ਪ੍ਰਭ ਕੇ ਚਾਕਰ ਸੇ ਭਲੇ ॥
ହେ ନାନକ! ଯିଏ ଈଶ୍ବରଙ୍କ ସେବକ ଅଟେ, ସ ଭଲ ଅଟେ,
ਨਾਨਕ ਤਿਨ ਮੁਖ ਊਜਲੇ ॥੪॥੩॥੧੪੧॥
ପ୍ରଭୁଙ୍କ ଦରବାରରେ ତାହାର ଚେହେରା ଉଜ୍ଜଳ ଯୋଇଯାଏ ॥4॥3॥141॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਜੀਅਰੇ ਓਲ੍ਹ੍ਹਾ ਨਾਮ ਕਾ ॥
ହେ ମୋର ପ୍ରାଣୀ! ଈଶ୍ବରଙ୍କ ନାମ ହିନ ତୋର ଏକମାତ୍ର ସାହାରା ଅଟେ
ਅਵਰੁ ਜਿ ਕਰਨ ਕਰਾਵਨੋ ਤਿਨ ਮਹਿ ਭਉ ਹੈ ਜਾਮ ਕਾ ॥੧॥ ਰਹਾਉ ॥
ଅନ୍ୟ ଯିଏ କିଛି ମଧ୍ୟ କରିଥାଏ ବା କରାଇଥାଏ, ସେଥିରେ ମୃତ୍ୟୁର ଭୟ ରହିଥାଏ ॥1॥ରୁହ॥
ਅਵਰ ਜਤਨਿ ਨਹੀ ਪਾਈਐ ॥
ଆଉ କିଛି ଉପାୟ ଦ୍ଵାରା ଇଶ୍ଵର ପ୍ରାପ୍ତ ହୁଅନ୍ତି ନାହିଁ।
ਵਡੈ ਭਾਗਿ ਹਰਿ ਧਿਆਈਐ ॥੧॥
ଭଗବାନଙ୍କ ଧ୍ୟାନ ବଡ ଭାଗ୍ୟରୁ ହିଁ କରାଯାଇପାରେ ॥1॥
ਲਾਖ ਹਿਕਮਤੀ ਜਾਨੀਐ ॥
ମନୁଷ୍ୟ ଯେତେ ଚତୁର ହେଲେ ମଧ୍ୟ
ਆਗੈ ਤਿਲੁ ਨਹੀ ਮਾਨੀਐ ॥੨॥
ପରଲୋକରେ କ୍ଷଣିକ ପାଇଁ ମଧ୍ୟ ସମ୍ମାନିତ ହୁଏନାହିଁ ॥2॥
ਅਹੰਬੁਧਿ ਕਰਮ ਕਮਾਵਨੇ ॥
ଅହଂ ବୁଦ୍ଧି ସହିତ କରାଯାଇଥିବା ଧର୍ମ କର୍ମ ଏପରି ବହି ଯାଇଥାଏ,
ਗ੍ਰਿਹ ਬਾਲੂ ਨੀਰਿ ਬਹਾਵਨੇ ॥੩॥
ଯେପରି ମାଟିର ଘର ପାଣିରେ ବହିଯାଏ ॥3॥
ਪ੍ਰਭੁ ਕ੍ਰਿਪਾਲੁ ਕਿਰਪਾ ਕਰੈ ॥
ହେ ନାନକ! କୃପାର ଘର ପ୍ରଭୁ ଯେଉଁ ମନୁଷ୍ୟ ଉପରେ ନିଜର କୃପା କରିଛନ୍ତି,
ਨਾਮੁ ਨਾਨਕ ਸਾਧੂ ਸੰਗਿ ਮਿਲੈ ॥੪॥੪॥੧੪੨॥
ତାହାକୁ ସନ୍ଥଙ୍କ ସଙ୍ଗତିରେ ଭଗବାନଙ୍କ ନାମ ମିଳିଯାଏ ॥4॥4॥142॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਬਾਰਨੈ ਬਲਿਹਾਰਨੈ ਲਖ ਬਰੀਆ ॥
ହେ ସଜ୍ଜନ! ମୁଁ ଈଶ୍ବରଙ୍କ ନାମ ପ୍ରତି ଲକ୍ଷେ ବାର ସମର୍ପିତ ହେଉଛି,
