ਸਾਧਸੰਗਿ ਜਉ ਤੁਮਹਿ ਮਿਲਾਇਓ ਤਉ ਸੁਨੀ ਤੁਮਾਰੀ ਬਾਣੀ ॥
ଯେତେବେଳେ ତୁମେ ମୋତେ ସାଧୁଙ୍କ ପବିତ୍ର ସଭାରେ ମିଶାଇଛ, ସେଇଠି ମୁଁ ତୁମର ବାଣୀ ଶୁଣିଛି।
ਅਨਦੁ ਭਇਆ ਪੇਖਤ ਹੀ ਨਾਨਕ ਪ੍ਰਤਾਪ ਪੁਰਖ ਨਿਰਬਾਣੀ ॥੪॥੭॥੧੮॥
ନିର୍ଲିପ୍ତ ପରମାତ୍ମାଙ୍କ ତେଜ-ପ୍ରତାପ ଦେଖି ନାନକଙ୍କ ମନରେ ଆନନ୍ଦ ଜାତ ହୋଇ ଯାଇଛି ||4||7||18||
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਹਮ ਸੰਤਨ ਕੀ ਰੇਨੁ ਪਿਆਰੇ ਹਮ ਸੰਤਨ ਕੀ ਸਰਣਾ ॥
ହେ ପ୍ରିୟ! ଆମେ ସନ୍ଥଙ୍କ ଚରଣ-ଧୁଳି ଅଟୁ ଆଉ ଆମେ ତାହାଙ୍କ ଶରଣରେ ରହିଛୁ।
ਸੰਤ ਹਮਾਰੀ ਓਟ ਸਤਾਣੀ ਸੰਤ ਹਮਾਰਾ ਗਹਣਾ ॥੧॥
ସନ୍ଥ ଆମର ସାହାରା ଅଟନ୍ତି ଏବଂ ସେ ଆମର ସୁନ୍ଦର ଆଭୁଷଣ ଅଟନ୍ତି॥1॥
ਹਮ ਸੰਤਨ ਸਿਉ ਬਣਿ ਆਈ ॥
ସନ୍ଥଙ୍କ ଦ୍ଵାରା ହିଁ ଆମର ବିକାଶ ହୋଇଥାଏ।
ਪੂਰਬਿ ਲਿਖਿਆ ਪਾਈ ॥
ପୂର୍ବ ଜନ୍ମର କର୍ମ ଅନୁସାରେ ଭାଗ୍ୟରେ ଯାହା କିଛି ଲେଖା ହୋଇଥାଏ, ତାହା ମୋତେ ମିଳି ଯାଇଛି।
ਇਹੁ ਮਨੁ ਤੇਰਾ ਭਾਈ ॥ ਰਹਾਉ ॥
ହେ ସନ୍ଥ! ମୋର ଏହି ମନ ଆପଣଙ୍କ ହିଁ ଅଟେ ॥ରୁହ॥
ਸੰਤਨ ਸਿਉ ਮੇਰੀ ਲੇਵਾ ਦੇਵੀ ਸੰਤਨ ਸਿਉ ਬਿਉਹਾਰਾ ॥
ସନ୍ଥଙ୍କ ସହିତ ହିଁ ମୋର ଦେବା-ନେବା ଚାଲିଛି ଆଉ ତାହାଙ୍କ ସହିତ ହିଁ ମୋର ସମ୍ପୃକ୍ତି ଅଟେ।
ਸੰਤਨ ਸਿਉ ਹਮ ਲਾਹਾ ਖਾਟਿਆ ਹਰਿ ਭਗਤਿ ਭਰੇ ਭੰਡਾਰਾ ॥੨॥
ସନ୍ଥଙ୍କ ସଙ୍ଗତିରେ ଆମେ ଲାଭ ଅର୍ଜନ କରିଛୁ; ହରିଙ୍କ ଭକ୍ତିର ଭଣ୍ଡାର ଆମର ହୃଦୟରେ ଭରି ରହିଛି॥2॥
ਸੰਤਨ ਮੋ ਕਉ ਪੂੰਜੀ ਸਉਪੀ ਤਉ ਉਤਰਿਆ ਮਨ ਕਾ ਧੋਖਾ ॥
ଯେତେବେଳେ ସନ୍ଥ ମୋତେ ହରିନାମର ପୁଞ୍ଜି ଅର୍ପଣ କରିଛନ୍ତି, ମୋର ମନରୁ ଧୋକା ବାହାରି ଯାଇଛି।
