ਸਿਰੀਰਾਗੁ ਮਹਲਾ ੧ ਘਰੁ ੩ ॥
ସିରିରାଗ ମହଲା 1 ଘରୁ 3 ॥
ਅਮਲੁ ਕਰਿ ਧਰਤੀ ਬੀਜੁ ਸਬਦੋ ਕਰਿ ਸਚ ਕੀ ਆਬ ਨਿਤ ਦੇਹਿ ਪਾਣੀ ॥
ଗୁରୁଜୀ କହନ୍ତି ହେ ଜୀବ! ଶୁଭ କର୍ମକୁ ଭୂମି ବନାଇ ସେଥିରେ ଗୁରୁ-ଉପଦେଶ ରୂପୀ ବୀଜ ରୋପଣ କର ଆଉ ସତ୍ୟ-ନାମ ରୂପୀ ଜଳ ଏଥିରେ ସିଞ୍ଚନ କର।
ਹੋਇ ਕਿਰਸਾਣੁ ਈਮਾਨੁ ਜੰਮਾਇ ਲੈ ਭਿਸਤੁ ਦੋਜਕੁ ਮੂੜੇ ਏਵ ਜਾਣੀ ॥੧॥
ଏହି ପ୍ରକାରେ ତୁମେ କୃଷକ ବନି ଧାର୍ମିକ-ନିଷ୍ଠାକୁ ଉତ୍ପର୍ଣ୍ଣ କର, ଏହା ଦ୍ଵାରା ତୁମକୁ ସ୍ଵର୍ଗ-ନର୍କର ଜ୍ଞାନ ପ୍ରାପ୍ତି ହେବ॥1॥
ਮਤੁ ਜਾਣ ਸਹਿ ਗਲੀ ਪਾਇਆ ॥
ଏହା ଭାବ ନାହଁ ଯେ ପ୍ରଭୁଙ୍କ ଜ୍ଞାନ କେବଳ କଥାରେ ହିଁ ପ୍ରାପ୍ତ ହୋଇଯାଏ।
ਮਾਲ ਕੈ ਮਾਣੈ ਰੂਪ ਕੀ ਸੋਭਾ ਇਤੁ ਬਿਧੀ ਜਨਮੁ ਗਵਾਇਆ ॥੧॥ ਰਹਾਉ ॥
ଧନ-ସମ୍ପତ୍ତିର ଅଭିମାନ ତଥା ରୂପର ଶୋଭାରେ ତୁମେ ନିଜ ଜୀବନ ନିଷ୍ଫଳ ଭାବରେ ନଷ୍ଟ କରିଦେଉଛ॥1॥ରୁହ॥
ਐਬ ਤਨਿ ਚਿਕੜੋ ਇਹੁ ਮਨੁ ਮੀਡਕੋ ਕਮਲ ਕੀ ਸਾਰ ਨਹੀ ਮੂਲਿ ਪਾਈ ॥
ମାନବ ଶରୀରରେ ଅବଗୁଣ କାଦ ତଥା ମନ ବେଙ୍ଗ ସମାନ, ଏପରି ସ୍ଥଳେ ନିକଟରେ ବିକଶିତ ହୋଇଥିବା କମଳବିଷୟରେ ସିଏ କିଛି ଜାଣି ନାହିଁ। ଅର୍ଥାତ ଅବଗୁଣର କାଦରେ ଫସିଥିବା ମାନବ ମନ ରୂପୀ ବେଙ୍ଗ ପରମାତ୍ମା ରୂପୀ କମଳ ଚିହ୍ନି ପାରେନାହିଁ।
ਭਉਰੁ ਉਸਤਾਦੁ ਨਿਤ ਭਾਖਿਆ ਬੋਲੇ ਕਿਉ ਬੂਝੈ ਜਾ ਨਹ ਬੁਝਾਈ ॥੨॥
