Odia Page 60

ਮਨ ਰੇ ਕਿਉ ਛੂਟਹਿ ਬਿਨੁ ਪਿਆਰ ॥l
ହେ ମୋର ମନ! ପ୍ରଭୁଙ୍କ ସହିତ ପ୍ରେମ ବିନା ତୋହର ମୁକ୍ତି କିପରି ହେବ?

ਗੁਰਮੁਖਿ ਅੰਤਰਿ ਰਵਿ ਰਹਿਆ ਬਖਸੇ ਭਗਤਿ ਭੰਡਾਰ ॥੧॥ ਰਹਾਉ ॥
ଭଗବାନ ଗୁରୁଙ୍କ ହୃଦୟରେ ନିବାସ କରିଥାନ୍ତି ଆଉ ଜୀବଙ୍କୁ ଭକ୍ତିର ଭଣ୍ଡାର ପ୍ରଦାନ କରିଥାନ୍ତି, ଅର୍ଥାତ ଗୁରୁଙ୍କ କୃପାରୁ ହିଁ ଭକ୍ତି ପ୍ରାପ୍ତ ହୋଇଥାଏ…1॥ରୁହ॥

ਰੇ ਮਨ ਐਸੀ ਹਰਿ ਸਿਉ ਪ੍ਰੀਤਿ ਕਰਿ ਜੈਸੀ ਮਛੁਲੀ ਨੀਰ ॥
ହେ ମୋର ମନ! ଈଶ୍ବରଙ୍କ ସହିତ ଏପରି ପ୍ରେମ ଭକ୍ତି କର ଯେପରି ମାଛର ଜଳ ସହିତ ରହିଛି।

ਜਿਉ ਅਧਿਕਉ ਤਿਉ ਸੁਖੁ ਘਣੋ ਮਨਿ ਤਨਿ ਸਾਂਤਿ ਸਰੀਰ ॥
ଯେତେ ଅଧିକ ଜଳ ବଢିଥାଏ, ସେତେ ଅଧିକ ସୁଖ ପ୍ରାପ୍ତ କରିଥାଏ, ମାଛ ଆତ୍ମା, ତନ ଓ ଶରୀରରେ ସୁଖ ଶାନ୍ତି ଅନୁଭବ କରିଥାଏ।

ਬਿਨੁ ਜਲ ਘੜੀ ਨ ਜੀਵਈ ਪ੍ਰਭੁ ਜਾਣੈ ਅਭ ਪੀਰ ॥੨॥
ଜଳ ବିନା ତାହା ଏକ କ୍ଷଣ ମଧ୍ୟ ଜୀବିତ ରହିପାରେ ନାହିଁ। ସ୍ଵାମୀ ତାହାର ହୃଦୟର ପୀଡାକୁ ଜାଣିଥାନ୍ତି।

ਰੇ ਮਨ ਐਸੀ ਹਰਿ ਸਿਉ ਪ੍ਰੀਤਿ ਕਰਿ ਜੈਸੀ ਚਾਤ੍ਰਿਕ ਮੇਹ ॥
ହେ ମୋର ମନ! ଈଶ୍ବରଙ୍କ ସହିତ ଏପରି ପ୍ରୀତି କର ଯେପରି ଚାତକ ପକ୍ଷୀ ବର୍ଷା ସହିତ କରିଥାଏ।

ਸਰ ਭਰਿ ਥਲ ਹਰੀਆਵਲੇ ਇਕ ਬੂੰਦ ਨ ਪਵਈ ਕੇਹ ॥
ଯଦି ବର୍ଷା ବୁନ୍ଦ ତାହାର ମୁଖରେ ପଡେ ନାହିଁ, ତାହାହେଲେ ତାହା ପାଇଁ ସବୁଜିମା ଭାରି ରହିଥିବା ଧରିତ୍ରୀ କଣ ଲାଭ?

