ਜੋ ਗੁਰਸਿਖ ਗੁਰੁ ਸੇਵਦੇ ਸੇ ਪੁੰਨ ਪਰਾਣੀ ॥
ଯେଉଁ ଶିଷ୍ୟ ନିଜ ଗୁରୁଙ୍କ ସେବା କରିଥାଏ, ସେ ଉତ୍ତମ ପ୍ରାଣୀ ଅଟେ।
ਜਨੁ ਨਾਨਕੁ ਤਿਨ ਕਉ ਵਾਰਿਆ ਸਦਾ ਸਦਾ ਕੁਰਬਾਣੀ ॥੧੦॥
ନାନକ ତାହାଙ୍କ ପ୍ରତି ସଦା ସମର୍ପିତ ଅଟନ୍ତି॥10॥
ਗੁਰਮੁਖਿ ਸਖੀ ਸਹੇਲੀਆ ਸੇ ਆਪਿ ਹਰਿ ਭਾਈਆ ॥
ଗୁରୁମୁଖୀ ସଖୀ ନିଜେ ହରିଙ୍କୁ ଭଲ ଲାଗିଥାଏ।
ਹਰਿ ਦਰਗਹ ਪੈਨਾਈਆ ਹਰਿ ਆਪਿ ਗਲਿ ਲਾਈਆ ॥੧੧॥
ହରିଙ୍କ ଦରବାରରେ ତାହାକୁ ଶୋଭାର ବସ୍ତ୍ର ପିନ୍ଧାଯାଇ ଥାଏ ଏବଂ ହରି ସ୍ଵୟଂ ହିନ ତାହାକୁ ନିଜ ଗଳାରେ ଲଗାଇ ଥାଆନ୍ତି॥11॥
ਜੋ ਗੁਰਮੁਖਿ ਨਾਮੁ ਧਿਆਇਦੇ ਤਿਨ ਦਰਸਨੁ ਦੀਜੈ ॥
ହେ ପ୍ରଭୁ! ଯେଉଁ ଗୁରୁମୁଖୀ ତୋର ନାମର ଧ୍ୟାନ କରିଥାଏ, ମୋତେ ତାହାର ଦର୍ଶନ କରାନ୍ତୁ।
ਹਮ ਤਿਨ ਕੇ ਚਰਣ ਪਖਾਲਦੇ ਧੂੜਿ ਘੋਲਿ ਘੋਲਿ ਪੀਜੈ ॥੧੨॥
ମୁଁ ତାହାଙ୍କ ଚରଣ ଧୋଇଥାଏ ଏବଂ ତାହାଙ୍କ ଚରଣ-ଧୂଳି ଗୋଳାଇ ପିଇ ଥାଏ॥12॥
ਪਾਨ ਸੁਪਾਰੀ ਖਾਤੀਆ ਮੁਖਿ ਬੀੜੀਆ ਲਾਈਆ ॥
ଯେଉଁ ଜୀବ-ସ୍ତ୍ରୀ ପାନ-ସୁପାରି ଖାଇଥାଏ ଏବଂ ଓଠରେ ଲିପଷ୍ଟିକ ଲଗାଇ ଥାଏ,
ਹਰਿ ਹਰਿ ਕਦੇ ਨ ਚੇਤਿਓ ਜਮਿ ਪਕੜਿ ਚਲਾਈਆ ॥੧੩॥
କେବେ ହରିଙ୍କ ସ୍ମରଣ କରେ ନାହିଁ, ଯମ ତାହାକୁ ଆଗେ ନେଇଥାଏ॥13॥
ਜਿਨ ਹਰਿ ਨਾਮਾ ਹਰਿ ਚੇਤਿਆ ਹਿਰਦੈ ਉਰਿ ਧਾਰੇ ॥
ଯିଏ ହରିଙ୍କ ନାମ ସ୍ମରଣ କରିଥାଏ ଏବଂ ହରିନାମକୁ ନିଜ ହୃଦୟରେ ସ୍ଥାପନ କରିଛି,
ਤਿਨ ਜਮੁ ਨੇੜਿ ਨ ਆਵਈ ਗੁਰਸਿਖ ਗੁਰ ਪਿਆਰੇ ॥੧੪॥
ଯମ ତାହାଙ୍କ ନିକଟକୁ ଆସେ ନାହିଁ, ସେହି ଶିଷ୍ୟ ଗୁରୁଙ୍କ ପ୍ରିୟ ହୋଇଥାଏ॥14॥
ਹਰਿ ਕਾ ਨਾਮੁ ਨਿਧਾਨੁ ਹੈ ਕੋਈ ਗੁਰਮੁਖਿ ਜਾਣੈ ॥
ହରିଙ୍କ ନାମ ସୁଖର ଭଣ୍ଡାର ଅଟେ, କିନ୍ତୁ କେହି ଗୁରୁମୁଖୀ ହିଁ ଏହି ଭେଦକୁ ଜାଣିଥାଏ।
