾਵੈਗੋ ॥
ମାୟା ରୂପୀ ସର୍ପ ବାସନାର ଜହରରେ ଭରି ରହିଛି ଏବଂ ପୂର୍ଣ୍ଣ ଗୁରୁ ଶବ୍ଦ ରୂପୀ ଗାରୁଡି ମନ୍ତ୍ର ମୁଖରେ ଦେଇଛନ୍ତି।
ਮਾਇਆ ਭੁਇਅੰਗ ਤਿਸੁ ਨੇੜਿ ਨ ਆਵੈ ਬਿਖੁ ਝਾਰਿ ਝਾਰਿ ਲਿਵ ਲਾਵੈਗੋ ॥੨॥
ତାହାପରେ ମାୟା ରୂପୀ ସର୍ପ ତାହାର ନିକଟକୁ ଆସେ ନାହିଁ ଏବଂ ବାସନାର ଜହର ବାହାରି ପରମାତ୍ମାଙ୍କ ଧ୍ୟାନରେ ଲାଗି ଯାଏ||2||
ਸੁਆਨੁ ਲੋਭੁ ਨਗਰ ਮਹਿ ਸਬਲਾ ਗੁਰੁ ਖਿਨ ਮਹਿ ਮਾਰਿ ਕਢਾਵੈਗੋ ॥
ଲୋଭ ରୂପୀ କୁକୁର ଶରୀର ରୂପୀ ନଗରରେ ଶକ୍ତିଶାଳୀ ଅଟେ, କିନ୍ତୁ ଗୁରୁ ଏକ କ୍ଷଣରେ ଏହାକୁ ମାରି ବାହାର କରି ଦେଇଥାନ୍ତି।
ਸਤੁ ਸੰਤੋਖੁ ਧਰਮੁ ਆਨਿ ਰਾਖੇ ਹਰਿ ਨਗਰੀ ਹਰਿ ਗੁਨ ਗਾਵੈਗੋ ॥੩॥
ଈଶ୍ଵରଙ୍କ ନଗରୀରେ ସତ୍ୟ, ସନ୍ତୋଷ, ଧର୍ମ ଇତ୍ୟାଦି ଶୁଭ ଗୁଣ ତିଷ୍ଠି ରହିଥାଏ ଏବଂ ସେଠାରେ ପରମାତ୍ମାଙ୍କ ଗୁଣଗାନ ହୋଇଥାଏ||3||