Odia Page 72

ਸੁਰਿ ਨਰ ਮੁਨਿ ਜਨ ਲੋਚਦੇ ਸੋ ਸਤਿਗੁਰਿ ਦੀਆ ਬੁਝਾਇ ਜੀਉ ॥੪॥
ସଦଗୁରୁ ମୋତେ ସେହି ପ୍ରଭୁଙ୍କ ବିଷୟରେ କହିଛନ୍ତି ଯେଉଁ ପରମାତ୍ମାଙ୍କୁ ପାଇବା ପାଇଁ ଦେବତା, ମାନବ ଆଉ ଋଷି ମୁନି କାମନା କରିଥାନ୍ତି ॥4॥

ਸਤਸੰਗਤਿ ਕੈਸੀ ਜਾਣੀਐ ॥
କିପରି ସତସଙ୍ଗତି ବିଷୟରେ ଜାଣିପାରିବା?

ਜਿਥੈ ਏਕੋ ਨਾਮੁ ਵਖਾਣੀਐ ॥
ସେଠାରେ କେବଳ ଏକ ପ୍ରଭୁଙ୍କ ନାମ ଉଚ୍ଚାରଣ ହୋଇଥାଏ।

ਏਕੋ ਨਾਮੁ ਹੁਕਮੁ ਹੈ ਨਾਨਕ ਸਤਿਗੁਰਿ ਦੀਆ ਬੁਝਾਇ ਜੀਉ ॥੫॥
ହେ ନାନକ! ହରିନାମ ହିଁ ଇଶ୍ଵରଙ୍କ ହୁକୁମ ଅଟେ, ଏହି କଥା ମୋତେ ଗୁରୁଜୀ ବୁଝାଇଛନ୍ତି ॥5॥

ਇਹੁ ਜਗਤੁ ਭਰਮਿ ਭੁਲਾਇਆ ॥
ଏହି ସଂସାର ସନ୍ଦେହ କାରଣରୁ ଭ୍ରମରେ ପଡିଛି।

ਆਪਹੁ ਤੁਧੁ ਖੁਆਇਆ ॥
ହେ ପ୍ରଭୁ! ତୁମେ ସ୍ଵୟଂ ହିଁ ପ୍ରାଣୀଙ୍କ କର୍ମ ଅନୁସାରେ ତାହାକୁ ଭୁଲାଉଛ।

ਪਰਤਾਪੁ ਲਗਾ ਦੋਹਾਗਣੀ ਭਾਗ ਜਿਨਾ ਕੇ ਨਾਹਿ ਜੀਉ ॥੬॥
ସେ ପ୍ରାଣୀ ଯାହାର ଭାଗ୍ୟରେ ପରମାତ୍ମାଙ୍କ ମିଳନ ନାହିଁ, ବିଯୋଗିନୀ ସ୍ତ୍ରୀ ଭଳି ପ୍ରତିଦିନ କଷ୍ଟ ପାଉଥାଏ। ॥6॥

ਦੋਹਾਗਣੀ ਕਿਆ ਨੀਸਾਣੀਆ ॥
ବିଧବା ନାରୀର ଲକ୍ଷଣ କଣ ?

ਖਸਮਹੁ ਘੁਥੀਆ ਫਿਰਹਿ ਨਿਮਾਣੀਆ ॥
ସେ ପତି ଦ୍ଵାରା ଉପେକ୍ଷିତ ମନ-ରହିତ ହୋଇ ବୁଲୁଥାଏ।

ਮੈਲੇ ਵੇਸ ਤਿਨਾ ਕਾਮਣੀ ਦੁਖੀ ਰੈਣਿ ਵਿਹਾਇ ਜੀਉ ॥੭॥
ସେହି ଦୁର୍ଭାଗ୍ୟଶାଳୀ ନାରୀଙ୍କ ବେଶ-ଭୁସା ମଳିନ ହୋଇଥାଏ ଆଉ ପ୍ରତିଦିନ କଷ୍ଟ ପାଇ ପାଇ ରାତ୍ରି ବିତାଇଥାଏ। ॥7॥

ਸੋਹਾਗਣੀ ਕਿਆ ਕਰਮੁ ਕਮਾਇਆ ॥
ସୁହାଗିନୀ ଶୁଭ କର୍ମ କଣ ଅର୍ଜନ କରିଛି?