ਨਾਮੋ ਹੋ ਨਾਮੁ ਸਾਹਿਬ ਕੋ ਪ੍ਰਾਨ ਅਧਰੀਆ ॥੧॥ ਰਹਾਉ ॥
ଜଗତର ସ୍ଵାମୀ- ପ୍ରଭୁଙ୍କ ନାମ ହିଁ ଜୀବର ପ୍ରାଣର ଆଧାର ଅଟେ ॥1॥ରୁହ॥
ਕਰਨ ਕਰਾਵਨ ਤੁਹੀ ਏਕ ॥
ହେ ଇଶ୍ଵର! ଏକ ତୁ ହିଁ ଜଗତରେ ସବୁ କିଛି କରିଥାଉ ଏବଂ ଜୀବଙ୍କ ଦ୍ଵାରା କରାଉଥାଉ।
ਜੀਅ ਜੰਤ ਕੀ ਤੁਹੀ ਟੇਕ ॥੧॥
ଏକ ତୁ ହିଁ ଜୀବ-ଜନ୍ତୁଙ୍କ ଆଶ୍ରା ଅଟୁ ॥1॥
ਰਾਜ ਜੋਬਨ ਪ੍ਰਭ ਤੂੰ ਧਨੀ ॥
ହେ ମୋର ପ୍ରଭୁ! ଏକ ତୁ ହିଁ ବିଶ୍ଵର ଶାସନର ସ୍ଵାମୀ ଅଟୁ ଆଉ ତୁ ହିଁ ଯୌବନର ସ୍ଵାମୀ ଅଟୁ।
ਤੂੰ ਨਿਰਗੁਨ ਤੂੰ ਸਰਗੁਨੀ ॥੨॥
ତୁ ହିଁ ନିର୍ଗୁଣ ଆଉ ତୁ ହିଁ ସଗୁଣ ଅଟୁ ॥2॥
ਈਹਾ ਊਹਾ ਤੁਮ ਰਖੇ ॥
ହେ ଠାକୁର! ଲୋକ-ପରଲୋକରେ ତୁ ହିଁ ମୋର ରକ୍ଷକ ଅଟୁ।
ਗੁਰ ਕਿਰਪਾ ਤੇ ਕੋ ਲਖੇ ॥੩॥
ଗୁରୁଙ୍କ କୃପାରୁ କେହି ବିରଳ ପୁରୁଷ ହିଁ ତୋତେ ବୁଝିଥାଏ ॥3॥
ਅੰਤਰਜਾਮੀ ਪ੍ਰਭ ਸੁਜਾਨੁ ॥
ହେ ସର୍ବଜ୍ଞ ଏବଂ ଅନ୍ତର୍ଯାମୀ ପ୍ରଭୁ!
ਨਾਨਕ ਤਕੀਆ ਤੁਹੀ ਤਾਣੁ ॥੪॥੫॥੧੪੩॥
ତୁ ହିଁ ନାନକଙ୍କ ସାହାରା ଏବଂ ଶକ୍ତି ଅଟୁ ॥4॥5॥143॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਹਰਿ ਹਰਿ ਹਰਿ ਆਰਾਧੀਐ ॥
ସର୍ବଦା ହିଁ ହଋ-ପରମେଶ୍ଵରଙ୍କ ଆରାଧନା କରିବା ଉଚିତ
ਸੰਤਸੰਗਿ ਹਰਿ ਮਨਿ ਵਸੈ ਭਰਮੁ ਮੋਹੁ ਭਉ ਸਾਧੀਐ ॥੧॥ ਰਹਾਉ ॥
ସନ୍ଥଙ୍କ ସଭାରେ ହିଁ ହରି ମନରେ ନିବାସ କରିଥାନ୍ତି, ଯାହା ଦ୍ଵାରା ଭ୍ରମ, ମୋହ ଏବଂ ଭୟ ଦୂର ହୋଇଯାଏ ॥1॥ରୁହ॥
ਬੇਦ ਪੁਰਾਣ ਸਿਮ੍ਰਿਤਿ ਭਨੇ ॥
ବେଦ, ପୁରାଣ ଏବଂ ସ୍ମୃତି କହନ୍ତି ଯେ
ਸਭ ਊਚ ਬਿਰਾਜਿਤ ਜਨ ਸੁਨੇ ॥੧॥