ਕਰਮਿ ਮਿਲੈ ਸੋ ਪਾਈਐ ਕਿਰਤੁ ਪਇਆ ਸਿਰਿ ਦੇਹ ॥੩॥
ଯଦି ପରମାତ୍ମାଙ୍କ କୃପା-ଦୃଷ୍ଟି ହୋଇଥାଏ ତାହାହେଲେ ବର୍ଷାର ବୁନ୍ଦ ବିଛାଡି ହୋଇଯାଏ, ଅନ୍ଯଥା ନିଜ ପୂର୍ବ କର୍ମ ଅନୁସାରେ ସହ୍ୟ କରିବାକୁ ପଡିଥାଏ।॥3॥

ਰੇ ਮਨ ਐਸੀ ਹਰਿ ਸਿਉ ਪ੍ਰੀਤਿ ਕਰਿ ਜੈਸੀ ਜਲ ਦੁਧ ਹੋਇ ॥
ହେ ମୋର ମନ! ତୁ ପରମେଶ୍ଵରଙ୍କ ସାଥିରେ ଏପରି ପ୍ରୀତି କର ଯେପରି ଜଳର ଦୁଧ ସହିତ ଅଛି ।

ਆਵਟਣੁ ਆਪੇ ਖਵੈ ਦੁਧ ਕਉ ਖਪਣਿ ਨ ਦੇਇ ॥
ଜଳ ସ୍ଵୟଂ ତାପ ସହ୍ୟ କରେ ଆଉ ଦୁଧକୁ ଜଳିବାକୁ ଦିଏ ନାହିଁ।

ਆਪੇ ਮੇਲਿ ਵਿਛੁੰਨਿਆ ਸਚਿ ਵਡਿਆਈ ਦੇਇ ॥੪॥
ଇଶ୍ଵର ସ୍ଵୟଂ ବିଚ୍ଛେଦକୁ ମିଲନ କରାନ୍ତି ଆଉ ସ୍ଵୟଂ ହିଁ ସତ୍ୟ ଦ୍ଵାରା ପ୍ରଶଂସା ପ୍ରଦାନ କରିଥାନ୍ତି।॥4।।

ਰੇ ਮਨ ਐਸੀ ਹਰਿ ਸਿਉ ਪ੍ਰੀਤਿ ਕਰਿ ਜੈਸੀ ਚਕਵੀ ਸੂਰ ॥
ହେ ମୋର ମନ! ପ୍ରଭୁଙ୍କ ସହିତ ପ୍ରୀତି କର ଯେପରି ଚକବି ହଂସ ସୂର୍ଯ୍ୟ ସହିତ କରେ।

ਖਿਨੁ ਪਲੁ ਨੀਦ ਨ ਸੋਵਈ ਜਾਣੈ ਦੂਰਿ ਹਜੂਰਿ ॥
ସେ ଏକ କ୍ଷଣ ମଧ୍ୟ ଶୋଇପାରେ ନାହିଁ; ସୂର୍ଯ୍ୟ ବହୁତ ଦୂର ଅଟେ, କିନ୍ତୁ ସେ ଭାବେ ଯେ ସେ ନିକଟରେ ଅଛି।

ਮਨਮੁਖਿ ਸੋਝੀ ਨਾ ਪਵੈ ਗੁਰਮੁਖਿ ਸਦਾ ਹਜੂਰਿ ॥੫॥
କୁମାର୍ଗୀ ପୁରୁଷକୁ ବୁଝା ପଡେ ନାହିଁ, ଗୁରୁମୁଖ ପାଇଁ ପ୍ରଭୁ ସର୍ବଦା ନିକଟରେ ହିଁ ଅଛନ୍ତି। ॥5॥

ਮਨਮੁਖਿ ਗਣਤ ਗਣਾ ਵਣੀ ਕਰਤਾ ਕਰੇ ਸੁ ਹੋਇ ॥
ସ୍ଵାର୍ଥପର ହିସାବ କରିଥାଏ, କିନ୍ତୁ ସୃଷ୍ଟିକର୍ତ୍ତା ଇଚ୍ଛା ଯାହା ତାହା ହିଁ ହୋଇଥାଏ।

ਤਾ ਕੀ ਕੀਮਤਿ ਨਾ ਪਵੈ ਜੇ ਲੋਚੈ ਸਭੁ ਕੋਇ ॥
ସମସ୍ତେ ଚାହିଁଲେ ମଧ୍ୟ ତାଙ୍କରି ମୂଲ୍ୟ ପାଇପାରିବ ନାହିଁ।

