Odia Page 32

ਹਉ ਹਉ ਕਰਤੀ ਜਗੁ ਫਿਰੀ ਨਾ ਧਨੁ ਸੰਪੈ ਨਾਲਿ ॥
ଏପରି ଜୀବ-କାମିନୀ ମୁଁ-ମୁଁ କରି ସଂପୂର୍ଣ୍ଣ ସଂସାରରେ ପଥଭ୍ରଷ୍ଟ ହୋଇଥାଏ, କିନ୍ତୁ ଏହି ଧନ-ସମ୍ପତ୍ତି କାହା ସାଥିରେ ଯାଇ ନାହିଁ।  

ਅੰਧੀ ਨਾਮੁ ਨ ਚੇਤਈ ਸਭ ਬਾਧੀ ਜਮਕਾਲਿ ॥
ଭୌତିକ ପଦାର୍ଥର ଲୋଭରେ ଅନ୍ଧ ହୋଇଥିବା ସଂପୂର୍ଣ୍ଣ ସୃଷ୍ଟି ପ୍ରଭୁଙ୍କ ନାମ ସ୍ମରଣ କରେ ନାହିଁ ଆଉ ସେ ଯମର ଜାଲରେ ବାନ୍ଧି ହୋଇ ରହିଥାଏ।

ਸਤਗੁਰਿ ਮਿਲਿਐ ਧਨੁ ਪਾਇਆ ਹਰਿ ਨਾਮਾ ਰਿਦੈ ਸਮਾਲਿ ॥੩॥
ସଦଗୁରୁଙ୍କ ମିଳନରୁ ଯିଏ ହଋ-ନାମକୁ ହୃଦୟରେ ସମ୍ଭାଳିଥାଏ, ସେ ହିଁ ସତ୍ୟ ପୁଞ୍ଜି ଅର୍ଜନ କରିଥାଏ॥3॥ 

ਨਾਮਿ ਰਤੇ ਸੇ ਨਿਰਮਲੇ ਗੁਰ ਕੈ ਸਹਜਿ ਸੁਭਾਇ ॥
ଯେଉଁ ଜୀବ ଗୁରୁଙ୍କ ଉପଦେଶ ଅନୁସାରେ ନାମରେ ଅନୁରକ୍ତ ହୋଇଥାଏ, ସେ ହିଁ ନିର୍ମଳ ଓ ଶାନ୍ତ ସ୍ଵାଭାବ ବାଲା ଅଟେ।

ਮਨੁ ਤਨੁ ਰਾਤਾ ਰੰਗ ਸਿਉ ਰਸਨਾ ਰਸਨ ਰਸਾਇ ॥
ତାହାର ମନ ଓ ତନ ପ୍ରଭୁଙ୍କ ପ୍ରେମ ରଙ୍ଗରେ ଅନୁରକ୍ତ ହୋଇଛି, ସେ ହିଁ ଜିହ୍ଵା ନାମ-ରସରେ ଲିପ୍ତ ହୋଇଯାଇଛି।

ਨਾਨਕ ਰੰਗੁ ਨ ਉਤਰੈ ਜੋ ਹਰਿ ਧੁਰਿ ਛੋਡਿਆ ਲਾਇ ॥੪॥੧੪॥੪੭॥
ନାନକ ଦେବ ଜୀ କହନ୍ତି ଯେ ଯେଉଁ ରଙ୍ଗ ଅକାଳ-ପୁରୁଷ ଆରମ୍ଭରୁ ଲଗାଇଦେଇଛନ୍ତି ତାହା କେବେ ବାହାରେ ନାହିଁ॥4॥14॥47॥

ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3॥ 

ਗੁਰਮੁਖਿ ਕ੍ਰਿਪਾ ਕਰੇ ਭਗਤਿ ਕੀਜੈ ਬਿਨੁ ਗੁਰ ਭਗਤਿ ਨ ਹੋਈ ॥
ସଦଗୁରୁଙ୍କ କୃପା ହେଲେ ପ୍ରଭୁ-ଭକ୍ତି କରାଯାଇପାରିବ, ଅନ୍ୟଥା, ଗୁରୁଙ୍କ ବିନା ଭକ୍ତି ସମ୍ଭବ ନୁହେଁ।

