Odia Page 31

ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥

ਅੰਮ੍ਰਿਤੁ ਛੋਡਿ ਬਿਖਿਆ ਲੋਭਾਣੇ ਸੇਵਾ ਕਰਹਿ ਵਿਡਾਣੀ ॥
ଯେଉଁ ସ୍ଵେଚ୍ଛାଚାରୀ ଜୀବ ନାମ-ଅମୃତକୁ ଛାଡି ବିକାର ରୂପୀ ବିଷରେ ମୋହିତ ଅଛି, ସତ୍ୟ ୱାହିଗୁରୁଙ୍କ ବ୍ୟତୀତ ଅନ୍ୟ କୌଣସି ପାର୍ଥିବ ପୂଜା କରିଥାଏ

ਆਪਣਾ ਧਰਮੁ ਗਵਾਵਹਿ ਬੂਝਹਿ ਨਾਹੀ ਅਨਦਿਨੁ ਦੁਖਿ ਵਿਹਾਣੀ ॥
ସେ ମାୟାତୀତ ହୋଇ ନିଜର ମୂଳ କର୍ତ୍ତବ୍ୟରୁ ବିମୁଖ ହେଉଅଛି ଆଉ ନିଜ ମାନବ ଜନ୍ମର ତାତ୍ପର୍ଯ୍ୟ ବୁଝେ ନାହିଁ ତଥା ସରାଜୀବନ ଦୁଃଖରେ ଅତିବାହିତ କରେ।

ਮਨਮੁਖ ਅੰਧ ਨ ਚੇਤਹੀ ਡੂਬਿ ਮੁਏ ਬਿਨੁ ਪਾਣੀ ॥੧॥
ଏପରି ଜୀବ ଅଜ୍ଞାନ ହୋଇ ସେହି ପରମାତ୍ମାଙ୍କୁ ସ୍ମରଣ କରେ ନାହିଁ ଆଉ ସେ ମାୟାରେ ଗ୍ରାସ ହୋଇ ବିକାର ରୂପୀ ସାଗରରେ ବୁଡି ମରେ॥1॥ 

ਮਨ ਰੇ ਸਦਾ ਭਜਹੁ ਹਰਿ ਸਰਣਾਈ ॥
ହେ ଜୀବ!ଗୁରୁଙ୍କ ଶରଣରେ ରହି ହରି-ପ୍ରଭୁଙ୍କୁ ଚିନ୍ତନ କର।

ਗੁਰ ਕਾ ਸਬਦੁ ਅੰਤਰਿ ਵਸੈ ਤਾ ਹਰਿ ਵਿਸਰਿ ਨ ਜਾਈ ॥੧॥ ਰਹਾਉ ॥
ଯେତେବେଳେ ଗୁରୁଙ୍କ ଉପଦେଶ ଅନ୍ତଃ ମନରେ ପ୍ରବିଷ୍ଟ ହୋଇଯାଏ, ପୁଣି କେବେ ପ୍ରଭୁଙ୍କୁ ଭୁଲେ ନାହିଁ॥1॥ରୁହ॥ 

ਇਹੁ ਸਰੀਰੁ ਮਾਇਆ ਕਾ ਪੁਤਲਾ ਵਿਚਿ ਹਉਮੈ ਦੁਸਟੀ ਪਾਈ ॥
ଜୀବର ମାୟା ନିର୍ମିତ ତନରେ ଅହଂକାର ରୂପୀ ବିକାର ଭରି ରହିଛି।

ਆਵਣੁ ਜਾਣਾ ਜੰਮਣੁ ਮਰਣਾ ਮਨਮੁਖਿ ਪਤਿ ਗਵਾਈ ॥
ଏଥିପାଇଁ ଜୀବ ସ୍ଵେଚ୍ଛାଚାରୀ ହୋଇ ଜନ୍ମ-ମରଣ ଚକ୍ରରେ ଫସି ପରମାତ୍ମାଙ୍କ ସମ୍ମୁଖରେ ନିଜ ପ୍ରତିଷ୍ଠା ହରାଇଦିଏ।

