ਹੁਕਮੁ ਸੋਈ ਤੁਧੁ ਭਾਵਸੀ ਹੋਰੁ ਆਖਣੁ ਬਹੁਤੁ ਅਪਾਰੁ ॥
ହେ ଅନନ୍ତ ପରମେଶ୍ଵର! ତୁମର ଇଚ୍ଛାରେ ସାଂସାରିକ କ୍ରିୟା ପାଇଁ ଆଦେଶ ହୋଇଥାଏ, ଅନ୍ୟ ନିରର୍ଥକ କଥା କହିବା ନିଷ୍ଫଳ ଅଟେ।
ਨਾਨਕ ਸਚਾ ਪਾਤਿਸਾਹੁ ਪੂਛਿ ਨ ਕਰੇ ਬੀਚਾਰੁ ॥੪॥
ସଦଗୁରୁଙ୍କ ପରାମର୍ଶ ଯେ ଏହି ସତ୍ୟସ୍ଵରୂପ ଅକାଳ-ପୁରୁଷ ଅନ୍ୟ କାହାକୁ ପଚାରି ବିଚାର କର ନାହିନ ଅର୍ଥାତ ସେ ସ୍ଵତନ୍ତ୍ର ଶକ୍ତି ଅଟେ॥4॥
ਬਾਬਾ ਹੋਰੁ ਸਉਣਾ ਖੁਸੀ ਖੁਆਰੁ ॥
ହେ ପିତାଜୀ! ଅନ୍ୟ ଭୋଗବିଳାସର ନିଦ୍ରା ଦ୍ଵାରା ମାନବ ଧ୍ଵଂସ ହୁଏ।
ਜਿਤੁ ਸੁਤੈ ਤਨੁ ਪੀੜੀਐ ਮਨ ਮਹਿ ਚਲਹਿ ਵਿਕਾਰ ॥੧॥ ਰਹਾਉ ॥੪॥੭॥
ଯେଉଁ ଶୋଇବା ଦ୍ଵାରା ଶରୀରକୁ ପୀଡା ହୁଏ ଆଉ ମନରେ ବିକାରର ଉତ୍ପତ୍ତି ହୁଏ, ଏପରି ନିଦ୍ରା ବ୍ୟର୍ଥ ଅଟେ॥4॥7॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਕੁੰਗੂ ਕੀ ਕਾਂਇਆ ਰਤਨਾ ਕੀ ਲਲਿਤਾ ਅਗਰਿ ਵਾਸੁ ਤਨਿ ਸਾਸੁ ॥
ଶୁଭ କର୍ମ କଲେ ଶରୀର କେଶର ସମାନ ପବିତ୍ର ହୋଇଥାଏ, ବୈରାଗ୍ୟମୟୀ ବଚନ କହିଲେ ଜିହ୍ଵା ରତ୍ନ ସମାନ ତଥା ନିରଙ୍କାରଙ୍କ ଯଶୋଗାନ କରିଲେ ଶରୀରରେ ବିଦ୍ୟମାନ ଶ୍ଵାସ ଚନ୍ଦନର ସୁଗନ୍ଧ ସମାନ ଅଟେ।
ਅਠਸਠਿ ਤੀਰਥ ਕਾ ਮੁਖਿ ਟਿਕਾ ਤਿਤੁ ਘਟਿ ਮਤਿ ਵਿਗਾਸੁ ॥
ଅଠଷଠି ତୀର୍ଥ ସ୍ନାନ-ଫଳର ତିଳକ କପାଳରେ ଶୋଭା ପାଇଥାଏ, ଏପରି ସନ୍ଥଙ୍କ ବୁଦ୍ଧିରେ ପ୍ରକାଶ ହୋଇଥାଏ।
ਓਤੁ ਮਤੀ ਸਾਲਾਹਣਾ ਸਚੁ ਨਾਮੁ ਗੁਣਤਾਸੁ ॥੧॥
ପୁଣି ସେହି ପ୍ରକାଶମାନ ବୁଦ୍ଧି ଦ୍ଵାରା ପରମେଶ୍ଵରଙ୍କ ଗୁଣର ପ୍ରଶଂସା କରାଯାଏ॥1॥