ਧਰਮ ਰਾਇ ਅਬ ਕਹਾ ਕਰੈਗੋ ਜਉ ਫਾਟਿਓ ਸਗਲੋ ਲੇਖਾ ॥੩॥
ଏବେ ଯମରାଜ ମଧ୍ୟ କଣ କରିପାରିବ? କାର୍ଣ ଭଗବାନ ମୋର କର୍ମର ଲେଖା ଚିରି ଦେଇଛନ୍ତି॥3॥
ਮਹਾ ਅਨੰਦ ਭਏ ਸੁਖੁ ਪਾਇਆ ਸੰਤਨ ਕੈ ਪਰਸਾਦੇ ॥
ସନ୍ଥଙ୍କ ପ୍ରସାଦ ଦ୍ଵାରା ମୁଁ ମହା ଆନନ୍ଦିତ ହୋଇ ଯାଇଛି ଆଉ ମୋତେ ସୁଖର ପ୍ରାପ୍ତି ହୋଇ ଯାଇଛି।
ਕਹੁ ਨਾਨਕ ਹਰਿ ਸਿਉ ਮਨੁ ਮਾਨਿਆ ਰੰਗਿ ਰਤੇ ਬਿਸਮਾਦੇ ॥੪॥੮॥੧੯॥
ନାନକ କହନ୍ତି, ମୋର ମନ ଈଶ୍ବରଙ୍କ ସାଥିରେ ଲାଗି ଯାଇଛି ଓ ତାହାଙ୍କ ଅଦ୍ଭୁତ ପ୍ରେମ ରଙ୍ଗରେ ମଗ୍ନ ହୋଇ ଯାଇଛି ||4||8||19|
ਸੋਰਠਿ ਮਃ ੫ ॥
ସୋରଠି ମହଲା 5 ॥
ਜੇਤੀ ਸਮਗ੍ਰੀ ਦੇਖਹੁ ਰੇ ਨਰ ਤੇਤੀ ਹੀ ਛਡਿ ਜਾਨੀ ॥
ହେ ମାନବ! ତୁମେ ଏଇଠି ଯାହା ଦେଖୁଛ, ସବୁ ଏଠି ହିଁ ଛାଡି ଚାଲି ଯିବାକୁ ହେବ।
ਰਾਮ ਨਾਮ ਸੰਗਿ ਕਰਿ ਬਿਉਹਾਰਾ ਪਾਵਹਿ ਪਦੁ ਨਿਰਬਾਨੀ ॥੧॥
ଏଣୁ ରାମଙ୍କ ନାମ ସାଥିରେ ବ୍ୟାପାର କର, ତାହାହେଲେ ତୋତେ ମୁକ୍ତି ମିଳିବ॥1॥
ਪਿਆਰੇ ਤੂ ਮੇਰੋ ਸੁਖਦਾਤਾ ॥
ହେ ପ୍ରିୟ! ତୁ ହିଁ ମୋର ସୁଖଦାତା ଅଟୁ।
ਗੁਰਿ ਪੂਰੈ ਦੀਆ ਉਪਦੇਸਾ ਤੁਮ ਹੀ ਸੰਗਿ ਪਰਾਤਾ ॥ ਰਹਾਉ ॥
ଯେବେ ଥ୍ରୁ ପୂର୍ଣ୍ଣ ଗୁରୁ ମୋତେ ଉପଦେଶ ଦେଇଛନ୍ତି, ସେବେ ଠାରୁ ତୋ’ ଠାରେ ମୋର ଲଗ୍ନ ଲାଗି ଯାଇଛି॥ରୁହ॥
ਕਾਮ ਕ੍ਰੋਧ ਲੋਭ ਮੋਹ ਅਭਿਮਾਨਾ ਤਾ ਮਹਿ ਸੁਖੁ ਨਹੀ ਪਾਈਐ ॥
କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାରରେ ଲୀନ ରହିଲେ ସୁଖ ଉପଲବ୍ଧ ହୁଏନାହିଁ।
ਹੋਹੁ ਰੇਨ ਤੂ ਸਗਲ ਕੀ ਮੇਰੇ ਮਨ ਤਉ ਅਨਦ ਮੰਗਲ ਸੁਖੁ ਪਾਈਐ ॥੨॥
ହେ ମୋର ମନ! ତୁ ସବୁଙ୍କ ଚରଣ-ଧୁଳି ହୋଇ ଯାଅ, ତାହାହେଲେ ତୋତେ ଆନନ୍ଦ, ପ୍ରସନ୍ନ ଓ ସୁଖ ଉପଲବ୍ଧ ହେବ॥2॥
