ਰਾਜੁ ਤੇਰਾ ਕਬਹੁ ਨ ਜਾਵੈ
ତୋର ଶାସନ କଦାପି ନଷ୍ଟ ହୁଏନାହି।
ਰਾਜੋ ਤ ਤੇਰਾ ਸਦਾ ਨਿਹਚਲੁ ਏਹੁ ਕਬਹੁ ਨ ਜਾਵਏ ॥
ତୋର ଶାସନ ସର୍ବଦା ଅଟଳ ଅଟେ, ଏହା କଦାପି ନାଶ ହୁଏନାହିଁ, ଅର୍ଥାତ ଅନଶ୍ଵର ଅଟେ।
ਚਾਕਰੁ ਤ ਤੇਰਾ ਸੋਇ ਹੋਵੈ ਜੋਇ ਸਹਜਿ ਸਮਾਵਏ ॥
ସେ ହିଁ ତୋର ସଚ୍ଚା ସେବକ ଅଟେ, ଯିଏ ସ୍ଵାଭାବିକ ଅବସ୍ଥାରେ ଲୀନ ରହିଥାଏ।
ਦੁਸਮਨੁ ਤ ਦੂਖੁ ਨ ਲਗੈ ਮੂਲੇ ਪਾਪੁ ਨੇੜਿ ਨ ਆਵਏ ॥
କେହି ଶତ୍ରୁ ଏବଂ ଦୁଃଖ ମୂଳ ରୂପରେ ତାହାଙ୍କୁ ସ୍ପର୍ଶ କରେ ନାହିଁ ଏବଂ ନା ପାପ ତାହାଙ୍କ ନିକଟକୁ ଆସିଥାଏ।
ਹਉ ਬਲਿਹਾਰੀ ਸਦਾ ਹੋਵਾ ਏਕ ਤੇਰੇ ਨਾਵਏ ॥੪॥
ହେ ପରମେଶ୍ଵର! ମୁଁ ତୋର ନାମ ପ୍ରତି ସର୍ବଦା ସମର୍ପିତ ଅଟେ॥4॥
ਜੁਗਹ ਜੁਗੰਤਰਿ ਭਗਤ ਤੁਮਾਰੇ ॥
ହେ ହରି! ଯୁଗ-ଯୁଗାନ୍ତରରେ ତୁମର ଭକ୍ତ ହୋଇଛି।
ਕੀਰਤਿ ਕਰਹਿ ਸੁਆਮੀ ਤੇਰੈ ਦੁਆਰੇ ॥
ସେ ତୋର ଦ୍ଵାରରେ ଦଣ୍ଡାୟମାନ ହୋଇ ତୋର ହିଁ କୀର୍ତ୍ତି ଗାନ କରିଥାଏ।
ਜਪਹਿ ਤ ਸਾਚਾ ਏਕੁ ਮੁਰਾਰੇ ॥
ସେ ଏକ ସତ୍ୟସ୍ଵରୂପ ମୁରାରୀଙ୍କ ହିଁ ଭଜନ କରିଥାଏ ଏବଂ
ਸਾਚਾ ਮੁਰਾਰੇ ਤਾਮਿ ਜਾਪਹਿ ਜਾਮਿ ਮੰਨਿ ਵਸਾਵਹੇ ॥
ସଚ୍ଚା ମୁରାରୀଙ୍କ ଭଜନ ସେତେବେଳେ କରିଥାଏ, ଯେତେବେଳେ ସେ ତାହାଙ୍କୁ ନିଜ ମନରେ ସ୍ଥାପନ କରିଥାଏ।
ਭਰਮੋ ਭੁਲਾਵਾ ਤੁਝਹਿ ਕੀਆ ਜਾਮਿ ਏਹੁ ਚੁਕਾਵਹੇ ॥
ଏହି ଭ୍ରମ ତୁ ନିଜେ ହିଁ ଜାତ କରିଛୁ, ତୁ ଏହାକୁ ଦୂର କରିଦେଉ।