ਗੁਰਮਤਿ ਹੋਇ ਤ ਪਾਈਐ ਸਚਿ ਮਿਲੈ ਸੁਖੁ ਹੋਇ ॥੬॥
ପରନ୍ତୁ, ଗୁରୁଙ୍କ ଶିକ୍ଷା ଅନୁସାରେ ତାହାର ବୋଧ ହୋଇଥାଏ, ପରମାତ୍ମାଙ୍କ ସହିତ ମିଳନ ଦ୍ଵାରା ସୁଖ ପ୍ରାପ୍ତି ହୋଇଥାଏ ॥6॥

ਸਚਾ ਨੇਹੁ ਨ ਤੁਟਈ ਜੇ ਸਤਿਗੁਰੁ ਭੇਟੈ ਸੋਇ ॥
ଯଦି ପ୍ରାଣିକୁ ସଦଗୁରୁ ମିଳିଯାନ୍ତି ତାହାହେଲେ ସଚ୍ଚା ପ୍ରେମ ଭାଙ୍ଗେ ନାହିଁ।

ਗਿਆਨ ਪਦਾਰਥੁ ਪਾਈਐ ਤ੍ਰਿਭਵਣ ਸੋਝੀ ਹੋਇ ॥
ଯେବେ ମନୁଷ୍ୟକୁ ଜ୍ଞାନ ପ୍ରାପ୍ତ ହୋଇଯାଏ ତାହାହେଲେ ପୁଣି ତାହାକୁ ଆକାଶ, ପାତାଳ, ମୃତ୍ୟୁ ଲୋକ ଭଳି ତିନିଲୋକ ବୁଝାପଡିଯାଏ।

ਨਿਰਮਲੁ ਨਾਮੁ ਨ ਵੀਸਰੈ ਜੇ ਗੁਣ ਕਾ ਗਾਹਕੁ ਹੋਇ ॥੭॥
ଯଦି ପ୍ରାଣୀ ପ୍ରଭୁଙ୍କ ଗୁଣର ଗ୍ରାହକ ବନିଯାଏ ତାହାହେଲେ ସେହି ପବିତ୍ର ନାମକୁ କଦାପି ବିସ୍ମୃତ କରେ ନାହିଁ ॥7॥

ਖੇਲਿ ਗਏ ਸੇ ਪੰਖਣੂੰ ਜੋ ਚੁਗਦੇ ਸਰ ਤਲਿ ॥
ଯେଉଁ ଜୀବ ରୂପୀ ପକ୍ଷୀ ସଂସାର ସାଗରର ତଟରେ ଦାନା ଖାଉଥିଲେ, ସେ ଜୀବନ ବାଜି ଖେଳି ଚାଲିଯାଇଛନ୍ତି।

ਘੜੀ ਕਿ ਮੁਹਤਿ ਕਿ ਚਲਣਾ ਖੇਲਣੁ ਅਜੁ ਕਿ ਕਲਿ ॥
ପ୍ରତ୍ୟେକ ଜୀବ ଏକ ସମୟ ପରେ ଏଠାରୁ ଚାଲିଯିବେ।

ਜਿਸੁ ਤੂੰ ਮੇਲਹਿ ਸੋ ਮਿਲੈ ਜਾਇ ਸਚਾ ਪਿੜੁ ਮਲਿ ॥੮॥
ତାହାର ଖୁସିର ଖେଳ ଆଜି ଅଥବା କାଲି ପାଇଁ ଅଟେ। ହେ ପ୍ରଭୁ! ତୁମକୁ ସିଏ ମିଳନ କର ଯାହାକୁ ତୁମେ ସ୍ଵୟଂ ମିଳନ କରାଅ, ସେ ଏଠାରୁ ସଚ୍ଚା ବାଜି ଜିତି ଯାଇଥାଏ। ॥8॥