ଗୁରୁ ରୂପୀ ଭ୍ରମର ପ୍ରତିଦିନ ଆସି ନିଜ ଭାଷାରେ କହେ, ଅର୍ଥାତ ଉପଦେଶ ଦେଇଥାଏ, କିନ୍ତୁ ବେଙ୍ଗ ରୂପୀ ମାନବ ଏହାକୁ କିପରି ବୁଝି ପାରିବ ଯେ ପର୍ଯ୍ୟନ୍ତ ପ୍ରଭୁ ସ୍ଵୟଂ ଏହି ମନକୁ ବୁଝାଇବେ ନାହିଁ॥2॥
ਆਖਣੁ ਸੁਨਣਾ ਪਉਣ ਕੀ ਬਾਣੀ ਇਹੁ ਮਨੁ ਰਤਾ ਮਾਇਆ ॥
ଯାହାର ମନ ମାୟାରେ ରଞ୍ଜିତ ହୁଏ, ତାହାକୁ ଉପଦେଶ ଦେବା ଅଥବା ତାହା ଦ୍ଵାରା ଉପଦେଶ ଗ୍ରହଣ କରିବା (ପବନ ବାଣୀ) ଭଳି ବ୍ୟର୍ଥ ଅଟେ।
ਖਸਮ ਕੀ ਨਦਰਿ ਦਿਲਹਿ ਪਸਿੰਦੇ ਜਿਨੀ ਕਰਿ ਏਕੁ ਧਿਆਇਆ ॥੩॥
ସ୍ବାମୀଙ୍କ କୃପା ଦୃଷ୍ଟିରେ ତଥା ହୃଦୟରେ ପ୍ରିୟ ସେହି ଜୀବ ଅଟେ, ଯିଏ ଏକ ପରମେଶ୍ଵରଙ୍କୁ ସ୍ମରଣ କରିଛି॥3॥
ਤੀਹ ਕਰਿ ਰਖੇ ਪੰਜ ਕਰਿ ਸਾਥੀ ਨਾਉ ਸੈਤਾਨੁ ਮਤੁ ਕਟਿ ਜਾਈ ॥
ହେ କାଜୀ! ଶୁଣ, ତୁମେ ତିରିଶ ଉପବାସ, ପାଞ୍ଚ ନମାଜ ରଖୁଅଛ, କିନ୍ତୁ ଦେଖ, କାହିଁ ଏପରି ନ ହୁଏ (କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାରରେ କେହି) ସଇତାନ ଏହାକୁ ନଷ୍ଟ ନ କରିଦିଏ।
ਨਾਨਕੁ ਆਖੈ ਰਾਹਿ ਪੈ ਚਲਣਾ ਮਾਲੁ ਧਨੁ ਕਿਤ ਕੂ ਸੰਜਿਆਹੀ ੪॥੨੭॥
ଗୁରୁଜୀ କହନ୍ତି ଯେ ହେ କାଜୀ! ଏକ ଦିନ ତୁମେ ମଧ୍ୟ ମୃତ୍ୟୁ ମାର୍ଗରେ ଚାଲିବାକୁ ହେବ, ପୁଣି ଏହି ଧନ-ସମ୍ପତ୍ତି ତୁମେ କାହିଁକି ସଂଗ୍ରହ କରୁଛ?॥4॥27॥
ਸਿਰੀਰਾਗੁ ਮਹਲਾ ੧ ਘਰੁ ੪ ॥
ସିରିରାଗ ମହଲା 1 ଘରୁ 4 ॥
ਸੋਈ ਮਉਲਾ ਜਿਨਿ ਜਗੁ ਮਉਲਿਆ ਹਰਿਆ ਕੀਆ ਸੰਸਾਰੋ ॥
