ODIA PAGE 179

ਮਨ ਮੇਰੇ ਗਹੁ ਹਰਿ ਨਾਮ ਕਾ ਓਲਾ ॥
ହେ ମୋର ମନ! ଈଶ୍ବରଙ୍କ ନାମର ଆଶ୍ରୟ ନିଅ।

ਤੁਝੈ ਨ ਲਾਗੈ ਤਾਤਾ ਝੋਲਾ ॥੧॥ ਰਹਾਉ ॥
ତୋତେ ଗରମ ପବନ ମଧ୍ୟ ସ୍ପର୍ଶ କରିପାରିବ ନାହିଁ ॥1॥ରୁହ॥

ਜਿਉ ਬੋਹਿਥੁ ਭੈ ਸਾਗਰ ਮਾਹਿ ॥
ଯେପରି ଭୟାନକ ସାଗରରେ ଜାହାଜ ସହାୟକ ହୋଇଥାଏ,

ਅੰਧਕਾਰ ਦੀਪਕ ਦੀਪਾਹਿ ॥
ଯେପରି ଦୀପକ ଅନ୍ଧାରକୁ ଉଜ୍ଜଳ କରିଦିଏ,

ਅਗਨਿ ਸੀਤ ਕਾ ਲਾਹਸਿ ਦੂਖ ॥
ଯେପରି ଅଗ୍ନି ଥଣ୍ଡାର ପୀଡା ଦୂର କରିଦିଏ,

ਨਾਮੁ ਜਪਤ ਮਨਿ ਹੋਵਤ ਸੂਖ ॥੨॥
ସେପରି ହିଁ ନାମ ସ୍ମରଣ ଦ୍ଵାରା ମନକୁ ଶାନ୍ତି ପ୍ରାପ୍ତ ହୋଇଯାଏ ॥2॥

ਉਤਰਿ ਜਾਇ ਤੇਰੇ ਮਨ ਕੀ ਪਿਆਸ ॥
ନାମ ସ୍ମରଣ ଦ୍ଵାରା ତୋର ମନର ତୃଷ୍ଣା ମେଣ୍ଟିଯିବ,”

ਪੂਰਨ ਹੋਵੈ ਸਗਲੀ ਆਸ ॥
ସମସ୍ତ ଆକାଂକ୍ଷା ପୂର୍ଣ୍ଣ ହୋଇଯିବ,

ਡੋਲੈ ਨਾਹੀ ਤੁਮਰਾ ਚੀਤੁ ॥
ତୋର ମନ ଦୋହଲିବ ନାହିଁ,

ਅੰਮ੍ਰਿਤ ਨਾਮੁ ਜਪਿ ਗੁਰਮੁਖਿ ਮੀਤ ॥੩॥
ଯଦି ହେ ମିତ୍ର! ତୁ ଗୁରୁଙ୍କ ଦୟାରୁ ନାମ ଅମୃତର ସ୍ମରଣ କରୁ ॥3॥

ਨਾਮੁ ਅਉਖਧੁ ਸੋਈ ਜਨੁ ਪਾਵੈ ॥
କେବଳ ସେହି ମନୁଷ୍ୟ ନାମ ରୂପୀ ଔଷଧ ପ୍ରାପ୍ତ କରିଥାଏ,

ਕਰਿ ਕਿਰਪਾ ਜਿਸੁ ਆਪਿ ਦਿਵਾਵੈ ॥
ଯାହାଙ୍କୁ ପ୍ରଭୁ ସ୍ଵୟଂ ଦୟା ଧାରଣ କରି ଗୁରୁଙ୍କ ଦ୍ଵାରା ଦିଅନ୍ତି।

ਹਰਿ ਹਰਿ ਨਾਮੁ ਜਾ ਕੈ ਹਿਰਦੈ ਵਸੈ ॥
ହେ ନାନକ! ଯାହାର ହୃଦୟରେ ହରି-ପରମେଶ୍ଵରଙ୍କ ନାମ ନିବାସ କରିଥାଏ,

