ਸੁਣਿ ਮੀਤਾ ਧੂਰੀ ਕਉ ਬਲਿ ਜਾਈ ॥
ହେ ମୋର ମିତ୍ର! ଶୁଣ, ମୁଁ ତୋର ଚରଣ-ଧୂଳି ପ୍ରତି ସମର୍ପିତ ଅଟେ।
ਇਹੁ ਮਨੁ ਤੇਰਾ ਭਾਈ ॥ ਰਹਾਉ ॥
ହେ ଭାଇ! ଏହି ମନ ତୋର ହିଁ ଅଟେ॥ରୁହ॥
ਪਾਵ ਮਲੋਵਾ ਮਲਿ ਮਲਿ ਧੋਵਾ ਇਹੁ ਮਨੁ ਤੈ ਕੂ ਦੇਸਾ ॥
ମୁଁ ତୋର ପାଦକୁ ମାଲିସ କରେ ଆଉ ଭଲ ଭାବରେ ଏହାକୁ ଧୋଇଥାଏ, ମୁଁ ଏହି ମନ ତୋତେ ହିଁ ସମର୍ପଣ କରିଥାଏ।
ਸੁਣਿ ਮੀਤਾ ਹਉ ਤੇਰੀ ਸਰਣਾਈ ਆਇਆ ਪ੍ਰਭ ਮਿਲਉ ਦੇਹੁ ਉਪਦੇਸਾ ॥੨॥
ହେ ମୋର ମିତ୍ର! ଶୁଣ, ମୁଁ ତୋର ଶରଣରେ ଆସିଛି, ମୋତେ ଏପରି ଉପଦେଶ ଦିଅ ଯେ ପ୍ରଭୁଙ୍କ ସହିତ ମୋର ମିଳନ ହୋଇଯିବ॥2॥
ਮਾਨੁ ਨ ਕੀਜੈ ਸਰਣਿ ਪਰੀਜੈ ਕਰੈ ਸੁ ਭਲਾ ਮਨਾਈਐ ॥
ଆମେ ଅଭିମାନ କରିବା ଉଚିତ ନୁହେଁ ଆଉ ପ୍ରଭୁଙ୍କ ଶରଣରେ ହିଁ ଆସିବା ଉଚିତ, କାରଣ ସେ ସବୁ କିଛି ଭଲ କରିଥାନ୍ତି, ତେଣୁ ତାହାଙ୍କୁ ଭଲ ଭାବିବା ଉଚିତ।
ਸੁਣਿ ਮੀਤਾ ਜੀਉ ਪਿੰਡੁ ਸਭੁ ਤਨੁ ਅਰਪੀਜੈ ਇਉ ਦਰਸਨੁ ਹਰਿ ਜੀਉ ਪਾਈਐ ॥੩॥
ହେ ମୋର ମିତ୍ର! ଶୁଣ, ନିଜର ପ୍ରାଣ, ଶରୀର ତଥା ସବୁ କିଛି ଅର୍ପଣ କରିଦେବା ଉଚିତ। ॥3॥
ਭਇਓ ਅਨੁਗ੍ਰਹੁ ਪ੍ਰਸਾਦਿ ਸੰਤਨ ਕੈ ਹਰਿ ਨਾਮਾ ਹੈ ਮੀਠਾ ॥
ସନ୍ଥଙ୍କ ପ୍ରସାଦରୁ ପ୍ରଭୁ ମୋ’ ଉପରେ ଦୟା କରିଛନ୍ତି ଆଉ ହରିଙ୍କ ନାମ ମୋତେ ମିଠା ଲାଗି ଯାଇଛି।
ਜਨ ਨਾਨਕ ਕਉ ਗੁਰਿ ਕਿਰਪਾ ਧਾਰੀ ਸਭੁ ਅਕੁਲ ਨਿਰੰਜਨੁ ਡੀਠਾ ॥੪॥੧॥੧੨॥
ଗୁରୁ ନାନକଙ୍କ ଉପରେ କୃପା କରିଛନ୍ତି ଆଉ ସେ ଅକୁଳ ଏବଂ ନିରଞ୍ଜନ ପ୍ରଭୁଙ୍କୁ ସର୍ବତ୍ର ଦେଖିଛନ୍ତି॥4॥1॥12॥
