ਆਪਣੀ ਲਿਵ ਆਪੇ ਲਾਏ ਗੁਰਮੁਖਿ ਸਦਾ ਸਮਾਲੀਐ ॥
ସତ୍ୟ ଏହା ଯେ ସେ ସ୍ଵୟଂ ହିଁ ନିଜ ଲଗ୍ନରେ ଲଗାଇ ଥାଆନ୍ତି ଆଉ ଗୁରୁମୁଖୀ ବନି ସଦା ତାହାଙ୍କ ସ୍ମରଣ କରିବା ଉଚିତ।
ਕਹੈ ਨਾਨਕੁ ਏਵਡੁ ਦਾਤਾ ਸੋ ਕਿਉ ਮਨਹੁ ਵਿਸਾਰੀਐ ॥੨੮॥
ନାନକ କହନ୍ତି ଯିଏ ଏତେ ବଡ ଦାତା ଅଟନ୍ତି, ତାହାଙ୍କୁ ମନରୁ କାହିଁକି ଭୁଲିବା?
ਜੈਸੀ ਅਗਨਿ ਉਦਰ ਮਹਿ ਤੈਸੀ ਬਾਹਰਿ ਮਾਇਆ ॥
ଯେପରି ଅଗ୍ନି ମାତାର ଗର୍ଭରେ ଅଛି, ସେପରି ହିଁ ବାହାରେ ମାୟା ଅଛି।
ਮਾਇਆ ਅਗਨਿ ਸਭ ਇਕੋ ਜੇਹੀ ਕਰਤੈ ਖੇਲੁ ਰਚਾਇਆ ॥
ମାୟା ଓ ଗର୍ଭର ଅଗ୍ନି ଏକା ଭଳି ଅଟେ, ଈଶ୍ଵର ଏହି ଲୀଳା ରଚନା କରିଛନ୍ତି।
ਜਾ ਤਿਸੁ ਭਾਣਾ ਤਾ ਜੰਮਿਆ ਪਰਵਾਰਿ ਭਲਾ ਭਾਇਆ ॥
ଯେତେବେଳେ ଈଶ୍ଵରଙ୍କ ଇଚ୍ଛା ହୋଇଥାଏ, ଶିଶୁର ଜନ୍ମ ହୋଇଥାଏ, ଯାହା ଫଳରେ ପୁରା ପରିବାରରେ ଖୁସିର ବାତାବରଣ ବନିଥାଏ।
ਲਿਵ ਛੁੜਕੀ ਲਗੀ ਤ੍ਰਿਸਨਾ ਮਾਇਆ ਅਮਰੁ ਵਰਤਾਇਆ ॥
ଯେତେବେଳେ ଶିଶୁର ଜନ୍ମ ହୋଇଥାଏ, ପରମେଶ୍ଵରଙ୍କ ଠାରୁ ତାହାର ଲଗ୍ନ ଦୂରେଇ ଯାଇଥାଏ ଆଉ ମାୟା ନିଜ ହୁକୁମ ଲାଗୁ କରିଥାଏ।
ਏਹ ਮਾਇਆ ਜਿਤੁ ਹਰਿ ਵਿਸਰੈ ਮੋਹੁ ਉਪਜੈ ਭਾਉ ਦੂਜਾ ਲਾਇਆ ॥
ଏହି ମାୟା ଏପରି ଅଟେ, ଯାହାଦ୍ୱାରା ଜୀବ ପରମାତ୍ମାଙ୍କୁ ଭୁଲିଯାଇ ଥାଏ, ପୁଣି ତାହାର ମନରେ ମୋହ ଉତ୍ପନ୍ନ ହୋଇଥାଏ ଆଉ ଦୈତ୍ୟଭାବରେ ଲାଗିଯାଇ ଥାଏ।
ਕਹੈ ਨਾਨਕੁ ਗੁਰ ਪਰਸਾਦੀ ਜਿਨਾ ਲਿਵ ਲਾਗੀ ਤਿਨੀ ਵਿਚੇ ਮਾਇਆ ਪਾਇਆ ॥੨੯॥
ନାନକ କହନ୍ତି ଯେ ଗୂର୍ଙ୍କ କୃପାରୁ ଈଶ୍ଵରଙ୍କ ସହିତ ଯାହାର ଲଗ୍ନ ଲାଗିଯାଏ, ସେ ମାୟା ଠାରେ ମଧ୍ୟ ତାହାଙ୍କୁ ପ୍ରାପ୍ତ କରିନିଏ ॥26॥
