ਆਖਹਿ ਈਸਰ ਆਖਹਿ ਸਿਧ ॥ਆਖਹਿ ਕੇਤੇ ਕੀਤੇ ਬੁਧ ॥
କେତେ ଶିବ ଏବଂ ସିଦ୍ଧ, ପ୍ରଭୁଙ୍କ ସୃଷ୍ଟି କେତେ ବୁଦ୍ଧ
ਆਖਹਿ ਦਾਨਵ ਆਖਹਿ ਦੇਵ ॥ਆਖਹਿ ਸੁਰਿ ਨਰ ਮੁਨਿ ਜਨ ਸੇਵ ॥
ରାକ୍ଷସ ଏବଂ ଦେବତା , ଦେବ ସ୍ଵଭାବ ମନୁଷ୍ୟ, ମୁନୀ ତଥା ସେବକ ପ୍ରଭୁଙ୍କୁ ଅନୁମାନ କରନ୍ତି।
ਕੇਤੇ ਆਖਹਿ ਆਖਣਿ ਪਾਹਿ ॥ਕੇਤੇ ਕਹਿ ਕਹਿ ਉਠਿ ਉਠਿ ਜਾਹਿ ॥
ଅସଂଖ୍ୟ ଜୀବ ପ୍ରଭୁଙ୍କୁ ଅନୁମାନ କରନ୍ତି ଏବଂ ଅସଂଖ୍ୟ ଅନୁମାନ ଲଗାଇବା ପାଇଁ ପ୍ରଯତ୍ନ କରନ୍ତି।ଅସଂଖ୍ୟ ଜୀବ ଅନୁମାନ ଲଗାଇ ଲଗାଇ ଏହି ଜଗତରୁ ଚାଲି ଯାଆନ୍ତି।
ਏਤੇ ਕੀਤੇ ਹੋਰਿ ਕਰੇਹਿ ॥ਤਾ ਆਖਿ ਨ ਸਕਹਿ ਕੇਈ ਕੇਇ ॥
ଜଗତରେ ଏତେ ଅସଂଖ୍ୟ ଜୀବ ସୃଷ୍ଟି ହୋଇଛନ୍ତି ( ଯିଏ କଥା କହେ) , ହେ ପ୍ରଭୁ! ଯଦି ତୁମେ ଆହୁରି ଅସଂଖ୍ୟ ଜୀବ ସୃଷ୍ଟି କର , ତାହାହେଲେ ମଧ୍ୟ କେହି ତୁମକୁ ଅନୁମାନ କରିପାରିବେ ନାହିଁ।
ਜੇਵਡੁ ਭਾਵੈ ਤੇਵਡੁ ਹੋਇ ॥ਨਾਨਕ ਜਾਣੈ ਸਾਚਾ ਸੋਇ ॥
ହେ ନାନକ!ପରମାତ୍ମା ଯେତିକି ଚାହୁଁଛନ୍ତି ସେତିକି ବଡ ହେଇଯାଉଛନ୍ତି ( ନିଜର ପ୍ରକୃତି ବଢାଇ ଦେଉଛନ୍ତି )।ସେ ସର୍ବଦା ସ୍ଥିର ରହନ୍ତି ଓ ସ୍ଵୟଂ ହିଁ ଜାଣନ୍ତି ସେ କେତେ ବଡ ଅଟନ୍ତି।
ਜੇ ਕੋ ਆਖੈ ਬੋਲੁਵਿਗਾੜੁ ॥ਤਾ ਲਿਖੀਐ ਸਿਰਿ ਗਾਵਾਰਾ ਗਾਵਾਰੁ ॥੨੬॥
ଯଦି କେହି ବଡ ମନୁଷ୍ୟ ଏହା କହିବାକୁ ଲାଗେ ( ପ୍ରଭୁ କେତେ ବଡ) , ତାହାହେଲେ ସେ ମନୁଷ୍ୟରେ ମହାମୂର୍ଖରେ ଗଣତି ହୁଏ।॥26॥
ਸੋ ਦਰੁ ਕੇਹਾ ਸੋ ਘਰੁ ਕੇਹਾ ਜਿਤੁ ਬਹਿ ਸਰਬ ਸਮਾਲੇ ॥