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਕੋਟਿ ਬ੍ਰਹਮੰਡ ਕੋ ਠਾਕੁਰੁ ਸੁਆਮੀ ਸਰਬ ਜੀਆ ਕਾ ਦਾਤਾ ਰੇ ॥
ଇଶ୍ଵର କୋଟି କୋଟି ବ୍ରହ୍ମାଣ୍ଡର ସ୍ଵାମୀ ଅଟନ୍ତି ଆଉ ସବୁ ଜୀବଙ୍କ ଦାତା ଅଟନ୍ତି।
ਪ੍ਰਤਿਪਾਲੈ ਨਿਤ ਸਾਰਿ ਸਮਾਲੈ ਇਕੁ ਗੁਨੁ ਨਹੀ ਮੂਰਖਿ ਜਾਤਾ ਰੇ ॥੧॥
ସେ ସର୍ବଦା ସମସ୍ତଙ୍କ ପାଳନ ପୋଷଣ କରିଥାନ୍ତି, କିନ୍ତୁ ମୂର୍ଖ ତାହାଙ୍କ ଏକ ମଧ୍ୟ ଉପକାର ଶୁଣନ୍ତି ନାହିଁ॥1॥
ਹਰਿ ਆਰਾਧਿ ਨ ਜਾਨਾ ਰੇ ॥
ହରିଙ୍କ ଆରାଧନା କରିବାର କୌଣସି ବିଧି ମୁଁ ଜାଣେ ନାହିଁ।
ਹਰਿ ਹਰਿ ਗੁਰੁ ਗੁਰੁ ਕਰਤਾ ਰੇ ॥
ଏଥିପାଇଁ ମୁଁ ହରି-ହରି ଏବଂ ଗୁରୁ-ଗୁରୁ ହିଁ ବୋଲିଥାଏ।
ਹਰਿ ਜੀਉ ਨਾਮੁ ਪਰਿਓ ਰਾਮਦਾਸੁ ॥ ਰਹਾਉ ॥
ହେ ହରି! ତୋର କୃପାରୁ ମୋର ନାମ ରାମ ଦାସ ହୋଇ ଯାଇଛି॥ରୁହ॥
ਦੀਨ ਦਇਆਲ ਕ੍ਰਿਪਾਲ ਸੁਖ ਸਾਗਰ ਸਰਬ ਘਟਾ ਭਰਪੂਰੀ ਰੇ ॥
ଦୀନଦୟାଳୁ, କୃପାଳୁ ଏବଂ ସୁଖର ସାଗର ପରମାତ୍ମା ସବୁଙ୍କ ହୃଦୟରେ ରହିଛନ୍ତି।
ਪੇਖਤ ਸੁਨਤ ਸਦਾ ਹੈ ਸੰਗੇ ਮੈ ਮੂਰਖ ਜਾਨਿਆ ਦੂਰੀ ਰੇ ॥੨॥
ସେହି ଦୀନଦୟାଳୁ ସବୁଙ୍କୁ ଦେଖିଥାନ୍ତି, ସୁନିଠାନ୍ତି ଏବଂ ସଦା ସାଥିରେ ହିଁ ରହିଥାନ୍ତି, କିନ୍ତୁ ମୁଁ, ମୂର୍ଖ, ତାହାଙ୍କୁ ଦୂର ହିଁ ଭାବିଅଛି॥2॥
ਹਰਿ ਬਿਅੰਤੁ ਹਉ ਮਿਤਿ ਕਰਿ ਵਰਨਉ ਕਿਆ ਜਾਨਾ ਹੋਇ ਕੈਸੋ ਰੇ ॥
ହରି ଅନନ୍ତ ଅଟନ୍ତି, ମୁଁ ତାହାଙ୍କ କେଉଁ ଅନ୍ତ ବର୍ଣ୍ଣନା କରି ପାରିବି, ପରନ୍ତୁ ମୋତେ କଣ ଜଣା ଅଛି, ସେ କିପରି ଅଟନ୍ତି?