ਪੂਰਬਿ ਲਿਖਿਆ ਫਲੁ ਪਾਇਆ ॥
ତାହାକୁ ଇଶ୍ଵର ପୂର୍ବ ଜନ୍ମର କୌଣସି ଉତ୍ତମ କର୍ମର ଫଳ ପ୍ରଦାନ କରିଛନ୍ତି।

ਨਦਰਿ ਕਰੇ ਕੈ ਆਪਣੀ ਆਪੇ ਲਏ ਮਿਲਾਇ ਜੀਉ ॥੮॥
ନିଜର କୃପା ଦୃଷ୍ଟି କରି ପରମେଶ୍ଵର ତାହାକୁ ନିଜ ସାଥିରେ ମିଳନ କରିଛନ୍ତି ॥8॥

ਹੁਕਮੁ ਜਿਨਾ ਨੋ ਮਨਾਇਆ ॥
ଯେଉଁ ଜିଜ୍ଞାସୁ ପ୍ରାଣୀ ପରମାତ୍ମାଙ୍କ ଆଦେଶ ପାଳନ କରିଛି,

ਤਿਨ ਅੰਤਰਿ ਸਬਦੁ ਵਸਾਇਆ ॥
ସେ ଗୁରୁଙ୍କ ସଚ୍ଚା ଉପଦେଶ ମନରେ ଧାରଣ କରିଥାଏ।

ਸਹੀਆ ਸੇ ਸੋਹਾਗਣੀ ਜਿਨ ਸਹ ਨਾਲਿ ਪਿਆਰੁ ਜੀਉ ॥੯॥
ଏପରି ସଖୀ ସତ୍ୟବତୀ ପତ୍ନୀ ଅଟେ, ଯିଏ ନିଜ ପତି ସାଥିରେ ପ୍ରୀତି କରିଥାଏ। ॥9॥

ਜਿਨਾ ਭਾਣੇ ਕਾ ਰਸੁ ਆਇਆ ॥
ଯିଏ ଈଶ୍ଵରଙ୍କ ଇଚ୍ଛାନୁସାରେ ପ୍ରସନ୍ନତା ଅନୁଭବ କରିଥାଏ,

ਤਿਨ ਵਿਚਹੁ ਭਰਮੁ ਚੁਕਾਇਆ ॥
ତାହାର ଭିତର ସନ୍ଦେହ ନିବୃତ୍ତ ହୋଇଯାଇଥାଏ।

ਨਾਨਕ ਸਤਿਗੁਰੁ ਐਸਾ ਜਾਣੀਐ ਜੋ ਸਭਸੈ ਲਏ ਮਿਲਾਇ ਜੀਉ ॥੧੦॥
ହେ ନାନକ! ସଦଗୁରୁ ଏପରି ଦୟାଳୁ ଅଟନ୍ତି ଯିଏ ସମସ୍ତଙ୍କୁ ଭଗବାନ ସହିତ ମିଳନ କରାଇଦିଅନ୍ତି ॥10॥

ਸਤਿਗੁਰਿ ਮਿਲਿਐ ਫਲੁ ਪਾਇਆ ॥
ସେ ସଦଗୁରୁଙ୍କ ସହିତ ମିଳନ କରି ହରିନାମ ରୂପୀ ଫଳ ପ୍ରାପ୍ତ କରିନିଏ।

ਜਿਨਿ ਵਿਚਹੁ ਅਹਕਰਣੁ ਚੁਕਾਇਆ ॥
ଯିଏ ନିଜ ଅହଂକାରକୁ ନାଶ କରିଦେଇଥାଏ,

ਦੁਰਮਤਿ ਕਾ ਦੁਖੁ ਕਟਿਆ ਭਾਗੁ ਬੈਠਾ ਮਸਤਕਿ ਆਇ ਜੀਉ ॥੧੧॥
ତାହାର ମନ୍ଦ ବୁଦ୍ଧିର ପୀଡା ନିବୃତ୍ତ ହୋଇଯାଇଥାଏ ଆଉ ତାହାର ମସ୍ତକ ଉପରେ ଭାଗ୍ୟ ଉଦୟ ହୋଇଯାଏ। ॥11॥