ਨਾਨਕ ਜਿਨ ਸਤਿਗੁਰੁ ਭੇਟਿਆ ਰੰਗਿ ਰਲੀਆ ਮਾਣੈ ॥੧੫॥
ହେ ନାନକ! ଯାହାକୁ ସଦଗୁରୁ ମିଳି ଯାଇଛନ୍ତି, ସେ ଖୁସି ଅନୁଭବ କରେ॥15॥
ਸਤਿਗੁਰੁ ਦਾਤਾ ਆਖੀਐ ਤੁਸਿ ਕਰੇ ਪਸਾਓ ॥
ସଦଗୁରୁଙ୍କୁ ଦାତା କୁହାଯାଏ, ଯିଏ ଖୁସି ହୋଇ ନାମ ଦାନର କୃପା କରିଥାନ୍ତି।
ਹਉ ਗੁਰ ਵਿਟਹੁ ਸਦ ਵਾਰਿਆ ਜਿਨਿ ਦਿਤੜਾ ਨਾਓ ॥੧੬॥
ମୁଁ ଗୁରୁଙ୍କ ପ୍ରତି ସଦା ସମର୍ପିତ ଅଟେ, ଯିଏ ମୋତେ ପରମାତ୍ମାଙ୍କ ନାମ ଦେଇଛନ୍ତି॥16॥
ਸੋ ਧੰਨੁ ਗੁਰੂ ਸਾਬਾਸਿ ਹੈ ਹਰਿ ਦੇਇ ਸਨੇਹਾ ॥
ସେହି ଗୁରୁ ଧନ୍ୟ ଅଟନ୍ତି, ମୁଁ ତାହାଙ୍କୁ ପ୍ରଶଂସା କରେ, ଯିଏ ମୋତେ ହରିଙ୍କ ସନ୍ଦେଶ ଦେଇଥାନ୍ତି।
ਹਉ ਵੇਖਿ ਵੇਖਿ ਗੁਰੂ ਵਿਗਸਿਆ ਗੁਰ ਸਤਿਗੁਰ ਦੇਹਾ ॥੧੭॥
ମୁଁ ଗୁରୁଙ୍କୁ ଦେଖି ଖୁସି ହୋଇ ଯାଇଛି ଆଉ ସେହି ଗୁରୁଙ୍କ ରୂପ ବହୁତ ସୁନ୍ଦର ଅଟେ॥17॥
ਗੁਰ ਰਸਨਾ ਅੰਮ੍ਰਿਤੁ ਬੋਲਦੀ ਹਰਿ ਨਾਮਿ ਸੁਹਾਵੀ ॥
ଗୁରୁଙ୍କ ଜିହ୍ଵା ଅମୃତ ରୂପୀ ନାମ ବୋଲିଥାଏ ଏବଂ ସେ ହରିନାମ ବୋଲିବା ବେଳେ ବହୁତ ସୁନ୍ଦର ଲାଗିଥାଏ।
ਜਿਨ ਸੁਣਿ ਸਿਖਾ ਗੁਰੁ ਮੰਨਿਆ ਤਿਨਾ ਭੁਖ ਸਭ ਜਾਵੀ ॥੧੮॥
ଯିଏ ଗୁରୁଙ୍କ ଶିକ୍ଷା ଶୁଣି ତାହାଙ୍କ ଉପରେ ଭରସା କରିଛି, ତାହାର ସାରା କ୍ଷୁଧା ଦୂର ହୋଇ ଯାଇଛି॥18॥
ਹਰਿ ਕਾ ਮਾਰਗੁ ਆਖੀਐ ਕਹੁ ਕਿਤੁ ਬਿਧਿ ਜਾਈਐ ॥
ମୋତେ କୁହ, ସେହି ମାର୍ଗରେ କେଉଁ ବିଧି ଦ୍ଵାରା ଯାଇ ହେବ, ଯାହାକୁ ହରିଙ୍କ ମାର୍ଗ କୁହାଯାଏ।
ਹਰਿ ਹਰਿ ਤੇਰਾ ਨਾਮੁ ਹੈ ਹਰਿ ਖਰਚੁ ਲੈ ਜਾਈਐ ॥੧੯॥
ହେ ହରି! ତୋର ଯେଉଁ ହରିନାମ ଅଛି, ସେହି ନାମକୁ ଯାତ୍ରା ଖର୍ଚ୍ଚ ଭାବେ ନିଜ ସହିତ ନେଇଯିବା ଉଚିତ॥19॥