ସେ ହିଁ ପରମାତ୍ମା, ଯିଏ ଏହି ଜଗତକୁ ପ୍ରଫୁଲ୍ଲିତ କରିଛନ୍ତି ତଥା ସଂସାରକୁ ପୋଷଣ କରୁଛନ୍ତି।
ਆਬ ਖਾਕੁ ਜਿਨਿ ਬੰਧਿ ਰਹਾਈ ਧੰਨੁ ਸਿਰਜਣਹਾਰੋ ॥੧॥
ଯେଉଁ ପରମାତ୍ମା ପାଣି ଓ ପୃଥିବୀ ଆଦି ପାଞ୍ଚ ତତ୍ତ୍ଵରେ ସଂପୂର୍ଣ୍ଣ ସୃଷ୍ଟିକୁ ବାନ୍ଧି ରଖିଛନ୍ତି। ସେହି ରଚୟିତା ପରମାତ୍ମା ଧନ୍ୟ ଅଟେ॥1॥
ਮਰਣਾ ਮੁਲਾ ਮਰਣਾ ॥
ହେ ମୁଲ୍ଲା! ମୃତ୍ୟୁ ଅପରିହାର୍ଯ୍ୟ ଅଟେ।
ਭੀ ਕਰਤਾਰਹੁ ਡਰਣਾ ॥੧॥ ਰਹਾਉ ॥
ପରମାତ୍ମାଙ୍କୁ ଡରିବା ଉଚିତ॥1॥ରୁହ॥
ਤਾ ਤੂ ਮੁਲਾ ਤਾ ਤੂ ਕਾਜੀ ਜਾਣਹਿ ਨਾਮੁ ਖੁਦਾਈ ॥
ତାହାହେଲେ ଯାଇ ତୁମେ ଶ୍ରେଷ୍ଠ, ମୁଲ୍ଲା, ଶ୍ରେଷ୍ଠ କାଜୀ ହୋଇପାରିବ, ଯଦି ତୁମ ପରମାତ୍ମାଙ୍କ ନାମ ବିଷୟରେ ଜାଣିବ।
ਜੇ ਬਹੁਤੇਰਾ ਪੜਿਆ ਹੋਵਹਿ ਕੋ ਰਹੈ ਨ ਭਰੀਐ ਪਾਈ ॥੨॥
ଯଦି ତୁମେ ବହୁତ ବିଦ୍ଵାନ ହୋଇଥାଅ ତାହାହେଲେ ମଧ୍ୟ ତୁମେ ମୃତ୍ୟୁ ଠାରୁ ବଞ୍ଚିପାରିବ ନାହିଁ॥2॥
ਸੋਈ ਕਾਜੀ ਜਿਨਿ ਆਪੁ ਤਜਿਆ ਇਕੁ ਨਾਮੁ ਕੀਆ ਆਧਾਰੋ ॥
ଅସଲି କାଜୀ ତାହାହେଲେ ସେ। ଯିଏ ଅହଂତ୍ଵକୁ ତ୍ୟାଗ କରିଛି ଆଉ ଏକ ପ୍ରଭୁଙ୍କ ନାମର ଆଶ୍ରୟ ନେଇଛି।
ਹੈ ਭੀ ਹੋਸੀ ਜਾਇ ਨ ਜਾਸੀ ਸਚਾ ਸਿਰਜਣਹਾਰੋ ॥੩॥
ସତ୍ୟ ସୃଷ୍ଟିର ରଚୟିତା ଅଜଯ୍ୟ ଅଛନ୍ତି, ଭବିଷ୍ୟତରେ ରହିବେ, ତାଙ୍କରି ଏହି ରଚନା ନଷ୍ଟ ହୋଇଯିବ କିନ୍ତୁ ସେ ନଷ୍ଟ ହେବ ନାହିଁ॥2॥
ਪੰਜ ਵਖਤ ਨਿਵਾਜ ਗੁਜਾਰਹਿ ਪੜਹਿ ਕਤੇਬ ਕੁਰਾਣਾ ॥
