Odia Page 815

ਨਾਨਕ ਕਉ ਕਿਰਪਾ ਭਈ ਦਾਸੁ ਅਪਨਾ ਕੀਨੁ ॥੪॥੨੫॥੫੫॥
କିନ୍ତୁ ନାନକଙ୍କ ଉପରେ ପ୍ରଭୁ କୃପା ହୋଇଛନ୍ତି ଆଉ ସେ ତାହାଙ୍କୁ ନିଜର ଦାସ ବନାଇଛନ୍ତି||4||25||55||

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਹਰਿ ਭਗਤਾ ਕਾ ਆਸਰਾ ਅਨ ਨਾਹੀ ਠਾਉ ॥
ପରମାତ୍ମା ହିଁ ଭକ୍ତର ସାହାରା ଅଟନ୍ତି, ତାହାଙ୍କ ପାଇଁ ଅନ୍ୟ କିଛି ଠିକଣା ନାହିଁ।      

ਤਾਣੁ ਦੀਬਾਣੁ ਪਰਵਾਰ ਧਨੁ ਪ੍ਰਭ ਤੇਰਾ ਨਾਉ ॥੧॥
ହେ ପ୍ରଭୁ! ତୋ’ର ନାମ ହିଁ ତାହାର ବଳ, ପରିବାର, ଧନ ଅଟେ॥1॥                  

ਕਰਿ ਕਿਰਪਾ ਪ੍ਰਭਿ ਆਪਣੀ ਅਪਨੇ ਦਾਸ ਰਖਿ ਲੀਏ ॥
ପ୍ରଭୁ କୃପା କରି ନିଜ ଭକ୍ତକୁ ରକ୍ଷା କରିଛନ୍ତି।              

ਨਿੰਦਕ ਨਿੰਦਾ ਕਰਿ ਪਚੇ ਜਮਕਾਲਿ ਗ੍ਰਸੀਏ ॥੧॥ ਰਹਾਉ ॥
ନିନ୍ଦୁକ ଭକ୍ତର ନିନ୍ଦା କରି ନଷ୍ଟ ହୋଇ ଯାଇଛି ଆଉ ତାହାକୁ ଯମକାଳ ନିଜର ଗ୍ରାସ ବନାଇଛନ୍ତି॥1॥ରୁହ॥ 

ਸੰਤਾ ਏਕੁ ਧਿਆਵਨਾ ਦੂਸਰ ਕੋ ਨਾਹਿ ॥
ପରମାତ୍ମାଙ୍କ ଧ୍ୟାନ-ମନନରେ ଲୀନ ରହିଥାନ୍ତି ତଥା ତାହାଙ୍କ ପାଇଁ ଆଉ କେହି ନାହାନ୍ତି।                                                                      

ਏਕਸੁ ਆਗੈ ਬੇਨਤੀ ਰਵਿਆ ਸ੍ਰਬ ਥਾਇ ॥੨॥
ଯିଏ ବିଶ୍ୱବ୍ୟାପକ ଅଟନ୍ତି, ତାହାଙ୍କୁ ସେହି ଏକ ହିଁ ବିନତି ଅଟେ॥2॥ 

ਕਥਾ ਪੁਰਾਤਨ ਇਉ ਸੁਣੀ ਭਗਤਨ ਕੀ ਬਾਨੀ ॥
ଭକ୍ତଙ୍କ ବାଣୀ ଦ୍ଵାରା ଏକ ପ୍ରାଚୀନ କଥା ଶୁଣିଛି ଯେ     

ਸਗਲ ਦੁਸਟ ਖੰਡ ਖੰਡ ਕੀਏ ਜਨ ਲੀਏ ਮਾਨੀ ॥੩॥
ପ୍ରଭୁ ସବୁ ଦୁଷ୍ଟକୁ ମାରି ଟୁକୁଡା ଟୁକୁଡା କରି ଦେଇଛନ୍ତି ଆଉ ନିଜ ଭକ୍ତକୁ ସମ୍ମାନ ଦେଇଛନ୍ତି॥3॥ 

ਸਤਿ ਬਚਨ ਨਾਨਕੁ ਕਹੈ ਪਰਗਟ ਸਭ ਮਾਹਿ ॥
ନାନକ ସତ୍ୟ ବଚନ କହିଥାନ୍ତି ଯାହା ସାରା ଦୁନିଆରେ ଲୋକପ୍ରିୟ ହୋଇ ଯାଇଛି ଯେ  