ସେ ଦ୍ଵାର ବଡ ଅଟେ, ଆଶ୍ଚର୍ଯ୍ୟପୂର୍ଣ୍ଣ ଅଟେ ଯେଉଁଠି ବସି ତୁମେ ସାରା ଜୀବଙ୍କୁ ସମ୍ଭାଳୁଛ।
ਵਾਜੇ ਨਾਦ ਅਨੇਕ ਅਸੰਖਾ ਕੇਤੇ ਵਾਵਣਹਾਰੇ ॥
( ତୁମ ଦ୍ଵାରା ଗଢା ହୋଇଥିବା ଏହି ପ୍ରକୃତିରେ ) ଅନେକ ଆହୁରି ବାଜା ଓ ରାଗ ( ସଙ୍ଗୀତ) ଅଛି ; ଅସଂଖ୍ୟ ଜୀବ ଏହି ବାଜାକୁ ବଜାଇବାକୁ ଅଛନ୍ତି।
ਕੇਤੇ ਰਾਗ ਪਰੀ ਸਿਉ ਕਹੀਅਨਿ ਕੇਤੇ ਗਾਵਣਹਾਰੇ ॥
ଅନେକ ସଙ୍ଗୀତ ସମେତ ଅସଂଖ୍ୟ ରାଗ କହି ଯାଉଛନ୍ତି , ଏବଂ ଅନେକ ହିଁ ଜୀବ (ଏହି ରାଗକୁ) ଗାଉଛନ୍ତି ( ତୁମର ପ୍ରଶଂସା ଗାଁ କରୁଛନ୍ତି )।
ਗਾਵਹਿ ਤੁਹਨੋ ਪਉਣੁ ਪਾਣੀ ਬੈਸੰਤਰੁ ਗਾਵੈ ਰਾਜਾ ਧਰਮੁ ਦੁਆਰੇ ॥
( ହେ ନିରଙ୍କାର!) ପବନ, ପାଣି, ଅଗ୍ନି, ତୁମର ଗୁଣ ଗାନ କରୁଛନ୍ତି । ଧର୍ମରାଜ ତୁମର ଦ୍ଵାରରେ( ଛିଡା ହୋଇ) ତୁମର ସ୍ତୁତି କରୁଛନ୍ତି।
ਗਾਵਹਿ ਚਿਤੁ ਗੁਪਤੁ ਲਿਖਿ ਜਾਣਹਿ ਲਿਖਿ ਲਿਖਿ ਧਰਮੁ ਵੀਚਾਰੇ ॥
ସେ ଚିତ୍ରଗୁପ୍ତ ମଧ୍ୟ ଯିଏ ( ଜୀବର ଭଲ –ମନ୍ଦ କର୍ମର ଲେଖା ) ଲେଖିବାର ଜାଣିଛି ଏବଂ ଯାହାର ଲେଖାକୁ ଧର୍ମରାଜ ବିଚାର କରେ, ତୁମର ମହାନତାର ଗୁଣ ଗାନ କରେ।
ਗਾਵਹਿ ਈਸਰੁ ਬਰਮਾ ਦੇਵੀ ਸੋਹਨਿ ਸਦਾ ਸਵਾਰੇ ॥
(ହେ ଅକାଳପୁରୁଷ )ଦେବୀମାନେ, ଶିବ ଏବଂ ବ୍ରହ୍ମା ଯିଏ ତୁମର ସଂସାରରେ ଅଛନ୍ତି , ତୁମର ଗୁଣ ଗାନ କରୁଛନ୍ତି।
ਗਾਵਹਿ ਇੰਦ ਇਦਾਸਣਿ ਬੈਠੇ ਦੇਵਤਿਆ ਦਰਿ ਨਾਲੇ ॥
କେତେ ଇନ୍ଦ୍ର ନିଜର ସିହାଂସନରେ ବସି ଦେବତାମାନଙ୍କ ସହିତ ତୁମର ସ୍ତୁତି କରୁଛନ୍ତି।