ਬਾ ਹੋਰ ਮਤਿ ਹੋਰ ਹੋਰ ॥
ହେ ମାନବ ଜୀବ! ପରମେଶ୍ଵରଙ୍କ ଜ୍ଞାନ ବିନା ଅନ୍ୟ ସାଂସାରିକ୍ବିକରରେ ଲିପ୍ତ ବୁଦ୍ଧି ବ୍ୟର୍ଥ ଅଟେ।
ਜੇ ਸਉ ਵੇਰ ਕਮਾਈਐ ਕੂੜੈ ਕੂੜਾ ਜੋਰੁ ॥੧॥ ਰਹਾਉ ॥
ଯଦି ଲୋଭନୀୟ ପଦାର୍ଥକୁ ଶହେଥର ଅର୍ଜିତ କରାଯାଏ , ତାହାହେଲେ ମିଥ୍ୟା ପଦାର୍ଥ ଓ ତାର ବଳ ମିଥ୍ୟା ଅଟେ॥1॥ରୁହ॥
ਪੂਜ ਲਗੈ ਪੀਰੁ ਆਖੀਐ ਸਭੁ ਮਿਲੈ ਸੰਸਾਰੁ ॥
ଅନ୍ୟ ଜ୍ଞାନ ବଳରେ ପୂଜା ହୋଇପାରେ, ଲୋକମାନେ ପୀର-ପୀର (ଆଧ୍ୟାତ୍ମିକ ଗୁରୁ) କହନ୍ତି ତଥା ସଂପୂର୍ଣ୍ଣ ସୃଷ୍ଟି ମିଶି ତାହାଙ୍କର ସନମୁଖ ହୋଇଯାଏ।
ਨਾਉ ਸਦਾਏ ਆਪਣਾ ਹੋਵੈ ਸਿਧੁ ਸੁਮਾਰੁ ॥
ନିଜ ନାମ ମଧ୍ୟ କୁହାଯାଏ ତଥା ପୁନଃ ସିଦ୍ଧରେ ମଧ୍ୟ ଗଣାଯାଏ।
ਜਾ ਪਤਿ ਲੇਖੈ ਨਾ ਪਵੈ ਸਭਾ ਪੂਜ ਖੁਆਰੁ ॥੨॥
କିନ୍ତୁ ଯଦି ଅକାଳ-ପୁରୁଷଙ୍କ ଦରବାରରେ ତାଙ୍କରି ପ୍ରତିଷ୍ଠା ସ୍ଵୀକୃତ ହୁଏନାହିଁ ତାହାହେଲେ ତାଙ୍କରି ଏହି ସବୁ ପୂଜା ଆଦି ତାହାକୁ ଧ୍ଵଂସ କରିଦିଏ॥2॥
ਜਿਨ ਕਉ ਸਤਿਗੁਰਿ ਥਾਪਿਆ ਤਿਨ ਮੇਟਿ ਨ ਸਕੈ ਕੋਇ ॥
ଯାହାକୁ ସଦଗୁରୁ ଉଚ୍ଚ ପଦରେ ଆସୀନ କରିଛନ୍ତି, ତାହାଙ୍କୁ କିଏ ମଧ୍ୟ ନଷ୍ଟ କରିପାରିବ ନାହିଁ।
ਓਨਾ ਅੰਦਰਿ ਨਾਮੁ ਨਿਧਾਨੁ ਹੈ ਨਾਮੋ ਪਰਗਟੁ ਹੋਇ ॥
ଯେହେତୁ ତାଙ୍କରି ଅନ୍ତର୍ମନରେ ୱାହିଗୁରୁଙ୍କ ନାମର ଖଜଣା ଅଛି ଆଉ ନାମର କାରଣରୁ ହିଁ ସଂସାରରେ ତାଙ୍କରି ଅସ୍ତିତ୍ଵ ଅଛି।
ਨਾਉ ਪੂਜੀਐ ਨਾਉ ਮੰਨੀਐ ਅਖੰਡੁ ਸਦਾ ਸਚੁ ਸੋਇ ॥੩॥
ଯିଏ ସତ୍ୟ ସ୍ୱରୂପ, ତ୍ରିକାଳଦର୍ଶୀ, ଭେଦ ରହିତ ନିରଙ୍କାର ଅଟେ ତାଙ୍କରି ନାମ କାରଣରୁ ହିଁ ସେ ପୂଜନୀୟ ଓ ମାନନୀୟ ହୋଇଥାନ୍ତି।
