ਮਨਮੁਖਿ ਅੰਧ ਨ ਚੇਤਨੀ ਜਨਮਿ ਮਰਿ ਹੋਹਿ ਬਿਨਾਸਿ ॥
ଅନ୍ଧ ମନମୁଖୀ ଭଗବାନଙ୍କୁ ସ୍ମରଣ କରେ ନାହିଁ, ଯେଉଁ କାରଣରୁ ଜନ୍ମ ମରଣରେ ପଡି ତାହାର ବିନାଶ ହୋଇଥାଏ।
ਨਾਨਕ ਗੁਰਮੁਖਿ ਤਿਨੀ ਨਾਮੁ ਧਿਆਇਆ ਜਿਨ ਕੰਉ ਧੁਰਿ ਪੂਰਬਿ ਲਿਖਿਆਸਿ ॥੨॥
ହେ ନାନକ! ଯାହାର ଭାଗ୍ୟରେ ବିଧାତା ପ୍ରାରମ୍ଭରୁ ହିଁ ଲେଖିଛନ୍ତି, ସେ ହିଁ ଗୁରୁଙ୍କ ମାଧମରେ ନାମକୁ ଧ୍ୟାନ କରିଛି॥2॥
ਪਉੜੀ ॥
ପଉଡି ॥
ਹਰਿ ਨਾਮੁ ਹਮਾਰਾ ਭੋਜਨੁ ਛਤੀਹ ਪਰਕਾਰ ਜਿਤੁ ਖਾਇਐ ਹਮ ਕਉ ਤ੍ਰਿਪਤਿ ਭਈ ॥
ହରିଙ୍କ ନାମ ଆମର ଛତିଶ ପ୍ରକାର ସ୍ଵାଦିଷ୍ଟ ଭୋଜନ ଅଟେ, ଯାହା ଖାଇଲେ ଆମକୁ ତୃପ୍ତି ଆସିଥାଏ।
ਹਰਿ ਨਾਮੁ ਹਮਾਰਾ ਪੈਨਣੁ ਜਿਤੁ ਫਿਰਿ ਨੰਗੇ ਨ ਹੋਵਹ ਹੋਰ ਪੈਨਣ ਕੀ ਹਮਾਰੀ ਸਰਧ ਗਈ ॥
ହରିଙ୍କ ନାମ ଆମର ପୋଷାକ ଅଟେ, ଯାହା ପିନ୍ଧିଲେ ଆମେ ପୁଣି ନଗ୍ନ ହେଉ ନାହୁଁ ତଥା ଅନ୍ୟ କିଛି ପିନ୍ଧିବା ଲାଳସା ଦୂର ହୋଇଯାଇଛି।
ਹਰਿ ਨਾਮੁ ਹਮਾਰਾ ਵਣਜੁ ਹਰਿ ਨਾਮੁ ਵਾਪਾਰੁ ਹਰਿ ਨਾਮੈ ਕੀ ਹਮ ਕੰਉ ਸਤਿਗੁਰਿ ਕਾਰਕੁਨੀ ਦੀਈ ॥
ହରିଙ୍କ ନାମ ଆମର ବାଣିଜ୍ୟ ଅଟେ, ହରିଙ୍କ ନାମ ବ୍ୟାପାର ଅଟେ, ସଦଗୁରୁ ଆମକୁ ହରିଙ୍କ ନାମର କାରବାର ହିଁ ଦେଇଛନ୍ତି।
ਹਰਿ ਨਾਮੈ ਕਾ ਹਮ ਲੇਖਾ ਲਿਖਿਆ ਸਭ ਜਮ ਕੀ ਅਗਲੀ ਕਾਣਿ ਗਈ ॥
ଆମେ ହରିଙ୍କ ନାମ ହିଁ ଲେଖି ଦେଇଛୁ ଆଉ ଯମର ଭୟ ସମାପ୍ତ ହୋଇ ଯାଇଛି।
ਹਰਿ ਕਾ ਨਾਮੁ ਗੁਰਮੁਖਿ ਕਿਨੈ ਵਿਰਲੈ ਧਿਆਇਆ ਜਿਨ ਕੰਉ ਧੁਰਿ ਕਰਮਿ ਪਰਾਪਤਿ ਲਿਖਤੁ ਪਈ ॥੧੭॥
