ਕਾਹੂ ਬਿਹਾਵੈ ਮਾਇ ਬਾਪ ਪੂਤ ॥
କେହି ମାତା-ପିତା ଓ ପୁତ୍ର ସାଥିରେ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਰਾਜ ਮਿਲਖ ਵਾਪਾਰਾ ॥
କେହି ରାଜ୍ୟ,ଧାନ-ସମ୍ପତ୍ତି ଏବଂ ବ୍ୟାପାରରେ ଜୀବନ ବିତାଇ ଥାଏ,
ਸੰਤ ਬਿਹਾਵੈ ਹਰਿ ਨਾਮ ਅਧਾਰਾ ॥੧॥
କିନ୍ତୁ ସନ୍ଥଙ୍କ ଜୀବନ ହରିନାମ ଆଧାରରେ ହିଁ ଅତିବାହିତ ହୋଇଥାଏ||1||
ਰਚਨਾ ਸਾਚੁ ਬਨੀ ॥
ଏହି ଜଗତର ରଚନା ପରମ-ସତ୍ୟ ବନାଇଛନ୍ତି,
ਸਭ ਕਾ ਏਕੁ ਧਨੀ ॥੧॥ ਰਹਾਉ ॥
ଆଉ ସବୁଙ୍କ ମାଲିକ ପରମେଶ୍ଵର ହିଁ ଅଟନ୍ତି॥1॥ରୁହ॥
ਕਾਹੂ ਬਿਹਾਵੈ ਬੇਦ ਅਰੁ ਬਾਦਿ ॥
କେହି ବେଦ ଅଧ୍ୟୟନ ଓ ବାଦ-ବିବାଦରେ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਰਸਨਾ ਸਾਦਿ ॥
କେହି ଜିହ୍ଵାର ସ୍ଵାଦରେ ଜୀବନ ବିତାଇଥାଏ,
ਕਾਹੂ ਬਿਹਾਵੈ ਲਪਟਿ ਸੰਗਿ ਨਾਰੀ ॥
କେହି କାମୁକ ନାରୀ ପିପାସାରେ ଜୀବନ ବିତାଇ ଥାଏ,
ਸੰਤ ਰਚੇ ਕੇਵਲ ਨਾਮ ਮੁਰਾਰੀ ॥੨॥
କିନ୍ତୁ ସନ୍ଥ କେବଳ ପ୍ରଭୁଙ୍କ ନାମରେ ହିଁ ଜୀବନ ବିତାଇ ଥାଏ, ||2||
ਕਾਹੂ ਬਿਹਾਵੈ ਖੇਲਤ ਜੂਆ ॥
କେହି ଜୀବନ ଜୁଆରେ ଖେଳି ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਅਮਲੀ ਹੂਆ ॥
କେହି ନିଶାରେ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਪਰ ਦਰਬ ਚੋੁਰਾਏ ॥
କେହି ପର ଧନ ଚୋରୀ କରିବାରେ ଜୀବନ ବିତାଇ ଥାଏ,
ਹਰਿ ਜਨ ਬਿਹਾਵੈ ਨਾਮ ਧਿਆਏ ॥੩॥
କିନ୍ତୁ ଭକ୍ତଜନ ପରମାତ୍ମାଙ୍କ ନାମ-ଧ୍ୟାନରେ ନିଜ ଜୀବନ ବିତାଇ ଥାଏ,||3||
ਕਾਹੂ ਬਿਹਾਵੈ ਜੋਗ ਤਪ ਪੂਜਾ ॥
କେହି ଯୋଗ, ସାଧନା ଓ ତପସ୍ୟାରେ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਰੋਗ ਸੋਗ ਭਰਮੀਜਾ ॥
