Odia Page 467

ਓਨੑੀ ਮੰਦੈ ਪੈਰੁ ਨ ਰਖਿਓ ਕਰਿ ਸੁਕ੍ਰਿਤੁ ਧਰਮੁ ਕਮਾਇਆ ॥
ସେ କୁମାର୍ଗରେ ନିଜ ପାଦ ରଖେ ନାହି ଆଉ ଶୁଭ କର୍ମ ଏବଂ ଧର୍ମ କରିଥାଏ।

ਓਨੑੀ ਦੁਨੀਆ ਤੋੜੇ ਬੰਧਨਾ ਅੰਨੁ ਪਾਣੀ ਥੋੜਾ ਖਾਇਆ ॥
ସେ ଦୁନିଆର ବନ୍ଧନକୁ ଛିନ୍ନ କରିଥାଏ ଆଉ ଅଳ୍ପ ଅନ୍ନ ଖାଇଥାଏ।

ਤੂੰ ਬਖਸੀਸੀ ਅਗਲਾ ਨਿਤ ਦੇਵਹਿ ਚੜਹਿ ਸਵਾਇਆ ॥
ହେ ଇଶ୍ଵର! ତୁ ହିଁ ମହାନ ଦାତା ଅଟୁ, ଯିଏ ନିତ୍ୟ ଦାନ ଦେଇଥାଏ।

ਵਡਿਆਈ ਵਡਾ ਪਾਇਆ ॥੭॥
ମହାନ ପ୍ରଭୁଙ୍କ ଗୁଣସ୍ତୁତି କରି ମନୁଷ୍ୟ କୀର୍ତ୍ତି ପ୍ରାପ୍ତ କରିଥାଏ ॥7॥

ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1 ॥

ਪੁਰਖਾਂ ਬਿਰਖਾਂ ਤੀਰਥਾਂ ਤਟਾਂ ਮੇਘਾਂ ਖੇਤਾਂਹ ॥
ହେ ନାନକ! ପୁରୁଷ, ବୃକ୍ଷ, ତୀର୍ଥ, ତଟ, ମେଘ, କ୍ଷେତ

ਦੀਪਾਂ ਲੋਆਂ ਮੰਡਲਾਂ ਖੰਡਾਂ ਵਰਭੰਡਾਂਹ ॥
ଦ୍ଵୀପ, ଲୋକ, ଖଣ୍ଡ, ବ୍ରହ୍ମାଣ୍ଡ,

ਅੰਡਜ ਜੇਰਜ ਉਤਭੁਜਾਂ ਖਾਣੀ ਸੇਤਜਾਂਹ ॥
ଅଣ୍ଡଜ, ଜେରଜ, ସ୍ଵେଦଜ ଏବଂ ଉଦଭିଜ,

ਸੋ ਮਿਤਿ ਜਾਣੈ ਨਾਨਕਾ ਸਰਾਂ ਮੇਰਾਂ ਜੰਤਾਹ ॥
ସରୋବର, ପାହାଡରେ ରହୁଥିବା ସବୁ ଜୀବଙ୍କ ସଂଖ୍ୟା ପରମାତ୍ମା ହିଁ ଜାଣିଥାନ୍ତି।

ਨਾਨਕ ਜੰਤ ਉਪਾਇ ਕੈ ਸੰਮਾਲੇ ਸਭਨਾਹ ॥
ହେ ନାନକ! ଭଗବାନ ଭଗବାନ ହିଁ ଜୀବଙ୍କୁ ଜାତ କରି ତାହାର ଭରଣ-ପୋଷଣ କରିଥାନ୍ତି।

ਜਿਨਿ ਕਰਤੈ ਕਰਣਾ ਕੀਆ ਚਿੰਤਾ ਭਿ ਕਰਣੀ ਤਾਹ ॥
ଯେଉଁ କର୍ତ୍ତା ସୃଷ୍ଟି ରଚନା କରିଛନ୍ତି, ସେ ହିଁ ତାହାର ଚିନ୍ତା ଏବଂ ପୋଷଣ କରିଥାନ୍ତି।

ਸੋ ਕਰਤਾ ਚਿੰਤਾ ਕਰੇ ਜਿਨਿ ਉਪਾਇਆ ਜਗੁ ॥
ଯେଉଁ କର୍ତ୍ତା ସୃଷ୍ଟି ରଚନା କରିଛନ୍ତି, ସେ ହିଁ ତାହାର ଚିନ୍ତା ଏବଂ ପୋଷଣ କରିଥାନ୍ତି।