ਗੁਰ ਪਰਸਾਦੀ ਕਰਹੁ ਕਿਰਪਾ ਲੇਹੁ ਜਮਹੁ ਉਬਾਰੇ ॥
ଗୁରୁଙ୍କ କୃପା ଦ୍ଵାରା ମୋ’ ଉପରେ କୃପା କର ଏବଂ ମୋତେ ଯମ ଦାଉରୁ ରକ୍ଷା କର।
ਜੁਗਹ ਜੁਗੰਤਰਿ ਭਗਤ ਤੁਮਾਰੇ ॥੫॥
ହେ ହରି! ଯୁଗ-ଯୁଗାନ୍ତରରେ ତୁମର ହିଁ ଭକ୍ତ ତୁମର ମହିମା ଗାନ କରୁଛି ॥5॥
ਵਡੇ ਮੇਰੇ ਸਾਹਿਬਾ ਅਲਖ ਅਪਾਰਾ ॥
ହେ ମୋର ସର୍ବୋଚ୍ଚ ପରମେଶ୍ଵର! ତୁ ଅଲକ୍ଷ୍ୟ ଏବଂ ଅପାର ଅଟୁ।
ਕਿਉ ਕਰਿ ਕਰਉ ਬੇਨੰਤੀ ਹਉ ਆਖਿ ਨ ਜਾਣਾ ॥
ମୁଁ କିପରି ତୋର ସମ୍ମୁଖରେ ପ୍ରାର୍ଥନା କରିବି? ମୁଁ ଏହା ଜାଣି ପାରୁନାହିଁ।
ਨਦਰਿ ਕਰਹਿ ਤਾ ਸਾਚੁ ਪਛਾਣਾ ॥
ଯଦି ତୁମେ ମୋ’ ଉପରେ କୃପା-ଦୃଷ୍ଟି କର, ତାହାହେଲେ ମୁଁ ସତ୍ୟକୁ ଜାଣିପାରିବି।
ਸਾਚੋ ਪਛਾਣਾ ਤਾਮਿ ਤੇਰਾ ਜਾਮਿ ਆਪਿ ਬੁਝਾਵਹੇ ॥
ମୁଁ ତୁମ ସତ୍ୟକୁ ସେତେବେଳେ ବୁଝି ପାରିବି, ଯେତେବେଳେ ତୁମେ ମୋତେ ଜ୍ଞାନ ପ୍ରଦାନ କର।
ਦੂਖ ਭੂਖ ਸੰਸਾਰਿ ਕੀਏ ਸਹਸਾ ਏਹੁ ਚੁਕਾਵਹੇ ॥
ଦୁଃଖ ଏବଂ କ୍ଷୁଧା ତୁ ଦୁନିଆରେ ରଚିଛୁ ଏବଂ ଏହି ଚିନ୍ତାରୁ ମୋତେ ମୁକ୍ତି ଦିଅ।
ਬਿਨਵੰਤਿ ਨਾਨਕੁ ਜਾਇ ਸਹਸਾ ਬੁਝੈ ਗੁਰ ਬੀਚਾਰਾ ॥
ନାନକ ପ୍ରାର୍ଥନା କରନ୍ତି ଯେ ମନୁଷ୍ୟର ଚିନ୍ତା ସେତେବେଳେ ଦୂର ହୋଇଯାଏ,ଯେତେବେଳେ ସେ ଗୁରୁଙ୍କ ଶିକ୍ଷାକୁ ବୁଝିଥାଏ।
ਵਡਾ ਸਾਹਿਬੁ ਹੈ ਆਪਿ ਅਲਖ ਅਪਾਰਾ ॥੬॥
ସେହି ମହାନ ପରମାତ୍ମା ନିଜେ ହିଁ ଅଲକ୍ଷ୍ୟ ଏବଂ ଅନନ୍ତ ଅଟନ୍ତି॥6॥