ਆਪੈ ਆਪੁ ਮਿਲਾਏ ਬੂਝੈ ਤਾ ਨਿਰਮਲੁ ਹੋਵੈ ਸੋਈ ॥
ଯେଉଁ ଜୀବ ସ୍ଵୟଂକୁ ଗୁରୁ ସାଥିରେ ମିଳନ କରାଇ ନାମର ରହସ୍ୟ ବୁଝିଥାଏ, ସେ ନିର୍ମଳ ହୋଇଥାଏ। 

ਹਰਿ ਜੀਉ ਸਾਚਾ ਸਾਚੀ ਬਾਣੀ ਸਬਦਿ ਮਿਲਾਵਾ ਹੋਈ ॥੧॥
ହରି-ପ୍ରଭୁ ସ୍ଵୟଂ ସତ୍ୟ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ, କିନ୍ତୁ ଗୁରୁ ଉପଦେଶ ଦ୍ଵାରା ସେହି ସତ୍ୟ ସ୍ୱରୂପ ସହିତ ମିଳନ ହୋଇପାରେ॥1॥

ਭਾਈ ਰੇ ਭਗਤਿਹੀਣੁ ਕਾਹੇ ਜਗਿ ਆਇਆ ॥
ହେ ଜୀବ! ଯିଏ ପ୍ରଭୁ-ଭକ୍ତି କରିନାହିଁ, ଏହି ସଂସାରକୁ ତାହାର ଆସିବା ବ୍ୟର୍ଥ ଅଟେ

ਪੂਰੇ ਗੁਰ ਕੀ ਸੇਵ ਨ ਕੀਨੀ ਬਿਰਥਾ ਜਨਮੁ ਗਵਾਇਆ ॥੧॥ ਰਹਾਉ ॥
ପୂର୍ଣ୍ଣ ଗୁରୁଙ୍କୁ ଯିଏ ସେବା କରିନାହିଁ, ସିଏ ନିଜ ମାନବ ଜୀବନ ବ୍ୟର୍ଥ କରିଦେଇଛି॥1॥ରୁହ॥

ਆਪੇ ਜਗਜੀਵਨੁ ਸੁਖਦਾਤਾ ਆਪੇ ਬਖਸਿ ਮਿਲਾਏ ॥
ପରମାତ୍ମା ସ୍ଵୟଂ ହିଁ ସାଂସାରିକ ଜୀବଙ୍କ ଜୀବନଧାର ଓ ସୁଖଦାତା ଅଟନ୍ତି ଆଉ ସେ ଜୀବଙ୍କ ଅବଗୁଣ କ୍ଷମା କରି ନିଜ ଠାରେ ଲୀନ କରିଦିଅନ୍ତି।

ਜੀਅ ਜੰਤ ਏ ਕਿਆ ਵੇਚਾਰੇ ਕਿਆ ਕੋ ਆਖਿ ਸੁਣਾਏ ॥
ଏ ବିଚରା ଦୀନ-ହୀନ ଜୀବ-ଜନ୍ତୁ କଣ ସାମର୍ଥ୍ୟ ରଖିଛନ୍ତି ଆଉ କଣ କିଛି କହିକି ଶୁଣେଇପାରିବେ?

ਗੁਰਮੁਖਿ ਆਪੇ ਦੇਇ ਵਡਾਈ ਆਪੇ ਸੇਵ ਕਰਾਏ ॥੨॥
ସେହି ପରମେଶ୍ଵର ସ୍ଵୟଂ ହି ଗୁରୁମୁଖ ଜୀବଙ୍କୁ ନାମ ଦ୍ଵାରା ପ୍ରତିଷ୍ଠିତ କରୁଛନ୍ତି ଆଉ ସ୍ଵୟଂ ହି ତାଙ୍କଠାରୁ ସେବା କରାଉଛନ୍ତି॥2॥ 

ਦੇਖਿ ਕੁਟੰਬੁ ਮੋਹਿ ਲੋਭਾਣਾ ਚਲਦਿਆ ਨਾਲਿ ਨ ਜਾਈ ॥
ସ୍ଵେଚ୍ଛାଚାରୀ ଜୀବ ନିଜର କୁଟୁମ୍ବ-ମୋହରେ ଲିପ୍ତ ହୋଇଯାଉଛି , କିନ୍ତୁ ଅନ୍ତକାଳରେ କିଏ ହେଲେ ସାଥି ଦିଅନ୍ତି ନାହିଁ।

