Odia Page 73

ਤੁਧੁ ਆਪੇ ਆਪੁ ਉਪਾਇਆ ॥
ହେ ଭଗବାନ! ତୁମେ ସ୍ଵୟଂ ସୃଷ୍ଟିର ରଚନା କରିଛ

ਦੂਜਾ ਖੇਲੁ ਕਰਿ ਦਿਖਲਾਇਆ ॥
ଆଉ ଜଗତ ରୂପୀ ଖେଳକୁ ସଜାଇ ପ୍ରତ୍ୟକ୍ଷ କରିଛି।

ਸਭੁ ਸਚੋ ਸਚੁ ਵਰਤਦਾ ਜਿਸੁ ਭਾਵੈ ਤਿਸੈ ਬੁਝਾਇ ਜੀਉ ॥੨੦॥
ସମସ୍ତ ସତ୍ୟ ପ୍ରଭୁଙ୍କ ସତ୍ୟ ହୁକୁମ ପ୍ରସାର ହେଉଛି,କିନ୍ତୁ, ତାହାଙ୍କ ମୂଳ ରହସ୍ୟକୁ ସେ ବୁଝିପାରିବେ ଯାହାକୁ ତୁମେ ବୁଝାଅ ॥20॥

ਗੁਰ ਪਰਸਾਦੀ ਪਾਇਆ ॥
ଗୁରୁଙ୍କ କୃପାରୁ ଯିଏ ଭଗବାନଙ୍କୁ ପାଇଯାଇଛି,

ਤਿਥੈ ਮਾਇਆ ਮੋਹੁ ਚੁਕਾਇਆ ॥
ଭଗବାନ ତାହାର ମାୟା ମୋହକୁ ନଷ୍ଟ କରିଦେଇଛନ୍ତି।

ਕਿਰਪਾ ਕਰਿ ਕੈ ਆਪਣੀ ਆਪੇ ਲਏ ਸਮਾਇ ਜੀਉ ॥੨੧॥
ନିଜ କୃପା କରି ସେ ସ୍ଵୟଂ ନିଜ ସାଥିରେ ମିଳନ କରାଇଛନ୍ତି। ॥21॥.

ਗੋਪੀ ਨੈ ਗੋਆਲੀਆ ॥
ହେ ପ୍ରଭୁ! ତୁମେ ହିଁ ଗୋପୀ ଅଟ, ତୁମେ ହିଁ ଯମୁନା ଅଟ,

ਤੁਧੁ ਆਪੇ ਗੋਇ ਉਠਾਲੀਆ ॥
ତୁମେ ହି କୃଷ୍ଣ ଅଟ, ତୁମେ ହିଁ କୃଷ୍ଣ ରୂପରେ ଗୋବର୍ଦ୍ଧନ ପର୍ବତ ନିଜ ଆଙ୍ଗୁଠିରେ ଉଠାଇ ଥିଲ।

ਹੁਕਮੀ ਭਾਂਡੇ ਸਾਜਿਆ ਤੂੰ ਆਪੇ ਭੰਨਿ ਸਵਾਰਿ ਜੀਉ ॥੨੨॥
ତୁମେ ହିଁ ନିଜ ହୃଦୟରେ ଜୀବକୁ ଶରୀରରୂପୀ ପୋଷାକ ନିର୍ମିତ କରିଛ, ତୁମେ ସ୍ଵୟଂ ହିଁ ଏହି ଶରୀରରୁପି ପୋଷାକକୁ ନଷ୍ଟ କରିଥାଅ ଏବଂ ନିର୍ମାଣ କରିଥାଅ ॥22॥

ਜਿਨ ਸਤਿਗੁਰ ਸਿਉ ਚਿਤੁ ਲਾਇਆ ॥
ଯିଏ ନିଜର ଚିତ୍ତ ସଦଗୁରୁଙ୍କ ସହିତ ଲଗାଇଛନ୍ତି,

ਤਿਨੀ ਦੂਜਾ ਭਾਉ ਚੁਕਾਇਆ ॥
ସେ ମାୟାର ମୋହ ଦୂର କରିଦେଇଛନ୍ତି।

ਨਿਰਮਲ ਜੋਤਿ ਤਿਨ ਪ੍ਰਾਣੀਆ ਓਇ ਚਲੇ ਜਨਮੁ ਸਵਾਰਿ ਜੀਉ ॥੨੩॥
ଏପରି ପ୍ରାଣୀଙ୍କ ଜ୍ୟୋତି ନିର୍ମଳ ହୋଇଯାଇଥାଏ। ସେ ନିଜ ଜୀବନକୁ ପାଳନ କରି ପରଲୋକକୁ ଯାଇଥାଏ। ॥23॥

