ਕਬ ਚੰਦਨਿ ਕਬ ਅਕਿ ਡਾਲਿ ਕਬ ਉਚੀ ਪਰੀਤਿ ॥
ଏହା କେବେ ସ୍ଵର୍ଗ ରୂପୀ ଚନ୍ଦନ ବୃକ୍ଷ ଆଉ କେବେ ନର୍କ ରୂପୀ ଅରଖର ଡାଳରେ ବସିଥାଏ। ଏହା କେବେ ଭଗବାନଙ୍କ ସହିତ ମଧ୍ୟ ପ୍ରେମ କରି ନିଏ
ਨਾਨਕ ਹੁਕਮਿ ਚਲਾਈਐ ਸਾਹਿਬ ਲਗੀ ਰੀਤਿ ॥੨॥
ହେ ନାନକ! ଭଗବାନ ପ୍ରାଣୀଙ୍କୁ ନିଜ ଇଚ୍ଛା ଅନୁସାରେ ଚଳାଇଥାନ୍ତି, ଏହି ରୀତି ଆଦିକାଳରୁ ପ୍ରଚଳିତ ଅଛି। ॥2॥
ਪਉੜੀ ॥
ପଉଡି ॥
ਕੇਤੇ ਕਹਹਿ ਵਖਾਣ ਕਹਿ ਕਹਿ ਜਾਵਣਾ ॥
କେତେ ଲୋକ ଭଗବାନଙ୍କ ଗୁଣର ବର୍ଣ୍ଣନା କରୁଛନ୍ତି, ଆଉ କିଛି ବର୍ଣ୍ଣନା କରି ଦୁନିଆରୁ ଚାଲିଯାଇଛନ୍ତି
ਵੇਦ ਕਹਹਿ ਵਖਿਆਣ ਅੰਤੁ ਨ ਪਾਵਣਾ ॥
ବେଦ ଭଗବାନଙ୍କ ଗୁଣର ବର୍ଣ୍ଣନା କରିଥାଏ, ପରନ୍ତୁ, ତାହାଙ୍କ ଗୁଣର ଅନ୍ତ ପାଇ ପାରି ନାହାନ୍ତି
ਪੜਿਐ ਨਾਹੀ ਭੇਦੁ ਬੁਝਿਐ ਪਾਵਣਾ ॥
ପଢିବା ଦ୍ଵାରା ତାହାର ଭେଦ ପାଇ ପାରି ନାହାନ୍ତି, ତାହାଙ୍କ ଭେଦ ଜ୍ଞାନରୁ ହିଁ ପାଇ ପାରିବ
ਖਟੁ ਦਰਸਨ ਕੈ ਭੇਖਿ ਕਿਸੈ ਸਚਿ ਸਮਾਵਣਾ ॥
ଷଡଦର୍ଶନର ଛଅ ମତ ଅଟେ, ପରନ୍ତୁ, ତାହାଦ୍ୱାରା କେହି ବିରଳ ପୁରୁଷ ହିଁ ପରମାତ୍ମାଙ୍କ ଠାରେ ଲୀନ ହୋଇଥାଏ
ਸਚਾ ਪੁਰਖੁ ਅਲਖੁ ਸਬਦਿ ਸੁਹਾਵਣਾ ॥
ଯେଉଁ ପ୍ରାଣୀ ଗୁରୁଙ୍କ ଶିକ୍ଷାରୁ ସଚ୍ଚା ଅଲେଖ ପୁରୁଷଙ୍କୁ ପାଇଛି, ସେ ଶୋଭାବାନ ଅଟେ
ਮੰਨੇ ਨਾਉ ਬਿਸੰਖ ਦਰਗਹ ਪਾਵਣਾ ॥
ଯିଏ ଅନନ୍ତ ଈଶ୍ବରଙ୍କ ନାମ ଚିନ୍ତନ ମଁନ କରିଛି, ସେ ତାହାଙ୍କ ଦରବାରକୁ ଯାଇଥାଏ
ਖਾਲਕ ਕਉ ਆਦੇਸੁ ਢਾਢੀ ਗਾਵਣਾ ॥
ମୁଁ ଗାୟକ ଅଟେ, ଆଉ ସୃଷ୍ଟିର ରଚୟିତାକୁ ପ୍ରଣାମ କରେ, ତାହାଙ୍କ ଯଶୋଗାନ କରିଥାଏ