ਖੇਹੂ ਖੇਹ ਰਲਾਈਐ ਤਾ ਜੀਉ ਕੇਹਾ ਹੋਇ ॥
ଯେବେ ମାନବ ଶରୀର (ମୃତ୍ୟୁ ପରେ) ଧୂଳିରେ ହିଁ ମିଶିଯାଏ, ତାହାହେଲେ ଜୀବାତ୍ମାର ଦଶା କିପରି ହେବ।
ਜਲੀਆ ਸਭਿ ਸਿਆਣਪਾ ਉਠੀ ਚਲਿਆ ਰੋਇ ॥
ପୁଣି ତାଙ୍କରି ସବୁ ଚତୁରତା ଜଳିଯାଏ ଆଉ ସେ ବିଳାପ କରି ଯମଦୂତ ସାଥିରେ ଚାଲିଯାଏ।
ਨਾਨਕ ਨਾਮਿ ਵਿਸਾਰਿਐ ਦਰਿ ਗਇਆ ਕਿਆ ਹੋਇ ॥੪॥੮॥
ସଦଗୁରୁ କହନ୍ତି ଯେ ୱାହିଗୁରୁଙ୍କ ନାମ ବିସ୍ମୃତ କରି ଯମ ଦ୍ଵାରକୁ ଗଲେ କଣ ହେବ॥4॥8॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਗੁਣਵੰਤੀ ਗੁਣ ਵੀਥਰੈ ਅਉਗੁਣਵੰਤੀ ਝੂਰਿ ॥
ହେ ମାନବ! ଯିଏ ଶୁଭଗୁଣ ଯୁକ୍ତ ଶାନ୍ତ ରୂପ ଗୁଣବତୀ(ଜୀବାତ୍ମା) ଅଟେ ,ସେ ଅକାଳ ପୁରୁଷର ଗୁଣର ବିସ୍ତାର କରିଥାଏ ଆଉ ଯିଏ ଅବଗୁଣ ଯୁକ୍ତ ମନମୁଖ ରୂପ ଗୁଣହୀନ ଅଟେ ,ସେ ପଶ୍ଚାତାପ କରିଥାଏ।
ਜੇ ਲੋੜਹਿ ਵਰੁ ਕਾਮਣੀ ਨਹ ਮਿਲੀਐ ਪਿਰ ਕੂਰਿ ॥
ଏଥିପାଇଁ ଯଦି ଜୀବ ରୂପୀ ସ୍ତ୍ରୀ ପତି-ପରମେଶ୍ଵରଙ୍କୁ ମିଲନ କରିବାକୁ ଚାହେଁ ତାହାହେଲେ ତାହାରି ହୃଦୟରେ ସତ୍ୟ ଧାରଣ କରିବାକୁ ପଡିବ, କାରଣ ମିଥ୍ୟାର ଆଶ୍ରୟରେ ପତି-ପରମେଶ୍ଵର ପ୍ରାପ୍ତ ହୁଏ ନାହିଁ।
ਨਾ ਬੇੜੀ ਨਾ ਤੁਲਹੜਾ ਨਾ ਪਾਈਐ ਪਿਰੁ ਦੂਰਿ ॥੧॥
ସେହି ଜୀବ-ସ୍ତ୍ରୀ ପାଖରେ ତୃଷ୍ଣା-ରୂପୀ ନଦୀ ପାର କରିବା ପାଇଁ ଭକ୍ତି ଭାବର ନୌକା ନାହିଁ କିମ୍ବା ପ୍ରେମଭାବର ଆହୁଲା ନାହିଁ, ଏହି ସାଧନ ବିନା ପରମାତ୍ମା ଏତେ ଦୂରରେ ଅଛନ୍ତି ଯେ ତାଙ୍କୁ ପ୍ରାପ୍ତି କରିବା ସମ୍ଭବ ନାହିଁ॥1॥
