ਸਾਹਿਬੁ ਅਤੁਲੁ ਨ ਤੋਲੀਐ ਕਥਨਿ ਨ ਪਾਇਆ ਜਾਇ ॥੫॥
ସେହି ସାହିବ (ପ୍ରଭୁ) ଅତୁଳନୀୟ ଅଟନ୍ତି ଯାହା ସହିତ କୌଣସି ବସ୍ତୁକୁ ତୁଳନା କରାଯାଇପାରିବ ନାହିଁ, ତାହାଙ୍କର ପ୍ରାପ୍ତି କେବଳ କହିବା ଦ୍ଵାରା ହୋଇପାରିବ ନାହିଁ।॥5॥
ਵਾਪਾਰੀ ਵਣਜਾਰਿਆ ਆਏ ਵਜਹੁ ਲਿਖਾਇ ॥
ଜୀବ ଅଜଣା ଅଟେ। ସେ ଜଗତକୁ ବ୍ୟାପାର କରିବାକୀ ଆସିଛି । ସେ ପ୍ରଭୁଙ୍କ ଦରବାରରେ ନିଜର ବେତନ ଲେଖି କରି ଆସିଛି।
ਕਾਰ ਕਮਾਵਹਿ ਸਚ ਕੀ ਲਾਹਾ ਮਿਲੈ ਰਜਾਇ ॥
ଯିଏ ସତ୍ୟ ଅର୍ଜନ କରେ ଆଉ ଈଶ୍ଵରଙ୍କ ଇଚ୍ଛାକୁ ସ୍ଵୀକାର କରିଥାଏ, ସେ କର୍ମର ଲାଭ ଅର୍ଜନ କରେ।
ਪੂੰਜੀ ਸਾਚੀ ਗੁਰੁ ਮਿਲੈ ਨਾ ਤਿਸੁ ਤਿਲੁ ਨ ਤਮਾਇ ॥੬॥
ସତ୍ୟର ପୁଞ୍ଜି ଦ୍ଵାରା ସେ ଗୁରୁ ପ୍ରାପ୍ତ କରିଥାଏ, ଯାହାକୁ ତିଳେ ମାତ୍ର ଲୋଭ ଲାଳସା ନାହିଁ ॥6॥
ਗੁਰਮੁਖਿ ਤੋਲਿ ਤੋੁਲਾਇਸੀ ਸਚੁ ਤਰਾਜੀ ਤੋਲੁ ॥
ସତ୍ୟର ତରାଜୁରେ ସତ୍ୟର ଅଜନରେ ଗୁରୁମୁଖ ପ୍ରାଣିକୁ ଗୁରୁଦେବ ସ୍ଵୟଂ ତୁଳନ୍ତି ତଥା ଅନ୍ୟକୁ ତଉଳନ୍ତି।
ਆਸਾ ਮਨਸਾ ਮੋਹਣੀ ਗੁਰਿ ਠਾਕੀ ਸਚੁ ਬੋਲੁ ॥
ଗୁରୁ, ଯାହାର ବଚନ ସତ୍ୟ ଅଟେ, ଯେଉଁ ଆଶା-ତୃଷ୍ଣା ସମସ୍ତଙ୍କୁ ଭୁଲାଇ ନିଏ , ଗୁରୁ ତାହାକୁ ବନ୍ଦ କରନ୍ତି।
ਆਪਿ ਤੁਲਾਏ ਤੋਲਸੀ ਪੂਰੇ ਪੂਰਾ ਤੋਲੁ ॥੭॥
ପରମେଶ୍ଵର କର୍ମ ଅନୁସାରେ ପ୍ରାଣୀଙ୍କୁ ନିଜେ ତରାଜୁରେ ତୁଳନ୍ତି, ପୂର୍ଣ୍ଣ ପୁରୁଷଙ୍କ ତୁଳ- ପରିମାଣ ମଧ୍ୟ ପୂର୍ଣ୍ଣ ଅଟେ।
ਕਥਨੈ ਕਹਣਿ ਨ ਛੁਟੀਐ ਨਾ ਪੜਿ ਪੁਸਤਕ ਭਾਰ ॥