ਗਾਵਹਿ ਸਿਧ ਸਮਾਧੀ ਅੰਦਰਿ ਗਾਵਨਿ ਸਾਧ ਵਿਚਾਰੇ ॥
ସିଦ୍ଧ ଲୋକ ସମାଧି ହୋଇ ତୁମକୁ ଗାଉଛନ୍ତି , ସାଧୁମାନେ ମଧ୍ୟ ଚିନ୍ତନ କରି କରି ତୁମର ମହିମା କରୁଛନ୍ତି ।
ਗਾਵਨਿ ਜਤੀ ਸਤੀ ਸੰਤੋਖੀ ਗਾਵਹਿ ਵੀਰ ਕਰਾਰੇ ॥
ଜଟ-ଧାରୀ , ଦାନ କରୁଥିବା ଏବଂ ସନ୍ତୁଷ୍ଟ ପୁରୁଷ ତୁମର ଗୁଣ ଗାନ କରୁଛନ୍ତି ଓ ( ଅସଂଖ୍ୟ) ମହାବଳୀ ଯୋଦ୍ଧା ତୁମର ସ୍ତୁତି କରୁଛନ୍ତି।
ਗਾਵਨਿ ਪੰਡਿਤ ਪੜਨਿ ਰਖੀਸਰ ਜੁਗੁ ਜੁਗੁ ਵੇਦਾ ਨਾਲੇ ॥
( ହେ ଅକାଳପୁରୁଷ!) ପଣ୍ଡିତ ଏବଂ ମହାରୁଷି ଯିଏ ବେଦକୁ ପଢନ୍ତି, ବେଦ ସମେତ ତୁମକୁ ଗାନ କରୁଛନ୍ତି।
ਗਾਵਹਿ ਮੋਹਣੀਆ ਮਨੁ ਮੋਹਨਿ ਸੁਰਗਾ ਮਛ ਪਇਆਲੇ ॥
ସୁନ୍ଦର ସ୍ତ୍ରୀ ଲୋକ ଯିଏ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳରେ ( ଅର୍ଥାତ, ସବୁ ଜାଗାରେ ) ମାନବ ମନକୁ ମୋହ କରିଦିଏ , ସେ ମଧ୍ୟ ତୁମକୁ ଗାନ କରୁଛି।
ਗਾਵਨਿ ਰਤਨ ਉਪਾਏ ਤੇਰੇ ਅਠਸਠਿ ਤੀਰਥ ਨਾਲੇ ॥
( ହେ ନିରଙ୍କାର!) ତୁମ ଦ୍ଵାରା ହୋଇଥିବା ରତ୍ନ ଅଠଷଠି ତୀର୍ଥ ସ୍ଥାନ ସମେତ ତୁମକୁ ଗାନ କରୁଛନ୍ତି।
ਗਾਵਹਿ ਜੋਧ ਮਹਾਬਲ ਸੂਰਾ ਗਾਵਹਿ ਖਾਣੀ ਚਾਰੇ ॥
ମହାବଳୀ ଯୋଦ୍ଧା ଓ ବାହାଦୁର ମଧ୍ୟ ତୁମର ସ୍ତୁତି କରୁଛନ୍ତି। ଚାରି ଉତ୍ସର ଜୀବ-ଜନ୍ତୁ ତୁମର ଗୁଣ ଗାନ କରୁଛନ୍ତି।
ਗਾਵਹਿ ਖੰਡ ਮੰਡਲ ਵਰਭੰਡਾ ਕਰਿ ਕਰਿ ਰਖੇ ਧਾਰੇ ॥
ସାରା ସୃଷ୍ଟି, ସୃଷ୍ଟିର ସାରା ଖଣ୍ଡ ଓ ଚକ୍କର ,ଯାହାକୁ ତୁମେ ଗଢି ରଖିଛ, ତୁମର ଗାନ କରୁଛନ୍ତି।