ਤੇਰੇ ਬੰਕੇ ਲੋਇਣ ਦੰਤ ਰੀਸਾਲਾ ॥
ହେ ପୂଜ୍ୟ ପରମେଶ୍ଵର! ତୋର ନୟନ ଅତ୍ୟନ୍ତ ସୁନ୍ଦର ଅଟେ ଏବଂ ତୋର ଦାନ୍ତ ମଧ୍ୟ ଅନୁପମ ଅଟେ।
ਸੋਹਣੇ ਨਕ ਜਿਨ ਲੰਮੜੇ ਵਾਲਾ ॥
ଯେଉଁ ପରମାତ୍ମାଙ୍କ ଲମ୍ବା କେଶ ଅଛି, ତାହାଙ୍କ ନାକ ବହୁତ ସୁନ୍ଦର ଅଟେ।
ਕੰਚਨ ਕਾਇਆ ਸੁਇਨੇ ਕੀ ਢਾਲਾ ॥
ତୋର କାଞ୍ଚନ ଶରୀର ସ୍ଵର୍ଣ୍ଣ ରୂପରେ ଢଳା ହୋଇଛି।
ਸੋਵੰਨ ਢਾਲਾ ਕ੍ਰਿਸਨ ਮਾਲਾ ਜਪਹੁ ਤੁਸੀ ਸਹੇਲੀਹੋ ॥
ହେ ମୋର ସଖୀ! ସ୍ଵର୍ଣ୍ଣରେ ଢଳା ହୋଇଥିବା ତାହାର ଶରୀର ଏବଂ କୃଷ୍ଣ ବର୍ଣ୍ଣ ମାଳା ତାହାଙ୍କ ପାଖରେ ଅଛି, ତାହଙ୍କୁ ଆରାଧନା କର।
ਜਮ ਦੁਆਰਿ ਨ ਹੋਹੁ ਖੜੀਆ ਸਿਖ ਸੁਣਹੁ ਮਹੇਲੀਹੋ ॥
ହେ ମୋର ସଖୀ! ଏହି ଉପଦେଶ ଧ୍ୟାନପୂର୍ବକ ଶୁଣ ଯେ ତାହାଙ୍କ ଆରାଧନା କରିଲେ ଯମଦୂତ ତୁମର ଦ୍ଵାରକୁ ଆସେ ନାହିଁ।
ਹੰਸ ਹੰਸਾ ਬਗ ਬਗਾ ਲਹੈ ਮਨ ਕੀ ਜਾਲਾ ॥
ତୁମର ମନର ମଇଳା ନିବୃତ୍ତ ହୋଇଯିବ ଏବଂ ସାଧାରଣ ହଂସରୁ ଶ୍ରେଷ୍ଠ ହଂସ ବନିଯିବ।
ਬੰਕੇ ਲੋਇਣ ਦੰਤ ਰੀਸਾਲਾ ॥੭॥
ହେ ପୂଜ୍ୟ ପରମେଶ୍ଵର! ତୋର ନୟନ ଅତ୍ୟନ୍ତ ସୁନ୍ଦର ଅଟେ ଏବଂ ତୋର ଦାନ୍ତ ମଧ୍ୟ ଅନୁପମ ଅଟେ। ॥7॥
ਤੇਰੀ ਚਾਲ ਸੁਹਾਵੀ ਮਧੁਰਾੜੀ ਬਾਣੀ ॥
ହେ ପ୍ରଭୁ! ତୋର କାର୍ଯ୍ୟ ବହୁତ ସୁନ୍ଦର ଅଟେ ଏବଂ ତୋର ବାଣୀ ମଧ୍ୟ ବଡ ମଧୁର ଅଟେ।
ਕੁਹਕਨਿ ਕੋਕਿਲਾ ਤਰਲ ਜੁਆਣੀ ॥
ତୁମେ କୋଇଲି ଭଳି ବୋଲୁଅଛ ଏବଂ ତୁମର ଚଞ୍ଚଳ ଯୌବନ ମଦମସ୍ତ ଅଟେ।