ਬਿਨੁ ਗੁਰ ਪ੍ਰੀਤਿ ਨ ਊਪਜੈ ਹਉਮੈ ਮੈਲੁ ਨ ਜਾਇ ॥
ଏଥିପାଇଁ ଗୁରୁଙ୍କ ବିନା ମନୁଷ୍ୟର ମନରେ ପ୍ରଭୁଙ୍କ ପାଇଁ ପ୍ରେମ ଉତ୍ପର୍ଣ୍ଣ ହୁଏ ନାହିଁ ଆଉ ତାହାର ଅହଙ୍କାରର ମଳିନତା ଦୂର ହୁଏ ନାହିଁ।

ਸੋਹੰ ਆਪੁ ਪਛਾਣੀਐ ਸਬਦਿ ਭੇਦਿ ਪਤੀਆਇ ॥
ଯିଏ ଈଶ୍ଵରଙ୍କୁ ନିଜ ହୃଦୟରେ ସ୍ତୁତି କରିଥାଏ ଆଉ ନାମ ସାଥିରେ ଯୋଡି ହୋଇଯାଇଛି, ତାହାର ତୃପ୍ତି ହୋଇଯାଏ।

ਗੁਰਮੁਖਿ ਆਪੁ ਪਛਾਣੀਐ ਅਵਰ ਕਿ ਕਰੇ ਕਰਾਇ ॥੯॥
ଯେତେବେଳେ ମନୁଷ୍ୟ ଗୁରୁଙ୍କ ଜ୍ଞାନ ଦ୍ଵାରା ନିଜ ସ୍ଵରୁପକୁ ବୁଝିନିଏ, ସେତେବେଳେ ତାହା ପାଇଁ କରିବା, ନ କରିବା ପାଇଁ କଣ ରହିଥାଏ? ॥9॥

ਮਿਲਿਆ ਕਾ ਕਿਆ ਮੇਲੀਐ ਸਬਦਿ ਮਿਲੇ ਪਤੀਆਇ ॥
ତାଙ୍କର ପରମେଶ୍ଵରଙ୍କ ସହିତ ମିଳନ ବିଷୟରେ କଣ କହିବା, ଯିଏ ପୂର୍ବରୁ ଗୁରୁ ଶବ୍ଦ ଦ୍ଵାରା ତାଙ୍କରି ମିଳନରେ ଅଛି, ନାମ ପ୍ରାପ୍ତ କରି ସେ ସନ୍ତୋଷ ହୋଇଯାଇଛି।

ਮਨਮੁਖਿ ਸੋਝੀ ਨਾ ਪਵੈ ਵੀਛੁੜਿ ਚੋਟਾ ਖਾਇ ॥
ମନମୁଖ ପ୍ରାଣୀକୁ ପ୍ରଭୁଙ୍କଜ୍ଞାନ ହୁଏ ନାହିଁ, ଈଶ୍ବରଙ୍କ ସହିତ ଅଲଗା ହୋଇ ସେ ଯମଠାରୁ ମାଡ ଖାଇଥାଏ।

ਨਾਨਕ ਦਰੁ ਘਰੁ ਏਕੁ ਹੈ ਅਵਰੁ ਨ ਦੂਜੀ ਜਾਇ ॥੧੦॥੧੧॥
ହେ ନାନକ! ପ୍ରଭୁଙ୍କ ଦ୍ଵାର ଓ ଘର ହିଁ ଜୀବର ଏକମାତ୍ର ସାହାରା ଅଟେ। ତାହା ପାଇଁ ଅନ୍ୟ କିଛି ଠିକଣା ନାହିଁ ॥10॥11॥

ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥

ਮਨਮੁਖਿ ਭੁਲੈ ਭੁਲਾਈਐ ਭੂਲੀ ਠਉਰ ਨ ਕਾਇ ॥
ମନମୁଖ ଜୀବ-ସ୍ତ୍ରୀ ଭଗବାନଙ୍କୁ ଭୁଲିଯାଇଥାଏ। ମାୟା ତାହାକୁ ମୋହରେ ଫସାଇ ଭୁଲାଇଦିଏ, ତାହା ପାଇଁ ଆଉ କୌଣସି ସାହାରା ନ ଥାଏ।

