Odia Page 8

ਸਰਮ ਖੰਡ ਕੀ ਬਾਣੀ ਰੂਪੁ ॥ਤਿਥੈ ਘਾੜਤਿ ਘੜੀਐ ਬਹੁਤੁ ਅਨੂਪੁ ॥
ଶ୍ରମ ଅବସ୍ଥାର ରଚନାସୁନ୍ଦର ଅଟେ ( ଭାବ- ଏହି ଅବସ୍ଥାକୁ ଆସି ମନ ଦିନକୁ ଦିନ ସୁନ୍ଦର ହେବା ଆରମ୍ଭ ହୁଏ)। ଏହି ଅବସ୍ଥାରେ ନୂଆ ଗଧାନ ଯୋଗୁଁ ମନ ବହୁତ ସୁନ୍ଦର ଗଢା ହୁଏ।

ਤਾ ਕੀਆ ਗਲਾ ਕਥੀਆ ਨਾ ਜਾਹਿ ॥ ਜੇ ਕੋ ਕਹੈ ਪਿਛੈ ਪਛੁਤਾਇ ॥
ଏହି ଅବସ୍ଥାର କଥା ବର୍ଣ୍ଣନା କରାଯାଇପାରିବ ନାହିଁ। ଯଦି କୌଣସି ମନୁଷ୍ୟ ବର୍ଣ୍ଣନା କରେ , ତାହାହେଲେ ପରେ ପଶ୍ଚାତାପ କରେ ( କାରଣ ସେ ବର୍ଣ୍ଣନା କରିବାକୁ ଅସମର୍ଥ ରହେ )

ਤਿਥੈ ਘੜੀਐ ਸੁਰਤਿ ਮਤਿ ਮਨਿ ਬੁਧਿ ॥ਤਿਥੈ ਘੜੀਐ ਸੁਰਾ ਸਿਧਾ ਕੀ ਸੁਧਿ ॥੩੬॥
ଏହି ଶ୍ରମ ଅବସ୍ଥାରେ ମନୁଷ୍ୟର ବିବେକ ଓ ମତି ଗଢା ଯାଏ , ( ଭାବ- ଶ୍ରୁତି ଏବଂ ମତି ଉଚ୍ଚ ହୋଇଯାଏ) ଏବଂ ମନରେ ଜାଗୃତି ଜନ୍ମ ହୁଏ। ଶ୍ରମ ଖଣ୍ଡରେ ଦେବତା ଓ ସାଧୁ ବୁଦ୍ଧି( ମନୁଷ୍ୟ ଭିତରେ) ଜାତ ହୁଏ। ॥36॥

ਕਰਮ ਖੰਡ ਕੀ ਬਾਣੀ ਜੋਰੁ ॥ਤਿਥੈ ਹੋਰੁ ਨ ਕੋਈ ਹੋਰੁ ॥ਤਿਥੈ ਜੋਧ ਮਹਾਬਲ ਸੂਰ ॥ਤਿਨ ਮਹਿ ਰਾਮੁ ਰਹਿਆ ਭਰਪੂਰ ॥
ଆଶୀର୍ବାଦ(ଉପହାର) ଓ କୃପା ଥିବା ଅବସ୍ଥାର ଗଠନ ବଳ ଅଟେ (ଭାବ- ଯେବେ ମନୁଷ୍ୟ ଊପରେ ପ୍ରଭୁଙ୍କ କୃପାର ନଜର ପଡେ, ସେତେବେଳେ ତାର ଭିତରେ ଏପରି ବଳ ଜାତ ହୁଏ ଯେ ବିକାର ତାହା ଉପରେ ନିଜର ପ୍ରଭାବ ପକାଇପାରେ ନାହିଁ।), କାରଣ ଏହି ଅବସ୍ଥାରେ ( ମନୁଷ୍ୟ ଭିତରେ) ପ୍ରଭୁଙ୍କ ବିନା ଆଉ କେହି ଆଦୌ ରହେ ନାହିଁ।ଏହି ଅବସ୍ଥାରେ ଯେଉଁ ମନୁଷ୍ୟ ଯୋଦ୍ଧା , ମହାବଳୀ ଓ ବାହାଦୁର ଅଟନ୍ତି , ତାଙ୍କର ରୁମ ରୁମରେ ପ୍ରଭୁ ବାସ କରନ୍ତି।