ਕਰਉ ਬੇਨਤੀ ਸਤਿਗੁਰ ਅਪੁਨੇ ਮੈ ਮੂਰਖ ਦੇਹੁ ਉਪਦੇਸੋ ਰੇ ॥੩॥
ମୁଁ ନିଜ ସଦଗୁରୁଙ୍କ ପାଖରେ ବିନମ୍ର ପ୍ରାର୍ଥନା କରେ ଯେ ମୁଁ ମୂର୍ଖକୁ ମଫଭୀ ଉପଦେଶ ଦିଅ॥3॥
ਮੈ ਮੂਰਖ ਕੀ ਕੇਤਕ ਬਾਤ ਹੈ ਕੋਟਿ ਪਰਾਧੀ ਤਰਿਆ ਰੇ ॥
ମୁନମୂର୍ଖର କଣ ଅଛି, ଗୁରୁଙ୍କ ଉପଦେଶରୁ କୋଟି କୋଟି ଅପରାଧୀ ଭବସାଗରରୁ ପାର ହୋଇଛନ୍ତି।
ਗੁਰੁ ਨਾਨਕੁ ਜਿਨ ਸੁਣਿਆ ਪੇਖਿਆ ਸੇ ਫਿਰਿ ਗਰਭਾਸਿ ਨ ਪਰਿਆ ਰੇ ॥੪॥੨॥੧੩॥
ଯିଏ ଗୁରୁ ନାନକଙ୍କ ବିଷୟରେ ଶୁଣିଛି ଏବଂ ତାହାଙ୍କ ଦର୍ଶନ ପ୍ରାପ୍ତ କରିଛି, ସେ ପୁଣି ଗର୍ଭ ଯୋନିରେ ପଡି ନାହିଁ॥4॥2॥13॥
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਜਿਨਾ ਬਾਤ ਕੋ ਬਹੁਤੁ ਅੰਦੇਸਰੋ ਤੇ ਮਿਟੇ ਸਭਿ ਗਇਆ ॥
ଯେଉଁ କଥାର ଭୟ ମୋତେ ଗ୍ରାସ କରୁଥିଲା, ତାହା ସବୁ ଦୂର ହୋଇ ଯାଇଛି।
ਸਹਜ ਸੈਨ ਅਰੁ ਸੁਖਮਨ ਨਾਰੀ ਊਧ ਕਮਲ ਬਿਗਸਇਆ ॥੧॥
ବର୍ତ୍ତମାନ ମୁଁ ସ୍ଵାଭାବିକ ସୁଖରେ ଶୟନ କରୁଅଛି ଆଉ ମୋ ହୃଦୟରେ ପ୍ରସନ୍ନତା ଆସି ଯାଇଛି॥1॥
ਦੇਖਹੁ ਅਚਰਜੁ ਭਇਆ ॥
ଦେଖ! ଏକ ଅଦ୍ଭୁତ କଥା ହୋଇ ଯାଇଛି!
ਜਿਹ ਠਾਕੁਰ ਕਉ ਸੁਨਤ ਅਗਾਧਿ ਬੋਧਿ ਸੋ ਰਿਦੈ ਗੁਰਿ ਦਇਆ ॥ ਰਹਾਉ ॥
ଯେଉଁ ଭଗବାନଙ୍କ ଜ୍ଞାନକୁ ଅଗାଧ କୁହାଯାଏ, ତାହାଙ୍କୁ ଗୁରୁ ମୋ’ ହୃଦୟରେଭ ସ୍ଥାପନ କରିଛନ୍ତି॥ରୁହ॥
ਜੋਇ ਦੂਤ ਮੋਹਿ ਬਹੁਤੁ ਸੰਤਾਵਤ ਤੇ ਭਇਆਨਕ ਭਇਆ ॥
ଯେଉଁ ମାୟାର ଦୂତ ବିକାର ମୋତେ ଗ୍ରାସ କରିଥିଲା, ତାହା ସ୍ଵୟଂ ଭୟଭୀତ ହୋଇ ଯାଇଛି।
ਕਰਹਿ ਬੇਨਤੀ ਰਾਖੁ ਠਾਕੁਰ ਤੇ ਹਮ ਤੇਰੀ ਸਰਨਇਆ ॥੨॥
ସେମାନେ ପ୍ରାର୍ଥନା କରନ୍ତି, ଭଗବାନଙ୍କ ଠାରୁ ରକ୍ଷା କର, ଆମେ ତୁମ ଶରଣକୁ ଆସିଛି ॥2॥
