ਸਹਜ ਸਮਾਧਿ ਧੁਨਿ ਗਹਿਰ ਗੰਭੀਰਾ ॥
ସେ ସ୍ଵାଭାବିକ ସମାଧିରେ ଅନାହତ ଧ୍ୱନିକୁ ଶୁଣିଥାନ୍ତି ଏବଂ ଗହନ ଗମ୍ଭୀର ହୋଇଥାନ୍ତି।
ਸਦਾ ਮੁਕਤੁ ਤਾ ਕੇ ਪੂਰੇ ਕਾਮ ॥
ସେ ସଦା ବନ୍ଧନରୁ ମୁକ୍ତ ରହିଥାନ୍ତି ଏବଂ ତାହାଙ୍କ ସବୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ,
ਜਾ ਕੈ ਰਿਦੈ ਵਸੈ ਹਰਿ ਨਾਮ ॥੨॥
ଯାହାଙ୍କ ହୃଦୟରେ ହରିନାମ ବାସ କରିଥାଏ||2||
ਸਗਲ ਸੂਖ ਆਨੰਦ ਅਰੋਗ ॥
ସେ ସର୍ବ ସୁଖ ଆନନ୍ଦ ପ୍ରାପ୍ତ କରିଥାଏ ଏବଂ ରୋଗମୁକ୍ତ ରହିଥାଏ,
ਸਮਦਰਸੀ ਪੂਰਨ ਨਿਰਜੋਗ ॥
ସେ ନିର୍ଲିପ୍ତ ଓ ସମଦର୍ଶୀ ହୋଇଥାଏ।
ਆਇ ਨ ਜਾਇ ਡੋਲੈ ਕਤ ਨਾਹੀ ॥
ତାହାଙ୍କ ଜନ୍ମ-ମରଣ ସମାପ୍ତ ହୋଇଯାଏ ଆଉ କେବେ ମଧ୍ୟ ପଥଭ୍ରଷ୍ଟ ହୁଅନ୍ତି ନାହିଁ,
ਜਾ ਕੈ ਨਾਮੁ ਬਸੈ ਮਨ ਮਾਹੀ ॥੩॥
ଯାହାର ମନରେ ନାମ ସ୍ଥିତ ହୋଇଯାଏ||3||
ਦੀਨ ਦਇਆਲ ਗੋੁਪਾਲ ਗੋਵਿੰਦ ॥
ଦୀନଦୟାଳୁ ଗୋବିନ୍ଦ ଗୋପାଳ॥
ਗੁਰਮੁਖਿ ਜਪੀਐ ਉਤਰੈ ਚਿੰਦ ॥
ଗୁରୁମୁଖୀ ବନି ଏହା ଜପ କରିବା ଦ୍ଵାରା ସବୁ ଚିନ୍ତା ସମାପ୍ତ ହୋଇଯାଏ।
ਨਾਨਕ ਕਉ ਗੁਰਿ ਦੀਆ ਨਾਮੁ ॥
ନାନକଙ୍କୁ ଗୁରୁ ହରିନାମ ହିଁ ପ୍ରଦାନ କରିଛନ୍ତି,
ਸੰਤਨ ਕੀ ਟਹਲ ਸੰਤ ਕਾ ਕਾਮੁ ॥੪॥੧੫॥੨੬॥
ବର୍ତ୍ତମାନ ସେହି ସନ୍ଥଙ୍କ ସେବା ଓ ତାହାଙ୍କ କାର୍ଯ୍ୟରେ ଲାଗି ରହିଥାଏ||4||15||26||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਬੀਜ ਮੰਤ੍ਰੁ ਹਰਿ ਕੀਰਤਨੁ ਗਾਉ ॥
ମୂଳମନ୍ତ୍ର ହରିଙ୍କ କୀର୍ତ୍ତନ କର,
ਆਗੈ ਮਿਲੀ ਨਿਥਾਵੇ ਥਾਉ ॥