ਤਿਥੈ ਸੀਤੋ ਸੀਤਾ ਮਹਿਮਾ ਮਾਹਿ ॥ਤਾ ਕੇ ਰੂਪ ਨ ਕਥਨੇ ਜਾਹਿ ॥
ଏହି (ଆଶୀର୍ବାଦ, ଉପହାର) ଅବସ୍ଥାରେ ପହଞ୍ଚି ମନୁଷ୍ୟର ମନ ସଂପୂର୍ଣ୍ଣ ଭାବେ ପ୍ରଭୁଙ୍କ ବଡିମାରେ ଡୁବି ରହେ ( ତାଙ୍କରି ଶରୀରରେ ସୁନାର ଚମକ ଦେଖାଯାଏ), ତାଙ୍କର ସୁନ୍ଦର ରୂପର ବର୍ଣ୍ଣନା କରାଯାଇପାରିବ ନାହିଁ।

ਨਾ ਓਹਿ ਮਰਹਿ ਨ ਠਾਗੇ ਜਾਹਿ ॥ਜਿਨ ਕੈ ਰਾਮੁ ਵਸੈ ਮਨ ਮਾਹਿ ॥
(ତାଙ୍କରି ମୁଖରେ ଚମକ ଦେଖାଯାଏ)।( ଏହି ଅବସ୍ଥାରେ) ମନରେ ପ୍ରଭୁ ବାସ କରନ୍ତି , ସେ ଆତ୍ମିକ ମୃତ୍ୟୁ ଭୋଗ କରନ୍ତି ନାହିଁ ଏବଂ ମାୟା ତାଙ୍କୁ ପ୍ରଭାବିତ କରିପାରେ ନାହିଁ।

ਤਿਥੈ ਭਗਤ ਵਸਹਿ ਕੇ ਲੋਅ ॥ਕਰਹਿ ਅਨੰਦੁ ਸਚਾ ਮਨਿ ਸੋਇ ॥
ଏହି ଅବସ୍ଥାରେ ଅନେକ ଭୁବନର ଭକ୍ତମାନେ ବାସ କରନ୍ତି, ଯେଉଁମାନେ ସର୍ବଦା ପ୍ରସନ୍ନ ରହନ୍ତି , କାରଣ ସେ ସଚ୍ଚା, ପ୍ରଭୁ ତାଙ୍କର ମନରେ ରହନ୍ତି।

ਸਚ ਖੰਡਿ ਵਸੈ ਨਿਰੰਕਾਰੁ ॥ਕਰਿ ਕਰਿ ਵੇਖੈ ਨਦਰਿ ਨਿਹਾਲ ॥
ସଚ୍ଚା ଖଣ୍ଡରେ ( ଭାବ- ପ୍ରଭୁଙ୍କ ସହିତ ଏକରୂପ ହେବା ଅବସ୍ଥାରେ) ମନୁଷ୍ୟର ଭିତରେ ସେ ପ୍ରଭୁ ସ୍ଵୟଂ ବାସ କରନ୍ତି , ଯିଏ ସୃଷ୍ଟି ରଚନା କରି କରି କୃପାର ନଜରରେ ଏହାକୁ ପାଳନ କରନ୍ତି।

ਤਿਥੈ ਖੰਡ ਮੰਡਲ ਵਰਭੰਡ ॥ ਜੇ ਕੋ ਕਥੈ ਤ ਅੰਤ ਨ ਅੰਤ ॥
ଏହି ଅବସ୍ଥାରେ (ଭାବ- ପ୍ରଭୁଙ୍କ ସହିତ ଏକରୂପ ହେବା ଅବସ୍ଥାରେ) ମନୁଷ୍ୟକୁ ଅସଂଖ୍ୟ ଖଣ୍ଡ, ମଣ୍ଡଳ ଓ ବ୍ରହ୍ମାଣ୍ଡ ଦେଖାଯାଏ , ଏତେ ଯେ ଯଦି କୌଣସି ମନୁଷ୍ୟ ତାଙ୍କ କଥା କହି ଚାଲେ , ତାହାହେଲେ ତାହା କମ ହୋଇପାରିବ ନାହିଁ କି ଅନ୍ତ ହେବ ନାହିଁ।