ਸਤਗੁਰੁ ਸੇਵਿ ਗੁਣ ਨਿਧਾਨੁ ਪਾਇਆ ਤਿਸ ਦੀ ਕੀਮ ਨ ਪਾਈ ॥
ଯିଏ ସଦଗୁରୁଙ୍କ ସେବା କରିକି ଗୁଣର ସମ୍ପତ୍ତି ବାଲା ପରମାତ୍ମାଙ୍କୁ ପ୍ରାପ୍ତ କରିସାରିଛି , ତାହାର ମୂଲ୍ୟ ଆଙ୍କି ପାରିବା ନାହିଁ। 

ਹਰਿ ਪ੍ਰਭੁ ਸਖਾ ਮੀਤੁ ਪ੍ਰਭੁ ਮੇਰਾ ਅੰਤੇ ਹੋਇ ਸਖਾਈ ॥੩॥
ହରି-ପରମେଶ୍ଵର ସବୁକାଳ ମୋର ମିତ୍ର ବା ସାଥି ଆଉ ଅନ୍ତକାଳରେ ମଧ୍ୟ ସହାୟକ ହେବେ॥3॥ 

ਆਪਣੈ ਮਨਿ ਚਿਤਿ ਕਹੈ ਕਹਾਏ ਬਿਨੁ ਗੁਰ ਆਪੁ ਨ ਜਾਈ ॥
ନିଜର ମନ-ଚିତ୍ତରେ କିଏ କହିଥାଏ ଅଥବା ଅନ୍ୟ କାହା ଦ୍ଵାରା କୁହାଉଛି କି ମୋର ଅଭିମାନ ନାହିଁ, କିନ୍ତୁ ଗୁରୁଙ୍କ କୃପା ବିନା ଜୀବର ଅନ୍ତର୍ମନରୁ ଅଭିମାନ ସମାପ୍ତ ହୁଏ ନାହିଁ  । 

ਹਰਿ ਜੀਉ ਦਾਤਾ ਭਗਤਿ ਵਛਲੁ ਹੈ ਕਰਿ ਕਿਰਪਾ ਮੰਨਿ ਵਸਾਈ ॥
ପରମେଶ୍ଵର ସମସ୍ତ ଜୀବଙ୍କର ଦାତା ଏବଂ ଭକ୍ତ-ବତ୍ସଳ, ଆଉ ସେ ସ୍ଵୟଂ ହିଁ କୃପା କରି ଜୀବର ହୃଦୟରେ ଭକ୍ତି ବସାନ୍ତି । 

ਨਾਨਕ ਸੋਭਾ ਸੁਰਤਿ ਦੇਇ ਪ੍ਰਭੁ ਆਪੇ ਗੁਰਮੁਖਿ ਦੇ ਵਡਿਆਈ ॥੪॥੧੫॥੪੮॥
ନାନକ ଦେବ କହନ୍ତି ଯେ ପରମାତ୍ମା ସ୍ଵୟଂ ହି ଯଶ ବା ଜ୍ଞାନ ଦେଉଛନ୍ତି  ଆଉ ସ୍ଵୟଂ ଗୁରୁ ଦ୍ଵାରା ପ୍ରତିଷ୍ଠା ପ୍ରଦାନ କରୁଛନ୍ତି ଅର୍ଥାତ ଅକାଳ-ପୁରୁଷ ସ୍ଵୟଂ ହି ଗୁରୁମୁଖ ଜୀବକୁ ଆତ୍ମ ଜ୍ଞାନ ଦେଇ ଏହି ଲୋକରେ ଯଶ ତଥା ପରଲୋକରେ ପ୍ରତିଷ୍ଠିତ ପଦ ପ୍ରଦାନ କରୁଛନ୍ତି॥4॥15॥48॥

ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3॥

ਧਨੁ ਜਨਨੀ ਜਿਨਿ ਜਾਇਆ ਧੰਨੁ ਪਿਤਾ ਪਰਧਾਨੁ ॥
ସେହି ମାତା ଧନ୍ୟ , ଯିଏ (ଗୁରୁଙ୍କୁ ) ଜନ୍ମ ଦେଇଛନ୍ତି ଆଉ ପିତା ମଧ୍ୟ ଶ୍ରେଷ୍ଠ । 