ଏହାଦ୍ବାରା ନିରାଶ୍ରୟକୁ ମଧ୍ୟ ପରଲୋକରେ ସାହାରା ମିଳି ଯାଇଥାଏ।
ਗੁਰ ਪੂਰੇ ਕੀ ਚਰਣੀ ਲਾਗੁ ॥
ପୂର୍ଣ୍ଣ ଗୁରୁଙ୍କ ଚରଣରେ ଲାଗିବା ଦ୍ଵାରା
ਜਨਮ ਜਨਮ ਕਾ ਸੋਇਆ ਜਾਗੁ ॥੧॥
ଜନ୍ମ-ଜନ୍ମାନ୍ତରରେ ଶୟନ କରିଥିବା ମନ ଜାଗ୍ରତ ହୋଇଯାଏ||1||
ਹਰਿ ਹਰਿ ਜਾਪੁ ਜਪਲਾ ॥
ଯିଏ ହରିନାମର ଜପ କରିଛି,
ਗੁਰ ਕਿਰਪਾ ਤੇ ਹਿਰਦੈ ਵਾਸੈ ਭਉਜਲੁ ਪਾਰਿ ਪਰਲਾ ॥੧॥ ਰਹਾਉ ॥
ଗୁରୁଙ୍କ କୃପାରୁ ସେ ତାହାଙ୍କ ହୃଦୟରେ ସ୍ଥାପନ କରିଛି ଏବଂ ସେ ଭବସାଗରରୁ ପାର ହୋଇ ଯାଇଛି॥1॥ରୁହ॥
ਨਾਮੁ ਨਿਧਾਨੁ ਧਿਆਇ ਮਨ ਅਟਲ ॥
ହେ ମନ! ନାମ-ଭଣ୍ଡାର ଅଟଳ ଅଟେ,
ਤਾ ਛੂਟਹਿ ਮਾਇਆ ਕੇ ਪਟਲ ॥
ତାହାଙ୍କ ଧ୍ୟାନ କରିବା ଦ୍ଵାରା ମାୟାର ବନ୍ଧନ ଦୂର ହୋଇଯାଏ।
ਗੁਰ ਕਾ ਸਬਦੁ ਅੰਮ੍ਰਿਤ ਰਸੁ ਪੀਉ ॥
ଗୁରୁଙ୍କ ଶବ୍ଦ ଅମୃତମୟ ରସ ଅଟେ,
ਤਾ ਤੇਰਾ ਹੋਇ ਨਿਰਮਲ ਜੀਉ ॥੨॥
ଏହା ପାନ କରିବା ଦ୍ଵାରା ତୋର ହୃଦୟ ନିର୍ମଳ ହୋଇଯାଏ||2||
ਸੋਧਤ ਸੋਧਤ ਸੋਧਿ ਬੀਚਾਰਾ ॥
ଖୋଜି-ଖୋଜି ଭାବି ଚିନ୍ତି ମୁଁ ଏହି ବିଚାର କରିଛି ଯେ
ਬਿਨੁ ਹਰਿ ਭਗਤਿ ਨਹੀ ਛੁਟਕਾਰਾ ॥
ହରିଙ୍କ ଭକ୍ତି ବିନା କାହାକୁ ମୁକ୍ତି ମିଳେନାହିଁ।
ਸੋ ਹਰਿ ਭਜਨੁ ਸਾਧ ਕੈ ਸੰਗਿ ॥
ଏଥିପାଇଁ ସାଧୁଙ୍କ ସଙ୍ଗତିରେ ହରିଙ୍କ ଭଜନ କରିବା ଉଚିତ,
ਮਨੁ ਤਨੁ ਰਾਪੈ ਹਰਿ ਕੈ ਰੰਗਿ ॥੩॥
ଏହିଭଳି ମନ-ତନ ହରିଙ୍କ ରଙ୍ଗରେ ଲୀନ ହୋଇଯାଏ||3||
ਛੋਡਿ ਸਿਆਣਪ ਬਹੁ ਚਤੁਰਾਈ ॥
ନିଜର ଚତୁରତା ତ୍ୟାଗ କର।
ਮਨ ਬਿਨੁ ਹਰਿ ਨਾਵੈ ਜਾਇ ਨ ਕਾਈ ॥
ହେ ମନ! ହରିଙ୍କ ନାମ ବିନା ପାପର ମଇଳା ଦୂର ହୁଏନାହିଁ।