ਸੇਈ ਤੁਧੁਨੋ ਗਾਵਹਿ ਜੋ ਤੁਧੁ ਭਾਵਨਿ ਰਤੇ ਤੇਰੇ ਭਗਤ ਰਸਾਲੇ ॥
(ହେ ଅକାଳ-ପୁରୁଷ!) ( ପ୍ରକୃତରେ) ସେ ତୁମର ପ୍ରେମରେ ରଙ୍ଗୀନ ହୋଇଥିବା ଭକ୍ତ ତୁମର ଗାନ କରୁଛନ୍ତି ( ଭାବ- ତାଙ୍କରି ଗାନା ସଫଳ ଅଟେ) ଯାହା ତୁମକୁ ଭଲ ଲାଗେ।
ਹੋਰਿ ਕੇਤੇ ਗਾਵਨਿ ਸੇ ਮੈ ਚਿਤਿ ਨ ਆਵਨਿ ਨਾਨਕੁ ਕਿਆ ਵੀਚਾਰੇ ॥
ଆହୁରି ଅନେକ ଜୀବ ତୁମର ଗାନ କରୁଛନ୍ତି, ଯାହା ମୋ ଦ୍ଵାରା ଗଣା ଯାଇପାରୁ ନାହିଁ। ବିଚରା ନାନକ କଣ ବିଚାର କରିପାରିବ?
ਸੋਈ ਸੋਈ ਸਦਾ ਸਚੁ ਸਾਹਿਬੁ ਸਾਚਾ ਸਾਚੀ ਨਾਈ ॥
ସେ ଅକାଳ-ପୁରୁଷ ସର୍ବଦା ସ୍ଥିର ଅଟେ, ସେ ସଚ୍ଚା ମାଲିକ ଅଟେ, ତାଙ୍କରି ମହାନତା ମଧ୍ୟ ସର୍ବଦା ଅଟଳ ଅଟେ।
ਹੈ ਭੀ ਹੋਸੀ ਜਾਇ ਨ ਜਾਸੀ ਰਚਨਾ ਜਿਨਿ ਰਚਾਈ ॥
ଯେଉଁ ଅକାଳ-ପୁରୁଷ ଏହି ସୃଷ୍ଟି ଗଢିଛନ୍ତି, ସେ ଏହି ସମୟରେ ଅଛନ୍ତି, ସର୍ବଦା ରହିବେ, ସେ ଜନ୍ମ ହୋଇନାହାନ୍ତି କି ମରିବେ ନାହିଁ।
ਰੰਗੀ ਰੰਗੀ ਭਾਤੀ ਕਰਿ ਕਰਿ ਜਿਨਸੀ ਮਾਇਆ ਜਿਨਿ ਉਪਾਈ ॥ਕਰਿ ਕਰਿ ਵੇਖੈ ਕੀਤਾ ਆਪਣਾ ਜਿਵ ਤਿਸ ਦੀ ਵਡਿਆਈ ॥
ଯେଉଁ ଅକାଳ-ପୁରୁଷ କେତେ ରଙ୍ଗ, କିସମ ଜିନିଷର ମାୟା ରଚନା କରିଛନ୍ତି, ସେ ଯେପରି ତାଙ୍କରି ଇଚ୍ଛା ଅଟେ, ( ଭାବ- ସେ ସ୍ଵୟଂ ଯେତେ ବଡ ଅଟନ୍ତି ସେତିକି ବଡ ଯତନରେ ଜଗତକୁ ରଚି ) ନିଜେ ଗଢିଥିବା ଜଗତକୁ ସମ୍ଭାଳୁଛନ୍ତି।
ਜੋ ਤਿਸੁ ਭਾਵੈ ਸੋਈ ਕਰਸੀ ਹੁਕਮੁ ਨ ਕਰਣਾ ਜਾਈ ॥ਸੋ ਪਾਤਿਸਾਹੁ ਸਾਹਾ ਪਾਤਿਸਾਹਿਬੁ ਨਾਨਕ ਰਹਣੁ ਰਜਾਈ ॥੨੭॥