ਪ੍ਰਭ ਕੇ ਸੇਵਕ ਸਰਣਿ ਪ੍ਰਭ ਤਿਨ ਕਉ ਭਉ ਨਾਹਿ ॥੪॥੨੬॥੫੬॥
ପ୍ରଭୁଙ୍କ ସେବକ ତାହାଙ୍କ ଶରଣରେ ପଡି ରହିଥାଏ ଆଉ ତାହାଙ୍କୁ କୌଣସି ପ୍ରକାରର ଭୟ ନଥାଏ ||4||26||56||       

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਬੰਧਨ ਕਾਟੈ ਸੋ ਪ੍ਰਭੂ ਜਾ ਕੈ ਕਲ ਹਾਥ ॥
ଯେଉଁ ପ୍ରଭୁଙ୍କ ହାତରେ ସର୍ବ ଶକ୍ତି ଅଛି, ସେ ସବୁ ବନ୍ଧନ କାଟି ଦେଇଛନ୍ତି। 

ਅਵਰ ਕਰਮ ਨਹੀ ਛੂਟੀਐ ਰਾਖਹੁ ਹਰਿ ਨਾਥ ॥੧॥
ହେ ନାଥ! ଆମର ରକ୍ଷା କର, କାରଣ ଅନ୍ୟ ଧର୍ମ-କର୍ମ ଦ୍ଵାରା ଆମେ ବର୍ତ୍ତି ଯାଇ ପାରିବା ନାହିଁ॥1॥       

ਤਉ ਸਰਣਾਗਤਿ ਮਾਧਵੇ ਪੂਰਨ ਦਇਆਲ ॥
ହେ ଇଶ୍ଵର! ତୁ ପୂର୍ଣ୍ଣ ଦୟାଳୁ ଅଟୁ, ଏଣୁ ମୁଁ ତୋର ଶରଣରେ ଆସିଛି,     

ਛੂਟਿ ਜਾਇ ਸੰਸਾਰ ਤੇ ਰਾਖੈ ਗੋਪਾਲ ॥੧॥ ਰਹਾਉ ॥
ଯାହାକୁ ତୁ ରକ୍ଷା କରୁ, ସେ ସଂସାରର ମୋହରୁ ମୁକ୍ତ ହୋଇଯାଏ॥1॥ରୁହ॥           

ਆਸਾ ਭਰਮ ਬਿਕਾਰ ਮੋਹ ਇਨ ਮਹਿ ਲੋਭਾਨਾ ॥
ଜୀବ ଆଶା, ଭ୍ରମ, ବିକାର ଏବଂ ମୋହରେ ଫସି ରହିଥାଏ।             

ਝੂਠੁ ਸਮਗ੍ਰੀ ਮਨਿ ਵਸੀ ਪਾਰਬ੍ਰਹਮੁ ਨ ਜਾਨਾ ॥੨॥
ମିଥ୍ୟାର ସାମଗ୍ରୀ ତାହାର ମନରେ ବସା ବାନ୍ଧି ଥାଏ, ଯେଉଁ କାରଣରୁ ସେ ପରମାତ୍ମାଙ୍କୁ ଜାଣେ ନାହିଁ॥2॥            

ਪਰਮ ਜੋਤਿ ਪੂਰਨ ਪੁਰਖ ਸਭਿ ਜੀਅ ਤੁਮ੍ਹ੍ਹਾਰੇ ॥
ହେ ପରମଜ୍ୟୋତି! ତୁ ପୂର୍ଣ୍ଣ ପୁରୁଷ ଅଟୁ ଆଉ ସବୁ ଜୀବ ତୁମର ଅଟେ।              

ਜਿਉ ਤੂ ਰਾਖਹਿ ਤਿਉ ਰਹਾ ਪ੍ਰਭ ਅਗਮ ਅਪਾਰੇ ॥੩॥
ହେ ଅଗମ୍ୟ, ଅପାର ପ୍ରଭୁ! ଯେପରି ତୁ ରଖୁ, ସେପରି ହିଁ ମୁଁ ରହିଥାଏ॥3॥     

