ਆਸਾ ਮਹਲਾ ੪ ਛੰਤ ॥
ଆଶା ମହଲା 4 ଛନ୍ତ ॥
ਵਡਾ ਮੇਰਾ ਗੋਵਿੰਦੁ ਅਗਮ ਅਗੋਚਰੁ ਆਦਿ ਨਿਰੰਜਨੁ ਨਿਰੰਕਾਰੁ ਜੀਉ ॥
ମୋର ଗୋବିନ୍ଦ ହିଁ ସବୁଠାରୁ ବଡ ଅଟନ୍ତି, ସେ ଅଗମ୍ୟ, ଅଗୋଚର, ଜଗତର ଆଦି ନିରଞ୍ଜନ, ନିରଙ୍କାର ଅଟନ୍ତି।
ਤਾ ਕੀ ਗਤਿ ਕਹੀ ਨ ਜਾਈ ਅਮਿਤਿ ਵਡਿਆਈ ਮੇਰਾ ਗੋਵਿੰਦੁ ਅਲਖ ਅਪਾਰ ਜੀਉ ॥
ତାହାଙ୍କ ଗତି କେଉଁଠିକୁ ଯାଇ ପାରେ ନାହିଁ, ତାହାଙ୍କ ପ୍ରତାପ ଅପରିମିତ ଅଟେ, ମୋର ଗୋବିନ୍ଦ ଅପାର ଅଟନ୍ତି।
ਗੋਵਿੰਦੁ ਅਲਖ ਅਪਾਰੁ ਅਪਰੰਪਰੁ ਆਪੁ ਆਪਣਾ ਜਾਣੈ ॥
ଅଲକ୍ଷ୍ୟ, ଅପାର, ଅପାରମ୍ପାର ଗୋବିନ୍ଦ ସ୍ଵୟଂ ହିଁ ନିଜକୁ ନିଜେ ଜାଣିଥାନ୍ତି।
ਕਿਆ ਇਹ ਜੰਤ ਵਿਚਾਰੇ ਕਹੀਅਹਿ ਜੋ ਤੁਧੁ ਆਖਿ ਵਖਾਣੈ ॥
ହେ ଭଗବାନ! ଏହି ବିଚରା ଜୀବ ମଧ୍ୟ କଣ ବିଚାର ଉଚ୍ଚାରଣ କରିବ, ଯାହା ତୋର ବ୍ୟାଖ୍ୟା ଓ ବର୍ଣ୍ଣନା କରିପାରିବ?
ਜਿਸ ਨੋ ਨਦਰਿ ਕਰਹਿ ਤੂੰ ਅਪਣੀ ਸੋ ਗੁਰਮੁਖਿ ਕਰੇ ਵੀਚਾਰੁ ਜੀਉ ॥
ଯାହା ଉପରେ ତୁ ନିଜ କରୁଣା ଦୃଷ୍ଟି ଦେଉ, ସେ ଗୁରୁ ଦ୍ଵାରା ତୋର ବିଷୟରେ କିଛି ବିଚାର କରିଥାଏ।
ਵਡਾ ਮੇਰਾ ਗੋਵਿੰਦੁ ਅਗਮ ਅਗੋਚਰੁ ਆਦਿ ਨਿਰੰਜਨੁ ਨਿਰੰਕਾਰੁ ਜੀਉ ॥੧॥
ମୋର ଗୋବିନ୍ଦ ହିଁ ସବୁଠାରୁ ବଡ ଅଟନ୍ତି, ସେ ଅଗମ୍ୟ, ଅଗୋଚର, ଜଗତର ଆଦି ନିରଞ୍ଜନ, ନିରଙ୍କାର ଅଟନ୍ତି।॥1॥
ਤੂੰ ਆਦਿ ਪੁਰਖੁ ਅਪਰੰਪਰੁ ਕਰਤਾ ਤੇਰਾ ਪਾਰੁ ਨ ਪਾਇਆ ਜਾਇ ਜੀਉ ॥
ହେ ମାଲିକ! ତୁ ଆଦିପୁରୁଷ, ଅପାରମ୍ପାର ଏବଂ ଜଗତର ରଚୟିତା ଅଟୁ ଆଉ ତୋର ଅନ୍ତ ଜଣା ପଡେ ନାହିଁ।
