ਅਲੰਕਾਰ ਮਿਲਿ ਥੈਲੀ ਹੋਈ ਹੈ ਤਾ ਤੇ ਕਨਿਕ ਵਖਾਨੀ ॥੩॥
ଯେତେବେଳେ ସ୍ଵର୍ଣ୍ଣର ଆଭୁଷଣକୁ ତରଳା ଯାଇଥାଏ, ତାହାକୁ ଆଭୁଷଣର ସ୍ଵର୍ଣ୍ଣ ହିଁ କୁହାଯାଇ ଥାଏ ॥3॥
ਪ੍ਰਗਟਿਓ ਜੋਤਿ ਸਹਜ ਸੁਖ ਸੋਭਾ ਬਾਜੇ ਅਨਹਤ ਬਾਨੀ ॥
ମୋର ମନରେ ପ୍ରଭୁଙ୍କ ଜ୍ୟୋତି ପ୍ରକଟ ହୋଇ ଯାଇଛି ଆଉ ମନରେ ସ୍ଵାଭାବିକ ସୁଖ ଉତ୍ପନ୍ନ ହୋଇ ଯାଇଛି, ବର୍ତ୍ତମାନ ସବୁ ସ୍ଥାନରେ ମୋର ଶୋଭା ବୃଦ୍ଧି ପାଉଛି ଆଉ ମନରେ ଅନାହଦ ଶବ୍ଦ ଗୁଞ୍ଜନ କରୁଅଛି।
ਕਹੁ ਨਾਨਕ ਨਿਹਚਲ ਘਰੁ ਬਾਧਿਓ ਗੁਰਿ ਕੀਓ ਬੰਧਾਨੀ ॥੪॥੫॥
ହେ ନାନକ! ମୋର ମନ ଦଶମ ଦ୍ଵାରରେ ନିଜର ଅଟଳ ଗୃହ ବନାଇଛି, ପରନ୍ତୁ ତାହା ବନାଇବା ପ୍ରବନ୍ଧ ମୋର ଗୁରୁ କରିଛନ୍ତି॥4॥5॥
ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥
ਵਡੇ ਵਡੇ ਰਾਜਨ ਅਰੁ ਭੂਮਨ ਤਾ ਕੀ ਤ੍ਰਿਸਨ ਨ ਬੂਝੀ ॥
ଜଗତରେ ବଡ ବଡ ରାଜା ଏବଂ ଭୂମିପତି ଅଛନ୍ତି, ପରନ୍ତୁ ତାହାଙ୍କ ତୃଷ୍ଣାଗ୍ନି ମେଣ୍ଟେ ନାହିଁ।
ਲਪਟਿ ਰਹੇ ਮਾਇਆ ਰੰਗ ਮਾਤੇ ਲੋਚਨ ਕਛੂ ਨ ਸੂਝੀ ॥੧॥
ସେମାନେ ମାୟାର ମୋହରେ ମସ୍ତ ହୋଇଥାନ୍ତି ଏବଂ ସେମାନଙ୍କୁ ନିଜ ଆଖିରେ ମାୟା ବିନା ଆଉ କିଛି ଦେଖାଯାଉ ନାହିଁ॥1॥
ਬਿਖਿਆ ਮਹਿ ਕਿਨ ਹੀ ਤ੍ਰਿਪਤਿ ਨ ਪਾਈ ॥
ବିଷ ରୂପୀ ମାୟାରେ କେହି ତୃପ୍ତି ପ୍ରାପ୍ତ କରନ୍ତି ନାହିଁ।
ਜਿਉ ਪਾਵਕੁ ਈਧਨਿ ਨਹੀ ਧ੍ਰਾਪੈ ਬਿਨੁ ਹਰਿ ਕਹਾ ਅਘਾਈ ॥ ਰਹਾਉ ॥
ଯେପରି ଅଗ୍ନି ଇନ୍ଧନ ଦ୍ଵାରା ତୃପ୍ତ ହୁଏନାହିଁ, ସେପରି ହିଁ ଭଗବାନଙ୍କ ବିନା ମନ କିପରି ତୃପ୍ତ ହୋଇ ପାରିବ?॥ରୁହ॥
ਦਿਨੁ ਦਿਨੁ ਕਰਤ ਭੋਜਨ ਬਹੁ ਬਿੰਜਨ ਤਾ ਕੀ ਮਿਟੈ ਨ ਭੂਖਾ ॥
ମନୁଷ୍ୟ ପ୍ରତିଦିନ ଅନେକ ପ୍ରକାର ସ୍ଵାଦିଷ୍ଟ ଭୋଜନ ଏବଂ ବ୍ୟଞ୍ଜନ ଖାଇଥାଏ, ପରନ୍ତୁ ଏହା ଦ୍ଵାରା ତାହାର କ୍ଷୁଧା ଦୂର ହୁଏନାହିଁ।