ਤੇਰੀਆ ਸਦਾ ਸਦਾ ਚੰਗਿਆਈਆ ॥
ହେ ଭଗବାନ! ତୁମେ ସର୍ବଦା ମୋର ଉପକାର କରିଛ,

ਮੈ ਰਾਤਿ ਦਿਹੈ ਵਡਿਆਈਆਂ ॥
ମୋ’ ଉପରେ କୃପା କର, କାରଣ ଦିନ ରାତି ମୁଁ ତୁମ ମହିମା କରୁଛି।

ਅਣਮੰਗਿਆ ਦਾਨੁ ਦੇਵਣਾ ਕਹੁ ਨਾਨਕ ਸਚੁ ਸਮਾਲਿ ਜੀਉ ॥੨੪॥੧॥
ତୁ ଏତେ ଦୟାଳୁ ଯେ ମାଗିବା ବିନା ହିଁ ଜୀବକୁ ଦାନ ଦେଉଛୁ। ହେ ନାନକ! ସର୍ବଦା ଭଗବାନଙ୍କ ସ୍ମରଣ କରୁଥାଅ ॥24॥1॥

ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥

ਪੈ ਪਾਇ ਮਨਾਈ ਸੋਇ ਜੀਉ ॥
ମୁଁ ସଦଗୁରୁଙ୍କ ଚରଣରେ ପଡି ତାଙ୍କୁ ସନ୍ତୁଷ୍ଟ କରୁଛି,

ਸਤਿਗੁਰ ਪੁਰਖਿ ਮਿਲਾਇਆ ਤਿਸੁ ਜੇਵਡੁ ਅਵਰੁ ਨ ਕੋਇ ਜੀਉ ॥੧॥ ਰਹਾਉ ॥
କାରଣ, ମହାପୁରୁଷ ସଦଗୁରୁ ମୋତେ ସେହି ଇଶ୍ଵରଙ୍କ ସହିତ ମିଳାଇଛନ୍ତି । ତାଙ୍କ ଭଳି ମହାନ ଜଗତରେ ଅନ୍ୟ କେହି ନାହାନ୍ତି ॥1॥ରୁହ॥

ਗੋਸਾਈ ਮਿਹੰਡਾ ਇਠੜਾ ॥
ମୋର ମାଲିକ ପ୍ରଭୁ ମୋର ଅତି ପ୍ରିୟ ଅଟନ୍ତି,

ਅੰਮ ਅਬੇ ਥਾਵਹੁ ਮਿਠੜਾ ॥
ସେ ମାତା ଆଉ ପିତା ଠାରୁ ବହୁତ ମିଠା ଲାଗିଥାନ୍ତି।

ਭੈਣ ਭਾਈ ਸਭਿ ਸਜਣਾ ਤੁਧੁ ਜੇਹਾ ਨਾਹੀ ਕੋਇ ਜੀਉ ॥੧॥
ହେ ପ୍ରଭୁ! ଭଉଣୀ, ଭାଇ, ମିତ୍ର ଆଦି ସ୍ଵଜନରେ ତୁମ ଭଳି ଆଉ କେହି ନାହିଁ ॥1॥

ਤੇਰੈ ਹੁਕਮੇ ਸਾਵਣੁ ਆਇਆ ॥
ହେ ପ୍ରଭୁ! ଭଉଣୀ, ଭାଇ, ମିତ୍ର ଆଦି ସ୍ଵଜନରେ ତୁମ ଭଳି ଆଉ କେହି ନାହିଁ ॥1॥

ਮੈ ਸਤ ਕਾ ਹਲੁ ਜੋਆਇਆ ॥
ତୁମର ଆଦେଶରେ ଶ୍ରାବଣ ମାସ ଆସେ

ਨਾਉ ਬੀਜਣ ਲਗਾ ਆਸ ਕਰਿ ਹਰਿ ਬੋਹਲ ਬਖਸ ਜਮਾਇ ਜੀਉ ॥੨॥
ତୁମର ପ୍ରସନ୍ନତା ପାଇଁ ମୁଁ ସତ୍ୟର ପରିସ୍ଥିତିରେ ଯୋଡି ହୋଇଛି ॥2॥.