ਅੰਮ੍ਰਿਤੁ ਤੇਰੀ ਬਾਣੀਆ ॥
ହେ ପ୍ରଭୁ! ତୋର ବାଣୀ ଅମୃତ ସମାନ ଅଟେ।

ਤੇਰਿਆ ਭਗਤਾ ਰਿਦੈ ਸਮਾਣੀਆ ॥
ଏହା ତୋର ଭକ୍ତର ହୃଦୟରେ ଲାଖିଯାଇଛି।

ਸੁਖ ਸੇਵਾ ਅੰਦਰਿ ਰਖਿਐ ਆਪਣੀ ਨਦਰਿ ਕਰਹਿ ਨਿਸਤਾਰਿ ਜੀਉ ॥੧੨॥
ତୁମର ସେବାରେ ହିଁ ବାସ୍ତବିକ ସୁଖର ଉପଲବ୍ଧି ଅଛି ଆଉ ନିଜ କୃପା ଦୃଷ୍ଟିରେ ତୁମେ ଭକ୍ତଙ୍କୁ ଭବସାଗରରୁ ପାର କରିଦିଅ ॥12॥

ਸਤਿਗੁਰੁ ਮਿਲਿਆ ਜਾਣੀਐ ॥
ସଦଗୁରୁଙ୍କ ସହିତ ମିଳନ ସେତେବେଳେ ବୁଝାପଡେ,

ਜਿਤੁ ਮਿਲਿਐ ਨਾਮੁ ਵਖਾਣੀਐ ॥
ଯଦି ଏହି ମିଳନ ଦ୍ଵାରା ଈଶ୍ଵରଙ୍କ ନାମର ଉଚ୍ଚାରଣ କରାଯାଏ।

ਸਤਿਗੁਰ ਬਾਝੁ ਨ ਪਾਇਓ ਸਭ ਥਕੀ ਕਰਮ ਕਮਾਇ ਜੀਉ ॥੧੩॥
ସଦଗୁରୁଙ୍କ ବିନା କାହାକୁ ମଧ୍ୟ ପ୍ରଭୁ ପ୍ରାପ୍ତ ହୁଏ ନାହିଁ। ସାରା ଦୁନିଆ ଧର୍ମ-କର୍ମ କରି କରି ଥକି ଯାଇଛନ୍ତି। ॥13॥

ਹਉ ਸਤਿਗੁਰ ਵਿਟਹੁ ਘੁਮਾਇਆ ॥
ମୁଁ ନିଜ ନ୍ସଦଗୁରୁଙ୍କ ପ୍ରତି ସମର୍ପିତ ଅଟେ,

ਜਿਨਿ ਭ੍ਰਮਿ ਭੁਲਾ ਮਾਰਗਿ ਪਾਇਆ ॥
ଯିଏ ମୋତେ ମାୟା-ତୃଷ୍ଣାରୁ ବାହାର କରି ସତମାର୍ଗକୁ ନେଇଛନ୍ତି।

ਨਦਰਿ ਕਰੇ ਜੇ ਆਪਣੀ ਆਪੇ ਲਏ ਰਲਾਇ ਜੀਉ ॥੧੪॥
ଯଦି ସଦଗୁରୁ ନିଜର କୃପା ଦୃଷ୍ଟି କରନ୍ତି , ତାହାହେଲେ ସେ ମନୁଷ୍ୟକୁ ନିଜ ସଙ୍ଗତିରେ ମିଶାଇ ଦିଅନ୍ତି ॥14॥

ਤੂੰ ਸਭਨਾ ਮਾਹਿ ਸਮਾਇਆ ॥
ହେ ଭଗବାନ! ତୁମେ ସମସ୍ତ ପ୍ରାଣୀଙ୍କ ଭିତରେ ଅଛ।

ਤਿਨਿ ਕਰਤੈ ਆਪੁ ਲੁਕਾਇਆ ॥-
ଇଶ୍ଵର ନିଜର ଜ୍ୟୋତି ଗୁପ୍ତ ରୂପରେ ମନୁଷ୍ୟର ହୃଦୟରେ ରଖିଛନ୍ତି।

ਨਾਨਕ ਗੁਰਮੁਖਿ ਪਰਗਟੁ ਹੋਇਆ ਜਾ ਕਉ ਜੋਤਿ ਧਰੀ ਕਰਤਾਰਿ ਜੀਉ ॥੧੫॥
ହେ ନାନକ! ଯେଉଁ ମନୁଷ୍ୟର ହୃଦୟରେ ଇଶ୍ଵର ନିଜ ଜ୍ୟୋତି ରଖିଛନ୍ତି, ସେହି ମନୁଷ୍ୟ ହୃଦୟରେ ଇଶ୍ଵର ଗୁରୁଙ୍କ ମାଧ୍ୟମରେ ପ୍ରକଟ ହୋଇଯାନ୍ତି ॥15॥

