Odia Page 673

ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥ 

ਜਿਹ ਕਰਣੀ ਹੋਵਹਿ ਸਰਮਿੰਦਾ ਇਹਾ ਕਮਾਨੀ ਰੀਤਿ ॥
ହେ ପ୍ରାଣୀ! ତୁ ଏପରି ମର୍ଯ୍ୟାଦା ରଖିଛୁ, ଯେଉଁ ଆଚରଣ କାରଣରୁ ତୋତେ ଭଗବାନଙ୍କ ଦରବାରରେ ଲଜ୍ଜିତ ହେବାକୁ ପଡିବ ନାହିଁ।

ਸੰਤ ਕੀ ਨਿੰਦਾ ਸਾਕਤ ਕੀ ਪੂਜਾ ਐਸੀ ਦ੍ਰਿੜ੍ਹ੍ਹੀ ਬਿਪਰੀਤਿ ॥੧॥
ତୁ ସନ୍ଥଙ୍କ ନିନ୍ଦା କରିଅଛୁ ଏବଂ ଭଗବାନଙ୍କ ଠାରୁ ବିମୁଖ ବ୍ୟକ୍ତକୁ ପୂଜା କରିଅଛୁ, ତୁ ଏପରି ପରମ୍ପରା ଗ୍ରହଣ କରିଛୁ, ଯାହା ଧର୍ମର ମର୍ଯ୍ୟାଦାର ବିପରୀତ ଅଟେ॥1॥ 

ਮਾਇਆ ਮੋਹ ਭੂਲੋ ਅਵਰੈ ਹੀਤ ॥
ହେ ପ୍ରାଣୀ! ତୁ ମାୟାର ମୋହରେ ଫସି ପଥଭ୍ରଷ୍ଟ ହୋଇଛୁ ଆଉ ପ୍ରଭୁଙ୍କୁ ତ୍ୟାଗ କରି ଅନ୍ୟ ପ୍ରେମରେ ପଡିଛୁ।            

ਹਰਿਚੰਦਉਰੀ ਬਨ ਹਰ ਪਾਤ ਰੇ ਇਹੈ ਤੁਹਾਰੋ ਬੀਤ ॥੧॥ ਰਹਾਉ ॥
ତୋର ନିଜର ଦଶା ଏପରି ଅଟେ, ଯେପରି ରାଜା ହରିଚନ୍ଦଙ୍କ ଆକାଶ ଛୁଆଁ ନଗରୀର ଅଛି ଏବଂ ଜଙ୍ଗଲର ସବୁ ପତ୍ରର ଅଛି॥1॥ରୁହ॥                 

ਚੰਦਨ ਲੇਪ ਹੋਤ ਦੇਹ ਕਉ ਸੁਖੁ ਗਰਧਭ ਭਸਮ ਸੰਗੀਤਿ ॥
ଗଧର ଶରୀରରେ ଚନ୍ଦନର ଲେପ କରିଲେ ମଧ୍ୟ ଗଧକୁ ମାଟିରେ ଲେଉଟି ହିଁ ସୁଖ ମିଳିଥାଏ।           

ਅੰਮ੍ਰਿਤ ਸੰਗਿ ਨਾਹਿ ਰੁਚ ਆਵਤ ਬਿਖੈ ਠਗਉਰੀ ਪ੍ਰੀਤਿ ॥੨॥
ହେ ପ୍ରାଣୀ! ନାମାମୃତ ସହିତ ତୋର ମନରେ ତୃପ୍ତି ଜାତ ହୁଏନାହିଁ, ପରନ୍ତୁ ବିଷ ରୂପୀ ଠକ ସହିତ ତୁ ପ୍ରେମ କରିଛୁ॥2॥           

ਉਤਮ ਸੰਤ ਭਲੇ ਸੰਜੋਗੀ ਇਸੁ ਜੁਗ ਮਹਿ ਪਵਿਤ ਪੁਨੀਤ ॥
ଉତ୍ତମ ଏବଂ ଭଲ ସନ୍ଥ ସଂଯୋଗରୁ ହିଁ ମିଳିଥାନ୍ତି, ଯିଏ ଏହି ଯୁଗରେ ପବିତ୍ର ଓ ଶୁଦ୍ଧ ହୋଇଥାନ୍ତି।      

ਜਾਤ ਅਕਾਰਥ ਜਨਮੁ ਪਦਾਰਥ ਕਾਚ ਬਾਦਰੈ ਜੀਤ ॥੩॥
ହେ ପ୍ରାଣୀ! ତୋର ଅମୂଲ୍ୟ ମାନବ-ଜନ୍ମ ବ୍ୟର୍ଥ ହେଉଛି ଆଉ ଏହୀ କାଚ ବଦଳରେ ଜିତା ଯାଉଛି॥3॥             