ਜਿਨ ਗੁਰਮੁਖਿ ਹਰਿ ਆਰਾਧਿਆ ਸੇ ਸਾਹ ਵਡ ਦਾਣੇ ॥
ଯେଉଁ ଗୁରୁମୁଖୀ ହରିଙ୍କ ଆରାଧନା କରିଥାଏ, ସେ ବଡ ଶାହ ଓ ଚତୁର ଅଟେ।
ਹਉ ਸਤਿਗੁਰ ਕਉ ਸਦ ਵਾਰਿਆ ਗੁਰ ਬਚਨਿ ਸਮਾਣੇ ॥੨੦॥
ମୁଁ ସଦଗୁରୁଙ୍କ ପ୍ରତି ସଦା ସମର୍ପିତ ଅଟେ ଏବଂ ଗୁରୁଙ୍କ ବଚନରେ ଲୀନ ରହିଥାଏ॥20॥
ਤੂ ਠਾਕੁਰੁ ਤੂ ਸਾਹਿਬੋ ਤੂਹੈ ਮੇਰਾ ਮੀਰਾ ॥
ହେ ହରି! ତୁ ହିଁ ମୋର ସ୍ଵାମୀ ଅଟୁ, ତୁ ହିଁ ମୋର ମାଲିକ ଅଟୁ, ତୁ ହି ମୋର ବାଦଶାହ ଅଟୁ।
ਤੁਧੁ ਭਾਵੈ ਤੇਰੀ ਬੰਦਗੀ ਤੂ ਗੁਣੀ ਗਹੀਰਾ ॥੨੧॥
ଯଦି ତୋତେ ଭଲ ଲାଗିଥାଏ, ତାହାହେଲେ ତୋ’ର ବନ୍ଦନା କରି ପାରିବି, ତୁ ଗୁଣର ଗଭୀର ସାଗର ଅଟୁ॥21॥
ਆਪੇ ਹਰਿ ਇਕ ਰੰਗੁ ਹੈ ਆਪੇ ਬਹੁ ਰੰਗੀ ॥
ହରି ସ୍ଵୟଂ ହିଁ ଏକ ରଙ୍ଗ ବାଲା ଅଟନ୍ତି ଏବଂ ସ୍ଵୟଂ ହିଁ ବହୁରଙ୍ଗୀ ଅଟନ୍ତି।
ਜੋ ਤਿਸੁ ਭਾਵੈ ਨਾਨਕਾ ਸਾਈ ਗਲ ਚੰਗੀ ॥੨੨॥੨॥
ହେ ନାନକ! ସେହି ପ୍ରଭୁଙ୍କୁ ଯାହା ଭଲ ଲାଗିଥାଏ, ମୋ’ ପାଇଁ ତାହା ଉତ୍ତମ ଅଟେ||22||2||
ਤਿਲੰਗ ਮਹਲਾ ੯ ਕਾਫੀ
ତିଲଙ୍ଗ ମହଲା 9 କାଫୀ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ
ਚੇਤਨਾ ਹੈ ਤਉ ਚੇਤ ਲੈ ਨਿਸਿ ਦਿਨਿ ਮੈ ਪ੍ਰਾਨੀ ॥
ହେ ପ୍ରାଣୀ! ଯଦି ତୋର ପରମେଶ୍ଵରଙ୍କ ସ୍ମରଣ କରିବାର ଅଛି, ତାହାହେଲେ ପ୍ରତି କ୍ଷଣରେ ସ୍ମରଣ କର।
ਛਿਨੁ ਛਿਨੁ ਅਉਧ ਬਿਹਾਤੁ ਹੈ ਫੂਟੈ ਘਟ ਜਿਉ ਪਾਨੀ ॥੧॥ ਰਹਾਉ ॥
ଯେପରି ଫାଟି ଯାଇଥିବା ପାତ୍ରରୁ ପାଣି ବାହାରିଥାଏ, ସେପରି ହିଁ ପ୍ରତି କ୍ଷଣରେ ତୋର ଜୀବନ ଅବଧି କମିଯାଇ ଥାଏ॥1॥ରୁହ॥
ਹਰਿ ਗੁਨ ਕਾਹਿ ਨ ਗਾਵਹੀ ਮੂਰਖ ਅਗਿਆਨਾ ॥
ହେ ମୂର୍ଖ ଅଜ୍ଞାନ! ତୁ କାହିଁକି ଈଶ୍ଵରଙ୍କ ଗୁଣ ଗାନ କରୁ ନାହୁଁ?
