ਪੰਕਜ ਮੋਹ ਨਿਘਰਤੁ ਹੈ ਪ੍ਰਾਨੀ ਗੁਰੁ ਨਿਘਰਤ ਕਾਢਿ ਕਢਾਵੈਗੋ ॥
ଯେତେବେଳେ ପ୍ରାଣୀ ମୋହର କଚଡାରେ ପଡିଥାଏ, ଗୁରୁ ତାହାକୁ ବାହାର କରିଥାନ୍ତି।
ਤ੍ਰਾਹਿ ਤ੍ਰਾਹਿ ਸਰਨਿ ਜਨ ਆਏ ਗੁਰੁ ਹਾਥੀ ਦੇ ਨਿਕਲਾਵੈਗੋ ॥੪॥
‘ରକ୍ଷା କର ରକ୍ଷା କର’ ପ୍ରାର୍ଥନା କରି ଜୀବ ଶରଣରେ ଆସିଥାଏ ଏବଂ ଗୁରୁ ହାତ ଦେଇ ତାହାକୁ ରକ୍ଷା କରିଥାନ୍ତି||4||
ਸੁਪਨੰਤਰੁ ਸੰਸਾਰੁ ਸਭੁ ਬਾਜੀ ਸਭੁ ਬਾਜੀ ਖੇਲੁ ਖਿਲਾਵੈਗੋ ॥
ସଂପୂର୍ଣ୍ଣ ସଂସାର ସ୍ଵପ୍ନର ବାଜି ଅଟେ ଏବଂ ପ୍ରଭୁ ହିଁ ଜୀବନ ବାଜିର ଖେଳ ଖେଳାଇ ଥାଆନ୍ତି।
ਲਾਹਾ ਨਾਮੁ ਗੁਰਮਤਿ ਲੈ ਚਾਲਹੁ ਹਰਿ ਦਰਗਹ ਪੈਧਾ ਜਾਵੈਗੋ ॥੫॥
ଗୁରୁଙ୍କ ଉପଦେଶ ଅନୁସାରେ ହରିନାମ ସଙ୍କୀର୍ତ୍ତନର ଲାଭ ପ୍ରାପ୍ତ କର ଏବଂ ପ୍ରଭୁଙ୍କ ଦରବାରକୁ ସମ୍ମାନ ସହିତ ଯାଅ||5||
ਹਉਮੈ ਕਰੈ ਕਰਾਵੈ ਹਉਮੈ ਪਾਪ ਕੋਇਲੇ ਆਨਿ ਜਮਾਵੈਗੋ ॥
ମନୁଷ୍ୟ ସବୁ କାର୍ଯ୍ୟ ଅହଂକାର ସହିତ କରିଥାଏ ଏବଂ ପାପର କୋଇଲା ଜମା କରିଥାଏ।
ਆਇਆ ਕਾਲੁ ਦੁਖਦਾਈ ਹੋਏ ਜੋ ਬੀਜੇ ਸੋ ਖਵਲਾਵੈਗੋ ॥੬॥
ଯେତେବେଳେ ଦୁଃଖଦାୟକ କାଳ ଆସିଥାଏ, ସେହି ଫଳ ଖାଇବାକୁ ପଡିଥାଏ||6||
ਸੰਤਹੁ ਰਾਮ ਨਾਮੁ ਧਨੁ ਸੰਚਹੁ ਲੈ ਖਰਚੁ ਚਲੇ ਪਤਿ ਪਾਵੈਗੋ ॥
ହେ ସଜ୍ଜନ! ରାମନାମ ରୂପୀ ଧନ ଏକାଠି କର, ଏହାର ଉପଯୋଗ କରିବା ଦ୍ଵାରା ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ।
ਖਾਇ ਖਰਚਿ ਦੇਵਹਿ ਬਹੁਤੇਰਾ ਹਰਿ ਦੇਦੇ ਤੋਟਿ ਨ ਆਵੈਗੋ ॥੭॥