ਗੁਰ ਬਿਨੁ ਕੋ ਨ ਦਿਖਾਵਈ ਅੰਧੀ ਆਵੈ ਜਾਇ ॥
ଗୁରୁଙ୍କ ବିନା କେହି ମଧ୍ୟ ପ୍ରଭୁଙ୍କ ମିଳନର ମାର୍ଗ ଦେଖିପାରେ ନାହିଁ, ସେ ଜ୍ଞାନହୀନ ଜନ୍ମ ମରଣ ମଧ୍ୟରେ ରହିଥାଏ।

ਗਿਆਨ ਪਦਾਰਥੁ ਖੋਇਆ ਠਗਿਆ ਮੁਠਾ ਜਾਇ ॥੧॥
ଯିଏ ଜ୍ଞାନ ପଦାର୍ଥ ହରାଇଦିଏ, ସେ ଲୁଟର ଶିକାର ହୁଏ। ॥1॥

ਬਾਬਾ ਮਾਇਆ ਭਰਮਿ ਭੁਲਾਇ ॥
ହେ ଭାଇ! ମାୟା ଭ୍ରମ ଜାତ କରିଛି।

ਭਰਮਿ ਭੁਲੀ ਡੋਹਾਗਣੀ ਨਾ ਪਿਰ ਅੰਕਿ ਸਮਾਇ ॥੧॥ ਰਹਾਉ ॥
ଏହି ଭ୍ରମରେ ପଡି ଭୁଲିଯାଇଥିବା ବିଧବା ପତିଙ୍କ ଆଲିଙ୍ଗନକୁ ଆସିପାରେ ନାହିଁ ॥1॥ରୁହ॥

ਭੂਲੀ ਫਿਰੈ ਦਿਸੰਤਰੀ ਭੂਲੀ ਗ੍ਰਿਹੁ ਤਜਿ ਜਾਇ ॥
ସେ ବିସ୍ମୃତ ନିଜ ଘର ଛାଡି ଚାଲିଯାଏ ଆଉ ଦେଶ-ଦେଶାନ୍ତରେ ପଥଭ୍ରଷ୍ଟ ହୋଇଥାଏ।

ਭੂਲੀ ਡੂੰਗਰਿ ਥਲਿ ਚੜੈ ਭਰਮੈ ਮਨੁ ਡੋਲਾਇ ॥
ସନ୍ଦେହ କାରଣରୁ ତାହାର ଚିତ୍ତ ଇତଃ ସ୍ତତଃ ହୋଇଥାଏ ଆଉ ନିଜ ସଦମାର୍ଗ ଭୁଲି ପର୍ବତରେ ଆଶ୍ରୟ ନେଇଥାଏ।

ਧੁਰਹੁ ਵਿਛੁੰਨੀ ਕਿਉ ਮਿਲੈ ਗਰਬਿ ਮੁਠੀ ਬਿਲਲਾਇ ॥੨॥
ସେ ଆଦିରୁ ହିଁ ପ୍ରଭୁଙ୍କ ହୁକୁମ ଦ୍ଵାରା ବିଚ୍ଛେଦ ହୋଇଛି, ସେ ପ୍ରଭୁଙ୍କ ସହିତ କିପରି ମିଳନ କରିପାରିବ? ଅହଂକାର ବଶତଃ ଥକି ଯାଇ ସେ ଦୁଃଖୀ ହୋଇ ବିଳାପ କରିଥାଏ॥2॥

ਵਿਛੁੜਿਆ ਗੁਰੁ ਮੇਲਸੀ ਹਰਿ ਰਸਿ ਨਾਮ ਪਿਆਰਿ ॥
ଗୁରୁଜୀ ବିଚ୍ଛେଦ ଆତ୍ମାଙ୍କୁ ପ୍ରଭୁଙ୍କ ସାଥିରେ ମିଳନ କରାଇ ଦିଅନ୍ତି, ଏପରି ବ୍ୟକ୍ତି ପ୍ରେମ ସହିତ ନାମ ଜପ କରି ହରି ରସର ଆନନ୍ଦ ପ୍ରାପ୍ତ କରିଥାଏ।

error: Content is protected !!