Odia Page 566

ਲਿਖੇ ਬਾਝਹੁ ਸੁਰਤਿ ਨਾਹੀ ਬੋਲਿ ਬੋਲਿ ਗਵਾਈਐ ॥
ଭାଗ୍ୟ ବିନା ଜ୍ଞାନ ପ୍ରାପ୍ତ ହୁଏନାହିଁ ଏବଂ ମନୁଷ୍ୟ ନିରର୍ଥକ କଥା କହି ନିଜ ଜୀବନ ନଷ୍ଟ କରିଦିଏ।        

ਜਿਥੈ ਜਾਇ ਬਹੀਐ ਭਲਾ ਕਹੀਐ ਸੁਰਤਿ ਸਬਦੁ ਲਿਖਾਈਐ ॥
ଆମେ ଯେଉଁଠି ବସିଲେ ମଧ୍ୟ ଶୁଭଗୁଣର କଥା କରିବା ଉଚିତ ଏବଂ ପରମାତ୍ମାଙ୍କ ନାମକୁ ହୃଦୟରେ ଅଙ୍କନ କରିବା ଉଚିତ।    

ਕਾਇਆ ਕੂੜਿ ਵਿਗਾੜਿ ਕਾਹੇ ਨਾਈਐ ॥੧॥
ମିଥ୍ୟା ଦ୍ଵାରା ଦୂଷିତ ହୋଇଥିବା ଶରୀରକୁ ସ୍ନାନ କରାଇବାର ଅଭିପ୍ରାୟ କଣ ଅଟେ?॥1॥        

ਤਾ ਮੈ ਕਹਿਆ ਕਹਣੁ ਜਾ ਤੁਝੈ ਕਹਾਇਆ ॥
ହେ ହରି ! ଯେବେ ତୁ ମୋ’ ଦ୍ଵାରା କହିଥାଉ, ସେତେବେଳେ ମୁଁ ତୋର ନାମ-ମହିମାର କଥନ କରିଥାଏ।    

ਅੰਮ੍ਰਿਤੁ ਹਰਿ ਕਾ ਨਾਮੁ ਮੇਰੈ ਮਨਿ ਭਾਇਆ ॥
ହରିଙ୍କ ଅମୃତ ନାମ ମୋର ମନକୁ ଭଲ ଲାଗିଥାଏ।     

ਨਾਮੁ ਮੀਠਾ ਮਨਹਿ ਲਾਗਾ ਦੂਖਿ ਡੇਰਾ ਢਾਹਿਆ ॥
ହରି-ନାମ ମୋର ମନକୁ ମଧୁର ଲାଗିଛି ଏବଂ ଏହା ମୋର ଦୁଃଖ ନାଶ କରି ଦେଇଛି। 

ਸੂਖੁ ਮਨ ਮਹਿ ਆਇ ਵਸਿਆ ਜਾਮਿ ਤੈ ਫੁਰਮਾਇਆ ॥
ଯେବେ ତୁ ହୁକୁମ କରିଛୁ, ସେତେବେଳେ ଆତ୍ମିକ ସୁଖ ମୋ’ ମନରେ ନିବାସ କରିଛି।   

ਨਦਰਿ ਤੁਧੁ ਅਰਦਾਸਿ ਮੇਰੀ ਜਿੰਨਿ ਆਪੁ ਉਪਾਇਆ ॥
ସ୍ଵୟଂଭୂ! ଯେତେବେଳେ ତୁ ମୋତେ ପ୍ରେରିତ କରୁ, ସେତେବେଳେ ମୋର ପ୍ରାର୍ଥନା ହୋଇଛି,      

ਤਾ ਮੈ ਕਹਿਆ ਕਹਣੁ ਜਾ ਤੁਝੈ ਕਹਾਇਆ ॥੨॥
ହେ ହରି! ଯେବେ ତୁ ମୋ’ ଦ୍ଵାରା କହିଛୁ, ସେତେବେଳେ ମୁଁ ତୋର ସବୁ ମହିମା କରିଛି॥2॥        