ਉਦਮੁ ਕਰੈ ਸੁਆਨ ਕੀ ਨਿਆਈ ਚਾਰੇ ਕੁੰਟਾ ਘੋਖਾ ॥੨॥
ସେ କୁକୁର ଭଳି ପ୍ରୟାସ କରିଥାଏ ଏବଂ ଚାରି ଦିଗରେ ମାୟାର ସନ୍ଧାନ କରିଥାଏ॥2॥
ਕਾਮਵੰਤ ਕਾਮੀ ਬਹੁ ਨਾਰੀ ਪਰ ਗ੍ਰਿਹ ਜੋਹ ਨ ਚੂਕੈ ॥
କାମାସକ୍ତ ମନୁଷ୍ୟ ଅନେକ ନାରୀଙ୍କ ସହିତ ଭୋଗ-ବିଳାସ କରିଥାଏ, ପରନ୍ତୁ ତାହାର ପରନାରୀକୁ ଦେଖିବାର ଲାଳସା ସମାପ୍ତ ହୁଏନାହିଁ।
ਦਿਨ ਪ੍ਰਤਿ ਕਰੈ ਕਰੈ ਪਛੁਤਾਪੈ ਸੋਗ ਲੋਭ ਮਹਿ ਸੂਕੈ ॥੩॥
ସେ ନିତ୍ୟ ପାପ କରି ପଶ୍ଚାତାପ କରିଥାଏ ଆଉ ଲୋଭ ଓ ଶୋକରେ ଶୁଖି ଯାଇଥାଏ॥3॥
ਹਰਿ ਹਰਿ ਨਾਮੁ ਅਪਾਰ ਅਮੋਲਾ ਅੰਮ੍ਰਿਤੁ ਏਕੁ ਨਿਧਾਨਾ ॥
ପରମାତ୍ମାଙ୍କ ନାମ ବଡ ଅପାର-ଅମୂଲ୍ୟ ଅଟେ ଆଉ ତାହା ଏକ ଅମୃତ ରୂପୀ ଖଜଣା ଅଟେ।
ਸੂਖੁ ਸਹਜੁ ਆਨੰਦੁ ਸੰਤਨ ਕੈ ਨਾਨਕ ਗੁਰ ਤੇ ਜਾਨਾ ॥੪॥੬॥
ହେ ନାନକ! ମୁଁ ଗୁରୁଙ୍କ ଠାରୁ ଏହି ଭେଦ ବୁଝି ପାରିଛି ଯେ ନାମାମୃତ ଦ୍ଵାରା ସନ୍ଥଙ୍କ ହୃଦୟରେ ସ୍ଵାଭାବିକ ସୁଖ ଏବଂ ଆନନ୍ଦ ବନି ରହିଥାଏ॥4॥6॥
ਧਨਾਸਰੀ ਮਃ ੫ ॥
ଧନାସରୀ ମହଲା 5 ॥
ਲਵੈ ਨ ਲਾਗਨ ਕਉ ਹੈ ਕਛੂਐ ਜਾ ਕਉ ਫਿਰਿ ਇਹੁ ਧਾਵੈ ॥
ଯେଉଁ ପଦାର୍ଥ ପାଇଁ ମନୁଷ୍ୟ ବାରମ୍ବାର ଏଣେ ତେଣେ ଦୌଡି ଥାଏ, ଏଥିରେ ପ୍ରଭୁନାମର ତିଳେମାତ୍ର ମୂଲ୍ୟ ନଥାଏ।
ਜਾ ਕਉ ਗੁਰਿ ਦੀਨੋ ਇਹੁ ਅੰਮ੍ਰਿਤੁ ਤਿਸ ਹੀ ਕਉ ਬਨਿ ਆਵੈ ॥੧॥
ଗୁରୁ ଯେଉଁ ବ୍ୟକ୍ତିକୁ ଏହି ନାମାମୃତ ପ୍ରଦାନ କରିଛନ୍ତି, ତାହାକୁ ହିଁ ଏହାର ମୂଲ୍ୟ ବୁଝା ପଡିଥାଏ॥1॥
ਜਾ ਕਉ ਆਇਓ ਏਕੁ ਰਸਾ ॥
ଯେଉଁ ଜିଜ୍ଞାସୁକୁ ପ୍ରଭୁ ନାମର ଏହି ସ୍ଵାଦ ମିଳି ଯାଇଛି,
ਖਾਨ ਪਾਨ ਆਨ ਨਹੀ ਖੁਧਿਆ ਤਾ ਕੈ ਚਿਤਿ ਨ ਬਸਾ ॥ ਰਹਾਉ ॥
ତାହାର ଚିତ୍ତରେ ଖାଇବା-ପିଇବା ଓ ଆଉ କିଛି ପଦାର୍ଥର କ୍ଷୁଧା ରହେ ନାହିଁ॥ରୁହ॥