ਮੇਰੇ ਠਾਕੁਰ ਪੂਰੈ ਤਖਤਿ ਅਡੋਲੁ ॥
ମୋର ନିରଙ୍କାର ସର୍ବ-ସମ୍ପର୍ଣ୍ଣ ଅଟେ, ଆଉ ଅଚଳ ସିଂହାସନ ଉପରେ ବିରାଜମାନ ଅଟନ୍ତି।
ਗੁਰਮੁਖਿ ਪੂਰਾ ਜੇ ਕਰੇ ਪਾਈਐ ਸਾਚੁ ਅਤੋਲੁ ॥੧॥ ਰਹਾਉ ॥
ଯଦି କୌଣସି ଗୁରୁଙ୍କ ଉନ୍ମୁଖ ସଦପୁରୁଷ କୃପା କରେ ତାହାହେଲେ ଅପରିମେୟ ଓ ସତ୍ୟ ସ୍ୱରୂପ ପରମେଶ୍ଵର କୌଣସି ସାଧକକଙ୍କୁ ପ୍ରାପ୍ତ ହୋଇପାରେ॥1॥ରୁହ॥
ਪ੍ਰਭੁ ਹਰਿਮੰਦਰੁ ਸੋਹਣਾ ਤਿਸੁ ਮਹਿ ਮਾਣਕ ਲਾਲ ॥ ਮੋਤੀ ਹੀਰਾ ਨਿਰਮਲਾ ਕੰਚਨ ਕੋਟ ਰੀਸਾਲ ॥
ମାନବ ଶରୀର ରୂପୀ ପରମେଶ୍ଵରଙ୍କ ମନ୍ଦିର ଅତ୍ୟନ୍ତ ସୁନ୍ଦର ଅଟେ, ଏଥିରେ ଚିନ୍ତନ ରୂପୀ ମାଣିକ୍ୟ ଓ ପ୍ରେମ ରୂପୀ ଲାଲ ବିଦ୍ୟମାନ ଅଟେ। ବୈରାଗ୍ୟ ରୂପୀ ମୋତି, ଜ୍ଞାନ ରୂପୀ ନିର୍ମଳ ହୀରା ତଥା ଧାତୁ ମଧ୍ୟରେ ଶ୍ରେଷ୍ଠ ସ୍ଵର୍ଣ୍ଣ ଭଳି ଏହି ମାନବ ଦେହ ମଧ୍ୟ ଏକ ଶ୍ରେଷ୍ଠ ମନୋହର ଦୁର୍ଗ ଅଟେ।
ਬਿਨੁ ਪਉੜੀ ਗੜਿ ਕਿਉ ਚੜਉ ਗੁਰ ਹਰਿ ਧਿਆਨ ਨਿਹਾਲ ॥੨॥
(ଏଠାରେ ପ୍ରଶ୍ନ ଉତ୍ପର୍ଣ୍ଣ ହୁଏ କି) ଏହି ଦୁର୍ଗ ଉପରକୁ ସିଡି ବିନା କିପରି ଚଢିବା, ( ସଦଗୁରୁଜୀ ଉତ୍ତର ଦିଅନ୍ତି) ଏହି ମାନବ ଦେହ ରୂପୀ ଦୁର୍ଗ ଉପରକୁ ଚଢିବା ପାଇଁ, ଅର୍ଥାତ ଏହି ମାନବ ଶରୀରର ମୁକ୍ତି ପାଇଁ ଗୁରୁ ଦ୍ଵାରା ନିରଙ୍କାରଙ୍କ ଚିନ୍ତନ କରି ପ୍ରସନ୍ଣଚିତ୍ତ, ମାନେ ଗୁରୁ ଉପଦେଶ ଦ୍ଵାରା ପରମାତ୍ମାଙ୍କ ନାମ ସ୍ମରଣ କରି ମୁକ୍ତି ପ୍ରାପ୍ତ କର॥2॥
ਗੁਰੁ ਪਉੜੀ ਬੇੜੀ ਗੁਰੂ ਗੁਰੁ ਤੁਲਹਾ ਹਰਿ ਨਾਉ ॥