ਹਉ ਗੁਰ ਮਿਲਿ ਇਕੁ ਪਛਾਣਦਾ ॥
ଏହି ଆଶାରେ ଯେ ଇଶ୍ଵର, ନିଜର କୃପା ଦ୍ଵାରା ଦାନର ଅମାର ଉତ୍ପର୍ଣ୍ଣ କରିବେ, ମୁଁ ନାମ ବୀଜ ବୁଣିବାରେ ଲାଗିଛି ॥2॥

ਦੁਯਾ ਕਾਗਲੁ ਚਿਤਿ ਨ ਜਾਣਦਾ ॥
ମୁଁ ନିଜ ମନରେ ଅନ୍ୟ କିଛି ହିସାବ ଜାଣେ ନାହିଁ।

ਹਰਿ ਇਕਤੈ ਕਾਰੈ ਲਾਇਓਨੁ ਜਿਉ ਭਾਵੈ ਤਿਂਵੈ ਨਿਬਾਹਿ ਜੀਉ ॥੩॥
ଇଶ୍ଵର ଏକ କାର୍ଯ୍ୟ ମୋର ଦାୟିତ୍ଵରେ ଲଗାଇଛନ୍ତି, ଯେଉଁ ଭଳି ତାହାଙ୍କୁ ଭଲ ଲାଗିଥାଏ, ମୁଁ ସେହିଭଳି ତାହା ସମ୍ପର୍ଣ୍ଣ କରିଥାଏ। ॥3॥.

ਤੁਸੀ ਭੋਗਿਹੁ ਭੁੰਚਹੁ ਭਾਈਹੋ ॥
ହେ ମୋର ଭାଇ! ତୁମେ ନାମ ପଦାର୍ଥ ସେବନ କର ଏବଂ ଆନନ୍ଦ ପାଅ।

ਗੁਰਿ ਦੀਬਾਣਿ ਕਵਾਇ ਪੈਨਾਈਓ ॥
ପରମେଶ୍ଵରଙ୍କ ଦରବାରରେ ଗୁରୁଦେବ ମୋତେ ଭକ୍ତିରୁପି ପୋଷାକ ଦେଇ ପ୍ରତିଷ୍ଠା ପ୍ରଦାନ କରିଛନ୍ତି। .

ਹਉ ਹੋਆ ਮਾਹਰੁ ਪਿੰਡ ਦਾ ਬੰਨਿ ਆਦੇ ਪੰਜਿ ਸਰੀਕ ਜੀਉ ॥੪॥
ମୁଁ ଶରୀର ରୂପୀ ଗାଁର ସ୍ଵାମୀ ହୋଇଯାଇଛି ଆଉ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ଇତ୍ୟାଦି ପାଞ୍ଚ ଶତ୍ରୁକୁ ମୁଁ ବାନ୍ଧି ଦେଇଛି ॥4॥

ਹਉ ਆਇਆ ਸਾਮ੍ਹ੍ਹੈ ਤਿਹੰਡੀਆ ॥
ହେ ପ୍ରଭୁ! ମୁଁ ଯେବେଠାରୁ ତୋର ଶରଣ ନେଇଛି

ਪੰਜਿ ਕਿਰਸਾਣ ਮੁਜੇਰੇ ਮਿਹਡਿਆ ॥
ସେତେବେଳ ଠାରୁ ମୋର ପାଞ୍ଚ ଜ୍ଞାନେନ୍ଦ୍ରିୟ ମୋର ସେବକକ ମନ ମୋର ଆଜ୍ଞାରେ ରହିଥାଏ।

ਕੰਨੁ ਕੋਈ ਕਢਿ ਨ ਹੰਘਈ ਨਾਨਕ ਵੁਠਾ ਘੁਘਿ ਗਿਰਾਉ ਜੀਉ ॥੫॥
ମୋର ବିରୁଦ୍ଧରେ ବର୍ତ୍ତମାନ କିଏ ମୁଣ୍ଡ ଉଠାଇବାକୁ ସାହସ କରିପାରେ ନାହିଁ। ହେ ନାନକ! ଏଥିପାଇଁ ଶରୀର ରୂପୀ ଗାଁ ଆଧ୍ୟାତ୍ମିକ ଭାବନାରେ ରହିଅଛି ॥5॥.

ਹਉ ਵਾਰੀ ਘੁੰਮਾ ਜਾਵਦਾ ॥
ହେ ମୋର ପ୍ରଭୁ! ମୁଁ ତୁମ ପ୍ରତି ସମର୍ପିତ ଅଟେ,

ਇਕ ਸਾਹਾ ਤੁਧੁ ਧਿਆਇਦਾ ॥
ପ୍ରତି ଶ୍ଵାସରେ ତୁମର ହିଁ ନାମ ଜପ କରୁଛି।

ਉਜੜੁ ਥੇਹੁ ਵਸਾਇਓ ਹਉ ਤੁਧ ਵਿਟਹੁ ਕੁਰਬਾਣੁ ਜੀਉ ॥੬॥
ମୋର ମନ ଭଙ୍ଗା ଗାଁ (ଗୁଣ ରହିତ) ଭଳି ଥିଲା, ତୁମେ ତାହାକୁ ଗଢି ଦେଇଛ, ଏଥିପାୟନମୁନ ତୁମ ପାଖରେ ସମର୍ପିତ ଅଟେ ॥6॥