ਦੂਖੁ ਦਰਦੁ ਤਿਹ ਨਾਨਕ ਨਸੈ ॥੪॥੧੦॥੭੯॥
ତାହାର ଦୁଃଖ ଯନ୍ତ୍ରଣା ଦୂର ହୋଇଯାଏ ॥4॥10॥79॥

ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥

ਬਹੁਤੁ ਦਰਬੁ ਕਰਿ ਮਨੁ ਨ ਅਘਾਨਾ ॥
ଅଧିକ ଧନ ସଂଗ୍ରହ କରି ମଧ୍ୟ ମନୁଷ୍ୟର ମନ ତୃପ୍ତ ହୁଏନାହିଁ।

ਅਨਿਕ ਰੂਪ ਦੇਖਿ ਨਹ ਪਤੀਆਨਾ ॥
ଅନେକ ରୂପସୀଙ୍କ ସୌନ୍ଦର୍ଯ୍ୟ ଦେଖି ମଧ୍ୟ ମନୁଷ୍ୟ ସନ୍ତୁଷ୍ଟ ହୁଏନାହିଁ।

ਪੁਤ੍ਰ ਕਲਤ੍ਰ ਉਰਝਿਓ ਜਾਨਿ ਮੇਰੀ ॥
ନିଜର ପୁତ୍ର ଏବଂ ପତ୍ନୀର ମୋହରେ ମୋର ପ୍ରାଣ ଜଡିତ ଅଛି,

ਓਹ ਬਿਨਸੈ ਓਇ ਭਸਮੈ ਢੇਰੀ ॥੧॥
ମୋର ଧନ ଦୌଲତ ସବୁ ନାଶ ହୋଇଯିବ ଆଉ ସେ ସମ୍ବନ୍ଧୀୟ ପାଉଁଶ ହୋଇଯିବେ। ॥1॥

ਬਿਨੁ ਹਰਿ ਭਜਨ ਦੇਖਉ ਬਿਲਲਾਤੇ ॥
ହରି-ଭଜନ ବିନା ପ୍ରାଣୀଙ୍କୁ କାନ୍ଦିବା ଦେଖିଅଛି।

ਧ੍ਰਿਗੁ ਤਨੁ ਧ੍ਰਿਗੁ ਧਨੁ ਮਾਇਆ ਸੰਗਿ ਰਾਤੇ ॥੧॥ ਰਹਾਉ ॥
ଯେଉଁ ବ୍ୟକ୍ତି ମାୟାର ମୋହରେ ମଗ୍ନ ରହିଥାଏ, ତାହାର ତନ ଏବଂ ମନ ଧିକ୍କାର ଯୋଗ୍ୟ ଅଟେ। ॥1॥ରୁହ॥

ਜਿਉ ਬਿਗਾਰੀ ਕੈ ਸਿਰਿ ਦੀਜਹਿ ਦਾਮ ॥
ଯେପରି ଧନ ଦଉଲତର ପୁଟୁଳି ଗୋତି ଶ୍ରମିକ ମୁଣ୍ଡ ଉପରେ ରଖିଦିଆଯାଏ,

ਓਇ ਖਸਮੈ ਕੈ ਗ੍ਰਿਹਿ ਉਨ ਦੂਖ ਸਹਾਮ ॥
ସେହି ଧନ ଦଉଲତର ପୁଟୁଳି ସ୍ବାମୀଙ୍କ ଘର ପହଞ୍ଚିଯାଏ, ପରନ୍ତୁ, ଗୋତି ଶ୍ରମିକ ଭାର ଉଠାଇବା କଷ୍ଟ ସହ୍ୟ କରିଥାଏ।

ਜਿਉ ਸੁਪਨੈ ਹੋਇ ਬੈਸਤ ਰਾਜਾ ॥
ଯେପରି ସ୍ଵପ୍ନରେ ସାଧାରଣ ପୁରୁଷ ରାଜା ବନି ବିରାଜମାନ ହୋଇଥାଏ

ਨੇਤ੍ਰ ਪਸਾਰੈ ਤਾ ਨਿਰਾਰਥ ਕਾਜਾ ॥੨॥
ପରନ୍ତୁ, ଯେବେ ସେ ନିଜ ନେତ୍ର ଖୋଲିଥାଏ, ସେତେବେଳେ ତାହାର ସବୁ କାର୍ଯ୍ୟ ବ୍ୟର୍ଥ ହୋଇଯାଏ ॥2॥