ପ୍ରଭୁଙ୍କ ସେବକ ସର୍ବୋଚ୍ଚ ଆତ୍ମିକ ନିବାସରେ ବସିଥିବା ଶୁଣାଯାଏ ॥1॥
ਸਗਲ ਅਸਥਾਨ ਭੈ ਭੀਤ ਚੀਨ ॥
ଅନ୍ୟ ସବୁ ସ୍ଥାନ ଭୟଭୀତ ଦେଖାଯାଏ।
ਰਾਮ ਸੇਵਕ ਭੈ ਰਹਤ ਕੀਨ ॥੨॥
କିନ୍ତୁ, ରାମଙ୍କ ଭକ୍ତ ଭୟ ରହିତ ଅଟେ ॥2॥
ਲਖ ਚਉਰਾਸੀਹ ਜੋਨਿ ਫਿਰਹਿ ॥
ପ୍ରାଣୀ ଚଉରାଅଶି ଲକ୍ଷ ଯୋନିରେ ବୁଲୁଥାଏ
ਗੋਬਿੰਦ ਲੋਕ ਨਹੀ ਜਨਮਿ ਮਰਹਿ ॥੩॥
କିନ୍ତୁ, ଗୋବିନ୍ଦଙ୍କ ଭକ୍ତ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ରହିଥାଏ।
ਬਲ ਬੁਧਿ ਸਿਆਨਪ ਹਉਮੈ ਰਹੀ ॥
ବଳ, ବୁଦ୍ଧି, ଚତୁରତା ଏବଂ ଅହଂକାର ଦୂର ହୋଇଯାଇଛି
ਹਰਿ ਸਾਧ ਸਰਣਿ ਨਾਨਕ ਗਹੀ ॥੪॥੬॥੧੪੪॥
ଯେତେବେଳେ ନାନକ ହରିଙ୍କ ସନ୍ଥଙ୍କ ଶରଣ ନେଇଛନ୍ତି ॥4॥6॥144॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਮਨ ਰਾਮ ਨਾਮ ਗੁਨ ਗਾਈਐ ॥
ହେ ମୋର ମନ! ରାମଙ୍କ ନାମର ଗୁଣଗାନ କର
ਨੀਤ ਨੀਤ ਹਰਿ ਸੇਵੀਐ ਸਾਸਿ ਸਾਸਿ ਹਰਿ ਧਿਆਈਐ ॥੧॥ ਰਹਾਉ ॥
ସର୍ବଦା ପ୍ରଭୁଙ୍କ ସେବା କର ଏବଂ ପ୍ରତି ଶ୍ଵାସରେ ପ୍ରଭୁଙ୍କ ଧ୍ୟାନ କର ॥1॥ରୁହ॥
ਸੰਤਸੰਗਿ ਹਰਿ ਮਨਿ ਵਸੈ ॥
ସନ୍ଥଙ୍କ ସଙ୍ଗତି ଦ୍ଵାରା ହିଁ ଇଶ୍ଵର ମନରେ ନିବାସ କରିଥାନ୍ତି
ਦੁਖੁ ਦਰਦੁ ਅਨੇਰਾ ਭ੍ਰਮੁ ਨਸੈ ॥੧॥
ଆଉ ଦୁଃଖ, ଯନ୍ତ୍ରଣା, ଅଜ୍ଞାନତାର ଅନ୍ଧକାର ଏବଂ ଦ୍ଵିଧା ଦୂର ହୋଇଯାଏ ॥1॥
ਸੰਤ ਪ੍ਰਸਾਦਿ ਹਰਿ ਜਾਪੀਐ ॥
ସନ୍ଥଙ୍କ କୃପାରୁ ଯେଉଁ ପୁରୁଷ ପ୍ରଭୁଙ୍କ ଜପ କରିଥାଏ,
ਸੋ ਜਨੁ ਦੂਖਿ ਨ ਵਿਆਪੀਐ ॥੨॥
ଏପରି ବ୍ୟକ୍ତି କେବେ ଦୁଃଖୀ ହୁଅନ୍ତି ନାହିଁ॥2॥
ਜਾ ਕਉ ਗੁਰੁ ਹਰਿ ਮੰਤ੍ਰੁ ਦੇ ॥
ଯେଉଁ ବ୍ୟକ୍ତିକୁ ଗୁରୁ ହରିନାମ ରୂପୀ ମନ୍ତ୍ର ଦେଇଥାନ୍ତି,