ਨਾਨਕ ਜੁਗੁ ਜੁਗੁ ਏਕੁ ਮੰਨਿ ਵਸਾਵਣਾ ॥੨੧॥
ହେ ନାନକ! ସେହି ଏକ ଇଶ୍ଵର ପ୍ରତ୍ଯେକ ଯୁଗରେ ବିଦ୍ୟମାନ ଅଟେ ଆଉ ତାହାଙ୍କୁ ହିଁ ନିଜ ମନରେ ବସାଇବା ଉଚିତ। ॥21॥
ਸਲੋਕੁ ਮਹਲਾ ੨ ॥
ଶ୍ଳୋକ ମହଲା 2 ॥
ਮੰਤ੍ਰੀ ਹੋਇ ਅਠੂਹਿਆ ਨਾਗੀ ਲਗੈ ਜਾਇ ॥
ଯଦି କେହି ମଣିଷ ବିଛା ମାନ୍ତର ଜାଣି ସାପକୁ ଧରିଥାଏ,
ਆਪਣ ਹਥੀ ਆਪਣੈ ਦੇ ਕੂਚਾ ਆਪੇ ਲਾਇ ॥
ତାହାହେଲେ ସେ ନିଜ ହାତରେ ସ୍ଵୟଂ ନିଜକୁ ନିଜେ ଅଗ୍ନି ଲଗାଇ ଦିଏ
ਹੁਕਮੁ ਪਇਆ ਧੁਰਿ ਖਸਮ ਕਾ ਅਤੀ ਹੂ ਧਕਾ ਖਾਇ ॥
ଆଦିକାଳରୁ ହିଁ ଈଶ୍ବରଙ୍କ ଏହି ହୁକୁମ ହୋଇଅଛି ଯେ ଯିଏ ମନ୍ଦ କରିଥାଏ ସିଏ ଭାରି ମାଡ ଖାଇଥାଏ
ਗੁਰਮੁਖ ਸਿਉ ਮਨਮੁਖੁ ਅੜੈ ਡੁਬੈ ਹਕਿ ਨਿਆਇ ॥
ଯେଉଁ ମନମୁଖ ମନୁଷ୍ୟ ଗୁରୁମୁଖୀକୁ ବିରୋଧ କରିଥାଏ, ସେ ନଷ୍ଟ ହୋଇଯାଏ, ଏହା ସଚ୍ଚା ନ୍ୟାୟ ଅଟେ
ਦੁਹਾ ਸਿਰਿਆ ਆਪੇ ਖਸਮੁ ਵੇਖੈ ਕਰਿ ਵਿਉਪਾਇ ॥
ଲୋକ ଓ ପରଲୋକ ଦୁଇଟି ପାଇଁ ନ୍ୟାୟ କରୁଥିବା ମାଲିକ-ପ୍ରଭୁ ସ୍ଵୟଂ ହିଁ ନ୍ୟାୟ କରି ଦେଖିଛନ୍ତି
ਨਾਨਕ ਏਵੈ ਜਾਣੀਐ ਸਭ ਕਿਛੁ ਤਿਸਹਿ ਰਜਾਇ ॥੧॥
ହେ ନାନକ! ଏହାକୁ ଏହିପରି ଭାବ ଯେ ସବୁକିଛି ପରମାତ୍ମାଙ୍କ ଇଚ୍ଛା ଅନୁସାରେ ହିଁ ହେଉଅଛି। ॥1॥
ਮਹਲਾ ੨ ॥
ମହଲା 2॥
ਨਾਨਕ ਪਰਖੇ ਆਪ ਕਉ ਤਾ ਪਾਰਖੁ ਜਾਣੁ ॥
ହେ ନାନକ! ଯଦି ମନୁଷ୍ୟ ନିଜକୁ ନିଜେ ପରୀକ୍ଷା କରିଥାଏ, ସେତେବେଳେ କେବଳ ତାହାକୁ ପରୀକ୍ଷକ ଭାବ
ਰੋਗੁ ਦਾਰੂ ਦੋਵੈ ਬੁਝੈ ਤਾ ਵੈਦੁ ਸੁਜਾਣੁ ॥
ଯଦି ମନୁଷ୍ୟ ରୋଗ ଏବଂ ଔଷଧ ଦୁଇଟିକୁ ବୁଝି ପାରିଛି, ତାହାହେଲେ ସେ ଚତୁର ବୈଦ୍ୟ ଅଟେ
ਵਾਟ ਨ ਕਰਈ ਮਾਮਲਾ ਜਾਣੈ ਮਿਹਮਾਣੁ ॥
