Odia Page 762

ਆਵਹਿ ਜਾਹਿ ਅਨੇਕ ਮਰਿ ਮਰਿ ਜਨਮਤੇ ॥
ଅନେକ ଜୀବ ଜଗତକୁ ଆସନ୍ତି ଓ ଯାଆନ୍ତି ଏବଂ ପୁନଃ ପୁନଃ ଜନ୍ମ ହୋଇ ମରିଥାନ୍ତି।    

ਬਿਨੁ ਬੂਝੇ ਸਭੁ ਵਾਦਿ ਜੋਨੀ ਭਰਮਤੇ ॥੫॥
ପରମାତ୍ମାଙ୍କୁ ବୁଝିବା ବିନା ତାହାର ସବୁକିଛି ବ୍ୟର୍ଥ ଅଟେ ଆଉ ସେ ଯୋନିରେ ହିଁ ପଥଭ୍ରଷ୍ଟ ରହିଥାଏ॥5॥               

ਜਿਨੑ ਕਉ ਭਏ ਦਇਆਲ ਤਿਨੑ ਸਾਧੂ ਸੰਗੁ ਭਇਆ ॥
ଯାହା ଉପରେ ସେ ଦୟାଳୁ ହୋଇଛନ୍ତି, ତାହାକୁ ସାଧୁଙ୍କ ସଂଗତି ପ୍ରାପ୍ତ ହୋଇଛି।             

ਅੰਮ੍ਰਿਤੁ ਹਰਿ ਕਾ ਨਾਮੁ ਤਿਨੑੀ ਜਨੀ ਜਪਿ ਲਇਆ ॥੬॥
ହରିଙ୍କ ଅମୃତ ନାମ ସେ ଜପ କରିଛନ୍ତି॥6॥ 

ਖੋਜਹਿ ਕੋਟਿ ਅਸੰਖ ਬਹੁਤੁ ਅਨੰਤ ਕੇ ॥
କୋଟି କୋଟି ଅସଂଖ୍ୟ ଲୋକ ତାହାଙ୍କୁ ବହୁତ ଖୋଜିଥାନ୍ତି।   

ਜਿਸੁ ਬੁਝਾਏ ਆਪਿ ਨੇੜਾ ਤਿਸੁ ਹੇ ॥੭॥
କିନ୍ତୁ ଯାହାକୁ ସେ ସ୍ଵୟଂ ଜ୍ଞାନ ପ୍ରଦାନ କରିଥାନ୍ତି, ତାହାକୁ ସେ ନିକଟରେ ହିଁ ଦେଖା ଦିଅନ୍ତି॥7॥                 

ਵਿਸਰੁ ਨਾਹੀ ਦਾਤਾਰ ਆਪਣਾ ਨਾਮੁ ਦੇਹੁ ॥
ହେ ଦାତା! ମୋତେ ନିଜ ନାମ ଦିଅ, ଯେପରି ତୁ ମୋତେ କଦାପି ଭୁଲିବୁ ନାହିଁ।                   

ਗੁਣ ਗਾਵਾ ਦਿਨੁ ਰਾਤਿ ਨਾਨਕ ਚਾਉ ਏਹੁ ॥੮॥੨॥੫॥੧੬॥
ନାନକଙ୍କ ପ୍ରାର୍ଥନା ଏହା ଯେ ହେ ପ୍ରଭୁ! ମୋର ମନରେ ଏହି ଇଛା ଅଛି ଯେ ମୁଁ ଦିନରାତି ତୋର ଗୁଣଗାନ କରୁଥିବି||8||2||5||16||                

ਰਾਗੁ ਸੂਹੀ ਮਹਲਾ ੧ ਕੁਚਜੀ
ରାଗ ସୁହୀ ମହଲା 1 କୁଚଜୀ      

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।

ਮੰਞੁ ਕੁਚਜੀ ਅੰਮਾਵਣਿ ਡੋਸੜੇ ਹਉ ਕਿਉ ਸਹੁ ਰਾਵਣਿ ਜਾਉ ਜੀਉ ॥
ହେ ମୋର ସଖୀ! ମୁଁ ଶୁଭ ଗୁଣ ବିହୀନ ଅଟେ ଆଉ ମୋ’ ଠାରେ ଅନେକ ଦୋଷ ଅଛି, ପୁଣି ମୁଁ ନିଜ ପତି-ପ୍ରଭୁଙ୍କୁ ସ୍ମରଣ କରିବାକୁ କିପରି ଯିବି?           

ਇਕ ਦੂ ਇਕਿ ਚੜੰਦੀਆ ਕਉਣੁ ਜਾਣੈ ਮੇਰਾ ਨਾਉ ਜੀਉ ॥
ତାହାଙ୍କ ପାଖରେ ଅନେକ ଗୁଣବାନ ଜୀବାତ୍ମା ଅଛନ୍ତି ଆଉ ସେଠାରେ ମୋର ନାମ କିଏ ଜାଣିଛନ୍ତି?            