ਘਾਲ ਨ ਭਾਨੈ ਅੰਤਰ ਬਿਧਿ ਜਾਨੈ ਤਾ ਕੀ ਕਰਿ ਮਨ ਸੇਵਾ ॥
ହେ ମନ! ତୁ ତାହାଙ୍କ ଭଜନ କର, ଯିଏ ସବୁଙ୍କ ଅନ୍ତରର ଭାବନାକୁ ଜାଣିଥାନ୍ତି ଆଉ ଯିଏ ତୋର ସେବାକୁ ନିଷ୍ଫଳ ହେବାକୁ ଦିଅନ୍ତି ନାହିଁ।
ਕਰਿ ਪੂਜਾ ਹੋਮਿ ਇਹੁ ਮਨੂਆ ਅਕਾਲ ਮੂਰਤਿ ਗੁਰਦੇਵਾ ॥੩॥
ତୁ ସେହି ଗୁରୁଦେବଙ୍କ ପୂଜା କର ଆଉ ନିଜର ଏହି ମନକୁ ତାହାଙ୍କୁ ସମର୍ପଣ କର ଯିଏ ଅକାଳମୂର୍ତ୍ତି ଅଟନ୍ତି॥3॥
ਗੋਬਿਦ ਦਾਮੋਦਰ ਦਇਆਲ ਮਾਧਵੇ ਪਾਰਬ੍ਰਹਮ ਨਿਰੰਕਾਰਾ ॥
ନାନକ କହନ୍ତି, ହେ ଗୋବିନ୍ଦ! ହେ ଦାମୋଦର! ହେ ଦୀନଦୟାଳୁ! ହେ ମାଧବ! ହେ ନିରଙ୍କାର ପରଂବ୍ରହ୍ମ!
ਨਾਮੁ ਵਰਤਣਿ ਨਾਮੋ ਵਾਲੇਵਾ ਨਾਮੁ ਨਾਨਕ ਪ੍ਰਾਨ ਅਧਾਰਾ ॥੪॥੯॥੨੦॥
ତୋର ନାମ ହିଁ ମୋର ନିତ୍ୟ ଉପଯୋଗୀ ବସ୍ତୁ ଅଟେ, ତୋର ନାମ ହିଁ ମୋର ସାମାନ ଅଟେ ଆଉ ତୋର ନାମ ହିଁ ମୋର ପ୍ରାଣର ଆଧାର ଅଟେ ||4||9||20||
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਮਿਰਤਕ ਕਉ ਪਾਇਓ ਤਨਿ ਸਾਸਾ ਬਿਛੁਰਤ ਆਨਿ ਮਿਲਾਇਆ ॥
ସଦଗୁରୁ ମୃତକର ପ୍ରାଣରେ ହରିନାମର ପ୍ରାଣ ଦେଇଛନ୍ତି ଆଉ ପରମାତ୍ମା ବିଚ୍ଛେଦ ହୋଇଥିବା ଜୀବଙ୍କୁ ତାହାଙ୍କ ସହିତ ମିଶାଇଛନ୍ତି।
ਪਸੂ ਪਰੇਤ ਮੁਗਧ ਭਏ ਸ੍ਰੋਤੇ ਹਰਿ ਨਾਮਾ ਮੁਖਿ ਗਾਇਆ ॥੧॥
ପଶୁ, ପ୍ରେତ ଏବଂ ମୂର୍ଖ ମନୁଷ୍ୟ ମଧ୍ୟ ହରିନାମର ଶ୍ରୋତା ବନିଯାଇଛି ଆଉ ସେମାନେ ନିଜ ମୁଖରେ ହରିନାମର ଗୁଣଗାନ କରିଛନ୍ତି॥1॥
ਪੂਰੇ ਗੁਰ ਕੀ ਦੇਖੁ ਵਡਾਈ ॥
ପୂର୍ଣ୍ଣ ଗୁରୁଙ୍କ ବଡିମା ଦେଖ
ਤਾ ਕੀ ਕੀਮਤਿ ਕਹਣੁ ਨ ਜਾਈ ॥ ਰਹਾਉ ॥
ତାହାଙ୍କ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ॥ରୁହ॥