କେହି ରୋଗ-ଶୋକ ଓ ଭ୍ରମରେ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਪਵਨ ਧਾਰ ਜਾਤ ਬਿਹਾਏ ॥
କେହି ଯୋଗାସନ ସହିତ ପ୍ରାଣାୟମ କରି ଜୀବନ ବିତାଇ ଥାଏ,
ਸੰਤ ਬਿਹਾਵੈ ਕੀਰਤਨੁ ਗਾਏ ॥੪॥
କିନ୍ତୁ ସନ୍ଥଙ୍କ ଜୀବନ ଈଶ୍ଵରଙ୍କ ଭଜନ-କୀର୍ତ୍ତନ କରି ଜୀବନ ବିତାଇ ଥାଆନ୍ତି ||4||
ਕਾਹੂ ਬਿਹਾਵੈ ਦਿਨੁ ਰੈਨਿ ਚਾਲਤ ॥
କାହାର ଜୀବନ ଦିନରାତି ଯାତ୍ରା କରି ଜୀବନ ବିତି ଥାଏ,
ਕਾਹੂ ਬਿਹਾਵੈ ਸੋ ਪਿੜੁ ਮਾਲਤ ॥
କେହି ରଣଭୂମିରେ ଲଢି ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਬਾਲ ਪੜਾਵਤ ॥
କିଛି ଲୋକ ଅଧ୍ୟାପକ ବନି ନିଜ ଜୀବନ ବିତାଇ ଥାଏ,
ਸੰਤ ਬਿਹਾਵੈ ਹਰਿ ਜਸੁ ਗਾਵਤ ॥੫॥
ପରନ୍ତୁ ସନ୍ଥଙ୍କ ଜୀବନ ଭଗବାନଙ୍କ ଯଶୋଗାନ କରିବାରେ ଅତିବାହିତ ହୋଇଥାଏ||5||
ਕਾਹੂ ਬਿਹਾਵੈ ਨਟ ਨਾਟਿਕ ਨਿਰਤੇ ॥
କେହି କଳାକାର ବନି ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਜੀਆਇਹ ਹਿਰਤੇ ॥
କେହି ଜୀବ-ହତ୍ୟା ଏବଂ ଲୁଟପାଟ କରି ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਰਾਜ ਮਹਿ ਡਰਤੇ ॥
କେହି ରାଜ-ଭୋଗରେ ନିଜ ଜୀବନ ବିତାଇ ଥାଏ,
ਸੰਤ ਬਿਹਾਵੈ ਹਰਿ ਜਸੁ ਕਰਤੇ ॥੬॥
ପରନ୍ତୁ ସନ୍ଥ ପ୍ରଭୁଙ୍କ ଯଶୋଗାନ କରି ନିଜ ଜୀବନ ବିତାଇ ଥାଏ,||6||
ਕਾਹੂ ਬਿਹਾਵੈ ਮਤਾ ਮਸੂਰਤਿ ॥
କେହି ସାରା ସମୟ ପରାମର୍ଶ ଦେଇ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਸੇਵਾ ਜਰੂਰਤਿ ॥
କେହି ଜୀବନର ଆବଶ୍ୟକତା ପୁରା କରିବାରେ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਸੋਧਤ ਜੀਵਤ ॥
କେହି ନିଜକୁ ସଂଶୋଧନ କରି ଜୀବନ ବିତାଇ ଥାଏ,
ਸੰਤ ਬਿਹਾਵੈ ਹਰਿ ਰਸੁ ਪੀਵਤ ॥੭॥