ହେ ମାନବ! (ଏହି ଦୁର୍ଗରେ ଚଢିବା ପାଇଁ) ଗୁରୁ ରୂପୀ ସିଡି, (ତୃଷ୍ଣା ରୂପୀ ନଦୀ ପାର କରିବା ପାଇଁ) ଗୁରୁ ରୂପ ନାବ ଓ ଗୁରୁ ରୂପ ଆହୁଲା ଆଉ (ଜନ୍ମ-ମୃତ୍ୟୁରୁ ମୁକ୍ତି ପାଇବା ପାଇଁ) ଗୁରୁ ଦ୍ଵାରା ହରିନାମ ରୂପୀ ଜାହାଜର ସାହାରା ନିଆଯାଇପାରିବ, ନିରଙ୍କାରଙ୍କ ନାମ ସ୍ମରଣ ପ୍ରାପ୍ତି ପାଇଁ ଗୁରୁ ଉପଦେଶ ରୂପୀ ସିଡି, ନାବ ଓ ଆହୁଲାକୁ ନିଜ ଆଶ୍ରୟ ବନାଅ।
ਗੁਰੁ ਸਰੁ ਸਾਗਰੁ ਬੋਹਿਥੋ ਗੁਰੁ ਤੀਰਥੁ ਦਰੀਆਉ ॥
ଭାବସାଗର ପାର କରିବା ପାଇଁ ଗୁରୁଙ୍କ ପାଖରେ ଜ୍ଞାନ ରୂପୀ ଜାହାଜ ଅଛି, ଆଉ ଗୁରୁ ହିଁ ପାପ କର୍ମର ନିବୃତି ପାଇଁ ତୀର୍ଥ ସ୍ଥାନ ଓ ଶରୀର ଶୁଦ୍ଧି ପାଇଁ ପବିତ୍ର ଦରିଆ ଅଛି।
ਜੇ ਤਿਸੁ ਭਾਵੈ ਊਜਲੀ ਸਤ ਸਰਿ ਨਾਵਣ ਜਾਉ ॥੩॥
ଯଦି ନିରଙ୍କାରଙ୍କୁ ସେହି ଜୀବ-ସ୍ତ୍ରୀର ଆଚରଣ ଭଲ ଲାଗେ ତାହାହେଲେ ତାହାରି ବୁଦ୍ଧି ନିର୍ମଳ ହୋଇଥାଏ ଆଉ ସେହି ସତସଙ୍ଗତି ରୂପୀ ସରୋବରରେ ସ୍ନାନ କରିବାକୁ ଯାଏ॥3॥
ਪੂਰੋ ਪੂਰੋ ਆਖੀਐ ਪੂਰੈ ਤਖਤਿ ਨਿਵਾਸ ॥
ନିରଙ୍କାରଙ୍କୁ ପୂର୍ଣ୍ଣ ଶ୍ରଦ୍ଧାରେ ଉପାସନା କରିଲେ ସେହି ଆସ୍ଥାନ ଅକାଳ-ପୁରୁଷଙ୍କ ପାଖରେ ସ୍ଥିର ହୋଇଯାଇପାରେ।
ਪੂਰੈ ਥਾਨਿ ਸੁਹਾਵਣੈ ਪੂਰੈ ਆਸ ਨਿਰਾਸ ॥
ପରିପୂର୍ଣ୍ଣ ପରମେଶ୍ଵରକୁ ପାଇଥିବା ମାନବ ଜୀବ ଶୋଭାବାନ ହୋଇ ନିରାଶ ବ୍ୟକ୍ତିକୁ ଆଶାପୂର୍ଣ୍ଣ କରିବାରେ ସମର୍ଥ ହୋଇଥାଏ।
ਨਾਨਕ ਪੂਰਾ ਜੇ ਮਿਲੈ ਕਿਉ ਘਾਟੈ ਗੁਣ ਤਾਸ ॥੪॥੯॥
ସଦଗୁରୁଜୀ କହନ୍ତି ଯେ ସେହି ଅକାଳ-ପୁରୁଷ ଯାହାକୁ ପ୍ରାପ୍ତ ହୋଇଛନ୍ତି ତାହାର ଶୁଭଗୁଣ କେମିତି କମ ହେବ?॥4॥9॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਆਵਹੁ ਭੈਣੇ ਗਲਿ ਮਿਲਹ ਅੰਕਿ ਸਹੇਲੜੀਆਹ ॥