ਤਿਸੁ ਜੋਹਾਰੀ ਸੁਅਸਤਿ ਤਿਸੁ ਤਿਸੁ ਦੀਬਾਣੁ ਅਭਗੁ ॥
ସେହି ଭଗବାନ କଲ୍ୟାଣକାରୀ ଅଟନ୍ତି, ତାହାଙ୍କୁ ମୋର ଶତ ଶତ ପ୍ରଣାମ ଅଟେ, ତାହାଙ୍କ ଦରବାର ଅଟଳ ଅଟେ।

ਨਾਨਕ ਸਚੇ ਨਾਮ ਬਿਨੁ ਕਿਆ ਟਿਕਾ ਕਿਆ ਤਗੁ ॥੧॥
ହେ ନାନକ! ସତ୍ୟ ନାମର ସ୍ମରଣ ବିନା ତିଳକ ଏବଂ ପଇତା ପିନ୍ଧିବାର ଅଭିପ୍ରାୟ କଣ ଅଟେ ॥1॥

ਮਃ ੧ ॥
ମହଲା 1 ॥

ਲਖ ਨੇਕੀਆ ਚੰਗਿਆਈਆ ਲਖ ਪੁੰਨਾ ਪਰਵਾਣੁ ॥
ଲକ୍ଷେ ପୂଣ୍ୟ ସ୍ଵୀକୃତ ହୋଇଥାଉ, ଲକ୍ଷେ ହିଁ ଶ୍ରୁତିରେ ସୁରତି, ଲକ୍ଷେ ହିଁ ଜ୍ଞାନ ଧ୍ୟାନ ଏବଂ ପୁରାଣର ପାଠ ପଢିଥାଉ, ତାହାହେଲେ ମଧ୍ୟ ସବୁ ବ୍ୟର୍ଥ ଅଟେ।

ਲਖ ਤਪ ਉਪਰਿ ਤੀਰਥਾਂ ਸਹਜ ਜੋਗ ਬੇਬਾਣ ॥
ତୀର୍ଥ ସ୍ଥାନରେ ଲକ୍ଷେ ହିଁ ତପ କରାଯାଉ ତଥା ଜଙ୍ଗଲକୁ ଯାଇ ସ୍ଵାଭାବିକ ଯୋଗ କରାଯାଉ,

ਲਖ ਸੂਰਤਣ ਸੰਗਰਾਮ ਰਣ ਮਹਿ ਛੁਟਹਿ ਪਰਾਣ ॥
ଲକ୍ଷେ ବାହୁବଳୀ-ସୁରବୀର ସଂଗ୍ରାମରେ ଦେଖାଯାଉ ତଥା ରଣଭୂମିରେ ବୀରଗତି ପ୍ରାପ୍ତ କରିଥାଉ,

ਲਖ ਸੁਰਤੀ ਲਖ ਗਿਆਨ ਧਿਆਨ ਪੜੀਅਹਿ ਪਾਠ ਪੁਰਾਣ ॥
ଲକ୍ଷେ ହିଁ ଶ୍ରୁତିରେ ସୁରତି, ଲକ୍ଷେ ହିଁ ଜ୍ଞାନ ଧ୍ୟାନ ଏବଂ ପୁରାଣର ପାଠ ପଢିଥାଉ, ତାହାହେଲେ ମଧ୍ୟ ସବୁ ବ୍ୟର୍ଥ ଅଟେ।

ਜਿਨਿ ਕਰਤੈ ਕਰਣਾ ਕੀਆ ਲਿਖਿਆ ਆਵਣ ਜਾਣੁ ॥
କାରଣ ଯେଉଁ ପରମାତ୍ମା ଏହି ଜଗତ ବନାଇଛନ୍ତି, ସେ ଜୀବର ଜନ୍ମ ମରଣ ନିର୍ଦ୍ଧାରଣ କରିଛନ୍ତି।

ਨਾਨਕ ਮਤੀ ਮਿਥਿਆ ਕਰਮੁ ਸਚਾ ਨੀਸਾਣੁ ॥੨॥
ହେ ନାନକ! ପ୍ରଭୁଙ୍କ କୃପାରେ ହିଁ ସତ୍ୟର ଚିହ୍ନ ଥାଏ, ଆଉ ସବୁ ଚତୁର ମିଥ୍ୟା ଅଟେ ॥2॥

ਪਉੜੀ ॥
ପଉଡି ॥

ਸਚਾ ਸਾਹਿਬੁ ਏਕੁ ਤੂੰ ਜਿਨਿ ਸਚੋ ਸਚੁ ਵਰਤਾਇਆ ॥
ହେ ଭଗବାନ! ଏକ ତୁ ହିଁ ସଚ୍ଚା ମାଲିକ ଅଟୁ, ଯିଏ ପରମ ସତ୍ୟର ପ୍ରସାର କରିଛନ୍ତି।