ਸੋ ਉਬਰਿਆ ਮਾਇਆ ਅਗਨਿ ਤੇ ॥੩॥
ଏପରି ବ୍ୟକ୍ତି ମାୟାର ଅଗ୍ନି ଠାରୁ ବଞ୍ଚିଯାଏ ॥3॥
ਨਾਨਕ ਕਉ ਪ੍ਰਭ ਮਇਆ ਕਰਿ ॥
ହେ ଇଶ୍ଵର! ମୁଁ, ନାନକ ଉପରେ କୃପା କର କାରଣ
ਮੇਰੈ ਮਨਿ ਤਨਿ ਵਾਸੈ ਨਾਮੁ ਹਰਿ ॥੪॥੭॥੧੪੫॥
ମୋର ମନ ଏବଂ ତନରେ ଭଗବାନଙ୍କ ନାମ ନିବାସ କରିଥାଏ ॥4॥7॥145॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਰਸਨਾ ਜਪੀਐ ਏਕੁ ਨਾਮ ॥
ଜ ଇଚ୍ଛାରେ ଏକ ପରମେଶ୍ଵରଙ୍କ ନାମ ହିଁ ଜପ କରିବା ଉଚିତ।
ਈਹਾ ਸੁਖੁ ਆਨੰਦੁ ਘਨਾ ਆਗੈ ਜੀਅ ਕੈ ਸੰਗਿ ਕਾਮ ॥੧॥ ਰਹਾਉ ॥
ପରମେଶ୍ଵରଙ୍କ ନାମ ଜପିଲେ ଈହଲୋକରେ ବଡ ସୁଖ ଏବଂ ଆନନ୍ଦ ଉପଲବ୍ଧ ହୋଇଥାଏ ଆଉ ପରେ ପରଲୋକରେ ମଧ୍ୟ ଏହା ଆତ୍ମାର କାମରେ ଆସିଥାଏ ଆଉ ସାଥିରେ ରହିଥାଏ ॥1॥ରୁହ॥
ਕਟੀਐ ਤੇਰਾ ਅਹੰ ਰੋਗੁ ॥
ହେ ଜୀବ! 9 ପରମେଶ୍ଵରଙ୍କ ନାମ ଜପିଲେ ତୋର ଅହଙ୍କାରର ରୋଗ ନିବୃତ୍ତ ହୋଇଯାଏ,
ਤੂੰ ਗੁਰ ਪ੍ਰਸਾਦਿ ਕਰਿ ਰਾਜ ਜੋਗੁ ॥੧॥
ଗୁରୁଙ୍କ କୃପାରୁ ତୁ ସାଂସାରିକ ଏବଂ ଆତ୍ମିକ ଶାସନ କରିବ ॥1॥
ਹਰਿ ਰਸੁ ਜਿਨਿ ਜਨਿ ਚਾਖਿਆ ॥
ଯେଉଁ ବ୍ୟକ୍ତି ହରି ରସର ସ୍ଵାଦ ଚାଖିଥାଏ,”
ਤਾ ਕੀ ਤ੍ਰਿਸਨਾ ਲਾਥੀਆ ॥੨॥
ତାହାର ତୃଷ୍ଣା ଦୂର ହୋଇଯାଏ ॥2॥
ਹਰਿ ਬਿਸ੍ਰਾਮ ਨਿਧਿ ਪਾਇਆ ॥
ଯିଏ ସୁଖର ଭଣ୍ଡାର ପରମାତ୍ମାଙ୍କୁ ପାଇଯାଇଛି,”
ਸੋ ਬਹੁਰਿ ਨ ਕਤ ਹੀ ਧਾਇਆ ॥੩॥
ସେ ପୁନର୍ବାର ଆଉ କେଉଁଠିକୁ ଯାଏ ନାହିଁ ॥3॥
ਹਰਿ ਹਰਿ ਨਾਮੁ ਜਾ ਕਉ ਗੁਰਿ ਦੀਆ ॥
ହେ ନାନକ! ଯେଉଁ ବ୍ୟକ୍ତିକୁ ଗୁରୁ ହରି-ପରମେଶ୍ବରଙ୍କ ନାମ ଦେଇଛନ୍ତି,”
ਨਾਨਕ ਤਾ ਕਾ ਭਉ ਗਇਆ ॥੪॥੮॥੧੪੬॥
ତାହାର ଭୟ ଦୂର ହୋଇଯାଇଛି ॥4॥8॥146॥