ਤਰਲਾ ਜੁਆਣੀ ਆਪਿ ਭਾਣੀ ਇਛ ਮਨ ਕੀ ਪੂਰੀਏ ॥
ତୋର ମଦମସ୍ତ ଚଞ୍ଚଳ ଯୌବନ ତୋତେ ହିଁ ଭଲ ଲାଗିଥାଏ, ତାହାଙ୍କ ଦର୍ଶନ ମନର ଇଚ୍ଛାକୁ ପୂର୍ଣ୍ଣ କରିଦିଏ।
ਸਾਰੰਗ ਜਿਉ ਪਗੁ ਧਰੈ ਠਿਮਿ ਠਿਮਿ ਆਪਿ ਆਪੁ ਸੰਧੂਰਏ ॥
ତୁମେ ହାତୀ ଭଳି ଧୀରେ ଧୀରେ ଚାଲୁଛ ଏବଂ ନିଜେ ମଦମସ୍ତ ରହୁଛ।
ਸ੍ਰੀਰੰਗ ਰਾਤੀ ਫਿਰੈ ਮਾਤੀ ਉਦਕੁ ਗੰਗਾ ਵਾਣੀ ॥
ଯେଉଁ ଜୀବାତ୍ମା ନିଜ ପରମେଶ୍ଵରଙ୍କ ପ୍ରେମରେ ଲୀନ ଥାଏ, ସେ ମସ୍ତ ହୋଇ ଗଙ୍ଗା-ଜଳ ଭଳି କ୍ରୀଡା କରିଥାଏ।
ਬਿਨਵੰਤਿ ਨਾਨਕੁ ਦਾਸੁ ਹਰਿ ਕਾ ਤੇਰੀ ਚਾਲ ਸੁਹਾਵੀ ਮਧੁਰਾੜੀ ਬਾਣੀ ॥੮॥੨॥
ହରିଙ୍କ ସେବକ ନାନକ ବିନତି କରିଥାଏ ଯେ ହେ ହରି! ତୋର କାର୍ଯ୍ୟ ବହୁତ ସୁନ୍ଦର ଅଟେ ଏବଂ ତୋର ବାଣୀ ମଧ୍ୟ ବଡ ମଧୁର ଅଟେ।॥8॥2॥
ਵਡਹੰਸੁ ਮਹਲਾ ੩ ਛੰਤ
ୱାଡହଂସ ମହଲା 3 ଛନ୍ତ ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਆਪਣੇ ਪਿਰ ਕੈ ਰੰਗਿ ਰਤੀ ਮੁਈਏ ਸੋਭਾਵੰਤੀ ਨਾਰੇ ॥
ହେ ନାଶଶୀଳ ସୁନ୍ଦର ନାରୀ! ତୁ ନିଜ ପ୍ରିୟ ପ୍ରଭୁଙ୍କ ପ୍ରେମ-ରଙ୍ଗରେ ମଗ୍ନ ହୋଇଛ।
ਸਚੈ ਸਬਦਿ ਮਿਲਿ ਰਹੀ ਮੁਈਏ ਪਿਰੁ ਰਾਵੇ ਭਾਇ ਪਿਆਰੇ ॥
ତୁ ସଚ୍ଚା ଶବ୍ଦ ଦ୍ଵାରା ନିଜ ପତି-ପ୍ରଭୁଙ୍କ ସହିତ ମିଳନ କରିଛୁ ଏବଂ ସେ ପ୍ରେମ ସହିତ ତୋ’ ସାଥିରେ ରମଣ କରିଛୁ।
ਸਚੈ ਭਾਇ ਪਿਆਰੀ ਕੰਤਿ ਸਵਾਰੀ ਹਰਿ ਹਰਿ ਸਿਉ ਨੇਹੁ ਰਚਾਇਆ ॥