ਜਿਸੁ ਤੂੰ ਦੇਹਿ ਤਿਸੁ ਮਿਲੈ ਸਚੁ ਤਾ ਤਿਨੑੀ ਸਚੁ ਕਮਾਇਆ ॥
ଯାହାକୁ ତୁ ସତ୍ୟ ଦେଉ, ସେ ହିଁ ସତ୍ୟକୁ ପ୍ରାପ୍ତ କରିଥାଏ ଆଉ ସେ ସତ୍ୟର କର୍ମ କରିଥାଏ।

ਸਤਿਗੁਰਿ ਮਿਲਿਐ ਸਚੁ ਪਾਇਆ ਜਿਨੑ ਕੈ ਹਿਰਦੈ ਸਚੁ ਵਸਾਇਆ ॥
ଯେଉଁ ଜୀବଙ୍କୁ ସଦଗୁରୁ ମିଳିଯାନ୍ତି, ତାହାକୁ ସତ୍ୟର ପ୍ରାପ୍ତି ହୋଇଥାଏ, ସଚ୍ଚା ଗୁରୁ ତାହାଙ୍କ ହୃଦୟରେ ସତ୍ୟ ସ୍ଥାପନ କରିଥାନ୍ତି।

ਮੂਰਖ ਸਚੁ ਨ ਜਾਣਨੑੀ ਮਨਮੁਖੀ ਜਨਮੁ ਗਵਾਇਆ ॥
କିନ୍ତୁ ମୂର୍ଖ ବ୍ୟକ୍ତି ସତ୍ୟକୁ ଜାଣେ ନାହିଁ, ମନମୁଖୀ ହେବା ଫଳ ସ୍ୱରୂପ ବ୍ୟର୍ଥରେ ହିଁ ଜନ୍ମ ହରାଇ ଥାଏ।

ਵਿਚਿ ਦੁਨੀਆ ਕਾਹੇ ਆਇਆ ॥੮॥
ଏପରି ଲୋକ ଏହି ଦୁନିଆକୁ କାହିଁକି ଆସିଛନ୍ତି?॥8॥

ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1 ॥

ਪੜਿ ਪੜਿ ਗਡੀ ਲਦੀਅਹਿ ਪੜਿ ਪੜਿ ਭਰੀਅਹਿ ਸਾਥ ॥
ଗାଡି ଗାଡି ପୁସ୍ତକ ପଢୁ, ସମୁଦାୟ ଅଧ୍ୟୟନ କରୁ,

ਪੜਿ ਪੜਿ ਬੇੜੀ ਪਾਈਐ ਪੜਿ ਪੜਿ ਗਡੀਅਹਿ ਖਾਤ ॥
ପଢି, ପଢି ପୁସ୍ତକ ନଉକା ଭରି ହୋଇଯାଉ,

ਪੜੀਅਹਿ ਜੇਤੇ ਬਰਸ ਬਰਸ ਪੜੀਅਹਿ ਜੇਤੇ ਮਾਸ ॥
ବର୍ଷ ବର୍ଷ ପଢାଯାଉ, ଯେତେ ମାସ ସବୁ ପଢାଯାଉ,

ਪੜੀਐ ਜੇਤੀ ਆਰਜਾ ਪੜੀਅਹਿ ਜੇਤੇ ਸਾਸ ॥
ଜୀବନ ସାରା ପଢାଯାଉ, ଶେଷ ଶ୍ଵାସ ପର୍ଯ୍ୟନ୍ତ ପଢାଯାଉ,

ਨਾਨਕ ਲੇਖੈ ਇਕ ਗਲ ਹੋਰੁ ਹਉਮੈ ਝਖਣਾ ਝਾਖ ॥੧॥
ପରନ୍ରୁ, ହେ ନାନକ! ଏକ ହିଁ କଥା ସତ୍ୟର ଦରବାରରେ ମଞ୍ଜୁର ଅଛି, ପ୍ରଭୁଙ୍କ ନାମ ସ୍ମରଣ ହିଁ ମନୁଷ୍ୟର କର୍ମ ଲେଖା ଅଟେ, ଆଉ ସବୁ କିଛି ଅହଂକାର ଅଟେ॥1॥

ਮਃ ੧ ॥
ମହଲା 1 ॥

ਲਿਖਿ ਲਿਖਿ ਪੜਿਆ ॥ ਤੇਤਾ ਕੜਿਆ ॥
ମନୁଷ୍ୟ ଯେତେ ଅଧିକ ପଢିଥାଏ ସେ ସେତେ ଅଧିକ ଦୁଃଖରେ ଜଳିଥାଏ।

ਬਹੁ ਤੀਰਥ ਭਵਿਆ ॥ ਤੇਤੋ ਲਵਿਆ ॥
ଯେତେ ଅଧିକ ସେ ତୀର୍ଥରେ ବୁଲୁଥାଏ, ସେତେ ଅଧିକ ସେ ନିରର୍ଥକ ବୋଲୁଥାଏ।