ਦਇਆ ਧਾਰੀ ਗੋਵਿਦ ਗੋੁਸਾਈ ॥
ହେ ନାନକ! ଇଶ୍ଵର ମୋ’ ଉପରେ ଦୟା କରିଛନ୍ତି,
ਹਰਿ ਹਰਿ ਨਾਨਕ ਟੇਕ ਟਿਕਾਈ ॥੪॥੧੬॥੨੭॥
ଏଥିପାଇଁ, ହରିନାମର ହିଁ ସାହାରା ନେଇଛି||4||16||27||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਸੰਤ ਕੈ ਸੰਗਿ ਰਾਮ ਰੰਗ ਕੇਲ ॥
ଯିଏ ସନ୍ଥଙ୍କ ସହିତ ମିଶି ରାମ-ରଙ୍ଗର କ୍ରୀଡା କରିଥାଏ,
ਆਗੈ ਜਮ ਸਿਉ ਹੋਇ ਨ ਮੇਲ ॥
ପରଲୋକରେ ତହର୍ମିଲ୍ନ ଯମ ସହିତ ହୁଏନାହିଁ।
ਅਹੰਬੁਧਿ ਕਾ ਭਇਆ ਬਿਨਾਸ ॥
ତାହାର ଅହଂ ଭାବନା ଦୂର ହୋଇଯାଏ ଏବଂ
ਦੁਰਮਤਿ ਹੋਈ ਸਗਲੀ ਨਾਸ ॥੧॥
ସାରା ଦୁର୍ମତି ମଧ୍ୟ ନାଶ ହୋଇଯାଏ||1||
ਰਾਮ ਨਾਮ ਗੁਣ ਗਾਇ ਪੰਡਿਤ ॥
ହେ ପଣ୍ଡିତ! ରାମନାମର ଗୁଣଗାନ କର,
ਕਰਮ ਕਾਂਡ ਅਹੰਕਾਰੁ ਨ ਕਾਜੈ ਕੁਸਲ ਸੇਤੀ ਘਰਿ ਜਾਹਿ ਪੰਡਿਤ ॥੧॥ ਰਹਾਉ ॥
କର୍ମକାଣ୍ଡ ଓ ତୋର ଅହଂକାର କୌଣସି କାର୍ଯ୍ୟରେ ଆସେ ନାହିଁ, ରାମଙ୍କ ସ୍ତୁତି କରିବା ଦ୍ଵାରା ତୁ ସହର୍ଷ ମୋକ୍ଷ ପ୍ରାପ୍ତ କରିନେବୁ ॥1॥ରୁହ॥
ਹਰਿ ਕਾ ਜਸੁ ਨਿਧਿ ਲੀਆ ਲਾਭ ॥
ହରିଙ୍କ ଯଶ ହିଁ ସୁଖର ଖଜଣା ଅଟେ, ଯିଏ ଏହି ଲାଭ ପ୍ରାପ୍ତ କରିଛି,
ਪੂਰਨ ਭਏ ਮਨੋਰਥ ਸਾਭ ॥
ତାହାର ସାରା ମନୋରଥ ପୂର୍ଣ୍ଣ ହୋଇ ଯାଇଛି।
ਦੁਖੁ ਨਾਠਾ ਸੁਖੁ ਘਰ ਮਹਿ ਆਇਆ ॥
ତାହାର ଦୁଃଖ ଦୂର ହୋଇ ଯାଇଛି, ଆଉ ହୃଦୟ-ଘରେ ସୁଖ ଉପଲବ୍ଧ ହୋଇ ଯାଇଛି।
ਸੰਤ ਪ੍ਰਸਾਦਿ ਕਮਲੁ ਬਿਗਸਾਇਆ ॥੨॥
ସନ୍ଥଙ୍କ କୃପାରୁ ତାହାର ହୃଦୟ କମଳ ଖେଳିଯାଇଥାଏ||2||
ਨਾਮ ਰਤਨੁ ਜਿਨਿ ਪਾਇਆ ਦਾਨੁ ॥
ଯିଏ ନାମ ରୂପୀ ରତ୍ନର ଦାନ ପ୍ରାପ୍ତ କରିଛି,