ਮਉਲਿਓ ਮਨੁ ਤਨੁ ਹੋਇਓ ਹਰਿਆ ਏਕ ਬੂੰਦ ਜਿਨਿ ਪਾਈ ॥
ଯାହାକୁ ନାମାମୃତର ଏକ ବୁନ୍ଦା ମଧ୍ୟ ମିଳି ଯାଇଛି, ତାହାର ମନ ଓ ତନ ପ୍ରଫୁଲ୍ଲିତ ହୋଇ ଯାଇଛି।
ਬਰਨਿ ਨ ਸਾਕਉ ਉਸਤਤਿ ਤਾ ਕੀ ਕੀਮਤਿ ਕਹਣੁ ਨ ਜਾਈ ॥੨॥
ମୁଁ ତାହାଙ୍କ ପ୍ରଶଂସା ବର୍ଣ୍ଣନା କରିପାରୁ ନାହିଁ ଏବଂ ମୋ’ ଦ୍ଵାରା ତାହାଙ୍କ ମୂଲ୍ୟାଙ୍କନ କରାଯାଇ ପାରୁନାହିଁ॥2॥
ਘਾਲ ਨ ਮਿਲਿਓ ਸੇਵ ਨ ਮਿਲਿਓ ਮਿਲਿਓ ਆਇ ਅਚਿੰਤਾ ॥
କଠିନ ପରିଶ୍ରମ ଦ୍ଵାରା ପ୍ରଭୁ ମୋତେ ମିଳି ନାହାନ୍ତି ଆଉ ନା ସେବା କରିବା ଦ୍ଵାରା ମିଳିଛନ୍ତି, ସେ ସ୍ଵୟଂ ଆସି ମୋତେ ମିଳି ଯାଇଛନ୍ତି।
ਜਾ ਕਉ ਦਇਆ ਕਰੀ ਮੇਰੈ ਠਾਕੁਰਿ ਤਿਨਿ ਗੁਰਹਿ ਕਮਾਨੋ ਮੰਤਾ ॥੩॥
ମୋର ଠାକୁର ଯାହା ଉପରେ ନିଜର ଦୟା କରିଛନ୍ତି, ସେ ହିଁ ଗୁରୁ ମନ୍ତ୍ର ଅର୍ଜନ କରିଛି॥3॥
ਦੀਨ ਦੈਆਲ ਸਦਾ ਕਿਰਪਾਲਾ ਸਰਬ ਜੀਆ ਪ੍ਰਤਿਪਾਲਾ ॥
ସେହି ଦୀନଦୟାଳୁ ସର୍ବଦା କୃପାର ଘର ଅଟନ୍ତି ଏବଂ ସବୁ ଜୀବଙ୍କୁ ପୋଷଣ କରିଥାନ୍ତି।
ਓਤਿ ਪੋਤਿ ਨਾਨਕ ਸੰਗਿ ਰਵਿਆ ਜਿਉ ਮਾਤਾ ਬਾਲ ਗੋੁਪਾਲਾ ॥੪॥੭॥
ହେ ନାନକ! ପରମାତ୍ମା ଜୀବଙ୍କ ସହିତ ସଂପୂର୍ଣ୍ଣ ଭାବରେ ମିଶି ରହିଥାନ୍ତି ଆଉ ସେ ଜୀବଙ୍କୁ ପୋଷଣ କରିଥାନ୍ତି, ଯେପରି ଏକ ମାତା ନିଜ ବାଳକର ପୋଷଣ କରିଥାଏ॥4॥7॥
ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥
ਬਾਰਿ ਜਾਉ ਗੁਰ ਅਪੁਨੇ ਊਪਰਿ ਜਿਨਿ ਹਰਿ ਹਰਿ ਨਾਮੁ ਦ੍ਰਿੜ੍ਹ੍ਹਾਯਾ ॥
ମୁଁ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯିଏ ପରମାତ୍ମାଙ୍କ ନାମ ମୋର ହୃଦୟରେ ଦୃଢ କରିଛନ୍ତି,
ਮਹਾ ਉਦਿਆਨ ਅੰਧਕਾਰ ਮਹਿ ਜਿਨਿ ਸੀਧਾ ਮਾਰਗੁ ਦਿਖਾਯਾ ॥੧॥