ਵਾਰੀ ਖਸਮੁ ਕਢਾਏ ਕਿਰਤੁ ਕਮਾਵਣਾ ॥
ଶୁଭାଶୁଭ କର୍ମ ଅନୁସାରେ ପରମାତ୍ମା ଜୀବଙ୍କୁ ଅମୂଲ୍ୟ ମନୁଷ୍ୟ ଜନ୍ମର ସୁଯୋଗ ଦେଇଛନ୍ତି।     

ਮੰਦਾ ਕਿਸੈ ਨ ਆਖਿ ਝਗੜਾ ਪਾਵਣਾ ॥
ଏଥିପାଇଁ, କାହାକୁ ମନ୍ଦ କଥା କହି କାହା ସହିତ ଝଗଡା କରିବା ଉଚିତ ନୁହେଁ।           

ਨਹ ਪਾਇ ਝਗੜਾ ਸੁਆਮਿ ਸੇਤੀ ਆਪਿ ਆਪੁ ਵਞਾਵਣਾ ॥
ସ୍ଵାମୀଙ୍କ ସହିତ ଝଗଡା କରି ସଙ୍କଟ ଉତ୍ପନ୍ନ କର ନାହିଁ, କାରଣ ଏହା ଦ୍ଵାରା ନିଜକୁ ନିଜେ ବରବାଦ କରିବା ହୋଇଥାଏ।    

ਜਿਸੁ ਨਾਲਿ ਸੰਗਤਿ ਕਰਿ ਸਰੀਕੀ ਜਾਇ ਕਿਆ ਰੂਆਵਣਾ ॥
ଯେଉଁ ମାଲିକ ସାଥିରେ ରହିବାର ଅଛି, ତାହାଙ୍କ ବିରୋଧୀ ହୋଇ ପରେ ଦୁଃଖ ଆସିଲେ ତାହାଙ୍କ ପାଖରେ କ୍ରନ୍ଦନ କଲେ କଣ ଲାଭ ହୋଇଥାଏ?   

ਜੋ ਦੇਇ ਸਹਣਾ ਮਨਹਿ ਕਹਣਾ ਆਖਿ ਨਾਹੀ ਵਾਵਣਾ ॥
ପରମାତ୍ମା ଯେଉଁ ସୁଖ-ଦୁଃଖ ପ୍ରଦାନ କରିଥାନ୍ତି, ତାହାକୁ ଖୁସି ଭାବିବା ଉଚିତ ଏବଂ ନିଜ ମନକୁ ବୁଝାଇବା ଉଚିତ ଯେ ନିରର୍ଥକ ଭାବରେ ଆନ୍ଦୋଳିତ ନ ହେଉ।    

ਵਾਰੀ ਖਸਮੁ ਕਢਾਏ ਕਿਰਤੁ ਕਮਾਵਣਾ ॥੩॥
ନିଜେ କରିଥିବା ଶୁଭାଶୁଭ କର୍ମ ଅନୁସାରେ ପରମାତ୍ମା ଜୀବଙ୍କୁ ଅମୂଲ୍ୟ ମନୁଷ୍ୟ ଜନ୍ମର ସୁଯୋଗ ଦେଇଛନ୍ତି।॥3॥ 

ਸਭ ਉਪਾਈਅਨੁ ਆਪਿ ਆਪੇ ਨਦਰਿ ਕਰੇ ॥
ପରମାତ୍ମା ନିଜେ ହିଁ ସଂପୂର୍ଣ୍ଣ ଜଗତର ନିର୍ମାଣ କରିଛନ୍ତି ଏବଂ ନିଜେ ହିଁ ସବୁଙ୍କ ଉପରେ କୃପା-ଦୃଷ୍ଟି କରିଥାନ୍ତି।     

ਕਉੜਾ ਕੋਇ ਨ ਮਾਗੈ ਮੀਠਾ ਸਭ ਮਾਗੈ ॥
କେହି ପ୍ରାଣୀ ମଧ୍ୟ ଦୁଃଖ ମାଗେ ନାହିଁ ଏବଂ ସମସ୍ତେ ସୁଖ ହିଁ ମାଗିଥାନ୍ତି।   