ତୁମେ ପାଞ୍ଚ ସମୟରେ ନମାଜ ପଢୁଅଛ, କୋରାନ ପଢୁଛ।
ਨਾਨਕੁ ਆਖੈ ਗੋਰ ਸਦੇਈ ਰਹਿਓ ਪੀਣਾ ਖਾਣਾ ॥੪॥੨੮॥
ନାନକ ଦେବଜୀ କହନ୍ତି ଯେ ହେ କାଜୀ! ଯେବେ ତୁମକୁ ମୃତ୍ୟୁ କବର ଆଡକୁ ଡାକିବ ସେତେବେଳେ ତୁମର ଖାଇବା ପିଇବା ସମାପ୍ତ ହୋଇଯିବ॥4॥27॥
ਸਿਰੀਰਾਗੁ ਮਹਲਾ ੧ ਘਰੁ ੪ ॥
ସିରିରାଗ ମହଲା 1 ଘରୁ 4 ॥
ਏਕੁ ਸੁਆਨੁ ਦੁਇ ਸੁਆਨੀ ਨਾਲਿ ॥
ଗୁରୁଜୀ କହନ୍ତି ଯେ ଜୀବ ସାଥିରେ ଲୋଭ ରୂପୀ କୁକୁର ଅଛି ତଥା ଆଶା ଓ ତୃଷ୍ଣା ରୂପୀ ଦୁଇଟି ମାଈ କୁକୁର ଅଛନ୍ତି।
ਭਲਕੇ ਭਉਕਹਿ ਸਦਾ ਬਇਆਲਿ ॥
ସର୍ବଦା ସକାଳେ ଏମାନେ ଖାଇବା ପାଇଁ ଭୁକିବାରେ ଲାଗନ୍ତି।
ਕੂੜੁ ਛੁਰਾ ਮੁਠਾ ਮੁਰਦਾਰੁ ॥
ଜୀବ ପାଖରେ ମିଥ୍ୟା ରୂପୀ ଛୁରି ଅଛି, ଯାହା ଦ୍ଵାରା ସାଂସାରିକ ପ୍ରାଣିକୁ ଠକି ଖାଏ।
ਧਾਣਕ ਰੂਪਿ ਰਹਾ ਕਰਤਾਰ ॥੧॥
ହେ ପ୍ରଭୁ! ସାଂସାରିକ ଜୀବ ହତ୍ୟାକାରୀ ରୂପରେ ରହିଅଛି॥1॥
ਮੈ ਪਤਿ ਕੀ ਪੰਦਿ ਨ ਕਰਣੀ ਕੀ ਕਾਰ ॥
ଜୀବ ପାଇଁ ଗୁରୁଜୀ ସ୍ଵୟଂକୁ ପୁରୁଷ ମାନି କହନ୍ତି ଯେ ମୁଁ ସେହି ପ୍ରଭୁ-ପତିଙ୍କ ପ୍ରତିଷ୍ଠିତ ଶିକ୍ଷା ଗ୍ରହଣ କରିନାହିଁ ତଥା କୌଣସି ଶ୍ରେଷ୍ଠ କାର୍ଯ୍ୟ କରିନାହିଁ।
ਹਉ ਬਿਗੜੈ ਰੂਪਿ ਰਹਾ ਬਿਕਰਾਲ ॥
ମୁଁ ଏପରି ବିକୃତ ବିକରାଳ ରୂପରେ ରହିଅଛି।
ਤੇਰਾ ਏਕੁ ਨਾਮੁ ਤਾਰੇ ਸੰਸਾਰੁ ॥
ହେ ପ୍ରଭୁ! ଆପଣଙ୍କ ଏକ ନାମ ହିଁ ଭବସାଗର ପାର କରାଏ!