ତୁ ନିଜ ପ୍ରେମ ଦ୍ଵାରା ସଚ୍ଚା ପ୍ରଭୁଙ୍କ ପ୍ରିୟତମା ବନି ଯାଇଛୁ, ତୋର ସ୍ଵାମୀ ତୋତେ ନାମ ଦ୍ଵାରା ସୁନ୍ଦର ବନାଇଛନ୍ତି, ତୁ ଭଗବାନଙ୍କ ସାଥିରେ ପ୍ରେମ ବନାଇଛୁ।
ਆਪੁ ਗਵਾਇਆ ਤਾ ਪਿਰੁ ਪਾਇਆ ਗੁਰ ਕੈ ਸਬਦਿ ਸਮਾਇਆ ॥
ଯେବେ ତୁ ନିଜ ଅଭିମାନକୁ ଦୂର କରି ଦେଇଛୁ, ସେତେବେଳେ ହିଁ ତୁ ନିଜ ପତି-ପ୍ରଭୁଙ୍କୁ ପାଇଛୁ ଏବଂ ତୋର ମନ ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରଭୁଙ୍କ ଠାରେ ରହିଥାଏ।
ਸਾ ਧਨ ਸਬਦਿ ਸੁਹਾਈ ਪ੍ਰੇਮ ਕਸਾਈ ਅੰਤਰਿ ਪ੍ਰੀਤਿ ਪਿਆਰੀ ॥
ଏପରି ଜୀବ-ସ୍ତ୍ରୀ ଯାହାକୁ ସ୍ବାମୀଙ୍କ ପ୍ରେମ ଆକର୍ଷିତ କରିଛି ଏବଂ ଯାହାର ଅନ୍ତର୍ମନକୁ ତାହାଙ୍କ ପ୍ରୀତି ଭଲ ଲାଗିଥାଏ, ସେ ତାହାଙ୍କ ନାମ ଦ୍ଵାରା ସୁନ୍ଦର ବନିଯାଏ।
ਨਾਨਕ ਸਾ ਧਨ ਮੇਲਿ ਲਈ ਪਿਰਿ ਆਪੇ ਸਾਚੈ ਸਾਹਿ ਸਵਾਰੀ ॥੧॥
ହେ ନାନକ! ପ୍ରିୟ-ପତି ସେହି ଜୀବ-ସ୍ତ୍ରୀକୁ ନିଜ ସାଥିରେ ମିଳନ କରିଛନ୍ତି ତଥା ସଚ୍ଚା ବାଦଶାହ ତାହାକୁ ନିଜ ନାମର ଶୃଙ୍ଗାର ଦେଇଛନ୍ତି॥1॥
ਨਿਰਗੁਣਵੰਤੜੀਏ ਪਿਰੁ ਦੇਖਿ ਹਦੂਰੇ ਰਾਮ ॥
ହେ ଗୁଣହୀନ ଜୀବାତ୍ମା! ନିଜ ପତି-ପରମେଶ୍ଵରଙ୍କୁ ସର୍ବଦା ପ୍ରତ୍ୟକ୍ଷ ଦୃଷ୍ଟିମାନ କର।
ਗੁਰਮੁਖਿ ਜਿਨੀ ਰਾਵਿਆ ਮੁਈਏ ਪਿਰੁ ਰਵਿ ਰਹਿਆ ਭਰਪੂਰੇ ਰਾਮ ॥
ହେ ନାଶବାନ ନବବଧୂ! ଯିଏ ଗୁରୁଙ୍କ ମାଧ୍ୟମରୁ ନିଜ ପ୍ରଭୁଙ୍କୁ ସ୍ମରଣ କରିଥାଏ, ସେ ତାହାକୁ ପରିପୂର୍ଣ୍ଣ ବ୍ୟାପକ ଦେଝାଯାନ୍ତି।