ਗੁਰ ਕਾ ਸਬਦੁ ਅੰਮ੍ਰਿਤ ਰਸੁ ਚਾਖੁ ॥
ହେ ପ୍ରାଣୀ! ଗୁରୁଙ୍କ ଶବ୍ଦ ଅମୃତ ରସ ଅଟେ ଆଉ ଏହି ଅମୃତ ରସର ପାନ କର।
ਅਵਰਿ ਜਤਨ ਕਹਹੁ ਕਉਨ ਕਾਜ ॥
ହେ ଭାଇ! କୁହ, ତୋର ଅନ୍ୟ ପ୍ରୟାସ କେଉଁ କାମର ଅଟେ?
ਕਰਿ ਕਿਰਪਾ ਰਾਖੈ ਆਪਿ ਲਾਜ ॥੨॥
ପ୍ରଭୁ ସ୍ଵୟଂ ହିଁ କୃପା କରି ମନୁଷ୍ୟର ଲଜ୍ଜା ରକ୍ଷା କରିଥାନ୍ତି ॥2॥
ਕਿਆ ਮਾਨੁਖ ਕਹਹੁ ਕਿਆ ਜੋਰੁ ॥
ବିଚରା ମନୁଷ୍ୟ କଣ କରିପାରେ? କୁହ, ତାହା ପାଖରେ କେଉଁ ବଳ ଅଛି?
ਝੂਠਾ ਮਾਇਆ ਕਾ ਸਭੁ ਸੋਰੁ ॥
ଧାନ ଦୌଲତ ସବୁ ମିଥ୍ୟା ଅଟେ।
ਕਰਣ ਕਰਾਵਨਹਾਰ ਸੁਆਮੀ ॥
ଜଗତର ସ୍ଵାମୀ ପ୍ରଭୁ ସ୍ଵୟଂ ହିଁ ସବୁ କିଛି କରନ୍ତି ଏବଂ କରାନ୍ତି।
ਸਗਲ ਘਟਾ ਕੇ ਅੰਤਰਜਾਮੀ ॥੩॥
ଅନ୍ତର୍ଯାମୀ (ପ୍ରଭୁ) ସର୍ବଜ୍ଞ ଅଟନ୍ତି ॥3॥
ਸਰਬ ਸੁਖਾ ਸੁਖੁ ਸਾਚਾ ਏਹੁ ॥
ସର୍ବ ସୁଖରେ ସଚ୍ଚା ସୁଖ ଏହା ଯେ
ਗੁਰ ਉਪਦੇਸੁ ਮਨੈ ਮਹਿ ਲੇਹੁ ॥
ଗୁରୁଙ୍କ ଶିକ୍ଷାକୁ ନିଜ ହୃଦୟରେ ସ୍ମରଣ ରଖ,
ਜਾ ਕਉ ਰਾਮ ਨਾਮ ਲਿਵ ਲਾਗੀ ॥
ଯାହାର ବୃତ୍ତି ରାମ ନାମରେ ଲାଗିଅଛି,”
ਕਹੁ ਨਾਨਕ ਸੋ ਧੰਨੁ ਵਡਭਾਗੀ ॥੪॥੭॥੭੬॥
ହେ ନାନକ! ସେ ବଡ ଧନ୍ୟ ଏବଂ ଭାଗ୍ୟବାନ ଅଟେ ॥4॥7॥76॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥
ਸੁਣਿ ਹਰਿ ਕਥਾ ਉਤਾਰੀ ਮੈਲੁ ॥
ଯିଏ ହରିଙ୍କ କଥା ଶୁଣି ନିଜ ମନର ଅହଂ ରୂପୀ ମଇଳା ବାହାର କରିଛନ୍ତି,
ਮਹਾ ਪੁਨੀਤ ਭਏ ਸੁਖ ਸੈਲੁ ॥
ସେ ବହୁତ ହିଁ ପବିତ୍ର ଏବଂ ସୁଖୀ ହୋଇଥାଏ।
ਵਡੈ ਭਾਗਿ ਪਾਇਆ ਸਾਧਸੰਗੁ ॥
ତାହାଙ୍କୁ ବଡ ଭାଗ୍ୟରୁ ସନ୍ଥଙ୍କ ସଙ୍ଗତି ମିଳିଛି
ਪਾਰਬ੍ਰਹਮ ਸਿਉ ਲਾਗੋ ਰੰਗੁ ॥੧॥
ଆଉ ତାହାଙ୍କ ପ୍ରେମ ପରଂବ୍ରହ୍ମ ସହିତ ହୋଇଯାଇଛି ॥1॥
ਹਰਿ ਹਰਿ ਨਾਮੁ ਜਪਤ ਜਨੁ ਤਾਰਿਓ ॥