ਸਤਗੁਰੁ ਸੇਵਿ ਸੁਖੁ ਪਾਇਆ ਵਿਚਹੁ ਗਇਆ ਗੁਮਾਨੁ ॥
ଏପରି ସଦଗୁରୁଙ୍କ ସେବା କରି ଯେଉଁ ଜୀବମାନେ ସୁଖ ପ୍ରାପ୍ତ କରିଛନ୍ତି ଆଉ ଅନ୍ତରମନରୁ ଅଭିମାନକୁ ସମାପ୍ତ କରିଛନ୍ତି । 

ਦਰਿ ਸੇਵਨਿ ਸੰਤ ਜਨ ਖੜੇ ਪਾਇਨਿ ਗੁਣੀ ਨਿਧਾਨੁ ॥੧॥
ଏମିତି ସଦକର୍ମୀ ପୁରୁଷଙ୍କ ଦ୍ଵାରରେ ଅନେକ ଜିଜ୍ଞାସୁ ଦଣ୍ଡାୟମାନ ହୋଇ ସେବା କରି ଗୁଣସମ୍ପର୍ଣ୍ଣ ପରମାତ୍ମାଙ୍କୁ ପାଆନ୍ତି॥1॥   

ਮੇਰੇ ਮਨ ਗੁਰ ਮੁਖਿ ਧਿਆਇ ਹਰਿ ਸੋਇ ॥
ହେ ମୋର ଜୀବାତ୍ମା ! ତୁମ ଗୁରୁଙ୍କ ମୁହଁରୁ ଉଚ୍ଚାରଣ ହୋଇଥିବା ଉପଦେଶ ଦ୍ଵାରା ଆଚରଣ କରି ସେହି ଅକାଳ-ପୁରୁଷ ହରିଙ୍କ ସ୍ମରଣ କର । 

ਗੁਰ ਕਾ ਸਬਦੁ ਮਨਿ ਵਸੈ ਮਨੁ ਤਨੁ ਨਿਰਮਲੁ ਹੋਇ ॥੧॥ ਰਹਾਉ ॥
ଯେତେବେଳେ ଗୁରୁ-ଉପଦେଶ ହୃଦୟରେ ଧାରଣ ହୋଇଯାଉଛି ତ ତନ ଆଉ ମନ ଦୁଇଟି ପବିତ୍ର ହୋଇଯାଉଛି॥1॥ରୁହ॥

ਕਰਿ ਕਿਰਪਾ ਘਰਿ ਆਇਆ ਆਪੇ ਮਿਲਿਆ ਆਇ ॥
ଗୁରୁ ଉପଦେଶାନୁସାରେ ଚିନ୍ତନ କରିଲେ ପରମାତ୍ମା ଜୀବ ଉପରେ କୃପାଳୁ ହୋଇ ତାଙ୍କର ଅନ୍ତରମନରେ ବାସ କରନ୍ତି ଏବଂ ସ୍ଵୟଂ ଆସି ତା’ ସହିତ ମିଳନ କରନ୍ତି।  

ਗੁਰ ਸਬਦੀ ਸਾਲਾਹੀਐ ਰੰਗੇ ਸਹਜਿ ਸੁਭਾਇ ॥
ଏଥିପାଇଁ ଗୁରୁ-ଉପଦେଶ ଦ୍ଵାରା ସେହି ପରମାତ୍ମାଙ୍କ ଗୁଣଗାନ କରିଲେ ସ୍ଵାଭାବିକ ଭାବରେ ହିଁ ତାଙ୍କ ପ୍ରେମର ରଙ୍ଗ ଚଢିଯାଏ। 

ਸਚੈ ਸਚਿ ਸਮਾਇਆ ਮਿਲਿ ਰਹੈ ਨ ਵਿਛੁੜਿ ਜਾਇ ॥੨॥
ଏହି ପ୍ରକାର ଜୀବ ନିର୍ମଳ ହୋଇ ସେହି ସତ୍ୟ-ସ୍ୱରୂପରେ ଲୀନ ହୋଇଯାଉଛି ଆଉ ତାଙ୍କରି ସାଥିରେ ହିଁ ମିଶିରହେ, ପୁଣି କେବେ ଏଥିରୁ ବିମୁକ୍ତ ହୋଇ ଜନ୍ମ-ମୃତ୍ୟୁ ଚକ୍ରରେ ପଡେ ନାହିଁ॥2॥  