ਜਹ ਭੰਡਾਰੁ ਗੋਬਿੰਦ ਕਾ ਖੁਲਿਆ ਜਿਹ ਪ੍ਰਾਪਤਿ ਤਿਹ ਲਇਆ ॥
ଗୋବିନ୍ଦଙ୍କ ଭକ୍ତିର ଭଣ୍ଡାର ଖୋଲା ହୋଇଛି, ଯାହାର ଭାଗ୍ୟରେ ଏହା ଲେଖା ହୋଇଛି ତାହାକୁ ଏହା ମିଳଯାଇଛି।
ਏਕੁ ਰਤਨੁ ਮੋ ਕਉ ਗੁਰਿ ਦੀਨਾ ਮੇਰਾ ਮਨੁ ਤਨੁ ਸੀਤਲੁ ਥਿਆ ॥੩॥
ଗୁରୁ ମୋତେ ଏକ ରତ୍ନ ଦେଇଛନ୍ତି, ଯାହା ଫଳରେ ମୋର ମନ ଓ ତନ ଶୀତଳ ହୋଇ ଯାଇଛି॥3॥
ਏਕ ਬੂੰਦ ਗੁਰਿ ਅੰਮ੍ਰਿਤੁ ਦੀਨੋ ਤਾ ਅਟਲੁ ਅਮਰੁ ਨ ਮੁਆ ॥
ଗୁରୁ ମୋତେ ଅମୃତର ଏକ ବୁନ୍ଦା ପ୍ରଦାନ କରିଛନ୍ତି, ଯାହା ଫଳରେ ମୁଁ ଅଟଳ ଏବଂ ଆତ୍ମିକ ଭାବରେ ଅମର ହୋଇ ଯାଇଛି ଆଉ ଏବେ ମୋ’ ପାଖକୁ କାଳ ଆଉ ଆସୁ ନାହିଁ।
ਭਗਤਿ ਭੰਡਾਰ ਗੁਰਿ ਨਾਨਕ ਕਉ ਸਉਪੇ ਫਿਰਿ ਲੇਖਾ ਮੂਲਿ ਨ ਲਇਆ ॥੪॥੩॥੧੪॥
ୱାହିଗୁରୁ ନିଜ ଭକ୍ତିର ଭଣ୍ଡାର ନାନକଙ୍କୁ ଅର୍ପଣ କରିଛନ୍ତି ଆଉ କେବେ ମଧ୍ୟ ତାହାଙ୍କ କର୍ମର ଲେଖା ପଚାରି ନାହାନ୍ତି ||4||3||14||
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਚਰਨ ਕਮਲ ਸਿਉ ਜਾ ਕਾ ਮਨੁ ਲੀਨਾ ਸੇ ਜਨ ਤ੍ਰਿਪਤਿ ਅਘਾਈ ॥
ଯାହାର ମନ ଭଗବାନଙ୍କ ଚରଣ-କମଳରେ ରହିଛି, ସେମାନେ ତୃପ୍ତ ଓ ସନ୍ତୁଷ୍ଟ ରହିଥାନ୍ତି।
ਗੁਣ ਅਮੋਲ ਜਿਸੁ ਰਿਦੈ ਨ ਵਸਿਆ ਤੇ ਨਰ ਤ੍ਰਿਸਨ ਤ੍ਰਿਖਾਈ ॥੧॥
ଯାହାର ହୃଦୟରେ ଅମୂଲ୍ୟ ଗୁଣ ନିବାସ କରେ ନାହିଁ, ସେହି ପୁରୁଷ ତୃଷ୍ଣାରେ ହିଁ ରହିଥାଏ॥1॥
ਹਰਿ ਆਰਾਧੇ ਅਰੋਗ ਅਨਦਾਈ ॥
ଭଗବାନଙ୍କ ଆରାଧନା କରିବା ଦ୍ଵାରା ମନୁଷ୍ୟ ରୋଗମୁକ୍ତ ଓ ଆନନ୍ଦିତ ହୋଇଥାଏ।
ਜਿਸ ਨੋ ਵਿਸਰੈ ਮੇਰਾ ਰਾਮ ਸਨੇਹੀ ਤਿਸੁ ਲਾਖ ਬੇਦਨ ਜਣੁ ਆਈ ॥ ਰਹਾਉ ॥
ଯାହାକୁ ମୋର ପ୍ରିୟ ରାମ ବିସ୍ମୃତ ହୋଇଯାନ୍ତି, ତାହାକୁ ଲକ୍ଷେ ସଙ୍କଟ ଆସିଥାଏ॥ରୁହ॥