Odia Page 901

ਰਾਗੁ ਰਾਮਕਲੀ ਮਹਲਾ ੫ ਘਰੁ ੨ ਦੁਪਦੇ
ରାଗ ରାମକଲୀ ମହଲା 5 ଘର 2 ଦୁପଦୀ 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।     

ਗਾਵਹੁ ਰਾਮ ਕੇ ਗੁਣ ਗੀਤ ॥
ନିତ୍ୟ ରାମଙ୍କ ଗୁଣ ଗାନ କର।      

ਨਾਮੁ ਜਪਤ ਪਰਮ ਸੁਖੁ ਪਾਈਐ ਆਵਾ ਗਉਣੁ ਮਿਟੈ ਮੇਰੇ ਮੀਤ ॥੧॥ ਰਹਾਉ ॥
ହେ ମୋର ମିତ୍ର! ରାମ ନାମ ଜପିବା ଦ୍ଵାରା ପରମ ସୁଖ ପ୍ରାପ୍ତ ହୋଇଥାଏ ଏବଂ ଜନ୍ମମୃତ୍ୟୁ ଦୂର ହୋଇଯାଏ॥1॥ରୁହ॥       

ਗੁਣ ਗਾਵਤ ਹੋਵਤ ਪਰਗਾਸੁ ॥
ତାହାଙ୍କ ଗୁଣଗାନ କରିବା ଦ୍ଵାରା ମନରେ ସତ୍ୟର ପ୍ରକାଶ ହୋଇଯାଏ ଏବଂ        

ਚਰਨ ਕਮਲ ਮਹਿ ਹੋਇ ਨਿਵਾਸੁ ॥੧॥
ଚରଣ-କମଳରେ ନିବାସ ହୋଇଯାଏ॥1॥                

ਸੰਤਸੰਗਤਿ ਮਹਿ ਹੋਇ ਉਧਾਰੁ ॥
ହେ ନାନକ! ସନ୍ଥଙ୍କ ସଂଗତି କରିବା ଦ୍ଵାରା ଜୀବର ଉଦ୍ଧାର ହୋଇଯାଏ ଏବଂ   

ਨਾਨਕ ਭਵਜਲੁ ਉਤਰਸਿ ਪਾਰਿ ॥੨॥੧॥੫੭॥
ସେ ଭବସାଗରରୁ ପାର ହୋଇଯାଏ||2||1||57|

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥

ਗੁਰੁ ਪੂਰਾ ਮੇਰਾ ਗੁਰੁ ਪੂਰਾ ॥
ମୋର ଗୁରୁ ସର୍ବକଳା ସଂପୂର୍ଣ୍ଣ ଅଟନ୍ତି।      

ਰਾਮ ਨਾਮੁ ਜਪਿ ਸਦਾ ਸੁਹੇਲੇ ਸਗਲ ਬਿਨਾਸੇ ਰੋਗ ਕੂਰਾ ॥੧॥ ਰਹਾਉ ॥
ରାମ ନାମ ଜପ କରିବା ଦ୍ଵାରା ସଦା ସୁଖ ବନି ରହିଥାଏ ଆଉ ମିଥ୍ୟା ମାୟା ଠାରୁ ଉତ୍ପନ୍ନ ହୋଇଥିବା ସବୁ ରୋଗ ନାଶ ହୋଇଯାଏ॥1॥ରୁହ॥    

ਏਕੁ ਅਰਾਧਹੁ ਸਾਚਾ ਸੋਇ ॥
ଏକ ପରମେଶ୍ଵର ହିନ ସତ୍ୟ ଅଟନ୍ତି, ଏଥିପାଇଁ ତାହାଙ୍କ ଆରାଧନା କର;              

ਜਾ ਕੀ ਸਰਨਿ ਸਦਾ ਸੁਖੁ ਹੋਇ ॥੧॥
ଯାହାର ଶରଣ ନେବା ଦ୍ଵାରା ସଦା ସୁଖ ଉପଲବ୍ଧ ହୋଇଥାଏ||1||  

ਨੀਦ ਸੁਹੇਲੀ ਨਾਮ ਕੀ ਲਾਗੀ ਭੂਖ ॥
ବର୍ତ୍ତମାନ ସୁଖର ନିଦ୍ରା ପ୍ରାପ୍ତ ହୋଇ ଯାଇଛି ଆଉ ନାମର କ୍ଷୁଧା ଲାଗି ରହିଛି।            