ਸਤਗੁਰੁ ਸੇਵਿ ਸਦਾ ਸੁਖੁ ਪਾਇਆ ਜੋਤੀ ਜੋਤਿ ਮਿਲਾਈ ॥੨॥
ସଦଗୁରୁଙ୍କ ସେବା କରିବା ଦ୍ଵାରା ସର୍ବଦା ସୁଖ ପ୍ରାପ୍ତି ହୋଇଥାଏ ଆଉ ପରମାତ୍ମା-ଜ୍ୟୋତି ସହିତ ଆତ୍ମ-ଜ୍ୟୋତିର ମିଳନ ହୋଇଯାଏ॥2॥

ਸਤਗੁਰ ਕੀ ਸੇਵਾ ਅਤਿ ਸੁਖਾਲੀ ਜੋ ਇਛੇ ਸੋ ਫਲੁ ਪਾਏ ॥
ସଦଗୁରୁଙ୍କ ସେବା ଅତି ସୁଖଦାୟୀ ଅଟେ, ଯାହା ଦ୍ଵାରା ମନବାଞ୍ଛିତ ଫଳ ପ୍ରାପ୍ତ ହୁଏ।

ਜਤੁ ਸਤੁ ਤਪੁ ਪਵਿਤੁ ਸਰੀਰਾ ਹਰਿ ਹਰਿ ਮੰਨਿ ਵਸਾਏ ॥
ସଦଗୁରୁଙ୍କ ସେବାର ପରିଣାମ ସ୍ୱରୂପ ସଂଯମତା, ସତ୍ୟ ଓ ତପ ପ୍ରାପ୍ତ ହୋଇଥାଏ ଆଉ ତନ ପବିତ୍ର ହୋଇଯାଏ ତଥା ଜୀବ ହୃଦୟରେ ହରିନାମ ଧାରଣ କରିଥାଏ।

ਸਦਾ ਅਨੰਦਿ ਰਹੈ ਦਿਨੁ ਰਾਤੀ ਮਿਲਿ ਪ੍ਰੀਤਮ ਸੁਖੁ ਪਾਏ ॥੩॥
ହଋ-ପ୍ରଭୁଙ୍କ ସହିତ ମିଳନ ହେବା ପରେ ଜୀବ ଆତ୍ମିକ ସୁଖ ଅନୁଭବ କରିଥାଏ ଆଉ ପ୍ରାୟତଃ ରାତିଦିନ ଆନନ୍ଦରେ ରହିଥାଏ॥3॥ 

ਜੋ ਸਤਗੁਰ ਕੀ ਸਰਣਾਗਤੀ ਹਉ ਤਿਨ ਕੈ ਬਲਿ ਜਾਉ ॥
ଯେଉଁ ଜୀବ ସଦଗୁରୁଙ୍କ ଶରଣରେ ଆସେ ମୁଁ ତାହା ପାଖରେ ସମର୍ପିତ ଅଟେ।

ਦਰਿ ਸਚੈ ਸਚੀ ਵਡਿਆਈ ਸਹਜੇ ਸਚਿ ਸਮਾਉ ॥
ସେହି ସମୟ ସତ୍ୟ-ସ୍ୱରୂପ ସଭାରେ ସତ୍ୟର ହିଁ ସମାପ୍ତ ପ୍ରାପ୍ତ ହୋଇଥାଏ, ଏପରି ଜୀବ ସତ୍ୟରେ ଲୀନ ହୁଏ।

ਨਾਨਕ ਨਦਰੀ ਪਾਈਐ ਗੁਰਮੁਖਿ ਮੇਲਿ ਮਿਲਾਉ ॥੪॥੧੨॥੪੫॥
ନାନକ ଦେବ ଜୀ କହନ୍ତି ଯେ ପରମାତ୍ମାଙ୍କ ସହିତ ମିଳନ କେବଳ ଆକାୟ ପୁରୁଷ ଏବଂ ଗୁରୁ ଉପଦେଶ ଦ୍ଵାରା ସମ୍ଭବ ଅଟେ॥4॥12॥45॥

ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3॥

ਮਨਮੁਖ ਕਰਮ ਕਮਾਵਣੇ ਜਿਉ ਦੋਹਾਗਣਿ ਤਨਿ ਸੀਗਾਰੁ ॥
ସ୍ଵେଚ୍ଛାଚାରୀ ଜୀବ ପାଇଁ ସଦକର୍ମ ଏହି ପ୍ରକାର ବ୍ୟର୍ଥ ହୋଇଥାଏ, ଯେପରି କୌଣସି ବିଧବା ସ୍ତ୍ରୀର ଶରୀରରେ କରାଯାଇଥିବା ଶୃଙ୍ଗାର ବ୍ୟର୍ଥ ଅଟେ।

ਸੇਜੈ ਕੰਤੁ ਨ ਆਵਈ ਨਿਤ ਨਿਤ ਹੋਇ ਖੁਆਰੁ ॥
କାରଣ ତାହାର ସଜ୍ଜ୍ୟାକୁ ତାହାର ସ୍ଵାମୀ ଆସନ୍ତି ନାହିଁ ଆଉ ସେ ନିତ୍ୟ ଏପରି ହିଁ କରି ଅପମାନିତ ହୋଇଥାଏ।

ਪਿਰ ਕਾ ਮਹਲੁ ਨ ਪਾਵਈ ਨਾ ਦੀਸੈ ਘਰੁ ਬਾਰੁ ॥੧॥
ଅର୍ଥାତ ସ୍ଵେଚ୍ଛାଚାରୀ ଜୀବ ଦ୍ଵାରା ନାମ-ସ୍ମରଣ ରୂପୀ ସଦକର୍ମ ନ ହେବା ଯୋଗୁଁ ପରମାତ୍ମା ତାହାର ନିକଟକୁ ଆସନ୍ତି ନାହିଁ ଆଉ ସେ ପତି-ପରମାତ୍ମାଙ୍କ ସ୍ୱରୂପ ପ୍ରାପ୍ତ କରେ ନାହିଁ, କାରଣ ତାହାକୁ ପରମାତ୍ମାଙ୍କ ଘର-ଦ୍ଵାର ଦେଖାଯାଏ ନାହିଁ॥1॥

ਭਾਈ ਰੇ ਇਕ ਮਨਿ ਨਾਮੁ ਧਿਆਇ ॥
ହେ ଭାଇ! ଏକାଗ୍ର ମନ ହୋଇ ନାମ ସ୍ମରଣ କର।

ਸੰਤਾ ਸੰਗਤਿ ਮਿਲਿ ਰਹੈ ਜਪਿ ਰਾਮ ਨਾਮੁ ਸੁਖੁ ਪਾਇ ॥੧॥ ਰਹਾਉ ॥
ସନ୍ଥଙ୍କ ସଙ୍ଗତିରେ ରହି ସେହି ସତସଙ୍ଗତିର ନାମ ସ୍ମରଣ କରିଲେ ଆତ୍ମିକ ସୁଖ ପ୍ରାପ୍ତି ହୁଏ॥1॥ରୁହ॥

ਗੁਰਮੁਖਿ ਸਦਾ ਸੋਹਾਗਣੀ ਪਿਰੁ ਰਾਖਿਆ ਉਰ ਧਾਰਿ ॥
ଗୁରୁମୁଖ ଜୀବ ସଦାସୁହାଗିନୀ ସ୍ତ୍ରୀ ଭଳି ଅଟେ, କାରଣ ସେ ପତି-ପରମାତ୍ମାଙ୍କୁ ନିଜ ହୃଦୟରେ ଧାରଣ କରି ରଖିଥାଏ।

ਮਿਠਾ ਬੋਲਹਿ ਨਿਵਿ ਚਲਹਿ ਸੇਜੈ ਰਵੈ ਭਤਾਰੁ ॥
ତାହାର ସ୍ଵର ମିଠା ଆଉ ତାହାର ସ୍ଵଭାବ ବିନମ୍ର ହୋଇଥାଏ, ଏହି କାରଣରୁ ସେହି ହୃଦୟ ରୂପୀ ସଜ୍ଜ୍ୟାରେ ପତି-ପରମାତ୍ମାଙ୍କ ରମଣ ପ୍ରାପ୍ତ ହୋଇଥାଏ।