କେବଳ କହିବାତଥ କଥାବାର୍ତ୍ତା ଦ୍ଵାରା କାହାର ମୁକ୍ତି ହୁଏ ନାହିଁ କିମ୍ବା ବହୁତ ଗ୍ରନ୍ଥ ପଢିବା ଦ୍ଵାରା।
ਕਾਇਆ ਸੋਚ ਨ ਪਾਈਐ ਬਿਨੁ ਹਰਿ ਭਗਤਿ ਪਿਆਰ ॥
ହରିଙ୍କ ଭକ୍ତି ଓ ପ୍ରୀତି ବିନା ତନର ପବିତ୍ରତା ପ୍ରାପ୍ତ ହୁଏ ନାହିଁ।
ਨਾਨਕ ਨਾਮੁ ਨ ਵੀਸਰੈ ਮੇਲੇ ਗੁਰੁ ਕਰਤਾਰ ॥੮॥੯॥
ହେ ନାନକ! ମୋତେ ଭଗବାନଙ୍କ ନାମ ବିସ୍ମୃତ ନ ହେଉ ଆଉ ଗୁରୁ ମୋତେ ଭଗବାନଙ୍କ ସହିତ ମିଲନ କରାଇ ଦିଅନ୍ତୁ। ॥8॥9॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਸਤਿਗੁਰੁ ਪੂਰਾ ਜੇ ਮਿਲੈ ਪਾਈਐ ਰਤਨੁ ਬੀਚਾਰੁ ॥
ଯଦି ପ୍ରାଣୀକୁ ପୂର୍ଣ୍ଣ ସଦଗୁରୁ ମିଳିଯାନ୍ତି ତାହାହେଲେ ତାହାକୁ ଜ୍ଞାନ ରୂପୀ ରତ୍ନ ପ୍ରାପ୍ତ ହୋଇଯାଏ।
ਮਨੁ ਦੀਜੈ ਗੁਰ ਆਪਣੇ ਪਾਈਐ ਸਰਬ ਪਿਆਰੁ ॥
ଯଦି ନିଜ ମନ ନିଜ ଗୁରୁଙ୍କୁ ଅର୍ପିତ କରି ଦିଅ ତାହାହେଲେ ତାହାକୁ ସମସ୍ତଙ୍କ ପ୍ରେମ ହୋଇଯାଏ।
ਮੁਕਤਿ ਪਦਾਰਥੁ ਪਾਈਐ ਅਵਗਣ ਮੇਟਣਹਾਰੁ ॥੧॥
ତାହାକୁ ଗୁରୁଙ୍କ ଠାରୁ ମୋକ୍ଷ-ରୂପୀ ରତ୍ନ ମିଳିଯାଏ ଯାହା ସବୁ ଅବଗୁଣକୁ ନାଶ କରିଥାଏ। ॥1॥
ਭਾਈ ਰੇ ਗੁਰ ਬਿਨੁ ਗਿਆਨੁ ਨ ਹੋਇ ॥
ହେ ଭାଇ! ଗୁରୁଙ୍କ ବିନା ଜ୍ଞାନ ମିଳେ ନାହିଁ।
ਪੂਛਹੁ ਬ੍ਰਹਮੇ ਨਾਰਦੈ ਬੇਦ ਬਿਆਸੈ ਕੋਇ ॥੧॥ ਰਹਾਉ ॥
ଯିଏ ମଧ୍ୟ ଯାଇ ବ୍ରହ୍ମା, ନାରଦ ଏବଂ ବେଦର ରଚୟିତା ବ୍ୟାସଙ୍କୁ ପଚାରୁ ॥1॥ରୁହ॥
ਗਿਆਨੁ ਧਿਆਨੁ ਧੁਨਿ ਜਾਣੀਐ ਅਕਥੁ ਕਹਾਵੈ ਸੋਇ ॥
ଜ୍ଞାନ ଏବଂ ଧ୍ୟାନ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ ଆଉ ଗୁରୁ ନିଜ ସେବକ ଦ୍ଵାରା ଅବର୍ଣ୍ଣନନୀୟ ହରିଙ୍କ ବର୍ଣ୍ଣନା କରାଇ ଦିଅନ୍ତି।