ਹਰਿ ਆਪਿ ਅਮੁਲਕੁ ਹੈ ਮੁਲਿ ਨ ਪਾਇਆ ਜਾਇ ॥
ଈଶ୍ଵର ସ୍ଵୟଂ ହିଁ ଅମୂଲ୍ୟ ଅଟନ୍ତି ଆଉ ତାହାଙ୍କ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।
ਮੁਲਿ ਨ ਪਾਇਆ ਜਾਇ ਕਿਸੈ ਵਿਟਹੁ ਰਹੇ ਲੋਕ ਵਿਲਲਾਇ ॥
କେହି ମଧ୍ୟ ତାହାଙ୍କ ମୂଲ୍ୟ କଳନା କରି ପାରନ୍ତି ନାହିଁ, ଅନେକ ଲୋକ ଏଥିପାଇଁ ବ୍ୟାକୁଳ ହୋଇ ହାରି ଯାଇଛନ୍ତି।
ਐਸਾ ਸਤਿਗੁਰੁ ਜੇ ਮਿਲੈ ਤਿਸ ਨੋ ਸਿਰੁ ਸਉਪੀਐ ਵਿਚਹੁ ਆਪੁ ਜਾਇ ॥
ଯଦି ସଦଗୁରୁ ମିଳିଯାନ୍ତି, ତାହାନ୍ଲୁ ନିଜ ମସ୍ତକ ଅର୍ପଣ କରିଦେବା ଉଚିତ, ଏହାଦ୍ୱାରା ମନର ଅହଂ ଦୂର ହୋଇଯାଏ।
ਜਿਸ ਦਾ ਜੀਉ ਤਿਸੁ ਮਿਲਿ ਰਹੈ ਹਰਿ ਵਸੈ ਮਨਿ ਆਇ ॥
ଯାହାଙ୍କ ଦ୍ଵାରା ଏହି ପ୍ରାଣ ପ୍ରଦତ୍ତ ହୋଇଛି, ଯଦି ଜୀବ ତାହାଙ୍କ ସହିତ ମିଳିଯାଏ, ତାହାହେଲେ ପରମାତ୍ମା ମନରେ ସ୍ଥିତ ହୋଇଯାନ୍ତି।
ਹਰਿ ਆਪਿ ਅਮੁਲਕੁ ਹੈ ਭਾਗ ਤਿਨਾ ਕੇ ਨਾਨਕਾ ਜਿਨ ਹਰਿ ਪਲੈ ਪਾਇ ॥੩੦॥
ହେ ନାନକ! ପରମାତ୍ମା ସ୍ଵୟଂ ଅମୂଲ୍ୟ ଅଟନ୍ତି ଆଉ ସେ ହିଁ ଭାଗ୍ୟବାନ ଅଟନ୍ତି, ଯିଏ ତାହାଙ୍କୁ ପ୍ରାପ୍ତ କରିନିଏ॥30॥
ਹਰਿ ਰਾਸਿ ਮੇਰੀ ਮਨੁ ਵਣਜਾਰਾ ॥
ହରିନାମ ମୋର ସାମଗ୍ରୀ ଅଟେ ଆଉ ମନ ମୋର ବ୍ୟାପାରୀ ଅଟେ।
ਹਰਿ ਰਾਸਿ ਮੇਰੀ ਮਨੁ ਵਣਜਾਰਾ ਸਤਿਗੁਰ ਤੇ ਰਾਸਿ ਜਾਣੀ ॥
ମୋର ମନ ବ୍ୟାପାରୀ ଆଉ ହରିନାମ ମୋର ଜୀବନ-ସାମଗ୍ରୀ ଅଟେ, ଏହି ସାମଗ୍ରୀର ଜ୍ଞାନ ମୋତେ ସଦଗୁରୁ ଦେଇଛନ୍ତି।
ਹਰਿ ਹਰਿ ਨਿਤ ਜਪਿਹੁ ਜੀਅਹੁ ਲਾਹਾ ਖਟਿਹੁ ਦਿਹਾੜੀ ॥
ହୃଦୟ ସହିତ ନିତ୍ୟ ହରିନାମ ଜପ କର ଆଉ ପ୍ରତିଦିନ ନାମ-ରୂପୀ ଲାଭ ପ୍ରାପ୍ତ କର।
ਏਹੁ ਧਨੁ ਤਿਨਾ ਮਿਲਿਆ ਜਿਨ ਹਰਿ ਆਪੇ ਭਾਣਾ ॥