ਬਹੁ ਭੇਖ ਕੀਆ ਦੇਹੀ ਦੁਖੁ ਦੀਆ ॥
ଯେତେ ଅଧିକ ମନୁଷ୍ୟ ଧାର୍ମିକ ବେଶ ଧାରଣ କରିଥାଏ, ସେତେ ଅଧିକ ହିଁ ଶରୀର ଦୁଃଖରେ ଥାଏ।

ਸਹੁ ਵੇ ਜੀਆ ਅਪਣਾ ਕੀਆ ॥
ହେ ଜୀବ! ଏବେ ତୁ ନିଜ କର୍ମର ଫଳ ଭୋଗ କର।

ਅੰਨੁ ਨ ਖਾਇਆ ਸਾਦੁ ਗਵਾਇਆ ॥
ଯେଉଁ ମନୁଷ୍ୟ ଅନ୍ନ ଖାଏ ନାହିଁ, ସେ ଜୀବନର ସ୍ଵାଦ ହରାଇ ଥାଏ।

ਬਹੁ ਦੁਖੁ ਪਾਇਆ ਦੂਜਾ ਭਾਇਆ ॥
ଦୈତ୍ୟଭାବରେ ପଡି ମନୁଷ୍ୟ ବହୁତ ଦୁଃଖୀ ହୋଇଥାଏ।

ਬਸਤ੍ਰ ਨ ਪਹਿਰੈ ॥ ਅਹਿਨਿਸਿ ਕਹਰੈ ॥
ଯିଏ ବସ୍ତ୍ର ପିନ୍ଧେ ନାହିଁ, ସେ ଦିନ ରାତି ଦୁଃଖୀ ହୋଇଥାଏ।

ਮੋਨਿ ਵਿਗੂਤਾ ॥ ਕਿਉ ਜਾਗੈ ਗੁਰ ਬਿਨੁ ਸੂਤਾ ॥
ମୌନ ଧାରଣ କରିବା ଦ୍ଵାରା ମନୁଷ୍ୟ ନଷ୍ଟ ହୋଇଯାଏ, ଗୁରୁଙ୍କ ବିନା ମୋହ-ମାୟାରେ ଶୋଇ କିପରି ଜାଗି ରହିବ?

ਪਗ ਉਪੇਤਾਣਾ ॥ ਅਪਣਾ ਕੀਆ ਕਮਾਣਾ ॥
ଯେଉଁ ମନୁଷ୍ୟ ନଗ୍ନ ପାଦରେ ଚାଲୁଥାଏ, ସେ ନିଜ କର୍ମର ଫଳ ଭୋଗ କରିଥାଏ।

ਅਲੁ ਮਲੁ ਖਾਈ ਸਿਰਿ ਛਾਈ ਪਾਈ ॥
ଯେଉଁ ମନୁଷ୍ୟ ଅଭକ୍ଷ୍ୟ ଖାଇଥାଏ ଆଉ କପାଳରେ ପାଉଁଶ ଲଗାଇଥାଏ,

ਮੂਰਖਿ ਅੰਧੈ ਪਤਿ ਗਵਾਈ ॥
ସେହି ମୂର୍ଖ ଅନ୍ଧ ନିଜ  ମାନ-ସମ୍ମାନ ହରାଇ ଥାଏ।

ਵਿਣੁ ਨਾਵੈ ਕਿਛੁ ਥਾਇ ਨ ਪਾਈ ॥
ସତ୍ୟ ନାମ ବିନା କୌଣସି ବସ୍ତୁ ମଞ୍ଜୁର ହୁଏନାହିଁ।

ਰਹੈ ਬੇਬਾਣੀ ਮੜੀ ਮਸਾਣੀ ॥
ସେ ଜଙ୍ଗଲ, କବର ସ୍ଥାନ ଏବଂ ଶ୍ମଶାନରେ ରହିଥାଏ।

ਅੰਧੁ ਨ ਜਾਣੈ ਫਿਰਿ ਪਛੁਤਾਣੀ ॥
ଅନ୍ଧ ମନୁଷ୍ୟ ପ୍ରଭୁଙ୍କୁ ଜାଣେ ନାହିଁ ଏବଂ ପରେ ପଶ୍ଚାତାପ କରିଥାଏ।

error: Content is protected !!