ਸਫਲਿਓ ਬਿਰਖੁ ਹਰੀਆਵਲਾ ਛਾਵ ਘਣੇਰੀ ਹੋਇ ॥
ସବୁଜ, ଫଳ ବହନ କାରୀ, ଓ ଛାୟା ପ୍ରଦାନ କାରୀ ବୃକ୍ଷ ସହିତ ଗୁରୁ ସମାନ ଅଟନ୍ତି।
ਲਾਲ ਜਵੇਹਰ ਮਾਣਕੀ ਗੁਰ ਭੰਡਾਰੈ ਸੋਇ ॥੨॥
ସର୍ବଗୁଣ ମଣି, ଅଳଙ୍କାର ଆଦି ଗୁରୁଙ୍କ ଅମୂଲ୍ୟ ଭଣ୍ଡାରରେ ଅଛି ॥2॥
ਗੁਰ ਭੰਡਾਰੈ ਪਾਈਐ ਨਿਰਮਲ ਨਾਮ ਪਿਆਰੁ ॥
ଗୁରୁଙ୍କ ଭଣ୍ଡାର ଗୁରୁବାଣୀରୁ ଆମେ ପବିତ୍ର ନାମ ପ୍ରାପ୍ତି କରୁ।
ਸਾਚੋ ਵਖਰੁ ਸੰਚੀਐ ਪੂਰੈ ਕਰਮਿ ਅਪਾਰੁ ॥
ଅନନ୍ତ ପରମେଶ୍ଵରଙ୍କ ପୂର୍ଣ୍ଣ କୃପା ଦ୍ଵାରା ଆମେ ସତ୍ୟ ନାମର ସଉଦା ସଞ୍ଚୟ କରିଥାଉ।
ਸੁਖਦਾਤਾ ਦੁਖ ਮੇਟਣੋ ਸਤਿਗੁਰੁ ਅਸੁਰ ਸੰਘਾਰੁ ॥੩॥
ସୁଖ ଦାତା ସଦଗୁରୁ ସୁଖ ପ୍ରଦାନ କରନ୍ତି, କଷ୍ଟ ନିବୃତ୍ତ କରନ୍ତି ଏବଂ ଦୁଷ୍କର୍ମର ଦୈତକୁ ସଂହାର କରନ୍ତି।
ਭਵਜਲੁ ਬਿਖਮੁ ਡਰਾਵਣੋ ਨਾ ਕੰਧੀ ਨਾ ਪਾਰੁ ॥
ଏହି ଭବ ସାଗର ବଡ ବିଷମ ଏବଂ ଭୟାନକ ଅଟେ, ତାହାର କୌଣସି ଥଳ କୁଳ ନାହିଁ।
ਨਾ ਬੇੜੀ ਨਾ ਤੁਲਹੜਾ ਨਾ ਤਿਸੁ ਵੰਝੁ ਮਲਾਰੁ ॥
ଏଥିରେ କୌଣସି ନଉକା, କୌଣସି କାଠ, କୌଣସି କାଟ କିମ୍ବା କେହି ନାବିକ ନଥାନ୍ତି।
ਸਤਿਗੁਰੁ ਭੈ ਕਾ ਬੋਹਿਥਾ ਨਦਰੀ ਪਾਰਿ ਉਤਾਰੁ ॥੪॥
କେବଳ ସଦଗୁରୁ ହିଁ ଭୟାନକ ସାଗରରେ ଏକ ଜାହାଜ ଅଟନ୍ତି, ଯାହାର କୃପା ଦୃଷ୍ଟି ମନୁଷ୍ୟକୁ ପାର କାରାଇଦିଏ॥4॥
ਇਕੁ ਤਿਲੁ ਪਿਆਰਾ ਵਿਸਰੈ ਦੁਖੁ ਲਾਗੈ ਸੁਖੁ ਜਾਇ ॥
ଯଦି ମୁଁ ଏକ କ୍ଷଣ ପାଇଁ ମଧ୍ୟ ପ୍ରଭୁଙ୍କୁ ବିସ୍ମୃତ କରିଦିଏ , ତାହାହେଲେ ମୋତେ କଷ୍ଟ ଘେରିଦିଏ ଓ ସୁଖ ଚାଲିଯାଏ।
