ੴ ਸਤਿਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥
ପରମାତ୍ମା ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ। ସେ ସୃଷ୍ଟିର ରଚୟିତା ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଠାରେ କୌଣସି ଭୟ ବ୍ୟାପ୍ତ ହୁଏନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେ କାଳାତୀତ, ଅଜନ୍ମା ଏବଂ ସ୍ଵୟଂଭୂ ଅଟନ୍ତି ଆଉ ଗୁରୁ-କୃପା ଦ୍ଵାରା ତାହାଙ୍କୁ ପ୍ରାପ୍ତ କରାଯାଇ ପାରେ।
ਰਾਗੁ ਪਰਭਾਤੀ ਬਿਭਾਸ ਮਹਲਾ ੧ ਚਉਪਦੇ ਘਰੁ ੧ ॥
ରାଗ ପରଭାତୀ ବିଭାସ ମହଲା 1 ଚଉପଦୀ ଘର 1॥
ਨਾਇ ਤੇਰੈ ਤਰਣਾ ਨਾਇ ਪਤਿ ਪੂਜ ॥
ହେ ପରମପିତା! ତୋର ନାମ ସ୍ମରଣ ଦ୍ଵାରା ସଂସାର-ସାଗରରୁ ପାର କରାଯାଇ ପାରେ, ତୋର ନାମ ସଙ୍କୀର୍ତ୍ତନ ଦ୍ଵାରା ମାନବର ମାନ ବୃଦ୍ଧି ପାଇଥାଏ ଏବଂ ସେ ପୂଜ୍ୟ ବନିଥାଏ।
ਨਾਉ ਤੇਰਾ ਗਹਣਾ ਮਤਿ ਮਕਸੂਦੁ ॥
ତୋର ନାମ ହିଁ ବୈଭବ ଅଟେ, ଏହାଦ୍ୱାରା ଆକାଂକ୍ଷା ପୁରା ହୋଇଥାଏ।
ਨਾਇ ਤੇਰੈ ਨਾਉ ਮੰਨੇ ਸਭ ਕੋਇ ॥
ତୋର ନାମ ସର୍ବ ବ୍ୟାପକ ଅଟେ, ସଂପୂର୍ଣ୍ଣ ସଂସାର ତୋର ନାମକୁ ହିଁ ମାନିଥାଏ।
ਵਿਣੁ ਨਾਵੈ ਪਤਿ ਕਬਹੁ ਨ ਹੋਇ ॥੧॥
ପରମେଶ୍ଵରଙ୍କ ନାମ ବିନା କଦାପି ଇଜ୍ଜତ ପ୍ରାପ୍ତ ହୁଏନାହିଁ||1||
ਅਵਰ ਸਿਆਣਪ ਸਗਲੀ ਪਾਜੁ ॥
ଅନ୍ୟ ସବୁ ଚତୁରତା ମାତ୍ର ଦେଖାଣିଆ ଅଟେ,
ਜੈ ਬਖਸੇ ਤੈ ਪੂਰਾ ਕਾਜੁ ॥੧॥ ਰਹਾਉ ॥
ଯାହା ଉପରେ ନିରଙ୍କାର ନିଜ କୃପା କରିଥାନ୍ତି, ତାହାର ସବୁ କାର୍ଯ୍ୟ ପୁରା ହୋଇଯାଏ॥1॥ରୁହ॥
ਨਾਉ ਤੇਰਾ ਤਾਣੁ ਨਾਉ ਦੀਬਾਣੁ ॥
ତୋର ନାମ ହିଁ ବଳ ଅଟେ ଏବଂ ନାମ ହିଁ ଆମର ଆଶ୍ରା ଅଟେ।
ਨਾਉ ਤੇਰਾ ਲਸਕਰੁ ਨਾਉ ਸੁਲਤਾਨੁ ॥
ତୋର ନାମ ହିଁ ସେନା ଅଟେ ଏବଂ ନାମ ହିଁ ବାଦଶାହ ଅଟେ।
ਨਾਇ ਤੇਰੈ ਮਾਣੁ ਮਹਤ ਪਰਵਾਣੁ ॥
ତୋର ନାମ ଦ୍ଵାରା ହିଁ ମାନ-ସମ୍ମାନ ପ୍ରାପ୍ତ ହୋଇଥାଏ ଏବଂ
ਤੇਰੀ ਨਦਰੀ ਕਰਮਿ ਪਵੈ ਨੀਸਾਣੁ ॥੨॥
ତୋର କୃପା ଦୃଷ୍ଟି ଦ୍ଵାରା ଜୀବନ ସଫଳ ହୋଇଥାଏ||2||
ਨਾਇ ਤੇਰੈ ਸਹਜੁ ਨਾਇ ਸਾਲਾਹ ॥