ଏହି ନାମ ଧନ ତାହାକୁ ହିଁ ମିଳିଥାଏ, ଯାହାକୁ ପରମାତ୍ମା ସ୍ଵୟଂ ନିଜ ଇଚ୍ଛାରେ ଦେଇଥାନ୍ତି।
ਕਹੈ ਨਾਨਕੁ ਹਰਿ ਰਾਸਿ ਮੇਰੀ ਮਨੁ ਹੋਆ ਵਣਜਾਰਾ ॥੩੧॥
ନାନକ କହନ୍ତି ଯେ ହରିନାମ ମୋର ଜୀବନ-ରାଶି ଅଟେ ଆଉ ମନ ବ୍ୟାପାରୀ ଅଟେ॥31॥
ਏ ਰਸਨਾ ਤੂ ਅਨ ਰਸਿ ਰਾਚਿ ਰਹੀ ਤੇਰੀ ਪਿਆਸ ਨ ਜਾਇ ॥
ହେ ଜିହ୍ଵା! ତୁ ଅନ୍ୟ ରସରେ ଲୀନ ରହିଛୁ, କିନ୍ତୁ ତୋର ତୃଷ୍ଣା ମେଣ୍ଟି ନାହିଁ।
ਪਿਆਸ ਨ ਜਾਇ ਹੋਰਤੁ ਕਿਤੈ ਜਿਚਰੁ ਹਰਿ ਰਸੁ ਪਲੈ ਨ ਪਾਇ ॥
କେହି ତୋର ତୃଷ୍ଣା ମେଣ୍ଟାଇ ପାରିବେ ନାହିଁ, ଯେ ପର୍ଯ୍ୟନ୍ତ ତୁ ହରି-ରସକୁ ପ୍ରାପ୍ତ କରି ତାହାକୁ ପାନ କରି ନାହୁଁ।
ਹਰਿ ਰਸੁ ਪਾਇ ਪਲੈ ਪੀਐ ਹਰਿ ਰਸੁ ਬਹੁੜਿ ਨ ਤ੍ਰਿਸਨਾ ਲਾਗੈ ਆਇ ॥
ହରି-ରସକୁ ପ୍ରାପ୍ତ କରି ପାନ କର, କାରଣ ଏହା ଦ୍ଵାରା ପୁନର୍ବାର ତୃଷ୍ଣା ଲାଗିବ ନାହିଁ।
ਏਹੁ ਹਰਿ ਰਸੁ ਕਰਮੀ ਪਾਈਐ ਸਤਿਗੁਰੁ ਮਿਲੈ ਜਿਸੁ ਆਇ ॥
ଏହି ହରିରସ ଶୁଭ-କର୍ମ ଯୋଗୁଁ ହିଁ ପ୍ରାପ୍ତ ହୋଇଥାଏ, ଯାହାକୁ ସଦଗୁରୁ ମିଳିଯାନ୍ତି।
ਕਹੈ ਨਾਨਕੁ ਹੋਰਿ ਅਨ ਰਸ ਸਭਿ ਵੀਸਰੇ ਜਾ ਹਰਿ ਵਸੈ ਮਨਿ ਆਇ ॥੩੨॥
ନାନକ କହନ୍ତି ଯେ ଯେତେବେଳେ ପରମାତ୍ମା ମନରେ ବାସ କରିଥାନ୍ତି, ଅନ୍ୟ ସବୁ ରସ ଭୁଲି ଯାଇଥାନ୍ତି।
ਏ ਸਰੀਰਾ ਮੇਰਿਆ ਹਰਿ ਤੁਮ ਮਹਿ ਜੋਤਿ ਰਖੀ ਤਾ ਤੂ ਜਗ ਮਹਿ ਆਇਆ ॥
ହେ ମୋର ଶରୀର! ଯେତେବେଳେ ପରମାତ୍ମା ତୋ’ ଠାରେ ଜ୍ୟୋତି ସ୍ଥାପନ କରିଲେ, ତୁ ଏହି ଜଗତକୁ ଆସିଛୁ।
ਹਰਿ ਜੋਤਿ ਰਖੀ ਤੁਧੁ ਵਿਚਿ ਤਾ ਤੂ ਜਗ ਮਹਿ ਆਇਆ ॥
ଇଶ୍ଵର ଯେତେବେଳେ ଜ୍ୟୋତି ସ୍ଥାପନ କରିଛନ୍ତି, ତୁ ଜଗତକୁ ଆସିଛୁ।