ମଣିଷ ନିଜକୁ ଏହି ଦୁନିଆରେ ଅତିଥି ଭାବରେ ଗ୍ରହଣ କରିବା ଉଚିତ୍ ଏବଂ ଧର୍ମ ରାସ୍ତାରେ ଯିବାବେଳେ ଅନ୍ୟମାନଙ୍କ ସହିତ ବିବାଦ କରିବା ଉଚିତ୍ ନୁହେଁ
ਮੂਲੁ ਜਾਣਿ ਗਲਾ ਕਰੇ ਹਾਣਿ ਲਾਏ ਹਾਣੁ ॥
ଜଗତର ମୂଳ ପ୍ରଭୁଙ୍କୁ ବିଚାର କରି ସେ ଅନ୍ୟମାନଙ୍କ ସହିତ ପ୍ରଭୁଙ୍କ ବିଷୟରେ ଆଲୋଚନା କରିବା ଉଚିତ୍ । ସେ ଦୁନିଆରେ ନାମ-ସ୍ମରଣ କରିବାକୁ ଆସିଛନ୍ତି ଏବଂ ସେ କାମ ଉଦ୍ଦୀପକ କ୍ଷତିକାରକ ପାପଗୁଡ଼ିକୁ ନଷ୍ଟ କରିବା ଉଚିତ୍
ਲਬਿ ਨ ਚਲਈ ਸਚਿ ਰਹੈ ਸੋ ਵਿਸਟੁ ਪਰਵਾਣੁ ॥
ଯିଏ ଲୋଭ ପଥ ଅନୁସରଣ କରେ ନାହିଁ ଏବଂ ସତ୍ୟରେ ବାସ କରେ, ସେହି ମଧ୍ୟସ୍ଥି ପ୍ରଭୁଙ୍କ କୋର୍ଟରେ ଗ୍ରହଣୀୟ ହୋଇଥାଏ
ਸਰੁ ਸੰਧੇ ਆਗਾਸ ਕਉ ਕਿਉ ਪਹੁਚੈ ਬਾਣੁ ॥
ଯଦି ବାଣ ଆକାଶକୁ ମରାଯାଏ, ସେହି ବାଣ କିପରି ସେଠାରେ ପହଞ୍ଚି ପାରିବ?
ਅਗੈ ਓਹੁ ਅਗੰਮੁ ਹੈ ਵਾਹੇਦੜੁ ਜਾਣੁ ॥੨॥
ଉପର ସେହି ଆକାଶ ଅଗମ୍ୟ ଅଟେ, ଏଥିପାଇଁ ଭାବ ଯେ ବାଣ ଓଲଟି ବାଣ ମାରୁଥିବା ଲୋକ ଉପରେ ହିଁ ପଡିବ। ॥2॥
ਪਉੜੀ ॥
ପଉଡି ॥
ਨਾਰੀ ਪੁਰਖ ਪਿਆਰੁ ਪ੍ਰੇਮਿ ਸੀਗਾਰੀਆ ॥
ଜୀବ-ସ୍ତ୍ରୀ ନିଜ ପ୍ରଭୁ-ପତିଙ୍କ ସହିତ ପ୍ରେମ କରିଥାଏ ଆଉ ସେମାନେ ପ୍ରେମର ଶୃଙ୍ଗାର କରିଛନ୍ତି
ਕਰਨਿ ਭਗਤਿ ਦਿਨੁ ਰਾਤਿ ਨ ਰਹਨੀ ਵਾਰੀਆ ॥
ଦିନ ରାତି ସେ ପ୍ରଭୁଙ୍କ ଭକ୍ତି କରିଥାଏ ଆଉ ଭକ୍ତି କରିବାରୁ ସେ ବିରତ ହୁଏନାହିଁ
ਮਹਲਾ ਮੰਝਿ ਨਿਵਾਸੁ ਸਬਦਿ ਸਵਾਰੀਆ ॥
ପରମେଶ୍ଵରଙ୍କ ମନ୍ଦିରରେ ତାହାଙ୍କ ନିବାସ ଥାଏ, ଆଉ ପ୍ରଭୁଙ୍କ ନାମ ଦ୍ଵାରା ସେ ଶୋଭା ପ୍ରାପ୍ତ ହୋଇଛି