ਜਿਨੑੀ ਸਖੀ ਸਹੁ ਰਾਵਿਆ ਸੇ ਅੰਬੀ ਛਾਵੜੀਏਹਿ ਜੀਉ ॥
ମୋର ଯେଉଁ ସଖୀକୁ ପ୍ରଭୁ ରମଣ କରିଛନ୍ତି, ସେମାନେ ଆମ୍ବ ଗଛ ଛାଇରେ ବସିଛନ୍ତି।               

ਸੇ ਗੁਣ ਮੰਞੁ ਨ ਆਵਨੀ ਹਉ ਕੈ ਜੀ ਦੋਸ ਧਰੇਉ ਜੀਉ ॥
ସେମାନଙ୍କ ଭଳି ଶୁଭ ଗୁଣ ମୋ’ ଠାରେ ନାହିଁ, ମୁଁ କାହାକୁ ଦୋଷ ଦେବି?

ਕਿਆ ਗੁਣ ਤੇਰੇ ਵਿਥਰਾ ਹਉ ਕਿਆ ਕਿਆ ਘਿਨਾ ਤੇਰਾ ਨਾਉ ਜੀਉ ॥
ହେ ପ୍ରଭୁ! ମୁଁ ତୋର କେଉଁ ଗୁଣ ବର୍ଣ୍ଣନା କରିବି? ମୁଁ ତୋର କେଉଁ କେଉଁ ନାମ ନେବି?         

ਇਕਤੁ ਟੋਲਿ ਨ ਅੰਬੜਾ ਹਉ ਸਦ ਕੁਰਬਾਣੈ ਤੇਰੈ ਜਾਉ ਜੀਉ ॥
ତୋ’ ସହିତ ମିଳନ ପାଇଁ କୌଣସି ଏକ ଗୁଣକୁ ମଧ୍ୟ ଗ୍ରହଣ କରି ପାରିବି ନାହିଁ, ମୁଁ ତୋ’ ପ୍ରତି ସଦା ସମର୍ପିତ ଅଟେ। 

ਸੁਇਨਾ ਰੁਪਾ ਰੰਗੁਲਾ ਮੋਤੀ ਤੈ ਮਾਣਿਕੁ ਜੀਉ ॥
ହେ ସଖୀ! ସୁନା, ରୂପା, ସୁନ୍ଦର ମୋତି ଏବଂ ମାଣିକ୍ୟ ଏହି ସବୁ ବସ୍ତୁ         

ਸੇ ਵਸਤੂ ਸਹਿ ਦਿਤੀਆ ਮੈ ਤਿਨੑ ਸਿਉ ਲਾਇਆ ਚਿਤੁ ਜੀਉ ॥
ମୋର ପ୍ରଭୁ ମୋତେ ଦେଇଛନ୍ତି, କିନ୍ତୁ ମୁଁ ନିଜ ଚିତ୍ତ ଏଥିରେ ଲଗାଇ ଦେଇଛି।          

ਮੰਦਰ ਮਿਟੀ ਸੰਦੜੇ ਪਥਰ ਕੀਤੇ ਰਾਸਿ ਜੀਉ ॥
ହେ ସଖୀ! ମୁ ମାଟି ଓ ପଥରରେ ବନା ହୋଇଥିବା ମନ୍ଦିରକୁ ନିଜର ପୁଞ୍ଜି ବନାଇଛି,                  

ਹਉ ਏਨੀ ਟੋਲੀ ਭੁਲੀਅਸੁ ਤਿਸੁ ਕੰਤ ਨ ਬੈਠੀ ਪਾਸਿ ਜੀਉ ॥
ମୁଁ ଏହି ସୁଁ ଡାଃ ବସ୍ତୁ ପ୍ରତି ଆକର୍ଷିତ ହୋଇ ଭୁଲି ଯାଇଛି ଆଉ କେବେ ମଧ୍ୟ ନିଜ ପ୍ରଭୁଙ୍କ ପାଖରେ ବସି ନାହିଁ।         

ਅੰਬਰਿ ਕੂੰਜਾ ਕੁਰਲੀਆ ਬਗ ਬਹਿਠੇ ਆਇ ਜੀਉ ॥
ଆକାଶର ପକ୍ଷୀ ଚାଲି ଯାଇଛି ଆଉ ବଗ ଆସି ବସିଛି ଅର୍ଥାତ କଳା ବାଲ ଯାଇ ମୋର ବାର୍ଦ୍ଧକ୍ୟର ଧଳା ବାଳ ଆସି ଯାଇଛି।           

ਸਾ ਧਨ ਚਲੀ ਸਾਹੁਰੈ ਕਿਆ ਮੁਹੁ ਦੇਸੀ ਅਗੈ ਜਾਇ ਜੀਉ ॥
ସେହି ଜୀବ-ସ୍ତ୍ରୀ ନିଜ ଶଶୁର ଘର ପରଲୋକକୁ ଚାଲି ଯାଇଛି, କିନ୍ତୁ ସେ ସେଠାରେ କେଉଁ ମୁହଁ ଦେଖାଇବ?            