ਸਭੁ ਕੋਇ ਮੀਠਾ ਮੰਗਿ ਦੇਖੈ ਖਸਮ ਭਾਵੈ ਸੋ ਕਰੇ ॥
ସବୁ ଜୀବ ସୁଖର ହିଁ ଅଭିଳାଷ କରନ୍ତି, କିନ୍ତୁ ମାଲିକ ତାହା କରିଥାନ୍ତି, ଯାହା ତାହାଙ୍କୁ ମଞ୍ଜୁର ହୋଇଥାଏ। 

ਕਿਛੁ ਪੁੰਨ ਦਾਨ ਅਨੇਕ ਕਰਣੀ ਨਾਮ ਤੁਲਿ ਨ ਸਮਸਰੇ ॥
ଦାନ-ପୂଣ୍ୟ ଏବଂ ଅନେକ ଧର୍ମ-କର୍ମ ପରମେଶ୍ଵରଙ୍କ ନାମର ସମକକ୍ଷ ନୁହେଁ।        

ਨਾਨਕਾ ਜਿਨ ਨਾਮੁ ਮਿਲਿਆ ਕਰਮੁ ਹੋਆ ਧੁਰਿ ਕਦੇ ॥
ହେ ନାନକ! ଯାହାକୁ ନାମର ଦାନ ପ୍ରାପ୍ତ ହୋଇଛି, ତାହାକୁ ପ୍ରାରମ୍ଭରୁ ହିଁ ତାହାଙ୍କ କୃପା ହୋଇଛି।      

ਸਭ ਉਪਾਈਅਨੁ ਆਪਿ ਆਪੇ ਨਦਰਿ ਕਰੇ ॥੪॥੧॥
ପରମାତ୍ମା ନିଜେ ହିଁ ସଂପୂର୍ଣ୍ଣ ଜଗତର ନିର୍ମାଣ କରିଛନ୍ତି ଏବଂ ନିଜେ ହିଁ ସବୁଙ୍କ ଉପରେ କୃପା-ଦୃଷ୍ଟି କରିଥାନ୍ତି।||4||1||       

ਵਡਹੰਸੁ ਮਹਲਾ ੧ ॥
ୱାଡହଂସ ମହଲା 1 ॥ 

ਕਰਹੁ ਦਇਆ ਤੇਰਾ ਨਾਮੁ ਵਖਾਣਾ ॥
ହେ ପରମାତ୍ମା! ମୋ’ ଉପରେ ଦୟା କର, ଯାହା ଫଳରେ ତୋର ନାମର ଜପ କରି ପାରିବି।       

ਸਭ ਉਪਾਈਐ ਆਪਿ ਆਪੇ ਸਰਬ ਸਮਾਣਾ ॥
ତୁ  ନିଜେ ହିଁ ସଂପୂର୍ଣ୍ଣ ଜଗତର ନିର୍ମାଣ କରିଅଛୁ ଏବଂ ନିଜେ ହିଁ ସବୁଙ୍କ ଠାରେ ରହିଛୁ।      

ਸਰਬੇ ਸਮਾਣਾ ਆਪਿ ਤੂਹੈ ਉਪਾਇ ਧੰਧੈ ਲਾਈਆ ॥
ତୁ ନିଜେ ହିଁ ସବୁଙ୍କ ଠାରେ ରହିଛୁ ଏବଂ ତୁ ହିଁ ତାହାକୁ ଜାତ କରି ତାହାକୁ ବିଭିନ୍ନ ଧନ୍ଦାରେ ଲଗାଇଛୁ।     

ਇਕਿ ਤੁਝ ਹੀ ਕੀਏ ਰਾਜੇ ਇਕਨਾ ਭਿਖ ਭਵਾਈਆ ॥
କାହାକୁ ତୁ ସ୍ଵୟଂ ହିଁ ବାଦଶାହ ବନାଇଛୁ ଏବଂ ଆଉ କାହାକୁ ଭିକାରି ବନାଇ ଦ୍ଵାର ଦ୍ଵାରରେ ଭିକ୍ଷା ମାଗିବା ପାଇଁ ପଥଭ୍ରଷ୍ଟ କରିଛୁ।         