ਹਰਿ ਸਿਮਰਤ ਬਿਨਸੇ ਸਭ ਦੂਖ ॥੨॥
ଭଗବାନଙ୍କ ସ୍ମରଣ କରିବା ଦ୍ଵାରା ସାରା ଦୁଃଖ ନାଶ ହୋଇ ଯାଇଛି||2||                 

ਸਹਜਿ ਅਨੰਦ ਕਰਹੁ ਮੇਰੇ ਭਾਈ ॥
ହେ ମୋର ଭାଇ! ସ୍ଵାଭାବିକ ଅବସ୍ଥା ଉପଭୋଗ କର;     

ਗੁਰਿ ਪੂਰੈ ਸਭ ਚਿੰਤ ਮਿਟਾਈ ॥੩॥
ପୂର୍ଣ୍ଣ ଗୁରୁ ସାରା ଚିନ୍ତା ଦୂର କରି ଦେଇଛନ୍ତି||3||             

ਆਠ ਪਹਰ ਪ੍ਰਭ ਕਾ ਜਪੁ ਜਾਪਿ ॥
ହେ ନାନକ! ଆଠ ପ୍ରହର ପ୍ରଭୁଙ୍କ ନାମ ଜପ କର;  

ਨਾਨਕ ਰਾਖਾ ਹੋਆ ਆਪਿ ॥੪॥੨॥੫੮॥
ସେ ସ୍ଵୟଂ ହିଁ ରଖୁଆଳ ବନିଯାନ୍ତି||4||2||58||               

ਰਾਗੁ ਰਾਮਕਲੀ ਮਹਲਾ ਪੜਤਾਲ ਘਰੁ
ରାଗ ରାମକଲୀ ମହଲା 5 ପଡାତାଳ ଘର 3 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।     

ਨਰਨਰਹ ਨਮਸਕਾਰੰ ॥
ପୁରୁଷୋତ୍ତମ ପରମେଶ୍ଵରଙ୍କୁ ଆମର ଶତ ଶତ ପ୍ରଣାମ।       

ਜਲਨ ਥਲਨ ਬਸੁਧ ਗਗਨ ਏਕ ਏਕੰਕਾਰੰ ॥੧॥ ਰਹਾਉ ॥
ଜଳ, ସ୍ଥଳ, ପୃଥିବୀ ଓ ଆକାଶରେ ଏକାଙ୍କାର ହିଁ ନିବାସ କରିଥାନ୍ତି॥1॥ରୁହ॥ 

ਹਰਨ ਧਰਨ ਪੁਨ ਪੁਨਹ ਕਰਨ ॥
ସେ ସୃଷ୍ଟିର ସଂହାର କରିବା ବାଲା, ପାଳନ କର୍ତ୍ତା ଏବଂ ପୁନଃ ପୁନଃ ଜାତ କରିବା ବାଲା ଅଟନ୍ତି।      

ਨਹ ਗਿਰਹ ਨਿਰੰਹਾਰੰ ॥੧॥
ତାହାଙ୍କ କୌଣସି ଘର ନାହିଁ ଏବଂ ନା ସେ କିଛି  ଭୋଜନ କରିଥାନ୍ତି॥1॥ ||1||             

ਗੰਭੀਰ ਧੀਰ ਨਾਮ ਹੀਰ ਊਚ ਮੂਚ ਅਪਾਰੰ ॥
ସେହି ଗହନ-ଗମ୍ଭୀର, ଧୈର୍ଯ୍ୟବାନ, ନାମର ଅମୁଳୁ ହୀରା, ସର୍ବୋଚ୍ଚ ଏବଂ ଅପରାମ୍ପର ଅଟନ୍ତି।             

ਕਰਨ ਕੇਲ ਗੁਣ ਅਮੋਲ ਨਾਨਕ ਬਲਿਹਾਰੰ ॥੨॥੧॥੫੯॥
ହେ ନାନକ! ସେହି ଅଦ୍ଭୁତ ଲୀଳା କରିବା ବାଲା, ଅମଉଲ୍ୟ ଗୁଣର ଭଣ୍ଡାର ପ୍ରତି ଆମେ ସମର୍ପିତ ଯିବା||2||1||59||            