ਸੁਤੀ ਸੁਤੀ ਝਾਲੁ ਥੀਆ ਭੁਲੀ ਵਾਟੜੀਆਸੁ ਜੀਉ ॥
ସେ ଜୀବନ ସାରା ଅଜ୍ଞାନତାର ନିଦ୍ରାରେ ମଗ୍ନ ରହିଛି ଆଉ ଶୁଭ ଦିନ ଉଦୟ ହୋଇଛି ଅର୍ଥାତ ତାହାର ଜୀବନ ରୂପୀ ରାତ୍ରି ଅତିବାହିତ ହୋଇ ଯାଇଛି।        

ਤੈ ਸਹ ਨਾਲਹੁ ਮੁਤੀਅਸੁ ਦੁਖਾ ਕੂੰ ਧਰੀਆਸੁ ਜੀਉ ॥\
ସେ ସତମାର୍ଗକୁ ଭୁଲି ଯାଇଛି, ହେ ମୋର ପତି-ପ୍ରଭୁ! ମୁଁ ତୋ’ ଠାରୁ ବିଛେଦ ହୋଇଛି ଆଉ ମୁଁ ଦୁଃଖ ଧାରଣ କରିଛି।           

ਤੁਧੁ ਗੁਣ ਮੈ ਸਭਿ ਅਵਗਣਾ ਇਕ ਨਾਨਕ ਕੀ ਅਰਦਾਸਿ ਜੀਉ ॥
ନାନକଙ୍କ ଏକ ପ୍ରାର୍ଥନା ଅଛି ଯେ ହେ ପ୍ରଭୁ! ତୋ’ ଠାରେ ଅନନ୍ତ ଗୁଣ ଅଛି, କିନ୍ତୁ ମୋ’ ଠାରେ ଅବଗୁଣ ହିଁ ଭରି ରହିଛି।                   

ਸਭਿ ਰਾਤੀ ਸੋਹਾਗਣੀ ਮੈ ਡੋਹਾਗਣਿ ਕਾਈ ਰਾਤਿ ਜੀਉ ॥੧॥
ସୁହାଗିନୀ ସବୁ ରାତିରେ ତ’ ସହିତ ରମଣ କରିଥାଏ ଆଉ ମୋ’ ଭଳି ଦୁହାଗିନୀ ସହିତ ଏକ ରାତ୍ରି ରମଣ କର॥1॥           

ਸੂਹੀ ਮਹਲਾ ੧ ਸੁਚਜੀ ॥
ସୁହୀ ମହଲା 1 ସୂଚଜୀ॥ 

ਜਾ ਤੂ ਤਾ ਮੈ ਸਭੁ ਕੋ ਤੂ ਸਾਹਿਬੁ ਮੇਰੀ ਰਾਸਿ ਜੀਉ ॥
ହେ ମୋର ମାଲିକ! ତୁ ହିଁ ମୋର ଜୀବନ ପୁଞ୍ଜି ଅଟୁ, ଯେତେବେଳେ ତୁ ମୋର ସାଥିରେ ରହୁ, ପ୍ରତ୍ୟେକ ବ୍ୟକ୍ତି ମୋତେ ଆଦର ଦେଇଥାଏ।       

ਤੁਧੁ ਅੰਤਰਿ ਹਉ ਸੁਖਿ ਵਸਾ ਤੂੰ ਅੰਤਰਿ ਸਾਬਾਸਿ ਜੀਉ ॥
ଯେତେବେଳେ ତୁ ମୋର ହୃଦୟରେ ବାସ କରୁ, ମୁଁ ସୁଖୀ ରହିଥାଏ, ଯେତେବେଳେ ମୋର ଅନ୍ତର୍ମନରେ ବାସ କରୁ ସମସ୍ତେ ମୋତେ ସାବାସୀ ଦେଇଥାନ୍ତି। 

ਭਾਣੈ ਤਖਤਿ ਵਡਾਈਆ ਭਾਣੈ ਭੀਖ ਉਦਾਸਿ ਜੀਉ ॥
ପରମାତ୍ମାଙ୍କ ଇଚ୍ଛାରେ କେହି ସିଂହାସନ ଉପରେ ବସି ଯଶପ୍ରାପ୍ତ କରିଥାଏ, ଆଉ କେହି ଭିକ୍ଷା ମାଗିଥାଏ ଓ ଦୁଃଖୀ ହୋଇଥାଏ।       