ਜਨਮ ਜਨਮ ਕੇ ਕਿਲਵਿਖ ਦੁਖ ਭਾਗੇ ਗੁਰਿ ਗਿਆਨ ਅੰਜਨੁ ਨੇਤ੍ਰ ਦੀਤ ॥
ଯେତେବେଳେ ଗୁରୁ ଜ୍ଞାନର ସୁରମା ନେତ୍ରରେ ଲଗାଇଛନ୍ତି, ଜନ୍ମ-ଜନ୍ମାନ୍ତରର ଦୁଃଖ-କ୍ଲେଶ ଦୂର ହୋଇ ଯାଇଛି।      

ਸਾਧਸੰਗਿ ਇਨ ਦੁਖ ਤੇ ਨਿਕਸਿਓ ਨਾਨਕ ਏਕ ਪਰੀਤ ॥੪॥੯॥
ହେ ନାନକ! ସାଧୁଙ୍କ ସଙ୍ଗତିରେ ଏହି ଦୁଃଖରୁ ବାହାରି ଆସିଛି ଆଉ ମୁଁ ଏବେ ଏକ ପ୍ରଭୁଙ୍କ ସହିତ ପ୍ରେମ ଲଗାଇଛି॥4॥6॥            

ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥ 

ਪਾਨੀ ਪਖਾ ਪੀਸਉ ਸੰਤ ਆਗੈ ਗੁਣ ਗੋਵਿੰਦ ਜਸੁ ਗਾਈ ॥
ମୁଁ ସନ୍ଥଙ୍କ ସେବାରେ ପାଣି ଦିଏ, ପଙ୍ଖା କରେ ଆଉ ଗହମ ପେଷିଥାଏ ଓ ଗୋବିନ୍ଦଙ୍କ ହିଁ ଯଶ ଗାନ କରିଥାଏ।     

ਸਾਸਿ ਸਾਸਿ ਮਨੁ ਨਾਮੁ ਸਮ੍ਹ੍ਹਾਰੈ ਇਹੁ ਬਿਸ੍ਰਾਮ ਨਿਧਿ ਪਾਈ ॥੧॥
ମୋର ମନ ପ୍ରତି ଶ୍ଵାସରେ ନାମ ଜପ କରିଥାଏ ଆଉ ମୁଁ ଏହି ନାମ ରୂପୀ ସୁଖର ନିଧି ପ୍ରାପ୍ତ କରିଛି॥1॥           

ਤੁਮ੍ਹ੍ਹ ਕਰਹੁ ਦਇਆ ਮੇਰੇ ਸਾਈ ॥
ହେ ମୋର ମାଲିକ! ମୋ’ ଉପରେ ଦୟା କର।         

ਐਸੀ ਮਤਿ ਦੀਜੈ ਮੇਰੇ ਠਾਕੁਰ ਸਦਾ ਸਦਾ ਤੁਧੁ ਧਿਆਈ ॥੧॥ ਰਹਾਉ ॥
ହେ ମୋର ଠାକୁର! ମୋତେ ଏପରି ସୁମତି ଦିଅ ଯେପରି ମୁଁ ସର୍ବଦା ତୁମର ଧ୍ୟାନ କରିଥାଏ॥1॥ରୁହ॥             

ਤੁਮ੍ਹ੍ਹਰੀ ਕ੍ਰਿਪਾ ਤੇ ਮੋਹੁ ਮਾਨੁ ਛੂਟੈ ਬਿਨਸਿ ਜਾਇ ਭਰਮਾਈ ॥
ତୋର କୃପାରୁ ମୋର ମୋହ ଏବଂ ଅଭିମାନ ଦୂର ହୋଇ ଯାଏ ଆଉ ମୋର ଭ୍ରମ ମଧ୍ୟ ଦୂର ହୋଇଯାଏ।    

ਅਨਦ ਰੂਪੁ ਰਵਿਓ ਸਭ ਮਧੇ ਜਤ ਕਤ ਪੇਖਉ ਜਾਈ ॥੨॥
ଆନନ୍ଦର ସ୍ୱରୂପ ସେହି ପ୍ରଭୁ ସବୁଙ୍କ ଠାରେ ରହିଛନ୍ତି, ମୁଁ ଯେଉଁ ଆଡେ ଯାଇଥାଏ, ତାହାଙ୍କୁ ହିଁ ଦେଖିଥାଏ। ॥2॥                

ਤੁਮ੍ਹ੍ਹ ਦਇਆਲ ਕਿਰਪਾਲ ਕ੍ਰਿਪਾ ਨਿਧਿ ਪਤਿਤ ਪਾਵਨ ਗੋਸਾਈ ॥
ହେ ପତିତପାବନ ସୃଷ୍ଟିର ସ୍ଵାମୀ! ତୁମେ ବଡ ଦୟାଳୁ, କୃପାଳୁ ଓ କୃପାନିଧି ଅଟ।      