ਜਿਹਵਾ ਜਲਉ ਜਲਾਵਣੀ ਨਾਮੁ ਨ ਜਪੈ ਰਸਾਇ ॥
ଯିଏ ଜିହ୍ଵାରେ ଈଶ୍ଵରଙ୍କ ନାମର ଉଚ୍ଚାରଣ କରେ ନାହିଁ, ସେ ଜଳିଯିବା ଉଚିତ, କାରଣ ନାମର ଉଚ୍ଚାରଣ କରୁନଥିବା ଜିହ୍ଵା ଜଳିବା ଯୋଗ୍ୟ ଅଟେ।
ਘਟੁ ਬਿਨਸੈ ਦੁਖੁ ਅਗਲੋ ਜਮੁ ਪਕੜੈ ਪਛੁਤਾਇ ॥੫॥
ଯେତେବେଳେ ଦେହ ଭାଙ୍ଗିଯାଏ, ମନୁଷ୍ୟ ବହୁତ ପୀଡା ତଥା କଷ୍ଟ ଭୋଗିଥାଏ ଆଉ ଯମଦୂତ ଯେତେବେଳେ ଶିଙ୍କୁଳିରେ ବାନ୍ଧି ନେଇଥାଏ ମନୁଷ୍ୟ ଅବଶୋଶ ପ୍ରକଟ କରିଥାଏ। ॥5॥
ਮੇਰੀ ਮੇਰੀ ਕਰਿ ਗਏ ਤਨੁ ਧਨੁ ਕਲਤੁ ਨ ਸਾਥਿ ॥
ମନୁଷ୍ୟ ‘ମୋତେ’ ‘ମୁଁ’ ଓ ‘ମୋର’ କହି ସଂସାରରୁ ଚାଲିଯାଏ, ତାହା ସହିତ ତନ, ଧାନ ଓ ନାରୀ ଯାଆନ୍ତି ନାହିଁ, ଅର୍ଥାତ, ମୃତ୍ୟୁ କାଳରେ କେହି ସାଥିରେ ରହନ୍ତି ନାହିଁ।
ਬਿਨੁ ਨਾਵੈ ਧਨੁ ਬਾਦਿ ਹੈ ਭੂਲੋ ਮਾਰਗਿ ਆਥਿ ॥
ନାମ ବିହୀନ ପଦାର୍ଥ ରସହୀନ ଅଟେ। ଧନ ଇତ୍ୟାଦି ମୋହରେ ଭୁଲିଯାଇଥିବପ୍ରାଣୀ କୁମାର୍ଗକୁ ଚାଲି ଯାଇଥାଏ।
ਸਾਚਉ ਸਾਹਿਬੁ ਸੇਵੀਐ ਗੁਰਮੁਖਿ ਅਕਥੋ ਕਾਥਿ ॥੬॥
ଏଥିପାଇଁ ଗୁରୁଙ୍କ ଆଶ୍ରୟକୁ ଆସି ପରମେଶ୍ଵରଙ୍କ ଭକ୍ତି କର ଆଉ ଅବର୍ଣ୍ଣନନୀୟ ପରମାତ୍ମାଙ୍କ ବର୍ଣ୍ଣନା କର ॥6॥
ਆਵੈ ਜਾਇ ਭਵਾਈਐ ਪਇਐ ਕਿਰਤਿ ਕਮਾਇ ॥
ପ୍ରାଣୀ ଜନ୍ମ-ମୃତ୍ୟୁ ଚକ୍ରରେ ପଡି ଯୋନିରେ ପଡିରହିଥାଏ।
ਪੂਰਬਿ ਲਿਖਿਆ ਕਿਉ ਮੇਟੀਐ ਲਿਖਿਆ ਲੇਖੁ ਰਜਾਇ ॥
ସେ ନିଜର ପୂର୍ବ କର୍ମ ଅନୁସାରେ କାମ କରିଥାଏ। ବିଧାତା ଦ୍ଵାରା ଲେଖାଯାଇଥିବା ଭାଗ୍ୟକୁ କେମିତି ରୋକି ହେବ ଯେତେବେଳେ ଏହା ପରମେଶ୍ଵରଙ୍କ ଦ୍ଵାରା ଲେଖାଯାଇଛି?