ନାମଧନର ଯେତେ ଉପଯୋଗ ଏବଂ ଖର୍ଚ୍ଚ କରାଯିବ, ଈଶ୍ଵର ଦେଇ ଚାଲିଥିବେ ଏବଂ କୌଣସି ଚିଜର ଅଭାବ ଆସିବ ନାହିଁ||7||
ਰਾਮ ਨਾਮ ਧਨੁ ਹੈ ਰਿਦ ਅੰਤਰਿ ਧਨੁ ਗੁਰ ਸਰਣਾਈ ਪਾਵੈਗੋ ॥
ରାମନାମ ରୂପୀ ଧନ ହୃଦୟରେ ହିଁ ରହିଥାଏ ଏବଂ ଏହି ଧନ ଗୁରୁଙ୍କ ଶରଣରେ ହିଁ ପ୍ରାପ୍ତ ହୋଇଥାଏ।
ਨਾਨਕ ਦਇਆ ਦਇਆ ਕਰਿ ਦੀਨੀ ਦੁਖੁ ਦਾਲਦੁ ਭੰਜਿ ਸਮਾਵੈਗੋ ॥੮॥੫॥
ନାନକ କହନ୍ତି ଯେ ଈଶ୍ଵର କୃପା କରିଛନ୍ତି, ଯାହାଦ୍ୱାରା ସବୁ ଦୁଃଖ ଓ ଦାରିଦ୍ର୍ୟ ଦୂର ହୋଇ ଯାଇଛି||8||5||
ਕਾਨੜਾ ਮਹਲਾ ੪ ॥
କାନଡା ମହଲା 4॥
ਮਨੁ ਸਤਿਗੁਰ ਸਰਨਿ ਧਿਆਵੈਗੋ ॥
ହେ ମନ! ସଦଗୁରୁଙ୍କ ଶରଣର ଧ୍ୟାନ କର,
ਲੋਹਾ ਹਿਰਨੁ ਹੋਵੈ ਸੰਗਿ ਪਾਰਸ ਗੁਨੁ ਪਾਰਸ ਕੋ ਹੋਇ ਆਵੈਗੋ ॥੧॥ ਰਹਾਉ ॥
ଯେପରି ପାରସକୁ ସ୍ପର୍ଶ ଦ୍ଵାରା ଲୁହା ସୁନା ହୋଇଯାଏ, ସେପରି ହିଁ ଗୁରୁ ରୂପୀ ପାରସ ଦ୍ଵାରା ଗୁଣ ପ୍ରାପ୍ତ ହୋଇଥାଏ॥1॥ରୁହ॥
ਸਤਿਗੁਰੁ ਮਹਾ ਪੁਰਖੁ ਹੈ ਪਾਰਸੁ ਜੋ ਲਾਗੈ ਸੋ ਫਲੁ ਪਾਵੈਗੋ ॥
ମହାପୁରୁଷ ସଦଗୁରୁ ଏପରି ପାରସ ଅଟନ୍ତି, ଯାହାଙ୍କ ଚରଣରେ ଲାଗିବା ଦ୍ଵାରା ମନୋବାଞ୍ଚିତ ଫଳ ପ୍ରାପ୍ତ ହୋଇଥାଏ।
ਜਿਉ ਗੁਰ ਉਪਦੇਸਿ ਤਰੇ ਪ੍ਰਹਿਲਾਦਾ ਗੁਰੁ ਸੇਵਕ ਪੈਜ ਰਖਾਵੈਗੋ ॥੧॥
ଯେପରି ଗୁରୁଙ୍କ ଉପଦେଶ ଦ୍ଵାରା ଭକ୍ତ ପ୍ରହଲାଦ ସଂସାର-ସାଗରରୁ ପାର ହୋଇ ଯାଇଛି, ସେପରି ହିଁ ଗୁରୁ ନିଜ ଶିଷ୍ୟର ମାନ ରକ୍ଷା କରିଥାନ୍ତି||1||