ହେ ସତସଙ୍ଗିନୀ ଭଉଣୀ! ଆସ, ମୋର ଗଳାରେ ମିଳ, କାରଣ ଆମେ ଏକ ପତି-ପରମେଶ୍ବରଙ୍କ ସଖୀ ଅଟୁ।
ਮਿਲਿ ਕੈ ਕਰਹ ਕਹਾਣੀਆ ਸੰਮ੍ਰਥ ਕੰਤ ਕੀਆਹ ॥
ଆମେ ଦୁହେଁ ମିଶି ସର୍ବଶକ୍ତିମାନ ନିରଙ୍କାର ପତିଙ୍କ କୀର୍ତିର କଥା କରିବା।
ਸਾਚੇ ਸਾਹਿਬ ਸਭਿ ਗੁਣ ਅਉਗਣ ਸਭਿ ਅਸਾਹ ॥੧॥
ସେହି ସତ୍ୟସ୍ଵରୂପ ୱାହିଗୁରୁଙ୍କ ଠାରେ ସର୍ବଜ୍ଞାନର ସବୁ ଗୁଣ ଅଛି ଆଉ ଆମ ପାଖରେ ସବୁ ଅବଗୁଣ ଅଛି॥1॥
ਕਰਤਾ ਸਭੁ ਕੋ ਤੇਰੈ ਜੋਰਿ ॥
ହେ କର୍ତ୍ତା ପୁରୁଷ! ସୃଷ୍ଟି ତୋର ଶକ୍ତିର କାରଣ ହିଁ ଅଟେ।
ਏਕੁ ਸਬਦੁ ਬੀਚਾਰੀਐ ਜਾ ਤੂ ਤਾ ਕਿਆ ਹੋਰਿ ॥੧॥ ਰਹਾਉ ॥
ଯେବେ ଏକ ଅଦ୍ଵିତୀୟ ବ୍ରହ୍ମଙ୍କ ବିଚାର କରେ, ସେତେବେଳେ ତୁ ହିଁ ବ୍ୟାପକ ଅଟୁ ପୁଣି ଅନ୍ୟ କାହାର ଆବଶ୍ୟକତା କଣ ଅଟେ?॥1॥ରୁହ॥
ਜਾਇ ਪੁਛਹੁ ਸੋਹਾਗਣੀ ਤੁਸੀ ਰਾਵਿਆ ਕਿਨੀ ਗੁਣੀ ॥
ହେ ସଖୀ! ଯାହାକୁ ପତି-ପରମେଶ୍ଵରଙ୍କ ପ୍ରାପ୍ତି ହୋଇଛି, ସେହି ସ୍ତ୍ରୀଙ୍କୁ ପଚାର ଯେ କେଉଁ ଗୁଣର କାରଣରୁ ପତି-ପରମେଶ୍ଵରଙ୍କୁ ପ୍ରାପ୍ତ ହୋଇଛି, ଅର୍ଥାତ ବ୍ରହ୍ମାନନ୍ଦଙ୍କ ଉପଭୋଗ କଣ ଅଟେ।
ਸਹਜਿ ਸੰਤੋਖਿ ਸੀਗਾਰੀਆ ਮਿਠਾ ਬੋਲਣੀ ॥
(ଉତ୍ତର ଏହା ଯେ) ସନ୍ତୋଷ ଧାରଣ କରି ଓ ମଧୁର ବାଣୀ ଯୋଗୁଁ ଏହା ସମ୍ଭବ ହୋଇଛି।
ਪਿਰੁ ਰੀਸਾਲੂ ਤਾ ਮਿਲੈ ਜਾ ਗੁਰ ਕਾ ਸਬਦੁ ਸੁਣੀ ॥੨॥
ଜିଜ୍ଞାସୁ ରୂପୀ ସ୍ତ୍ରୀ ଯେବେ ଗୁରୁଙ୍କ ଉପଦେଶ ଶ୍ରବଣ କରେ , ସେତେବେଳେ ତାହାଙ୍କୁ ସୁନ୍ଦର ସ୍ୱରୂପ ଅକାଳ-ପୁରୁଷ ରୂପୀ ପତି ମିଳିଥାଏ॥2॥