ਜਿਉ ਰਾਖਾ ਖੇਤ ਊਪਰਿ ਪਰਾਏ ॥
ଯେପରି କେହି ରଖୁଆଳ ଫସଲ ରକ୍ଷା କରିଥାଏ,

ਖੇਤੁ ਖਸਮ ਕਾ ਰਾਖਾ ਉਠਿ ਜਾਏ ॥
ଫସଲ ସ୍ଵାମୀଙ୍କର ବନିଯାଏ ଆଉ ରଖୁଆଳ ନିଜ ଘରକୁ ଚାଲିଯାଏ।

ਉਸੁ ਖੇਤ ਕਾਰਣਿ ਰਾਖਾ ਕੜੈ ॥
ସେହି ଫସଲ କାରଣରୁ ରଖୁଆଳ ଅଧିକ କଷ୍ଟ ସହ୍ୟ କରିଥାଏ,

ਤਿਸ ਕੈ ਪਾਲੈ ਕਛੂ ਨ ਪੜੈ ॥੩॥
କିନ୍ତୁ, ସେଥିରୁ ଠାକୁ ଶେଷରେ କିଛି ମିଳେନାହିଁ ॥3॥

ਜਿਸ ਕਾ ਰਾਜੁ ਤਿਸੈ ਕਾ ਸੁਪਨਾ ॥
ଯେଉଁ ପ୍ରଭୁ ଦେଇଥିବା ଶାସନ ମିଳିଥାଏ, ତାହାଙ୍କ ଦ୍ଵାରା ଦିଆ ହୋଇଥିବା ସ୍ଵପ୍ନ ମଧ୍ୟ ମିଳିଥାଏ।

ਜਿਨਿ ਮਾਇਆ ਦੀਨੀ ਤਿਨਿ ਲਾਈ ਤ੍ਰਿਸਨਾ ॥
ଯିଏ ଧନ ଦୌଲତ ପ୍ରଦାନ କରିଛନ୍ତି, ସିଏ ହିଁ ଏଥିପାଇଁ ତୃଷ୍ଣା ଉତ୍ପନ୍ନ କରିଛନ୍ତି।

ਆਪਿ ਬਿਨਾਹੇ ਆਪਿ ਕਰੇ ਰਾਸਿ ॥
ରମେଶ୍ଵର ସ୍ଵୟଂ ପ୍ରାଣୀଙ୍କ ବିନାଶ କରିଥାନ୍ତି ସ୍ଵୟଂ ହିଁ ତାହାର ମନୋରଥ ସଫଳ କରିଥାନ୍ତି।

ਨਾਨਕ ਪ੍ਰਭ ਆਗੈ ਅਰਦਾਸਿ ॥੪॥੧੧॥੮੦॥
ହେ ନାନକ! ପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କର ॥4॥11॥80॥

ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥

ਬਹੁ ਰੰਗ ਮਾਇਆ ਬਹੁ ਬਿਧਿ ਪੇਖੀ ॥
ଅନେକ ବିଧିରେ ବହୁରଙ୍ଗୀ ମୋହିନୀ ଲୋଭାଇବା ମୁଁ ଦେଖିଛି।

ਕਲਮ ਕਾਗਦ ਸਿਆਨਪ ਲੇਖੀ ॥
ଅନେକ ବିଦ୍ଵାନ ନିଜ କଲମ ଓ କାଗଜରେ ପ୍ରବୀଣ କଥା ଲେଖିଛନ୍ତି।

ਮਹਰ ਮਲੂਕ ਹੋਇ ਦੇਖਿਆ ਖਾਨ ॥
କିଛି ଲୋକଙ୍କୁ ଚୌଧୁରୀ, ରାଜା ଆଉ ସାମନ୍ତ ବନିଥିବା ମୁଁ ଦେଖିଛି।

ਤਾ ਤੇ ਨਾਹੀ ਮਨੁ ਤ੍ਰਿਪਤਾਨ ॥੧॥
ପରନ୍ତୁ, ଏଥିରେ ମଧ୍ୟ ସେମାନଙ୍କ ମନ ତୃପ୍ତ ହୁଏନାହିଁ ॥1॥

ਸੋ ਸੁਖੁ ਮੋ ਕਉ ਸੰਤ ਬਤਾਵਹੁ ॥
ହେ ସନ୍ଥଜନ! ମୋତେ ସେହି ସୁଖ କୁହ,

ਤ੍ਰਿਸਨਾ ਬੂਝੈ ਮਨੁ ਤ੍ਰਿਪਤਾਵਹੁ ॥੧॥ ਰਹਾਉ ॥
ଯାହାଦ୍ୱାରା ତୃଷ୍ଣା ମେଣ୍ଟିଯାଏ ଆଉ ମନ ତୃପ୍ତ ହୋଇଯାଏ ॥1॥ରୁହ॥