ਲੋਭੁ ਮੋਹੁ ਤੁਝੁ ਕੀਆ ਮੀਠਾ ਏਤੁ ਭਰਮਿ ਭੁਲਾਣਾ ॥
ଲୋଭ ଏବଂ ମୋହ ରଚନା କରି ଏତେ ମିଠା ବନାଇଛୁ ଯେ ସେ ଏହି ଭ୍ରମରେ ଫସି ଦୁନିଆରେ ପଥଭ୍ରଷ୍ଟ ହେଉଛି।      

ਸਦਾ ਦਇਆ ਕਰਹੁ ਅਪਣੀ ਤਾਮਿ ਨਾਮੁ ਵਖਾਣਾ ॥੧॥
ହେ ପ୍ରଭୁ! ମୋ’ ଉପରେ ସର୍ବଦା ଦୟା କର, କାରଣ ତୋର ନାମର ଜପ କରୁଥିବି॥1॥      

ਨਾਮੁ ਤੇਰਾ ਹੈ ਸਾਚਾ ਸਦਾ ਮੈ ਮਨਿ ਭਾਣਾ ॥
ହେ ଜଗତର ରଚୟିତା! ତୋର ନାମ ସଦା ସତ୍ୟ ଅଟେ ଏବଂ ଏହା ସର୍ବଦା ମୋର ମନକୁ ଭଲ ଲାଗିଥାଏ।     

ਦੂਖੁ ਗਇਆ ਸੁਖੁ ਆਇ ਸਮਾਣਾ ॥
ମୋର ଦୁଃଖ ନାଶ ହୋଇଯାଇଛି ତଥା ମୋ’ ହୃଦୟରେ ସୁଖ ବାସ କରିଛି।    

ਗਾਵਨਿ ਸੁਰਿ ਨਰ ਸੁਘੜ ਸੁਜਾਣਾ ॥
ହେ ପରମେଶ୍ଵର! ଦେବତା, ମନୁଷ୍ୟ, ବିଦ୍ଵାନ ଏବଂ ବୁଦ୍ଧିମାନ ମନୁଷ୍ୟ ତୋର ହିଁ ଗୁଣଗାନ କରିଥାଏ।       

ਸੁਰਿ ਨਰ ਸੁਘੜ ਸੁਜਾਣ ਗਾਵਹਿ ਜੋ ਤੇਰੈ ਮਨਿ ਭਾਵਹੇ ॥
ଯାହା ତୋର ମନକୁ ଭଲ ଲାଗିଥାଏ, ସେହି ଦେବତା, ନର, ବିଦ୍ଵାନ ମନୁଷ୍ୟ ତୋର ଯଶୋଗାନ କରିଥାନ୍ତି।          

ਮਾਇਆ ਮੋਹੇ ਚੇਤਹਿ ਨਾਹੀ ਅਹਿਲਾ ਜਨਮੁ ਗਵਾਵਹੇ ॥
ମାୟାର ମୋହରେ ମୁଗ୍ଧ ହୋଇ ବ୍ୟକ୍ତି ପରମତ୍ମାଙ୍କ ସ୍ମରଣ କରେ ନାହିଁ ଆଉ ଅମୂଲ୍ୟ ଜୀବନ ବ୍ୟର୍ଥରେ ହରାଇ ଥାଏ।          

ਇਕਿ ਮੂੜ ਮੁਗਧ ਨ ਚੇਤਹਿ ਮੂਲੇ ਜੋ ਆਇਆ ਤਿਸੁ ਜਾਣਾ ॥
କିଛି ବିମୂଢ ଏବଂ ମୂର୍ଖ ଲୋକ କଦାପି ଈଶ୍ଵରଙ୍କ ସ୍ମରଣ କରନ୍ତି ନାହିଁ, ତାହାର ଧ୍ୟାନରେ ଏହା ନାହିଁ ଯେ ଯିଏ ଜନ୍ମ ହୋଇ ଦୁନିଆକୁ ଆସିଛି, ସେ ଜୀବନ ତ୍ୟାଗ କରି ଚାଲି ଯିବାକୁ ହେବ।  