ਸਤਿਗੁਰ ਬਚਨੁ ਬਚਨੁ ਹੈ ਨੀਕੋ ਗੁਰ ਬਚਨੀ ਅੰਮ੍ਰਿਤੁ ਪਾਵੈਗੋ ॥
ସଦଗୁରୁଙ୍କ ବଚନ ଉତ୍ତମ ଅଟେ ଏବଂ ଗୁରୁଙ୍କ ବଚନ ଦ୍ଵାରା ଅମୃତ ପ୍ରାପ୍ତ ହୋଇଥାଏ।
ਜਿਉ ਅੰਬਰੀਕਿ ਅਮਰਾ ਪਦ ਪਾਏ ਸਤਿਗੁਰ ਮੁਖ ਬਚਨ ਧਿਆਵੈਗੋ ॥੨॥
ଯେପରି ସଦଗୁରୁଙ୍କ ବଚନ ଦ୍ଵାରା ଧ୍ୟାନ କରି ଅମ୍ବରୀଷ ଅମର ପଦ ପାଇଛନ୍ତି, ଆମେ ମଧ୍ୟ ଗୁରୁଙ୍କ ବଚନ ଦ୍ଵାରା ଧ୍ୟାନ କରି ଅମର ପଦ ପ୍ରାପ୍ତ କରିବୁ||2||
ਸਤਿਗੁਰ ਸਰਨਿ ਸਰਨਿ ਮਨਿ ਭਾਈ ਸੁਧਾ ਸੁਧਾ ਕਰਿ ਧਿਆਵੈਗੋ ॥
ଯାହାର ମନକୁ ସଦଗୁରୁଙ୍କ ଶରଣରେ ରହିବାକୁ ଭଲ ଲାଗିଥାଏ, ସେ ହରିନାମ ଅମୃତର ଧ୍ୟାନ କରିଥାଏ।
ਦਇਆਲ ਦੀਨ ਭਏ ਹੈ ਸਤਿਗੁਰ ਹਰਿ ਮਾਰਗੁ ਪੰਥੁ ਦਿਖਾਵੈਗੋ ॥੩॥
ସଦଗୁରୁ ଦୀନ ଉପରେ ଦୟାଳୁ ହୋଇଥାନ୍ତି ଏବଂ ପ୍ରଭୁ-ମିଳନର ମାର୍ଗ ଦର୍ଶନ କରିଥାନ୍ତି||3||
ਸਤਿਗੁਰ ਸਰਨਿ ਪਏ ਸੇ ਥਾਪੇ ਤਿਨ ਰਾਖਨ ਕਉ ਪ੍ਰਭੁ ਆਵੈਗੋ ॥
ଯିଏ ସଦଗୁରୁଙ୍କ ଶରଣରେ ପଡିଥାଏ, ସେ ହିଁ ସ୍ଥିତ ହୋଇଥାଏ ଏବଂ ପ୍ରଭୁ ତାହାଙ୍କ ରକ୍ଷା କରିବା ପାଇଁ ଆସିଥାନ୍ତି।
ਜੇ ਕੋ ਸਰੁ ਸੰਧੈ ਜਨ ਊਪਰਿ ਫਿਰਿ ਉਲਟੋ ਤਿਸੈ ਲਗਾਵੈਗੋ ॥੪॥
ଯଦି କେହି ଭକ୍ତ ପ୍ରତି ନିନ୍ଦାର ବାଣ ଛାଡିଥାଏ, ତାହା ଓଲଟା ହୋଇ ଆସିଥାଏ||4||
ਹਰਿ ਹਰਿ ਹਰਿ ਹਰਿ ਹਰਿ ਸਰੁ ਸੇਵਹਿ ਤਿਨ ਦਰਗਹ ਮਾਨੁ ਦਿਵਾਵੈਗੋ ॥
ଯିଏ ପରମାତ୍ମାଙ୍କ ଉପାସନା କରିଥାଏ, ତାହାକୁ ହିଁ ସଚ୍ଚା ଦରବାରରେ ସମ୍ମାନ ପ୍ରାପ୍ତ ହୋଇଥାଏ।