ਤੂੰ ਘਟ ਘਟ ਅੰਤਰਿ ਸਰਬ ਨਿਰੰਤਰਿ ਸਭ ਮਹਿ ਰਹਿਆ ਸਮਾਇ ਜੀਉ ॥
ହେ ପ୍ରଭୁ! ତୁ କୋଣ କୋଣରେ ପ୍ରତି ଜୀବ ଠାରେ ନିରନ୍ତର ମହଜୁଦ ଅଛୁ, ତୁ ସବୁଙ୍କ ଠାରେ ରହିଛୁ।
ਘਟ ਅੰਤਰਿ ਪਾਰਬ੍ਰਹਮੁ ਪਰਮੇਸਰੁ ਤਾ ਕਾ ਅੰਤੁ ਨ ਪਾਇਆ ॥
ସେହି ପରଂବ୍ରହ୍ମ ପରମେଶ୍ଵର ପ୍ରତି ହୃଦୟରେ ବିଦ୍ୟମାନ, ଯାହାର ଅନ୍ତ ପାଇ ପାରିବା ନାହିଁ।
ਤਿਸੁ ਰੂਪੁ ਨ ਰੇਖ ਅਦਿਸਟੁ ਅਗੋਚਰੁ ਗੁਰਮੁਖਿ ਅਲਖੁ ਲਖਾਇਆ ॥
ତାହାଙ୍କ କୌଣସି ରୂପ ଏବଂ ରେଖା ନଥାଏ, ସେ ଅଦୃଷ୍ଟ ଏବଂ ଅଗୋଚର ଅଟନ୍ତି।
ਸਦਾ ਅਨੰਦਿ ਰਹੈ ਦਿਨੁ ਰਾਤੀ ਸਹਜੇ ਨਾਮਿ ਸਮਾਇ ਜੀਉ ॥
ଗୁରୁ ଯେଉଁ ବ୍ୟକ୍ତିକୁ ଅଲକ୍ଷ୍ୟ ପରମାତ୍ମା ଦେଖାଇଛନ୍ତି, ସେ ଦିନ ରାତି ସଦା ଆନନ୍ଦମୟ ରହିଥାଏ ଆଉ ସ୍ଵାଭାବିକ ଭାବରେ ହିଁ ତାହାଙ୍କ ନାମରେ ରହିଥାଏ।
ਤੂੰ ਆਦਿ ਪੁਰਖੁ ਅਪਰੰਪਰੁ ਕਰਤਾ ਤੇਰਾ ਪਾਰੁ ਨ ਪਾਇਆ ਜਾਇ ਜੀਉ ॥੨॥
ହେ ମାଲିକ! ତୁ ଆଦିପୁରୁଷ, ଅପାରମ୍ପାର ଏବଂ ଜଗତର ରଚୟିତା ଅଟୁ ଆଉ ତୋର ଅନ୍ତ ଜଣା ପଡେ ନାହିଁ।
ਤੂੰ ਸਤਿ ਪਰਮੇਸਰੁ ਸਦਾ ਅਬਿਨਾਸੀ ਹਰਿ ਹਰਿ ਗੁਣੀ ਨਿਧਾਨੁ ਜੀਉ ॥
ହେ ଶ୍ରୀହରି! ତୁ ସର୍ବଦା ସତ୍ୟ ପରମେଶ୍ଵର ଅଟୁ ଏବଂ ସଦା ଅବିନାଶୀ ଅଟୁ, ତୁ ହିଁ ଗୁଣର ଭଣ୍ଡାର ଅଟୁ।
ਹਰਿ ਹਰਿ ਪ੍ਰਭੁ ਏਕੋ ਅਵਰੁ ਨ ਕੋਈ ਤੂੰ ਆਪੇ ਪੁਰਖੁ ਸੁਜਾਨੁ ਜੀਉ ॥
ହେ ହରି-ପ୍ରଭୁ! ସାରା ବିଶ୍ଵରେ ଏକ ତୁ ହିଁ ଅଛୁ ଆଉ ତୋର ସମକକ୍ଷ ଆଉ କେହି ନାହାନ୍ତି, ତୁ ନିଜେ ହିଁ ଏକ ଚତୁର ପୁରୁଷ ଅଟୁ।