ଯାହାର କପାଳରେ ବିଧାତା ପ୍ରାରମ୍ଭରୁ ହିଁ ଏପରି ନାମର ଲବଧି ଲେଖିଛନ୍ତି, ଏପରି କିଛି ବିରଳ ଗୁରୁମୁଖୀ ହିଁ ହରିଙ୍କ ନାମର ଧ୍ୟାନ କରିଛନ୍ତି॥17॥
ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥
ਜਗਤੁ ਅਗਿਆਨੀ ਅੰਧੁ ਹੈ ਦੂਜੈ ਭਾਇ ਕਰਮ ਕਮਾਇ ॥
ଏହି ଦୁନିଆ ଅଜ୍ଞାନ ଏବଂ ଅନ୍ଧ ଅଟେ, ଯାହା ଦୈତ୍ୟଭାବ କର୍ମ କରିଥାଏ।
ਦੂਜੈ ਭਾਇ ਜੇਤੇ ਕਰਮ ਕਰੇ ਦੁਖੁ ਲਗੈ ਤਨਿ ਧਾਇ ॥
ସେ ଦୈତ୍ୟଭାବରେ ଯେତେ କର୍ମ କରିଥାଏ, ସେ ସେତେ ଦୁଃଖ ପାଇଥାଏ।
ਗੁਰ ਪਰਸਾਦੀ ਸੁਖੁ ਊਪਜੈ ਜਾ ਗੁਰ ਕਾ ਸਬਦੁ ਕਮਾਇ ॥
ଯଦି ମନୁଷ୍ୟ ଗୁରୁଙ୍କ ଶବ୍ଦର ଅଭ୍ୟାସ କରିଥାଏ, ତାହାହେଲେ ଗୁରୁଙ୍କ କୃପାରୁ ସୁଖ ଉତ୍ପନ୍ନ ହୋଇଯାଏ।
ਸਚੀ ਬਾਣੀ ਕਰਮ ਕਰੇ ਅਨਦਿਨੁ ਨਾਮੁ ਧਿਆਇ ॥
ସେ ସଚ୍ଚା ବାଣୀ ଦ୍ଵାରା କର୍ମ କରିଥାଏ ଆଉ ରାତି ଦିନ ନାମର ଧ୍ୟାନ କରିଥାଏ।
ਨਾਨਕ ਜਿਤੁ ਆਪੇ ਲਾਏ ਤਿਤੁ ਲਗੇ ਕਹਣਾ ਕਿਛੂ ਨ ਜਾਇ ॥੧॥
ହେ ନାନକ! ସେହି ଆଡେ ଲାଗିଯାଏ, ଯେଉଁଠି ଭଗବାନ ତାହାକୁ ସ୍ଵୟଂ ଲଗାଇ ଥାଆନ୍ତି ଆଉ ମନୁଷ୍ୟର ସେଥିରେ କିଛି କରିବାର ନଥାଏ॥1॥
ਮਃ ੩ ॥
ମହଲା 3 ॥
ਹਮ ਘਰਿ ਨਾਮੁ ਖਜਾਨਾ ਸਦਾ ਹੈ ਭਗਤਿ ਭਰੇ ਭੰਡਾਰਾ ॥
ଆମର ହୃଦୟ-ଘରେ ସର୍ବଦା ଭଗବାନଙ୍କ ନାମ ଖଜଣା ଅଛି ଏବଂ ଭକ୍ତିର ଭଣ୍ଡାର ଭରପୁର ଅଛି।
ਸਤਗੁਰੁ ਦਾਤਾ ਜੀਅ ਕਾ ਸਦ ਜੀਵੈ ਦੇਵਣਹਾਰਾ ॥
ସଦଗୁରୁର ଜୀବ ପାଇଁ ନାମର ଦାତା ଅଟନ୍ତି ଆଉ ସେ ସର୍ବଦା ଜୀବିତ ଥାଆନ୍ତି।
ਅਨਦਿਨੁ ਕੀਰਤਨੁ ਸਦਾ ਕਰਹਿ ਗੁਰ ਕੈ ਸਬਦਿ ਅਪਾਰਾ ॥