ਨਾਮੁ ਤੇਰਾ ਸਦਾ ਸਾਚਾ ਸੋਇ ਮੈ ਮਨਿ ਭਾਣਾ ॥੨॥
ହେ ଜଗତର ମାଲିକ! ତୋର ନାମ ସର୍ବଦା ସତ୍ୟ ଅଟେ ଏବଂ ତାହା ସର୍ବଦା ମୋର ମନକୁ ମିଠା ଲାଗିଥାଏ॥2॥    

ਤੇਰਾ ਵਖਤੁ ਸੁਹਾਵਾ ਅੰਮ੍ਰਿਤੁ ਤੇਰੀ ਬਾਣੀ ॥
ହେ ସଚ୍ଚା ପରମେଶ୍ଵର! ସେହି ସମୟ ବହୁତ ସୁନ୍ଦର ଅଟେ, ଯେବେ ତୋର ଆରାଧନା କରାଯାଏ ଏବଂ ତୋର ବାଣୀ ଅମୃତ ସମାନ ଅଟେ।    

ਸੇਵਕ ਸੇਵਹਿ ਭਾਉ ਕਰਿ ਲਾਗਾ ਸਾਉ ਪਰਾਣੀ ॥
ତୋର ସେବକ ପ୍ରେମପୂର୍ବକ ତୋର ସେବା ଭକ୍ତି କରିଥାଏ ଏବଂ ସେହି ପ୍ରାଣୀକୁ ତୋର ସେବା ଭକ୍ତିର ସ୍ଵାଦ ପ୍ରାପ୍ତ ହୋଇଛି। 

ਸਾਉ ਪ੍ਰਾਣੀ ਤਿਨਾ ਲਾਗਾ ਜਿਨੀ ਅੰਮ੍ਰਿਤੁ ਪਾਇਆ ॥
କେବଳ ସେହି ପ୍ରାଣୀକୁ ତୋର ସେବା ଭକ୍ତିର ସ୍ଵାଦ ପ୍ରାପ୍ତ ହୋଇଥାଏ, ଯାହାକୁ ନାମାମୃତର ଦାନ ପ୍ରାପ୍ତ ହୋଇଛି।       

ਨਾਮਿ ਤੇਰੈ ਜੋਇ ਰਾਤੇ ਨਿਤ ਚੜਹਿ ਸਵਾਇਆ ॥
ଯେଉଁ ଜୀବ ତୋର ନାମରେ ଲୀନ ଥାଏ, ସେ ସେ ନିତ୍ୟ ପ୍ରଫୁଲ୍ଲିତ ରହିଥାଏ।               

ਇਕੁ ਕਰਮੁ ਧਰਮੁ ਨ ਹੋਇ ਸੰਜਮੁ ਜਾਮਿ ਨ ਏਕੁ ਪਛਾਣੀ ॥
କିଛି ଲୋକ ଯେଉଁମାନେ ପରମାତ୍ମାଙ୍କୁ ଜାଣନ୍ତି ନାହିଁ, ତାହା ଦ୍ଵାରା କର୍ମ-ଧର୍ମ ଏବଂ ସଂଯମର ସାଧନା ହୁଏନାହିଁ।       

ਵਖਤੁ ਸੁਹਾਵਾ ਸਦਾ ਤੇਰਾ ਅੰਮ੍ਰਿਤ ਤੇਰੀ ਬਾਣੀ ॥੩॥
ହେ ପରମେଶ୍ଵର! ସେହି ସମୟ ସର୍ବଦା ସୁନ୍ଦର ଅଟେ, ଯେବେ ତୋର ଆରାଧନା କରାଯାଏ ଏବଂ ତୋର ବାଣୀ ଅମୃତ ସମାନ ଅଟେ। ॥3॥           

ਹਉ ਬਲਿਹਾਰੀ ਸਾਚੇ ਨਾਵੈ ॥
ହେ ପରମେଶ୍ଵର! ମୁଁ ତୋର ସତ୍ୟ ନାମ ପ୍ରତି ସମର୍ପିତ ଅଟେ।         

error: Content is protected !!