ਝੂਠੈ ਲਾਲਚਿ ਲਾਗਿ ਕੈ ਨਹਿ ਮਰਨੁ ਪਛਾਨਾ ॥੧॥
ମିଥ୍ୟା ଲାଳସାରେ ଲାଗି ତୁ ନିଜ ମୃତ୍ୟୁକୁ ମଧ୍ୟ ଜାଣି ପାରି ନାହୁଁ॥1॥
ਅਜਹੂ ਕਛੁ ਬਿਗਰਿਓ ਨਹੀ ਜੋ ਪ੍ਰਭ ਗੁਨ ਗਾਵੈ ॥
ବର୍ତ୍ତମାନ ମଧ୍ୟ କିଛି ବିଗିଡି ଯାଇ ନାହିଁ, ଯିଏ ପ୍ରଭୁଙ୍କ ଗୁଣଗାନ କରି ନେବ,
ਕਹੁ ਨਾਨਕ ਤਿਹ ਭਜਨ ਤੇ ਨਿਰਭੈ ਪਦੁ ਪਾਵੈ ॥੨॥੧॥
ହେ ନାନକ! ସେହି ପ୍ରଭୁଙ୍କ ଭଜନ କରିବା ଦ୍ଵାରା ଜୀବ ନିର୍ଭୀକ ପଦ ପ୍ରାପ୍ତ କରିଥାଏ||2||1||
ਤਿਲੰਗ ਮਹਲਾ ੯ ॥
ତିଲଙ୍ଗ ମହଲା 9 ॥
ਜਾਗ ਲੇਹੁ ਰੇ ਮਨਾ ਜਾਗ ਲੇਹੁ ਕਹਾ ਗਾਫਲ ਸੋਇਆ ॥
ହେ ମୋର ମନ! ଅଜ୍ଞାନତାର ନିଦରୁ ଜାଗ୍ରତ ହୁଅ, ତୁ କାହିଁକି ନିଶ୍ଚିନ୍ତରେ ଶୋଇ ରହିଛୁ?
ਜੋ ਤਨੁ ਉਪਜਿਆ ਸੰਗ ਹੀ ਸੋ ਭੀ ਸੰਗਿ ਨ ਹੋਇਆ ॥੧॥ ਰਹਾਉ ॥
ଯେଉଁ ତନ ଜୀବ ସାଥିରେ ଉତ୍ପନ୍ନ ହୋଇଛି, ତାହା କେବେ ସାଥିରେ ଯାଏ ନାହିଁ॥1॥ରୁହ॥
ਮਾਤ ਪਿਤਾ ਸੁਤ ਬੰਧ ਜਨ ਹਿਤੁ ਜਾ ਸਿਉ ਕੀਨਾ ॥
ଯେଉଁ ମାତା-ପିତା, ପୁତ୍ର ଏବଂ ସମ୍ବନ୍ଧୀୟ ସହିତ ତୁ ସ୍ନେହ କରିଛୁ,
ਜੀਉ ਛੂਟਿਓ ਜਬ ਦੇਹ ਤੇ ਡਾਰਿ ਅਗਨਿ ਮੈ ਦੀਨਾ ॥੧॥
ଯେତେବେଳେ ତୋର ଶରୀରରୁ ପ୍ରାଣ ଛାଡି ଯାଏ, ସେମାନେ ତୋର ଦେହରେ ଅଗ୍ନି ସଂଯୋଗ କରି ଦିଅନ୍ତି॥1॥