ਸਚੁ ਕਹਨਿ ਅਰਦਾਸਿ ਸੇ ਵੇਚਾਰੀਆ ॥
ସେ ବିନୀତ ହୋଇ ସଚ୍ଚା ହୃଦୟରେ ପ୍ରାର୍ଥନା କରିଥାଏ।
ਸੋਹਨਿ ਖਸਮੈ ਪਾਸਿ ਹੁਕਮਿ ਸਿਧਾਰੀਆ ॥
ସେ ନିଜ ସ୍ଵାମୀଙ୍କ ପାଖରେ ସୁନ୍ଦର ଲାଗିଥାଏ, ଆଉ ପତି ପ୍ରଭୁଙ୍କ ହୁକୁମରେ ତାହାଙ୍କ ପାଖରେ ପହଞ୍ଚିଥାଏ
ਸਖੀ ਕਹਨਿ ਅਰਦਾਸਿ ਮਨਹੁ ਪਿਆਰੀਆ ॥
ସେ ପ୍ରଭୁଙ୍କ ଶ୍ରଦ୍ଧାରେ ପ୍ରେମ କରିଥାଏ, ତାହାର ସବୁ ସଖୀ ପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରିଥାନ୍ତି
ਬਿਨੁ ਨਾਵੈ ਧ੍ਰਿਗੁ ਵਾਸੁ ਫਿਟੁ ਸੁ ਜੀਵਿਆ ॥
ପ୍ରଭୁ ନାମ ବିନା ମନୁଷ୍ୟର ଜୀବନ ଧିକ୍କାର ଯୋଗ୍ୟ ଅଟେ, ଆଉ ତାହାର ନିବାସ ମଧ୍ୟ ଧିକ୍କାର ଯୋଗ୍ୟ ଅଟେ
ਸਬਦਿ ਸਵਾਰੀਆਸੁ ਅੰਮ੍ਰਿਤੁ ਪੀਵਿਆ ॥੨੨॥
ଯେଉଁ ଜୀବ-ସ୍ତ୍ରୀ ନାମ ଦ୍ଵାରା ଶୋଭା ପାଇଥାଏ ସେ ହିଁ ନାମ ରୂପୀ ଅମୃତ ପାନ କରିଛି। ॥22॥
ਸਲੋਕੁ ਮਃ ੧ ॥
ଶ୍ଳକ ମହଲା 1 ॥
ਮਾਰੂ ਮੀਹਿ ਨ ਤ੍ਰਿਪਤਿਆ ਅਗੀ ਲਹੈ ਨ ਭੁਖ ॥
ଯେପରି ମରୁସ୍ଥଳ ବର୍ଷା ଦ୍ଵାରା ତୃପ୍ତ ହୁଏନାହିଁ, ସେପରି ହିଁ ଅଗ୍ନିର କ୍ଷୁଧା କାଠ ଦ୍ଵାରା ଦୂର ହୁଏନାହିଁ
ਰਾਜਾ ਰਾਜਿ ਨ ਤ੍ਰਿਪਤਿਆ ਸਾਇਰ ਭਰੇ ਕਿਸੁਕ ॥
କୌଣସି ସମ୍ରାଟ ସାମ୍ରାଜ୍ୟ ଦ୍ଵାରା ତୃପ୍ତ ହୁଏନାହିଁ ଆଉ ସାଗରକୁ କେବେ କେହି ମଧ୍ୟ ଭରି ପାରିବ ନାହିଁ
ਨਾਨਕ ਸਚੇ ਨਾਮ ਕੀ ਕੇਤੀ ਪੁਛਾ ਪੁਛ ॥੧॥
ହେ ନାନକ! ସତ୍ୟର ନାମ ପାଇଁ ଭକ୍ତମାନେ କେତେ ଭୋକରେ ଅଛନ୍ତି, ଏହାକୁ କୁହାଯାଇପାରିବ ନାହିଁ, ଅର୍ଥାତ୍ ଭକ୍ତମାନେ ନାମ ଜପ କରି ସନ୍ତୁଷ୍ଟ ନୁହଁନ୍ତି ॥1॥
ਮਹਲਾ ੨ ॥
ମହଲା 2 ॥
ਨਿਹਫਲੰ ਤਸਿ ਜਨਮਸਿ ਜਾਵਤੁ ਬ੍ਰਹਮ ਨ ਬਿੰਦਤੇ ॥