ਪੁਰਖੁ ਸੁਜਾਨੁ ਤੂੰ ਪਰਧਾਨੁ ਤੁਧੁ ਜੇਵਡੁ ਅਵਰੁ ਨ ਕੋਈ ॥
ହେ ଚତୁର ପୁରୁଷ! ବିଶ୍ଵରେ ତୁ ହିଁ ପ୍ରଧାନ ଅଟୁ ଆଉ ତୋ’ ଭଳି ଆଉ କେହି ବଡ ନାହାନ୍ତି।
ਤੇਰਾ ਸਬਦੁ ਸਭੁ ਤੂੰਹੈ ਵਰਤਹਿ ਤੂੰ ਆਪੇ ਕਰਹਿ ਸੁ ਹੋਈ ॥
ହେ ପ୍ରଭୁ! ତୋର ହିଁ ଶବ୍ଦ (ହୁକୁମ) ସକ୍ରିୟ ଅଛି, ତୁ ସର୍ବବ୍ୟାପକ ଅଟୁ, ଯାହା କିଛି ତୁ ସ୍ଵୟଂ କରୁ, ତାହା ହିଁ ହୋଇଥାଏ।
ਹਰਿ ਸਭ ਮਹਿ ਰਵਿਆ ਏਕੋ ਸੋਈ ਗੁਰਮੁਖਿ ਲਖਿਆ ਹਰਿ ਨਾਮੁ ਜੀਉ ॥
ସେହି ଏକା ପରମାତ୍ମା ସବୁଠାରେ ରହିଛନ୍ତି, ଗୁରୁମୁଖୀ ବନି ହିଁ ହରିଙ୍କ ନାମ ଜାଣି ହୁଏ।
ਤੂੰ ਸਤਿ ਪਰਮੇਸਰੁ ਸਦਾ ਅਬਿਨਾਸੀ ਹਰਿ ਹਰਿ ਗੁਣੀ ਨਿਧਾਨੁ ਜੀਉ ॥੩॥
ହେ ଭଗବାନ! ତୁ ସର୍ବଦା ସତ୍ୟ ପରମେଶ୍ଵର ଅଟୁ, ଯିଏ ସଦା ଅବିନାଶୀ ଅଟନ୍ତି, ଏକ ତୁ ହିଁ ଗୁଣର ଭଣ୍ଡାର ଅଟୁ॥3॥
ਸਭੁ ਤੂੰਹੈ ਕਰਤਾ ਸਭ ਤੇਰੀ ਵਡਿਆਈ ਜਿਉ ਭਾਵੈ ਤਿਵੈ ਚਲਾਇ ਜੀਉ ॥
ହେ କର୍ତ୍ତା! ସବୁ ଜାଗାରେ ତୁ ହିଁ ତୁ ଅଛୁ, ସାରା ସୃଷ୍ଟି ତୋର ହିଁ ତେଜ ପ୍ରତାପର ପ୍ରକାଶ ଅଟେ। ହେ କର୍ତ୍ତା! ତୋତେ ଯେପରି ଠିକ ଲାଗେ , ସେପରି ହିଁ( ନିଜ ଆଦେଶରେ) ଚଲା।
ਤੁਧੁ ਆਪੇ ਭਾਵੈ ਤਿਵੈ ਚਲਾਵਹਿ ਸਭ ਤੇਰੈ ਸਬਦਿ ਸਮਾਇ ਜੀਉ ॥
ତୁମକୁ ଯେପରି ପସନ୍ଦ ହୋଇଥାଏ, ସେପରି ହିଁ ତୁମେ ସୃଷ୍ଟିକୁ ଚଳାଅ, ସବୁ ଜୀବ ତୋର ଶବ୍ଦରେ ହିଁ ରହିଛନ୍ତି।
ਸਭ ਸਬਦਿ ਸਮਾਵੈ ਜਾਂ ਤੁਧੁ ਭਾਵੈ ਤੇਰੈ ਸਬਦਿ ਵਡਿਆਈ ॥