ପରନ୍ତୁ ହରିରସ ପାନ କରି ସନ୍ଥଙ୍କ ଜୀବନ ବିତିଥାଏ||7||
ਜਿਤੁ ਕੋ ਲਾਇਆ ਤਿਤ ਹੀ ਲਗਾਨਾ ॥
ସତ୍ୟ ଏହା ଯେ ଇଶ୍ଵର ଜୀବକୁ ନିଜ କାର୍ଯ୍ୟରେ ଲଗାଇ ଥାଆନ୍ତି,
ਨਾ ਕੋ ਮੂੜੁ ਨਹੀ ਕੋ ਸਿਆਨਾ ॥
ନା କେହି ମୂର୍ଖ ଆଉ ନା କେହି ଚତୁର ଅଟେ।
ਕਰਿ ਕਿਰਪਾ ਜਿਸੁ ਦੇਵੈ ਨਾਉ ॥
ପରମାତ୍ମା କୃପା କରି ଯାହାକୁ ନିଜ ନାମ ଦେଇଥାନ୍ତି,
ਨਾਨਕ ਤਾ ਕੈ ਬਲਿ ਬਲਿ ਜਾਉ ॥੮॥੩॥
ନାନକ ତାହାଙ୍କ ପ୍ରତି ସମର୍ପିତ ଯାଇଥାନ୍ତି||8||3||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5॥
ਦਾਵਾ ਅਗਨਿ ਰਹੇ ਹਰਿ ਬੂਟ ॥
ଯେପରି ଜଙ୍ଗଲରେ ନିଆଁ ଲାଗିଲେ କିଛି ଗଛ ପୁଣି ସବୁଜ ହୋଇଯାଏ,
ਮਾਤ ਗਰਭ ਸੰਕਟ ਤੇ ਛੂਟ ॥
ଯେପରି ମାତାର ଗର୍ଭର ସଙ୍କଟରୁ ଶିଶୁ ବର୍ତ୍ତି ଯାଇଥାଏ,
ਜਾ ਕਾ ਨਾਮੁ ਸਿਮਰਤ ਭਉ ਜਾਇ ॥
ଯାହାଙ୍କ ନାମ-ସ୍ମରଣ କରିବା ଦ୍ଵାରା ସବୁ ପ୍ରକାର ଭୟ ଦୂର ହୋଇଯାଏ,
ਤੈਸੇ ਸੰਤ ਜਨਾ ਰਾਖੈ ਹਰਿ ਰਾਇ ॥੧॥
ଈଶ୍ଵର ନିଜ ସନ୍ଥଜନଙ୍କ ରକ୍ଷା କରିଥାନ୍ତି||1||
ਐਸੇ ਰਾਖਨਹਾਰ ਦਇਆਲ ॥
ଦୟାଳୁ ଈଶ୍ଵର ସବୁଙ୍କ ରକ୍ଷା କରିଥାନ୍ତି।
ਜਤ ਕਤ ਦੇਖਉ ਤੁਮ ਪ੍ਰਤਿਪਾਲ ॥੧॥ ਰਹਾਉ ॥
ହେ ଦୀନଦୟାଳୁ! ଯେଉଁଠି ଦେଖିଲେ ମଧ୍ୟ କେବଳ ତୁ ହିଁ ଆମର ପାଳକ ଅଟୁ॥1॥ରୁହ॥
ਜਲੁ ਪੀਵਤ ਜਿਉ ਤਿਖਾ ਮਿਟੰਤ ॥
ଯେପରି ଜଳ ପାନ କରିଲେ ତୃଷ୍ଣା ଦୂର ହୋଇଯାଏ,
ਧਨ ਬਿਗਸੈ ਗ੍ਰਿਹਿ ਆਵਤ ਕੰਤ ॥
ଯେପରି ପତି ଘରକୁ ଆସିଲେ ପତ୍ନୀ ପ୍ରସନ୍ନ ହୋଇଯାଏ,
ਲੋਭੀ ਕਾ ਧਨੁ ਪ੍ਰਾਣ ਅਧਾਰੁ ॥
ଯେପରି ଧନ ଲୋଭୀ ମନୁଷ୍ୟର ପ୍ରାଣର ଆଧାର ଅଟେ,
ਤਿਉ ਹਰਿ ਜਨ ਹਰਿ ਹਰਿ ਨਾਮ ਪਿਆਰੁ ॥੨॥
ସେପରି ଭକ୍ତଜନଙ୍କୁ ହରି-ନାମ ହିଁ ପ୍ରିୟ ହୋଇଥାଏ||2||
ਕਿਰਸਾਨੀ ਜਿਉ ਰਾਖੈ ਰਖਵਾਲਾ ॥
ଯେପରି କୃଷକ ନିଜ କୃଷିର ରକ୍ଷା କରିଥାଏ,