ਕੋਟਿ ਸੂਖ ਆਨੰਦ ਰਾਜ ਪਾਏ ਮੁਖ ਤੇ ਨਿਮਖ ਬੁਲਾਈ ॥੩॥
ମୁଁ ନିଜ ମୁଖରେ ଏକ କ୍ଷଣ ପାଇଁ ତୋର ନାମ ଉଚ୍ଚାରଣ କରି ରାଜଭୋଗର ଏକ କୋଟି ସୁଖ ଓ ଆନନ୍ଦ ପାଇଛି॥3॥          

ਜਾਪ ਤਾਪ ਭਗਤਿ ਸਾ ਪੂਰੀ ਜੋ ਪ੍ਰਭ ਕੈ ਮਨਿ ਭਾਈ ॥
କେବଳ ସେହି ପୂଜା, ତପସ୍ୟା ଏବଂ ଭକ୍ତି ପୂର୍ଣ୍ଣ ହୋଇଥାଏ, ଯାହା ପ୍ରଭୁଙ୍କ ମନକୁ ଭଲ ଲାଗିଥାଏ।            

ਨਾਮੁ ਜਪਤ ਤ੍ਰਿਸਨਾ ਸਭ ਬੁਝੀ ਹੈ ਨਾਨਕ ਤ੍ਰਿਪਤਿ ਅਘਾਈ ॥੪॥੧੦॥
ହେ ନାନକ! ନାମ ଜପ କରିବା ଦ୍ଵାରା ମୋର ସାରା ତୃଷ୍ଣା ମେଣ୍ଟି ଯାଇଛି, ଏବେ ମୁଁ ତୃପ୍ତ ଓ ସନ୍ତୁଷ୍ଟ ହୋଇ ଯାଇଛି॥4॥10॥      

ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥ 

ਜਿਨਿ ਕੀਨੇ ਵਸਿ ਅਪੁਨੈ ਤ੍ਰੈ ਗੁਣ ਭਵਣ ਚਤੁਰ ਸੰਸਾਰਾ ॥
ମାୟା ତିନି ଭବନ ଆକାଶ, ପାତାଳ, ପୃଥିବୀ ଏବଂ ସତ୍ୟଲୋକ ଜିତି ନିଜର ବଶୀଭୂତ କରିଛି,         

ਜਗ ਇਸਨਾਨ ਤਾਪ ਥਾਨ ਖੰਡੇ ਕਿਆ ਇਹੁ ਜੰਤੁ ਵਿਚਾਰਾ ॥੧॥
ଯିଏ ଯଜ୍ଞ କରିବା ବାଲା, ସ୍ନାନ କରିବା ବାଲା ଏବଂ ତପସ୍ୟା କରିବା ବାଲା ଏହି ସମସ୍ତ ସ୍ଥାନକୁ ଖଣ୍ଡିତ କରି ଦେଇଛି, ଏହି ବିଚରା ଜୀବ ଏହା ସମ୍ମୁଖରେ କଣ କରି ପାରିବ?॥1॥    

ਪ੍ਰਭ ਕੀ ਓਟ ਗਹੀ ਤਉ ਛੂਟੋ ॥
ଯେତେବେଳେ ମୁଁ ପ୍ରଭୁଙ୍କ ଶରଣ ନେଇଛି, ମାୟା ଠାରୁ ସ୍ଵତନ୍ତ୍ର ହୋଇ ଯାଇଛି।       

ਸਾਧ ਪ੍ਰਸਾਦਿ ਹਰਿ ਹਰਿ ਹਰਿ ਗਾਏ ਬਿਖੈ ਬਿਆਧਿ ਤਬ ਹੂਟੋ ॥੧॥ ਰਹਾਉ ॥
ସାଧୁ-ମହାପୁରୁଷଙ୍କ କୃପାରୁ ଯେବେ ପରମାତ୍ମାଙ୍କ ସ୍ତୁତିଗାନ କରିଛି, ମୋର ପାପ ଓ ରୋଗ ଦୂର ହୋଇ ଯାଇଛି॥1॥ରୁହ॥                

ਨਹ ਸੁਣੀਐ ਨਹ ਮੁਖ ਤੇ ਬਕੀਐ ਨਹ ਮੋਹੈ ਉਹ ਡੀਠੀ ॥
ସେହି ମାୟା ଜୀବକୁ ମୁଗ୍ଧ କରି ଏହି ନିତ୍ରରେ ଦେଖାଯାଏ ନାହିଁ, ତାହାର ଧ୍ୱନି ମଧ୍ୟ ଶୁଣାଯାଏ ନାହିଁ ଆଉ ନା ସେ ନିଜ ମୁଖରେ ବୋଲିଥାଏ।                