ਹਰਿ ਆਪੇ ਮਾਤਾ ਆਪੇ ਪਿਤਾ ਜਿਨਿ ਜੀਉ ਉਪਾਇ ਜਗਤੁ ਦਿਖਾਇਆ ॥
ସେ ସ୍ଵୟଂ ହିଁ ସବୁଙ୍କ ମାତା-ପିତା ଅଟନ୍ତି, ଯିଏ ପ୍ରତ୍ୟେକ ଜୀବକୁ ଜାତ କରି ଏହି ଜଗତକୁ ଦେଖାଇଛନ୍ତି।
ਗੁਰ ਪਰਸਾਦੀ ਬੁਝਿਆ ਤਾ ਚਲਤੁ ਹੋਆ ਚਲਤੁ ਨਦਰੀ ਆਇਆ ॥
ଗୁରୁଙ୍କ କୃପାରୁ ବୁଝିବା ଯଦି ଏହା କୌତୁକ ହୋଇଛି ଯେ ଏହି ଜଗତ କୌତୁକ ରୂପରେ ହିଁ ଦେଖାଯାଏ।
ਕਹੈ ਨਾਨਕੁ ਸ੍ਰਿਸਟਿ ਕਾ ਮੂਲੁ ਰਚਿਆ ਜੋਤਿ ਰਾਖੀ ਤਾ ਤੂ ਜਗ ਮਹਿ ਆਇਆ ॥੩੩॥
ନାନକ କହନ୍ତି ଯେ ଯେତେବେଳେ ପରମାତ୍ମା ସୃଷ୍ଟିର ମୂଳ ରଚନା କରିଛନ୍ତି, ସେ ମୋ’ ଠାରେ ନିଜର ଜ୍ୟୋତି ସ୍ଥାପିତ କରିଛନ୍ତି ଆଉ ସେତେବେଳେ ହିଁ ତୁ ଏହି ଜଗତକୁ ଆସିଛୁ॥33॥
ਮਨਿ ਚਾਉ ਭਇਆ ਪ੍ਰਭ ਆਗਮੁ ਸੁਣਿਆ ॥
ପ୍ରଭୁଙ୍କ ଆଗମନର ଖୁସି ଖବର ଶୁଣି ମନରେ ବଡ ଉତ୍ସାହ ଜାତ ହୋଇ ଯାଇଛି।
ਹਰਿ ਮੰਗਲੁ ਗਾਉ ਸਖੀ ਗ੍ਰਿਹੁ ਮੰਦਰੁ ਬਣਿਆ ॥
ହେ ମୋର ସଖୀ! ପରମାତ୍ମାଙ୍କ ମଙ୍ଗଳ ଗାନ କର, ଏହି ହୃଦୟ-ଘର ପବିତ୍ର ମନ୍ଦିର ବନି ଯାଇଛି।
ਹਰਿ ਗਾਉ ਮੰਗਲੁ ਨਿਤ ਸਖੀਏ ਸੋਗੁ ਦੂਖੁ ਨ ਵਿਆਪਏ ॥
ହେ ସଖୀ! ନିତ୍ୟ ପ୍ରଭୁଙ୍କ ମଙ୍ଗଲ ଗାନ କରିବା ଦ୍ଵାରା କୌଣସି ଦୁଃଖ-ଯନ୍ତ୍ରଣା ଓ ଚିନ୍ତା ଆସେ ନାହିଁ।
ਗੁਰ ਚਰਨ ਲਾਗੇ ਦਿਨ ਸਭਾਗੇ ਆਪਣਾ ਪਿਰੁ ਜਾਪਏ ॥
ସେହି ଦିନ ଭାଗ୍ୟଶାଳୀ ଅଟେ, ଯେତେବେଳେ ଗୁରୁ-ଚରଣରେ ମନ ଲାଗି ଯାଇଥାଏ ଆଉ ପ୍ରିୟ ପ୍ରଭୁଙ୍କ ଅନୁଭୂତି ହୋଇଥାଏ।
ਅਨਹਤ ਬਾਣੀ ਗੁਰ ਸਬਦਿ ਜਾਣੀ ਹਰਿ ਨਾਮੁ ਹਰਿ ਰਸੁ ਭੋਗੋ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ଅନାହତ ବାଣୀର ଜ୍ଞାନ ମିଳିଥାଏ, ହରିନାମ ଜପ କର ଏବଂ ହରିରସର ପାନ କର।