ਮਾਤ ਪਿਤਾ ਦਇਆ ਜਿਉ ਬਾਲਾ ॥
ଯେପରି ମାତା-ପିତା ନିଜ ସନ୍ତାନ ଉପରେ ଦୟା କରିଥାନ୍ତି,
ਪ੍ਰੀਤਮੁ ਦੇਖਿ ਪ੍ਰੀਤਮੁ ਮਿਲਿ ਜਾਇ ॥
ଯେପରି ପ୍ରିୟତମଙ୍କୁ ଦେଖି ପ୍ରିୟତମା ଆସକ୍ତ ହୋଇଥାଏ,
ਤਿਉ ਹਰਿ ਜਨ ਰਾਖੈ ਕੰਠਿ ਲਾਇ ॥੩॥
ସେପରି ହିଁ ଭକ୍ତଜନ ପରମେଶ୍ଵରଙ୍କୁ ନିଜ କଣ୍ଠରେ ଲଗାଇ ରଖିଥାନ୍ତି||3||
ਜਿਉ ਅੰਧੁਲੇ ਪੇਖਤ ਹੋਇ ਅਨੰਦ ॥
ଯେପରି ଅନ୍ଧ ଦୃଶ୍ୟ ହେଲେ ଆନନ୍ଦିତ ହୋଇଥାଏ,
ਗੂੰਗਾ ਬਕਤ ਗਾਵੈ ਬਹੁ ਛੰਦ ॥
ଯେପରି କେହି ମୂକ ବୋଲିବା ଆରମ୍ଭ କରିଲେ ପ୍ରସନ୍ନ ହୋଇଥାଏ,
ਪਿੰਗੁਲ ਪਰਬਤ ਪਰਤੇ ਪਾਰਿ ॥
ଯେପରି କେହି ଛୋଟା ପର୍ବତ ଚଢି ଖୁସି ବ୍ୟକ୍ତ କରିଥାଏ,
ਹਰਿ ਕੈ ਨਾਮਿ ਸਗਲ ਉਧਾਰਿ ॥੪॥
ସେପରି ହିଁ ହରିଙ୍କ ନାମ ଜପିବା ଦ୍ଵାରା ସବୁଙ୍କ ଉଦ୍ଧାର ହୋଇଯାଏ||4||
ਜਿਉ ਪਾਵਕ ਸੰਗਿ ਸੀਤ ਕੋ ਨਾਸ ॥
ଯେପରି ଅଗ୍ନି ଜଳିବା ଦ୍ଵାରା ଶୀତର ପ୍ରକୋପ ନାଶ ହୋଇଯାଏ,
ਐਸੇ ਪ੍ਰਾਛਤ ਸੰਤਸੰਗਿ ਬਿਨਾਸ ॥
ଏପରି ହିଁ ସନ୍ଥଙ୍କ ସଂଗତି କରିବା ଦ୍ଵାରା ସବୁ ପ୍ରକାର ପାପ ନାଶ ହୋଇଯାଏ।
ਜਿਉ ਸਾਬੁਨਿ ਕਾਪਰ ਊਜਲ ਹੋਤ ॥
ଯେପରି କପଡାରେ ସାବୁନ ଲଗାଇ ଧୋଇଲେ ଉଜ୍ଜଳ ହୋଇଥାଏ,
ਨਾਮ ਜਪਤ ਸਭੁ ਭ੍ਰਮੁ ਭਉ ਖੋਤ ॥੫॥
ସେପରି ହିଁ ନାମ ଜପିବା ଦ୍ଵାରା ସବୁ ଭ୍ରମ ଦୂର ହୋଇଯାଏ||5||
ਜਿਉ ਚਕਵੀ ਸੂਰਜ ਕੀ ਆਸ ॥
ଯେପରି ଚକୋର ସୂର୍ଯ୍ୟ ଉଦୟର ଆଶା ରଖିଥାଏ,
ਜਿਉ ਚਾਤ੍ਰਿਕ ਬੂੰਦ ਕੀ ਪਿਆਸ ॥
ଯେପରି ଚାତକ ବର୍ଷା ବିନ୍ଦୁ ପାଇଁ ତୃଷ୍ଣାର୍ତ୍ତ ଥାଏ,
ਜਿਉ ਕੁਰੰਕ ਨਾਦ ਕਰਨ ਸਮਾਨੇ ॥
ଯେପରି ହରିଣକୁ ସଙ୍ଗୀତ ସ୍ଵରର ସୁଖ ଉପଲବ୍ଧ ହୋଇଥାଏ,
ਤਿਉ ਹਰਿ ਨਾਮ ਹਰਿ ਜਨ ਮਨਹਿ ਸੁਖਾਨੇ ॥੬॥
ସେପରି ହିଁ ପ୍ରଭୁଙ୍କ ନାମ ଭକ୍ତର ମନରେ ସୁଖ ପ୍ରଦାନ କରିଥାଏ||6||