ହରି-ପରମେଶ୍ଵରଙ୍କ ନାମର ଆରାଧନା କରୁଥିବା ସେବକ ଭବସାଗରରୁ ପାର ହୋଇଯାଇଛି।
ਅਗਨਿ ਸਾਗਰੁ ਗੁਰਿ ਪਾਰਿ ਉਤਾਰਿਓ ॥੧॥ ਰਹਾਉ ॥
ଗୁରୁଜୀ ତାହାଙ୍କୁ ତୃଷ୍ଣା ରୂପୀ ଅଗ୍ନି ସାଗରରୁ ପାର କରାଇଛନ୍ତି ॥1॥ରୁହ॥
ਕਰਿ ਕੀਰਤਨੁ ਮਨ ਸੀਤਲ ਭਏ ॥
ପ୍ରଭୁଙ୍କ କୀର୍ତ୍ତନ କରି ତାହାଙ୍କ ହୃଦୟ ଶୀତଳ ହୋଇଯାଇଛି ଆଉ
ਜਨਮ ਜਨਮ ਕੇ ਕਿਲਵਿਖ ਗਏ ॥
ଜନ୍ମ ଜନ୍ମାନ୍ତରର ପାପ ଧୋଇ ହୋଇଯାଇଛି
ਸਰਬ ਨਿਧਾਨ ਪੇਖੇ ਮਨ ਮਾਹਿ ॥
ସମସ୍ତ ଖଜଣା ସିଏ ନିଜ ହୃଦୟରେ ଦେଖିଛନ୍ତି।
ਅਬ ਢੂਢਨ ਕਾਹੇ ਕਉ ਜਾਹਿ ॥੨॥
ଏବେ ସେ ସୁଖର ସନ୍ଧାନ କରିବାକୁ ବାହାରକୁ କାହିଁକି ଯିବ? ॥2॥
ਪ੍ਰਭ ਅਪੁਨੇ ਜਬ ਭਏ ਦਇਆਲ ॥
ଯେବେ ମୋର ପ୍ରଭୁ ଦୟାଳୁ ହୋଇଛନ୍ତି ତାହାହେଲେ
ਪੂਰਨ ਹੋਈ ਸੇਵਕ ਘਾਲ ॥
ତାହାଙ୍କ ସେବକର ସେବା ସଂପୂର୍ଣ୍ଣ ହୋଇଯାଇଛି।
ਬੰਧਨ ਕਾਟਿ ਕੀਏ ਅਪਨੇ ਦਾਸ ॥
ତାହାକୁ (ମୋହ-ମାୟାର) ବନ୍ଧନ କାଟି ନିଜର ଦାସ ବନାଇଛନ୍ତି।
ਸਿਮਰਿ ਸਿਮਰਿ ਸਿਮਰਿ ਗੁਣਤਾਸ ॥੩॥
ଏବେ ସେ ଗୁଣର ଭଣ୍ଡାର ପ୍ରଭୁଙ୍କ ସ୍ମରଣ କରୁଥାଏ ॥3॥
ਏਕੋ ਮਨਿ ਏਕੋ ਸਭ ਠਾਇ ॥
କେବଳ ସେ ଅନ୍ତଃ କରଣରେ ଥାଆନ୍ତି ଆଉ କେବଳ ସିଏ ହିଁ ସର୍ବତ୍ର ବିଦ୍ୟମାନ ଅଛନ୍ତି।
ਪੂਰਨ ਪੂਰਿ ਰਹਿਓ ਸਭ ਜਾਇ ॥
ସଂପୂର୍ଣ୍ଣ ପ୍ରଭୁ ସମସ୍ତ ସ୍ଥାନକୁ ପୁଣ୍ୟୋତୟା କରିଛନ୍ତି।
ਗੁਰਿ ਪੂਰੈ ਸਭੁ ਭਰਮੁ ਚੁਕਾਇਆ ॥
ପୂର୍ଣ୍ଣ ଗୁରୁ ସମସ୍ତ ଭ୍ରମ ନିବୃତ୍ତ କରିଦେଇଛନ୍ତି।
ਹਰਿ ਸਿਮਰਤ ਨਾਨਕ ਸੁਖੁ ਪਾਇਆ ॥੪॥੮॥੭੭॥
ହେ ନାନକ! ହରିଙ୍କ ସ୍ମରଣ କରି ସେ ସୁଖ ପ୍ରାପ୍ତ କରିଅଛି॥4॥8॥77॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥
ਅਗਲੇ ਮੁਏ ਸਿ ਪਾਛੈ ਪਰੇ ॥
ଆମର ଯେଉଁ ପୂର୍ବଜ ପ୍ରାଣୀ ତ୍ୟାଗ କରିଛନ୍ତି, ତାହାଙ୍କୁ ଆମେ ଭୁଲିଯାଇଛୁ।