ਤਿਥੈ ਲੋਅ ਲੋਅ ਆਕਾਰ ॥ਜਿਵ ਜਿਵ ਹੁਕਮੁ ਤਿਵੈ ਤਿਵ ਕਾਰ ॥
ଏହି ଅବସ୍ଥାରେ ଅସଂଖ୍ୟ ଭୁବନ ତଥା ଆକାର ଦେଖାଯାଏ,, ଯେଉଁ ସବୁରେସେହିଭଳି କାର – ବ୍ୟବହାର ଚାଲୁଅଛି ଯେଉଭଳି ପ୍ରଭୁଙ୍କ ଆଦେଶ ହୁଏ। ( ଭାବ- ଏହି ଅବସ୍ଥାରେ ପହଞ୍ଚି ମନୁଷ୍ୟ ସବୁ ଜାଗାରେ ପ୍ରଭୁଙ୍କୁ ଦେଖେ) । ତାଙ୍କୁ ପ୍ରତ୍ୟେକ୍ଷ ଭାବରେ ଦେଖାଯାଏ ଯେ ବିଚାର କରି ସବୁ ଜୀବଙ୍କୁ ସମ୍ଭାଳୁଛନ୍ତି ଓ ଖୁସି ହେଉଛନ୍ତି।

ਵੇਖੈ ਵਿਗਸੈ ਕਰਿ ਵੀਚਾਰੁ ॥ਨਾਨਕ ਕਥਨਾ ਕਰੜਾ ਸਾਰੁ ॥੩੭॥
ହେ ନାନକ! ଏହି ଅବସ୍ଥା ବିଷୟରେ କହିବା ବଡ କଠିନ ଅଟେ (ଭାବ- ଏ ଅବସ୍ଥା ବର୍ଣ୍ଣନା କରାଯାଇପାରିବ ନାହିଁ , କେବଳ ଅନୁଭବ ହିଁ କରାଯାଇପାରିବ!)॥37॥

ਜਤੁ ਪਾਹਾਰਾ ਧੀਰਜੁ ਸੁਨਿਆਰੁ ॥ਅਹਰਣਿ ਮਤਿ ਵੇਦੁ ਹਥੀਆਰੁ ॥
(ଯଦି) ପ୍ରୟାସ ରୂପକ ଦୋକାନ, ସୁନାର ଧୈର୍ଯ୍ୟ ସୁନାର, ବୁଦ୍ଧି ଯନ୍ତ୍ରପାତି , ଜ୍ଞାନ ହାତୁଡି ହୁଏ ;

ਭਉ ਖਲਾ ਅਗਨਿ ਤਪ ਤਾਉ ॥ਭਾਂਡਾ ਭਾਉ ਅੰਮ੍ਰਿਤੁ ਤਿਤੁ ਢਾਲਿ ॥
(ଯଦି) ପ୍ରଭୁଙ୍କ ଡର ଢାଙ୍କୁଣି, ପରିଶ୍ରମ ଅଗ୍ନି, ପ୍ରେମ ସଙ୍ଗଳନ( ତରଳାଇବା) ପାତ୍ର ହୁଏ , ତେବେ ସେହି ପାତ୍ରରେ ପ୍ରଭୁଙ୍କ ଅମୃତ ଭର।

ਘੜੀਐ ਸਬਦੁ ਸਚੀ ਟਕਸਾਲ ॥
(କାରଣ ଏପରି ଅଟେ) ସଚ୍ଚି ଟଙ୍କାଶାଳରେ (ଗୁରୁଙ୍କ) ଶବ୍ଦ ଗଢା ଯାଇପାରେ।

ਜਿਨ ਕਉ ਨਦਰਿ ਕਰਮੁ ਤਿਨ ਕਾਰ ॥ਨਾਨਕ ਨਦਰੀ ਨਦਰਿ ਨਿਹਾਲ ॥੩੮॥
ଏହି କାର୍ଯ୍ୟ-ବ୍ୟବହାର ସେହି ମନୁଷ୍ୟର ହିଁ ଅଟେ , ଯାହା ଉପରେ କୃପାର ନଜର ହୋଇଥାଏ। ହେ ନାନକ! ଏ ମନୁଷ୍ୟ ପ୍ରଭୁଙ୍କ କୃପା ଦୃଷ୍ଟି ଦ୍ଵାରା ଲିହାର(ଲୁହା ମୁଣ୍ଡା) ହୋଇଯାଏ।॥38॥

ਸਲੋਕੁ ॥
ସଲୋକୁ

ਪਵਣੁ ਗੁਰੂ ਪਾਣੀ ਪਿਤਾ ਮਾਤਾ ਧਰਤਿ ਮਹਤੁ ॥
ପ୍ରାଣ(ଶରୀରରେ ଏହି ପ୍ରକାର ଯେପରି) ଗୁରୁ(ଜୀବଙ୍କ ଆତ୍ମା ପାଇଁ) ଅଟେ। ପାଣି ( ସବୁ ଜୀବଙ୍କ) ପିତା ଅଟେ ଏବଂ ଧରିତ୍ରୀ (ସବୁଙ୍କ) ମା’ ଅଟେ ।