ਕਰਣ ਕਾਰਣ ਸਮਰਥ ਪ੍ਰਭ ਦੇਹਿ ਅਪਨਾ ਨਾਉ ॥
ହେ ପ୍ରଭୁ! ତୁ କରିବା-କରାଇବାରେ ସମର୍ଥ ଅଟୁ, ମୋତେ ନିଜର ନାମ ଦିଅ। 

ਨਾਨਕ ਤਰੀਐ ਸਾਧਸੰਗਿ ਹਰਿ ਹਰਿ ਗੁਣ ਗਾਉ ॥੪॥੨੭॥੫੭॥
ହେ ନାନକ! ସାଧୁ-ସଙ୍ଗତିରେ ପରମାତ୍ମାଙ୍କ ଯଶୋଗାନ କରିବା ଦ୍ଵାରା ସଂସାର-ସାଗରରୁ ପାର କରାଯାଇ ପାରେ||4||27||57||  

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਕਵਨੁ ਕਵਨੁ ਨਹੀ ਪਤਰਿਆ ਤੁਮ੍ਹ੍ਹਰੀ ਪਰਤੀਤਿ ॥
ହେ ମନ! ତୋ’ ଉପରେ ଭରସା କରି କାହା କାହା ଠାରୁ ଧୋକା ଖାଇ ନାହିଁ?     

ਮਹਾ ਮੋਹਨੀ ਮੋਹਿਆ ਨਰਕ ਕੀ ਰੀਤਿ ॥੧॥
ମହା ମୋହିନୀ ମାୟା ମୋତେ ମୁଗ୍ଧ କରିଛନ୍ତି, କିନ୍ତୁ ଏହା ନର୍କକୁ ଯିବା ରାସ୍ତା ଅଟେ॥1॥                   

ਮਨ ਖੁਟਹਰ ਤੇਰਾ ਨਹੀ ਬਿਸਾਸੁ ਤੂ ਮਹਾ ਉਦਮਾਦਾ ॥
ହେ ମନ୍ଦ ମନ! ତୋ’ ଉପରେ ବିଶ୍ଵାସ କରାଯାଇ ପାରିବ ନାହିଁ, ତୁ ବହୁତ ଉନ୍ମାଦନା ଦେଇଛୁ।        

ਖਰ ਕਾ ਪੈਖਰੁ ਤਉ ਛੁਟੈ ਜਉ ਊਪਰਿ ਲਾਦਾ ॥੧॥ ਰਹਾਉ ॥
ଗଧର ପାଦରେ ବନ୍ଧା ହୋଇଥିବା ରସି ଖୋଲି ଦିଆଯାଏ, ଯେତେବେଳେ ଏହା ଉପରେ ଭାର ଲଦି ଦିଆଯାଏ॥1॥ରୁହ॥            

ਜਪ ਤਪ ਸੰਜਮ ਤੁਮ੍ਹ੍ਹ ਖੰਡੇ ਜਮ ਕੇ ਦੁਖ ਡਾਂਡ ॥
ତୁ ଜପ, ତପ ଏବଂ ସଂଯମ ସବୁ ନାଶ କରି ଦେଇଛୁ ଆଉ ତୁ ଯମଦଣ୍ଡର ଦୁଃଖ ଭୋଗ କରୁଛୁ।       

ਸਿਮਰਹਿ ਨਾਹੀ ਜੋਨਿ ਦੁਖ ਨਿਰਲਜੇ ਭਾਂਡ ॥੨॥
ହେ ନିର୍ଲଜ୍ଜ ମୂର୍ଖ! ତୁ ଭଗବାନଙ୍କ ସ୍ମରଣ କରି ନାହୁଁ, ଏଥିପାଇଁ ଯୋନିର ଦୁଃଖ ଭୋଗ କରୁଅଛୁ॥2॥        

ਹਰਿ ਸੰਗਿ ਸਹਾਈ ਮਹਾ ਮੀਤੁ ਤਿਸ ਸਿਉ ਤੇਰਾ ਭੇਦੁ ॥
ଭଗବାନ ହିଁ ତୋର ସାଥୀ, ସହଭାଗୀ ଏବଂ ଘନିଷ୍ଠ ମିତ୍ର ଅଟନ୍ତି, ପରନ୍ତୁ ତାହାଙ୍କ ସାଥିରେ ତୋ’ର ମତଭେଦ ଅଛି।              