ଯିଏ ସଂସାର ରୂପୀ ମହା ଭୟଙ୍କର ଜଙ୍ଗଲର ଘୋର ଅନ୍ଧକାରରୁ ଉଦ୍ଧାର କରି ଅଟେ ସତମାର୍ଗ ଦେଖାଇଛନ୍ତି॥1॥
ਹਮਰੇ ਪ੍ਰਾਨ ਗੁਪਾਲ ਗੋਬਿੰਦ ॥
ଜଗତ ପାଳକ ପରମେଶ୍ଵର ହିଁ ମୋର ପ୍ରାଣ ଅଟନ୍ତି,
ਈਹਾ ਊਹਾ ਸਰਬ ਥੋਕ ਕੀ ਜਿਸਹਿ ਹਮਾਰੀ ਚਿੰਦ ॥੧॥ ਰਹਾਉ ॥
ଯାହାକୁ ଲୋକ ଏବଂ ପରଲୋକରେ ସମସ୍ତ ପଦାର୍ଥ ଦେବାରେ ଆମର ଚିନ୍ତା ରହି ନଥାଏ॥1॥ରୁହ॥
ਜਾ ਕੈ ਸਿਮਰਨਿ ਸਰਬ ਨਿਧਾਨਾ ਮਾਨੁ ਮਹਤੁ ਪਤਿ ਪੂਰੀ ॥
ଯାହାଙ୍କ ସ୍ମରଣ କରିବା ଦ୍ଵାର ସବୁ ନିଧି, ଆଦର-ସତ୍କାର, ଶୋଭା ଏବଂ ପୂର୍ଣ୍ଣ ସମ୍ମାନ ମିଳିଯାଏ,
ਨਾਮੁ ਲੈਤ ਕੋਟਿ ਅਘ ਨਾਸੇ ਭਗਤ ਬਾਛਹਿ ਸਭਿ ਧੂਰੀ ॥੨॥
ଯାହାଙ୍କ ନାମ ନେବା ଦ୍ଵାରା କୋଟି କୋଟି ପାପ ନାଶ ହୋଇଯାଏ, ସବୁ ଭକ୍ତ ସେହି ପ୍ରଭୁଙ୍କ ଚରଣ-ଧୂଳିର କାମନା କରିଥାନ୍ତି॥2॥
ਸਰਬ ਮਨੋਰਥ ਜੇ ਕੋ ਚਾਹੈ ਸੇਵੈ ਏਕੁ ਨਿਧਾਨਾ ॥
ଯଦି କେହି ନିଜର ସମସ୍ତ ମନୋରଥକୁ ପୁରା କରିବାକୁ ଚାହିଁ ଥାଏ, ସେ ଏକ ଈଶ୍ଵରଙ୍କୁ ହିଁ ଉପାସନା କରିବା ଉଚିତ, ଯିଏ ସମସ୍ତ ପଦାର୍ଥର ଖଜଣା ଅଟନ୍ତି।
ਪਾਰਬ੍ਰਹਮ ਅਪਰੰਪਰ ਸੁਆਮੀ ਸਿਮਰਤ ਪਾਰਿ ਪਰਾਨਾ ॥੩॥
ଜଗତର ସ୍ଵାମୀ ପରଂବ୍ରହ୍ମ ଅପରାମ୍ପର ଅଟନ୍ତି, ଯାହାଙ୍କ ଚିନ୍ତନ କରିବା ଦ୍ଵାରା ଜୀବର କଲ୍ୟାଣ ହୋଇଯାଏ॥3॥
ਸੀਤਲ ਸਾਂਤਿ ਮਹਾ ਸੁਖੁ ਪਾਇਆ ਸੰਤਸੰਗਿ ਰਹਿਓ ਓਲ੍ਹ੍ਹਾ ॥
ମୋର ମନ ଶୀତଳ ହୋଇ ଯାଇଛି ଆଉ ମୁଁ ଶାନ୍ତି ଓ ପର୍ମ ସୁଖ ପାଇ ଯାଇଛି, ସନ୍ଥଙ୍କ ସଙ୍ଗତିରେ ମୋର ମାନ- ସମ୍ମାନ ବଜାୟ ରହି ଯାଇଛି।
ਹਰਿ ਧਨੁ ਸੰਚਨੁ ਹਰਿ ਨਾਮੁ ਭੋਜਨੁ ਇਹੁ ਨਾਨਕ ਕੀਨੋ ਚੋਲ੍ਹ੍ਹਾ ॥੪॥੮॥
ହେ ନାନକ! ହରିନାମ ଧନ ସଞ୍ଚୟ କର ଏବଂ ହରିନାମ ରୂପୀ ଭୋଜନ ହିଁ ଖାଅ, ମୁଁ ଏହାକୁ ସ୍ଵାଦିଷ୍ଟ ଖାଦ୍ୟ ରୂପେ ବନାଇଛି॥4॥8॥