ਗੁਰਮਤਿ ਗੁਰਮਤਿ ਗੁਰਮਤਿ ਧਿਆਵਹਿ ਹਰਿ ਗਲਿ ਮਿਲਿ ਮੇਲਿ ਮਿਲਾਵੈਗੋ ॥੫॥
ଯିଏ ଗୁରୁଙ୍କ ଶିକ୍ଷା ଅନୁସାରେ ପରମାତ୍ମାଙ୍କ ମନନ କରିଥାଏ, ସେ ତାହାକୁ ଗଳାରେ ଲଗାଇ ମିଳାଇ ନେଇଥାଏ||5||
ਗੁਰਮੁਖਿ ਨਾਦੁ ਬੇਦੁ ਹੈ ਗੁਰਮੁਖਿ ਗੁਰ ਪਰਚੈ ਨਾਮੁ ਧਿਆਵੈਗੋ ॥
ଗୁରୁଙ୍କ ମୁଖରୁ ବାହାରି ଥିବା ଶବ୍ଦ ହିଁ ବେଦ ଅଟେ ଏବଂ ଗୁରୁଙ୍କ ପ୍ରସନ୍ନତାରେ ନାମ ଧ୍ୟାନ ହୋଇଥାଏ।
ਹਰਿ ਹਰਿ ਰੂਪੁ ਹਰਿ ਰੂਪੋ ਹੋਵੈ ਹਰਿ ਜਨ ਕਉ ਪੂਜ ਕਰਾਵੈਗੋ ॥੬॥
ହରିଙ୍କ ପୂଜା-ଅର୍ଚ୍ଚନା କରି ଭକ୍ତ ହରିଙ୍କ ରୂପ ହୋଇଯାଏ||6||
ਸਾਕਤ ਨਰ ਸਤਿਗੁਰੁ ਨਹੀ ਕੀਆ ਤੇ ਬੇਮੁਖ ਹਰਿ ਭਰਮਾਵੈਗੋ ॥
ନୈରାଶ୍ୟବାଦ ବ୍ୟକ୍ତି ଗୁରୁ ଧାରଣ କରେନାହିଁ, ଏପରି ବିମୁଖକୁ ପରମାତ୍ମା ଭ୍ରମରେ ହିଁ ରଖିଥାନ୍ତି।
ਲੋਭ ਲਹਰਿ ਸੁਆਨ ਕੀ ਸੰਗਤਿ ਬਿਖੁ ਮਾਇਆ ਕਰੰਗਿ ਲਗਾਵੈਗੋ ॥੭॥
ଲୋଭ ରୂପୀ କୁକୁରର ସଙ୍ଗତରେ ମାୟା ମନୁଷ୍ୟକୁ ମୁର୍ଦ୍ଦା ପଶୁ ଭଳି କଙ୍କାଳ ବନାଇ ରଖିଥାଏ||7||
ਰਾਮ ਨਾਮੁ ਸਭ ਜਗ ਕਾ ਤਾਰਕੁ ਲਗਿ ਸੰਗਤਿ ਨਾਮੁ ਧਿਆਵੈਗੋ ॥
ପରମାତ୍ମାଙ୍କ ନାମ ସଂପୂର୍ଣ୍ଣ ଜଗତର ଉଦ୍ଧାର କରିବା ବାଲା ଅଟନ୍ତି, ଏଣୁ ଉତ୍ତମ ସଙ୍ଗତରେ ପ୍ରଭୁ-ନାମର ଭଜନ କର।
ਨਾਨਕ ਰਾਖੁ ਰਾਖੁ ਪ੍ਰਭ ਮੇਰੇ ਸਤਸੰਗਤਿ ਰਾਖਿ ਸਮਾਵੈਗੋ ॥੮॥੬॥ ਛਕਾ ੧ ॥
ନାନକ ବିନତି କରନ୍ତି ଯେ ହେ ମୋର ପ୍ରଭୁ! ମୋତେ ସନ୍ଥଙ୍କ ସଙ୍ଗତରେ ରଖ॥8॥6॥ଛଅ ଶବ୍ଦର ଜୋଡ॥