ਐਸੀ ਠਗਉਰੀ ਪਾਇ ਭੁਲਾਵੈ ਮਨਿ ਸਭ ਕੈ ਲਾਗੈ ਮੀਠੀ ॥੨॥
ତାହା ଲୋକଙ୍କୁ ଠକି ତାହାଙ୍କୁ ପଥଭ୍ରଷ୍ଟ କରିଥାଏ ଓ ସବୁଙ୍କ ମନରେ ମିଠା ଲାଗିଥାଏ। ॥2॥              

ਮਾਇ ਬਾਪ ਪੂਤ ਹਿਤ ਭ੍ਰਾਤਾ ਉਨਿ ਘਰਿ ਘਰਿ ਮੇਲਿਓ ਦੂਆ ॥
ଘରେ ଘରେ ସମସ୍ତଙ୍କୁ ପ୍ରେମ କରିବା ବାଲା ମାତା-ପିତା, ପୁତ୍ର ଏବଂ ଭାଇଙ୍କ ଠାରେ ମାୟା ଭେଦଭାବ ଏବଂ ଅଲଗାଭାବ ଉତ୍ପନ୍ନ କରି ଦେଇଛି। 

ਕਿਸ ਹੀ ਵਾਧਿ ਘਾਟਿ ਕਿਸ ਹੀ ਪਹਿ ਸਗਲੇ ਲਰਿ ਲਰਿ ਮੂਆ ॥੩॥
ମାୟା କାହା ପାଖରେ କମ, କାହା ପାଖରେ ଅଧିକ ଥାଏ ଆଉ ସେମାନେ ପରସ୍ପର ଲଢି ଲଢି ମରିଥାନ୍ତି॥3॥    

ਹਉ ਬਲਿਹਾਰੀ ਸਤਿਗੁਰ ਅਪੁਨੇ ਜਿਨਿ ਇਹੁ ਚਲਤੁ ਦਿਖਾਇਆ ॥
ମୁଁ ନିଜ ସଦଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯିଏ ମୋତେ ମାୟାର ଏହି ବିଚିତ୍ର ଲୀଳା ଦେଖାଇଛନ୍ତି।       

ਗੂਝੀ ਭਾਹਿ ਜਲੈ ਸੰਸਾਰਾ ਭਗਤ ਨ ਬਿਆਪੈ ਮਾਇਆ ॥੪॥
ଶରୀରରେ ଲୁଚିଠିବା ଏହି ତୃଷ୍ଣାଗ୍ନି ଦ୍ଵାରା ସଂପୂର୍ଣ୍ଣ ଜଗତ ଜଳୁଅଛି, ପରନ୍ତୁ ଭକ୍ତକୁ ଏହି ମାୟା ପ୍ରଭାବିତ କରିପାରେ ନାହିଁ॥4॥ 

ਸੰਤ ਪ੍ਰਸਾਦਿ ਮਹਾ ਸੁਖੁ ਪਾਇਆ ਸਗਲੇ ਬੰਧਨ ਕਾਟੇ ॥
ସନ୍ଥଙ୍କ କୃପାରୁ ମୋତେ ପରମ ସୁଖ ପ୍ରାପ୍ତ ହୋଇଛି ଆଉ ସେ ମୋର ସବୁ ବନ୍ଧନ କାଟି ଦେଇଛନ୍ତି।         

ਹਰਿ ਹਰਿ ਨਾਮੁ ਨਾਨਕ ਧਨੁ ਪਾਇਆ ਅਪੁਨੈ ਘਰਿ ਲੈ ਆਇਆ ਖਾਟੇ ॥੫॥੧੧॥
ହେ ନାନକ! ମୁଁ ହରିନାମ ରୂପୀ ଧନକୁ ପ୍ରାପ୍ତ କରିଛି ଆଉ ମୁଁ ଏହି ନାମ ରୂପୀ ଧନକୁ ଅର୍ଜନ କରି ନିଜ ହୃଦୟ ରୂପୀ ଘରକୁ ଆସିଛି॥5॥11॥         

ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥ 

ਤੁਮ ਦਾਤੇ ਠਾਕੁਰ ਪ੍ਰਤਿਪਾਲਕ ਨਾਇਕ ਖਸਮ ਹਮਾਰੇ ॥
ହେ ଇଶ୍ଵର! ତୁମେ ଆମର ଦାତା ଓ ଠାକୁର ଅଟ, ତୁମେ ହିଁ ଆମର ପାଳନ ପୋଷଣ କରୁଅଛ, ତୁମେ ହିଁ ସଂପୂର୍ଣ୍ଣ ବିଶ୍ଵର ନାୟକ ଆଉ ତୁମେ ହିଁ ଆମର ମାଲିକ ଅଟ।       

error: Content is protected !!