ਬਿਨੁ ਹਰਿ ਨਾਮ ਨ ਛੁਟੀਐ ਗੁਰਮਤਿ ਮਿਲੈ ਮਿਲਾਇ ॥੭॥
ଈଶ୍ଵରଙ୍କ ନାମ ବିନା ପ୍ରାଣୀଙ୍କ ମୁକ୍ତି ହୋଇପାରିବ ନାହିଁ। ଗୁରୁ ଉପଦେଶ ଅନୁସାରେ ହିଁ ପରମାତ୍ମାଙ୍କ ସହିତ ମିଲନ କରିହୁଏ। ॥8॥
ਤਿਸੁ ਬਿਨੁ ਮੇਰਾ ਕੋ ਨਹੀ ਜਿਸ ਕਾ ਜੀਉ ਪਰਾਨੁ ॥
ମୋର ପ୍ରାଣ-ସ୍ଵାମୀ ପରମାତ୍ମାଙ୍କ ବିନା ମୋର ନିଜର କେହି ନାହାନ୍ତି, ମୋର ଆତ୍ମା ଆଉ ଜୀବନ ସବୁ ଉପରେ ତାଙ୍କରି ଅଧିକାର ଅଛି।
ਹਉਮੈ ਮਮਤਾ ਜਲਿ ਬਲਉ ਲੋਭੁ ਜਲਉ ਅਭਿਮਾਨੁ ॥
ହେ ମୋର ଅହଂକାର ଏବଂ ସାଂସାରିକ ମୋହ! ତୁ ଜଳି ପାଉଁଶ ହୋଇଯାଅ, ମୋର ଲୋଭ, ମମତା, ଅଭିମାନ ଆଦି ସବୁ ଜାଲିଯାଉ ଯାହା ମୋତେ ଈଶ୍ଵରଙ୍କ ନ୍ଥରୁ ଦୂର କରିଦେଉଛି।
ਨਾਨਕ ਸਬਦੁ ਵੀਚਾਰੀਐ ਪਾਈਐ ਗੁਣੀ ਨਿਧਾਨੁ ॥੮॥੧੦॥
ହେ ନାନକ! ନାମର ଆରାଧନା କରିଲେ ଗୁଣର ଭଣ୍ଡାର (ଇଶ୍ଵର)ଙ୍କ ପ୍ରାପ୍ତି ହୋଇଯାଏ ॥8॥10॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਰੇ ਮਨ ਐਸੀ ਹਰਿ ਸਿਉ ਪ੍ਰੀਤਿ ਕਰਿ ਜੈਸੀ ਜਲ ਕਮਲੇਹਿ ॥
ହେ ମୋର ମନ! ଈଶ୍ଵରଙ୍କ ସହିତ ଏତେ ପ୍ରେମ କର ଯେପରି କମଳ ସହିତ ଜଳର ଅଛି।
ਲਹਰੀ ਨਾਲਿ ਪਛਾੜੀਐ ਭੀ ਵਿਗਸੈ ਅਸਨੇਹਿ ॥
ତାହାକୁ ଜଳର ଲହଡି ଧକ୍କା ମାରିଥାଏ ତଥାପି ତାହା ପ୍ରେମ ଭିତରେ ପ୍ରଫୁଲ୍ଲିତ ଥାଏ।
ਜਲ ਮਹਿ ਜੀਅ ਉਪਾਇ ਕੈ ਬਿਨੁ ਜਲ ਮਰਣੁ ਤਿਨੇਹਿ ॥੧॥
ପ୍ରଭୁ ଜଳର ଭିତରେ ଏପରି ପ୍ରାଣୀ ଉତ୍ପର୍ଣ୍ଣ କରିଥାନ୍ତି, ଜଳ ବିନା ଯାହାର ମୃତ୍ୟୁହୋଇଥାଏ ॥1॥