ਹਰਿ ਇਠੈ ਨਿਤ ਧਿਆਇਦਾ ॥
ହେ ମୋର ପ୍ରିୟତମ ପ୍ରଭୁ! ମୁଁ ତୁମର ସର୍ବଦା ସ୍ମରଣ କରୁଅଛି।

ਮਨਿ ਚਿੰਦੀ ਸੋ ਫਲੁ ਪਾਇਦਾ ॥
ଆଉ ମୋର ଅଭିଳାଷ ଯେପରି ଥିଲା, ମୋର କାମନା ସେପରି ପୁରା ହୋଇଗଲା।

ਸਭੇ ਕਾਜ ਸਵਾਰਿਅਨੁ ਲਾਹੀਅਨੁ ਮਨ ਕੀ ਭੁਖ ਜੀਉ ॥੭॥
ତୁମେ ମୋର ସମସ୍ତ କାମ ସମ୍ପର୍ଣ୍ଣ କରିଛ ଆଉ ମୋର ଆତ୍ମାର ଭୋକ ନିବୃତ୍ତ କରିଦେଇଛ ॥7॥

ਮੈ ਛਡਿਆ ਸਭੋ ਧੰਧੜਾ ॥
ମୁଁ ସଂସାରର ମିଥ୍ୟା କାର୍ଯ୍ୟ ତ୍ୟାଗ କରିଦେଇଛି।

ਗੋਸਾਈ ਸੇਵੀ ਸਚੜਾ ॥
ମୁଁ ସୃଷ୍ଟିର ସ୍ଵାମୀଙ୍କୁ ଆରାଧନା କରୁଛି।

ਨਉ ਨਿਧਿ ਨਾਮੁ ਨਿਧਾਨੁ ਹਰਿ ਮੈ ਪਲੈ ਬਧਾ ਛਿਕਿ ਜੀਉ ॥੮॥
ନବନିଧିଙ୍କୁ ଦେବାରେ ସମର୍ଥ କଳ୍ପବୃକ୍ଷ-ସମାନ ହରିନାମ ମୋତେ ମିଳିଛି, ଯାହା ବଡ ଯତ୍ନ ସହକାରେ ମୋର ଅନ୍ତର୍ମନକୁ ସଂଯୁକ୍ତ ହୋଇଛି ॥8॥

ਮੈ ਸੁਖੀ ਹੂੰ ਸੁਖੁ ਪਾਇਆ ॥
ମୁଁ ବହୁତ ସୁଖୀ ଅଟେ କାରଣ ମୁଁ ସୁଖ ପ୍ରାପ୍ତ କରିଦେଇଛି।

ਗੁਰਿ ਅੰਤਰਿ ਸਬਦੁ ਵਸਾਇਆ ॥
ଗୁରୁ ମୋର ହୃଦୟରେ ଭଗବାନଙ୍କ ନାମ ବସାଇଛନ୍ତି।

ਸਤਿਗੁਰਿ ਪੁਰਖਿ ਵਿਖਾਲਿਆ ਮਸਤਕਿ ਧਰਿ ਕੈ ਹਥੁ ਜੀਉ ॥੯॥
ସଦଗୁରୁ ମୋର ମସ୍ତକରେ ହାତ ରଖି, ଅର୍ଥାତ, ଆଶୀର୍ବାଦ ଦେଇ ସାକ୍ଷାତ୍ ଭଗବାନଙ୍କ ଦର୍ଶନ କରାଇଛନ୍ତି ॥9॥

ਮੈ ਬਧੀ ਸਚੁ ਧਰਮ ਸਾਲ ਹੈ ॥
ମୁଁ ସଚ୍ଚା ମନ୍ଦିରର ଧର୍ମଶାଳା ବନାଇଅଛି।

ਗੁਰਸਿਖਾ ਲਹਦਾ ਭਾਲਿ ਕੈ ॥
ଗୁରୁଙ୍କ ଶିଷ୍ୟକୁ ଖୋଜି ମୁଁ ଏଠାକୁ ନେଇ ଆସିଛି।

ਪੈਰ ਧੋਵਾ ਪਖਾ ਫੇਰਦਾ ਤਿਸੁ ਨਿਵਿ ਨਿਵਿ ਲਗਾ ਪਾਇ ਜੀਉ ॥੧੦॥
ମୁଁ ଅନେକ ଚରଣ ଧୋଉ ଅଛି, ବିଞ୍ଚୁଛି ଆଉ ବିନମ୍ରତା ପୂର୍ବକ ନତ ହୋଇ ତାଙ୍କରି ଚରଣ ସ୍ପର୍ଶ କରୁଅଛି ॥10॥

error: Content is protected !!