ତୋର ନାମ ଦ୍ଵାରା ହିଁ ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ତୋର ନାମ ଦ୍ଵାରା ହିଁ ପ୍ରଶଂସା ଗାଁ ହୋଇଥାଏ।
ਨਾਉ ਤੇਰਾ ਅੰਮ੍ਰਿਤੁ ਬਿਖੁ ਉਠਿ ਜਾਇ ॥
ତୋର ନାମ ଅମୃତମୟ ସୁଖର ଘର ଅଟେ, ଯାହାଦ୍ୱାରା ଦୁଃଖ ଭରା ଜହର ଦୂର ହୋଇଥାଏ।
ਨਾਇ ਤੇਰੈ ਸਭਿ ਸੁਖ ਵਸਹਿ ਮਨਿ ਆਇ ॥
ତୋର ନାମ ମନନ ଦ୍ଵାରା ସବୁ ସୁଖ ଉତ୍ପନ୍ନ ହୋଇଥାଏ ଏବଂ
ਬਿਨੁ ਨਾਵੈ ਬਾਧੀ ਜਮ ਪੁਰਿ ਜਾਇ ॥੩॥
ନାମ ବିହୀନ ବ୍ୟକ୍ତିକୁ ଯମପୁରୀ ଯିବାକୁ ପଡିଥାଏ||3||
ਨਾਰੀ ਬੇਰੀ ਘਰ ਦਰ ਦੇਸ ॥
ମନୁଷ୍ୟ ନାରୀର ପ୍ରେମ, ସୁନ୍ଦର ଘର, ଦ୍ଵାର, ଦେଶରେ ଲିପ୍ତ ରହିଥାଏ,
ਮਨ ਕੀਆ ਖੁਸੀਆ ਕੀਚਹਿ ਵੇਸ ॥
ମନର ଖୁସି ପାଇଁ ଅନେକ ଆଡମ୍ବର କରିଥାଏ।
ਜਾਂ ਸਦੇ ਤਾਂ ਢਿਲ ਨ ਪਾਇ ॥
ପରନ୍ତୁ ଯେତେବେଳେ ବିଧାତାର ଡାକରା ଆସିଥାଏ, କିଛି ବିଳମ୍ବ ହୁଏନାହିଁ।
ਨਾਨਕ ਕੂੜੁ ਕੂੜੋ ਹੋਇ ਜਾਇ ॥੪॥੧॥
ଗୁରୁ ନାନକ କହନ୍ତି ଯେ ଦୁନିଆର ମଉଜ-ମେଳା, ଭୌତିକ ପଦାର୍ଥ ସବୁ ମିଥ୍ୟା ଅଟେ, ମରଣ ପରେ କିଛି ସାଥିରେ ଯାଏ ନାହିଁ, ଏଣୁ ସବୁ ମିଥ୍ୟା ସିଦ୍ଧ ହୋଇଥାଏ||4||1||
ਪ੍ਰਭਾਤੀ ਮਹਲਾ ੧ ॥
ପ୍ରଭାତୀ ମହଲା 1॥
ਤੇਰਾ ਨਾਮੁ ਰਤਨੁ ਕਰਮੁ ਚਾਨਣੁ ਸੁਰਤਿ ਤਿਥੈ ਲੋਇ ॥
ହେ ପ୍ରଭୁ! ଯେଉଁଠି ତୋର ନାମ ରତ୍ନ ଥାଏ, ତୋର କୃପାର ଆଲୋକ ଥାଏ, ସେଠାରେ ଜ୍ଞାନର ଔଜ୍ଜଲ୍ୟ ରହିଥାଏ।
ਅੰਧੇਰੁ ਅੰਧੀ ਵਾਪਰੈ ਸਗਲ ਲੀਜੈ ਖੋਇ ॥੧॥
ଅଜ୍ଞାନ ଅନ୍ଧ ଦୁନିଆରେ ଅନ୍ଧକାର ହିଁ ରହିଥାଏ, ଯେଉଁ କାରଣରୁ ମନୁଷ୍ୟ ସବୁକିଛି ହରାଇ ଥାଏ||1||
ਇਹੁ ਸੰਸਾਰੁ ਸਗਲ ਬਿਕਾਰੁ ॥
ଏହି ସଂସାର ବିକାରରେ ଭରି ରହିଥାଏ,
ਤੇਰਾ ਨਾਮੁ ਦਾਰੂ ਅਵਰੁ ਨਾਸਤਿ ਕਰਣਹਾਰੁ ਅਪਾਰੁ ॥੧॥ ਰਹਾਉ ॥
ହେ କର୍ତ୍ତା! ତୋର ନାମ ହିଁ ମହୌଷଧି ଅଟେ, ଆଉ କିଛି ନାହିଁ॥1॥ରୁହ॥
ਪਾਤਾਲ ਪੁਰੀਆ ਏਕ ਭਾਰ ਹੋਵਹਿ ਲਾਖ ਕਰੋੜਿ ॥
ଯଦି ସବୁ ପାତାଳ, ପୁର, ନଗର ଇତ୍ୟାଦି ତରାଜୁର ଏକ ପଟେ ରଖାଯାଏ, ଏହିପରି ଲକ୍ଷେ କୋଟି ଏବଂ ଆହୁରି ମଧ୍ୟ
ਤੇਰੇ ਲਾਲ ਕੀਮਤਿ ਤਾ ਪਵੈ ਜਾਂ ਸਿਰੈ ਹੋਵਹਿ ਹੋਰਿ ॥੨॥
ଉଚିତ ମୂଲ୍ୟାଙ୍କନ ସେ ପର୍ଯ୍ୟନ୍ତ କରାଯାଇ ପାରିବ ନାହିଁ, ଯେ ପର୍ଯ୍ୟନ୍ତ ତଉଲିବାର ଅନ୍ୟ ସମକକ୍ଷ ଚିଜ ନଥାଏ||2||