ଗୁରୁଙ୍କ ଅପାର ଶବ୍ଦ ଦ୍ଵାରା ଆମେ ରାତି ଦିନ ହରିଙ୍କ କୀର୍ତ୍ତନ କରୁ।
ਸਬਦੁ ਗੁਰੂ ਕਾ ਸਦ ਉਚਰਹਿ ਜੁਗੁ ਜੁਗੁ ਵਰਤਾਵਣਹਾਰਾ ॥
ଆମେ ସର୍ବଦା ଗୁରୁଙ୍କ ଶବ୍ଦ ଉଚ୍ଚାରଣ କରୁ, ଯୁଗ-ଯୁଗାନ୍ତରରେ ନାମର ଦାନ ବଣ୍ଟନ କରିଥାନ୍ତି।
ਇਹੁ ਮਨੂਆ ਸਦਾ ਸੁਖਿ ਵਸੈ ਸਹਜੇ ਕਰੇ ਵਾਪਾਰਾ ॥
ଆମର ଏହି ମନ ସର୍ବଦା ସୁଖୀ ରହିଥାଏ ଆଉ ସ୍ଵାଭାବିକ ଭାବରେ ନାମର ବ୍ୟାପାର କରିଥାଏ।
ਅੰਤਰਿ ਗੁਰ ਗਿਆਨੁ ਹਰਿ ਰਤਨੁ ਹੈ ਮੁਕਤਿ ਕਰਾਵਣਹਾਰਾ ॥
ଆମର ଅନ୍ତର୍ମନରେ ଗୁରୁଙ୍କ ଜ୍ଞାନ ଓ ହରିଙ୍କ ନାମ ରତ୍ନ ବିଦ୍ୟମାନ ଅଛି, ଯିଏ ଆମର ମୁକ୍ତି କରାଇ ଥାଆନ୍ତି।
ਨਾਨਕ ਜਿਸ ਨੋ ਨਦਰਿ ਕਰੇ ਸੋ ਪਾਏ ਸੋ ਹੋਵੈ ਦਰਿ ਸਚਿਆਰਾ ॥੨॥
ହେ ନାନକ! ଭଗବାନ ଯାହା ଉପରେ କରୁଣା-ଦୃଷ୍ଟି କରିଥାନ୍ତି, ସେ ଏହି ଦାନ ପ୍ରାପ୍ତ କରିଥାଏ ଏବଂ ସେ ତାହାଙ୍କ ଦରବାରରେ ସତ୍ୟବାଦୀ ବନିଯାଏ॥2॥
ਪਉੜੀ ॥
ପଉଡି ॥
ਧੰਨੁ ਧੰਨੁ ਸੋ ਗੁਰਸਿਖੁ ਕਹੀਐ ਜੋ ਸਤਿਗੁਰ ਚਰਣੀ ਜਾਇ ਪਇਆ ॥
ସେହି ଗୁରୁଙ୍କ ଶିଷ୍ୟକୁ ଧନ୍ୟ ଧନ୍ୟ କହିବା ଉଚିତ, ଯିଏ ସଦଗୁରୁଙ୍କ ଚରଣରେ ଲାଗିଥାଏ।
ਧੰਨੁ ਧੰਨੁ ਸੋ ਗੁਰਸਿਖੁ ਕਹੀਐ ਜਿਨਿ ਹਰਿ ਨਾਮਾ ਮੁਖਿ ਰਾਮੁ ਕਹਿਆ ॥
ସେହି ଗୁରୁଙ୍କ ଶିଷ୍ୟକୁ ଧନ୍ୟ ଧନ୍ୟ କହିବା ଉଚିତ, ଯିଏ ନିଜ ମୁଖାରବିନ୍ଦରେ ପରମେଶ୍ଵରଙ୍କ ନାମ ଉଚ୍ଚାରଣ କରିଛି।
ਧੰਨੁ ਧੰਨੁ ਸੋ ਗੁਰਸਿਖੁ ਕਹੀਐ ਜਿਸੁ ਹਰਿ ਨਾਮਿ ਸੁਣਿਐ ਮਨਿ ਅਨਦੁ ਭਇਆ ॥
ସେହି ଗୁରୁଙ୍କ ଶିଷ୍ୟକୁ ଧନ୍ୟ ଧନ୍ୟ କହିବା ଉଚିତ, ଯିଏ ମନରେ ହରିଙ୍କ ନାମ ଶୁଣି ଆନନ୍ଦ ପ୍ରାପ୍ତ କରିଛି।