ਸੋਭਾਵੰਤੀ ਸੋਹਾਗਣੀ ਜਿਨ ਗੁਰ ਕਾ ਹੇਤੁ ਅਪਾਰੁ ॥੨॥
ଯାହାକୁ ଗୁରୁଙ୍କ ଅନନ୍ତ ପ୍ରେମ ପ୍ରାପ୍ତ ହୋଇଅଛି, ସେହି ଗୁରୁମୁଖ ଜୀବ ସୁହାଗିନୀ ସ୍ତ୍ରୀ ସହିତ ସମାନ ଅଟେ॥2॥

ਪੂਰੈ ਭਾਗਿ ਸਤਗੁਰੁ ਮਿਲੈ ਜਾ ਭਾਗੈ ਕਾ ਉਦਉ ਹੋਇ ॥
ସଦକର୍ମ କାରଣରୁ ଜୀବର ଭାଗ୍ୟ ଉଦୟ ହେଲେ, ସେହି ସୌଭାଗ୍ୟରୁ ସଦଗୁରୁଙ୍କୁ ପ୍ରାପ୍ତି ହୋଇଥାଏ।

ਅੰਤਰਹੁ ਦੁਖੁ ਭ੍ਰਮੁ ਕਟੀਐ ਸੁਖੁ ਪਰਾਪਤਿ ਹੋਇ ॥
ଗୁରୁଙ୍କ ମିଳନ ଦ୍ଵାରା ଅନ୍ତର୍ମନରୁ ଦୁଃଖ ଦେଉଥିବା ଅହଂ ଦୂର ହୋଇଯାଏ ତଥା ଆତ୍ମିକ ସୁଖ ପ୍ରାପ୍ତି ହୋଇଥାଏ।

ਗੁਰ ਕੈ ਭਾਣੈ ਜੋ ਚਲੈ ਦੁਖੁ ਨ ਪਾਵੈ ਕੋਇ ॥੩॥
ଗୁରୁଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ ଜୀବନରେ କେବେ ମଧ୍ୟ କୌଣସି କଷ୍ଟ ଆସେ ନାହିଁ॥3॥

ਗੁਰ ਕੇ ਭਾਣੇ ਵਿਚਿ ਅੰਮ੍ਰਿਤੁ ਹੈ ਸਹਜੇ ਪਾਵੈ ਕੋਇ ॥
ଗୁରୁଙ୍କ ଅଜ୍ଞରେ ନାମ-ଅମୃତ ଥାଏ, ତାହାକୁ ଜ୍ଞାନ ଦ୍ଵାରା ହିଁ ପାଇହୁଏ।

ਜਿਨਾ ਪਰਾਪਤਿ ਤਿਨ ਪੀਆ ਹਉਮੈ ਵਿਚਹੁ ਖੋਇ ॥
ଯେଉଁ ଜୀବ ହୃଦୟରୁ ଅହଂ ତ୍ୟାଗ କରିଅଛି, ସେ ଗୁରୁଙ୍କ ଦ୍ଵାରା ନାମ-ଅମୃତ ପ୍ରାପ୍ତ କରି ତାହାର ପାନ କରିଅଛି।

ਨਾਨਕ ਗੁਰਮੁਖਿ ਨਾਮੁ ਧਿਆਈਐ ਸਚਿ ਮਿਲਾਵਾ ਹੋਇ ॥੪॥੧੩॥੪੬॥
ନାନକ ଦେବ ଜୀ କହନ୍ତି ଯେ ଯେଉଁ ଜୀବ ଗୁରୁମୁଖ ହୋଇ ନାମ-ସ୍ମରଣ କରିଥାଏ, ସତ୍ୟ ସ୍ୱରୂପ ପରମେଶ୍ଵରଙ୍କ ସହିତ ତାହାର ମିଳନ ହୋଇଥାଏ॥4॥13॥46॥ 

ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3॥

ਜਾ ਪਿਰੁ ਜਾਣੈ ਆਪਣਾ ਤਨੁ ਮਨੁ ਅਗੈ ਧਰੇਇ ॥
ଜୀବ ରୂପୀ ସ୍ତ୍ରୀ ଯେତେବେଳେ ପରମାତ୍ମାଙ୍କୁ ନିଜ ପତି ମାନିଠାଏ, ସେତେବେଳେ ସେ ନିଜର ସର୍ବସ୍ଵ ତାହାଙ୍କୁ ଅର୍ପଣ କରିଦେଇଥାଏ।

ਸੋਹਾਗਣੀ ਕਰਮ ਕਮਾਵਦੀਆ ਸੇਈ ਕਰਮ ਕਰੇਇ ॥
ପୁଣି ଯେଉଁ କର୍ମ ସୁହାଗିନୀ କରିଥାଏ, ସେହି କର୍ମ ତୁମେ ମଧ୍ୟ କର।

ਸਹਜੇ ਸਾਚਿ ਮਿਲਾਵੜਾ ਸਾਚੁ ਵਡਾਈ ਦੇਇ ॥੧॥
ସତ୍ୟ ସ୍ୱରୂପ ପରମାତ୍ମା ରୂପୀ ପତି ସହିତ ମିଳନ ହେବା ଅତି ସ୍ଵାଭାବିକ ଅଟେ ଆଉ ସେହି ପରମାତ୍ମା-ପତି ତୁମକୁ ସତ୍ୟ ପ୍ରତିଷ୍ଠା ପ୍ରଦାନ କରିବେ॥1॥

ਭਾਈ ਰੇ ਗੁਰ ਬਿਨੁ ਭਗਤਿ ਨ ਹੋਇ ॥
ହେ ଜୀବ! ପରମାତ୍ମାଙ୍କ ଚିନ୍ତନ ଗୁରୁଙ୍କ ବିନା ହୋଇପାରିବ ନାହିଁ।

ਬਿਨੁ ਗੁਰ ਭਗਤਿ ਨ ਪਾਈਐ ਜੇ ਲੋਚੈ ਸਭੁ ਕੋਇ ॥੧॥ ਰਹਾਉ ॥
ପ୍ରତ୍ୟେକ ଜୀବ ସେହି ପରମାତ୍ମାଙ୍କୁ ପାଇବା ପାଇଁ ନିଃସନ୍ଦେହରେ କାମ କର, କିନ୍ତୁ ଗୁରୁଙ୍କ ବିନା ସେହି ପରମାତ୍ମାଙ୍କ ଭକ୍ତି ପ୍ରାପ୍ତ ହୁଏ ନାହିଁ॥1॥ରୁହ॥

ਲਖ ਚਉਰਾਸੀਹ ਫੇਰੁ ਪਇਆ ਕਾਮਣਿ ਦੂਜੈ ਭਾਇ ॥
ଜୀବ ରୂପୀ ସ୍ତ୍ରୀ ଦୈତ୍ୟ-ଭାବରେ ଫସି ଚଉରାଅଶି ଲକ୍ଷ ଯୋନିର ଚକ୍ରରେ ପଥଭ୍ରଷ୍ଟ ହୋଇଥାଏ।

ਬਿਨੁ ਗੁਰ ਨੀਦ ਨ ਆਵਈ ਦੁਖੀ ਰੈਣਿ ਵਿਹਾਇ ॥
ଗୁରୁ ଉପଦେଶ ବିନା ତାହାକୁ ଶାନ୍ତି ମିଳେ ନାହିଁ ଆଉ ସେ ଦୁଃଖରେ ହିଁ ଜୀବନ ରୂପୀ ରାତି ଅତିବାହିତ କରେ।

ਬਿਨੁ ਸਬਦੈ ਪਿਰੁ ਨ ਪਾਈਐ ਬਿਰਥਾ ਜਨਮੁ ਗਵਾਇ ॥੨॥
ଗୁରୁଙ୍କ ଶବ୍ଦ ବିନା ସେହି ପତି-ପରମାତ୍ମାଙ୍କୁ ପ୍ରାପ୍ତି କରିପାରେ ନାହିଁ ଆଉ ସେ ନିଜ ଜୀବନ ଏପରି ବ୍ୟର୍ଥ କରିଦିଏ॥2॥

error: Content is protected !!