ਮੈ ਏਹਾ ਆਸ ਏਹੋ ਆਧਾਰੁ ॥੧॥ ਰਹਾਉ ॥
ମୋତେ ଏହି ନାମର ଆଶା ଅଛି ଆଉ ଏହି ନାମର ଆଶ୍ରୟ ଅଛି॥1॥ରୁହ॥
ਮੁਖਿ ਨਿੰਦਾ ਆਖਾ ਦਿਨੁ ਰਾਤਿ ॥
ମୁଁ ନିଜ ମୁଖରେ ଦିନରାତି ନିନ୍ଦା କରୁଅଛି।
ਪਰ ਘਰੁ ਜੋਹੀ ਨੀਚ ਸਨਾਤਿ ॥
ମୁଁ ନିମ୍ନ ବର୍ଗ ବାଲା ଚୋରି କରିବା ପାଇଁ ପର ଘର ଆଡକୁ ଦେଖେ।
ਕਾਮੁ ਕ੍ਰੋਧੁ ਤਨਿ ਵਸਹਿ ਚੰਡਾਲ ॥
ଏହି ଦେହରେ କାମ କ୍ରୋଧ ଆଦି ଚାଣ୍ଡାଳ ବାସ କରନ୍ତି।
ਧਾਣਕ ਰੂਪਿ ਰਹਾ ਕਰਤਾਰ ॥੨॥
ହେ ପ୍ରଭୁ! ମୁଁ ହତ୍ୟାକାରୀ ରୂପରେ ରହୁଛି॥2॥
ਫਾਹੀ ਸੁਰਤਿ ਮਲੂਕੀ ਵੇਸੁ ॥
ମୋର ଧ୍ୟାନ ଲୋକଙ୍କୁ ଫସାଇବା ପାଇଁ ଲାଗିଥାଏ, ଯଦ୍ୟପି ମୋର ବାହ୍ୟ ବେସ ଫକୀର ଅଟେ।
ਹਉ ਠਗਵਾੜਾ ਠਗੀ ਦੇਸੁ ॥
ମୁଁ ବଡ ଠକ ଅଟେ, ତଥା ଦୁନିଆକୁ ଠକୁଅଛି।
ਖਰਾ ਸਿਆਣਾ ਬਹੁਤਾ ਭਾਰੁ ॥
ମୁଁ ନିଜକୁ ବଡ ଚତୁର ଭାବେ, କିନ୍ତୁ ମୋ’ ଉପରେ ପାପର ବହୁତ ଭାର ଅଛି।
ਧਾਣਕ ਰੂਪਿ ਰਹਾ ਕਰਤਾਰ ॥੩॥
ପ୍ରଭୁ! ମୁଁ ହତ୍ୟାକାରୀ ରୂପରେ ରହୁଛି॥3॥
ਮੈ ਕੀਤਾ ਨ ਜਾਤਾ ਹਰਾਮਖੋਰੁ ॥
ମୁଁ ପ୍ରଭୁ କରିଥିବା ଉପକାର ମଧ୍ୟ ଜାଣେ ନାହିଁ, ଏଣୁ ମୁଁ କୃତଘ୍ନ ଅଟେ।
ਹਉ ਕਿਆ ਮੁਹੁ ਦੇਸਾ ਦੁਸਟੁ ਚੋਰੁ ॥
ଅର୍ଥାତ ମୁଁ ନିଜେ କରିଥିବା କାମରେ ଏତେ ଲଜ୍ଜିତ ଅଟେ ଯେ ପ୍ରଭୁଙ୍କ ଦ୍ଵାରକୁ କେଉଁ ମୁହଁ ନେଇ ଯିବି।
ਨਾਨਕੁ ਨੀਚੁ ਕਹੈ ਬੀਚਾਰੁ ॥
ଗୁରୁ ନାନକ ଦେବ ଜୀ ସ୍ଵୟଂକୁ ଜୀବ ରୂପରେ ସମ୍ବୋଧିତ କରି କହନ୍ତି ଯେ ମୁଁ ଏତେ ନୀଚ ହୋଇଯାଇଛି।
ਧਾਣਕ ਰੂਪਿ ਰਹਾ ਕਰਤਾਰ ॥੪॥੨੯॥
ମୁଁ ହତ୍ୟାକାରୀ ରୂପରେ ରହୁଛି, ଅର୍ଥାତ ଏହି ସ୍ୱରୂପରେ ମୋର ମୁକ୍ତି କିପରି ହେବ?॥4॥29॥
ਸਿਰੀਰਾਗੁ ਮਹਲਾ ੧ ਘਰੁ ੪ ॥
ସିରିରାଗ ମହଲା ଘରୁ 4 ॥
ਏਕਾ ਸੁਰਤਿ ਜੇਤੇ ਹੈ ਜੀਅ ॥
ଏହି ଦୁନିଆରେ ଯେତେ ଜୀବ ଅଛନ୍ତି, ସମସ୍ତଙ୍କ ମଧ୍ୟରେ ଏକ ହିଁ ବିବେକ ଅଛି।
ਸੁਰਤਿ ਵਿਹੂਣਾ ਕੋਇ ਨ ਕੀਅ ॥
ଏହି ବିବେକରୁ ବଞ୍ଚିତ କେହି ମଧ୍ୟ ନାହାନ୍ତି।