ଯଦି ତୋତେ ଭଲ ଲାଗିଥାଏ, ତାହାହେଲେ ସମସ୍ତେ ତୋର ଶବ୍ଦରେ ରହନ୍ତି, ମନୁଷ୍ୟ ତୋର ଶବ୍ଦ ଦ୍ଵାରା ହିଁ ବଡିମା ପାଇଥାଏ।
ਗੁਰਮੁਖਿ ਬੁਧਿ ਪਾਈਐ ਆਪੁ ਗਵਾਈਐ ਸਬਦੇ ਰਹਿਆ ਸਮਾਈ ॥
ଗୁରୁମୁଖୀ ବନି ହିଁ ମନୁଷ୍ୟ ବୁଦ୍ଧି ପ୍ରାପ୍ତ କରିଥାଏ ଆଉ ନିଜ ଅହଂକାର ଦୂର କରି ପ୍ରଭୁଙ୍କ ଠାରେ ରହିଥାଏ।
ਤੇਰਾ ਸਬਦੁ ਅਗੋਚਰੁ ਗੁਰਮੁਖਿ ਪਾਈਐ ਨਾਨਕ ਨਾਮਿ ਸਮਾਇ ਜੀਉ ॥
ହେ ପ୍ରଭୁ! ଗୁରୁମୁଖୀ ବନି ହିଁ ତୋର ଅଗୋଚର ଶବ୍ଦ ପ୍ରାପ୍ତ ହୋଇଥାଏ, ହେ ନାନକ! ମନୁଷ୍ୟ ନାମରେ ରହିଥାଏ।
ਸਭੁ ਤੂੰਹੈ ਕਰਤਾ ਸਭ ਤੇਰੀ ਵਡਿਆਈ ਜਿਉ ਭਾਵੈ ਤਿਵੈ ਚਲਾਇ ਜੀਉ ॥੪॥੭॥੧੪॥
ହେ ବିଶ୍ଵ କର୍ତ୍ତା! ସୃଷ୍ଟିର ଚାରିଆଡେ ତୋର ହିଁ ପ୍ରତାପ ଅଛି, ଯେପରି ତୋତେ ମଞ୍ଜୁର ଅଛି, ସେପରି ହିଁ ତୁ ସୃଷ୍ଟିକୁ ଚଲାଉ॥4॥7॥14॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਆਸਾ ਮਹਲਾ ੪ ਛੰਤ ਘਰੁ ੪ ॥
ଆଶା ମହଲା 4 ଛନ୍ତ ଘର 4 ॥
ਹਰਿ ਅੰਮ੍ਰਿਤ ਭਿੰਨੇ ਲੋਇਣਾ ਮਨੁ ਪ੍ਰੇਮਿ ਰਤੰਨਾ ਰਾਮ ਰਾਜੇ ॥
ହରିଙ୍କ ନାମାମୃତ ଦ୍ଵାରା ମୋର ନେତ୍ର ଭିଜି ଯାଇଛି ଆଉ ମୋର ମନ ତାହାର ପ୍ରେମ ରଙ୍ଗରେ ରଙ୍ଗୀନ ହୋଇ ଯାଇଛି।
ਮਨੁ ਰਾਮਿ ਕਸਵਟੀ ਲਾਇਆ ਕੰਚਨੁ ਸੋਵਿੰਨਾ ॥
ମୋର ରାମ ମୋର ମନକୁ କଷଟି ଉପରେ ପରୀକ୍ଷା କରିଛନ୍ତି ଆଉ ତାହା ଶୁଦ୍ଧ କାଞ୍ଚନ ବନିଯାଇଛି।
ਗੁਰਮੁਖਿ ਰੰਗਿ ਚਲੂਲਿਆ ਮੇਰਾ ਮਨੁ ਤਨੋ ਭਿੰਨਾ ॥
ଗୁରୁମୁଖୀ ବନି ମୋର ମନ-ତନ ପ୍ରଭୁଙ୍କ ପ୍ରେମରେ ଭିଜି ଗାଢ ଲାଲ ହୋଇଯାଇଛି।