ਦੂਖ ਸੋਗ ਕਾ ਢਾਹਿਓ ਡੇਰਾ ਅਨਦ ਮੰਗਲ ਬਿਸਰਾਮਾ ॥
ସେ ଦୁଃଖ ଓ ସୁଖର ଡେରା ଧ୍ଵଂସ କରି ଦେଇଛନ୍ତି ଆଉ ଜୀବଙ୍କୁ ଆନନ୍ଦ-ମଙ୍ଗଳ ଏବଂ ବିଶ୍ରାମ ପ୍ରଦାନ କରିଛନ୍ତି।
ਮਨ ਬਾਂਛਤ ਫਲ ਮਿਲੇ ਅਚਿੰਤਾ ਪੂਰਨ ਹੋਏ ਕਾਮਾ ॥੨॥
ସେ ସ୍ଵାଭାବିକ ଭାବରେ ନିଜର ମନୋବାଞ୍ଚିତ ଫଳ ପ୍ରାପ୍ତ କରି ନିଅନ୍ତି ଏବଂ ତାହାର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ॥2॥
ਈਹਾ ਸੁਖੁ ਆਗੈ ਮੁਖ ਊਜਲ ਮਿਟਿ ਗਏ ਆਵਣ ਜਾਣੇ ॥
ସେ ଈହଲୋକରେ ମଧ୍ୟ ସୁଖ ପ୍ରାପ୍ତ କରିଥାଏ, ପରଲୋକରେ ମଧ୍ୟ ତାହାର ମୁଖ ଉଜ୍ଜ୍ଵଳ ହୋଇଥାଏ ଏବଂ ତାହାର ଜନ୍ମ ମରଣ ଚକ୍ର ଦୂର ହୋଇଯାଏ।
ਨਿਰਭਉ ਭਏ ਹਿਰਦੈ ਨਾਮੁ ਵਸਿਆ ਅਪੁਨੇ ਸਤਿਗੁਰ ਕੈ ਮਨਿ ਭਾਣੇ ॥੩॥
ଯିଏ ନିଜ ସଦଗୁରୁଙ୍କ ମନକୁ ଭଲ ଲାଗିଥାଏ, ସେ ନିର୍ଭୀକ ହୋଇଯାଏ ଏବଂ ପ୍ରଭୁଙ୍କ ନାମ ତାହାର ହୃଦୟରେ ସ୍ଥାପିତ ହୋଇଯାଏ॥3॥
ਊਠਤ ਬੈਠਤ ਹਰਿ ਗੁਣ ਗਾਵੈ ਦੂਖੁ ਦਰਦੁ ਭ੍ਰਮੁ ਭਾਗਾ ॥
ଯେଉଁ ବ୍ୟକ୍ତି ପ୍ରତି ମୁହୂର୍ତ୍ତରେ ଭଗବାନଙ୍କ ଯଶୋଗାନ କରିଥାଏ, ତାହାର ଦୁଃଖ-ଯନ୍ତ୍ରଣା ଦୂର ହୋଇଯାଏ।
ਕਹੁ ਨਾਨਕ ਤਾ ਕੇ ਪੂਰ ਕਰੰਮਾ ਜਾ ਕਾ ਗੁਰ ਚਰਨੀ ਮਨੁ ਲਾਗਾ ॥੪॥੧੦॥੨੧॥
ନାନକ କହନ୍ତି, ଯାହାର ମନ ଗୁରୁଙ୍କ ଚରଣରେ ଲାଗିଯାଏ, ତାହାର ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯାଏ||4||10||21||
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਰਤਨੁ ਛਾਡਿ ਕਉਡੀ ਸੰਗਿ ਲਾਗੇ ਜਾ ਤੇ ਕਛੂ ਨ ਪਾਈਐ ॥
ଜୀବ ଅମୂଲ୍ୟ ନାମ-ରତ୍ନକୁ ଛାଡି ମୋହ-ମାୟା ରୂପୀ ପଦାର୍ଥରେ ଆସକ୍ତ ହେବା ଯୋଗୁଁ ତାହାକୁ କିଛି ମଧ୍ୟ ପ୍ରାପ୍ତ ହୁଏନାହିଁ।