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥

ਰੂਪ ਰੰਗ ਸੁਗੰਧ ਭੋਗ ਤਿਆਗਿ ਚਲੇ ਮਾਇਆ ਛਲੇ ਕਨਿਕ ਕਾਮਿਨੀ ॥੧॥ ਰਹਾਉ ॥
ସ୍ଵର୍ଣ୍ଣ ଏବଂ କାମିନୀ ରୂପୀ ମାୟା ଦ୍ଵାରା ଛଳି ହୋଇଥିବା ଅନେକ ଜୀବ ରୂପ-ରଙ୍ଗ, ସୁଗନ୍ଧି ଏବଂ ଭୋଗ୍ୟ ପଦାର୍ଥ ତ୍ୟାଗ କରି ଦୁନିଆରୁ ଚାଲିଯାଏ॥1॥ରୁହ॥  

ਭੰਡਾਰ ਦਰਬ ਅਰਬ ਖਰਬ ਪੇਖਿ ਲੀਲਾ ਮਨੁ ਸਧਾਰੈ ॥
ଧାନ ଦ୍ଵାରା ଭରି ହୋଇ ନିଜର କୋଟି-କୋଟିର ଭଣ୍ଡାର ଏବଂ ଖେଳ-ତମାସା ଦେଖି ଜୀବ ମନକୁ ଧୈର୍ଯ୍ୟ ଦେଇଥାଏ, ପରନ୍ତୁ   

ਨਹ ਸੰਗਿ ਗਾਮਨੀ ॥੧॥
ଅନ୍ତିମ ସମୟରେ ଏହିସବୁ ତାହାର ସାଥିରେ ଯାଏ ନାହିଁ||1||     

ਸੁਤ ਕਲਤ੍ਰ ਭ੍ਰਾਤ ਮੀਤ ਉਰਝਿ ਪਰਿਓ ਭਰਮਿ ਮੋਹਿਓ ਇਹ ਬਿਰਖ ਛਾਮਨੀ ॥
ଭ୍ରମରେ ଫସି ରହିଥିବା ଜୀବ ନିଜ ପୁତ୍ର, ପତ୍ନୀ, ଭାଇ ଏବଂ ମିତ୍ରର ମୋହଳି ଉଲ୍ଲସିତ ହୋଇଥାଏ, ପରନ୍ତୁ ଏହାସବୁ ବୃକ୍ଷର ଛାୟା ସଦୃଶ ହୋଇଥାଏ।  

ਚਰਨ ਕਮਲ ਸਰਨ ਨਾਨਕ ਸੁਖੁ ਸੰਤ ਭਾਵਨੀ ॥੨॥੨॥੬੦॥
ହେ ନାନକ! ପରମାତ୍ମାଙ୍କ ଚରଣର ସୁଖ ହିଁ ସନ୍ଥଙ୍କୁ ଭଲ ଲାଗିଥାଏ||2||2||60||

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।     

ਰਾਗੁ ਰਾਮਕਲੀ ਮਹਲਾ ੯ ਤਿਪਦੇ ॥
ରାଗ ରାମକଲୀ ମହଲା 9 ତିପାଦି  ॥

ਰੇ ਮਨ ਓਟ ਲੇਹੁ ਹਰਿ ਨਾਮਾ ॥
ହେ ମନ! ପରମାତ୍ମାଙ୍କ ନାମର ସାହାରା ନିଅ, 

ਜਾ ਕੈ ਸਿਮਰਨਿ ਦੁਰਮਤਿ ਨਾਸੈ ਪਾਵਹਿ ਪਦੁ ਨਿਰਬਾਨਾ ॥੧॥ ਰਹਾਉ ॥
ତାହାଙ୍କ ସ୍ମରଣ କରିବା ଦ୍ଵାରା ଦୁର୍ମତି ନାଶ ହୋଇଯାଏ ତଥା ନିର୍ବାଣ ପଦ ପ୍ରାପ୍ତ ହୋଇଯାଏ॥1॥ରୁହ॥ 

ਬਡਭਾਗੀ ਤਿਹ ਜਨ ਕਉ ਜਾਨਹੁ ਜੋ ਹਰਿ ਕੇ ਗੁਨ ਗਾਵੈ ॥
ସେହି ମନୁଷ୍ୟକୁ ଭାଗ୍ୟଶାଳୀ ଭାବ, ଯିଏ ଭଗବାନଙ୍କ ଗୁଣ ଗାନ କରିଥାଏ।                

ਜਨਮ ਜਨਮ ਕੇ ਪਾਪ ਖੋਇ ਕੈ ਫੁਨਿ ਬੈਕੁੰਠਿ ਸਿਧਾਵੈ ॥੧॥
ସେ ଜନ୍ମ-ଜନ୍ମାନ୍ତରର ପାପ ନାଶ କରି ବୈକୁଣ୍ଠ ପହଞ୍ଚି ଯାଏ||1||

error: Content is protected !!