ਬੀਧਾ ਪੰਚ ਬਟਵਾਰਈ ਉਪਜਿਓ ਮਹਾ ਖੇਦੁ ॥੩॥
ପାଞ୍ଚ ଲୁଟେରା ତୋତେ ଲୁଟି ନିଜ ବଶରେ ରଖିଛନ୍ତି, ଯେଉଁ କାରଣରୁ ତୋର ମନରେ ଭାରି ଦୁଃଖ ଜାତ ହୋଇ ଯାଇଛି॥3॥    

ਨਾਨਕ ਤਿਨ ਸੰਤਨ ਸਰਣਾਗਤੀ ਜਿਨ ਮਨੁ ਵਸਿ ਕੀਨਾ ॥
ହେ ନାନକ! ମୁଁ ସେହି ସନ୍ଥଙ୍କ ଶରଣରେ ଅଛି, ଯିଏ ନିଜ ମନକୁ ବଶରେ ରଖିଛି।    

ਤਨੁ ਧਨੁ ਸਰਬਸੁ ਆਪਣਾ ਪ੍ਰਭਿ ਜਨ ਕਉ ਦੀਨੑਾ ॥੪॥੨੮॥੫੮॥
ମୁଁ ନିଜ ତନ-ଧନ ସର୍ବସ୍ଵ ପ୍ରଭୁଙ୍କ ସନ୍ଥଜନଙ୍କୁ ଅର୍ପଣ କରି ଦେଇଛି||4||28||58||

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਉਦਮੁ ਕਰਤ ਆਨਦੁ ਭਇਆ ਸਿਮਰਤ ਸੁਖ ਸਾਰੁ ॥
ଭକ୍ତିର ଉଦ୍ୟମ କରିବା ଦ୍ଵାରା ଆନନ୍ଦ ପ୍ରାପ୍ତ ହୋଇ ଯାଇଛି ଏବଂ ନାମ ସ୍ମରଣ ଦ୍ଵାରା ସୁଖ ହିଁ ସୁଖ ଉପଲବ୍ଧ ହୋଇ ଯାଇଛି।   

ਜਪਿ ਜਪਿ ਨਾਮੁ ਗੋਬਿੰਦ ਕਾ ਪੂਰਨ ਬੀਚਾਰੁ ॥੧॥
ପୂର୍ଣ୍ଣ ବିଚାର ଏହା ଯେ ଗୋବିନ୍ଦଙ୍କ ନାମ ଜପ କର॥1॥ 

ਚਰਨ ਕਮਲ ਗੁਰ ਕੇ ਜਪਤ ਹਰਿ ਜਪਿ ਹਉ ਜੀਵਾ ॥
ଗୁରୁଙ୍କ ଚରଣ ଓ ଭଗବାନଙ୍କ ନାମକୁ ଜପ କରି ଜୀବନ ବନି ଯାଇଛି।          

ਪਾਰਬ੍ਰਹਮੁ ਆਰਾਧਤੇ ਮੁਖਿ ਅੰਮ੍ਰਿਤੁ ਪੀਵਾ ॥੧॥ ਰਹਾਉ ॥
ପରଂବ୍ରହ୍ମଙ୍କ ଆରାଧନା କରି ନିଜ ମୁଖରେ ନାମାମୃତ ପାନ କରୁଛି॥1॥ରୁହ॥         

ਜੀਅ ਜੰਤ ਸਭਿ ਸੁਖਿ ਬਸੇ ਸਭ ਕੈ ਮਨਿ ਲੋਚ ॥
ସବୁ ଜୀବଜନ୍ତୁ ସୁଖରେ ବାସ କରୁଛନ୍ତି ଆଉ ସବୁଙ୍କ ମନରେ ପ୍ରଭୁଙ୍କୁ ପାଇବା ପାଇଁ ତୀବ୍ର ଲାଳସା ବନି ରହିଛି।       

ਪਰਉਪਕਾਰੁ ਨਿਤ ਚਿਤਵਤੇ ਨਾਹੀ ਕਛੁ ਪੋਚ ॥੨॥
ସେ ନିତ୍ୟ ପରୋପକାର କରିବା ବିଷୟରେ ଶୋଚନା କରିଥାଏ ଆଉ କାହାର ମନ୍ଦ ଚାହେଁ ନାହିଁ॥2॥ 

error: Content is protected !!