ପ୍ରଭୁଙ୍କ ଯାହା ଇଚ୍ଛା ସେ ତାହା କରନ୍ତି। କେହି ବି ଜୀବ ପ୍ରଭୁଙ୍କ ଆଗରେ ଆଦେଶ ଦେଇ ପାରେ ନାହିଁ।( ତାଙ୍କୁ ଏହା କହିପାରିବନି “ ତୁମେ ଏମିତି କର , ଏମିତି କର ନାହିଁ। )ପ୍ରଭୁ ବାଦଶାହ ଅଟନ୍ତି, ବାଦଶାହର ମଧ୍ୟ ବାଦଶାହ । ହେ ନାନକ! ( ଜୀବମାନଙ୍କୁ) ତାଙ୍କରି ଇଚ୍ଛାରେ ରହିବାକୁ ପଡିବ।
ਮੁੰਦਾ ਸੰਤੋਖੁ ਸਰਮੁ ਪਤੁ ਝੋਲੀ ਧਿਆਨ ਕੀ ਕਰਹਿ ਬਿਭੂਤਿ ॥ਖਿੰਥਾ ਕਾਲੁ ਕੁਆਰੀ ਕਾਇਆ ਜੁਗਤਿ ਡੰਡਾ ਪਰਤੀਤਿ ॥
(ହେ ଯୋଗୀ!) ଯଦି ତୁମେ ସନ୍ତୋଷକୁ ନିଜର କର୍ଣ୍ଣ କୁଣ୍ଡଳ , ପରିଶ୍ରମକୁ ଭିକ୍ଷା ପାତ୍ର ଏବଂ ପ୍ରଭୁଙ୍କ ଧ୍ୟାନକୁ ଶରୀର ଉପରେ ମଇଳା, ମୃତ୍ୟୁକୁ( ଭୟ) ତୁମର ଛିଣ୍ଡା ବସ୍ତ୍ର, ଶରୀରକୁ ବିକାର ଠାରୁ ଦୂରରେ ରଖିବା ତୁମ ପାଇଁ ଯୋଗ ରହିତ ମର୍ଯ୍ୟାଦା ଅଟେ ଏବଂ ଶ୍ରଦ୍ଧାର ଦଣ୍ଡ କରିବ , (ତାହାହେଲେ ଭିତରର ମିଥ୍ୟାର ପ୍ରତିବନ୍ଧକ ଦୂର ହେବ)।
ਆਈ ਪੰਥੀ ਸਗਲ ਜਮਾਤੀ ਮਨਿ ਜੀਤੈ ਜਗੁ ਜੀਤੁ ॥ਆਦੇਸੁ ਤਿਸੈ ਆਦੇਸੁ ॥
ଯେଉଁ ମନୁଷ୍ୟ ସାରା ସୃଷ୍ଟିକୁ ନିଜର ସଜ୍ଜନ ମିତ୍ର ଭାବେ ( ପ୍ରକୃତରେ) ସେ ଆଇପଂଥ ( ଶ୍ରେଷ୍ଠ ପଂଥ ) ଅଟେ। ଯଦି ନିଜର ମନକୁ ଜିତି ଯିବା ତ ସାରା ସଂସାରକୁ ଜିତି ଯିବା( ଭାବ- ସେତେବେଳେ ଜଗତର ମାୟା ପରମାତ୍ମାକୁ ବିଚ୍ୟୁତ କରିପାରିବ ନାହିଁ )। କେବଳ ତାହାଙ୍କୁ ପ୍ରଣାମ କର।
ਆਦਿ ਅਨੀਲੁ ਅਨਾਦਿ ਅਨਾਹਤਿ ਜੁਗੁ ਜੁਗੁ ਏਕੋ ਵੇਸੁ ॥੨੮॥