ਦਿਵਸੁ ਰਾਤਿ ਦੁਇ ਦਾਈ ਦਾਇਆ ਖੇਲੈ ਸਗਲ ਜਗਤੁ ॥
ଦିନ ଏବଂ ରାତି ଦୁଇଟି ଖେଳ ଖେଳୁଛନ୍ତି , ସାରା ସଂସାର ଖେଳ ଖେଳୁଛି ( ଭାବ- ସଂସାରର ସବୁ ଜୀବ ରାତିରେ ଶୟନ ବେଳେ ଓ ଦିନରେ କାର୍ଯ୍ୟ କରିବା ବେଳେ ପରୀକ୍ଷିତ ହେଉଛନ୍ତି)

ਚੰਗਿਆਈਆ ਬੁਰਿਆਈਆ ਵਾਚੈ ਧਰਮੁ ਹਦੂਰਿ ॥
ଧର୍ମରାଜ ପ୍ରଭୁଙ୍କ ଉପସ୍ଥିତିରେ ( ଜୀବଙ୍କ ଦ୍ଵାରା ହୋଇଥିବା) କାର୍ଯ୍ୟର ବିଚାର କରେ।

ਕਰਮੀ ਆਪੋ ਆਪਣੀ ਕੇ ਨੇੜੈ ਕੇ ਦੂਰਿ ॥
ନିଜ ନିଜ ( କରାଯାଇଥିବା ) କର୍ମ ଅନୁସାରେ କେତେ ଜୀବ ପ୍ରଭୁଙ୍କ ନିକଟକୁ ଯାଆନ୍ତି ଏବଂ କିଛି ପ୍ରଭୁଙ୍କ ଠାରୁ ଦୂରେଇ ଯାଆନ୍ତି।

ਜਿਨੀ ਨਾਮੁ ਧਿਆਇਆ ਗਏ ਮਸਕਤਿ ਘਾਲਿ ॥
ଯେଉଁ ମନୁଷ୍ୟ ପ୍ରଭୁଙ୍କ ନାମ ସ୍ମରଣ କରେ , ସେ ନିଜର ପରିଶ୍ରମ ସଫଳ କରିଛି ।

ਨਾਨਕ ਤੇ ਮੁਖ ਉਜਲੇ ਕੇਤੀ ਛੁਟੀ ਨਾਲਿ ॥੧॥
ହେ ନାନକ ! ( ଅକାଳ-ପୁରୁଷଙ୍କ ଦ୍ଵାରରେ )ସେ ଉଜ୍ଜଳ ମୁଖ ଧାରୀ ଅଟେ ଏବଂ କିଛି ଜୀବ ତାଙ୍କରି ସଙ୍ଗତରେ ରହି (ମାୟାର ବନ୍ଧନରୁ)ମୁକ୍ତ ହୋଇଗଲେ।

ਸੋ ਦਰੁ ਰਾਗੁ ਆਸਾ ਮਹਲਾ ੧
ସୋ ଦରୁ ~ ଏହି ରାଗ ଆଶା ପ୍ରଥମ ଗୁରୁ ଦ୍ଵାରା ଅଟେ।

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯିଏ ନିର୍ମାତା ଅଟନ୍ତି। ସଚ୍ଚା ଗୁରୁଙ୍କ କୃପା ଦ୍ଵାରା ସାକାର ହୋଇଛି।

ਸੋ ਦਰੁ ਤੇਰਾ ਕੇਹਾ ਸੋ ਘਰੁ ਕੇਹਾ ਜਿਤੁ ਬਹਿ ਸਰਬ ਸਮਾਲੇ ॥
(ହେ ପ୍ରଭୁ!) ତୁମର ସେହି ଘର ( ସେହି ଘରର) ସେହି ଦୁଆର ବଡ ଆଶ୍ଚର୍ଯ୍ୟଜନକ ଅଟେ ଯେଉଁଠି ବସି ତୁମେ ସବୁ ଜୀବଙ୍କୁ ସମ୍ଭାଳୁଛ।

ਵਾਜੇ ਤੇਰੇ ਨਾਦ ਅਨੇਕ ਅਸੰਖਾ ਕੇਤੇ ਤੇਰੇ ਵਾਵਣਹਾਰੇ ॥
( ତୁମ ଦ୍ଵାରା ରଚା ହୋଇଥିବା ପ୍ରକୃତିରେ) ଅନେକ ଆହୁରି ଅଗଣିତ ବାଜା ଆଉ ରାଗ( ସଙ୍ଗୀତ) ଅଛି ; ଅସଂଖ୍ୟ ଜୀବ ଏହି ବାଜାକୁ ବଜାଇବାକୁ ଅଛନ୍ତି।