ਉਬਰੇ ਸੇ ਬੰਧਿ ਲਕੁ ਖਰੇ ॥
ଯିଏ ବଞ୍ଚିଛନ୍ତି, ସେ ଧନ ଏକତ୍ର କରିବା ପାଇଁ ଅଛନ୍ତି।
ਜਿਹ ਧੰਧੇ ਮਹਿ ਓਇ ਲਪਟਾਏ ॥
ସେ ସେହି କାମଧନ୍ଧାରେ ବ୍ୟସ୍ତ ହୋଇଥାଏ, ଯେଉଁଥିରେ ପୂର୍ବଜ ଲୀନ ହୋଇଥିଲେ।
ਉਨ ਤੇ ਦੁਗੁਣ ਦਿੜੀ ਉਨ ਮਾਏ ॥੧॥
ତାହାଙ୍କ ମୁକାବିଲାରେ ସେ ଧନକୁ ଦୁଇ ଗୁଣ ଶକ୍ତିରେ ଜୋଡନ୍ତି ॥1॥
ਓਹ ਬੇਲਾ ਕਛੁ ਚੀਤਿ ਨ ਆਵੈ ॥
ମୃତ୍ୟୁର ସେହି ସମୟକୁ ମନୁଷ୍ୟ ସ୍ମରଣ କରେ ନାହିଁ।
ਬਿਨਸਿ ਜਾਇ ਤਾਹੂ ਲਪਟਾਵੈ ॥੧॥ ਰਹਾਉ ॥
ସେ ସେଥିରେ ଲାଗିଥାଏ, ଯେଉଁଥିରେ ସେ ନାଶ ହେବାକୁ ଥାଏ ॥1॥ରୁହ॥
ਆਸਾ ਬੰਧੀ ਮੂਰਖ ਦੇਹ ॥
ମୂର୍ଖ ମଣିଷର ଶରୀର ତୃଷ୍ଣାରେ ବାନ୍ଧି ହୋଇଛି।
ਕਾਮ ਕ੍ਰੋਧ ਲਪਟਿਓ ਅਸਨੇਹ ॥
ସେ କାମ, କ୍ରୋଧ ଏବଂ ସାଂସାରିକ ମୋହରେ ଫସି ରହିଥାଏ।
ਸਿਰ ਊਪਰਿ ਠਾਢੋ ਧਰਮ ਰਾਇ ॥
ତାହାର ମସ୍ତକ ଉପରେ ଧର୍ମରାଜ ଦଣ୍ଡାୟମାନ ଅଛନ୍ତି।
ਮੀਠੀ ਕਰਿ ਕਰਿ ਬਿਖਿਆ ਖਾਇ ॥੨॥
ମୂର୍ଖ ମଣିଷ ମାୟା ରୂପୀ ବିଷକୁ ମିଠା ଭାବି ଖାଇଥାଏ ॥2॥
ਹਉ ਬੰਧਉ ਹਉ ਸਾਧਉ ਬੈਰੁ ॥
(ମୂର୍ଖ ଅହଂକାରରେ କଥା କରିଥାଏ ଯେ) ସେ ନିଜ ଶତ୍ରୁକୁ ବାନ୍ଧି ନେବ ଆଉ ହିସାବ ନିକାସ କରିବ।
ਹਮਰੀ ਭੂਮਿ ਕਉਣੁ ਘਾਲੈ ਪੈਰੁ ॥
ମୋର ଧରିତ୍ରୀ ଉପରେ କିଏ ପାଦ ରଖିପାରିବ।
ਹਉ ਪੰਡਿਤੁ ਹਉ ਚਤੁਰੁ ਸਿਆਣਾ ॥
ମୁଁ ବିଦ୍ଵାନ ଅଟେ, ମୁଁ ଚତୁର ଏବଂ ବୁଦ୍ଧିମାନ ଅଟେ।
ਕਰਣੈਹਾਰੁ ਨ ਬੁਝੈ ਬਿਗਾਨਾ ॥੩॥
କିନ୍ତୁ, ମୂର୍ଖ ମନୁଷ୍ୟ ନିଜ କର୍ତ୍ତାକୁ ଜାଣେ ନାହିଁ। ॥3॥
ਅਪੁਨੀ ਗਤਿ ਮਿਤਿ ਆਪੇ ਜਾਨੈ ॥
(କିନ୍ତୁ, ମନୁଷ୍ୟର ବଶରେ କଣ) ନିଜ ଗତି ଏବଂ ମୂଲ୍ୟ ପ୍ରଭୁ ସ୍ଵୟଂ ହିଁ ଜାଣିଥାନ୍ତି।
ਕਿਆ ਕੋ ਕਹੈ ਕਿਆ ਆਖਿ ਵਖਾਨੈ ॥
କିଏ କଣ କହିପାରିବ? ମନୁଷ୍ୟ କିଭଳି ତାହାର କଥନ ଏବଂ ବର୍ଣ୍ଣନା କରିପାରିବ?