ਜੋ ਕਿਛੁ ਕਰਣਾ ਸੁ ਕਰਿ ਰਹਿਆ ਅਵਰੁ ਨ ਕਰਣਾ ਜਾਇ ॥
ଯାହା କିଛି କରିବାକୁ ହୁଏ , ସେହି ପରମାତ୍ମା କରନ୍ତି, ଏହା ଅତିରିକ୍ତ କିଛି କରାଯାଇପାରିବ ନାହିଁ।

ਚਿਰੀ ਵਿਛੁੰਨੇ ਮੇਲਿਅਨੁ ਸਤਗੁਰ ਪੰਨੈ ਪਾਇ ॥
ସଦଗୁରୁଙ୍କ ଶରଣରେ ରଖାଇ ପରମାତ୍ମା ଚିରକାଳରୁ ବିମୁକ୍ତ ହୋଇଥିବା ଜୀବାତ୍ମାଙ୍କୁ ନିଜ ସ୍ୱରୂପରେ ଲୀନ କରନ୍ତି। 

ਆਪੇ ਕਾਰ ਕਰਾਇਸੀ ਅਵਰੁ ਨ ਕਰਣਾ ਜਾਇ ॥੩॥
ସେ ନିଜ ଇଚ୍ଛାନୁସାରେ ହିଁ ଜୀବ ଠାରୁ କର୍ମ କରାନ୍ତି, ଏହା ଅତିରିକ୍ତ କିଛି କରାଯାଇପାରିବ ନାହିଁ॥3॥

ਮਨੁ ਤਨੁ ਰਤਾ ਰੰਗ ਸਿਉ ਹਉਮੈ ਤਜਿ ਵਿਕਾਰ ॥
ଯେଉଁ ଜୀବ ଅହଂତ୍ଵ ଆଉ ବିକାରର ତ୍ୟାଗ କରି ନିଜ ମନ ଓ ତନ ପରମାତ୍ମାଙ୍କ ପ୍ରେମ ରଙ୍ଗରେ ଲୀନ କରିଦେଇଛନ୍ତି,

ਅਹਿਨਿਸਿ ਹਿਰਦੈ ਰਵਿ ਰਹੈ ਨਿਰਭਉ ਨਾਮੁ ਨਿਰੰਕਾਰ ॥
ସେହି ଜୀବ ନିର୍ଭୟ ହୋଇ ନିଜ ହୃଦୟରେ ପରମାତ୍ମାଙ୍କ ନାମ-ସ୍ମରଣ କରୁଥାଏ।

ਨਾਨਕ ਆਪਿ ਮਿਲਾਇਅਨੁ ਪੂਰੈ ਸਬਦਿ ਅਪਾਰ ॥੪॥੧੬॥੪੯॥
ନାନକ ଦେବ ଜୀ କହନ୍ତି ଯେ ପରମାତ୍ମା ସ୍ଵୟଂ ହିଁ ଏପରି ଜୀବଙ୍କୁ ପରିପୂର୍ଣ୍ଣ ଗୁରୁଙ୍କ ଉପଦେଶ ଦ୍ଵାରା ନିଜ ସ୍ଵରୂପରେ ମିଳନ କରିଛନ୍ତି॥4॥16॥41॥

ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥

ਗੋਵਿਦੁ ਗੁਣੀ ਨਿਧਾਨੁ ਹੈ ਅੰਤੁ ਨ ਪਾਇਆ ਜਾਇ ॥
ଗୁରୁବାଣୀ ଦ୍ଵାରା ଲବ୍ଧ ପରଂବ୍ରହ୍ମ ଗୁଣର ଭଣ୍ଡାର ଅଟନ୍ତି, ତାଙ୍କରି ସୀମା ପାଇପାରିବା ନାହିଁ।

ਕਥਨੀ ਬਦਨੀ ਨ ਪਾਈਐ ਹਉਮੈ ਵਿਚਹੁ ਜਾਇ ॥
କେବଳ କଥନ କରିଲେ ତାଙ୍କରି ପ୍ରାପ୍ତି ସମ୍ଭବ ନାହିଁ, ବରଂ ତାହା ହୃଦୟରୁ ଅହଂତ୍ଵକୁ ତ୍ୟାଗ କରିଲେ ହିଁ ମିଳିଥାଏ।

error: Content is protected !!