ਕੇਤੇ ਤੇਰੇ ਰਾਗ ਪਰੀ ਸਿਉ ਕਹੀਅਹਿ ਕੇਤੇ ਤੇਰੇ ਗਾਵਣਹਾਰੇ ॥
ଅସଂଖ୍ୟ ସଙ୍ଗୀତ ଓ ରାଗର ନାମ ନିଆଯାଉଛି । ଅନେକ ଜୀବ (ଏହି ରାଗ ଓ ସଙ୍ଗୀତ ଦ୍ଵାରା)ତୁମର ଗାନ କରିବାକୁ( ତୁମର ପ୍ରଶଂସା) ଅଛନ୍ତି।

ਗਾਵਨਿ ਤੁਧਨੋ ਪਵਣੁ ਪਾਣੀ ਬੈਸੰਤਰੁ ਗਾਵੈ ਰਾਜਾ ਧਰਮੁ ਦੁਆਰੇ ॥
( ହେ ନିରଙ୍କାର !) ପବନ, ପାଣି, ଅଗ୍ନି (ଆଦି ତତ୍ତ୍ଵ) ତୁମର ଗୁଣ ଗାନ କରୁଛନ୍ତି ( ତୁମ ଇଚ୍ଛାରେ ଚାଲୁଛନ୍ତି)। ଧର୍ମରାଜ ତୁମ ଦ୍ଵାରରେ ତୁମର ସ୍ତୁତି କରୁଛନ୍ତି।

ਗਾਵਨਿ ਤੁਧਨੋ ਚਿਤੁ ਗੁਪਤੁ ਲਿਖਿ ਜਾਣਨਿ ਲਿਖਿ ਲਿਖਿ ਧਰਮੁ ਬੀਚਾਰੇ ॥
ସେ ଚିତ୍ରଗୁପ୍ତ ମଧ୍ୟ (ଯିଏ ଜୀବଙ୍କ ଭଲ-ମନ୍ଦ କର୍ମରଲେଖା) ଲେଖିବା ଜାଣନ୍ତି ଏବଂ ଯାହା ଦ୍ଵାରା ଲେଖା ହୋଇଥିବା ଲେଖାକୁ ଧର୍ମରାଜ ବିଚାର କରନ୍ତି , ତୁମର ମହାନତାର ଗୁଣ ଗାନ କରୁଛନ୍ତି।

ਗਾਵਨਿ ਤੁਧਨੋ ਈਸਰੁ ਬ੍ਰਹਮਾ ਦੇਵੀ ਸੋਹਨਿ ਤੇਰੇ ਸਦਾ ਸਵਾਰੇ ॥
ଅନେକ ଦେବୀ, ଶିବ ଓ ବ୍ରହ୍ମା , ଯିଏ ତୁମର ଦ୍ଵାରରେ ସର୍ବଦା ଥାନ୍ତି , ଶୋଭାବାନ ହୋଇ ତୁମର ଗୁଣ ଗାନ କରୁଛନ୍ତି।

ਗਾਵਨਿ ਤੁਧਨੋ ਇੰਦ੍ਰ ਇੰਦ੍ਰਾਸਣਿ ਬੈਠੇ ਦੇਵਤਿਆ ਦਰਿ ਨਾਲੇ ॥
କେତେ ଇନ୍ଦ୍ର ଦେବତା ନିଜର ସିଂହାସନରେ ବିରାଜମାନ ହୋଇ ଅନେକ ଦେବତାଙ୍କ ସମେତ ତୁମର ମହିମା ଗାନ କରୁଛନ୍ତି।

ਗਾਵਨਿ ਤੁਧਨੋ ਸਿਧ ਸਮਾਧੀ ਅੰਦਰਿ ਗਾਵਨਿ ਤੁਧਨੋ ਸਾਧ ਬੀਚਾਰੇ ॥
(ହେ ପ୍ରଭୁ !)ସିଦ୍ଧ ଲୋକ ସମାଧି ହୋଇ ତୁମର ଗୁଣ ଗାନ କରୁଛନ୍ତି। ସାଧୁମାନେ ତୁମର ଗୁଣ ଚିନ୍ତନ କରି କରି ତୁମକୁ ସ୍ମରଣ କରୁଛନ୍ତି।

error: Content is protected !!