ਜਿਤੁ ਜਿਤੁ ਲਾਵਹਿ ਤਿਤੁ ਤਿਤੁ ਲਗਨਾ ॥
ଯାହା ସହିତ ହରି ମନୁଷ୍ୟକୁ ମିଳାନ୍ତି, ତାହା ସହିତ ସେ ମିଳିଯାନ୍ତି।
ਅਪਨਾ ਭਲਾ ਸਭ ਕਾਹੂ ਮੰਗਨਾ ॥੪॥
ପ୍ରତି ମନୁଷ୍ୟ ନିଜର ଭଲ ଚାହେଁ ॥4॥
ਸਭ ਕਿਛੁ ਤੇਰਾ ਤੂੰ ਕਰਣੈਹਾਰੁ ॥
ହେ ପ୍ରଭୁ! ତୁ ରାହାୟତା ତୁ, ସବୁ କିଛି ତୋର ବଶରେ ଅଛି।
ਅੰਤੁ ਨਾਹੀ ਕਿਛੁ ਪਾਰਾਵਾਰੁ ॥
ତୋର ଗୁଣର କୌଣସି ଅନ୍ତ ନାହିଁ, ତୋର ସ୍ୱରୂପ ଶକ୍ତିଶାଳୀ
ਦਾਸ ਅਪਨੇ ਕਉ ਦੀਜੈ ਦਾਨੁ ॥
ହେ ପ୍ରଭୁ! ନିଜର ଦାସକୁ ନାମ ଦାନ କର।
ਕਬਹੂ ਨ ਵਿਸਰੈ ਨਾਨਕ ਨਾਮੁ ॥੫॥੯॥੭੮॥
ହେ ନାନକ! ମୋତେ ପ୍ରଭୁଙ୍କ ନାମ କେବେ ବିସ୍ମୃତ ନ ହେଉ ॥5॥9॥78॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥
ਅਨਿਕ ਜਤਨ ਨਹੀ ਹੋਤ ਛੁਟਾਰਾ ॥
ଅନେକ ଯତ୍ନରୁ ମଧ୍ୟ (ମାୟାର ବନ୍ଧନରୁ) ମୁକ୍ତି ହୁଏନାହିଁ।
ਬਹੁਤੁ ਸਿਆਣਪ ਆਗਲ ਭਾਰਾ ॥
ଅଧିକ ଚତୁରତା କରିଲେ ପାପର ବୋଝ ମୁଣ୍ଡ ଉପରେ ବଢିଥାଏ।
ਹਰਿ ਕੀ ਸੇਵਾ ਨਿਰਮਲ ਹੇਤ ॥
ଯେଉଁ ବ୍ୟକ୍ତି ନିର୍ମଳ ମନ ଓ ପ୍ରେମରେ ଭଗବାନଙ୍କ ସେବା କରିଥାଏ,
ਪ੍ਰਭ ਕੀ ਦਰਗਹ ਸੋਭਾ ਸੇਤ ॥੧॥
ସେ ପ୍ରଭୁଙ୍କ ଦରବାରରେ ଶୋଭାର ପାତ୍ର ବନିଯାଏ ॥1॥