ਧੰਨੁ ਧੰਨੁ ਸੋ ਗੁਰਸਿਖੁ ਕਹੀਐ ਜਿਨਿ ਸਤਿਗੁਰ ਸੇਵਾ ਕਰਿ ਹਰਿ ਨਾਮੁ ਲਇਆ ॥
ସେହି ଗୁରୁଙ୍କ ଶିଷ୍ୟକୁ ଧନ୍ୟ ଧନ୍ୟ କହିବା ଉଚିତ, ଯିଏ ସଦଗୁରୁଙ୍କ ସେବା କରି ହରିଙ୍କ ନାମ ପ୍ରାପ୍ତ କରିଛି।
ਤਿਸੁ ਗੁਰਸਿਖ ਕੰਉ ਹੰਉ ਸਦਾ ਨਮਸਕਾਰੀ ਜੋ ਗੁਰ ਕੈ ਭਾਣੈ ਗੁਰਸਿਖੁ ਚਲਿਆ ॥੧੮॥
ମୁଁ ସର୍ବଦା ସେହି ଗୁରୁଙ୍କ ଶିଷ୍ୟକୁ ନମନ କରିଥାଏ, ଯିଏ ଗୁରୁଙ୍କ ଆଜ୍ଞା ଅନୁସାରେ ଚାଲିଥାଏ॥18॥
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥
ਮਨਹਠਿ ਕਿਨੈ ਨ ਪਾਇਓ ਸਭ ਥਕੇ ਕਰਮ ਕਮਾਇ ॥
ମନର ଜିଦି କାରଣରୁ କେହି ମଧ୍ୟ ଈଶ୍ଵରଙ୍କୁ ପ୍ରାପ୍ତ କରିନାହାନ୍ତି ଆଉ ସମସ୍ତେ ଥକି ଯାଇଛନ୍ତି।
ਮਨਹਠਿ ਭੇਖ ਕਰਿ ਭਰਮਦੇ ਦੁਖੁ ਪਾਇਆ ਦੂਜੈ ਭਾਇ ॥
ମନର ଜିଦି ଦ୍ଵାରା ଅଭିମାନୀ ହୋଇ ପଥଭ୍ରଷ୍ଟ ହୋଇଥାଏ ଆଉ ଏହି ଦୈତ୍ୟଭାବ କାରଣରୁ ଦୁଃଖ ହିଁ ଭୋଗ କରିଥାଏ।
ਰਿਧਿ ਸਿਧਿ ਸਭੁ ਮੋਹੁ ਹੈ ਨਾਮੁ ਨ ਵਸੈ ਮਨਿ ਆਇ ॥
ରିଦ୍ଧି-ସିଦ୍ଧି ସବୁ ମୋହ ହିଁ ଅଟେ ଏବଂ ସେହି କାରଣରୁ ମନରେ ନାମ ନିବାସ କରେନାହିଁ।
ਗੁਰ ਸੇਵਾ ਤੇ ਮਨੁ ਨਿਰਮਲੁ ਹੋਵੈ ਅਗਿਆਨੁ ਅੰਧੇਰਾ ਜਾਇ ॥
ଗୁରୁଙ୍କ ସେବା ଶ୍ରଦ୍ଧା ପୂର୍ବକ କରିବା ଦ୍ଵାରା ମନ ନିର୍ମଳ ହୋଇଯାଏ।
ਨਾਮੁ ਰਤਨੁ ਘਰਿ ਪਰਗਟੁ ਹੋਆ ਨਾਨਕ ਸਹਜਿ ਸਮਾਇ ॥੧॥
ହେ ନାନକ! ଆମର ହୃଦୟ-ଘରେ ନାମ ରତ୍ନ ପ୍ରକଟ ହୋଇଯାଇଛି ଆଉ ମନ ସ୍ଵାଭାବିକ ହୋଇଯାଇଛି॥1॥
ਮਃ ੩ ॥
ମହଲା 3 ॥