ਤਿਸੁ ਜਨ ਹੋਏ ਸਗਲ ਨਿਧਾਨ ॥
ତାହାକୁ ସବୁ ଭଣ୍ଡାର ମିଳି ଯାଇଛି।
ਸੰਤੋਖੁ ਆਇਆ ਮਨਿ ਪੂਰਾ ਪਾਇ ॥
ତାହାର ମନରେ ପୂର୍ଣ୍ଣ ସନ୍ତୋଷ ଆସି ଯାଇଛି ଏବଂ
ਫਿਰਿ ਫਿਰਿ ਮਾਗਨ ਕਾਹੇ ਜਾਇ ॥੩॥
ସେ ପୁନର୍ବାର ମାଗିବା ପାଇଁ କେଉଁଠିକୁ ଯାଏ ନାହିଁ||3||
ਹਰਿ ਕੀ ਕਥਾ ਸੁਨਤ ਪਵਿਤ ॥
ହରିଙ୍କ କଥା ଶୁଣିବା ଦ୍ଵାରା ମନ ପବିତ୍ର ହୋଇଯାଏ।
ਜਿਹਵਾ ਬਕਤ ਪਾਈ ਗਤਿ ਮਤਿ ॥
ଯେଉଁ ଜିହ୍ଵା ସ୍ତୁତିଗାନ କରିଥାଏ, ତାହାର ଗତି ହୋଇଯାଏ।
ਸੋ ਪਰਵਾਣੁ ਜਿਸੁ ਰਿਦੈ ਵਸਾਈ ॥
ହେ ନାନକ! ଯିଏ ଏହାକୁ ହୃଦୟରେ ସ୍ଥାପନ କରିଛି, ସେ ସ୍ଵୀକୃତ ହୋଇ ଯାଇଛି ଏବଂ
ਨਾਨਕ ਤੇ ਜਨ ਊਤਮ ਭਾਈ ॥੪॥੧੭॥੨੮॥
ସେହି ବ୍ୟକ୍ତି ସର୍ବୋତ୍ତମ ହୋଇ ଯାଇଛି ||4||17||28||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਗਹੁ ਕਰਿ ਪਕਰੀ ਨ ਆਈ ਹਾਥਿ ॥
ମାୟାକୁ ଅତି ସାବଧାନତାରେ ଧରାଯାଏ, ଏହା କାହାରି ହାତରେ ଆସେ ନାହିଁ।
ਪ੍ਰੀਤਿ ਕਰੀ ਚਾਲੀ ਨਹੀ ਸਾਥਿ ॥
ଯଦି ଏହା ସହିତ ପ୍ରୀତି କରାଯାଏ, ଏହା ସାଥି ଦିଏ ନାହିଁ।
ਕਹੁ ਨਾਨਕ ਜਉ ਤਿਆਗਿ ਦਈ ॥
ହେ ନାନକ! ଯେତେବେଳ ଏହା ତ୍ୟାଗ କରାଯାଏ,
ਤਬ ਓਹ ਚਰਣੀ ਆਇ ਪਈ ॥੧॥
ଏହା ଚରଣକୁ ଆସିଥାଏ||1||
ਸੁਣਿ ਸੰਤਹੁ ਨਿਰਮਲ ਬੀਚਾਰ ॥
ହେ ସଜ୍ଜନ! ଏହି ନିର୍ମଳ ବିଚାର ଶୁଣ;
ਰਾਮ ਨਾਮ ਬਿਨੁ ਗਤਿ ਨਹੀ ਕਾਈ ਗੁਰੁ ਪੂਰਾ ਭੇਟਤ ਉਧਾਰ ॥੧॥ ਰਹਾਉ ॥
ରାମ-ନାମ ବିନା କାହାର ଗତି ହୁଏନାହିଁ, ପୂର୍ଣ୍ଣ ଗୁରୁଙ୍କ ସହିତ ଭେଟ ହେବା ଦ୍ଵାରା ଉଦ୍ଧାର ହୋଇଯାଏ ॥1॥ରୁହ॥