ਭਾਣੈ ਥਲ ਸਿਰਿ ਸਰੁ ਵਹੈ ਕਮਲੁ ਫੁਲੈ ਆਕਾਸਿ ਜੀਉ ॥
ତାହାଙ୍କ ଇଛାରେ ହିଁ ମରୁଭୂମିରେ ମଧ୍ୟ ଝରଣା ବହିଥାଏ ଏବଂ ତାହାଙ୍କ ଇଚ୍ଛାରେ ହିଁ ଆକାଶରେ ମଧ୍ୟ ପଦ୍ମ ଫୁଟିଥାଏ।               

ਭਾਣੈ ਭਵਜਲੁ ਲੰਘੀਐ ਭਾਣੈ ਮੰਝਿ ਭਰੀਆਸਿ ਜੀਉ ॥
ଈଶ୍ଵରଙ୍କ ଇଚ୍ଛାରେ କେହି ଭବସାଗରରୁ ପାର ହୋଇଥାଏ ଆଉ ଯଦି ତାହାଙ୍କ ଇଚ୍ଛା ହୋଇଥାଏ କେହି ପାପରେ ଭରି ହୋଇ ଭବସାଗରରେ ବୁଡିଯାଏ।       

ਭਾਣੈ ਸੋ ਸਹੁ ਰੰਗੁਲਾ ਸਿਫਤਿ ਰਤਾ ਗੁਣਤਾਸਿ ਜੀਉ ॥
ହେ ଭାଇ! ତାହାଙ୍କ ଇଛାରେ ହିଁ କେହି ନିଜର ରଙ୍ଗିଲା ପତି-ପ୍ରଭୁଙ୍କୁ ପାଇ ପାରିଛି ଆଉ କେହି ସ୍ତୁତି ଦ୍ଵାରା ଗୁଣର ଭଣ୍ଡାର ପ୍ରଭୁଙ୍କ ରଙ୍ଗରେ ରଙ୍ଗୀନ ହୋଇଛି।

ਭਾਣੈ ਸਹੁ ਭੀਹਾਵਲਾ ਹਉ ਆਵਣਿ ਜਾਣਿ ਮੁਈਆਸਿ ਜੀਉ ॥
ହେ ମାଲିକ ପ୍ରଭୁ! ତୋର ଇଛାରେ ହିଁ ମୋତେ ଏହି ଜଗତ ଭୟାନକ ଲାଗୁଅଛି ଆଉ ଜନ୍ମ-ମରଣ ଚକ୍ରରେ ପଡି ମୃତ୍ୟୁ ପ୍ରାପ୍ତ କରିଥାଏ।       

ਤੂ ਸਹੁ ਅਗਮੁ ਅਤੋਲਵਾ ਹਉ ਕਹਿ ਕਹਿ ਢਹਿ ਪਈਆਸਿ ਜੀਉ ॥
ହେ ମୋର ମାଲିକ! ତୁ ଅଗମ୍ୟ ଏବଂ ଅତୁଳନୀୟ ଅଟୁ, ମୁଁ ପ୍ରାର୍ଥନା କରି କରି ତୋର ଦ୍ଵାରରେ ପଡିଛି। 

ਕਿਆ ਮਾਗਉ ਕਿਆ ਕਹਿ ਸੁਣੀ ਮੈ ਦਰਸਨ ਭੂਖ ਪਿਆਸਿ ਜੀਉ ॥
ମୁଁ ତୋତେ ଆଉ କଣ ମାଗିବି? ମୁଁ ତୋତେ ଆଉ କଣ କହିବି ଯେ ତୁ ମୋର ପ୍ରାର୍ଥନା ଶୁଣ? କାରଣ ମୋତେ ତୋର ଦର୍ଶନର କ୍ଷୁଧା ଓ ତୃଷ୍ଣା ଅଛି।     

ਗੁਰ ਸਬਦੀ ਸਹੁ ਪਾਇਆ ਸਚੁ ਨਾਨਕ ਕੀ ਅਰਦਾਸਿ ਜੀਉ ॥੨॥
ପରମାତ୍ମା ନାନକଙ୍କ ସଚ୍ଚା ପ୍ରାର୍ଥନା ସ୍ଵୀକାର କରିଛନ୍ତି ଆଉ ସେ ଗୁରୁଙ୍କ ଶବ୍ଦ ଦ୍ଵାରା ନିଜ ମାଲିକ-ପ୍ରଭୁଙ୍କୁ ପ୍ରାପ୍ତ କରିଛନ୍ତି॥2॥  

error: Content is protected !!