ଯେ ପର୍ଯ୍ୟନ୍ତ ମନୁଷ୍ୟକୁ ପରମେଶ୍ଵରଙ୍କ ଜ୍ଞାନ ହୋଇନଥାଏ ତାହାର ଜୀବନ ବ୍ୟର୍ଥ ଅଟେ
ਸਾਗਰੰ ਸੰਸਾਰਸਿ ਗੁਰ ਪਰਸਾਦੀ ਤਰਹਿ ਕੇ ॥
ଗୁରୁଙ୍କ କୃପାରୁ ବିରଳ ପୁରୁଷ ହିଁ ସଂସାର ସାଗରରୁ ପାର ହୋଇଥାଏ
ਕਰਣ ਕਾਰਣ ਸਮਰਥੁ ਹੈ ਕਹੁ ਨਾਨਕ ਬੀਚਾਰਿ ॥
ନାନକ ବିଚାର କରି କହନ୍ତି ଯେ ପରମେଶ୍ଵର ସବୁ କାର୍ଯ୍ୟ କରିବା ପାଇଁ ସମର୍ଥ ଅଟନ୍ତି
ਕਾਰਣੁ ਕਰਤੇ ਵਸਿ ਹੈ ਜਿਨਿ ਕਲ ਰਖੀ ਧਾਰਿ ॥੨॥
ଜଗତର କାରଣ ରଚୟିତା ପ୍ରଭୁଙ୍କ ବଶରେ ଆଉ ପ୍ରଭୁଙ୍କ କଳା ଏହି ଜଗତକୁ ଧାରଣ କରିଅଛି। ॥2॥
ਪਉੜੀ ॥
ପଉଡି ॥
ਖਸਮੈ ਕੈ ਦਰਬਾਰਿ ਢਾਢੀ ਵਸਿਆ ॥
ଭାଟୁଆ (ଯଶୋଗାନ କରୁଥିବା) ପ୍ରଭୁଙ୍କ ଦରବାରରେ ବାସ କରିଥାଏ
ਸਚਾ ਖਸਮੁ ਕਲਾਣਿ ਕਮਲੁ ਵਿਗਸਿਆ ॥
ସତ୍ୟ ସ୍ୱରୂପ ପରମେଶ୍ଵରଙ୍କ ମହିମା ଗାନ କରିବା ଦ୍ଵାରା ତାହାର ହୃଦୟ କମଳ ପ୍ରଫୁଲ୍ଲିତ ହୋଇଯାଇଛି
ਖਸਮਹੁ ਪੂਰਾ ਪਾਇ ਮਨਹੁ ਰਹਸਿਆ ॥
ଈଶ୍ବରଙ୍କ ଠାରୁ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରିବା ଦ୍ଵାରା ନିଜ ହୃଦୟରେ ସେ ପରମ ପ୍ରସନ୍ନ ହୋଇଯାଇଛି
ਦੁਸਮਨ ਕਢੇ ਮਾਰਿ ਸਜਣ ਸਰਸਿਆ ॥
ସେ ନିଜ ହୃଦୟରେ କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ଇତ୍ୟାଦି ଶତ୍ରୁମାନଙ୍କୁ ହତ୍ୟା କରି ବାହାର କରି ଦେଇଛନ୍ତି ଏବଂ ତାଙ୍କର ସଜ୍ଜନ – ସତ୍ୟ, ତୃପ୍ତି, ଦୟା ଏବଂ ଧର୍ମ ଇତ୍ୟାଦି ଖୁସି ହୋଇଛନ୍ତି
ਸਚਾ ਸਤਿਗੁਰੁ ਸੇਵਨਿ ਸਚਾ ਮਾਰਗੁ ਦਸਿਆ ॥
ସଚ୍ଚା ସଦଗୁରୁ ତାହାକୁ ପ୍ରଭୁ ମିଳନର ସତମାର୍ଗ ବତାଇ ଦେଇଛନ୍ତି