ਅਸੁ ਪਵਨ ਹਸਤਿ ਅਸਵਾਰੀ ॥
ମୋ’ ପାଖରେ ବାୟୁଗତିଗାମୀ ଘୋଡା ଏବଂ ହାତୀର ସବାରି ଥାଉ,

ਚੋਆ ਚੰਦਨੁ ਸੇਜ ਸੁੰਦਰਿ ਨਾਰੀ ॥
ଚନ୍ଦନର ଅତର, ସୁନ୍ଦର ନାରୀର ଶେଯ ଥାଉ,

ਨਟ ਨਾਟਿਕ ਆਖਾਰੇ ਗਾਇਆ ॥
ରଙ୍ଗଭୂମିରେ ନାଟକ ଓ ମୋ’ ପାଇଁ ସଙ୍ଗୀତ କଳାକାର ଥାଉ,

ਤਾ ਮਹਿ ਮਨਿ ਸੰਤੋਖੁ ਨ ਪਾਇਆ ॥੨॥
ପରନ୍ତୁ, ସେଥିରେ ହ୍ରୁଦୟକୁ ସନ୍ତୋଷ ଆସେ ନାହିଁ ॥2॥

ਤਖਤੁ ਸਭਾ ਮੰਡਨ ਦੋਲੀਚੇ ॥
ରାଜା ସିଂହାସନ, ରାଜକୀୟ ଦରବାର, ଆଭୁଷଣ, ଗାଲିଚା,

ਸਗਲ ਮੇਵੇ ਸੁੰਦਰ ਬਾਗੀਚੇ ॥
ସମୂହ ଫଳ, ସୁନ୍ଦର ଉଦ୍ୟାନ,

ਆਖੇੜ ਬਿਰਤਿ ਰਾਜਨ ਕੀ ਲੀਲਾ ॥
ଶିକାରୀ ସଉକ ଆଉ ରାଜାଙ୍କ କ୍ରୀଡା-ମନୋରଞ୍ଜନ,

ਮਨੁ ਨ ਸੁਹੇਲਾ ਪਰਪੰਚੁ ਹੀਲਾ ॥੩॥
ଏପରି ମିଥ୍ୟା ପ୍ରୟାସରେ ହୃଦୟ ପ୍ରସନ୍ନ ହୁଏନାହିଁ ॥3॥

ਕਰਿ ਕਿਰਪਾ ਸੰਤਨ ਸਚੁ ਕਹਿਆ ॥
ସନ୍ଥମାନେ କୃପା କରି ଏହି ସତ୍ୟ ହିଁ କହିଛନ୍ତି

ਸਰਬ ਸੂਖ ਇਹੁ ਆਨੰਦੁ ਲਹਿਆ ॥
ଯେ ଏହି ଆନନ୍ଦ ଏବଂ ସର୍ବ ସୁଖ ସେହି ମନୁଷ୍ୟ ପ୍ରାପ୍ତ କରିଥାଏ,

ਸਾਧਸੰਗਿ ਹਰਿ ਕੀਰਤਨੁ ਗਾਈਐ ॥
ଯିଏ ସନ୍ଥଙ୍କ ସଙ୍ଗତି କରି ଭଗବାନଙ୍କ କୀର୍ତ୍ତନ ଗାନ କରିଥାଏ

ਕਹੁ ਨਾਨਕ ਵਡਭਾਗੀ ਪਾਈਐ ॥੪॥
ହେ ନାନକ! ସନ୍ଥଙ୍କ ସଙ୍ଗତି ସୌଭାଗ୍ୟବଶତଃ ମିଳିଥାଏ

ਜਾ ਕੈ ਹਰਿ ਧਨੁ ਸੋਈ ਸੁਹੇਲਾ ॥
ଯାହା ପାଖରେ ହରିନାମ ରୂପୀ ଧନ ଅଛି,

ਪ੍ਰਭ ਕਿਰਪਾ ਤੇ ਸਾਧਸੰਗਿ ਮੇਲਾ ॥੧॥ ਰਹਾਉ ਦੂਜਾ ॥੧੨॥੮੧॥
ସେ ହିଁ ସୁପ୍ରସନ୍ନ ଅଟେ, ପ୍ରଭୁଙ୍କ ଦୟାରୁ ସନ୍ଥଙ୍କ ସଙ୍ଗତି ପ୍ରାପ୍ତ ହୋଇଥାଏ ॥1॥ରୁହ ଦ୍ଵିତୀୟ॥12॥81॥

ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥

error: Content is protected !!