ଯିଏ ( ସବୁର) ଆରମ୍ଭ ଅଟେ, ଯିଏ ଶୁଦ୍ଧ ସ୍ୱରୂପ ଅଟେ , ଯାହାର କିଛି ଅନ୍ତ ନାହିଁ, ଯିଏ ନାଶ ରହିତ ଅଟେ, ଏବଂ ଯିଏ ସର୍ବଦା ଅପରିବର୍ତ୍ତନୀୟ ରହନ୍ତି । ॥28॥
ਭੁਗਤਿ ਗਿਆਨੁ ਦਇਆ ਭੰਡਾਰਣਿ ਘਟਿ ਘਟਿ ਵਾਜਹਿ ਨਾਦ ॥
(ହେ ଯୋଗୀ ! ଯଦି) ପ୍ରଭୁଙ୍କ ସର୍ବବ୍ୟାପକତାର ଜ୍ଞାନ ତୁମ ପାଇଁ ଭଣ୍ଡାର ଅଟେ, ଦୟା ଏହି ଭଣ୍ଡାରକୁ ବାଣ୍ଟେ , ସବୁ ଜୀବ ଦେହରେ ଯେଉଁ ଲହଡି ଚାଲୁଛି( ଭଣ୍ଡାର ଖାଇବା ସମୟ ଯଦି ତୁମ ଭିତରେ) , ଏହା ଶବ୍ଦ କରାଉଛି।
ਆਪਿ ਨਾਥੁ ਨਾਥੀ ਸਭ ਜਾ ਕੀ ਰਿਧਿ ਸਿਧਿ ਅਵਰਾ ਸਾਦ ॥
ତୁମର ନାଥ ସ୍ଵୟଂ ଅକାଳ-ପୁରୁଷ ଅଟେ , ଯାହାର ଅଧୀନରେ ସାରା ସୃଷ୍ଟି ଅଛି।( ତାହାହେଲେ ମିଥ୍ୟାର କାନ୍ଥ ତୁମ ଭିତରେ ଭାଙ୍ଗି ପରମାତ୍ମା ଠାରୁ ତୁମର ଦୂରତା ଅନ୍ତ ହୋଇପାରିବ, ଯୋଗ ସାଧନା ଦ୍ଵାରା ପ୍ରାପ୍ତ ହୋଇଥିବା ସିଦ୍ଧି ବ୍ୟର୍ଥ ଅଟେ) ବୁଦ୍ଧି ଓ ସିଦ୍ଧି ଅଲଗା ସ୍ଵାଦ ଅଟେ।
ਸੰਜੋਗੁ ਵਿਜੋਗੁ ਦੁਇ ਕਾਰ ਚਲਾਵਹਿਲੇਖੇ ਆਵਹਿ ਭਾਗ ॥
ଅକାଳ-ପୁରୁଷଙ୍କ ‘ସଯୋଗ’ ସତ୍ତା ଓ ‘ବିଯୋଗ’ ସତ୍ତା ମିଶି ଏହି ସଂସାର କାର ଚଲାଉଛନ୍ତି ଭାବ- ପୂର୍ବ ସଂଯୋଗ ହୋଇଥିବା ପରିବାର ଆଦିର ଜୀବ ଏଠାକୁ ଆସି ଏକତ୍ର ହୁଅନ୍ତି। ପୁଣି ଇଚ୍ଛାରେ ଅଲଗା ହୋଇ ପାଳିରେ ଏଠାରୁ ଚାଲିଯାନ୍ତି )।ଏବଂ, ସବୁ ଜୀବଙ୍କ କ୍ରିୟା କର୍ମର ଲେଖା ଅନୁସାରେ ଫଳ ମିଳେ ( ଯଦି ଏହା ବିଶ୍ବାସ ହୋଇଯାଏ ତ ଭିତରୁ ମିଥ୍ୟାର କାନ୍ଥ ଭାଙ୍ଗିଯିବ)।