ਆਪੇ ਖਸਮਿ ਨਿਵਾਜਿਆ ॥
ହେ ଇଶ୍ଵର! ତୁମେ ହିଁ ତନର ମୂର୍ତ୍ତି ଗଢି

ਜੀਉ ਪਿੰਡੁ ਦੇ ਸਾਜਿਆ ॥
ସେଥିରେ ପ୍ରାଣର ସଂଚାର କରି ମୋତେ ଜାତ କରିଛ।

ਆਪਣੇ ਸੇਵਕ ਕੀ ਪੈਜ ਰਖੀਆ ਦੁਇ ਕਰ ਮਸਤਕਿ ਧਾਰਿ ਜੀਉ ॥੧੬॥
ନିଜର ଦୁଇ ହାତ ମସ୍ତକ ଉପରେ ରଖି ପ୍ରଭୁ ନିଜ ସେବକର ପ୍ରତିଷ୍ଠା ବରାବର ରଖିଥାନ୍ତି ॥16॥

ਸਭਿ ਸੰਜਮ ਰਹੇ ਸਿਆਣਪਾ ॥
ସମୂହ ଅଟକଳ ଆଉ ଚତୁରତା କୌଣସି କାମରେ ଆସେ ନାହିଁ।

ਮੇਰਾ ਪ੍ਰਭੁ ਸਭੁ ਕਿਛੁ ਜਾਣਦਾ ॥
ମୋର ପ୍ରଭୁ ସବୁ କିଛି ଜାଣନ୍ତି।

ਪ੍ਰਗਟ ਪ੍ਰਤਾਪੁ ਵਰਤਾਇਓ ਸਭੁ ਲੋਕੁ ਕਰੈ ਜੈਕਾਰੁ ਜੀਉ ॥੧੭॥
ଇଶ୍ଵର ମୋର ପ୍ରତାପ ପ୍ରକଟ କରିଛନ୍ତି ଆଉ ସମସ୍ତେ ମୋର ଜୟ ଜୟକାର କରିବାରେ ଲାଗିଛନ୍ତି। ॥17॥

ਮੇਰੇ ਗੁਣ ਅਵਗਨ ਨ ਬੀਚਾਰਿਆ ॥
ପରମାତ୍ମା ମୋର ଗୁଣ ଅବଗୁଣ ପ୍ରତି ଧ୍ୟାନ ଦେଇନାହାନ୍ତି,

ਪ੍ਰਭਿ ਅਪਣਾ ਬਿਰਦੁ ਸਮਾਰਿਆ ॥
ସେ ତ କେବଳ ଭକ୍ତଙ୍କ ଲଜ୍ଜା ରଖିଛନ୍ତି।

ਕੰਠਿ ਲਾਇ ਕੈ ਰਖਿਓਨੁ ਲਗੈ ਨ ਤਤੀ ਵਾਉ ਜੀਉ ॥੧੮॥
ଇଶ୍ଵର ନିଜେ ଗଳାରେ ଲଗାଇ ମୋର ରକ୍ଷା କରିଛନ୍ତି ଆଉ ମୋତେ ଗରମ ପବନ ମଧ୍ୟ ସ୍ପର୍ଶ କରିପାରିବ ନାହିଁ ॥17॥

ਮੈ ਮਨਿ ਤਨਿ ਪ੍ਰਭੂ ਧਿਆਇਆ ॥
ନିଜ ଟନ-ମନରେ ମୁଁ ପ୍ରଭୁଙ୍କ ସ୍ତୁତି କରିଛି।

ਜੀਇ ਇਛਿਅੜਾ ਫਲੁ ਪਾਇਆ ॥
ଏଥିପାଇଁ, ମୋତେ ମନୋବାଞ୍ଚିତ ଫଳ ପ୍ରାପ୍ତ ହୋଇଛି।

ਸਾਹ ਪਾਤਿਸਾਹ ਸਿਰਿ ਖਸਮੁ ਤੂੰ ਜਪਿ ਨਾਨਕ ਜੀਵੈ ਨਾਉ ਜੀਉ ॥੧੯॥
ହେ ଇଶ୍ଵର ! ତୁମେ ସମ୍ରାଟଙ୍କ ମଧ୍ୟ ସମ୍ରାଟ ଅଟ, ଏଥିପାଇଁ, ହେ ନାନକ! ମୁଁ ତୁମର ନାମ ସ୍ମରଣରେ ଜୀବନ ଧାରଣ କରିଅଛି ॥19॥

error: Content is protected !!